Guru Granth Sahib Translation Project

guru granth sahib odia page-85

Page 85

ਨਾਨਕ ਗੁਰਮੁਖਿ ਉਬਰੇ ਸਾਚਾ ਨਾਮੁ ਸਮਾਲਿ ॥੧॥ ମୋହ ମାୟାରେ ଫସି ସମସ୍ତେ ଦୁଃଖ ହିଁ ପ୍ରାପ୍ତ କରିଛନ୍ତି। ଯମଦୂତ ସମସ୍ତଙ୍କୁ ପ୍ରତାଡିତ କରେ।
ਮਃ ੧ ॥ ମହଲା 1 ॥
ਗਲੀ ਅਸੀ ਚੰਗੀਆ ਆਚਾਰੀ ਬੁਰੀਆਹ ॥ କଥାରେ ଆମେ ଉତ୍ତମ ବିଚାର ବ୍ୟକ୍ତ କରୁ, ପରନ୍ତୁ, ଆଚରଣରେ ଅପବିତ୍ର ଅଟେ।
ਮਨਹੁ ਕੁਸੁਧਾ ਕਾਲੀਆ ਬਾਹਰਿ ਚਿਟਵੀਆਹ ॥ ମନରେ ଆମେ ଅଶୁଦ୍ଧ ଓ ମଳିନ ଅଟୁ, ପରନ୍ତୁ, ବାହ୍ୟ ବେଶଭୂଷାରେ ଧବଳ ଦେଖାଯାଉଛୁ।
ਰੀਸਾ ਕਰਿਹ ਤਿਨਾੜੀਆ ਜੋ ਸੇਵਹਿ ਦਰੁ ਖੜੀਆਹ ॥ ଆମେ ତାହାରି ଅନୁକରଣ କରୁ, ଯିଏ ପ୍ରଭୁଙ୍କ ଦ୍ଵାରରେ ତାଙ୍କରି ସେବାରେ ମଗ୍ନ ରହିଥାଏ।
ਨਾਲਿ ਖਸਮੈ ਰਤੀਆ ਮਾਣਹਿ ਸੁਖਿ ਰਲੀਆਹ ॥ କିନ୍ତୁ, ସେ ନିଜ ପତି-ପରମେଶ୍ଵରଙ୍କ ରଙ୍ଗରେ ଲୀନ ଥାଏ ଆଉ ସୁଖ ଓ ଆନନ୍ଦ ଭୋଗିଥାଏ।
ਹੋਦੈ ਤਾਣਿ ਨਿਤਾਣੀਆ ਰਹਹਿ ਨਿਮਾਨਣੀਆਹ ॥ ସେ ସଶକ୍ତ ହୋଇ ମଧ୍ୟ ବିନୀତ ହୋଇ ସର୍ବଦା ଦୀନ ଓ ନମ୍ର ହୋଇଥାଏ।
ਨਾਨਕ ਜਨਮੁ ਸਕਾਰਥਾ ਜੇ ਤਿਨ ਕੈ ਸੰਗਿ ਮਿਲਾਹ ॥੨॥ ହେ ନାନକ! ଆମର ଜୀବନ ସେତେବେଳେ ସଫଳ ହୋଇପାରେ, ଯେତେବେଳେ ଆମେ ସେହି ମୁକ୍ତ ଆତ୍ମାଙ୍କ ସାଥିରେ ସଙ୍ଗତି କରୁ ॥2॥
ਪਉੜੀ ॥ ପଉଡି ॥
ਤੂੰ ਆਪੇ ਜਲੁ ਮੀਨਾ ਹੈ ਆਪੇ ਆਪੇ ਹੀ ਆਪਿ ਜਾਲੁ ॥ ହେ ଜଗତର ସ୍ଵାମୀ! ତୁମେ ସ୍ଵୟଂ ହିଁ ଜଳ ଆଉ ସ୍ଵୟଂ ହିଁ ଜଳରେ ଥିବା ମାଛ ଅଟ। ହେ ପ୍ରଭୁ! ତୁ ସ୍ଵୟଂ ହିଁ ମାଛକୁ ଫସାଇବା ଜାଲ ଅଟୁ।
ਤੂੰ ਆਪੇ ਜਾਲੁ ਵਤਾਇਦਾ ਆਪੇ ਵਿਚਿ ਸੇਬਾਲੁ ॥ ତୁମେ ସ୍ଵୟଂ ହିଁ କେଉଟ ବନି ଜାଲ ଫୋପାଡ ଆଉ ସ୍ଵୟଂ ହିଁ ଜଳରେ ଥିବା ଟୁକୁଡା ଅଟ।
ਤੂੰ ਆਪੇ ਕਮਲੁ ਅਲਿਪਤੁ ਹੈ ਸੈ ਹਥਾ ਵਿਚਿ ਗੁਲਾਲੁ ॥ ହେ ଇଶ୍ଵର! ତୁମେ ସ୍ଵୟଂ ହିଁ ସହସ୍ର ହାତ ଗଭୀର ଜଳରେ ଲାଲ ରଙ୍ଗର ଲିର୍ଲିପ୍ତ କମଳ ଅଟ।
ਤੂੰ ਆਪੇ ਮੁਕਤਿ ਕਰਾਇਦਾ ਇਕ ਨਿਮਖ ਘੜੀ ਕਰਿ ਖਿਆਲੁ ॥ ହେ ଭଗବାନ! ଯେଉଁ ପ୍ରାଣୀ କ୍ଷଣ ମାତ୍ର ପାଇଁ ମଧ୍ୟ ତୁମର ଚିନ୍ତନ କରିଥାଏ, ତାହାକୁ ତୁମେ ସ୍ଵୟଂ ହିଁ ଜନ୍ମ ମରଣ ଚକ୍ରରୁ ମୁକ୍ତ କରି ଦିଅ।
ਹਰਿ ਤੁਧਹੁ ਬਾਹਰਿ ਕਿਛੁ ਨਹੀ ਗੁਰ ਸਬਦੀ ਵੇਖਿ ਨਿਹਾਲੁ ॥੭॥ ହେ ପରମେଶ୍ଵର! ତୋର ହୁକୁମ ଉର୍ଦ୍ଧ୍ଵରେ କିଛି ମଧ୍ୟ ନାହିଁ, ଗୁରୁଙ୍କ ଶବ୍ଦ ଦ୍ଵାରା ତୋର ଦର୍ଶନ କରି ପ୍ରାଣୀ କୃତାର୍ଥ ହୋଇଯାଏ। ॥7॥
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3 ॥
ਹੁਕਮੁ ਨ ਜਾਣੈ ਬਹੁਤਾ ਰੋਵੈ ॥ ଯେଉଁ ଜୀବ-ସ୍ତ୍ରୀ ପରମେଶ୍ଵରଙ୍କ ଆବେଶକୁ ଜାଣେ ନାହିଁ, ସେ ବହୁତ ବିଳାପ କରିଥାଏ।
ਅੰਦਰਿ ਧੋਖਾ ਨੀਦ ਨ ਸੋਵੈ ॥ ତାହାର ମନରେ ଛଳ, କପଟ ଥାଏ, ସେ ବହୁତ ସୁଖର ଗଭୀର ନିଦ ପାଏ ନାହିଁ।
ਜੇ ਧਨ ਖਸਮੈ ਚਲੈ ਰਜਾਈ ॥ ਦਰਿ ਘਰਿ ਸੋਭਾ ਮਹਲਿ ਬੁਲਾਈ ॥ ଜ୍ଜ୍ଦି ଜୀବ-ସ୍ତ୍ରୀ ନିଜ ପତି-ପ୍ରଭୁଙ୍କ ଇଛ ଅନୁସାରେ ଚାଲେ, ତାହାହେଲେ ନିଜ ନ୍ପ୍ରାଭୁଙ୍କ ଦରବାର ଏବଂ ଘରେ ହିଁ ସମ୍ମାନ ପାଇଥାଏ ଆଉ ପତି-ପ୍ରଭୁ ତାହାକୁ ନିଜ ଆତ୍ମ-ସ୍ଵରୁପକୁ ବୋଲାନ୍ତି।
ਨਾਨਕ ਕਰਮੀ ਇਹ ਮਤਿ ਪਾਈ ॥ ହେ ନାନକ! ତାହାକୁ ଏହି ଜ୍ଞାନ ଭଗବାନଙ୍କ କୃପାରୁ ହୀନହୋଇଥାଏ।
ਗੁਰ ਪਰਸਾਦੀ ਸਚਿ ਸਮਾਈ ॥੧॥ ଗୁରୁଙ୍କ କୃପାରୁ ସେ ସତ୍ୟରେ ହିଁ ଲୀନ ଥାଏ। ॥1॥
ਮਃ ੩ ॥ ମହଲା 3 ॥
ਮਨਮੁਖ ਨਾਮ ਵਿਹੂਣਿਆ ਰੰਗੁ ਕਸੁੰਭਾ ਦੇਖਿ ਨ ਭੁਲੁ ॥ ହେ ନାମ ବିହୀନ ମନମୁଖ! ମାୟାର ରଙ୍ଗ କୁସୁମି ଫୁଲ ଭଳି ସୁନ୍ଦର ହୋଇଥାଏ। ତୁ ଏହାକୁ ଦେଖି ଭୁଲି ଯାଅ ନାହିଁ।
ਇਸ ਕਾ ਰੰਗੁ ਦਿਨ ਥੋੜਿਆ ਛੋਛਾ ਇਸ ਦਾ ਮੁਲੁ ॥ ତାହାର ରଙ୍ଗ ଅଳ୍ପ ଦିନ ହିଁ ରହିଥାଏ, ଏହାର ମୂଲ୍ୟ ମଧ୍ୟ ବହୁତ ନ୍ୟୁନ ଅଟେ।
ਦੂਜੈ ਲਗੇ ਪਚਿ ਮੁਏ ਮੂਰਖ ਅੰਧ ਗਵਾਰ ॥ ଯେଉଁ ବ୍ୟକ୍ତି ମାୟାକୁ ପ୍ରେମ କରିଥାଏ, ସେ ମୂର୍ଖ ଜ୍ଞାନହୀନ ଓ ଅନ୍ଧ ଅଟେ।
ਬਿਸਟਾ ਅੰਦਰਿ ਕੀਟ ਸੇ ਪਇ ਪਚਹਿ ਵਾਰੋ ਵਾਰ ॥ ସେ ମାୟାର ମୋହରେ ଜଳି ମରିଯାଏ। ମରଣ ପରେ ସେ ବିଷ୍ଟାର କୀଡା ହୋଇଥାଏ, ଯିଏ ବାରମ୍ବାର ଜନ୍ମ ନେଇ ବିଷ୍ଟାରେ ରହିଥାଏ।
ਨਾਨਕ ਨਾਮ ਰਤੇ ਸੇ ਰੰਗੁਲੇ ਗੁਰ ਕੈ ਸਹਜਿ ਸੁਭਾਇ ॥ ହେ ନାନକ! ଯେଉଁ ବ୍ୟକ୍ତି ସ୍ଵାଭାବିକ ଅବସ୍ଥାରେ ଗୁରୁଙ୍କ ପ୍ରେମ ଦ୍ଵାରା ପ୍ରଭୁ ନାମରେ ମଗ୍ନ ରହିଥାଏ, ସେ ସର୍ବଦା ହିଁ ସୁଖ ଭୋଗ କରିଥାଏ।
ਭਗਤੀ ਰੰਗੁ ਨ ਉਤਰੈ ਸਹਜੇ ਰਹੈ ਸਮਾਇ ॥੨॥ ତାହାର ଭକ୍ତିର ପ୍ରେମ କେବେ ନାଶ ହୁଏ ନାହିଁ ଆଉ ସେ ସ୍ଵାଭାବିକ ଅବସ୍ଥାରେ ରହିଥାଏ। ॥2॥
ਪਉੜੀ ॥ ପଉଡି ॥
ਸਿਸਟਿ ਉਪਾਈ ਸਭ ਤੁਧੁ ਆਪੇ ਰਿਜਕੁ ਸੰਬਾਹਿਆ ॥ ହେ ଇଶ୍ଵର! ତୁମେ ସଂପୂର୍ଣ୍ଣ ସୃଷ୍ଟିର ରଚନା କରିଅଛ ଆଉ ସ୍ଵୟଂ ହିଁ ଭୋଜନ ଦେଇ ସବୁଙ୍କୁ ପାଳନ କରୁଅଛ।
ਇਕਿ ਵਲੁ ਛਲੁ ਕਰਿ ਕੈ ਖਾਵਦੇ ਮੁਹਹੁ ਕੂੜੁ ਕੁਸਤੁ ਤਿਨੀ ਢਾਹਿਆ ॥ କେତେ ପ୍ରାଣୀ ଛଳ କପଟ କରି ଭୋଜନ ଖାଇଥାନ୍ତି ଆଉ ନିଜ ମୁଖରେ ସେ ମିଥ୍ୟା ଆଉ ଅସତ୍ୟତା ବ୍ୟକ୍ତ କରିଥାଏ।
ਤੁਧੁ ਆਪੇ ਭਾਵੈ ਸੋ ਕਰਹਿ ਤੁਧੁ ਓਤੈ ਕੰਮਿ ਓਇ ਲਾਇਆ ॥ ହେ ପ୍ରଭୁ! ତୁମକୁ ଯାହା ଭଲ ପ୍ରତୀତ ହୋଇଥାଏ, ତୁମେ ତାହା ହିଁ କରିଥାଅ ଆଉ ପ୍ରାଣୀଙ୍କୁ ଅଲଗା ଅଲଗା କାର୍ଯ୍ୟରେ ଲଗାଇ ଥାଅ ଏବଂ ସେ ତାହା କରେ।
ਇਕਨਾ ਸਚੁ ਬੁਝਾਇਓਨੁ ਤਿਨਾ ਅਤੁਟ ਭੰਡਾਰ ਦੇਵਾਇਆ ॥ କେତେ ପ୍ରାଣୀଙ୍କୁ ତୁମେ ସତ୍ୟ ନାମର ଜ୍ଞାନ ପ୍ରଦାନ କରିଛ ଆଉ ତାହାଙ୍କୁ ଗୁରୁ ଦ୍ଵାରା ନାମର ଅମୂଲ୍ୟ ଭଣ୍ଡାର ଦେଇଛ।
ਹਰਿ ਚੇਤਿ ਖਾਹਿ ਤਿਨਾ ਸਫਲੁ ਹੈ ਅਚੇਤਾ ਹਥ ਤਡਾਇਆ ॥੮॥ ଯେଉଁ ପ୍ରାଣୀ ଈଶ୍ଵରଙ୍କ ସ୍ମରଣ କରି ଖାଇଥାଏ , ତାହାର ଖାଇବା ଫଳଦାୟକ ହୋଇଥାଏ। ଯେଉଁ ପ୍ରାଣୀ ଈଶ୍ଵରଙ୍କ ସ୍ମରଣ କରେ ନାହିଁ, ସେ ଅନ୍ୟକୁ ମାଗିବା ପାଇଁ ହାତ ବଢାଏ ॥8॥
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਪੜਿ ਪੜਿ ਪੰਡਿਤ ਬੇਦ ਵਖਾਣਹਿ ਮਾਇਆ ਮੋਹ ਸੁਆਇ ॥ ମାୟା ମୋହର ସ୍ଵାଦର କାରଣରୁ ପଣ୍ଡିତ ବେଦକୁ ପଢି ପଢି ତାହାର କଥା କହିଥାଏ।
ਦੂਜੈ ਭਾਇ ਹਰਿ ਨਾਮੁ ਵਿਸਾਰਿਆ ਮਨ ਮੂਰਖ ਮਿਲੈ ਸਜਾਇ ॥ ମାୟାର ପ୍ରେମରେ ମୂର୍ଖ ମନ ଭଗବାନଙ୍କ ନାମକୁ ବିସ୍ମୃତ କରିଦେଇଛି। ଏଣୁ, ତାହାକୁ ପ୍ରଭୁଙ୍କ ଦରବାରରେ ଅବଶ୍ୟ ଦଣ୍ଡ ମିଳିବ।
ਜਿਨਿ ਜੀਉ ਪਿੰਡੁ ਦਿਤਾ ਤਿਸੁ ਕਬਹੂੰ ਨ ਚੇਤੈ ਜੋ ਦੇਂਦਾ ਰਿਜਕੁ ਸੰਬਾਹਿ ॥ ଯେଉଁ ପରମେଶ୍ଵର ମନୁଷ୍ୟକୁ ପ୍ରାଣ ଓ ଶରୀର ଦେଇଛନ୍ତି, ତାହାଙ୍କୁ ସେ କଦାଚିତ ସ୍ମରଣ କରେ ନାହିଁ, ଯିଏ ସମସ୍ତଙ୍କୁ ଭୋଜନ ଦେଇ ପାଳନ କରୁଛନ୍ତି।
ਜਮ ਕਾ ਫਾਹਾ ਗਲਹੁ ਨ ਕਟੀਐ ਫਿਰਿ ਫਿਰਿ ਆਵੈ ਜਾਇ ॥ ମନମୁଖ ପ୍ରାଣୀର ଗଳାରେ ଯମ-ଫାଶ ପ୍ରତିଦିନ ବନି ରହିଥାଏ ଆଉ ସର୍ବଦା ଜନ୍ମ ମରଣର ବନ୍ଧନରେ କଷ୍ଟ ସହନ କରିଥାଏ।
ਮਨਮੁਖਿ ਕਿਛੂ ਨ ਸੂਝੈ ਅੰਧੁਲੇ ਪੂਰਬਿ ਲਿਖਿਆ ਕਮਾਇ ॥ ଜ୍ଞାନହୀନ ମନମୁଖ ମନୁଷ୍ୟ କିଛି ମଧ୍ୟ ବୁଝେ ନାହିଁ ଆଉ ସେ ପୂର୍ବ ଜନ୍ମର ଲେଖା ଅନୁସାରେ କରିଥାଏ।
ਪੂਰੈ ਭਾਗਿ ਸਤਿਗੁਰੁ ਮਿਲੈ ਸੁਖਦਾਤਾ ਨਾਮੁ ਵਸੈ ਮਨਿ ਆਇ ॥ ସୌଭାଗ୍ୟବଶତଃ ଯେବେ ସୁଖଦାତା ସଦଗୁରୁ ମିଳନ୍ତି, ସେତେବେଳେ ହରି ନାମ ମନୁଷ୍ୟର ହୃଦୟରେ ବାସ କରିବାକୁ ଲାଗିଥାଏ।
ਸੁਖੁ ਮਾਣਹਿ ਸੁਖੁ ਪੈਨਣਾ ਸੁਖੇ ਸੁਖਿ ਵਿਹਾਇ ॥ ଏପରି ବ୍ୟକ୍ତି ସୁଖ ହିଁ ଭୋଗ କରିଥାଏ। ତାହାକୁ ବସ୍ତ୍ର ରୂପରେ ସୁଖ ହିଁ ପିନ୍ଧାଯାଏ ଆଉ ତାହାର ସଂପୂର୍ଣ୍ଣ ଜୀବନ ସୁଖରେ ହିଁ ଅତିବାହିତ ହୋଇଥାଏ।
ਨਾਨਕ ਸੋ ਨਾਉ ਮਨਹੁ ਨ ਵਿਸਾਰੀਐ ਜਿਤੁ ਦਰਿ ਸਚੈ ਸੋਭਾ ਪਾਇ ॥੧॥ ହେ ନାନକ! ନିଜ ହୃଦୟରେ ସେହି ନାମକୁ ବିସ୍ମୃତ କର ନାହିଁ, ଯାହାଙ୍କ ସତ୍ୟର ଦରବାରରେ ଶୋଭା ପ୍ରାପ୍ତ ହୋଇଥାଏ। ॥1॥


© 2017 SGGS ONLINE
Scroll to Top