Guru Granth Sahib Translation Project

guru granth sahib odia page-139

Page 139

ਸੋਭਾ ਸੁਰਤਿ ਸੁਹਾਵਣੀ ਜਿਨਿ ਹਰਿ ਸੇਤੀ ਚਿਤੁ ਲਾਇਆ ॥੨॥ ଯେଉଁମାନେ ପ୍ରଭୁଙ୍କ ଠାରେ ନିଜ ଚିତ୍ତ ଲଗାଇଛନ୍ତି, ସେମାନଙ୍କୁ ବଡ ଶୋଭା ପ୍ରାପ୍ତ ହୋଇଥାଏ ଏବଂ ସୁରତି ସୁନ୍ଦର ହୋଇଯାବ। ॥2॥
ਸਲੋਕੁ ਮਃ ੨ ॥ ଶ୍ଳୋକ ମହଲା 2 ॥
ਅਖੀ ਬਾਝਹੁ ਵੇਖਣਾ ਵਿਣੁ ਕੰਨਾ ਸੁਨਣਾ ॥ ନେତ୍ର ବିନା ଦେଖିବା, କାନ ବିନା ଶୁଣିବା,
ਪੈਰਾ ਬਾਝਹੁ ਚਲਣਾ ਵਿਣੁ ਹਥਾ ਕਰਣਾ ॥ ପାଦ ବିନା ଚାଲିବା, ହାତ ବିନା କାର୍ଯ୍ୟ କରିବା ଆଉ
ਜੀਭੈ ਬਾਝਹੁ ਬੋਲਣਾ ਇਉ ਜੀਵਤ ਮਰਣਾ ॥ ଜିହ୍ଵା ବିନା କହିବା, ଏହିପରି ଜୀବିତ ରହିବା ମୃତ ସହିତ ସମାନ ଅଟେ।
ਨਾਨਕ ਹੁਕਮੁ ਪਛਾਣਿ ਕੈ ਤਉ ਖਸਮੈ ਮਿਲਣਾ ॥੧॥ ହେ ନାନକ! ପ୍ରଭୁଙ୍କ ହୁକୁମ ଜାଣି ପାରି ପ୍ରାଣୀ ପରମେଶ୍ଵରଙ୍କ ସହିତ ମିଳିପାରିବ। ॥1॥ ( ଅର୍ଥାତ, ନେତ୍ରରେ ନୁହେଁ ସୁରତି ଦ୍ଵାରା ଈଶ୍ଵରଙ୍କୁ ଦେଖିବା ଆଉ କାନ ଦ୍ଵାରା ନୁହେଁ ବରଂ ଶ୍ରଦ୍ଧା ସହିତ ପ୍ରଭୁଙ୍କ ଯଶୋଗାନ ଶୁଣିବା ଉଚିତ ଆଉ ହାତ ବିନା ମାନସିକ ପୂଜା କରିବା ଉଚିତ। )
ਮਃ ੨ ॥ ମହଲା 2 ॥
ਦਿਸੈ ਸੁਣੀਐ ਜਾਣੀਐ ਸਾਉ ਨ ਪਾਇਆ ਜਾਇ ॥ ମନୁଷ୍ୟ ନିଜ ନେତ୍ରରେ ଭଗବାନଙ୍କୁ ସର୍ବତ୍ର ଦେଖିଥାଏ, ସେ ମହାପୁରୁଷଙ୍କ ଠାରୁ ଶୁଣି ଥାଏ ଯେ ଭଗବାନ ସର୍ବବ୍ୟାପୀ ଅଟନ୍ତି, ଏହା ସେ ଉପଲବ୍ଧି ମଧ୍ୟ କରିଥାଏ, କିନ୍ତୁ ସେ ଆନନ୍ଦ ପ୍ରାପ୍ତ କରିପାରେ ନାହିଁ। ସେ ଭଗବାନଙ୍କୁ କିପରି ମିଳନ କରିବ?
ਰੁਹਲਾ ਟੁੰਡਾ ਅੰਧੁਲਾ ਕਿਉ ਗਲਿ ਲਗੈ ਧਾਇ ॥ କାରଣ ତାଙ୍କରି ସହିତ ମିଳନ ପାଇଁ ତାହା ପାଖରେ ପାଦ ନାହିଁ ଆଉ ଆଖି ମଧ୍ୟ ନାହିଁ। ଏକ ନେତ୍ରହୀନ ପୁରୁଷ କିପରି ଦଉଡି ଯାଇ ଭଗବାନଙ୍କୁ ମିଳନ କରିପାରିବ?
ਭੈ ਕੇ ਚਰਣ ਕਰ ਭਾਵ ਕੇ ਲੋਇਣ ਸੁਰਤਿ ਕਰੇਇ ॥ ତୁ ଈଶ୍ବରଙ୍କ ଭୟକୁ ନିଜ ଚରଣ, ତାହାଙ୍କ ପ୍ରେମକୁ ନିଜ ହାତ ଏବଂ ତାଙ୍କରି ଜ୍ଞାନକୁ ନିଜ ନେତ୍ର ବନାଅ
ਨਾਨਕੁ ਕਹੈ ਸਿਆਣੀਏ ਇਵ ਕੰਤ ਮਿਲਾਵਾ ਹੋਇ ॥੨॥ ନାନକ କହନ୍ତି ଯେ ହେ ଚତୁର ଜୀବ-ସ୍ତ୍ରୀ! ପ୍ରଭୁଙ୍କ ସହିତ ଏହିପରି ମିଳନ ହୋଇପାରରିବ। ॥2॥
ਪਉੜੀ ॥ ପଉଡି ॥
ਸਦਾ ਸਦਾ ਤੂੰ ਏਕੁ ਹੈ ਤੁਧੁ ਦੂਜਾ ਖੇਲੁ ਰਚਾਇਆ ॥ ହେ ପ୍ରଭୁ! ତୁମେ ସର୍ବଦା ଏକ ଅଟ, ଅନ୍ୟ କ୍ରୀଡା ରୂପୀ ସଂସାର ତୁ ମାୟା ଦ୍ଵାରା ଜାତ କରିଅଛୁ।
ਹਉਮੈ ਗਰਬੁ ਉਪਾਇ ਕੈ ਲੋਭੁ ਅੰਤਰਿ ਜੰਤਾ ਪਾਇਆ ॥ ହେ ନାଥ! ତୁ ଅହଙ୍କାର ଏବଂ ମମତ୍ଵ ଜାତ କରି ପ୍ରାଣୀ ଭିତରେ ଲୋଭ ଇତ୍ୟାଦି ଅବଗୁଣ ରଖିଛନ୍ତି।
ਜਿਉ ਭਾਵੈ ਤਿਉ ਰਖੁ ਤੂ ਸਭ ਕਰੇ ਤੇਰਾ ਕਰਾਇਆ ॥ ହେ ସ୍ଵାମୀ! ତୋତେ ଯେଉଁ ଭଳି ଭଲ ଲାଗିଥାଏ, ସେହିପରି ଜୀବକୁ ରଖି ଥାଅ। ପ୍ରତ୍ଯେକ ପ୍ରାଣୀ ସେପରି ହିଁ କର୍ମ କରିଥାଏ ଯେପରି ତୁମେ କରାଉ ଥାଅ।
ਇਕਨਾ ਬਖਸਹਿ ਮੇਲਿ ਲੈਹਿ ਗੁਰਮਤੀ ਤੁਧੈ ਲਾਇਆ ॥ କିଛି ଜୀବକୁ ତୁ କ୍ଷମା କରି ନିଜ ସାଥିରେ ମିଳନ କରାଇଛୁ ଆଉ କିଛି ଜୀବକୁ ତୁ ହିଁ ଗୁରୁଙ୍କ ମତିରେ ଲଗାଇଛୁ।
ਇਕਿ ਖੜੇ ਕਰਹਿ ਤੇਰੀ ਚਾਕਰੀ ਵਿਣੁ ਨਾਵੈ ਹੋਰੁ ਨ ਭਾਇਆ ॥ କିଛି ତୋର ମନ୍ଦିରରେ ଦଣ୍ଡାୟମାନ ହୋଇ ଭକ୍ତି କରିଥାନ୍ତି। ନାମ ବ୍ଯତୀତ ସେମାନଙ୍କୁ କିଛି ମଧ୍ୟ ଭଲ ଲାଗେ ନାହିଁ।
ਹੋਰੁ ਕਾਰ ਵੇਕਾਰ ਹੈ ਇਕਿ ਸਚੀ ਕਾਰੈ ਲਾਇਆ ॥ କେତେ ଜଣଙ୍କୁ ତୁମେ ସତ୍ୟ କର୍ମରେ ଲଗାଇଛ। ତାଙ୍କ ପାଇଁ ଅନ୍ୟ କୌଣସି କର୍ମ ଲାଭହୀନ ଅଟେ।
ਪੁਤੁ ਕਲਤੁ ਕੁਟੰਬੁ ਹੈ ਇਕਿ ਅਲਿਪਤੁ ਰਹੇ ਜੋ ਤੁਧੁ ਭਾਇਆ ॥ ଯେଉଁ ପ୍ରାଣୀଙ୍କ କର୍ମ ତୋତେ ଲାଳାୟିତ କରିଅଛି, ସେ ପ୍ରାଣୀ ସ୍ତ୍ରୀ, ପୁତ୍ର ଏବଂ ପରିବାର ସହିତ ତଟସ୍ଥ ରହିଥାଏ।
ਓਹਿ ਅੰਦਰਹੁ ਬਾਹਰਹੁ ਨਿਰਮਲੇ ਸਚੈ ਨਾਇ ਸਮਾਇਆ ॥੩॥ ହେ ପ୍ରଭୁ! ଏପରି ବ୍ୟକ୍ତି ଭିତରୁ ଓ ବାହାରୁ ପବିତ୍ର ହୋଇଥାଏ ଆଉ ସେ ସତ୍ୟ ନାମରେ ଲୀନ ରହିଥାଏ। ॥3॥
ਸਲੋਕੁ ਮਃ ੧ ॥ ଶ୍ଳୋକ ମହଲା 1 ॥
ਸੁਇਨੇ ਕੈ ਪਰਬਤਿ ਗੁਫਾ ਕਰੀ ਕੈ ਪਾਣੀ ਪਇਆਲਿ ॥ ମୁଁ ସ୍ଵର୍ଗଲୋକ ଯାଇ ସୁନାର ପର୍ବତ ଉପରେ ରହିବା ପାଇଁ ଗୁମ୍ଫା ବନାଏ, ପାତାଳ ଲୋକ ଯାଇ ଜଳରେ ରହେ
ਕੈ ਵਿਚਿ ਧਰਤੀ ਕੈ ਆਕਾਸੀ ਉਰਧਿ ਰਹਾ ਸਿਰਿ ਭਾਰਿ ॥ ଧରିତ୍ରୀ ଅଥବା ଆକାଶର କୌଣସି ଲୋକରେ ଓଲଟି ରହି ତପସ୍ୟା କରେ,
ਪੁਰੁ ਕਰਿ ਕਾਇਆ ਕਪੜੁ ਪਹਿਰਾ ਧੋਵਾ ਸਦਾ ਕਾਰਿ ॥ ଶରୀରକୁ ସଂପୂର୍ଣ୍ଣ ସ୍ବଚ୍ଛ କରି ବସ୍ତ୍ର ପିନ୍ଧେ ଔ ସର୍ବଦା ହିଁ ଏହି କର୍ମ କରି ନିଜର ଶରୀର ଏବଂ ବସ୍ତ୍ରକୁ ସ୍ବଚ୍ଛ କରିଥାଏ,
ਬਗਾ ਰਤਾ ਪੀਅਲਾ ਕਾਲਾ ਬੇਦਾ ਕਰੀ ਪੁਕਾਰ ॥ ମୁଁ ଧଳା, ଲାଲ, ହଳଦିଆ ଏବଂ କଳା ବସ୍ତ୍ର ପିନ୍ଧି ଚାରି ବେଦକୁ ପାଠ କରେ,
ਹੋਇ ਕੁਚੀਲੁ ਰਹਾ ਮਲੁ ਧਾਰੀ ਦੁਰਮਤਿ ਮਤਿ ਵਿਕਾਰ ॥ ମୁଁ ମଳିନ ରହେ। ପରନ୍ତୁ, ଏହି ସବୁ କର୍ମ ଦୁର୍ବୁଦ୍ଧି କାରଣରୁ ବ୍ୟର୍ଥ ହୋଇଥାଏ।
ਨਾ ਹਉ ਨਾ ਮੈ ਨਾ ਹਉ ਹੋਵਾ ਨਾਨਕ ਸਬਦੁ ਵੀਚਾਰਿ ॥੧॥ ହେ ନାନକ! ମୁଁ କେବଳ ଶବ୍ଦର ଚିନ୍ତନ କରୁଅଛି, ଯାହା ବ୍ଯତୀତ ମୁଁ କୌଣସି ମୂଲ୍ୟର ନଥିଲି, ମୁଁ ନାହିଁ ଆଉ ନା ମୁଁ ହୋଇପାରିବି। ॥1॥
ਮਃ ੧ ॥ ମହଲା 1 ॥
ਵਸਤ੍ਰ ਪਖਾਲਿ ਪਖਾਲੇ ਕਾਇਆ ਆਪੇ ਸੰਜਮਿ ਹੋਵੈ ॥ ଯେଉଁ ବ୍ୟକ୍ତି ନିଜ ବସ୍ତ୍ର ଧୋଇ ଏବଂ ସ୍ନାନ କରି ସଂଯମୀ ବନିଥାଏ ,
ਅੰਤਰਿ ਮੈਲੁ ਲਗੀ ਨਹੀ ਜਾਣੈ ਬਾਹਰਹੁ ਮਲਿ ਮਲਿ ਧੋਵੈ ॥ ତାହାକୁ ନିଜ ମନରେ ଲାଗିଥିବା ଅହଂକାର ରୂପୀ ମଇଳାର ଜଣା ପଡେ ନାହିଁ ଆଉ ସେ ନିଜ ଶରୀରକୁ ବାହାରୁ ହିଁ ରଗଡି ରଗଡି ସ୍ବଚ୍ଛ କରୁଥାଏ।
ਅੰਧਾ ਭੂਲਿ ਪਇਆ ਜਮ ਜਾਲੇ ॥ ସେ ଜ୍ଞାନହୀନ ହୋଇଥାଏ ଆଉ କୁମାର୍ଗରେ ପଡି ଯମର ଜାଲରେ ଫସି ଯାଇଥାଏ।
ਵਸਤੁ ਪਰਾਈ ਅਪੁਨੀ ਕਰਿ ਜਾਨੈ ਹਉਮੈ ਵਿਚਿ ਦੁਖੁ ਘਾਲੇ ॥ ସେ ପରର ବସ୍ତୁକୁ ନିଜର ଭାବୁଥାଏ ଆଉ ଅହଂକାର ବଶତଃ ବଡ ଦୁଃଖ ସହିଥାଏ।
ਨਾਨਕ ਗੁਰਮੁਖਿ ਹਉਮੈ ਤੁਟੈ ਤਾ ਹਰਿ ਹਰਿ ਨਾਮੁ ਧਿਆਵੈ ॥ ହେ ନାନକ! ଯେବେ ଗୁରୁଙ୍କ ମାଧ୍ୟମରୁ ମନୁଷ୍ୟର ଅହଂକାର ନଷ୍ଟ ହୋଇଯାଏ, ସେତେବେଳେ, ସେ ହରି-ପରମେଶ୍ଵରଙ୍କ ନାମ ଧ୍ୟାନ କରିଥାଏ।
ਨਾਮੁ ਜਪੇ ਨਾਮੋ ਆਰਾਧੇ ਨਾਮੇ ਸੁਖਿ ਸਮਾਵੈ ॥੨॥ ସେ ନାମର ଜପ କରିଥାଏ, ନାମର ସ୍ମରଣ କରିଥାଏ ଆଉ ନାମ ଦ୍ଵାରା ସୁଖରେ ରହିଥାଏ। ॥2॥
ਪਵੜੀ ॥ ପଉଡି ॥
ਕਾਇਆ ਹੰਸਿ ਸੰਜੋਗੁ ਮੇਲਿ ਮਿਲਾਇਆ ॥ ଭଗବାନ ସଂଯୋଗ ବନାଇ ତନ ଏବଂ ଆତ୍ମାକୁ ମିଳନ କରାଇଛନ୍ତି।
ਤਿਨ ਹੀ ਕੀਆ ਵਿਜੋਗੁ ਜਿਨਿ ਉਪਾਇਆ ॥ ଯେଉଁ ପ୍ରଭୁ ତାହାର ରଚନା କରିଛନ୍ତି, ସେ ତାହାକୁ ବିଛେଦ କରାଇଛନ୍ତି।
ਮੂਰਖੁ ਭੋਗੇ ਭੋਗੁ ਦੁਖ ਸਬਾਇਆ ॥ ମୂର୍ଖ ପ୍ରାଣୀ ଭୋଗ ଭୋଗୁଥାଏ ଆଉ ସେହି ଭୋଗ ହିଁ ତାହାର ସବୁ ଦୁଃଖର କାରଣ ବନିଥାଏ।
ਸੁਖਹੁ ਉਠੇ ਰੋਗ ਪਾਪ ਕਮਾਇਆ ॥ ସେ ସୁଖର ଉପଲବ୍ଧି ପାଇଁ ପାପ କରିଥାଏ ଆଉ ସେହି ସୁଖ ଦ୍ଵାରା ତାହାର ଶରୀରରେ ରୋଗ ଉତ୍ପନ୍ନ ହୋଇଯାଏ।
ਹਰਖਹੁ ਸੋਗੁ ਵਿਜੋਗੁ ਉਪਾਇ ਖਪਾਇਆ ॥ ହର୍ଷରୁ ଶୋକ ତଥା ସଂଯୋଗରୁ ବିଯୋଗ ଆଉ ଜନ୍ମରୁ ମୃତ୍ୟୁ ଉତ୍ପନ୍ନ ହୋଇଥାଏ।
ਮੂਰਖ ਗਣਤ ਗਣਾਇ ਝਗੜਾ ਪਾਇਆ ॥ ମୂର୍ଖ ପ୍ରାଣୀ ଦୁଷ୍କର୍ମ ଗଣି ଗଣି ଜୀବନ-ମୃତ୍ୟୁର ବିବାଦ ଉତ୍ପନ୍ନ କରିଥାଏ ଅର୍ଥାତ ମୂର୍ଖ ଦୁଷ୍କର୍ମରେ ଫସି ଯାଇଥାଏ।
ਸਤਿਗੁਰ ਹਥਿ ਨਿਬੇੜੁ ਝਗੜੁ ਚੁਕਾਇਆ ॥ ନିର୍ଣ୍ଣୟ ସଦଗୁରୁଙ୍କ ହାତରେ ହିଁ ଅଛି , ଯିଏ ଏହି ବିବାଦକୁ ସମାପ୍ତ କରିଦେଇଥାନ୍ତି।
ਕਰਤਾ ਕਰੇ ਸੁ ਹੋਗੁ ਨ ਚਲੈ ਚਲਾਇਆ ॥੪॥ ସୃଷ୍ଟିକର୍ତ୍ତା ପ୍ରଭୁ ଯାହା କରିଥାନ୍ତି, ତାହାକିଛି ହିଁ ହୋଇଥାଏ ଆଉ ପ୍ରାଣୀ ଦେଉଥିବା ହୁକୁମ ଚାଲେ ନାହିଁ। ॥4॥
ਸਲੋਕੁ ਮਃ ੧ ॥ ଶ୍ଳୋକ ମହଲା 1 ॥
ਕੂੜੁ ਬੋਲਿ ਮੁਰਦਾਰੁ ਖਾਇ ॥ ଯେଉଁ ବ୍ୟକ୍ତି ମିଥ୍ୟା ବୋଲି ଅନ୍ୟର ଅଧିକା ର ଖାଇଥାଏ ସେ ମୁର୍ଦ୍ଦାରକୁ ଖାଇଥାଏ।


© 2017 SGGS ONLINE
error: Content is protected !!
Scroll to Top