Guru Granth Sahib Translation Project

guru granth sahib odia page-140

Page 140

ਅਵਰੀ ਨੋ ਸਮਝਾਵਣਿ ਜਾਇ ॥ ତଥାପି ସେ ଅନ୍ୟକୁ ଉପଦେଶ ଦେବାକୁ ଯାଇଥାଏ ଯେ ମିଥ୍ୟା କୁହ ନାହିଁ।
ਮੁਠਾ ਆਪਿ ਮੁਹਾਏ ਸਾਥੈ ॥ ଯିଏ ନିଜେ ଲୁଟିହେଉଛି ଆଉ ନିଜ ସାଥୀଙ୍କୁ ମଧ୍ୟ ଲୁଟୁ ଅଛି
ਨਾਨਕ ਐਸਾ ਆਗੂ ਜਾਪੈ ॥੧॥ ହେ ନାନକ! ସେ ଏହିପରି ନେତା ଜଣା ପଡୁଅଛି ॥1॥
ਮਹਲਾ ੪ ॥ ମହଲା 4 ॥
ਜਿਸ ਦੈ ਅੰਦਰਿ ਸਚੁ ਹੈ ਸੋ ਸਚਾ ਨਾਮੁ ਮੁਖਿ ਸਚੁ ਅਲਾਏ ॥ ଯାହାର ହୃଦୟରେ ସତ୍ୟ ବିଦ୍ୟମାନ ଅଛି, ସେ ସତ୍ୟବାଦୀ ଅଟେ ସେ ନିଜ ମୁଖରେ ସତ୍ୟ ବୋଲୁଥାଏ।
ਓਹੁ ਹਰਿ ਮਾਰਗਿ ਆਪਿ ਚਲਦਾ ਹੋਰਨਾ ਨੋ ਹਰਿ ਮਾਰਗਿ ਪਾਏ ॥ ସେ ସ୍ଵୟଂ ହରିଙ୍କ ମାର୍ଗ ଚଳାଏ ଆଉ ଅନ୍ୟକୁ ମଧ୍ୟ ହରିଙ୍କ ମାର୍ଗରେ ଲଗାଇଥାଏ।
ਜੇ ਅਗੈ ਤੀਰਥੁ ਹੋਇ ਤਾ ਮਲੁ ਲਹੈ ਛਪੜਿ ਨਾਤੈ ਸਗਵੀ ਮਲੁ ਲਾਏ ॥ ଯଦି ସାମନାରେ ପବିତ୍ର ତୀର୍ଥ ରୂପୀ ସତସଙ୍ଗ ଥାଏ, ତାହାହେଲେ ମଇଳା ବାହାରିଯାଏ। କିନ୍ତୁ, ମନ୍ଦ ପୁରୁଷ ସାଥିରେ ସଙ୍ଗତି କଲେ ମଇଳା ବାହାରିବା ପରିବର୍ତ୍ତେ ପୁଣି ଲାଗିଯାଏ।
ਤੀਰਥੁ ਪੂਰਾ ਸਤਿਗੁਰੂ ਜੋ ਅਨਦਿਨੁ ਹਰਿ ਹਰਿ ਨਾਮੁ ਧਿਆਏ ॥ ସଦଗୁରୁଜୀ ପୂର୍ଣ୍ଣ ରୂପରେ ତୀର୍ଥ ଅଟନ୍ତି ଯିଏ ଦିନ ରାତି ହରି=ପ୍ରଭୁଙ୍କ ନାମର ଧ୍ୟାନ କରିଥାନ୍ତି।
ਓਹੁ ਆਪਿ ਛੁਟਾ ਕੁਟੰਬ ਸਿਉ ਦੇ ਹਰਿ ਹਰਿ ਨਾਮੁ ਸਭ ਸ੍ਰਿਸਟਿ ਛਡਾਏ ॥ ସେ ନିଜ କୁଟୁମ୍ବ ସହିତ ସଂସାର ସାଗରରୁ ପାର ହୋଇଯାଏ ଅର୍ଥାତ, ତାହାଙ୍କୁ ମୋକ୍ଷ ମିଳିଯାଏ ଆଉ ପରମେଶ୍ଵରଙ୍କ ନାମ ପ୍ରଦାନ କରି ସାରା ସଂସାରକୁ ପାର କରାଇଦିଅନ୍ତି।
ਜਨ ਨਾਨਕ ਤਿਸੁ ਬਲਿਹਾਰਣੈ ਜੋ ਆਪਿ ਜਪੈ ਅਵਰਾ ਨਾਮੁ ਜਪਾਏ ॥੨॥ ହେ ନାନକ! ମୁଁ ତାହା ପାଖରେ ସମର୍ପିତ, ଯିଏ ସ୍ଵୟଂ ହରିନାମର ଜପ କରିଥାଏ ଆଉ ଅନ୍ୟ ଦ୍ଵାରା ମଧ୍ୟ ନାମ ଜପ କରାଇଥାଏ। ॥2॥
ਪਉੜੀ ॥ ପଉଡି ॥
ਇਕਿ ਕੰਦ ਮੂਲੁ ਚੁਣਿ ਖਾਹਿ ਵਣ ਖੰਡਿ ਵਾਸਾ ॥ କିଛି ସାଧୁ ବନ ପ୍ରଦେଶରେ ନିବାସ କରିଥାନ୍ତି ଆଉ କନ୍ଦମୂଳ ବାଛି ଖାଇଥାନ୍ତି,
ਇਕਿ ਭਗਵਾ ਵੇਸੁ ਕਰਿ ਫਿਰਹਿ ਜੋਗੀ ਸੰਨਿਆਸਾ ॥ କିଛି ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧି ଯୋଗୀ ଏବଂ ସନ୍ନ୍ୟାସୀଙ୍କ ଭଳି ବୁଲୁଥାନ୍ତି,
ਅੰਦਰਿ ਤ੍ਰਿਸਨਾ ਬਹੁਤੁ ਛਾਦਨ ਭੋਜਨ ਕੀ ਆਸਾ ॥ ତାଙ୍କ ଭିତରେ ଅଧିକ ତୃଷ୍ଣା ଥାଏ ଆଉ ସେ ବସ୍ତ୍ର ଏବଂ ଭୋଜନର ଲାଳସା କରିଥାନ୍ତି।
ਬਿਰਥਾ ਜਨਮੁ ਗਵਾਇ ਨ ਗਿਰਹੀ ਨ ਉਦਾਸਾ ॥ ସେ ନିଜର ଅମୂଲ୍ୟ ଜୀବନ ବ୍ୟର୍ଥରେ ହରାଇ ଦିଅନ୍ତି, ଏହିପରି ସେ ନା ଗୃହସ୍ଥ ଆଉ ନା ତ୍ୟାଗୀ।
ਜਮਕਾਲੁ ਸਿਰਹੁ ਨ ਉਤਰੈ ਤ੍ਰਿਬਿਧਿ ਮਨਸਾ ॥ ତାହାର ମୁଣ୍ଡ ଉପରେ ଯମରାଜ ରହିଥାନ୍ତି, କାରଣ ସେ ତ୍ରିଗୁଣାତ୍ମକ ବାସନାର ଶିକାର ହୋଇଛି।
ਗੁਰਮਤੀ ਕਾਲੁ ਨ ਆਵੈ ਨੇੜੈ ਜਾ ਹੋਵੈ ਦਾਸਨਿ ਦਾਸਾ ॥ ଯେତେବେଳେ ଗୁରୁଙ୍କ ଉପଦେଶ ଦ୍ଵାରା ପ୍ରାଣୀ ପରମାତ୍ମାଙ୍କ ସେବକର ସେବକ ହୋଇଯାଏ, ସେତେବେଳେ କାଳ ତାହାର ନିକଟକୁ ଆସେ ନାହିଁ।
ਸਚਾ ਸਬਦੁ ਸਚੁ ਮਨਿ ਘਰ ਹੀ ਮਾਹਿ ਉਦਾਸਾ ॥ ସତ୍ୟ-ନାମ ତାହାର ସତ୍ୟବାଦୀ ହୃଦୟରେ ନିବାସ କରିଥାଏ ଆଉ ଘରେ ରହି ମଧ୍ୟ ସେ ନିର୍ଲିପ୍ତ ରହିଥାଏ।
ਨਾਨਕ ਸਤਿਗੁਰੁ ਸੇਵਨਿ ਆਪਣਾ ਸੇ ਆਸਾ ਤੇ ਨਿਰਾਸਾ ॥੫॥ ହେ ନାନକ! ଯେଉଁ ପ୍ରାଣୀ ନିଜ ସଦଗୁରୁଙ୍କୁ ଶ୍ରଦ୍ଧାପୁର୍ବକ ସେବା କରିଥାଏ, ସେ ସାଂସାରିକ ଅଭିଳାଷରୁ ତଟସ୍ଥ ହୋଇଥାଏ। ॥5॥
ਸਲੋਕੁ ਮਃ ੧ ॥ ଶ୍ଳୋକ ମହଲା 1 ॥
ਜੇ ਰਤੁ ਲਗੈ ਕਪੜੈ ਜਾਮਾ ਹੋਇ ਪਲੀਤੁ ॥ ଯଦି ବସ୍ତ୍ରରେ ରକ୍ତ ଲାଗିଯାଏ ତାହାହେଲେ ବସ୍ତ୍ର ଅପବିତ୍ର ହୋଇଯାଏ।
ਜੋ ਰਤੁ ਪੀਵਹਿ ਮਾਣਸਾ ਤਿਨ ਕਿਉ ਨਿਰਮਲੁ ਚੀਤੁ ॥ ଯେଉଁ ବ୍ୟକ୍ତି ଅନ୍ୟ ଉପରେ ଅତ୍ୟାଚାର କରି ତାହାର ରକ୍ତ ଶୋଷୁ ଥାଏ, ମନ କିପରି ପବିତ୍ର ହୋଇପାରେ?
ਨਾਨਕ ਨਾਉ ਖੁਦਾਇ ਕਾ ਦਿਲਿ ਹਛੈ ਮੁਖਿ ਲੇਹੁ ॥ ହେ ନାନକ! ସେହି ଆଲାହାଙ୍କ ନାମ ସଫା ହୃଦୟରେ ମୁଖରେ ବୋଲ!
ਅਵਰਿ ਦਿਵਾਜੇ ਦੁਨੀ ਕੇ ਝੂਠੇ ਅਮਲ ਕਰੇਹੁ ॥੧॥ ନାମ ବିନା ଆପଣଙ୍କ ସବୁ କାର୍ଯ୍ୟ ଦୁନିଆକୁ ଦେଖାଇବା ପାଇଁ ହିଁ ଅଟେ ଆଉ ଆପଣ ସବୁ ମିଥ୍ୟା କାର୍ଯ୍ୟ କରିଥାନ୍ତି ॥1॥
ਮਃ ੧ ॥ ମହଲା 1 ॥
ਜਾ ਹਉ ਨਾਹੀ ਤਾ ਕਿਆ ਆਖਾ ਕਿਹੁ ਨਾਹੀ ਕਿਆ ਹੋਵਾ ॥ ଯଦି ମୁଁ କିଛି ମଧ୍ୟ ନୁହେଁ, ତାହାହେଲେ ଅନ୍ୟକୁ କଣ ଉପଦେଶ ଦେବି? ଅଥବା ଯଦି ମୋ’ ପାଖରେ କୌଣସି ଗୁଣ ନାହିଁ ମୁଁ କିପରି ଗୁଣ ଦେଖାଇବି?
ਕੀਤਾ ਕਰਣਾ ਕਹਿਆ ਕਥਨਾ ਭਰਿਆ ਭਰਿ ਭਰਿ ਧੋਵਾਂ ॥ ମୋତେ ଇଶ୍ଵର ଯେଭଳି ବନାଇଛନ୍ତି, ମୁଁ ସେପରି ହିନ କରିଥାଏ। ମୋତେ ସେ ଯେପରି କହିଛନ୍ତି, ମୁଁ ସେପରି ହିଁ ବୋଲିଥାଏ।
ਆਪਿ ਨ ਬੁਝਾ ਲੋਕ ਬੁਝਾਈ ਐਸਾ ਆਗੂ ਹੋਵਾਂ ॥ ମୁଁ ନିଜେ ବୁଝେ ନାହିଁ କିନ୍ତୁ, ତଥାପି ଅନ୍ୟକୁ ବୁଝାଇ ଥାଏ। ମୁଁ ଏହପରି ଜ୍ଞାନହୀନ ମାର୍ଗଦର୍ଶକ ବନି ପାରିବି।
ਨਾਨਕ ਅੰਧਾ ਹੋਇ ਕੈ ਦਸੇ ਰਾਹੈ ਸਭਸੁ ਮੁਹਾਏ ਸਾਥੈ ॥ ହେ ନାନକ! ଯେଉଁ ବ୍ୟକ୍ତି ସ୍ଵୟଂ ଜ୍ଞାନହୀନ ଅନ୍ଧ ହୋଇ ମାର୍ଗ ଦର୍ଶନ କରିଥାଏ, ସେ ନିଜ ସାଥୀକୁ ମଧ୍ୟ ଲୁଟୁ ଥାଏ।
ਅਗੈ ਗਇਆ ਮੁਹੇ ਮੁਹਿ ਪਾਹਿ ਸੁ ਐਸਾ ਆਗੂ ਜਾਪੈ ॥੨॥ ପରେ ପରୋଲକକୁ ଗଲା ପରେ ତାର ମୁଖରେ ଯୋତା ପଡିଥାଏ ଆଉ ଜଣା ପଡେ ଯେ ସେ କିପରି ନିର୍ଦ୍ଦୟ ମାର୍ଗଦର୍ଶକ ଥିଲା। ॥2॥
ਪਉੜੀ ॥ ପଉଡି ॥
ਮਾਹਾ ਰੁਤੀ ਸਭ ਤੂੰ ਘੜੀ ਮੂਰਤ ਵੀਚਾਰਾ ॥ ହେ ଅକାଳ ପୁରୁଷ! ସବୁ ମାସ , ଋତୁ, ଘଡି, ମୂହୁର୍ତ୍ତ ରେ ମୁଁ ତୋର ବନ୍ଦନା କରିଥାଏ।
ਤੂੰ ਗਣਤੈ ਕਿਨੈ ਨ ਪਾਇਓ ਸਚੇ ਅਲਖ ਅਪਾਰਾ ॥ ହେ ସଚ୍ଚା ଅଲେଖ ଅପାର ପ୍ରଭୁ! କର୍ମର ଗଣନା କରି ତୋତେ କେହି ମଧ୍ୟ ପାଇଁ ନାହାନ୍ତି।
ਪੜਿਆ ਮੂਰਖੁ ਆਖੀਐ ਜਿਸੁ ਲਬੁ ਲੋਭੁ ਅਹੰਕਾਰਾ ॥ ସେହି ପଢିଥିବା ବିଦ୍ବାନ ବ୍ୟକ୍ତିକୁ ମହା ମୂର୍ଖ ଭାବ, ଯାହାର ଅନ୍ତଃ ମନରେ ଲୋଭ, ଲାଳସା ଏବଂ ଅହଂକାର ରହିଛି।
ਨਾਉ ਪੜੀਐ ਨਾਉ ਬੁਝੀਐ ਗੁਰਮਤੀ ਵੀਚਾਰਾ ॥ ଗୁରୁଙ୍କ ମତି ଦ୍ଵାରା ଆମେ ବିଚାର କରି ନାମ ପଢିବା ଏବଂ ବୁଝିବା ଉଚିତ।
ਗੁਰਮਤੀ ਨਾਮੁ ਧਨੁ ਖਟਿਆ ਭਗਤੀ ਭਰੇ ਭੰਡਾਰਾ ॥ ଯେଉଁ ବ୍ୟକ୍ତି ଗୁରୁଙ୍କ ମତି ଦ୍ଵାରା ନାମ ରୂପୀ ଧନ ଅର୍ଜନ କରିଛି, ତାହାର ଭଣ୍ଡାର ଭକ୍ତିରେ ଭରିଯାଇଛି।
ਨਿਰਮਲੁ ਨਾਮੁ ਮੰਨਿਆ ਦਰਿ ਸਚੈ ਸਚਿਆਰਾ ॥ ଯେଉଁ ବ୍ୟକ୍ତି ମନରେ ନିର୍ମଳ ନାମର ସ୍ମରଣ କରିଅଛି, ସେ ସତ୍ଯର ଦରବାରରେ ସତ୍ୟବାଦୀ ସ୍ଵୀକୃତ ହୋଇଥାଏ।
ਜਿਸ ਦਾ ਜੀਉ ਪਰਾਣੁ ਹੈ ਅੰਤਰਿ ਜੋਤਿ ਅਪਾਰਾ ॥ ଯିଏ ପ୍ରତ୍ଯେକ ଜୀବକୁ ଆତ୍ମା ଏବଂ ପ୍ରାଣ ଡେଇଛନ୍ତି, ସେହି ପ୍ରଭୁ ଅନନ୍ତ ଅଟନ୍ତି ଆଉ ତାହାଙ୍କ ଜ୍ୟୋତି ପ୍ରତ୍ୟେକ ଜୀବର ହୃଦୟରେ ବିଦ୍ୟମାନ ଅଟେ।
ਸਚਾ ਸਾਹੁ ਇਕੁ ਤੂੰ ਹੋਰੁ ਜਗਤੁ ਵਣਜਾਰਾ ॥੬॥ ହେ ପ୍ରଭୁ! ଏକ ତୁ ହିଁ ସଚ୍ଚା ଶାହ ଅଟୁ ଆଉ ଅନ୍ୟ ସବୁ ଜଗତ ବେପାରୀ ଅଟେ। ॥6॥
ਸਲੋਕੁ ਮਃ ੧ ॥ ଶ୍ଳୋକ ମହଲା 1 ॥
ਮਿਹਰ ਮਸੀਤਿ ਸਿਦਕੁ ਮੁਸਲਾ ਹਕੁ ਹਲਾਲੁ ਕੁਰਾਣੁ ॥ ଜୀବ ଉପରେ ଦୟା କରିବା ହିଁ ମସଜିଦ ଯାଇ ପ୍ରାର୍ଥନା କରିବା ଅଟେ । ଆଲହା ଉପରେ ପୂର୍ଣ୍ଣ ଶ୍ରଦ୍ଧା ରଖିବା ହିଁ ନମାଜ ପଢିବା ଅଟେ ଧର୍ମ କର୍ମ କରିବା ହିଁ କୋରାନ ପଢିବା ଅଟେ ।
ਸਰਮ ਸੁੰਨਤਿ ਸੀਲੁ ਰੋਜਾ ਹੋਹੁ ਮੁਸਲਮਾਣੁ ॥ ନାମର ଅର୍ଜନ ହିଁ ସୁନ୍ନତ କରାଇବା ଅଟେ। ଉତ୍ତମ ସ୍ଵଭାବ ରଖିବା ହିଁ ରୋଜା ରଖିବା ଅଟେ। ତାହାହେଲେ ଯାଇ ତୁମେ ଏକ ସଚ୍ଚା ମୁସଲମାନ ବନିପାରିବ।
ਕਰਣੀ ਕਾਬਾ ਸਚੁ ਪੀਰੁ ਕਲਮਾ ਕਰਮ ਨਿਵਾਜ ॥ ସତ୍ୟ କର୍ମ କରିବା ହିଁ ମକ୍କା ଯାଇ କାବେକୁ ଦର୍ଶନ କରିବା ଅଟେ ।ସଚ୍ଚା ଖୁଦାକୁ ଜାଣିବା ହିଁ ପୂଜା କରିବା ଅଟେ ଶୁଭ କର୍ମ କରିବା ହିଁ ନମାଜ ଅଟେ।
ਤਸਬੀ ਸਾ ਤਿਸੁ ਭਾਵਸੀ ਨਾਨਕ ਰਖੈ ਲਾਜ ॥੧॥ ଆଲହାଙ୍କ ଇଚ୍ଛାରେ ରହିବା ହିଁ ମାଳି ଦ୍ଵାରା ନାମ ଜପିବା ଅଟେ। ହେ ନାନକ! ଯିଏ ଏହି ଗୁଣ ଯୁକ୍ତ ହେବ ତାହାହେଲେ ହିଁ ଆଲହାଙ୍କୁ ଭଲ ଲାଗିବ ଆଉ ଏପରି ମୁସଲମାନର ଲଜ୍ଜା ଓ ପ୍ରତିଷ୍ଠା ଖୁଦା ରଖିଥାନ୍ତି ॥1॥


© 2025 SGGS ONLINE
error: Content is protected !!
Scroll to Top