Guru Granth Sahib Translation Project

guru granth sahib odia page-94

Page 94

ਰਾਗੁ ਮਾਝ ਚਉਪਦੇ ਘਰੁ ੧ ਮਹਲਾ ੪ ରାଗ ମାଝ ଚଉପଦ ଘରୁ 1 ମହଲା 4
ੴ ਸਤਿਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰ ਪ੍ਰਸਾਦਿ ॥ ସବୁର ମାଲିକ ଏକ ଅଟନ୍ତି, ତାହାର ନାମ ସତ୍ୟ ଅଟେ, ସେ ସୃଷ୍ଟିର ରଚନା କରିବା ବାଲା ସର୍ବଶକ୍ତିମାନ, ନିର୍ଭୟ, ଶତୃହୀନ, ଅକାଳପୁରୁଷ, ଅଯୋନି ଏବଂ ସ୍ଵୟଂଭୂ ଅଟନ୍ତି, ଯାହାଙ୍କ ଲବଧି ଗୁରୁଙ୍କ କୃପାରୁ ହୋଇଥାଏ।
ਹਰਿ ਹਰਿ ਨਾਮੁ ਮੈ ਹਰਿ ਮਨਿ ਭਾਇਆ ॥ ହରି-ପରମେଶ୍ଵର ଏବଂ ତାହାଙ୍କ ‘ ହରି-ହରି ‘ ନାମ ମୋର ମନରେ ଅତି ପ୍ରିୟ ଅଟେ।
ਵਡਭਾਗੀ ਹਰਿ ਨਾਮੁ ਧਿਆਇਆ ॥ ମୋର ସୌଭାଗ୍ୟ ଯେ ମୁଁ ହରିନାମର ସ୍ମରଣ କରୁଅଛି।
ਗੁਰਿ ਪੂਰੈ ਹਰਿ ਨਾਮ ਸਿਧਿ ਪਾਈ ਕੋ ਵਿਰਲਾ ਗੁਰਮਤਿ ਚਲੈ ਜੀਉ ॥੧॥ ହରିନାମର ସ୍ମରଣର ସିଦ୍ଧି ମୁଁ ପୂର୍ଣ୍ଣ ଗୁରୁଙ୍କ ଠାରୁ ପ୍ରାପ୍ତ କରିଛି; କୌଣସି ବିରଳ ପୁରୁଷ ହିନ ଗୁରୁଙ୍କ ମତିରେ ଚାଲିଥାଏ ॥1॥
ਮੈ ਹਰਿ ਹਰਿ ਖਰਚੁ ਲਇਆ ਬੰਨਿ ਪਲੈ ॥ ମୁଁ ପରଲୋକକୁ ଯିବା ପାଇଁ ଯାତ୍ରା ବ୍ୟୟ ପାଇଁ ହରିନାମର ଧନ ହୃଦୟରେ ବାନ୍ଧି ରଖିଛି।
ਮੇਰਾ ਪ੍ਰਾਣ ਸਖਾਈ ਸਦਾ ਨਾਲਿ ਚਲੈ ॥ ହରିନାମ ମୋର ପ୍ରାଣର ସାଥି ବନିଯାଇଛି ଆଉ ଏହା ସର୍ବଦା ହିଁ ମୋ’ ସାଥିରେ ରହିଥାଏ।
ਗੁਰਿ ਪੂਰੈ ਹਰਿ ਨਾਮੁ ਦਿੜਾਇਆ ਹਰਿ ਨਿਹਚਲੁ ਹਰਿ ਧਨੁ ਪਲੈ ਜੀਉ ॥੨॥ ପୂର୍ଣ୍ଣ ଗୁରୁ ମୋର ମନରେ ହରିନାମ ବାସ କରାଇଛନ୍ତି; ଏହି ହରି ଧନ ସର୍ବଦା ସ୍ଥିର ରହିଥାଏ; ଗୁରୁ ହରିନାମ ରୂପୀ ଧନ ମୋର ହୃଦୟରେ ରଖିଛନ୍ତି ॥2॥
ਹਰਿ ਹਰਿ ਸਜਣੁ ਮੇਰਾ ਪ੍ਰੀਤਮੁ ਰਾਇਆ ॥ ହରି-ପରମେଶ୍ଵର ମୋର ସଜ୍ଜନ ଏବଂ ପ୍ରିୟତମ ବାଦଶାହ ଅଟନ୍ତି।
ਕੋਈ ਆਣਿ ਮਿਲਾਵੈ ਮੇਰੇ ਪ੍ਰਾਣ ਜੀਵਾਇਆ ॥ କେହି ସନ୍ଥ ମହାପୁରୁଷ ଆସି ମୋତେ ହରିଙ୍କ ସହିତ ମିଳନ କରାଇ ଦିଅ, କାରଣ ସେ ମୋର ପ୍ରାଣର ଜୀବନ ଅଟନ୍ତି।
ਹਉ ਰਹਿ ਨ ਸਕਾ ਬਿਨੁ ਦੇਖੇ ਪ੍ਰੀਤਮਾ ਮੈ ਨੀਰੁ ਵਹੇ ਵਹਿ ਚਲੈ ਜੀਉ ॥੩॥ ହେ ମୋର ମା’! ମୁଁ ନିଜର ପ୍ରିୟତମର ଦର୍ଶନ ବିନା ରହିପାରିବି ନାହିଁ, ମୋର ନେତ୍ରରୁ ଅଶ୍ରୁ ବହୁଅଛି ॥3॥
ਸਤਿਗੁਰੁ ਮਿਤ੍ਰੁ ਮੇਰਾ ਬਾਲ ਸਖਾਈ ॥ ସଦଗୁରୁ ମୋର ମିତ୍ର ଅଟନ୍ତି ଏବଂ ମୋର ପିଲାଦିନ ସାଥି ଅଟନ୍ତି।
ਹਉ ਰਹਿ ਨ ਸਕਾ ਬਿਨੁ ਦੇਖੇ ਮੇਰੀ ਮਾਈ ॥ ହେ ମୋର ମା’! ମୁଁ ତାଙ୍କରି ଦର୍ଶନରୁ ବଞ୍ଚିତ ହେଲେ ଜୀବିତ ରହିପାରିବି ନାହିଁ।
ਹਰਿ ਜੀਉ ਕ੍ਰਿਪਾ ਕਰਹੁ ਗੁਰੁ ਮੇਲਹੁ ਜਨ ਨਾਨਕ ਹਰਿ ਧਨੁ ਪਲੈ ਜੀਉ ॥੪॥੧॥ ହେ ହରି! ମୋତେ କୃପା କର ଆଉ ମୋତେ ଗୁରୁଙ୍କ ସହିତ ମିଳନ କରାଇ ଦିଅ; ହେ ନାନକ! ଗୁରୁ ହରିନାମ ରୂପୀ ଧନ ମୋର ହୃଦୟରେ ରଖିଦେବେ ॥4॥1॥
ਮਾਝ ਮਹਲਾ ੪ ॥ ମାଝ ମହଲା 4 ॥
ਮਧੁਸੂਦਨ ਮੇਰੇ ਮਨ ਤਨ ਪ੍ਰਾਨਾ ॥ ହେ ମଧୁସୂଦନ! ତୁ ହିଁ ମୋର ମନ, ତନ ଏବଂ ପ୍ରାଣ ଅଟ,
ਹਉ ਹਰਿ ਬਿਨੁ ਦੂਜਾ ਅਵਰੁ ਨ ਜਾਨਾ ॥ କାରଣ ହରିଙ୍କ ବ୍ୟତୀତ ମୁଁ ଆଉ କାହାକୁ ଜାଣେ ନାହିଁ।
ਕੋਈ ਸਜਣੁ ਸੰਤੁ ਮਿਲੈ ਵਡਭਾਗੀ ਮੈ ਹਰਿ ਪ੍ਰਭੁ ਪਿਆਰਾ ਦਸੈ ਜੀਉ ॥੧॥ ଭାଗ୍ୟରୁ ଯଦି କୌଣସି ସଜ୍ଜନ ସନ୍ଥ ମୋତେ ମିଳି ଯାଆନ୍ତି , ତାହାହେଲେ ମୋତେ ମୋର ପ୍ରିୟତମ ହରି-ପ୍ରଭୁଙ୍କ ମାର୍ଗ ଦର୍ଶନ କରିବେ। ॥1॥
ਹਉ ਮਨੁ ਤਨੁ ਖੋਜੀ ਭਾਲਿ ਭਾਲਾਈ ॥ ମୁଁ ନିଜ ମନ ଏବଂ ତନର ସନ୍ଧାନ କରିବା ସହିତ ସେହି ପରମେଶ୍ଵରଙ୍କୁ ଖୋଜୁଛି।
ਕਿਉ ਪਿਆਰਾ ਪ੍ਰੀਤਮੁ ਮਿਲੈ ਮੇਰੀ ਮਾਈ ॥ ହେ ମୋର ମା’! ମୋର ପ୍ରିୟତମ ପ୍ରଭୁ କିପରି ମିଳିବେ?
ਮਿਲਿ ਸਤਸੰਗਤਿ ਖੋਜੁ ਦਸਾਈ ਵਿਚਿ ਸੰਗਤਿ ਹਰਿ ਪ੍ਰਭੁ ਵਸੈ ਜੀਉ ॥੨॥ ସନ୍ଥଙ୍କ ସଙ୍ଗତିରେ ରହି ମୁଁ ସେହି ଈଶ୍ଵରଙ୍କ ଠିକଣା ପଚାରୁଛି କାରଣ ସନ୍ଥଙ୍କ ସଙ୍ଗତି ମଧ୍ୟରେ ହରି-ପ୍ରଭୁଙ୍କ ନିବାସ ଅଟେ। ॥2॥
ਮੇਰਾ ਪਿਆਰਾ ਪ੍ਰੀਤਮੁ ਸਤਿਗੁਰੁ ਰਖਵਾਲਾ ॥ ହେ ପ୍ରଭୁ! ମୋତେ ମୋର ପ୍ରିୟତମ ସଦଗୁରୁଙ୍କ ସହିତ ମିଳନ କରାଇ ଦିଅ, ଯିଏ ମୋର ରକ୍ଷକ ଅଟନ୍ତି।
ਹਮ ਬਾਰਿਕ ਦੀਨ ਕਰਹੁ ਪ੍ਰਤਿਪਾਲਾ ॥ ମୁଁ ଏକ ବିବଶ ବାଳକ ଅଟେ, ମୋର ପାଳନ ପୋଷଣ କରନ୍ତୁ।
ਮੇਰਾ ਮਾਤ ਪਿਤਾ ਗੁਰੁ ਸਤਿਗੁਰੁ ਪੂਰਾ ਗੁਰ ਜਲ ਮਿਲਿ ਕਮਲੁ ਵਿਗਸੈ ਜੀਉ ॥੩॥ ପୂର୍ଣ୍ଣ ସଦଗୁରୁ ହିଁ ମୋର ମାତା-ପିତା ଅଟନ୍ତି, ତାହାଙ୍କ ଦର୍ଶନ ରୂପୀ ଜଳର ମିଳନ ଦ୍ଵାରା ହୃଦୟ ରୂପୀ ପଦ୍ମ ପ୍ରଫୁଲ୍ଲିତ ହୋଇଯାଏ। ॥3॥
ਮੈ ਬਿਨੁ ਗੁਰ ਦੇਖੇ ਨੀਦ ਨ ਆਵੈ ॥ ଗୁରୁଙ୍କ ଦର୍ଶନ ବିନା ମୋତେ ନିଦ ଆସେ ନାହିଁ।
ਮੇਰੇ ਮਨ ਤਨਿ ਵੇਦਨ ਗੁਰ ਬਿਰਹੁ ਲਗਾਵੈ ॥ କାରଣ ମୋର ମନ ଏବଂ ତନ ଗୁରୁଙ୍କ ବିରହର ପୀଡା ସହିଥାଏ।
ਹਰਿ ਹਰਿ ਦਇਆ ਕਰਹੁ ਗੁਰੁ ਮੇਲਹੁ ਜਨ ਨਾਨਕ ਗੁਰ ਮਿਲਿ ਰਹਸੈ ਜੀਉ ॥੪॥੨॥ ହେ ହରି-ପ୍ରଭୁ! ମୋତେ ଦୟା କର ଆଉ ମୋର ଗୁରୁଙ୍କ ସହିତ ମିଳନ କରାଇ ଦିଅ, ଗୁରୁଙ୍କ ମିଳନ ଦ୍ଵାରା ଦାସ ନାନକ ଆନନ୍ଦିତ ହୋଇଯିବ ॥4॥2॥


© 2025 SGGS ONLINE
error: Content is protected !!
Scroll to Top