Guru Granth Sahib Translation Project

guru granth sahib odia page-86

Page 86

ਮਃ ੩ ॥ ମହଲା 3 ॥
ਸਤਿਗੁਰੁ ਸੇਵਿ ਸੁਖੁ ਪਾਇਆ ਸਚੁ ਨਾਮੁ ਗੁਣਤਾਸੁ ॥ ଯିଏ ସଦଗୁରୁଙ୍କ ସେବା କରିଛି, ତାହାକୁ ସୁଖ ଉପଲବ୍ଧ ହୋଇଥାଏ।ଭଗବାନଙ୍କ ସତ୍ୟନାମ ଗୁଣର ଶୃଙ୍ଗାର ଅଟେ।
ਗੁਰਮਤੀ ਆਪੁ ਪਛਾਣਿਆ ਰਾਮ ਨਾਮ ਪਰਗਾਸੁ ॥ ଯେଉଁ ବ୍ୟକ୍ତି ଗୁରୁଙ୍କ ମତି ଦ୍ଵାରା ନିଜ ସ୍ୱରୂପ କୁ ଜାଣିସାରିଛି , ତାର ହୃଦୟରେ ପ୍ରଭୁଙ୍କ ନାମ ପ୍ରକାଶ ହେଇଯାଉଛି ।
ਸਚੋ ਸਚੁ ਕਮਾਵਣਾ ਵਡਿਆਈ ਵਡੇ ਪਾਸਿ ॥ ଯେଉଁ ବ୍ୟକ୍ତି ସତ୍ୟ-ନାମର ସ୍ମରଣ କରନ୍ତି , ତାଙ୍କୁ ଭଗବାନଙ୍କ ଠାରୁ ବଡ ଶୋଭା ମିଳୁଛି ।
ਜੀਉ ਪਿੰਡੁ ਸਭੁ ਤਿਸ ਕਾ ਸਿਫਤਿ ਕਰੇ ਅਰਦਾਸਿ ॥ ମୁଁ ସେହି ଭଗବାନଙ୍କ ମହିମା କରୁଛି ଆଉ ପ୍ରାର୍ଥନା କରୁଛି କି ହେ ପ୍ରଭୁ ! ମୋର ପ୍ରାଣ ଏବଂ ମୋର ଶରୀର ଏହି ସବୁ କିଛି ତୋର ବରଦାନ
ਸਚੈ ਸਬਦਿ ਸਾਲਾਹਣਾ ਸੁਖੇ ਸੁਖਿ ਨਿਵਾਸੁ ॥ ଯଦି ସତ୍ୟ ପ୍ରଭୁଙ୍କ ମହିମା ନାମ ଦ୍ଵାରା କରାଯାଏ ତାହାହେଲେ ମନୁଷ୍ୟ ଅନନ୍ତ ସୁଖ ଭୋଗୁଛି ।
ਜਪੁ ਤਪੁ ਸੰਜਮੁ ਮਨੈ ਮਾਹਿ ਬਿਨੁ ਨਾਵੈ ਧ੍ਰਿਗੁ ਜੀਵਾਸੁ ॥ ମନ ଦ୍ଵାରା ଭଗବାନଙ୍କ ମହିମା କରିବା ହିଁ ଜପ,ତପ ଏବଂ ସଞ୍ଜମ ।ନାମହୀନ ମନୁଷ୍ୟର ଜୀବନ ଧିକ୍କାର ଯୋଗ୍ୟ ।
ਗੁਰਮਤੀ ਨਾਉ ਪਾਈਐ ਮਨਮੁਖ ਮੋਹਿ ਵਿਣਾਸੁ ॥ ନାମ ଗୁରୁଙ୍କ ମତି ଦ୍ଵାରା ହିଁ ମିଳୁଛି । ମାୟାର ମୋହରେ ଫସି ମନମୁଖ ବ୍ୟକ୍ତିର ବିନାଶ ହୋଇଯାଏ।
ਜਿਉ ਭਾਵੈ ਤਿਉ ਰਾਖੁ ਤੂੰ ਨਾਨਕੁ ਤੇਰਾ ਦਾਸੁ ॥੨॥ ହେ ଜଗତର ସ୍ଵାମୀ! ତୁମକୁ ଯେପରି ଭଲ ଲାଗେ, ସେପରି ହିଁ ମୋର ରକ୍ଷା କର, ନାନକ ତୁମର ସେବକ ଅଟେ ॥2॥
ਪਉੜੀ ॥ ପଉଡି ॥
ਸਭੁ ਕੋ ਤੇਰਾ ਤੂੰ ਸਭਸੁ ਦਾ ਤੂੰ ਸਭਨਾ ਰਾਸਿ ॥ ହେ ପ୍ରଭୁ! ସବୁ ପ୍ରାଣୀ ତୁମର ସନ୍ତାନ ଅତନତିଆଉ ତୁମେ ସମସ୍ତଙ୍କ ପିତା ଅଟ। ତୁମେ ପ୍ରତ୍ୟେକ ପ୍ରାଣୀର ପୁଞ୍ଜି ଅଟ।
ਸਭਿ ਤੁਧੈ ਪਾਸਹੁ ਮੰਗਦੇ ਨਿਤ ਕਰਿ ਅਰਦਾਸਿ ॥ ସବୁ ଜୀବ ପ୍ରାର୍ଥନା କରି ତୁମକୁ ମାଗନ୍ତି।
ਜਿਸੁ ਤੂੰ ਦੇਹਿ ਤਿਸੁ ਸਭੁ ਕਿਛੁ ਮਿਲੈ ਇਕਨਾ ਦੂਰਿ ਹੈ ਪਾਸਿ ॥ ହେ ପ୍ରଭୁ! ଯାହାକୁ ବି ତୁମେ ଦିଅ, ସେ ସବୁ କିଛି ପାଇଯାଏ। କେତେ ଜୀବଙ୍କୁ ତୁମେ କେତେ ଦୂରରେ ଆଉ କେତେ ଜୀବଙ୍କୁ ପାଖରେ ରଖି ବୁଝାଉଛ।
ਤੁਧੁ ਬਾਝਹੁ ਥਾਉ ਕੋ ਨਾਹੀ ਜਿਸੁ ਪਾਸਹੁ ਮੰਗੀਐ ਮਨਿ ਵੇਖਹੁ ਕੋ ਨਿਰਜਾਸਿ ॥ ତୁମ ବ୍ୟତୀତ କୌଣସି ସ୍ଥାନ ନାହିଁ ଯାହାଙ୍କୁ ମଗାଯିବ। ନିଜ ମନରେ ସମସ୍ତେ ନିର୍ଣ୍ଣୟ କରି ଦେଖ।
ਸਭਿ ਤੁਧੈ ਨੋ ਸਾਲਾਹਦੇ ਦਰਿ ਗੁਰਮੁਖਾ ਨੋ ਪਰਗਾਸਿ ॥੯॥ ହେ ପ୍ରଭୁ! ସମସ୍ତେ ତୁମ ନିଜର, ଗୁରୁମୁଖକୁ ତୁମ ଦରବାରରେ ତୁମ ପ୍ରକାଶର ଦର୍ଶନ ହୋଇଥାଏ। ॥9॥
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3 ॥
ਪੰਡਿਤੁ ਪੜਿ ਪੜਿ ਉਚਾ ਕੂਕਦਾ ਮਾਇਆ ਮੋਹਿ ਪਿਆਰੁ ॥ ପଣ୍ଡିତ ଗ୍ରନ୍ଥ ପଢି ଉଚ୍ଚ ସ୍ଵରରେ ଲୋକଙ୍କୁ ଶୁଣାଇଥାଏ। ତାହାକୁ ମାୟା ମୋହରେ ହିଁ ପ୍ରେମ ଥାଏ।
ਅੰਤਰਿ ਬ੍ਰਹਮੁ ਨ ਚੀਨਈ ਮਨਿ ਮੂਰਖੁ ਗਾਵਾਰੁ ॥ ସେ ମୂର୍ଖ ଏବଂ ଉଦାସୀନ ଅଟେ ଯିଏ ନିଜ ହୃଦୟରେ ବିଦ୍ୟମାନ ପରମାତ୍ମାଙ୍କୁ ଜାଣିପାରେ ନାହିଁ।
ਦੂਜੈ ਭਾਇ ਜਗਤੁ ਪਰਬੋਧਦਾ ਨਾ ਬੂਝੈ ਬੀਚਾਰੁ ॥ ସେହି ମାୟା ମୋହରେ ମୁଗ୍ଧ ହୋଇ ଜଗତର ଲୋକଙ୍କୁ ଉପଦେଶ ଦେଇଥାଏ ଆଉ ଜ୍ଞାନ ବୁଝିପାରେ ନାହିଁ।
ਬਿਰਥਾ ਜਨਮੁ ਗਵਾਇਆ ਮਰਿ ਜੰਮੈ ਵਾਰੋ ਵਾਰ ॥੧॥ ସେ ନିଜର ଜନ୍ମ ବ୍ୟର୍ଥରେ ହରାଇଦିଏ ଆଉ ବାରମ୍ବାର ଜନ୍ମ ମରଣ ଚକ୍ରକୁ ଆସିଥାଏ। ॥1॥
ਮਃ ੩ ॥ ମହଲା 3 ॥
ਜਿਨੀ ਸਤਿਗੁਰੁ ਸੇਵਿਆ ਤਿਨੀ ਨਾਉ ਪਾਇਆ ਬੂਝਹੁ ਕਰਿ ਬੀਚਾਰੁ ॥ ବିଚାର କରି ଏହି କଥା ବୁଝ ଯେ ଯିଏ ସଦଗୁରୁଙ୍କ ସେବା କରିଛି, ସେ ଈଶ୍ଵରଙ୍କ ନାମକୁ ପ୍ରାପ୍ତ କରିଛି।
ਸਦਾ ਸਾਂਤਿ ਸੁਖੁ ਮਨਿ ਵਸੈ ਚੂਕੈ ਕੂਕ ਪੁਕਾਰ ॥ ତାହାର ଚିତ୍ତରେ ସର୍ବଦା ସୁଖ ଶାନ୍ତିର ନିବାସ ହୋଇଥାଏ ଆଉ ତାହାର ଦୁଃଖ ବିଳାପ- ଅଭିଯୋଗ ନଷ୍ଟ ହୋଇଯାଏ।
ਆਪੈ ਨੋ ਆਪੁ ਖਾਇ ਮਨੁ ਨਿਰਮਲੁ ਹੋਵੈ ਗੁਰ ਸਬਦੀ ਵੀਚਾਰੁ ॥ ଯେବେ ମନ ଗୁରୁଙ୍କ ଶବ୍ଦକୁ ବିଚାର କରି ନିଜର ଅହଂତ୍ଵକୁ ସ୍ଵୟଂ ହିଁ ନଷ୍ଟ କରିଦେଇଥାଏ, ସେତେବେଳେ ସେ ନିର୍ମଳ ହୋଇଯାଏ।
ਨਾਨਕ ਸਬਦਿ ਰਤੇ ਸੇ ਮੁਕਤੁ ਹੈ ਹਰਿ ਜੀਉ ਹੇਤਿ ਪਿਆਰੁ ॥੨॥ ହେ ନାନକ! ଯେଉଁ ପ୍ରାଣୀ ହରିନାମରେ ଲୀନ ରହିଥାଏ, ସେ ମୋକ୍ଷ ପ୍ରାପ୍ତ କରିଥାଏ ଆଉ ଭଗବାନଙ୍କ ସହିତ ତାହାର ପ୍ରେମ ହୋଇଯାଏ। ॥2॥
ਪਉੜੀ ॥ ପଉଡି ॥
ਹਰਿ ਕੀ ਸੇਵਾ ਸਫਲ ਹੈ ਗੁਰਮੁਖਿ ਪਾਵੈ ਥਾਇ ॥ ହରିଙ୍କ ସେବା ସେତେବେଳେ ସଫଳ ହୋଇଥାଏ, ଯେତେବେଳେ ସେ ଗୁରୁ ଦ୍ଵାରା ଏହାକୁ ସ୍ଵୀକୃତ କରିଥାଏ।
ਜਿਸੁ ਹਰਿ ਭਾਵੈ ਤਿਸੁ ਗੁਰੁ ਮਿਲੈ ਸੋ ਹਰਿ ਨਾਮੁ ਧਿਆਇ ॥ ଯାହା ଉପରେ ପ୍ରଭୁ ପ୍ରସନ୍ନ ହୋଇଥାନ୍ତି, ତହକୁ ଗୁରୁଜୀ ମିଳିଯାନ୍ତି, କେବଳ ସେ ହିଁ ହରିନାମର ଧ୍ୟାନ କରିଥାଏ।
ਗੁਰ ਸਬਦੀ ਹਰਿ ਪਾਈਐ ਹਰਿ ਪਾਰਿ ਲਘਾਇ ॥ ଗୁରୁଙ୍କ ବାଣୀ ଦ୍ଵାରା ସେ ପ୍ରଭୁଙ୍କୁ ପାଇ ନିଏ। ତାପରେ, ଭଗବାନ ତାହାକୁ ଭବ ସାଗରରୁ ପାର କରିଦିଅନ୍ତି।
ਮਨਹਠਿ ਕਿਨੈ ਨ ਪਾਇਓ ਪੁਛਹੁ ਵੇਦਾ ਜਾਇ ॥ ମନର ଜିଦିରୁ କାହାକୁ ମଧ୍ୟ ଇଶ୍ଵର ପ୍ରାପ୍ତ ହୁଏ ନାହିଁ। ବେଦ ଶାସ୍ତ୍ରକୁ ମନନ କରି ଦେଖ।
ਨਾਨਕ ਹਰਿ ਕੀ ਸੇਵਾ ਸੋ ਕਰੇ ਜਿਸੁ ਲਏ ਹਰਿ ਲਾਇ ॥੧੦॥ ହେ ନାନକ! ସେ ହି ପ୍ରାଣୀ ଈଶ୍ଵରଙ୍କ ଭକ୍ତି କରିଥାଏ, ଯାହାକୁ ଭଗବାନ ନିଜ ସାଥିରେ ମିଳାନ୍ତି॥10॥
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3 ॥
ਨਾਨਕ ਸੋ ਸੂਰਾ ਵਰੀਆਮੁ ਜਿਨਿ ਵਿਚਹੁ ਦੁਸਟੁ ਅਹੰਕਰਣੁ ਮਾਰਿਆ ॥ ହେ ନାନକ! ସେହି ବ୍ୟକ୍ତି ଶୂରବୀର ଏବଂ ମହାନ ଯୋଦ୍ଧା ଅଟେ, ଯିଏ ନିଜ ଅନ୍ତଃ ମନରୁ ଦୁଷ୍ଟ ଅହଂକାରକୁ ନାଶ କରିଦେଇଛି।
ਗੁਰਮੁਖਿ ਨਾਮੁ ਸਾਲਾਹਿ ਜਨਮੁ ਸਵਾਰਿਆ ॥ ସେ ଗୁରୁଙ୍କ ମାଧ୍ୟମରେ ନାମର ମହିମା କରି ନିଜ ଜୀବନ ସୁଧାରି ନେଇଛି।
ਆਪਿ ਹੋਆ ਸਦਾ ਮੁਕਤੁ ਸਭੁ ਕੁਲੁ ਨਿਸਤਾਰਿਆ ॥ ସେ ସ୍ଵୟଂ ସବୁ ଦିନ ପାଇଁ ମୁକ୍ତ ହୋଇଯାଏ ତଥା ନିଜର ସଂପୂର୍ଣ୍ଣ ବଂଶକୁ ଭବ ସାଗରରୁ ବଞ୍ଚାଇଦିଏ।
ਸੋਹਨਿ ਸਚਿ ਦੁਆਰਿ ਨਾਮੁ ਪਿਆਰਿਆ ॥ ସେ ସତ୍ୟ ପ୍ରଭୁଙ୍କ ଦରବାରରେ ବଡ ଶୋଭା ପ୍ରାପ୍ତ କରିଥାଏ ଆଉ ତାହାକୁ ପ୍ରଭୁଙ୍କ ନାମ ହିଁ ପ୍ରିୟ ଲାଗିଥାଏ।
ਮਨਮੁਖ ਮਰਹਿ ਅਹੰਕਾਰਿ ਮਰਣੁ ਵਿਗਾੜਿਆ ॥ ମନମୁଖୀ ପ୍ରାଣୀ ଅହଂକାରରେ ମରିଥାଏ ଔ ନିଜ ମୃତ୍ୟୁକୁ ମଧ୍ୟ ଦୁଃଖ ଦାୟକ କରିଥାଏ।
ਸਭੋ ਵਰਤੈ ਹੁਕਮੁ ਕਿਆ ਕਰਹਿ ਵਿਚਾਰਿਆ ॥ ସବୁ ଆଡେ ଈଶ୍ଵରଙ୍କ ଆଦେଶ ଚାଲିଥାଏ। ବିଚରା ପ୍ରାଣୀ କଣ କରିପାରିବ?
ਆਪਹੁ ਦੂਜੈ ਲਗਿ ਖਸਮੁ ਵਿਸਾਰਿਆ ॥ ସେ ସ୍ଵୟଂ ହିଁ ମାୟାର ପ୍ରେମରେ ଲାଗି ପ୍ରଭୁଙ୍କୁ ବିସ୍ମୃତ କରିଦେଇଛି।
ਨਾਨਕ ਬਿਨੁ ਨਾਵੈ ਸਭੁ ਦੁਖੁ ਸੁਖੁ ਵਿਸਾਰਿਆ ॥੧॥ ହେ ନାନକ! ନାମରୁ ବିହୀନ ହେବା କାରଣରୁ ତାହାକୁ ଦୁଖ ଆସିଥାଏ ତଥା ସୁଖ ତାହାକୁ ଭୁଲିଯାଏ। ॥1॥
ਮਃ ੩ ॥ ମହଲା 3 ॥
ਗੁਰਿ ਪੂਰੈ ਹਰਿ ਨਾਮੁ ਦਿੜਾਇਆ ਤਿਨਿ ਵਿਚਹੁ ਭਰਮੁ ਚੁਕਾਇਆ ॥ ଯାହାଠାରେ ପୂର୍ଣ୍ଣ ଗୁରୁ ଭଗବାନଙ୍କ ନାମ ଦୃଢ କରିଦେଇଛନ୍ତି; ସେମାନେ ଅନ୍ତଃ ମନରୁ ଭ୍ରମ ଦୂର କରିଦେଇଛନ୍ତି।
ਰਾਮ ਨਾਮੁ ਹਰਿ ਕੀਰਤਿ ਗਾਈ ਕਰਿ ਚਾਨਣੁ ਮਗੁ ਦਿਖਾਇਆ ॥ ସେ ରାମ ନାମ ଦ୍ଵାରା ଭଗବାନଙ୍କ ମହିମା ସ୍ତୁତି କରିଥାଏ; ଭଗବାନ ତାହାର ଅନ୍ତଃ ମନରୁ ନିଜ ଜ୍ୟୋତି ପ୍ରକାଶ କରି ସେମାନଙ୍କୁ ଭକ୍ତି ମାର୍ଗ ଦେଖାଇଦିଅନ୍ତି।
ਹਉਮੈ ਮਾਰਿ ਏਕ ਲਿਵ ਲਾਗੀ ਅੰਤਰਿ ਨਾਮੁ ਵਸਾਇਆ ॥ ସେମାନେ ନିଜ ଅହଂକାରକୁ ନଷ୍ଟ କରି ଏକ ପ୍ରଭୁଙ୍କ ଠାରେ ମନ ଲଗାଛନ୍ତି; ଯାହା ଦ୍ଵାରା ତାହାଙ୍କ ଅନ୍ତଃ ମନରୁ ଭଗବାନଙ୍କ ନାମ ନିବାସ ହୋଇଯାଇଛି।


© 2025 SGGS ONLINE
error: Content is protected !!
Scroll to Top