Guru Granth Sahib Translation Project

guru granth sahib odia page-93

Page 93

ਸ੍ਰੀਰਾਗ ਬਾਣੀ ਭਗਤ ਬੇਣੀ ਜੀਉ ਕੀ ॥ ଶ୍ରୀ ରାଗ ବାଣୀ ଭଗତ ବେଣୀ ଜି ॥
ਪਹਰਿਆ ਕੈ ਘਰਿ ਗਾਵਣਾ ॥ (ପ୍ରସ୍ତୁତ ପଦକୁ ପହରେ ବାଣୀର ସ୍ଵରରେ ଗାନ କରିବାର ଆଦେଶ ଦିଆଯାଇଛି)
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାକୁ ସଦଗୁରୁଙ୍କ କୃପା ଦ୍ଵାରା ପାଇପାରିବା।
ਰੇ ਨਰ ਗਰਭ ਕੁੰਡਲ ਜਬ ਆਛਤ ਉਰਧ ਧਿਆਨ ਲਿਵ ਲਾਗਾ ॥ ହେ ମାନବ! ଯେବେ ତୁମ ମାତୃ ଗର୍ଭରେ ଥିଲ ମୁଣ୍ଡର ବଳରେ ଠିଆ ହୋଇ ଈଶ୍ଵରଙ୍କ ସ୍ମରଣରେ ଲୀନ ଥିଲ।
ਮਿਰਤਕ ਪਿੰਡਿ ਪਦ ਮਦ ਨਾ ਅਹਿਨਿਸਿ ਏਕੁ ਅਗਿਆਨ ਸੁ ਨਾਗਾ ॥ ସେହି ସମୟରେ ତୋତେ ପାର୍ଥିବ ଦେହର ଗାରିମାର ଅହଂକାର ନ ଥିଲା ଆଉ ଅଜ୍ଞାନ ଏବଂ ପୂର୍ଣ୍ଣ ବିହୀନ ହେବା କାରଣରୁ ତୁମେ ଦିନ ରାତି ଏକ ହରିଙ୍କ ଆରାଧନା କରୁଥିଲ।
ਤੇ ਦਿਨ ਸੰਮਲੁ ਕਸਟ ਮਹਾ ਦੁਖ ਅਬ ਚਿਤੁ ਅਧਿਕ ਪਸਾਰਿਆ ॥ କଷ୍ଟ ଏବଂ ଦୁଃଖର ସେହି ଦିନ ସ୍ମରଣ କର, ଏବେ ତୁମେ ନିଜ ମନର ଜାଲକୁ ଅତ୍ୟଧିକ ବିସ୍ତାର କରିଦେଇଛ।
ਗਰਭ ਛੋਡਿ ਮ੍ਰਿਤ ਮੰਡਲ ਆਇਆ ਤਉ ਨਰਹਰਿ ਮਨਹੁ ਬਿਸਾਰਿਆ ॥੧॥ ଯେବେ ଗର୍ଭକୁ ତ୍ୟାଗ କରି ତୁ ଏହି ନଶ୍ଵର ସଂସାରରେ ଆସିଛୁ, ସେତେବେଳ ଠାରୁ ତୁ ହେ ମାନବ! ଈଶ୍ଵରଙ୍କୁ ନିଜ ମନରୁ ବିସ୍ମୃତ କରିଦେଇଛ ॥1॥
ਫਿਰਿ ਪਛੁਤਾਵਹਿਗਾ ਮੂੜਿਆ ਤੂੰ ਕਵਨ ਕੁਮਤਿ ਭ੍ਰਮਿ ਲਾਗਾ ॥ ହେ ମୂର୍ଖ! ତୁମକୁ ପୁଣି ପଶ୍ଚାତାପ କରିବାକୁ ପଡିବ, ଭ୍ରମରେ ପଡି କାହିଁକି ତୁମେ କୁମତି କରୁଛ?
ਚੇਤਿ ਰਾਮੁ ਨਾਹੀ ਜਮ ਪੁਰਿ ਜਾਹਿਗਾ ਜਨੁ ਬਿਚਰੈ ਅਨਰਾਧਾ ॥੧॥ ਰਹਾਉ ॥ ରାମଙ୍କ ଚିନ୍ତନ କର, ଅନ୍ୟଥା ଯମପୁରୀ ଯିବ, ହେ ମାନବ! ମୂର୍ଖ ଭଳି କାହିଁକି ପଥଭ୍ରଷ୍ଟ ହେଉଛ? ॥1॥ରୁହ॥
ਬਾਲ ਬਿਨੋਦ ਚਿੰਦ ਰਸ ਲਾਗਾ ਖਿਨੁ ਖਿਨੁ ਮੋਹਿ ਬਿਆਪੈ ॥ ତୁ ନିଜ ପିଲାଦିନେ ମନପସନ୍ଦ କ୍ରିଡା-ବିନୋଦ ସ୍ଵାଦରେ ଲୀନ ରହିଛ, ତୁମକୁ ପ୍ରତି କ୍ଷଣରେ ତାହାର ମୋହ ବଢାଉଥିଲ।
ਰਸੁ ਮਿਸੁ ਮੇਧੁ ਅੰਮ੍ਰਿਤੁ ਬਿਖੁ ਚਾਖੀ ਤਉ ਪੰਚ ਪ੍ਰਗਟ ਸੰਤਾਪੈ ॥ ଏବେ ଯୁବାବସ୍ଥାରେ ତୁ ବିଷ ମାୟାର ରସକୁ ପବିତ୍ର ଭାବି ଭୋଗ କରୁଛ; ଏଥିପାଇଁ, କାମ, କ୍ରୋଧ, ଲୋବ, ମୋହ ଏବଂ ଅହଂକାର ପାଞ୍ଚ ବିକାର ତୋତେ ଦୁଃଖୀ କରୁଛନ୍ତି।
ਜਪੁ ਤਪੁ ਸੰਜਮੁ ਛੋਡਿ ਸੁਕ੍ਰਿਤ ਮਤਿ ਰਾਮ ਨਾਮੁ ਨ ਅਰਾਧਿਆ ॥ ତୁ ଜପ, ତପ, ସଂଯମ ଏବଂ ଶୁଭ କର୍ମ ବାଲା ବୁଦ୍ଧି ଛାଡି ଦେଇଛ; ତୁ ରାମ ନାମର ଆରାଧନା ମଧ୍ୟ କରୁ ନାହୁ।
ਉਛਲਿਆ ਕਾਮੁ ਕਾਲ ਮਤਿ ਲਾਗੀ ਤਉ ਆਨਿ ਸਕਤਿ ਗਲਿ ਬਾਂਧਿਆ ॥੨॥ ତୋର ଅନ୍ତଃ ମନରେ କାମବାସନା ତରଙ୍ଗାୟିତ ହେଉଛି; ତୋତେ କାଳ ରୂପୀ ବୁଦ୍ଧି ଲାଗିଯାଇଛି, ଏବେ ତୁ କାମପିପାସା ପାଇଁ ସ୍ତ୍ରୀକୁ ଆଣି ନିଜ ଗଳାରେ ଲଗାଇଛୁ ॥2॥
ਤਰੁਣ ਤੇਜੁ ਪਰ ਤ੍ਰਿਅ ਮੁਖੁ ਜੋਹਹਿ ਸਰੁ ਅਪਸਰੁ ਨ ਪਛਾਣਿਆ ॥ ଯୌବନର ଜୋସରେ ତୁ ପର ନାରୀକୁ ଦେଖୁଅଛୁ ଆଉ ଭଲ ମନ୍ଦ ଜାଣିପାରୁ ନାହୁ।
ਉਨਮਤ ਕਾਮਿ ਮਹਾ ਬਿਖੁ ਭੂਲੈ ਪਾਪੁ ਪੁੰਨੁ ਨ ਪਛਾਨਿਆ ॥ ତୁ କମବାସନାରେ ଏମଜିଏନ ରହି ବିଷ ର୍ପୀ ପ୍ରବଳ ମାୟାର ମୋହରେ ଫସି ପଥଭ୍ରଷ୍ଟ ରହିଥାଏ; ପୁଣି ତୁ ପାପ ଏବଂ ପୁଣ୍ୟକୁ ଚିହ୍ନି ପାରୁନାହୁ।
ਸੁਤ ਸੰਪਤਿ ਦੇਖਿ ਇਹੁ ਮਨੁ ਗਰਬਿਆ ਰਾਮੁ ਰਿਦੈ ਤੇ ਖੋਇਆ ॥ ନିଜ ପୁତ୍ର ଏବଂ ସମ୍ପତ୍ତି ଦେଖି ତୋର ଏହି ମନ ଅହଂକାରୀ ହୋଇଯାଇଛି ଆଉ ନିଜ ହୃଦୟରୁ ତୁ ରାମକୁ ବିସ୍ମୃତ କରିଦେଇଛୁ।
ਅਵਰ ਮਰਤ ਮਾਇਆ ਮਨੁ ਤੋਲੇ ਤਉ ਭਗ ਮੁਖਿ ਜਨਮੁ ਵਿਗੋਇਆ ॥੩॥ ସମ୍ବନ୍ଧୀୟର ମୃତ୍ୟୁରେ ତୁ ନିଜ ମନରେ ଭାବୁ ଯେ ତୋତେ ତାହାର କେତେ ଧାନ ପ୍ରାପ୍ତ ହେବ, ହେ ମାନବ! ସୌଭାଗ୍ୟରୁ ମିଳିଥିବା ନିଜର ଅମୂଲ୍ୟ ଜୀବନକୁ ତୁ ବ୍ୟର୍ଥରେ ହରାଇ ଦେଉଛୁ। ॥3॥
ਪੁੰਡਰ ਕੇਸ ਕੁਸਮ ਤੇ ਧਉਲੇ ਸਪਤ ਪਾਤਾਲ ਕੀ ਬਾਣੀ ॥ ବୃଦ୍ଧାବସ୍ଥାରେ ତୋର ବାଲ ମଲ୍ଲି ଫୁଲ ଠାରୁ ମଧ୍ୟ ଅଧିକ ଧବଳ ହୋଇଛି ଆଉ ତୋର ବାଣୀ ଏତେ ଧୀର ହୋଇଯାଇଛି, ଯେପରି ତାହା ସପ୍ତମ ଲୋକରୁ ଆସୁଛି।
ਲੋਚਨ ਸ੍ਰਮਹਿ ਬੁਧਿ ਬਲ ਨਾਠੀ ਤਾ ਕਾਮੁ ਪਵਸਿ ਮਾਧਾਣੀ ॥ ତୋର ନେତ୍ରରୁ ଜଳ ବହୁଛି; ତୋର ବୁଦ୍ଧି ଏବଂ ବଳ ଶରୀରରୁ ଲୁପ୍ତ ହୋଇଯାଇଛି; ଏପରି ଅବସ୍ଥାରେ କାମ ତୋର ମନରୁ ଏପରି ମନ୍ଥନ କରୁଛି , ଯେପରି କ୍ଷୀରକୁ ମନ୍ଥନ କରାଯାଏ।
ਤਾ ਤੇ ਬਿਖੈ ਭਈ ਮਤਿ ਪਾਵਸਿ ਕਾਇਆ ਕਮਲੁ ਕੁਮਲਾਣਾ ॥ ଏଥିପାଇଁ, ତୋର ବୁଦ୍ଧି ବିକାରଗ୍ରସ୍ତ ହୋଇଯାଇଛି; ତୋର ଶରୀର ଶୁଖିଯାଇ ଫୁଲ ଭଳି ହୋଇଯାଇଛି।
ਅਵਗਤਿ ਬਾਣਿ ਛੋਡਿ ਮ੍ਰਿਤ ਮੰਡਲਿ ਤਉ ਪਾਛੈ ਪਛੁਤਾਣਾ ॥੪॥ ତୁମେ ଅଲକ୍ଷ୍ୟ ପ୍ରଭୁଙ୍କ ବାଣୀକୁ ଛାଡି ନଶ୍ଵର ଜଗତର କାର୍ଯ୍ୟରେ ଲୀନ ହୋଇଛ, ପରେ ତୁମେ ପଶ୍ଚାତାପ କରିବ ॥4॥
ਨਿਕੁਟੀ ਦੇਹ ਦੇਖਿ ਧੁਨਿ ਉਪਜੈ ਮਾਨ ਕਰਤ ਨਹੀ ਬੂਝੈ ॥ ଛୋଟ ଛୋଟ ପିଲାଙ୍କୁ ଦେଖି ତୋର ମନରେ ବଡ ପ୍ରେମ ଉତ୍ପର୍ଣ୍ଣ ହୋଇଥାଏ ଆଉ ତାହାକୁ ନେଇ ଗର୍ବ କରୁଅଛୁ, ପରନ୍ତୁ, ତୁ ଇଶ୍ଵରଙ୍କ ବିଷୟରେ କୌଣସି ଜ୍ଞାନ ପ୍ରାପ୍ତ କରିନାହୁ।
ਲਾਲਚੁ ਕਰੈ ਜੀਵਨ ਪਦ ਕਾਰਨ ਲੋਚਨ ਕਛੂ ਨ ਸੂਝੈ ॥ ତୋର ନେତ୍ରରେ କିଛି ମଧ୍ୟ ଦେଖା ନ ଦେଇପାରେ, ତଥାପି ତୁ ଦୀର୍ଘ ଆୟୁର ଲାଳସା କରୁଛୁ।
ਥਾਕਾ ਤੇਜੁ ਉਡਿਆ ਮਨੁ ਪੰਖੀ ਘਰਿ ਆਂਗਨਿ ਨ ਸੁਖਾਈ ॥ ଶେଷରେ ଶରୀର କାମ କରିବା ଦ୍ଵାରା ଥକିଯାଏ ଆଉ ମନ ରୂପୀ ପକ୍ଷୀ ଶରୀର ରୂପୀ ପଞ୍ଜୁରୀରୁ ଉଡିଯାଏ।ଘରର ଅଗଣାରେ ପଡିଥିବା ମୃତ ଶରୀର କାହାକୁ ଭଲ ଲାଗେ ନାହିଁ।
ਬੇਣੀ ਕਹੈ ਸੁਨਹੁ ਰੇ ਭਗਤਹੁ ਮਰਨ ਮੁਕਤਿ ਕਿਨਿ ਪਾਈ ॥੫॥ ଭଗତ ବେଣୀଜୀ କହନ୍ତି, ହେ ଭକ୍ତ! ଶୁଣ, ମୃତ୍ୟୁର ପାଶ୍ଚାତ କେହି ମଧ୍ୟ ମୁକ୍ତି ପ୍ରାପ୍ତ କରିନାହିଁ ॥5॥
ਸਿਰੀਰਾਗੁ ॥ ସିରିରାଗ॥
ਤੋਹੀ ਮੋਹੀ ਮੋਹੀ ਤੋਹੀ ਅੰਤਰੁ ਕੈਸਾ ॥ ହେ ପ୍ରଭୁ! ତୁ ହିଁ ମୁଁ ଆଉ ମୁଁ ହିଁ ତୁମେ ଅଟ; ତୋର ଆଉ ମୋର ମଧ୍ୟରେ କିଛି ଅନ୍ତର ନାହିଁ।
ਕਨਕ ਕਟਿਕ ਜਲ ਤਰੰਗ ਜੈਸਾ ॥੧॥ ସେହି ଅନ୍ତର ଏପରି ଅଟେ ଯେପରି ସ୍ଵର୍ଣ୍ଣ ଏବଂ ସ୍ଵର୍ଣ୍ଣରୁ ବନିଥିବା ଆଭୂଷଣର ଅଟେ; ଯେପରି ଜଳ ଏବଂ ତାହାର ଲହଡିରେ ଥାଏ, ସେପରି ହିଁ ପ୍ରାଣୀ ଆଉ ଇଶ୍ଵର ଅଟନ୍ତି। ॥1॥
ਜਉ ਪੈ ਹਮ ਨ ਪਾਪ ਕਰੰਤਾ ਅਹੇ ਅਨੰਤਾ ॥ ହେ ଅନନ୍ତ ପରମେଶ୍ଵର! ଯଦି ମୁଁ ପାପ କରିନଥାନ୍ତି;
ਪਤਿਤ ਪਾਵਨ ਨਾਮੁ ਕੈਸੇ ਹੁੰਤਾ ॥੧॥ ਰਹਾਉ ॥ ତାହାହେଲେ ତୋର ପତିତପାବନ ନାମ କିପରି ହୋଇଥାନ୍ତା? ॥1॥ରୁହ॥
ਤੁਮ੍ਹ੍ਹ ਜੁ ਨਾਇਕ ਆਛਹੁ ਅੰਤਰਜਾਮੀ ॥ ହେ ଅନ୍ତର୍ଯାମୀ ପ୍ରଭୁ! ତୋତେ ଜଗତର ସ୍ଵାମୀ କୁହାଯାଏ।
ਪ੍ਰਭ ਤੇ ਜਨੁ ਜਾਨੀਜੈ ਜਨ ਤੇ ਸੁਆਮੀ ॥੨॥ ପ୍ରଭୁଙ୍କ ସହିତ ତାଙ୍କରି ଦାସର ଏବଂ ଦାସ ସହିତ ତାଙ୍କର ସ୍ବାମୀର ପରିଚୟ ହୋଇଯାଏ ॥2॥
ਸਰੀਰੁ ਆਰਾਧੈ ਮੋ ਕਉ ਬੀਚਾਰੁ ਦੇਹੂ ॥ ହେ ପ୍ରଭୁ! ମୋତେ ଏହି ଜ୍ଞାନ ଦିଅ ଯେ, ଯେ ପର୍ଯ୍ୟନ୍ତ ମୋର ଏହି ଶରୀର ଅଛି, ସେ ପର୍ଯ୍ୟନ୍ତ ମୁଁ ତୋର ନାମ ସ୍ମରଣ କରୁଥିବି।
ਰਵਿਦਾਸ ਸਮ ਦਲ ਸਮਝਾਵੈ ਕੋਊ ॥੩॥ ଭକ୍ତ ରବି ଦାସ ଜୀ କହନ୍ତି ଯେ ହେ ପ୍ରଭୁ! ମୋର ଏହି କାମନା ଯେ କେହି ମହାପୁରୁଷ ଆସି ମୋତେ ଏହି ଜ୍ଞାନ ଦିଅନ୍ତୁ ଯେ ତୁ ସବୁ ସ୍ଥାନରେ ବିଦ୍ୟମାନ ଅଟୁ। ॥3॥


© 2017 SGGS ONLINE
Scroll to Top