Guru Granth Sahib Translation Project

guru granth sahib odia page-66

Page 66

ਸਿਰੀਰਾਗੁ ਮਹਲਾ ੩ ॥ ସିରିରାଗ ମହଲା 3 ॥
ਪੰਖੀ ਬਿਰਖਿ ਸੁਹਾਵੜਾ ਸਚੁ ਚੁਗੈ ਗੁਰ ਭਾਇ ॥ ଜୀବ ରୂପୀ ପକ୍ଷୀ, ଶରୀର ରୂପୀ ସୁନ୍ଦର ବୃକ୍ଷ ଉପରେ ବିରାଜମାନ ହୋଇ ଗୁରୁଜୀଙ୍କ ଇଚ୍ଛାନୁସାରେ ସତ୍ୟ ନାମରୂପି ଦାନା ଖାଇଥାଏ।
ਹਰਿ ਰਸੁ ਪੀਵੈ ਸਹਜਿ ਰਹੈ ਉਡੈ ਨ ਆਵੈ ਜਾਇ ॥ ସେ ହରି ରସର ପାନ କରିଥାଏ, ଆଉ ପରମ ଆନନ୍ଦରେ ରହିଥାଏ ଆଉ ସେ ସେଠାରେ ଉଡେ ନାହିଁ, ଆସେ ନାହିଁ ବା ଯାଏ ନାହିଁ ।
ਨਿਜ ਘਰਿ ਵਾਸਾ ਪਾਇਆ ਹਰਿ ਹਰਿ ਨਾਮਿ ਸਮਾਇ ॥੧॥ ସେ ନିଜର ଆତ୍ମ ସ୍ୱରୂପ ଭିତରେ ଅବାସ ହାସଲ କରିନିଏ ଆଉ ହରି ନାମରେ ଲୀନ ହୋଇଯାଏ ॥1॥
ਮਨ ਰੇ ਗੁਰ ਕੀ ਕਾਰ ਕਮਾਇ ॥ ହେ ମୋର ମନ! ତୁ ଗୁରୁଙ୍କ ସେବା କରି ତାହାଙ୍କ ଉପଦେଶ ଅନୁସାରେ ପାଳନ କର।
ਗੁਰ ਕੈ ਭਾਣੈ ਜੇ ਚਲਹਿ ਤਾ ਅਨਦਿਨੁ ਰਾਚਹਿ ਹਰਿ ਨਾਇ ॥੧॥ ਰਹਾਉ ॥ ଯଦି ତୁମେ ଗୁରୁଙ୍କ ଇଚ୍ଛାନୁସାରେ ଚାଲିବ, ତାହାହେଲେ ତୁମେ ରାତିଦିନ ଈଶ୍ଵରଙ୍କ ନାମରେ ଲୀନ ରହିବ ॥ 1॥
ਪੰਖੀ ਬਿਰਖ ਸੁਹਾਵੜੇ ਊਡਹਿ ਚਹੁ ਦਿਸਿ ਜਾਹਿ ॥ କେତେ ଶରୀର ରୂପୀ ବୃକ୍ଷ ଅତ୍ୟନ୍ତ ସୁନ୍ଦର ଅଟେ, ପରନ୍ତୁ, ଜୀବ ରୂପୀ ପକ୍ଷୀ ତାହା ଉପରେ ବସେ ନାହିଁ, ସେ ମାୟା ରୂପୀ ଦାନା ଖାଇବାକୁ ଚାରିଆଡେ ଯାଇଥାଏ।
ਜੇਤਾ ਊਡਹਿ ਦੁਖ ਘਣੇ ਨਿਤ ਦਾਝਹਿ ਤੈ ਬਿਲਲਾਹਿ ॥ ଯିଏ ଉପରକୁ ଯେତେ ଅଧିକ ଉଡେ, ସେତେ ଅଧିକ କଷ୍ଟ ସହିବାକୁ ପଡିଥାଏ। ସେ ସର୍ବଦା ଦୁଃଖ ସନ୍ତାପ ଗ୍ରସ୍ତ ରହି ଜଳି ବିଳାପ କରିଥାଏ।
ਬਿਨੁ ਗੁਰ ਮਹਲੁ ਨ ਜਾਪਈ ਨਾ ਅੰਮ੍ਰਿਤ ਫਲ ਪਾਹਿ ॥੨॥ ଗୁରୁଙ୍କ ଅତିରିକ୍ତ ତାହାକୁ ପରମେଶ୍ଵରଙ୍କ ମହଲ ଦେଖାଯାଏ ନାହିଁ, ନଈ ସେ ଅମୃତ ଫଳକୁ ପ୍ରାପ୍ତ କରିଥାଏ ॥2॥
ਗੁਰਮੁਖਿ ਬ੍ਰਹਮੁ ਹਰੀਆਵਲਾ ਸਾਚੈ ਸਹਜਿ ਸੁਭਾਇ ॥ ବ୍ରହ୍ମ ରୂପ ଗୁରୁମୁଖ ସର୍ବଦା ସବୁଜ ଭରା ବୃକ୍ଷ ଭଳି ଅଟେ। ତାହାକୁ ସ୍ଵାଭାବିକ ଭାବରେ ହିଁ ସତ୍ୟ ପରମେଶ୍ଵରଙ୍କ ପ୍ରୀତିର କୃପା ପ୍ରାପ୍ତ ହୋଇଥାଏ।
ਸਾਖਾ ਤੀਨਿ ਨਿਵਾਰੀਆ ਏਕ ਸਬਦਿ ਲਿਵ ਲਾਇ ॥ ସେହି ତିନି ଶାଖା (ସତ୍ତ୍ଵ, ରଜ ଆଉ ତମ) କୁ କାଟି ଉପରକୁ ଉଠେ ଆଉ ନାମରେ ପ୍ରେମ ଲଗାଇଥାଏ।
ਅੰਮ੍ਰਿਤ ਫਲੁ ਹਰਿ ਏਕੁ ਹੈ ਆਪੇ ਦੇਇ ਖਵਾਇ ॥੩॥ କେବଳ ଈଶ୍ଵରଙ୍କ ନାମ ହିଁ ଅମୃତମୟୀ ଫଳ ଅଟେ। ସେ ସ୍ଵୟଂ ହିଁ କୃପା କରି ଏହାର ସେବନ କରିବା ପାଇଁ ଦିଅନ୍ତି। ॥3॥
ਮਨਮੁਖ ਊਭੇ ਸੁਕਿ ਗਏ ਨਾ ਫਲੁ ਤਿੰਨਾ ਛਾਉ ॥ ମନମୁଖ ଏପରି ଏକ ବୃକ୍ଷ ଅଟେ, ଯିଏ ଠିଆ ଠିଆ ଶୁଖିଯାଏ। ସେଥିରେ କୌଣସି ଫଳ କିମ୍ବା ଛାୟା ନାହିଁ।
ਤਿੰਨਾ ਪਾਸਿ ਨ ਬੈਸੀਐ ਓਨਾ ਘਰੁ ਨ ਗਿਰਾਉ ॥ ସେହି ଅଜ୍ଞାନ ପ୍ରାଣୀଙ୍କ ସଙ୍ଗତି କରିବା ଅନୁଚିତ, କାରଣ ତାହାର କୌଣସି ଘର କିମ୍ବା ଗାଁ ନଥାଏ।
ਕਟੀਅਹਿ ਤੈ ਨਿਤ ਜਾਲੀਅਹਿ ਓਨਾ ਸਬਦੁ ਨ ਨਾਉ ॥੪॥ ତାହାକୁ ସର୍ବଦା କଟାଯାଏ, ଆଉ ଜଳାଯାଏ। ତାହା ପାଖରେ ଗୁରୁଙ୍କ ଉପଦେଶ କିମ୍ବା ହରିନାମ ନଥାଏ। ॥4॥
ਹੁਕਮੇ ਕਰਮ ਕਮਾਵਣੇ ਪਇਐ ਕਿਰਤਿ ਫਿਰਾਉ ॥ ମନୁଷ୍ୟ ଈଶ୍ଵରଙ୍କ ଆଦେଶ ଅନୁସାରେ କର୍ମ କରିଥାଏ ଆଉ ନିଜ ପୂର୍ବ ଜନ୍ମର କର୍ମ ଅନୁକୂଳ ବୁଲୁଥାଏ।
ਹੁਕਮੇ ਦਰਸਨੁ ਦੇਖਣਾ ਜਹ ਭੇਜਹਿ ਤਹ ਜਾਉ ॥ ଈଶ୍ଵରଙ୍କ ଆଦେଶ ଅନୁସାରେ ଗୁରୁମୁଖ ତାହାର ଦର୍ଶନ କରିଥାନ୍ତି ଆଉ ଯେଉଁ ଆଡେ ସେ ପଠାନ୍ତି ସେହି ଆଡେ ସେ ଯାଏ ।
ਹੁਕਮੇ ਹਰਿ ਹਰਿ ਮਨਿ ਵਸੈ ਹੁਕਮੇ ਸਚਿ ਸਮਾਉ ॥੫॥ ନିଜ ଆଦେଶ ଦ୍ଵାରା ଇଶ୍ଵର ଗୁରୁମୁଖର ଚିତ୍ତରେ ଥାଆନ୍ତି ଆଉ ତାହାଙ୍କ ଆଦେଶ ଦ୍ଵାରା ହିଁ ସେ ସତ୍ୟରେ ଲୀନ ହୋଇଯାଇଥାଏ ॥5॥
ਹੁਕਮੁ ਨ ਜਾਣਹਿ ਬਪੁੜੇ ਭੂਲੇ ਫਿਰਹਿ ਗਵਾਰ ॥ ମୂର୍ଖ ଦୁରାତ୍ମା ଈଶ୍ଵରଙ୍କ ଇଚ୍ଛାକୁ ବୁଝିପାରେ ନାହିଁ ଆଉ ଭ୍ରମରେ ଜନ୍ମ ମୃତ୍ୟୁ ଚକ୍ରରେ ପଡିଥାଏ।
ਮਨਹਠਿ ਕਰਮ ਕਮਾਵਦੇ ਨਿਤ ਨਿਤ ਹੋਹਿ ਖੁਆਰੁ ॥ ମନର ଜିଦି ଅନୁସାରେ କର୍ମ କରିଥାଏ ଆଉ ନିତ୍ୟ କଳଙ୍କିତ ହୋଇଥାଏ।
ਅੰਤਰਿ ਸਾਂਤਿ ਨ ਆਵਈ ਨਾ ਸਚਿ ਲਗੈ ਪਿਆਰੁ ॥੬॥ ତାହାର ଭିତରେ ସୁଖ-ଶାନ୍ତି ଆସେ ନାହିଁ ଆଉ ସତ୍ୟ-ସ୍ୱରୂପ ହରିଙ୍କ ସାଥିରେ ପ୍ରେମ କରିପାରେ ନାହିଁ ॥6॥
ਗੁਰਮੁਖੀਆ ਮੁਹ ਸੋਹਣੇ ਗੁਰ ਕੈ ਹੇਤਿ ਪਿਆਰਿ ॥ ଯିଏ ଗୁରୁଙ୍କ ସହିତ ପ୍ରୀତି ଏବଂ ପ୍ରେମ କରିଥାଏ, ସେହି ଗୁରୁମୁଖଙ୍କ ମୁଖ ସୁନ୍ଦର ହୋଇଯାଏ।
ਸਚੀ ਭਗਤੀ ਸਚਿ ਰਤੇ ਦਰਿ ਸਚੈ ਸਚਿਆਰ ॥ ସେ ସତ୍ୟର ଭକ୍ତିରେ ଲୀନ ଏବଂ ସତ୍ୟର ସାଥିରେ ରଙ୍ଗୀନ ଥାଏ ଆଉ ପରମେଶ୍ଵରଙ୍କ ଦ୍ଵାରରେ ସେ ସତ୍ୟବାଦୀ ରୂପରେ ସମ୍ମାନିତ ହୋଇଥାଏ
ਆਏ ਸੇ ਪਰਵਾਣੁ ਹੈ ਸਭ ਕੁਲ ਕਾ ਕਰਹਿ ਉਧਾਰੁ ॥੭॥ ଜଗତରେ ସେହି ମନୁଷ୍ୟର ଆଗମନ ସ୍ଵୀକୃତ ହୋଇଥାଏ, ଆଉ ନିଜର ସମସ୍ତ କୁଳକୁ ମଧ୍ୟ ଉଦ୍ଧାର କରିଥାଏ ॥7॥
ਸਭ ਨਦਰੀ ਕਰਮ ਕਮਾਵਦੇ ਨਦਰੀ ਬਾਹਰਿ ਨ ਕੋਇ ॥ ପ୍ରତ୍ଯେକ ପ୍ରାଣୀ ଈଶ୍ଵରଙ୍କ ଦ୍ରୁଷ୍ଟି ଅଧୀନ କର୍ମ କରିଥାଏ । କୌଣସି ପ୍ରାଣୀ ତାଙ୍କରି ଦୃଷ୍ଟିରୁ ବାହାରେ ନହିଁ।
ਜੈਸੀ ਨਦਰਿ ਕਰਿ ਦੇਖੈ ਸਚਾ ਤੈਸਾ ਹੀ ਕੋ ਹੋਇ ॥ ପରମାତ୍ମା ଯାହା ଉପରେ ଯେପରି କୃପା ଦୃଷ୍ଟି କରିଥାନ୍ତି, ମନୁଷ୍ୟ ସେପରି ହିଁ ହୋଇଯାଏ।
ਨਾਨਕ ਨਾਮਿ ਵਡਾਈਆ ਕਰਮਿ ਪਰਾਪਤਿ ਹੋਇ ॥੮॥੩॥੨੦॥ ହେ ନାନକ! ମନୁଷ୍ୟକୁ ନାମ ଦ୍ଵାରା ହିଁ ଯଶ ମିଳିଥାଏ ଆଉ ନାମର ଉପଲବ୍ଧି ଭଗବାନଙ୍କ କୃପାରୁ ହୋଇଥାଏ। ॥8॥3॥20॥
ਸਿਰੀਰਾਗੁ ਮਹਲਾ ੩ ॥ ସିରିରାଗ ମହଲା 3 ॥
ਗੁਰਮੁਖਿ ਨਾਮੁ ਧਿਆਈਐ ਮਨਮੁਖਿ ਬੂਝ ਨ ਪਾਇ ॥ ଗୁରୁମୁଖ ଭଗବାନଙ୍କ ନାମର ଧ୍ୟାନ କରିଥାଏ, କିନ୍ତୁ, ମନମୁଖକୁ ଭଗବାନଙ୍କ ଧ୍ୟାନର ଜ୍ଞାନ ବୁଝାପଡେ ନାହିଁ।
ਗੁਰਮੁਖਿ ਸਦਾ ਮੁਖ ਊਜਲੇ ਹਰਿ ਵਸਿਆ ਮਨਿ ਆਇ ॥ ଗୁରୁମୁଖର ମୁଖ ସର୍ବଦା ଉଜ୍ଜଳ ରହିଥାଏ ଆଉ ଭଗବାନ ତାହାର ହୃଦୟରେ ନିବାସ କରିଥାନ୍ତି।
ਸਹਜੇ ਹੀ ਸੁਖੁ ਪਾਈਐ ਸਹਜੇ ਰਹੈ ਸਮਾਇ ॥੧॥ ତାହାକୁ ସ୍ଵାଭାବିକ ଭାବରେ ସୁଖର ଉପଲବ୍ଧି ହୋଇଥାଏ। ସେ ସ୍ଵାଭାବିକ ଭାବରେ ନାମରେ ମଗ୍ନ ରହିଥାଏ ॥1॥
ਭਾਈ ਰੇ ਦਾਸਨਿ ਦਾਸਾ ਹੋਇ ॥ ହେ ଭାଇ! ତୁ ପରମାତ୍ମାଙ୍କ ଅନୁଚରର ଅନୁଚର ବନିଯାଅ।
ਗੁਰ ਕੀ ਸੇਵਾ ਗੁਰ ਭਗਤਿ ਹੈ ਵਿਰਲਾ ਪਾਏ ਕੋਇ ॥੧॥ ਰਹਾਉ ॥ ଗୁରୁଙ୍କ ସେବା ହିଁ ଗୁରୁଙ୍କ ଭକ୍ତି ଅଟେ, କିନ୍ତୁ, ତାହାର ଉପଲବ୍ଧି କେହି ବିରଳ ହିଁ ପ୍ରାପ୍ତ କରିଥାଏ। ॥1॥ରୁହ॥
ਸਦਾ ਸੁਹਾਗੁ ਸੁਹਾਗਣੀ ਜੇ ਚਲਹਿ ਸਤਿਗੁਰ ਭਾਇ ॥ ଯେଉଁ ଭାଗ୍ୟଶାଳୀ ନାରୀ ସଦଗୁରୁଙ୍କ ଇଚ୍ଛାନୁସାରେ ଆଚରଣ କରିଥାଏ, ସେ ସର୍ବଦା ଭାଗ୍ୟବତୀ ହୋଇଥାଏ।
ਸਦਾ ਪਿਰੁ ਨਿਹਚਲੁ ਪਾਈਐ ਨਾ ਓਹੁ ਮਰੈ ਨ ਜਾਇ ॥ ସେ ଆମର ଓ ଅଚଳ ସ୍ଵାମୀକୁ ପାଇଯାଏ, ସେ ମରେ ନାହିଁ ନା ଯାଏ ନାହିଁ।
ਸਬਦਿ ਮਿਲੀ ਨਾ ਵੀਛੁੜੈ ਪਿਰ ਕੈ ਅੰਕਿ ਸਮਾਇ ॥੨॥ ସେ ଶବ୍ଦ ଦ୍ଵାରା ପ୍ରଭୁଙ୍କ ସହିତ ମିଳନ କରିଥାଏ, ଏଥିପାଇଁ ତାହାଠାରେ ବିଯୋଗ ହୁଏ ନାହିଁ। ଏଣୁ, ନିଜର ସ୍ଵାମୀର କୋଳରେ ଲୀନ ହୋଇଯାଏ। ॥2॥
ਹਰਿ ਨਿਰਮਲੁ ਅਤਿ ਊਜਲਾ ਬਿਨੁ ਗੁਰ ਪਾਇਆ ਨ ਜਾਇ ॥ ହରି ପବିତ୍ର ଓ ଅତ୍ୟନ୍ତ ଉଜ୍ଜଳ ଅଟନ୍ତି। ଗୁରୁଙ୍କ ବିନା ସେ ପ୍ରାପ୍ତ ହୁଅନ୍ତି ନାହିଁ।
ਪਾਠੁ ਪੜੈ ਨਾ ਬੂਝਈ ਭੇਖੀ ਭਰਮਿ ਭੁਲਾਇ ॥ ଧର୍ମ ଗ୍ରନ୍ଥର ଅଧ୍ୟୟନ ଦ୍ଵାରା ମନୁଷ୍ୟକୁ ତାହାର ବୋଧ ହୋଇନଥାଏ। ଆଡମ୍ବର କରୁଥିବା ଭ୍ରମରେ ପଡିଥାଏ।
ਗੁਰਮਤੀ ਹਰਿ ਸਦਾ ਪਾਇਆ ਰਸਨਾ ਹਰਿ ਰਸੁ ਸਮਾਇ ॥੩॥ ଭଗବାନ ସର୍ବଦା ଗୁରୁଙ୍କ ମତି ଦ୍ଵାରା ପ୍ରାପ୍ତ ହୋଇଥାନ୍ତି। ଗୁରୁମୁଖର ମନରେ ହରି ରସ ରହିଥାଏ। ॥3॥
ਮਾਇਆ ਮੋਹੁ ਚੁਕਾਇਆ ਗੁਰਮਤੀ ਸਹਜਿ ਸੁਭਾਇ ॥ ଗୁରୁଙ୍କ ଉପଦେଶ ଦ୍ଵାରା ମନୁଷ୍ୟ ମାୟାର ମୋହକୁ ନଷ୍ଟ କରିଦେଇଥାଏ, ସେ ସ୍ଵାଭାବିକ ଅବସ୍ଥା ପ୍ରାପ୍ତ କରି ଭଗବାନଙ୍କ ପ୍ରେମରେ ମଗ୍ନ ରହିଥାଏ।


© 2025 SGGS ONLINE
error: Content is protected !!
Scroll to Top