Guru Granth Sahib Translation Project

guru granth sahib odia page-30

Page 30

ਹਰਿ ਜੀਉ ਸਦਾ ਧਿਆਇ ਤੂ ਗੁਰਮੁਖਿ ਏਕੰਕਾਰੁ ॥੧॥ ਰਹਾਉ ॥ ତୁମେ ଗୁରୁମୁଖ ହୋଇ ପରମେଶ୍ଵର ହଋ-ପ୍ରଭୁଙ୍କୁ ସ୍ମରଣ କର॥1॥ରୁହ॥
ਗੁਰਮੁਖਾ ਕੇ ਮੁਖ ਉਜਲੇ ਗੁਰ ਸਬਦੀ ਬੀਚਾਰਿ ॥ ଯେଉଁ ଗୁରୁମୁଖ ଜୀବ ଗୁରୁ ଉପଦେଶ ଗ୍ରହଣ କରି ତାହା ଉପରେ ବିଚାର କରେ, ସେ ଲୋକ-ପରଲୋକରେ ପ୍ରତିଷ୍ଠା ପ୍ରାପ୍ତ କରେ।
ਹਲਤਿ ਪਲਤਿ ਸੁਖੁ ਪਾਇਦੇ ਜਪਿ ਜਪਿ ਰਿਦੈ ਮੁਰਾਰਿ ॥ ସେ ନିଜ ହୃଦୟରେ ମୁରାରୀଙ୍କ ନାମ ଜପିବା ଦ୍ଵାରା ମୃତ୍ୟୁଲୋକ ଓ ପରଲୋକରେ ସୁଖ ପ୍ରାପ୍ତ କରିଥାଏ।
ਘਰ ਹੀ ਵਿਚਿ ਮਹਲੁ ਪਾਇਆ ਗੁਰ ਸਬਦੀ ਵੀਚਾਰਿ ॥੨॥ ଗୁରୁଙ୍କ ଉପଦେଶ ଚିନ୍ତନ କରିବା ଦ୍ଵାରା ସେ ଅନ୍ତରରେ ପରମାତ୍ମାଙ୍କ ସ୍ୱରୂପ ପାଇନିଏ॥2॥
ਸਤਗੁਰ ਤੇ ਜੋ ਮੁਹ ਫੇਰਹਿ ਮਥੇ ਤਿਨ ਕਾਲੇ ॥ ଯେଉଁ ଜୀବ ସଦଗୁରୁଙ୍କ ଠାରୁ ପରମୁଖ ହୋଇଥାଏ ତାହାର ମୁଖ କଳଙ୍କିତ ହୋଇଥାଏ।
ਅਨਦਿਨੁ ਦੁਖ ਕਮਾਵਦੇ ਨਿਤ ਜੋਹੇ ਜਮ ਜਾਲੇ ॥ ସେ ପ୍ରତିଦିନ କଷ୍ଟ ଭୋଗୁଥାଏ ଆଉ ନିତ୍ୟ ଯମର ଜାଲରେ ଫସିଥାଏ।
ਸੁਪਨੈ ਸੁਖੁ ਨ ਦੇਖਨੀ ਬਹੁ ਚਿੰਤਾ ਪਰਜਾਲੇ ॥੩॥ ତାହାର ସ୍ଵପ୍ନରେ ମଧ୍ୟ ସୁଖ ପ୍ରାପ୍ତି ନ ଥାଏ ତଥା କୌଣସି ପ୍ରକାର ଚିନ୍ତାଗ୍ନି ତାହାକୁ ପୂର୍ଣ୍ଣ ଭାବରେ ଜଳାଇଦିଏ॥3॥
ਸਭਨਾ ਕਾ ਦਾਤਾ ਏਕੁ ਹੈ ਆਪੇ ਬਖਸ ਕਰੇਇ ॥ ସମସ୍ତ ପ୍ରାଣୀକୁ ଦେଉଥିବା ଇଶ୍ଵର ଏକ ହିଁ ଅଟେ ଆଉ ସେ ସ୍ଵୟଂ ହିଁ ଅନୁଗ୍ରହ କରିଥାଏ।
ਕਹਣਾ ਕਿਛੂ ਨ ਜਾਵਈ ਜਿਸੁ ਭਾਵੈ ਤਿਸੁ ਦੇਇ ॥ ତାଙ୍କରି ଅନୁଗ୍ରହ ବିଷୟରେ କିଛି ମଧ୍ୟ କୁହାଯାଇପାରିବ ନାହିଁ, କାରଣ ଯାହାକୁ ଚାହାନ୍ତି ତାହାକୁ ଦିଅନ୍ତି।
ਨਾਨਕ ਗੁਰਮੁਖਿ ਪਾਈਐ ਆਪੇ ਜਾਣੈ ਸੋਇ ॥੪॥੯॥੪੨॥ ନାନକ ଦେବ ଜୀ କହନ୍ତି ଯେ ଗୁରୁଙ୍କ ଶରଣ ଯାଇ ଯିଏ ପ୍ରଭୁଙ୍କୁ ପାଇବାକୁ ଉଦ୍ୟମ କରିଥାଏ, ସେ ତାଙ୍କରି ଆନନ୍ଦକୁ ଜାଣିପାରେ॥4॥6॥42॥
ਸਿਰੀਰਾਗੁ ਮਹਲਾ ੩ ॥ ସିରିରାଗ ମହଲା 3 ॥
ਸਚਾ ਸਾਹਿਬੁ ਸੇਵੀਐ ਸਚੁ ਵਡਿਆਈ ਦੇਇ ॥ ସତ୍ୟ ପରମାତ୍ମାଙ୍କ ସେବା-ଉପାସନା କରାଯାଏ ତ ସେ ସତ୍ୟ ଶ୍ଵାରୁପ ରୂପୀ ସମ୍ମାନ ପ୍ରଦାନ କରନ୍ତି।
ਗੁਰ ਪਰਸਾਦੀ ਮਨਿ ਵਸੈ ਹਉਮੈ ਦੂਰਿ ਕਰੇਇ ॥ ଗୁରୁଙ୍କ କୃପା ଦ୍ଵାରା ସେ ହୃଦୟରେ ବାସ କରନ୍ତି ଆଉ ଅହଂକାରକୁ ଦୂର କରନ୍ତି।
ਇਹੁ ਮਨੁ ਧਾਵਤੁ ਤਾ ਰਹੈ ਜਾ ਆਪੇ ਨਦਰਿ ਕਰੇਇ ॥੧॥ ଏହି ମନ ପଥଭ୍ରଷ୍ଟ ହେବାରୁ ସେତେବେଳେ ବଞ୍ଚିପାରେ ଯେତେବେଳେ ସେ ପରମେଶ୍ଵର ସ୍ଵୟଂ କୃପା-ଦୃଷ୍ଟି କରନ୍ତି॥1॥
ਭਾਈ ਰੇ ਗੁਰਮੁਖਿ ਹਰਿ ਨਾਮੁ ਧਿਆਇ ॥ ହେ ଭାଇ! ଗୁରୁଙ୍କ ଉପଦେଶ ଦ୍ଵାରା ହଋ-ପ୍ରଭୁଙ୍କ ନାମ ସ୍ମରଣ କର।
ਨਾਮੁ ਨਿਧਾਨੁ ਸਦ ਮਨਿ ਵਸੈ ਮਹਲੀ ਪਾਵੈ ਥਾਉ ॥੧॥ ਰਹਾਉ ॥ ଯଦି ନାମ-ଭଣ୍ଡାର ସର୍ବଦା ପାଇଁ ମନରେ ସ୍ଥିର ହୋଇଯାଏ ତାହାହେଲେ ଜୀବ ସେହି ପ୍ରଭୁଙ୍କ ସ୍ଵରୂପରେ ସ୍ଥାନ ପ୍ରାପ୍ତ କରିନିଏ॥1॥ରୁହ॥
ਮਨਮੁਖ ਮਨੁ ਤਨੁ ਅੰਧੁ ਹੈ ਤਿਸ ਨਉ ਠਉਰ ਨ ਠਾਉ ॥ ସ୍ଵେଚ୍ଛାଚାରୀ ଜୀବଙ୍କ ହୃଦୟ ଓ ଶରୀର ଅବିଦ୍ୟା କାରଣରୁ ଅନ୍ଧାର ହୋଇଥାଏ, ଏଥିପାଇଁ ତାହାକୁ ରହିବା ପାଇଁ କୌଣସି ଆଶ୍ରୟ ନ ଥାଏ।
ਬਹੁ ਜੋਨੀ ਭਉਦਾ ਫਿਰੈ ਜਿਉ ਸੁੰਞੈਂ ਘਰਿ ਕਾਉ ॥ ସେ ଅନେକ ଅନେକ ଯୋନିରେ ଆସେ ଯେପରି ଖାଲି ଘରେ କାଉ ରହିଥାଏ।
ਗੁਰਮਤੀ ਘਟਿ ਚਾਨਣਾ ਸਬਦਿ ਮਿਲੈ ਹਰਿ ਨਾਉ ॥੨॥ ଗୁରୁଙ୍କ ଶିକ୍ଷା ଦ୍ଵାରା ହୃଦୟରେ ଜ୍ଞାନର ପ୍ରକାଶ ହୋଇଥାଏ ଆଉ ବାଣୀ ଦ୍ଵାରା ପରମେଶ୍ଵରଙ୍କ ନାମ ପ୍ରାପ୍ତ ହୋଇଥାଏ॥2॥
ਤ੍ਰੈ ਗੁਣ ਬਿਖਿਆ ਅੰਧੁ ਹੈ ਮਾਇਆ ਮੋਹ ਗੁਬਾਰ ॥ ସଂସାରରେ ତ୍ରିଗୁଣୀ (ସତ୍ତ୍ଵ, ରଜ, ତମ) ବିକାରର ଅନ୍ଧାର ଅଛି ଆଉ ମାୟାର ମୋହର ଧୁଳି ପଡିଛି।
ਲੋਭੀ ਅਨ ਕਉ ਸੇਵਦੇ ਪੜਿ ਵੇਦਾ ਕਰੈ ਪੂਕਾਰ ॥ ଲୋଭୀ ଜୀବ ବେଦ ଆଦି ଧର୍ମ ଗ୍ରନ୍ଥକୁ ପଢି ପରମେଶ୍ଵରଙ୍କୁ ଡାକେ, କିନ୍ତୁ ଦୈତ୍ୟ-ଭାବ କାରଣରୁ ଏକ ଈଶ୍ବରଙ୍କ ଅତିରିକ୍ତ ଅନ୍ୟ କାହାକୁ ସ୍ମରଣ କରେ।
ਬਿਖਿਆ ਅੰਦਰਿ ਪਚਿ ਮੁਏ ਨਾ ਉਰਵਾਰੁ ਨ ਪਾਰੁ ॥੩॥ ବିକାରର ଅଗ୍ନିରେ ଜଳି ସେ ମରିଯାଇଛି ତଥା ସେ ଏହି ସଂସାରର ସୁଖ ଭୋଗ କରିପାରେ ନାହିଁ ନା ପରଲୋକରେ ସ୍ଥାନ ପାଇଥାଏ॥3॥
ਮਾਇਆ ਮੋਹਿ ਵਿਸਾਰਿਆ ਜਗਤ ਪਿਤਾ ਪ੍ਰਤਿਪਾਲਿ ॥ ସେ ମାୟା ମୋହରେ ଲିପ୍ତ ହୋଇ ସେହି ପ୍ରତିପାଳକ ପରମାତ୍ମାଙ୍କୁ ବିସ୍ମୃତ କରିଦେଇଛି।
ਬਾਝਹੁ ਗੁਰੂ ਅਚੇਤੁ ਹੈ ਸਭ ਬਧੀ ਜਮਕਾਲਿ ॥ ସଂପୂର୍ଣ୍ଣ ସୃଷ୍ଟି ଗୁରୁଙ୍କ ବିନା ଚେତନା ରହିତ ଅଟେ ଆଉ ଯମର ଜାଲରେ ଫସି ରହିଥାଏ।
ਨਾਨਕ ਗੁਰਮਤਿ ਉਬਰੇ ਸਚਾ ਨਾਮੁ ਸਮਾਲਿ ॥੪॥੧੦॥੪੩॥ ନାନକ ଦେବ ଜୀ କହନ୍ତି ଯେ ଗୁରୁଙ୍କ ଉପଦେଶ ଅନୁସାରେ ସତ୍ୟ ନାମର ସ୍ମରଣ କରି ହିଁ ଯମର ବନ୍ଧନରୁ ବଞ୍ଚିପାରେ॥4॥10॥43॥
ਸਿਰੀਰਾਗੁ ਮਹਲਾ ੩ ॥ ସିରିରାଗ ମହଲା 3 ॥
ਤ੍ਰੈ ਗੁਣ ਮਾਇਆ ਮੋਹੁ ਹੈ ਗੁਰਮੁਖਿ ਚਉਥਾ ਪਦੁ ਪਾਇ ॥ ଗୁରୁମୁଖ ଜୀବ ତ୍ରିଗୁଣୀ ମାୟାର ମୋହ ତ୍ୟାଗ କରି ଚତୁର୍ଥ ପଦ(ଆଧ୍ୟାତ୍ମିକ) ପ୍ରାପ୍ତ କରିଅଛି।
ਕਰਿ ਕਿਰਪਾ ਮੇਲਾਇਅਨੁ ਹਰਿ ਨਾਮੁ ਵਸਿਆ ਮਨਿ ਆਇ ॥ ତାହାର ହୃଦୟରେ ସେହି ହଋ-ପ୍ରଭୁଙ୍କ ନାମ ବାସ କରିଅଛି।
ਪੋਤੈ ਜਿਨ ਕੈ ਪੁੰਨੁ ਹੈ ਤਿਨ ਸਤਸੰਗਤਿ ਮੇਲਾਇ ॥੧॥ ଯାହାର ଭାଗ୍ୟ ରୂପୀ ଖଜଣାରେ ପୂଣ୍ୟ ରହିଛି, ପ୍ରଭୁ ସେମାନଙ୍କୁ ସତସଙ୍ଗତିକୁ ଆଣନ୍ତି॥1॥
ਭਾਈ ਰੇ ਗੁਰਮਤਿ ਸਾਚਿ ਰਹਾਉ ॥ ହେ ଭାଇ! ଗୁରୁଙ୍କ ଶିକ୍ଷା ଦ୍ଵାରା ସତ୍ୟରେ ବାସ କର।
ਸਾਚੋ ਸਾਚੁ ਕਮਾਵਣਾ ਸਾਚੈ ਸਬਦਿ ਮਿਲਾਉ ॥੧॥ ਰਹਾਉ ॥ କେବଳ ସତ୍ୟର ସାଧନା କର, ଯାହା ଦ୍ଵାରା ସେହି ସତ୍ୟ ସ୍ୱରୂପ ସହିତ ମିଳନ ସମ୍ଭବ ହୋଇପାରିବ॥1॥ରୁହ॥
ਜਿਨੀ ਨਾਮੁ ਪਛਾਣਿਆ ਤਿਨ ਵਿਟਹੁ ਬਲਿ ਜਾਉ ॥ ଯିଏ ପରଂବ୍ରହ୍ମ ପରମେଶ୍ଵରଙ୍କ ନାମକୁ ଜାଣିପାରିଛି, ତାହା ପାଖରେ ମୁଁ ସମର୍ପିତ।
ਆਪੁ ਛੋਡਿ ਚਰਣੀ ਲਗਾ ਚਲਾ ਤਿਨ ਕੈ ਭਾਇ ॥ ଅହଂତ୍ଵର ତ୍ୟାଗ କରି ତାହାଙ୍କ ଚରଣରେ ପଡିଯିବି ଆଉ ତାହାଙ୍କ ଇଚ୍ଛା ଅନୁସାରେ ଚାଲିବି।
ਲਾਹਾ ਹਰਿ ਹਰਿ ਨਾਮੁ ਮਿਲੈ ਸਹਜੇ ਨਾਮਿ ਸਮਾਇ ॥੨॥ ଯେହେତୁ ତାଙ୍କରି ସଙ୍ଗତିରେ ରହି ନାମ ସ୍ମରଣର ଲାଭ ମିଳିଥାଏ, ତଥା ନାମ ପ୍ରାପ୍ତି ସହଜ ହୋଇଯାଏ॥2॥
ਬਿਨੁ ਗੁਰ ਮਹਲੁ ਨ ਪਾਈਐ ਨਾਮੁ ਨ ਪਰਾਪਤਿ ਹੋਇ ॥ କିନ୍ତୁ ଗୁରୁଙ୍କ ବିନା ନାମର ପ୍ରାପ୍ତି ହୋଇପାରେ ନାହିଁ ଆଉ ନାମର ବିନା ସତ୍ୟ ସ୍ଵରୂପକୁ ପାଇପାରିବା ନାହିଁ।
ਐਸਾ ਸਤਗੁਰੁ ਲੋੜਿ ਲਹੁ ਜਿਦੂ ਪਾਈਐ ਸਚੁ ਸੋਇ ॥ ପୁଣି ଏପରି କୌଣସି ସତ୍ୟ ଗୁରୁ ସନ୍ଧାନ କର, ଯାହା ଦ୍ଵାରା ସେହି ସତ୍ୟ ପରମାତ୍ମା ପ୍ରାପ୍ତ କରାଯାଇପାରିବ।
ਅਸੁਰ ਸੰਘਾਰੈ ਸੁਖਿ ਵਸੈ ਜੋ ਤਿਸੁ ਭਾਵੈ ਸੁ ਹੋਇ ॥੩॥ ଯେଉଁ ଜୀବ ଗୁରୁଙ୍କ ମାର୍ଗ ଦର୍ଶନ ଦ୍ଵାରା ସତ୍ୟ ପରମାତ୍ମାଙ୍କୁ ପାଏ, ତାହାର କାମ, କ୍ରୋଧ, ଲୋଭ ରୂପୀ ଦୈତକୁ ସଂହାର କର
ਜੇਹਾ ਸਤਗੁਰੁ ਕਰਿ ਜਾਣਿਆ ਤੇਹੋ ਜੇਹਾ ਸੁਖੁ ਹੋਇ ॥ ଯେପରି ସଦଗୁରୁଙ୍କ ଠାରେ ଶ୍ରଦ୍ଧା ହୁଏ, ସେପରି ସୁଖ ଫଳ ଜୀବ ପାଏ।
ਏਹੁ ਸਹਸਾ ਮੂਲੇ ਨਾਹੀ ਭਾਉ ਲਾਏ ਜਨੁ ਕੋਇ ॥ ଏହି ତଥ୍ୟରେ ମୋଟେ ସନ୍ଦେହ ନାହିଁ, ଯେ କୌଣସି ଜୀବ ନିଃସଙ୍କୋଚରେ ସଦଗୁରୁଙ୍କ ସହିତ ପ୍ରେମ କରି ଦେଖୁ।
ਨਾਨਕ ਏਕ ਜੋਤਿ ਦੁਇ ਮੂਰਤੀ ਸਬਦਿ ਮਿਲਾਵਾ ਹੋਇ ॥੪॥੧੧॥੪੪॥ ନାନକ ଦେବ ଜୀ କହନ୍ତି ଯେ ଅକାଳ-ପୁରୁଷ ଓ ଗୁରୁ ଦୁଇଟି ରୂପ ଦେଖାଯାଏ, କିନ୍ତୁ ଏହି ଦୁଇଟିରେ ଜ୍ୟୋତି ଏକ ହିଁ ଅଟେ, ଗୁରୁଙ୍କ ଉପଦେଶ ଦ୍ଵାରା ହିଁ ଅକାଳ ପୁରୁଷଙ୍କ ସହିତ ମିଳନ ସମ୍ଭବ ଅଟେ॥4॥11॥


© 2025 SGGS ONLINE
error: Content is protected !!
Scroll to Top