Page 29
ਲਖ ਚਉਰਾਸੀਹ ਤਰਸਦੇ ਜਿਸੁ ਮੇਲੇ ਸੋ ਮਿਲੈ ਹਰਿ ਆਇ ॥
ଚଉରାଅଶି ଲକ୍ଷ ଯୋନିର ଜୀବ ଅର୍ଥାତ ସୃଷ୍ଟିର ସମସ୍ତ ପ୍ରାଣୀ ସେହି ପରମାତ୍ମାଙ୍କ ମିଲନ ପାଇଁ ବ୍ୟାକୁଳ ଅଛନ୍ତି, କିନ୍ତୁ ଯାହାକୁ ସେ ସ୍ଵୟଂ ଦୟା ଦୃଷ୍ଟି କରନ୍ତି, ସେ ହିଁ ପରମାତ୍ମାଙ୍କ ଠାରେ ମିଳନ ହୋଇପାରେ।
ਨਾਨਕ ਗੁਰਮੁਖਿ ਹਰਿ ਪਾਇਆ ਸਦਾ ਹਰਿ ਨਾਮਿ ਸਮਾਇ ॥੪॥੬॥੩੯॥
ନାନକ ଦେବ ଜୀ କହନ୍ତି ଯେ ଯିଏ ଗୁରୁ ଉପଦେଶ ଅନୁସାରେ ହରି ନାମରେ ଲୀନ ହୁଏ, ସିଏ ହିଁ ହରି-ପ୍ରଭୁଙ୍କୁ ପ୍ରାପ୍ତ କରିଛନ୍ତି॥4॥6॥39॥
ਸਿਰੀਰਾਗੁ ਮਹਲਾ ੩ ॥
ସିରିରାଗ ମହଲା 3 ॥
ਸੁਖ ਸਾਗਰੁ ਹਰਿ ਨਾਮੁ ਹੈ ਗੁਰਮੁਖਿ ਪਾਇਆ ਜਾਇ ॥
ହରିନାମ ସୁଖର ସାଗର ଅଟେ ତଥା ଏହାଦ୍ୱାରା ଗୁରୁଙ୍କ ଉପଦେଶ ଅନୁସାରେ ହିଁ ପାଇପାରିବା।
ਅਨਦਿਨੁ ਨਾਮੁ ਧਿਆਈਐ ਸਹਜੇ ਨਾਮਿ ਸਮਾਇ ॥
ପ୍ରତିଦିନ ପ୍ରଭୁ ନାମର ଚିନ୍ତନ କରିଲେ ଜୀବ ସ୍ଵାଭାବିକ ଭାବରେ ପରମେଶ୍ଵରଙ୍କ ଠାରେ ଲୀନ ହୋଇଯାଏ।
ਅੰਦਰੁ ਰਚੈ ਹਰਿ ਸਚ ਸਿਉ ਰਸਨਾ ਹਰਿ ਗੁਣ ਗਾਇ ॥੧॥
ଯଦି ଜୀବଙ୍କ ଅନ୍ତର୍ମନ ସତ୍ୟ ସ୍ୱରୂପ ପରମାତ୍ମାଙ୍କ ଠାରେ ମିଶିଯାଏ ତାହାହେଲେ ଜିହ୍ଵା ହ୍ରୀ-ପୃଭୁଙ୍କ ଗୁଣ ଗାନ କରିଥାଏ॥1॥
ਭਾਈ ਰੇ ਜਗੁ ਦੁਖੀਆ ਦੂਜੈ ਭਾਇ ॥
ହେ ଭାଇ! ଦୈତ୍ୟ-ଭାବ କାରଣରୁ ସଂପୂର୍ଣ୍ଣ ଜଗତ ଦୁଃଖୀ ହୋଇଥାଏ।
ਗੁਰ ਸਰਣਾਈ ਸੁਖੁ ਲਹਹਿ ਅਨਦਿਨੁ ਨਾਮੁ ਧਿਆਇ ॥੧॥ ਰਹਾਉ ॥
ଯଦି ଗୁରୁଙ୍କ ଶରଣକୁ ଆସି ଜୀବ ନିତ୍ୟ ନାମ ସ୍ମରଣ କରିଥାଏ ତାହାହେଲେ ସେ ଆତ୍ମିକ ସୁଖ ପ୍ରାପ୍ତି କରିଥାଏ॥1॥ରୁହ॥
ਸਾਚੇ ਮੈਲੁ ਨ ਲਾਗਈ ਮਨੁ ਨਿਰਮਲੁ ਹਰਿ ਧਿਆਇ ॥
ଏପରି ସତ୍ୟ ପ୍ରାଣୀ ଠାରେ କେବେ ପାପର ମଇଳା ଲାଗେ ନାହିଁ ଆଉ ସେ ଶୁଦ୍ଧ ମନରେ ହରି-ପ୍ରଭୁଙ୍କ ନାମ-ସ୍ମରଣ କରିଥାଏ।
ਗੁਰਮੁਖਿ ਸਬਦੁ ਪਛਾਣੀਐ ਹਰਿ ਅੰਮ੍ਰਿਤ ਨਾਮਿ ਸਮਾਇ ॥
ଗୁରୁ ଉପଦେଶକୁ ଜାଣିଲେ ହରି-ପ୍ରଭୁଙ୍କ ଅମୃତ ରୂପୀ ନାମରେ ସମାହିତ ହୋଇପାରେ।
ਗੁਰ ਗਿਆਨੁ ਪ੍ਰਚੰਡੁ ਬਲਾਇਆ ਅਗਿਆਨੁ ਅੰਧੇਰਾ ਜਾਇ ॥੨॥
ଯେଉଁ ଜୀବ ନିଜ ହୃଦୟରେ ତୀକ୍ଷଣ ଜ୍ଞାନର ଦୀପ ଜଳାଇଛି ତାହାହେଲେ ତାହାରି ହୃଦୟରୁ ଅଜ୍ଞାନତାର ଅନ୍ଧାର ନଷ୍ଟ ହୋଇଯାଏ॥2॥
ਮਨਮੁਖ ਮੈਲੇ ਮਲੁ ਭਰੇ ਹਉਮੈ ਤ੍ਰਿਸਨਾ ਵਿਕਾਰੁ ॥
ସ୍ଵେଚ୍ଛାଚାରୀ ଜୀବ ଅହଂକାର, ତୃଷ୍ଣା ଆଦି ବିକାରର ମଇଳା ଦ୍ଵାରା ମଳିନ ହୋଇଯାଉଛି।
ਬਿਨੁ ਸਬਦੈ ਮੈਲੁ ਨ ਉਤਰੈ ਮਰਿ ਜੰਮਹਿ ਹੋਇ ਖੁਆਰੁ ॥
ଗୁରୁଙ୍କ ଉପଦେଶ ବିନା ଏହି ମଇଳା କେବେ ବାହାରେ ନାହିଁ, ଜୀବ ଜନ୍ମ-ମୃତ୍ୟୁ ଚକ୍ରରେ ଫସି ରହିଥାଏ।
ਧਾਤੁਰ ਬਾਜੀ ਪਲਚਿ ਰਹੇ ਨਾ ਉਰਵਾਰੁ ਨ ਪਾਰੁ ॥੩॥
ସେ ମୟାବୀ କ୍ରୀଡାରେ ଲିପ୍ତ ହୋଇ ରହିଥାଏ ଆଉ ଏହି କାରଣରୁ ସେ ନା ଏହି ସଂସାରରୁ ସୁଖ ଭୋଗ ପାଏ ତଥା ନା ହିଁ ପରଲୋକର ଆନନ୍ଦ ନେଇପାରେ॥3॥
ਗੁਰਮੁਖਿ ਜਪ ਤਪ ਸੰਜਮੀ ਹਰਿ ਕੈ ਨਾਮਿ ਪਿਆਰੁ ॥
ଗୁରୁମୁଖ ଜୀବ ଜପ, ତପ ଓ ସଂଯମତାରେ ରହି ହରି-ପ୍ରଭୁଙ୍କ ନାମରେ ପ୍ରୀତି କରିଥାଏ।
ਗੁਰਮੁਖਿ ਸਦਾ ਧਿਆਈਐ ਏਕੁ ਨਾਮੁ ਕਰਤਾਰੁ ॥
ଏପରି ଜୀବ ସର୍ବଦା ଈଶ୍ଵରଙ୍କ ଏକ ନାମ ହିଁ ସ୍ମରଣ କରିଥାଏ।
ਨਾਨਕ ਨਾਮੁ ਧਿਆਈਐ ਸਭਨਾ ਜੀਆ ਕਾ ਆਧਾਰੁ ॥੪॥੭॥੪੦॥
ନାନକ ଦେବ ଜୀ କହନ୍ତି ଯେ ସମସ୍ତ ପ୍ରାଣୀର ଆଶ୍ରୟ କେବଳ ନାମ ସ୍ମରଣ ହିଁ ଅଟେ॥4॥7॥40॥
ਸ੍ਰੀਰਾਗੁ ਮਹਲਾ ੩ ॥
ସିରିରାଗ ମହଲା 3 ॥
ਮਨਮੁਖੁ ਮੋਹਿ ਵਿਆਪਿਆ ਬੈਰਾਗੁ ਉਦਾਸੀ ਨ ਹੋਇ ॥
ସ୍ଵେଚ୍ଛାଚାରୀ ଜୀବ ମାୟାର ମୋହରେ ଫସି ରହିବା କାରଣରୁ ଉଦାସୀନତା ଓ ବୈରାଗ୍ୟ ପ୍ରାପ୍ତ କରିପାରେ ନାହିଁ।
ਸਬਦੁ ਨ ਚੀਨੈ ਸਦਾ ਦੁਖੁ ਹਰਿ ਦਰਗਹਿ ਪਤਿ ਖੋਇ ॥
ସିଏ ଗୁରୁ-ଉପଦେଶର ରହସ୍ୟ ବୁଝେ ନାହିଁ, ଏଥିପାଇଁ ସେ ପରମାତ୍ମାଙ୍କ ଦ୍ଵାରରେ ପ୍ରତିଷ୍ଠା ହଜାଇଦିଏ।
ਹਉਮੈ ਗੁਰਮੁਖਿ ਖੋਈਐ ਨਾਮਿ ਰਤੇ ਸੁਖੁ ਹੋਇ ॥੧॥
ଯଦି ସେ ଗୁରୁମୁଖ ହୋଇ ଅହଂତ୍ଵ ତ୍ୟାଗ କରି ପରମାତ୍ମାଙ୍କ ନାମରେ ଲୀନ ହୁଏ, ତାହାହେଲେ ତାହାଙ୍କୁ ଆତ୍ମିକ ଆନନ୍ଦ ପ୍ରାପ୍ତି ହୁଏ॥1॥
ਮੇਰੇ ਮਨ ਅਹਿਨਿਸਿ ਪੂਰਿ ਰਹੀ ਨਿਤ ਆਸਾ ॥
ହେ ମନ! ତୋ ଠାରେ ସର୍ବଦା ଭୌତିକ ପଦାର୍ଥର କାମନା ଭରି ରହିଥାଏ।
ਸਤਗੁਰੁ ਸੇਵਿ ਮੋਹੁ ਪਰਜਲੈ ਘਰ ਹੀ ਮਾਹਿ ਉਦਾਸਾ ॥੧॥ ਰਹਾਉ ॥
ପରିପୂର୍ଣ୍ଣ ସଦଗୁରୁଙ୍କ ସେବା କରିଲେ ଏହି ମୋହ ପୂର୍ଣ୍ଣ ଭାବରେ ଦୂର ହୋଇଯାଏ ତଥା ଜୀବ ଗୃହସ୍ଥ ଜୀବନରେ ହିଁ ଉଦାସୀନ ରହିଥାଏ।
ਗੁਰਮੁਖਿ ਕਰਮ ਕਮਾਵੈ ਬਿਗਸੈ ਹਰਿ ਬੈਰਾਗੁ ਅਨੰਦੁ ॥
ଗୁରୁଙ୍କ ଶରଣ ନେଇ ଯଦି ଯଦି ଜୀବ ଧର୍ମ କାର୍ଯ୍ୟ କରେ ତାହାହେଲେ ସେହି ପରମମାତ୍ମାଙ୍କ ପ୍ରସନ୍ନତା ପ୍ରାପ୍ତ କରିଥାଏ ତଥା ବୈରାଗ୍ୟର ଆନନ୍ଦ ଉଠାଇଥାଏ।
ਅਹਿਨਿਸਿ ਭਗਤਿ ਕਰੇ ਦਿਨੁ ਰਾਤੀ ਹਉਮੈ ਮਾਰਿ ਨਿਚੰਦੁ ॥
ସେ ନିଜର ଅନ୍ତର୍ମନରୁ ଅହଂତ୍ଵ ତ୍ୟାଗ କରି ନିଶ୍ଚିତ ହୋଇ ନିତ୍ୟ ଦିନ ରାତି ଈଶ୍ଵରଙ୍କ ଉପାସନା କରିଥାଏ।
ਵਡੈ ਭਾਗਿ ਸਤਸੰਗਤਿ ਪਾਈ ਹਰਿ ਪਾਇਆ ਸਹਜਿ ਅਨੰਦੁ ॥੨॥
ଏପରି ଜୀବ ସୌଭାଗ୍ୟରୁ ହିଁ ସତସଙ୍ଗତି ପାଇଥାଏ ଆଉ ସେ ସ୍ଵାଭାବିକ ଭାବରେ ହିଁ ପରମାତ୍ମାଙ୍କୁ ପ୍ରାପ୍ତ କରିନିଏ॥2॥
ਸੋ ਸਾਧੂ ਬੈਰਾਗੀ ਸੋਈ ਹਿਰਦੈ ਨਾਮੁ ਵਸਾਏ ॥
ବାସ୍ତବିକ, ସାଧୁ ଆଉ ବୈରାଗୀ ସେମାନେ ଅଟନ୍ତି ଯେଉଁମାନେ ହୃଦୟରେ ପ୍ରଭୁ-ନାମ ଧାରଣ କରିଥାନ୍ତି।
ਅੰਤਰਿ ਲਾਗਿ ਨ ਤਾਮਸੁ ਮੂਲੇ ਵਿਚਹੁ ਆਪੁ ਗਵਾਏ ॥
ତାହାଙ୍କର ମନରେ ତିଳେ ମାତ୍ର ତାମସିକତା ରହିନଥାଏ ତଥା ଅନ୍ତର୍ମନରୁ ଅହଂତ୍ଵ ଦୂର କରି ନିଏ।
ਨਾਮੁ ਨਿਧਾਨੁ ਸਤਗੁਰੂ ਦਿਖਾਲਿਆ ਹਰਿ ਰਸੁ ਪੀਆ ਅਘਾਏ ॥੩॥
ପ୍ରଭୁଙ୍କ ଏହି ନାମ ରୂପୀ ଖଜଣା ସଦଗୁରୁ ହିଁ ଦେଖାଇଛନ୍ତି ଆଉ ହରି-ପ୍ରଭୁଙ୍କ ନାମ-ରସ ପିଇ ସେ ତୃପ୍ତ ହୋଇଯାଇଛନ୍ତି॥3॥
ਜਿਨਿ ਕਿਨੈ ਪਾਇਆ ਸਾਧਸੰਗਤੀ ਪੂਰੈ ਭਾਗਿ ਬੈਰਾਗਿ ॥
ଯିଏ ହରି ନାମକୁ ପ୍ରାପ୍ତ କରିଛି ତାହା ସୌଭାଗ୍ୟ, ବୈରାଗ୍ୟ ତଥା ସତସଙ୍ଗତି ଦ୍ଵାରା ହିଁ ପାଇଛି।
ਮਨਮੁਖ ਫਿਰਹਿ ਨ ਜਾਣਹਿ ਸਤਗੁਰੁ ਹਉਮੈ ਅੰਦਰਿ ਲਾਗਿ ॥
ମନମୁଖ ସଦଗୁରୁଙ୍କୁ ଚିହ୍ନି ପାରେ ନାହିଁ ଅର୍ଥାତ ସେ ଗୁରୁଙ୍କ ଉପଦେଶ ଗ୍ରହଣ କରେ ନାହିଁ, ତାହାରି ଅନ୍ତରରେ ପ୍ରବଳ ଅହଂକାର ହୋଇଥାଏ ତଥା ସେ ଯୋନିରେ ହିଁ ପଥଭ୍ରଷ୍ଟ ହୋଇଥାଏ।
ਨਾਨਕ ਸਬਦਿ ਰਤੇ ਹਰਿ ਨਾਮਿ ਰੰਗਾਏ ਬਿਨੁ ਭੈ ਕੇਹੀ ਲਾਗਿ ॥੪॥੮॥੪੧॥
ନାନକ ଦେବ ଜୀ କହନ୍ତି ଯେ ଗୁରୁଙ୍କ ଉପଦେଶରେ ଅନୁରକ୍ତ ଜୀବ ପରମାତ୍ମାଙ୍କ ନାମରେ ରଙ୍ଗୀନ ହୋଇଛି ତଥା ଏହି ରଙ୍ଗ ପ୍ରଭୁଙ୍କ ଭୟ ବିନା ଲାଗିପାରେ ନାହିଁ॥4॥8॥41॥
ਸਿਰੀਰਾਗੁ ਮਹਲਾ ੩ ॥
ସିରିରାଗ ମହଲା 3 ॥
ਘਰ ਹੀ ਸਉਦਾ ਪਾਈਐ ਅੰਤਰਿ ਸਭ ਵਥੁ ਹੋਇ ॥
ଶରୀର(ଘର) ଦ୍ଵାରା ହିଁ ନାମ ରୂପୀ ସଉଦା ପ୍ରାପ୍ତ ହୋଇଥାଏ, କାରଣ ଅନ୍ତର୍ମନରେ ସମସ୍ତ ପଦାର୍ଥ ବ୍ୟାପ୍ତ ଥାଏ।
ਖਿਨੁ ਖਿਨੁ ਨਾਮੁ ਸਮਾਲੀਐ ਗੁਰਮੁਖਿ ਪਾਵੈ ਕੋਇ ॥
କିନ୍ତୁ ଏହି ସଉଦା କୌଣସି ବିଶେଷ ଗୁରୁମୁଖ ଜୀବକୁ ପ୍ରତିକ୍ଷଣ ନାମ ସ୍ମରଣ କରିଲେ ହିଁ ପ୍ରାପ୍ତ ହୋଇଥାଏ।
ਨਾਮੁ ਨਿਧਾਨੁ ਅਖੁਟੁ ਹੈ ਵਡਭਾਗਿ ਪਰਾਪਤਿ ਹੋਇ ॥੧॥
ପ୍ରଭୁଙ୍କ ନାମ ଭଣ୍ଡାର ଅକ୍ଷୁର୍ଣ୍ଣ ଅଟେ ଆଉ ଏହା ସୌଭାଗ୍ୟରୁ ହିଁ ପ୍ରାପ୍ତ ହୋଇଥାଏ॥1॥
ਮੇਰੇ ਮਨ ਤਜਿ ਨਿੰਦਾ ਹਉਮੈ ਅਹੰਕਾਰੁ ॥
ହେ ପ୍ରାଣୀ ମନ! ନିଜ ଅନ୍ତରରୁ ନିନ୍ଦା, ଅହଂକାର ଆଉ ଗର୍ବ ତ୍ୟାଗ କର।