Guru Granth Sahib Translation Project

guru granth sahib odia page-960

Page 960

ਜਨੁ ਨਾਨਕੁ ਮੰਗੈ ਦਾਨੁ ਇਕੁ ਦੇਹੁ ਦਰਸੁ ਮਨਿ ਪਿਆਰੁ ॥੨॥ ନାନକ ପରମାତ୍ମାଙ୍କ ଠାରୁ ଏକ ଏହି ଦାନ ମାଗିଥାଏ ଯେ ମୋତେ ନିଜର ଦର୍ଶନ ଦିଅ ଏବଂ ମନରେ ସର୍ବଦା ପ୍ରେମ ବନି ରହିଥାଏ||2||
ਪਉੜੀ ॥ ପଉଡୀ॥
ਜਿਸੁ ਤੂ ਆਵਹਿ ਚਿਤਿ ਤਿਸ ਨੋ ਸਦਾ ਸੁਖ ॥ ହେ ପରମେଶ୍ଵର! ଯାହାକୁ ତୁ ସ୍ମରଣ କରାଉ, ତାହାକୁ ସଦା ସୁଖ ହିଁ ମିଳିଥାଏ।
ਜਿਸੁ ਤੂ ਆਵਹਿ ਚਿਤਿ ਤਿਸੁ ਜਮ ਨਾਹਿ ਦੁਖ ॥ ଯାହାକୁ ତୁ ସ୍ମରଣରେ ଆସିଥାଉ, ତାହାର ମୃତ୍ୟୁର ଦୁଃଖ ସମାପ୍ତ ହୋଇଯାଏ।
ਜਿਸੁ ਤੂ ਆਵਹਿ ਚਿਤਿ ਤਿਸੁ ਕਿ ਕਾੜਿਆ ॥ ଯାହାକୁ ତୁ ସ୍ମରଣରେ ଆସିଥାଉ, ତାହାର କୌଣସି ଚିନ୍ତା ରହେ ନାହିଁ।
ਜਿਸ ਦਾ ਕਰਤਾ ਮਿਤ੍ਰੁ ਸਭਿ ਕਾਜ ਸਵਾਰਿਆ ॥ କର୍ତ୍ତା ପରମେଶ୍ଵର ଯାହାର ମିତ୍ର ବନିଯାନ୍ତି, ତାହାର ପ୍ରତ୍ୟେକ କାର୍ଯ୍ୟ ସାକାର ହୋଇଯାଏ।
ਜਿਸੁ ਤੂ ਆਵਹਿ ਚਿਤਿ ਸੋ ਪਰਵਾਣੁ ਜਨੁ ॥ ଯାହାକୁ ତୁ ସ୍ମରଣରେ ଆସିଥାଉ, ତାହାର ଜନ୍ମ ସଫଳ ହୋଇଯାଏ।
ਜਿਸੁ ਤੂ ਆਵਹਿ ਚਿਤਿ ਬਹੁਤਾ ਤਿਸੁ ਧਨੁ ॥ ଯାହାକୁ ତୁ ସ୍ମରଣରେ ଆସିଥାଉ, ତାହାକୁ ଧନ-ସମ୍ପତ୍ତି ମିଳିଯାଏ।
ਜਿਸੁ ਤੂ ਆਵਹਿ ਚਿਤਿ ਸੋ ਵਡ ਪਰਵਾਰਿਆ ॥ ଯାହାକୁ ତୁ ସ୍ମରଣରେ ଆସିଥାଉ, ସେ ପରିବାର ବାଲା ହୋଇଯାଏ।
ਜਿਸੁ ਤੂ ਆਵਹਿ ਚਿਤਿ ਤਿਨਿ ਕੁਲ ਉਧਾਰਿਆ ॥੬॥ ହେ ପରମାତ୍ମା! ଯାହାକୁ ତୁ ସ୍ମରଣରେ ଆସିଥାଉ, ତାହାର ବଂଶାବଳୀର ମଧ୍ୟ କଲ୍ୟାଣ ହୋଇଯାଏ||6||
ਸਲੋਕ ਮਃ ੫ ॥ ଶ୍ଳୋକ ମହଲା 5॥
ਅੰਦਰਹੁ ਅੰਨਾ ਬਾਹਰਹੁ ਅੰਨਾ ਕੂੜੀ ਕੂੜੀ ਗਾਵੈ ॥ ପଣ୍ଡିତ ନିଜ ମନରେ ଅନ୍ଧ ଅଟେ ଆଉ ନିଜ ବାହ୍ୟ ଦୁନିଆ ମଧ୍ୟ ଅନ୍ଧ ଅଟେ ଅର୍ଥାତ ଜ୍ଞାନହୀନ ଅଟେ, କିନ୍ତୁ ମିଥ୍ୟାରେ ହିଁ ବିଷ୍ଣୁଙ୍କ ଭଜନ ଗାନ କରିଥାଏ।
ਦੇਹੀ ਧੋਵੈ ਚਕ੍ਰ ਬਣਾਏ ਮਾਇਆ ਨੋ ਬਹੁ ਧਾਵੈ ॥ ସେ ନିଜ ଶରୀରକୁ ସ୍ନାନ କରାଇ ଥାଏ ଆଉ କପାଳରେ ଧାର୍ମିକ ଚକ୍ର ଲଗାଇ ଥାଏ, ସେ ଧନ-ଦୌଲତ ପାଇଁ ବହୁତ ଦୌଡି ଥାଏ।
ਅੰਦਰਿ ਮੈਲੁ ਨ ਉਤਰੈ ਹਉਮੈ ਫਿਰਿ ਫਿਰਿ ਆਵੈ ਜਾਵੈ ॥ ତାହାର ମନର ମଇଳା ଦୂର ହୁଏନାହିଁ ଏବଂ ଅହଂରେ ପୁନଃ ପୁନଃ ଜନ୍ମ-ମରଣ ଚକ୍ରରେ ପଡି ରହିଥାଏ।
ਨੀਂਦ ਵਿਆਪਿਆ ਕਾਮਿ ਸੰਤਾਪਿਆ ਮੁਖਹੁ ਹਰਿ ਹਰਿ ਕਹਾਵੈ ॥ ସେ ନିଦ୍ରାଗ୍ରସ୍ତ ହୋଇଥାଏ କାମବାସନା ଗ୍ରସ୍ତ ହୋଇ ହରି-ହରି କହିଥାଏ।
ਬੈਸਨੋ ਨਾਮੁ ਕਰਮ ਹਉ ਜੁਗਤਾ ਤੁਹ ਕੁਟੇ ਕਿਆ ਫਲੁ ਪਾਵੈ ॥ ତାହାର ନାମ ବୈଷ୍ଣବ ଅଟେ କିନ୍ତୁ କର୍ମ ଦ୍ଵାରା ସେ ଅଭିମାନ ସହିତ ଯୋଡି ରହିଥାଏ, କପଟ କରି କେଉଁ ଫଳ ପ୍ରାପ୍ତ ହୋଇ ପାରିବ?
ਹੰਸਾ ਵਿਚਿ ਬੈਠਾ ਬਗੁ ਨ ਬਣਈ ਨਿਤ ਬੈਠਾ ਮਛੀ ਨੋ ਤਾਰ ਲਾਵੈ ॥ ହଂସ ଭଳି ବସିଥିବା ବଗ ହଂସ ବନିପାରେ ନାହିଁ ଏବଂ ନିତ୍ୟ ମାଛ ଧରିବାରେ ଲୀନ ରହିଥାଏ,
ਜਾ ਹੰਸ ਸਭਾ ਵੀਚਾਰੁ ਕਰਿ ਦੇਖਨਿ ਤਾ ਬਗਾ ਨਾਲਿ ਜੋੜੁ ਕਦੇ ਨ ਆਵੈ ॥ ଯେତେବେଳେ ହଂସ ନିଜ ସଭାରେ ବିଚାର କରି ଦେଖିଥାଏ, ବଗ ସହିତ ତାହାର ସମ୍ପର୍କ କେବେ ବନି ନଥାଏ।
ਹੰਸਾ ਹੀਰਾ ਮੋਤੀ ਚੁਗਣਾ ਬਗੁ ਡਡਾ ਭਾਲਣ ਜਾਵੈ ॥ ହଂସ ହୀରା-ମୋତି ଖାଇଥାଏ, କିନ୍ତୁ ବଗ ବେଙ୍ଗକୁ ଖୋଜିଥାଏ।
ਉਡਰਿਆ ਵੇਚਾਰਾ ਬਗੁਲਾ ਮਤੁ ਹੋਵੈ ਮੰਞੁ ਲਖਾਵੈ ॥ ବିଚରା ବଗ ହଂସ ଭଳି ଉଡିଯାଏ, ଯେପରି ତାହାକୁ କେହି ଚିହ୍ନି ପାରିବେ ନାହିଁ।
ਜਿਤੁ ਕੋ ਲਾਇਆ ਤਿਤ ਹੀ ਲਾਗਾ ਕਿਸੁ ਦੋਸੁ ਦਿਚੈ ਜਾ ਹਰਿ ਏਵੈ ਭਾਵੈ ॥ ଯାହାକୁ ଯେଉଁ ଆଡେ ପରମାତ୍ମା ଲଗାଇ ଅଛନ୍ତି, ସେ ସେଥିରେ ଲାଗିଥାଏ, ତାହାର ଦୋଷ କଣ?
ਸਤਿਗੁਰੁ ਸਰਵਰੁ ਰਤਨੀ ਭਰਪੂਰੇ ਜਿਸੁ ਪ੍ਰਾਪਤਿ ਸੋ ਪਾਵੈ ॥ ସଦଗୁରୁ ମନ ରୂପୀ ରତ୍ନରେ ଭରି ରହିଥିବା ସରୋବର ଅଟେ, ଯାହାକୁ ଗୁରୁ ପ୍ରାପ୍ତ ହୋଇଯାଏ, ତାହାକୁ ଗୁଣ ରୂପୀ ରତ୍ନ ହାସଲ ହୋଇଯାଏ।
ਸਿਖ ਹੰਸ ਸਰਵਰਿ ਇਕਠੇ ਹੋਏ ਸਤਿਗੁਰ ਕੈ ਹੁਕਮਾਵੈ ॥ ସଦଗୁରୁଙ୍କ ହୁକୁମରୁ ଶିଷ୍ୟ ରୂପୀ ହଂସ ସେହି ସରୋବରରେ ଏକାଠି ହୋଇଯାନ୍ତି।
ਰਤਨ ਪਦਾਰਥ ਮਾਣਕ ਸਰਵਰਿ ਭਰਪੂਰੇ ਖਾਇ ਖਰਚਿ ਰਹੇ ਤੋਟਿ ਨ ਆਵੈ ॥ ଗୁରୁ ରୂପୀ ସରୋବରରେ ଗୁଣ ରୂପୀ ରତ୍ନ ଏବଂ ମାଣିକ୍ୟ ଭରି ରହିଥାଏ ଏବଂ ଶିଷ୍ୟ ରୂପୀ ହଂସ ତାହା ସେବନ କରିଥାଏ ଅନ୍ୟକୁ ମଧ୍ୟ କରାଇ ଥାଏ, ପରନ୍ତୁ ଏହା କେବେ ସମାପ୍ତ ହୁଏନାହିଁ।
ਸਰਵਰ ਹੰਸੁ ਦੂਰਿ ਨ ਹੋਈ ਕਰਤੇ ਏਵੈ ਭਾਵੈ ॥ ପରମେଶ୍ଵରଙ୍କୁ ଏହା ମଞ୍ଜୁର ହୋଇଥାଏ ଯେ ଶିଷ୍ୟ ରୂପୀ ହଂସ ଗୁରୁ ରୂପୀ ସରୋବରରୁ କେବେ ଦୂରକୁ ଯାଏ ନାହିଁ।
ਜਨ ਨਾਨਕ ਜਿਸ ਦੈ ਮਸਤਕਿ ਭਾਗੁ ਧੁਰਿ ਲਿਖਿਆ ਸੋ ਸਿਖੁ ਗੁਰੂ ਪਹਿ ਆਵੈ ॥ ହେ ନାନକ! ସେହି ଶିଷ୍ୟ ଗୁରୁଙ୍କ ପାଖକୁ ଆସିଥାଏ, ଯାହାର କପାଳରେ ଜନ୍ମରୁ ଏପରି ଭାଗ୍ୟ ଲେଖା ହୋଇଥାଏ।
ਆਪਿ ਤਰਿਆ ਕੁਟੰਬ ਸਭਿ ਤਾਰੇ ਸਭਾ ਸ੍ਰਿਸਟਿ ਛਡਾਵੈ ॥੧॥ ଏପରି ଶିଷ୍ୟ ସ୍ଵୟଂ ଭବସାଗରରୁ ପାର ହୋଇଯାଏ, ନିଜର ସଂପୂର୍ଣ୍ଣ ପରିବାରକୁ ମଧ୍ୟ ପାର କରାଇ ଦୁନିଆର କଲ୍ୟାଣ କରାଇ ଥାଏ||1||
ਮਃ ੫ ॥ ମହଲା 5॥
ਪੰਡਿਤੁ ਆਖਾਏ ਬਹੁਤੀ ਰਾਹੀ ਕੋਰੜ ਮੋਠ ਜਿਨੇਹਾ ॥ ଅନେକ ମାର୍ଗ ବା ଶାସ୍ତ୍ରର ଜ୍ଞାତା ହେବା କାରଣରୁ ଜୀବ ନିଜକୁ ପଣ୍ଡିତ କହିଥାଏ, କିନ୍ତୁ ଏହା ମିଥ୍ୟା ଅଟେ।
ਅੰਦਰਿ ਮੋਹੁ ਨਿਤ ਭਰਮਿ ਵਿਆਪਿਆ ਤਿਸਟਸਿ ਨਾਹੀ ਦੇਹਾ ॥ ମନରେ ମୋହ କାରଣରୁ ସେ ନିତ୍ୟ ଭ୍ରମରେ ଫସି ରହିଥାଏ ଏବଂ ତାହାର ଶରୀର କେଉଁଠି ମଧ୍ୟ ସ୍ଥିର ରହେ ନାହିଁ।
ਕੂੜੀ ਆਵੈ ਕੂੜੀ ਜਾਵੈ ਮਾਇਆ ਕੀ ਨਿਤ ਜੋਹਾ ॥ ତାହାକୁ ନିତ୍ୟ ଧନର ଲାଳସା ଲାଗି ରହିଥାଏ, ଏଥିପାଇଁ ସେ ମିଥ୍ୟା ମାୟାର ମୋହରେ ଫସି ଜନ୍ମ-ମରଣରେ ପଡି ରହିଥାଏ।
ਸਚੁ ਕਹੈ ਤਾ ਛੋਹੋ ਆਵੈ ਅੰਤਰਿ ਬਹੁਤਾ ਰੋਹਾ ॥ ଯଦି କେହି ତାହାକୁ ସତ୍ୟ କହିଥାଏ, ତାହାକୁ ବିରକ୍ତ ଲାଗିଥାଏ, କାରଣ ତାହାର ମନରେ ବହୁତ କ୍ରୋଧ ଭରି ରହିଥାଏ।
ਵਿਆਪਿਆ ਦੁਰਮਤਿ ਕੁਬੁਧਿ ਕੁਮੂੜਾ ਮਨਿ ਲਾਗਾ ਤਿਸੁ ਮੋਹਾ ॥ ଦୁର୍ମତି ଓ ମନ୍ଦ ବୁଦ୍ଧିରେ ଫସିଥିବା ମହାମୂର୍ଖ ମନରେ ମାୟାର ମୋହ ଲାଗିଥାଏ।
ਠਗੈ ਸੇਤੀ ਠਗੁ ਰਲਿ ਆਇਆ ਸਾਥੁ ਭਿ ਇਕੋ ਜੇਹਾ ॥ ଅନ୍ୟ ଠକ ସାଥିରେ ଏହି ଠକ ପଣ୍ଡିତ ମଧ୍ୟ ମିଶିଥାଏ ଏବଂ ଏହି ସବୁଙ୍କ ସଂଗତି ମଧ୍ୟ ଏକା ଭଳି ଅଟେ।
ਸਤਿਗੁਰੁ ਸਰਾਫੁ ਨਦਰੀ ਵਿਚਦੋ ਕਢੈ ਤਾਂ ਉਘੜਿ ਆਇਆ ਲੋਹਾ ॥ ଯେତେବେଳେ ଗୁରୁ ରୂପୀ ବଣିକ ଠକ ପଣ୍ଡିତକୁ ଅଲଗା କରି ଦିଅନ୍ତି,
ਬਹੁਤੇਰੀ ਥਾਈ ਰਲਾਇ ਰਲਾਇ ਦਿਤਾ ਉਘੜਿਆ ਪੜਦਾ ਅਗੈ ਆਇ ਖਲੋਹਾ ॥ ସେ ବହୁତ ରୋଦନ କରି ଲୁହା ରୂପରେ ସବୁଙ୍କ ସାମ୍ନାରେ ପଡି ରହିଥାଏ।
ਸਤਿਗੁਰ ਕੀ ਜੇ ਸਰਣੀ ਆਵੈ ਫਿਰਿ ਮਨੂਰਹੁ ਕੰਚਨੁ ਹੋਹਾ ॥ ଯଦି ସେହି ପଣ୍ଡିତ ଗୁରୁଙ୍କ ଚରଣକୁ ଆସିଥାଏ, ସେ ଲୁହାରୁ ପୁନର୍ବାର ସୁନା ବନିଯାଏ।
ਸਤਿਗੁਰੁ ਨਿਰਵੈਰੁ ਪੁਤ੍ਰ ਸਤ੍ਰ ਸਮਾਨੇ ਅਉਗਣ ਕਟੇ ਕਰੇ ਸੁਧੁ ਦੇਹਾ ॥ ସଦଗୁରୁ ଶତୃହୀନ ଅଟନ୍ତି, ତାହାଙ୍କ ପାଇଁ ପୁତ୍ର ଓ ଶତ୍ରୁ ସବୁ ଏକା ଭଳି ଅଟେ, ସେ ଅବଗୁଣ କାଟି ଶରୀରକୁ ଶୁଦ୍ଧ କରି ଦେଇଥାନ୍ତି।
ਨਾਨਕ ਜਿਸੁ ਧੁਰਿ ਮਸਤਕਿ ਹੋਵੈ ਲਿਖਿਆ ਤਿਸੁ ਸਤਿਗੁਰ ਨਾਲਿ ਸਨੇਹਾ ॥ ହେ ନାନକ! ଯାହାର ଭାଗ୍ୟରେ ଜନ୍ମରୁ ହିଁ ଲେଖା ହୋଇଥାଏ, ସଦଗୁରୁଙ୍କ ସହିତ ତାହାର ହିଁ ସ୍ନେହ ହୋଇଥାଏ।
Scroll to Top
https://elearning.stpn.ac.id/dataformat/image/
jp1131 https://login-bobabet.net/ https://sugoi168daftar.com/
https://elearning.stpn.ac.id/dataformat/image/
jp1131 https://login-bobabet.net/ https://sugoi168daftar.com/