Page 1
ੴ ਸਤਿ ਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰ ਪ੍ਰਸਾਦਿ ॥
ଅକାଳ ପୁରୁଷ ଏକ ଅଟେ, ଯାହାଙ୍କର ନାମ ‘ ଅସ୍ତିତ୍ଵବାଲା’, ଯିଏ ସୃଷ୍ଟିର ରଚକ, ଯିଏ ସବୁଠାରେ ବ୍ୟାପକ, ଭୟ ରହିତ(ନିର୍ଭୟ), ଶତ୍ରୁ ରହିତ( ଶତ୍ରୁହୀନ), ଯାହାର ସ୍ୱରୂପ କାଳରୁ ଉର୍ଦ୍ଧ୍ଵରେ ଅଟେ, (ଭାବ- ଯାହାର ଶରୀର ନାଶ ରହିତ ଅଟେ), ଯିଏ ଯୋନିରେ ଆସନ୍ତି ନାହିଁ, ଯାହାଙ୍କର ପ୍ରକାଶ ସ୍ଵୟଂ ହୋଇଥାଏ ଆଉ ଯିଏ ସଦଗୁରୁଙ୍କ କୃପାରୁ ମିଳିଥାଏ।
॥ ਜਪੁ ॥
ଜପ କର।( ଏହାକୁ ଗୁରୁଙ୍କ ବାଣୀର ଶୀର୍ଷକ ନିଆଯାଇଛି।)
ਆਦਿ ਸਚੁ ਜੁਗਾਦਿ ਸਚੁ ॥
ନିରଙ୍କାର (ଅକାଳ ପୁରୁଷ) ସୃଷ୍ଟିର ରଚନା ପୂର୍ବରୁ, ଯୁଗର ଆରମ୍ଭରୁ ସତ୍ୟ(ସ୍ୱରୂପ) ଥିଲେ
ਹੈ ਭੀ ਸਚੁ ਨਾਨਕ ਹੋਸੀ ਭੀ ਸਚੁ ॥੧॥
ବର୍ତ୍ତମାନ ମଧ୍ୟ ତାଙ୍କରି ଅସ୍ତିତ୍ଵ ଅଛି, ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ କଥନ ଅଟେ, ଭବିଷ୍ୟତରେ ମଧ୍ୟ ଏହି ସତ୍ୟ ସ୍ୱରୂପ ନିରଙ୍କାରଙ୍କ ଅସ୍ତିତ୍ଵ ରହିବ ॥1॥
ਸੋਚੈ ਸੋਚਿ ਨ ਹੋਵਈ ਜੇ ਸੋਚੀ ਲਖ ਵਾਰ ॥
ଯଦି କିଏ ଲକ୍ଷେ ଥର ଶୌଚ (ସ୍ନାନ) କରୁଥାଏ, ତାହାହେଲେ ମଧ୍ୟ ଶରୀରର ବାହାର ସ୍ନାନରେ ମନର ପବିତ୍ରତା ହୋଇପାରିବ ନାହିଁ। ମନର ପବିତ୍ରତା ବିନା ପରମେଶ୍ଵର ( ୱାହି ଗୁରୁ)ଙ୍କ ପ୍ରତି ବିଚାର ମଧ୍ୟ କରାଯାଇପାରିବ ନାହିଁ।
ਚੁਪੈ ਚੁਪ ਨ ਹੋਵਈ ਜੇ ਲਾਇ ਰਹਾ ਲਿਵ ਤਾਰ ॥
ଯଦି କିଏ ଏକାଗ୍ରଚିତ୍ତ ସମାଧି ହୋଇ ମୌନ ବ୍ରତ ଧାରଣ କରେ, ତଥାପି ମନରେ ଶାନ୍ତି ପ୍ରାପ୍ତ ହୋଇପାରିବ ନାହିଁ; ଯେ ପର୍ଯ୍ୟନ୍ତ ମନରୁ ମିଛ ବିକାର ବାହାରି ନ ଯାଏ।
ਭੁਖਿਆ ਭੁਖ ਨ ਉਤਰੀ ਜੇ ਬੰਨਾ ਪੁਰੀਆ ਭਾਰ ॥
କେତେ ଜଗତରୁ ସବୁ ସମ୍ପଦ ଗ୍ରହଣ କର, ତଥାପି ଉପବାସ ବ୍ରତ ଆଦି କରି ଏହି ମନର ତୃଷ୍ଣା ରୂପୀ କ୍ଷୁଧା ମେଣ୍ଟା ଯାଇପାରିବ ନାହିଁ।
ਸਹਸ ਸਿਆਣਪਾ ਲਖ ਹੋਹਿ ਤ ਇਕ ਨ ਚਲੈ ਨਾਲਿ ॥
କାହା ପାଖରେ ଅନେକ ଚତୁର ବିଚାର ଥାଇପାରେ, କିନ୍ତୁ ଏହା ଅହଂଯୁକ୍ତ ହୋଇଥିବାରୁ ପରମେଶ୍ଵରଙ୍କ ନିକଟରେ ପହଞ୍ଚିବା ପାଇଁ ସହାୟକ ହୋଇନଥାଏ।
ਕਿਵ ਸਚਿਆਰਾ ਹੋਈਐ ਕਿਵ ਕੂੜੈ ਤੁਟੈ ਪਾਲਿ ॥
ବର୍ତ୍ତମାନ ପ୍ରଶ୍ନ ହେଉଛି ପୁଣି ପରମାତ୍ମାଙ୍କ ସମକ୍ଷରେ ସତ୍ଯର ପ୍ରକାଶ ପୁଞ୍ଜି କିପରି ବନାଯାଇପାରିବ, ଆମର ଆଉ ନିରଙ୍କାରଙ୍କ ମଧ୍ୟରେ ମିଥ୍ୟାର ଯେଉଁ ପ୍ରାଚୀର ଅଛି, ତାହା କେମିତି ଭଙ୍ଗାଯାଇପାରିବ?
ਹੁਕਮਿ ਰਜਾਈ ਚਲਣਾ ਨਾਨਕ ਲਿਖਿਆ ਨਾਲਿ ॥੧॥
ସତ୍ୟ ରୂପ ହେବାର ମାର୍ଗ ବତାଇବା ସମୟରେ, ଶ୍ରୀ ଗୁରୁ ନାନକ ଦେବ ଜୀ କଥନ କରନ୍ତି- ଏହି ସୃଷ୍ଟିର ପ୍ରାରମ୍ଭରୁ ହିଁ ଲେଖା ଆସିଛି ଯେ ଈଶ୍ଵରଙ୍କ ଆଦେଶ ଅଧୀନ ଚାଲିଲେ ସାଂସାରିକ ପ୍ରାଣୀ ଏହା ସବୁ କରିପାରିବ॥1॥
ਹੁਕਮੀ ਹੋਵਨਿ ਆਕਾਰ ਹੁਕਮੁ ਨ ਕਹਿਆ ਜਾਈ ॥
ସବୁ ଶରୀର ପ୍ରଭୁଙ୍କ ଆଦେଶ ଅନୁସାରେ ହିଁ ରଚନା କରାଯାଇଛି, କିନ୍ତୁ ତାଙ୍କରି ଆଦେଶ ବର୍ଣ୍ଣନା କରାଯାଇପାରିବ ନାହିଁ।
ਹੁਕਮੀ ਹੋਵਨਿ ਜੀਅ ਹੁਕਮਿ ਮਿਲੈ ਵਡਿਆਈ ॥
ପରମେଶ୍ଵରଙ୍କ ଆଦେଶରୁ ଏହି ଧରାରେ ଅନେକ ଅନେକ ଯୋନିରେ ଜୀବ ସୃଜନ ହୁଅନ୍ତି, ତାହାଙ୍କ ଆଦେଶରୁ ହିଁ ମାନ-ସମ୍ମାନ (ଅଥବା ଉଚ୍ଚ – ନୀଚ ପଦ) ପ୍ରାପ୍ତ ହୁଏ।
ਹੁਕਮੀ ਉਤਮੁ ਨੀਚੁ ਹੁਕਮਿ ਲਿਖਿ ਦੁਖ ਸੁਖ ਪਾਈਅਹਿ ॥
ପରମେଶ୍ଵର (ୱାହିଗୁରୁ)ଙ୍କ ଆଦେଶରୁ ହିଁ ଜୀବ ଶ୍ରେଷ୍ଠ ଅଥବା ନିମ୍ନ ଜୀବନ ପ୍ରାପ୍ତ କରିଥାଏ, ତାହାଙ୍କ ଦ୍ଵାରା ହିଁ ସୁଖ ଆଉ ଦୁଃଖର ଅନୁଭବ କରିଥାଏ।
ਇਕਨਾ ਹੁਕਮੀ ਬਖਸੀਸ ਇਕਿ ਹੁਕਮੀ ਸਦਾ ਭਵਾਈਅਹਿ ॥
ପରମାତ୍ମାଙ୍କ ଆଦେଶରୁ ହିଁ କେତେ ଜୀବଙ୍କୁ କୃପା ମିଳିଥାଏ, ତାହାଙ୍କ ଆଦେଶରୁ ଜନ୍ମ-ମୃତ୍ୟୁ ଚକ୍ରରେ ଛନ୍ଦି ରହିଥାଏ।
ਹੁਕਮੈ ਅੰਦਰਿ ਸਭੁ ਕੋ ਬਾਹਰਿ ਹੁਕਮ ਨ ਕੋਇ ॥
ଏହି ସର୍ବୋଚ୍ଚ ଶକ୍ତି ପରମେଶ୍ଵରଙ୍କ ଅଧୀନରେ ହିଁ ସବୁ କିଛି ରହିଥାଏ, ତାଙ୍କ ବ୍ୟତୀତ ସଂସାରର କୌଣସି କାର୍ଯ୍ୟ ନାହିଁ।
ਨਾਨਕ ਹੁਕਮੈ ਜੇ ਬੁਝੈ ਤ ਹਉਮੈ ਕਹੈ ਨ ਕੋਇ ॥੨॥
ହେ ନାନକ! ଯଦି ଜୀବ ସେହି ଅକାଳ ପୁରୁଷଙ୍କ ଆଦେଶକୁ ପ୍ରସନ୍ନ ଚିତ୍ତ ହୋଇ ଜାଣିଦିଏ, ତାହାହେଲେ କିଏ ମଧ୍ୟ ଅହଙ୍କାରମୟ ‘ମୁଁ’ ବଶରେ ରହେ ନାହିଁ। ଏହି ଅହଂତତ୍ତ୍ଵ ସାଂସାରିକ ବୈଭବରେ ଲିପ୍ତ ପ୍ରାଣୀକୁ ନିରଙ୍କାରଙ୍କ ନିକଟକୁ ନିଏ ନାହିଁ॥2॥
ਗਾਵੈ ਕੋ ਤਾਣੁ ਹੋਵੈ ਕਿਸੈ ਤਾਣੁ ॥
(ପରମେଶ୍ଵରଙ୍କ କୃପାରୁ ହିଁ) ଯାହା ପାଖରେ ଆତ୍ମିକ ଶକ୍ତି ଥାଏ, ସେ ସେହି (ସର୍ବଶକ୍ତିମାନ)ଙ୍କ ସାମର୍ଥ୍ୟର ଯଶ ଗାନ କରିପାରେ।
ਗਾਵੈ ਕੋ ਦਾਤਿ ਜਾਣੈ ਨੀਸਾਣੁ ॥
କେହି ତାଙ୍କ ଦ୍ଵାରା ପ୍ରଦତ୍ତ ଆଶୀର୍ବାଦକୁ (ତାଙ୍କରି) କୃପାଦୃଷ୍ଟି ମାନି ହିଁ ତାଙ୍କରି କିର୍ତ୍ତୀର ଗୁଣ ଗାନ କରିଥାଏ।
ਗਾਵੈ ਕੋ ਗੁਣ ਵਡਿਆਈਆ ਚਾਰ ॥
କେହି ଜୀବ ତାଙ୍କରି ଅକଥନୀୟ ଗୁଣ ଓ ମହିମା ଗାଇ ଥାଏ।
ਗਾਵੈ ਕੋ ਵਿਦਿਆ ਵਿਖਮੁ ਵੀਚਾਰੁ ॥
କେହି ତାଙ୍କରି ବିଷମ ବିଚାର (ଜ୍ଞାନ)ର ନାମ ବିଦ୍ୟା ଦ୍ଵାରା କରିଥାଏ।
ਗਾਵੈ ਕੋ ਸਾਜਿ ਕਰੇ ਤਨੁ ਖੇਹ ॥
କେହି ତାଙ୍କରି ଗୁଣଗାନ ରଚୟିତା ଓ ସଂହାରକ ଈଶ୍ଵରଙ୍କ ରୂପ ଭାବି କରିଥାଏ।
ਗਾਵੈ ਕੋ ਜੀਅ ਲੈ ਫਿਰਿ ਦੇਹ ॥
କେହି ତାଙ୍କରି ବର୍ଣ୍ଣନା ଏପରି କରିଥାଏ ଯେ ସେହି ପରମ ସତ୍ତା ଜୀବନ ଦେଇ ପୁଣି ଫେରାଇ ନେଇଥାନ୍ତି।
ਗਾਵੈ ਕੋ ਜਾਪੈ ਦਿਸੈ ਦੂਰਿ ॥
କେହି ଜୀବ ସେହି ନିରଙ୍କାରଙ୍କୁ ସ୍ଵୟଂ ଠାରୁ ଦୂର ଭାବି ତାଙ୍କରି ଯଶ ଗାନ କରିଥାଏ।