Guru Granth Sahib Translation Project

guru granth sahib odia page-65

Page 65

ਸਤਿਗੁਰੁ ਸੇਵਿ ਗੁਣ ਨਿਧਾਨੁ ਪਾਇਆ ਤਿਸ ਕੀ ਕੀਮ ਨ ਪਾਈ ॥ ଯିଏ ସଦଗୁରୁଙ୍କ ଭରପୁର ସେବା କରି ଗୁଣର ଭଣ୍ଡାର ପ୍ରଭୁଙ୍କୁ ପ୍ରାପ୍ତ କରିନେଇଛି, ତାହାର ମୂଲ୍ୟ କରାଯାଇପାରିବ ନାହିଁ।
ਪ੍ਰਭੁ ਸਖਾ ਹਰਿ ਜੀਉ ਮੇਰਾ ਅੰਤੇ ਹੋਇ ਸਖਾਈ ॥੩॥ ପୂଜ୍ୟ ପ୍ରଭୁ ମୋର ମିତ୍ର ଅଟନ୍ତି ଆଉ ଅନ୍ତିମ କାଳରେ ମୋର ସହାୟକ ହେବେ ॥3॥
ਪੇਈਅੜੈ ਜਗਜੀਵਨੁ ਦਾਤਾ ਮਨਮੁਖਿ ਪਤਿ ਗਵਾਈ ॥ ଜଗତର ପାଳନ କର୍ତ୍ତା, ପ୍ରାଣଦାତା, ପ୍ରଭୁ ଏହି ସଂସାରରେ ହିଁ ଅଛନ୍ତି , ଯାହାକୁ ଏହି ଲୋକରେ ପାଇପାରିବା। ତାହାଙ୍କୁ ବିସ୍ମୃତ ମନମୁଖ ପ୍ରାଣୀ ନିଜ ସମ୍ମାନ ହରାଇଦେଇଛି।
ਬਿਨੁ ਸਤਿਗੁਰ ਕੋ ਮਗੁ ਨ ਜਾਣੈ ਅੰਧੇ ਠਉਰ ਨ ਕਾਈ ॥ ସଦଗୁରୁଙ୍କ ବିନା କେହି ମଧ୍ୟ ଈଶ୍ବରଙ୍କ ମାର୍ଗ ଜାଣେ ନାହିଁ। ଅଜ୍ଞାନ ଅନ୍ଧ ପ୍ରାଣୀକୁ ପରଲୋକରେ ସ୍ଥାନ ମିଳେ ନାହିଁ।
ਹਰਿ ਸੁਖਦਾਤਾ ਮਨਿ ਨਹੀ ਵਸਿਆ ਅੰਤਿ ਗਇਆ ਪਛੁਤਾਈ ॥੪॥ ଯଦି ସୁଖଦାତା ପରମେଶ୍ଵର ମନୁଷ୍ୟର ହୃଦୟରେ ନିବାସ କରନ୍ତି ନାହିଁ, ତାହାହେଲେ ଅନ୍ତିମ କାଳରେ ସେହି ମନୁଷ୍ୟ ପଶ୍ଚାତାପ କରି କରି ଯାଏ ॥4॥
ਪੇਈਅੜੈ ਜਗਜੀਵਨੁ ਦਾਤਾ ਗੁਰਮਤਿ ਮੰਨਿ ਵਸਾਇਆ॥ ଯିଏ ଗୁରୁଙ୍କ ମତି ନେଇ ଜଗତର ଜୀବନ ଓ ଜୀବନକୁ ନିଜ ମନରେ ବାସ କରାଇଛି
ਅਨਦਿਨੁ ਭਗਤਿ ਕਰਹਿ ਦਿਨੁ ਰਾਤੀ ਹਉਮੈ ਮੋਹੁ ਚੁਕਾਇਆ ॥ ସେ ପ୍ରତିଦିନ ଭଗବାନଙ୍କୁ ଭକ୍ତି କରିଥାଏ ତଥା ସେ ଅହଂତ୍ଵ ଏବଂ ମୋହକୁ ଦୂର କରିଥାଏ।
ਜਿਸੁ ਸਿਉ ਰਾਤਾ ਤੈਸੋ ਹੋਵੈ ਸਚੇ ਸਚਿ ਸਮਾਇਆ ॥੫॥ ମନୁଷ୍ୟ ଯାହାର ପ୍ରେମରେ ମଗ୍ନ ରହିଥାଏ, ସେ ସ୍ଵୟଂ ମଧ୍ୟ ତାଙ୍କରି ଭଳି ବନିଯାଏ ତଥା ସତ୍ୟରେ ହିଁ ଲୀନ ହୋଇଯାଏ। ॥5॥
ਆਪੇ ਨਦਰਿ ਕਰੇ ਭਾਉ ਲਾਏ ਗੁਰ ਸਬਦੀ ਬੀਚਾਰਿ ॥ ଯାହା ଉପରେ ଭଗବାନ ସ୍ଵୟଂ କୃପା-ଦୃଷ୍ଟି କରିଥାନ୍ତି, ତାହାଙ୍କ ଭିତରେ ନିଜ ପ୍ରେମକୁ ଉତ୍ପର୍ଣ୍ଣ କରିଦେଇଥାଏ। ପୁଣି ସେ ଗୁରୁଙ୍କ ବାଣୀ ଦ୍ଵାରା ଭଗବାନଙ୍କ ମହିମାର ବିଚାର କରିଥାନ୍ତି।
ਸਤਿਗੁਰੁ ਸੇਵਿਐ ਸਹਜੁ ਊਪਜੈ ਹਉਮੈ ਤ੍ਰਿਸਨਾ ਮਾਰਿ ॥ ସଦଗୁରୁଙ୍କ ସେବା ଦ୍ଵାରା ପ୍ରାଣୀଙ୍କ ଠାରେ ବଡ ସୁଖ ଉତ୍ପର୍ଣ୍ଣ ହୋଇଥାଏ ଆଉ ମନୁଷ୍ୟର ଅହଂକାର ଏବଂ ତୃଷ୍ଣା ଦୂର ହୋଇଯାଏ।
ਹਰਿ ਗੁਣਦਾਤਾ ਸਦ ਮਨਿ ਵਸੈ ਸਚੁ ਰਖਿਆ ਉਰ ਧਾਰਿ ॥੬॥ ଗୁଣଦାତା ପ୍ରଭୁ କ୍ଷମାଶୀଳ ଅଟନ୍ତି, ସେ ସର୍ବଦା ତାହାର ଚିତ୍ତରେ ବାସ କରିଥାନ୍ତି, ଯିଏ ସତ୍ୟକୁ ନିଜ ହୃଦୟରେ ବାସ କରାଇଥାଏ। ॥6॥
ਪ੍ਰਭੁ ਮੇਰਾ ਸਦਾ ਨਿਰਮਲਾ ਮਨਿ ਨਿਰਮਲਿ ਪਾਇਆ ਜਾਇ ॥ ମୋର ପ୍ରଭୁ ସର୍ବଦା ନିର୍ମଳ ଅଟନ୍ତି, ନିର୍ମଳ ମନର ସାଥିରେ ହିଁ ତାହାଙ୍କୁ ପ୍ରାପ୍ତ କରିହୁଏ।
ਨਾਮੁ ਨਿਧਾਨੁ ਹਰਿ ਮਨਿ ਵਸੈ ਹਉਮੈ ਦੁਖੁ ਸਭੁ ਜਾਇ ॥ ଯଦି ଗୁଣର ଭଣ୍ଡାର ଭଗବାନଙ୍କ ନାମ ତାହାର ହୃଦୟରେ ବାସ କରେ, ତାହାହେଲେ ଅହଂକାର ଓ ଦୁଃଖ ନିବୃତ୍ତ ହୋଇଯାଏ।
ਸਤਿਗੁਰਿ ਸਬਦੁ ਸੁਣਾਇਆ ਹਉ ਸਦ ਬਲਿਹਾਰੈ ਜਾਉ ॥੭॥ ସଦଗୁରୁ ମୋତେ ପରମାତ୍ମାଙ୍କ ନାମ ଶୁଣାଇଛନ୍ତି। ମୁଁ ତାଙ୍କ ପାଖରେ ସର୍ବଦା ଉତ୍ସର୍ଗିତ ଅଟେ। ॥7॥
ਆਪਣੈ ਮਨਿ ਚਿਤਿ ਕਹੈ ਕਹਾਏ ਬਿਨੁ ਗੁਰ ਆਪੁ ਨ ਜਾਈ ॥ ପ୍ରାଣୀର ଅନ୍ତର୍ମନର ଅଭିମାନ କହିବା-କୁହାଇବା ଅଥବା ପଢିବା-ପଢାଇବା ଦ୍ଵାରା ଦୂର ହୁଏନାହିଁ ଏବଂ ଗୁରୁଙ୍କ ବିନା ଅଭିମାନର ଅନ୍ତ ହୁଏନାହିଁ।
ਹਰਿ ਜੀਉ ਭਗਤਿ ਵਛਲੁ ਸੁਖਦਾਤਾ ਕਰਿ ਕਿਰਪਾ ਮੰਨਿ ਵਸਾਈ ॥ ହରି ଆପଣ ହିଁ ଭକ୍ତ ବତ୍ସଳ ଅଟନ୍ତି, ଆଉ ସୁଖର ଦାତା ଅଟନ୍ତି।ସେ କୃପା କରି ସ୍ଵୟଂ ହିଁ ମନରେ ଆସି ବାସ କରନ୍ତି।
ਨਾਨਕ ਸੋਭਾ ਸੁਰਤਿ ਦੇਇ ਪ੍ਰਭੁ ਆਪੇ ਗੁਰਮੁਖਿ ਦੇ ਵਡਿਆਈ ॥੮॥੧॥੧੮॥ ହେ ନାନକ! ଭଗବାନ ସ୍ଵୟଂ ହିଁ ଗୁରୁଙ୍କ ମାଧ୍ୟମରୁ ମନୁଷ୍ୟକୁ ଶୋଭା, ବୁଦ୍ଧି ଏବଂ ଖ୍ୟାତି ପ୍ରଦାନ କରିଥାନ୍ତି ॥8॥1॥18॥
ਸਿਰੀਰਾਗੁ ਮਹਲਾ ੩ ॥ ସିରିରାଗ ମହଲା 3 ॥
ਹਉਮੈ ਕਰਮ ਕਮਾਵਦੇ ਜਮਡੰਡੁ ਲਗੈ ਤਿਨ ਆਇ ॥ ଯେଉଁ ପ୍ରାଣୀ ନିଜ କର୍ମ ଅହଂକାର ସହିତ କରିଥାଏ, ତାହାକୁ ଯମଦୂତର ବଡ ଦଣ୍ଡ ସହିବାକୁ ପଡିଥାଏ।
ਜਿ ਸਤਿਗੁਰੁ ਸੇਵਨਿ ਸੇ ਉਬਰੇ ਹਰਿ ਸੇਤੀ ਲਿਵ ਲਾਇ ॥੧॥ ଯେଉଁ ପ୍ରାଣୀ ସଦଗୁରୁଙ୍କ ସେବା କରିଥାଏ, ଭଗବାନ ତାହାକୁ ଯମଦୂତର ଦଣ୍ଡରୁ ବଞ୍ଚାଇ ଦିଅନ୍ତି। ॥1॥
ਮਨ ਰੇ ਗੁਰਮੁਖਿ ਨਾਮੁ ਧਿਆਇ ॥ ହେ ମୋର ମନ! ଗୁରୁଙ୍କ ସଙ୍ଗତିରେ ଈଶ୍ବରଙ୍କ ଆରାଧନା କର,
ਧੁਰਿ ਪੂਰਬਿ ਕਰਤੈ ਲਿਖਿਆ ਤਿਨਾ ਗੁਰਮਤਿ ਨਾਮਿ ਸਮਾਇ ॥੧॥ ਰਹਾਉ ॥ ଯାହାର ଭାଗ୍ୟରେ ବିଧାତା ପୂର୍ବରୁ ହିଁ ନିର୍ଦ୍ଦିଷ୍ଟ କରି ଲେଖିଦେଇଛନ୍ତି, ସେହି ସଦଗୁରୁଙ୍କ ଉପଦେଶ ଦ୍ଵାରା ନାମରେ ଲୀନ ହୋଇଯାଏ। ॥1॥ ରୁହ॥
ਵਿਣੁ ਸਤਿਗੁਰ ਪਰਤੀਤਿ ਨ ਆਵਈ ਨਾਮਿ ਨ ਲਾਗੋ ਭਾਉ ॥ ସଦଗୁରୁଙ୍କ ବିନା ପ୍ରାଣୀର ହୃଦୟରେ ଭଗବାନଙ୍କ ପ୍ରତି ଶ୍ରଦ୍ଧା କାୟମ ହୁଏ ନାହିଁ ଆଉ ନା ଈଶ୍ଵରଙ୍କ ନାମ ପ୍ରତି ପ୍ରୀତି ଉତ୍ପର୍ଣ୍ଣ ହୋଇଥାଏ।
ਸੁਪਨੈ ਸੁਖੁ ਨ ਪਾਵਈ ਦੁਖ ਮਹਿ ਸਵੈ ਸਮਾਇ ॥੨॥ ଏପରି ପ୍ରାଣୀକୁ ସ୍ଵପ୍ନରେ ମଧ୍ୟ ସୁଖ ପ୍ରାପ୍ତ ହୁଏ ନାହିଁ ଆଉ ସେ ପୀଡାରେ ହିଁ ଶୋଇଥାଏ ଓ ମରିଥାଏ। ॥2॥
ਜੇ ਹਰਿ ਹਰਿ ਕੀਚੈ ਬਹੁਤੁ ਲੋਚੀਐ ਕਿਰਤੁ ਨ ਮੇਟਿਆ ਜਾਇ ॥ ଜୀବ ଭଗବାନଙ୍କ ନାମ ଜପିବା ପାଇଁ ତୀବ୍ର ଇଚ୍ଛା ରଖିଥାଉ, କିନ୍ତୁ, ତାହାର ପୂର୍ବ ଜନ୍ମର କର୍ମ ଦୂର କରିପାରିବ ନାହିଁ।
ਹਰਿ ਕਾ ਭਾਣਾ ਭਗਤੀ ਮੰਨਿਆ ਸੇ ਭਗਤ ਪਏ ਦਰਿ ਥਾਇ ॥੩॥ ଭକ୍ତମାନେ ଭଗବାନଙ୍କ ଇଚ୍ଛାକୁ ହିଁ ମାନିଥାଏ ଆଉ ଏପରି ଭକ୍ତ ଭଗବାନଙ୍କ ଦରବାରରେ ସ୍ଵୀକୃତ ହୋଇଥାଏ ॥3॥
ਗੁਰੁ ਸਬਦੁ ਦਿੜਾਵੈ ਰੰਗ ਸਿਉ ਬਿਨੁ ਕਿਰਪਾ ਲਇਆ ਨ ਜਾਇ ॥ ଗୁରୁ ବଡ ପ୍ରେମ ଭାବନାରେ ଉପଦେଶ ପ୍ରଦାନ କରିଥାନ୍ତି, ପରନ୍ତୁ ତାଙ୍କରି କୃପା ବିନା ନାମର ପ୍ରାପ୍ତି ହୋଇ ପାରିବ ନାହିଁ।
ਜੇ ਸਉ ਅੰਮ੍ਰਿਤੁ ਨੀਰੀਐ ਭੀ ਬਿਖੁ ਫਲੁ ਲਾਗੈ ਧਾਇ ॥੪॥ ବିଷାକ୍ତ ଗଛ ଉପରେ ହଜାରେ ଥର ଅମୃତ ରସ ସିଂଚନ କରାଯାଉ, ତାପରେ ମଧ୍ୟ ଏହି ଗଛରେ ବିଷାକ୍ତ ଫଳ ହିଁ ଆସିବ ॥4॥
ਸੇ ਜਨ ਸਚੇ ਨਿਰਮਲੇ ਜਿਨ ਸਤਿਗੁਰ ਨਾਲਿ ਪਿਆਰੁ ॥ ସେହି ପୁରୁଷ ସତ୍ୟବାଦୀ ଏବଂ ନିର୍ମଳ ଅଟେ, ଯାହାର ସଦଗୁରୁଙ୍କ ସହିତ ପ୍ରେମ ଅଛି।
ਸਤਿਗੁਰ ਕਾ ਭਾਣਾ ਕਮਾਵਦੇ ਬਿਖੁ ਹਉਮੈ ਤਜਿ ਵਿਕਾਰੁ ॥੫॥ ସେ ସଦଗୁରୁଙ୍କ ଇଚ୍ଛାନୁସାରେ କର୍ମ କରିଥାଏ ଆଉ ଅହଂକାର ଏବଂ ମନ୍ଦର ବିଷକୁ ତ୍ୟାଗ କରିଦେଇଥାଏ। ॥5॥
ਮਨਹਠਿ ਕਿਤੈ ਉਪਾਇ ਨ ਛੂਟੀਐ ਸਿਮ੍ਰਿਤਿ ਸਾਸਤ੍ਰ ਸੋਧਹੁ ਜਾਇ ॥ ମନର ଜିଦି ଦ୍ଵାରା କୌଣସି ବିଧିରେ ମନୁଷ୍ୟର ମୁକ୍ତି ହୋଇପାରେ ନାହିଁ, ସବୁ ସ୍ମୃତି, ଶାସ୍ତ୍ର,ପ୍ରାମାଣିକ ଗ୍ରନ୍ଥର ଅଧ୍ୟୟନ କର।
ਮਿਲਿ ਸੰਗਤਿ ਸਾਧੂ ਉਬਰੇ ਗੁਰ ਕਾ ਸਬਦੁ ਕਮਾਇ ॥੬॥ ଯିଏ ସାଧୁଙ୍କ ସଙ୍ଗତିରେ ରହି ଗୁରୁଙ୍କ ବାଣୀର ସାଧନା କରିଥାଏ, ସେ ଜନ୍ମ-ମରଣ ଚକ୍ରରୁ ମୁକ୍ତ ହୋଇଯାଏ ॥6॥
ਹਰਿ ਕਾ ਨਾਮੁ ਨਿਧਾਨੁ ਹੈ ਜਿਸੁ ਅੰਤੁ ਨ ਪਾਰਾਵਾਰੁ ॥ ହରିଙ୍କ ନାମ ଗୁଣର ଅମୂଲ୍ୟ ଭଣ୍ଡାର ଅଟେ, ଯାହା କୌଣସି ଅନ୍ତ ବା ପାରାବାର ନଥାଏ।
ਗੁਰਮੁਖਿ ਸੇਈ ਸੋਹਦੇ ਜਿਨ ਕਿਰਪਾ ਕਰੇ ਕਰਤਾਰੁ ॥੭॥ ଯାହା ଉପରେ ପରମାତ୍ମାଙ୍କ କୃପା ହୋଇଥାଏ, ସେହି ଗୁରୁଙ୍କ ଶିଷ୍ୟ ଜନ୍ମ-ମୃତ୍ୟୁରୁମୁକ୍ତ ହୋଇଥାନ୍ତି। ॥7॥
ਨਾਨਕ ਦਾਤਾ ਏਕੁ ਹੈ ਦੂਜਾ ਅਉਰੁ ਨ ਕੋਇ ॥ ହେ ନାନକ! ଏକ ପ୍ରଭୁ ହିଁ ସମସ୍ତ ଜୀବର ଦାତା ଅଟନ୍ତି, ଅନ୍ୟ କେହି ନୁହେଁ।
ਗੁਰ ਪਰਸਾਦੀ ਪਾਈਐ ਕਰਮਿ ਪਰਾਪਤਿ ਹੋਇ ॥੮॥੨॥੧੯॥ ଗୁରୁଙ୍କ କୃପାରୁ ହିଁ ପ୍ରଭୁଙ୍କ ପ୍ରାପ୍ତି ହୋଇଥାଏ ଆଉ ପ୍ରାରବ୍ଧ ଦ୍ଵାରା ହିଁ ଗୁରୁ ମିଳିଥାନ୍ତି॥8॥2॥19॥
Scroll to Top
jp1131 https://login-bobabet.net/ https://sugoi168daftar.com/ https://login-domino76.com/
https://e-learning.akperakbid-bhaktihusada.ac.id/storages/gacor/
https://siakba.kpu-mamuju.go.id/summer/gcr/
jp1131 https://login-bobabet.net/ https://sugoi168daftar.com/ https://login-domino76.com/
https://e-learning.akperakbid-bhaktihusada.ac.id/storages/gacor/
https://siakba.kpu-mamuju.go.id/summer/gcr/