Guru Granth Sahib Translation Project

guru granth sahib odia page-110

Page 110

ਸੇਵਾ ਸੁਰਤਿ ਸਬਦਿ ਚਿਤੁ ਲਾਏ ॥ ପୁଣି ସେହି ବ୍ୟକ୍ତି ପ୍ରଭୁଙ୍କ ସେବାରେ ନିଜ ମନ ଲଗାଇଥାଏ ଆଉ ନିଜ ମନ ଶବ୍ଦରେ ଯୋଡିଥାଏ।
ਹਉਮੈ ਮਾਰਿ ਸਦਾ ਸੁਖੁ ਪਾਇਆ ਮਾਇਆ ਮੋਹੁ ਚੁਕਾਵਣਿਆ ॥੧॥ ସେ ନିଜ ଅହଂକାରକୁ ତ୍ୟାଗ କରି ସର୍ବଦା ସୁଖ ପାଇଥାଏ ଆଉ ନି9ଯ ମାୟାର ମୋହକୁ ଦୂର କରିଦିଏ ॥1॥
ਹਉ ਵਾਰੀ ਜੀਉ ਵਾਰੀ ਸਤਿਗੁਰ ਕੈ ਬਲਿਹਾਰਣਿਆ ॥ ମୁଁ ନିଜ ସଦଗୁରୁଙ୍କ ପାଖରେ ତନ ଏବଂ ମନ ସହିତ ସମର୍ପିତ ଅଟେ,
ਗੁਰਮਤੀ ਪਰਗਾਸੁ ਹੋਆ ਜੀ ਅਨਦਿਨੁ ਹਰਿ ਗੁਣ ਗਾਵਣਿਆ ॥੧॥ ਰਹਾਉ ॥ କାରଣ ଗୁରୁଙ୍କ ମତି ଦ୍ଵାରା ତାହାଙ୍କ ହୃଦୟରେ ପ୍ରଭୁ ଜ୍ୟୋତିର ପ୍ରକାଶ ହୋଇଥାଏ। ସେହି ବ୍ୟକ୍ତି ପ୍ରତିଦିନ ଭଗବାନଙ୍କ ମହିମା-ସ୍ତୁତି କରୁଥାଏ ॥1॥ରୁହ॥
ਤਨੁ ਮਨੁ ਖੋਜੇ ਤਾ ਨਾਉ ਪਾਏ ॥ ଯେବେ ମନୁଷ୍ୟ ନିଜ ତନ ଏବଂ ମନରେ ହିଁ ତାହାଙ୍କୁ ଖୋଜିଥାଏ, ସେତେବେଳେ ତାହାକୁ ଈଶ୍ଵରଙ୍କ ନାମ ପ୍ରାପ୍ତ ହୋଇଯାଇଥାଏ।
ਧਾਵਤੁ ਰਾਖੈ ਠਾਕਿ ਰਹਾਏ ॥ ସେ ନିଜେ ପଥଭ୍ରଷ୍ଟ ମନକୁ ସ୍ଥିର କରିଥାଏ ଆଉ ତାହାକୁ ନିଜ ବଶରେ ରଖିଥାଏ।
ਗੁਰ ਕੀ ਬਾਣੀ ਅਨਦਿਨੁ ਗਾਵੈ ਸਹਜੇ ਭਗਤਿ ਕਰਾਵਣਿਆ ॥੨॥ ସେ ରାତି ଦିନ ଗୁରୁଙ୍କ ବାଣୀ ଗାନ କରିଥାଏ ଆଉ ସ୍ଵାଭାବିକ ଭାବରେ ହିଁ ପ୍ରଭୁଙ୍କ ଭକ୍ତିରେ ଲାଗିଥାଏ। ॥2॥
ਇਸੁ ਕਾਇਆ ਅੰਦਰਿ ਵਸਤੁ ਅਸੰਖਾ ॥ ଏହି ଶରୀରରେ ବିଦ୍ୟମାନ ଅନନ୍ତ ଗୁଣ ବାଲା ନାମ ରୂପୀ ବସ୍ତୁ ଯେବେ କାହାକୁ ମିଳିଯାଏ,
ਗੁਰਮੁਖਿ ਸਾਚੁ ਮਿਲੈ ਤਾ ਵੇਖਾ ॥ ତାହାହେଲେ ସେ ସତ୍ୟ ପ୍ରଭୁଙ୍କ ଦର୍ଶନ କରିଥାଏ।
ਨਉ ਦਰਵਾਜੇ ਦਸਵੈ ਮੁਕਤਾ ਅਨਹਦ ਸਬਦੁ ਵਜਾਵਣਿਆ ॥੩॥ ଶରୀର ରୂପୀ ଘରେ ଆଖି, କାନ, ନାକ, ମୁହଁ ଇତ୍ୟାଦି ନଅ ଦ୍ଵାର ଲାଗିଥାଏ। ଏହି ଏହି ଦ୍ଵାର ଦ୍ଵାରା ମନ ବାହାରେ ପଥଭ୍ରଷ୍ଟ ରହିଥାଏ। ଯେବେ ସେ ବିକାର ଏବଂ ମୋହ-ମାୟାରୁ ମୁକ୍ତ ହୋଇ ନିର୍ମଳ ହୋଇଯାଏ, ସେତେବେଳେ ସେ ଦଶମ ଦ୍ଵାରକୁ ଆସିଥାଏ। ପୁଣି, ନିର୍ମଳ ମନରେ ଅନାହତ ଶବ୍ଦ ବାଜିଥାଏ ॥3॥
ਸਚਾ ਸਾਹਿਬੁ ਸਚੀ ਨਾਈ ॥ ପରମାତ୍ମା ସର୍ବଦା ସତ୍ୟ ଅଟନ୍ତି ଏବଂ ତାହାଙ୍କ ମହିମା ମଧ୍ୟ ସତ୍ୟ ଅଟେ।
ਗੁਰ ਪਰਸਾਦੀ ਮੰਨਿ ਵਸਾਈ ॥ ଗୁରୁଙ୍କ କୃପାରୁ ହିଁ ପରମାତ୍ମା ମନରେ ନିବାସ କରିଥାନ୍ତି।
ਅਨਦਿਨੁ ਸਦਾ ਰਹੈ ਰੰਗਿ ਰਾਤਾ ਦਰਿ ਸਚੈ ਸੋਝੀ ਪਾਵਣਿਆ ॥੪॥ ତାପରେ, ବ୍ୟକ୍ତି ଦିନ ରାତି ପରମାତ୍ମାଙ୍କ ପ୍ରେମରେ ମଗ୍ନ ରହିଥାଏ ଆଉ ତାହାକୁ ସତ୍ୟ ଦରବାରର ଜ୍ଞାନ ହୋଇଯାଏ ॥4॥
ਪਾਪ ਪੁੰਨ ਕੀ ਸਾਰ ਨ ਜਾਣੀ ॥ ମନମୁଖ ପ୍ରାଣୀକୁ ପାପ ଏବଂ ପୂଣ୍ୟ ବିଷୟରେ ଜଣା ନ ଥାଏ।
ਦੂਜੈ ਲਾਗੀ ਭਰਮਿ ਭੁਲਾਣੀ ॥ ତାହାର ବୁଦ୍ଧି ମୋହ- ମାୟାରେ ମଗ୍ନ ହୋଇଯାଇଥାଏ, ଯାହାଦ୍ୱାରା ସେ ଭ୍ରମରେ ପଡି ପଥଭ୍ରଷ୍ଟ ହୋଇଥାଏ।
ਅਗਿਆਨੀ ਅੰਧਾ ਮਗੁ ਨ ਜਾਣੈ ਫਿਰਿ ਫਿਰਿ ਆਵਣ ਜਾਵਣਿਆ ॥੫॥ ମୋହ-ମାୟାରେ ଜ୍ଞାନହୀନ ମନମୁଖ ଭଗବାନଙ୍କ ମିଲନ୍ର ମାର୍ଗ ଜାଣି ନଥାଏ, ଯେଉଁ କାରଣରୁ ସେ ବାରମ୍ବାର ଜନ୍ମ ନେଇ ମରିଥାଏ ॥5॥
ਗੁਰ ਸੇਵਾ ਤੇ ਸਦਾ ਸੁਖੁ ਪਾਇਆ ॥ ଗୁରୁମୁଖ ଗୁରୁଙ୍କ ସେବା କରି ସର୍ବଦା ସୁଖ ପ୍ରାପ୍ତ କରିଥାଏ।
ਹਉਮੈ ਮੇਰਾ ਠਾਕਿ ਰਹਾਇਆ ॥ ସେ ଅହଂକାରକୁ ନଷ୍ଟ କରି ନିଜ ପଥଭ୍ରଷ୍ଟ ମନକୁ ବିକାର ଆଡକୁ ଯିବାକୁ ବାରଣ କରିଥାଏ।
ਗੁਰ ਸਾਖੀ ਮਿਟਿਆ ਅੰਧਿਆਰਾ ਬਜਰ ਕਪਾਟ ਖੁਲਾਵਣਿਆ ॥੬॥ ଗୁରୁଙ୍କ ଶିକ୍ଷା ଦ୍ଵାରା ତାହାର ଅଜ୍ଞାନତାର ଅନ୍ଧକାର ଦୂର ହୋଇଯାଏ ଆଉ ଭାରି କବାଟ ଖୋଲିଯାଇଥାଏ ॥6॥
ਹਉਮੈ ਮਾਰਿ ਮੰਨਿ ਵਸਾਇਆ ॥ ସେ ନିଜର ଅହଂକାର ଦୂର କରି ଭଗବାନଙ୍କୁ ନିଜ ମନରେ ବସାଇଥାଏ।
ਗੁਰ ਚਰਣੀ ਸਦਾ ਚਿਤੁ ਲਾਇਆ ॥ ତାପରେ, ସେ ନିଜ ଚିତ୍ତ ସର୍ବଦା ହିଁ ଗୁରୁଙ୍କ ଚରଣରେ ଲଗାଇ ରଖିଥାଏ।
ਗੁਰ ਕਿਰਪਾ ਤੇ ਮਨੁ ਤਨੁ ਨਿਰਮਲੁ ਨਿਰਮਲ ਨਾਮੁ ਧਿਆਵਣਿਆ ॥੭॥ ଗୁରୁଙ୍କ କୃପାରୁ ତାହାର ମନ ଏବଂ ତନ ନିର୍ମଳ ହୋଇଯାଏ ଓ ସେ ଭଗବାନଙ୍କ ନିର୍ମଳ ନାମର ସ୍ମରଣ କରୁଥାଏ ॥7॥
ਜੀਵਣੁ ਮਰਣਾ ਸਭੁ ਤੁਧੈ ਤਾਈ ॥ ହେ ପ୍ରଭୁ! ଜୀବର ଜନ୍ମ ଓ ମୃତ୍ୟୁ ତୁମ ଉପରେ ନିର୍ଭର କରେ
ਜਿਸੁ ਬਖਸੇ ਤਿਸੁ ਦੇ ਵਡਿਆਈ ॥ ଆଉ ହେ ପ୍ରଭୁ!ଆପଣ ତାହାକୁ ମହାନତା ପ୍ରଦାନ କରନ୍ତି, ଯାହାକୁ ତୁମେ କ୍ଷମା କରିଦେଇ ଥାଅ।
ਨਾਨਕ ਨਾਮੁ ਧਿਆਇ ਸਦਾ ਤੂੰ ਜੰਮਣੁ ਮਰਣੁ ਸਵਾਰਣਿਆ ॥੮॥੧॥੨॥ ହେ ନାନକ! ତୁ ସର୍ବଦା ହିଁ ପରମେଶ୍ଵରଙ୍କ ନାମର ଭଜନ କର, ଯିଏ ମନୁଷ୍ୟର ଜନ୍ମ ଓ ମୃତ୍ୟୁକୁ ସମ୍ଭାଳନ୍ତି ॥8॥1॥2॥
ਮਾਝ ਮਹਲਾ ੩ ॥ ମାଝ ମହଲା 3 ॥
ਮੇਰਾ ਪ੍ਰਭੁ ਨਿਰਮਲੁ ਅਗਮ ਅਪਾਰਾ ॥ ମୋର ନିର୍ମଳ ପ୍ରଭୁ ଅଗମ୍ୟ ଏବଂ ଅପାର ଅଟନ୍ତି।
ਬਿਨੁ ਤਕੜੀ ਤੋਲੈ ਸੰਸਾਰਾ ॥ ସେ ବିନା ତରାଜୁରେ ଜଗତକୁ ତଉଲିଥାଏ।
ਗੁਰਮੁਖਿ ਹੋਵੈ ਸੋਈ ਬੂਝੈ ਗੁਣ ਕਹਿ ਗੁਣੀ ਸਮਾਵਣਿਆ ॥੧॥ ଏହି ତଥ୍ୟକୁ ସେହି ବ୍ୟକ୍ତି ବୁଝିଥାଏ, ଯିଏ ଗୁରୁଙ୍କ ସାନ୍ନିଧ୍ୟରେ ରହିଥାଏ। ସେ ପ୍ରଭୁଙ୍କ ଗୁଣକୁ କହି କହି ସେଥିରେ ବିଲୀନ ହୋଇଯାଏ ॥1॥
ਹਉ ਵਾਰੀ ਜੀਉ ਵਾਰੀ ਹਰਿ ਕਾ ਨਾਮੁ ਮੰਨਿ ਵਸਾਵਣਿਆ ॥ ଯେଉ ବ୍ୟକ୍ତି ଭଗବାନଙ୍କ ନାମକୁ ନିଜ ହୃଦୟରେ ବସାଇଥାଏ, ମୋର ତନ – ମନ ତାହା ପାଖରେ ସମର୍ପିତ ଅଟେ।
ਜੋ ਸਚਿ ਲਾਗੇ ਸੇ ਅਨਦਿਨੁ ਜਾਗੇ ਦਰਿ ਸਚੈ ਸੋਭਾ ਪਾਵਣਿਆ ॥੧॥ ਰਹਾਉ ॥ ଯେଉଁ ବ୍ୟକ୍ତି ସତ୍ୟ ପ୍ରଭୁଙ୍କ ନାମ ସ୍ମରଣରେ ମଗ୍ନ ରହିଥାଏ, ସେ ରାତି ଦିନ ଜାଗି ରହିଥାଏ ଆଉ ସତ୍ୟ ଦରବାରରେ ବଡ ଶୋଭା ପାଇଥାଏ ॥1॥ରୁହ॥
ਆਪਿ ਸੁਣੈ ਤੈ ਆਪੇ ਵੇਖੈ ॥ ହେ ପ୍ରଭୁ! ତୁ ସ୍ଵୟଂ ହିଁ ସମସ୍ତ ଜୀବଙ୍କ ପ୍ରାର୍ଥନା ଶୁଣିଥାଉ ଆଉ ସ୍ଵୟଂ ହିଁ ତାହାକୁ ଦେଖିଥାଉ।
ਜਿਸ ਨੋ ਨਦਰਿ ਕਰੇ ਸੋਈ ਜਨੁ ਲੇਖੈ ॥ ଯାହା ଉପରେ ପ୍ରଭୁ ନିଜ କୃପା ଦୃଷ୍ଟି କରିଥାନ୍ତି, ସେହି ବ୍ୟକ୍ତି ପ୍ରଭୁଙ୍କ ଦରବାରରେ ସ୍ଵୀକୃତ ହୋଇଥାଏ।
ਆਪੇ ਲਾਇ ਲਏ ਸੋ ਲਾਗੈ ਗੁਰਮੁਖਿ ਸਚੁ ਕਮਾਵਣਿਆ ॥੨॥ ଯାହାକୁ ପ୍ରଭୁ ସ୍ଵୟଂ ହିଁ ନିଜ ସ୍ମରଣରେ ଲଗାଇଥାନ୍ତି, ସେହି ବ୍ୟକ୍ତି ତାହାଙ୍କ ସ୍ମରଣରେ ଲାଗିଥାଏ। ଗୁରୁମୁଖ ହିଁ ସତ୍ୟ ନାମର ସାଧନା କରିଥାଏ ॥2॥
ਜਿਸੁ ਆਪਿ ਭੁਲਾਏ ਸੁ ਕਿਥੈ ਹਥੁ ਪਾਏ ॥ ସେ କାହାର ଆଶ୍ରୟ ନେଇପାରିବ, ଯାହାଙ୍କୁ ପ୍ରଭୁ ସ୍ଵୟଂ ଭ୍ରମରେ ରଖିବେ?
ਪੂਰਬਿ ਲਿਖਿਆ ਸੁ ਮੇਟਣਾ ਨ ਜਾਏ ॥ ବିଧାତାର ବିଧାନକୁ ବଦଳାଯାଇ ପାରିବ ନାହିଁ, ଅର୍ଥାତ, ପୂର୍ବ ଜନ୍ମର ଲେଖା ବଦଳାଯାଇ ପାରିବ ନାହିଁ।
ਜਿਨ ਸਤਿਗੁਰੁ ਮਿਲਿਆ ਸੇ ਵਡਭਾਗੀ ਪੂਰੈ ਕਰਮਿ ਮਿਲਾਵਣਿਆ ॥੩॥ ସେହି ବ୍ୟକ୍ତି ବଡ ଭାଗ୍ୟଶାଳୀ ଅଟେ, ଯିଏ ସଦଗୁରୁଙ୍କୁ ପାଇଛି। ପୂର୍ଣ୍ଣ ଭାଗ୍ୟରୁ ହିଁ ସଦଗୁରୁ ମିଳିଥାନ୍ତି ॥3॥
ਪੇਈਅੜੈ ਧਨ ਅਨਦਿਨੁ ਸੁਤੀ ॥ ଜୀବ-ସ୍ତ୍ରୀ ନିଜ ବାପା ଘରେ (ଇହଲୋକରେ) ଦିନ ରାତି ଅଜ୍ଞାନତାରେ ନିଦ୍ରାମଗ୍ନ ରହିଥାଏ।
ਕੰਤਿ ਵਿਸਾਰੀ ਅਵਗਣਿ ਮੁਤੀ ॥ ତାହାର ପତି-ପ୍ରଭୁ ତାହାକୁ ବିସ୍ମୃତ କରିଦେଇଛନ୍ତି ଆଉ ଅବଗୁଣର କାରଣରୁ ସେ ତ୍ୟାଗ କରିଦେଇଛନ୍ତି।
ਅਨਦਿਨੁ ਸਦਾ ਫਿਰੈ ਬਿਲਲਾਦੀ ਬਿਨੁ ਪਿਰ ਨੀਦ ਨ ਪਾਵਣਿਆ ॥੪॥ ବିଳାପ କରିଥାଏ। ନିଜ ପତି-ପ୍ରଭୁଙ୍କ ବିନା ତାହାକୁ ସୁଖର ନିଦ୍ରା ଆସେ ନାହିଁ ॥4॥
ਪੇਈਅੜੈ ਸੁਖਦਾਤਾ ਜਾਤਾ ॥ ଗୁରୁମୁଖ ଜୀବ-ସ୍ତ୍ରୀ ନିଜ ବାପା ଘରେ (ଇହଲୋକରେ)ସୁଖଦାତା ପତି-ପ୍ରଭୁଙ୍କୁ ଜାଣି ଦେଇଛି।
ਹਉਮੈ ਮਾਰਿ ਗੁਰ ਸਬਦਿ ਪਛਾਤਾ ॥ ସେ ନିଜର ଅହଂକାର ତ୍ୟାଗ କରି ଗୁରୁଙ୍କ ଶବ୍ଦ ଦ୍ଵାରା ନିଜର ପତି-ପ୍ରଭୁଙ୍କୁ ଜାଣି ଦେଇଛି।
ਸੇਜ ਸੁਹਾਵੀ ਸਦਾ ਪਿਰੁ ਰਾਵੇ ਸਚੁ ਸੀਗਾਰੁ ਬਣਾਵਣਿਆ ॥੫॥ ସେ ସର୍ବଦା ସୁନ୍ଦର ଶଯ୍ୟାରେ ଶୟନ କରିଥାଏ ଆଉ ପତି-ପ୍ରଭୁଙ୍କ ସାଥିରେ ରମଣ କରିଥାଏ।ଏପରି ଜୀବ-ସ୍ତ୍ରୀ ପ୍ରଭୁଙ୍କ ସତ୍ୟ ନାମକୁ ନିଜର ଶୃଙ୍ଗାର ବନାଇଥାଏ ॥5॥


© 2025 SGGS ONLINE
error: Content is protected !!
Scroll to Top