Guru Granth Sahib Translation Project

guru granth sahib odia page-958

Page 958

ਮਃ ੫ ॥ ମହଲା 5॥
ਵਿਣੁ ਤੁਧੁ ਹੋਰੁ ਜਿ ਮੰਗਣਾ ਸਿਰਿ ਦੁਖਾ ਕੈ ਦੁਖ ॥ ହେ ପରମେଶ୍ଵର! ତୋ' ବିନା ଆଉ କିଛି ମାଗିବା ମସ୍ତକରେ ଦୁଃଖର ଭାର ସହନ କରିବା ଭଳି ଅଟେ।
ਦੇਹਿ ਨਾਮੁ ਸੰਤੋਖੀਆ ਉਤਰੈ ਮਨ ਕੀ ਭੁਖ ॥ ମୋତେ ନିଜ ନାମ ଦାନ ଦିଅ, ଯାହା ଫଳରେ ମୋତେ ସନ୍ତୋଷ ମିଳିବ ଆଉ ମନର କ୍ଷୁଧା ଦୂର ହୋଇଯିବ।
ਗੁਰਿ ਵਣੁ ਤਿਣੁ ਹਰਿਆ ਕੀਤਿਆ ਨਾਨਕ ਕਿਆ ਮਨੁਖ ॥੨॥ ହେ ନାନକ! ଗୁରୁ ଜଙ୍ଗଲ ଏବଂ ଘାସକୁ ମଧ୍ୟ ସତେଜ ସବୁଜ କରି ଦେଇଛନ୍ତି, ପୁଣି ମନୁଷ୍ୟକୁ ସମୃଦ୍ଧ କରିବା ତାହାଙ୍କ ପାଇଁ କଣ ବଡ ଅଟେ?||2||
ਪਉੜੀ ॥ ପଉଡୀ॥
ਸੋ ਐਸਾ ਦਾਤਾਰੁ ਮਨਹੁ ਨ ਵੀਸਰੈ ॥ ଏପରି ଦାତାଙ୍କୁ ମନରୁ କେବେ ମଧ୍ୟ ଭୁଲିବା ଉଚିତ ନୁହେଁ,
ਘੜੀ ਨ ਮੁਹਤੁ ਚਸਾ ਤਿਸੁ ਬਿਨੁ ਨਾ ਸਰੈ ॥ ଯାହାଙ୍କ ବିନା ଏକ ଘଡି, ମୁହୂର୍ତ୍ତ ଏବଂ କ୍ଷଣ ବିତାଇ ହୁଏନାହିଁ।
ਅੰਤਰਿ ਬਾਹਰਿ ਸੰਗਿ ਕਿਆ ਕੋ ਲੁਕਿ ਕਰੈ ॥ ସେ ଘର ଭିତରେ ଓ ବାହାରେ ସବୁ ଜାଗାରେ ରହିଥାନ୍ତି, ତାହାଙ୍କ ଠାରୁ ଲୁଚାଇ କେଉଁ କାମ କରି ପାରିବା?
ਜਿਸੁ ਪਤਿ ਰਖੈ ਆਪਿ ਸੋ ਭਵਜਲੁ ਤਰੈ ॥ ଯାହାର ସମ୍ମାନ ସେ ରଖିଥାନ୍ତି, ସେ ସ୍ଵୟଂ ହିଁ ତାହାକୁ ଭାବସାଗରରୁ ପାର କରାଇ ଦିଅନ୍ତି।
ਭਗਤੁ ਗਿਆਨੀ ਤਪਾ ਜਿਸੁ ਕਿਰਪਾ ਕਰੈ ॥ ଯାହା ଉପରେ ସେ କୃପା କରିଥାନ୍ତି, ସେ ହି ଭକ୍ତ, ଜ୍ଞାନୀ ଏବଂ ତପସ୍ଵୀ ଅଟେ ଆଉ
ਸੋ ਪੂਰਾ ਪਰਧਾਨੁ ਜਿਸ ਨੋ ਬਲੁ ਧਰੈ ॥ ସେ ହିଁ ପୂର୍ଣ୍ଣ ପ୍ରଧାନ ଅଟେ, ଯାହା ଠାରେ ସେ ନିଜ ବଳ ପ୍ରଦାନ କରିଥାନ୍ତି।
ਜਿਸਹਿ ਜਰਾਏ ਆਪਿ ਸੋਈ ਅਜਰੁ ਜਰੈ ॥ ଯେଉଁ ଜୀବକୁ ସେ ସହନ ଶକ୍ତି ପ୍ରଦାନ କରିଥାନ୍ତି, ସେ ଅସହ୍ୟକୁ ମଧ୍ୟ ସହନ କରିଥାଏ।
ਤਿਸ ਹੀ ਮਿਲਿਆ ਸਚੁ ਮੰਤ੍ਰੁ ਗੁਰ ਮਨਿ ਧਰੈ ॥੩॥ ଯିଏ ନିଜ ମନରେ ଗୁରୁ-ମନ୍ତ୍ର୍କୁ ଧାରଣ କରିନିଏ, ତାହାକୁ ହିଁ ସତ୍ୟ ପରମେଶ୍ଵର ମିଳିଥାନ୍ତି||3||
ਸਲੋਕੁ ਮਃ ੫ ॥ ଶ୍ଳୋକ ମହଲା 5॥
ਧੰਨੁ ਸੁ ਰਾਗ ਸੁਰੰਗੜੇ ਆਲਾਪਤ ਸਭ ਤਿਖ ਜਾਇ ॥ ସେହି ସୁନ୍ଦର ରାଗ ଧନ୍ୟ ଅଟେ, ଯାହାର ଗାନ କରିବା ଦ୍ଵାରା ସାରା ତୃଷ୍ଣା ଦୂର ହୋଇଯାଏ।
ਧੰਨੁ ਸੁ ਜੰਤ ਸੁਹਾਵੜੇ ਜੋ ਗੁਰਮੁਖਿ ਜਪਦੇ ਨਾਉ ॥ ସେହି ସୁନ୍ଦର ଜୀବ ଧନ୍ୟ ଅଟେ, ଯିଏ ଗୁରୁଙ୍କ ମାଧ୍ୟମରୁ ପରମାତ୍ମାଙ୍କ ନାମ ଜପିଥାଏ।
ਜਿਨੀ ਇਕ ਮਨਿ ਇਕੁ ਅਰਾਧਿਆ ਤਿਨ ਸਦ ਬਲਿਹਾਰੈ ਜਾਉ ॥ ଯିଏ ଏକାଗ୍ରଚିତ୍ତ ହୋଇ ଭଗବାନଙ୍କ ଆରାଧନା କରିଥାଏ, ତାହାଙ୍କ ପ୍ରତି ସର୍ବଦା ସମର୍ପିତ ଅଟେ।
ਤਿਨ ਕੀ ਧੂੜਿ ਹਮ ਬਾਛਦੇ ਕਰਮੀ ਪਲੈ ਪਾਇ ॥ ଆମେ ତାହାଙ୍କ ଚରଣ-ଧୂଳିର କାମନା କରୁ , କିନ୍ତୁ ଏହା ଭାଗ୍ୟରୁ ହିଁ ମିଳିଥାଏ।
ਜੋ ਰਤੇ ਰੰਗਿ ਗੋਵਿਦ ਕੈ ਹਉ ਤਿਨ ਬਲਿਹਾਰੈ ਜਾਉ ॥ ମୁଁ ସେହି ଭକ୍ତଜନଙ୍କ ପ୍ରତି ସମର୍ପିତ ଅଟେ, ଯିଏ ଗୋବିନ୍ଦଙ୍କ ସ୍ମୃତିରେ ଲୀନ ରହିଥାଏ।
ਆਖਾ ਬਿਰਥਾ ਜੀਅ ਕੀ ਹਰਿ ਸਜਣੁ ਮੇਲਹੁ ਰਾਇ ॥ ମୁଁ ନିଜ ମନର ବ୍ୟଥା ତାହାକୁ ବତାଇ ଥାଏ ଆଉ ବିନତି କରିଥାଏ ଯେ ମୋତେ ମୋର ସଜ୍ଜନ ପ୍ରଭୁଙ୍କ ସହିତ ମିଳାଇ ଦିଅ।
ਗੁਰਿ ਪੂਰੈ ਮੇਲਾਇਆ ਜਨਮ ਮਰਣ ਦੁਖੁ ਜਾਇ ॥ ପୂର୍ଣ୍ଣ ଗୁରୁ ମୋତେ ଭଗବାନଙ୍କ ସହିତ ମିଳାଇ ଦେଇଛନ୍ତି, ଯାହାଦ୍ୱାରା ମୋର ଜନ୍ମ-ମରଣର ଦୁଃଖ ଦୂର ହୋଇ ଯାଇଛି।
ਜਨ ਨਾਨਕ ਪਾਇਆ ਅਗਮ ਰੂਪੁ ਅਨਤ ਨ ਕਾਹੂ ਜਾਇ ॥੧॥ ହେ ନାନକ! ସେହି ଅଗମ୍ୟ ରୂପ ଏବଂ ଅନନ୍ତ ପ୍ରଭୁଙ୍କୁ ପାଇ ଯାଇଛି ଆଉ ବର୍ତ୍ତମାନ ମୁଁ ଏଣେତେଣେ ଯାଏ ନାହିଁ ||1||
ਮਃ ੫ ॥ ମହଲା 5॥
ਧੰਨੁ ਸੁ ਵੇਲਾ ਘੜੀ ਧੰਨੁ ਧਨੁ ਮੂਰਤੁ ਪਲੁ ਸਾਰੁ ॥ ସେହି ସମୟ, ସେହି କ୍ଷଣ ଶ୍ରେଷ୍ଠ ଓ ଧନ୍ୟ ଅଟେ,
ਧੰਨੁ ਸੁ ਦਿਨਸੁ ਸੰਜੋਗੜਾ ਜਿਤੁ ਡਿਠਾ ਗੁਰ ਦਰਸਾਰੁ ॥ ସେହି ଦିନ ଓ ସେହି ସଂଯୋଗ ଧନ୍ୟ ଅଟେ, ଯେତେବେଳେ ମୁଁ ଗୁରୁଙ୍କ ଦର୍ଶନ କରିଛି।
ਮਨ ਕੀਆ ਇਛਾ ਪੂਰੀਆ ਹਰਿ ਪਾਇਆ ਅਗਮ ਅਪਾਰੁ ॥ ଅଗମ୍ୟ,ଅପାର ପରମେଶ୍ଵରଙ୍କୁ ପାଇ ମୋର ମନୋକାମନା ପୁରା ହୋଇ ଯାଇଛି।
ਹਉਮੈ ਤੁਟਾ ਮੋਹੜਾ ਇਕੁ ਸਚੁ ਨਾਮੁ ਆਧਾਰੁ ॥ ମୋର ଆତ୍ମାଭିମାନ ସମାପ୍ତ ହୋଇ ଯାଇଛି, ମାୟାର ମୋହ ମଧ୍ୟ ଦୂର ହୋଇ ଯାଇଛି ଆଉ ପରମାତ୍ମାଙ୍କ ସଚ୍ଚା ନାମ ମଧ୍ୟ ମୋର ଜୀବନଧାର ବନି ଯାଇଛି।
ਜਨੁ ਨਾਨਕੁ ਲਗਾ ਸੇਵ ਹਰਿ ਉਧਰਿਆ ਸਗਲ ਸੰਸਾਰੁ ॥੨॥ ହେ ନାନକ! ଭଗବାନଙ୍କ ଉପାସନାରେ ଲୀନ ହେବା ଦ୍ଵାରା ସାରା ସଂସାର ଉଦ୍ଧାର ହୋଇ ଯାଇଛି ||2||
ਪਉੜੀ ॥ ପଉଡୀ॥
ਸਿਫਤਿ ਸਲਾਹਣੁ ਭਗਤਿ ਵਿਰਲੇ ਦਿਤੀਅਨੁ ॥ କେହି ବିରଳକୁ ହିଁ ଭଗବାନ ନିଜର ସ୍ତୁତିଗାନ ଏବଂ ଭକ୍ତି ପ୍ରଦାନ କରିଛନ୍ତି।
ਸਉਪੇ ਜਿਸੁ ਭੰਡਾਰ ਫਿਰਿ ਪੁਛ ਨ ਲੀਤੀਅਨੁ ॥ ସେ ଯାହାକୁ ଭକ୍ତିର ଭଣ୍ଡାର ଦାନ କରିଛନ୍ତି, ତାହା ଠାରୁ କର୍ମର ହିସାବ ନିଅନ୍ତି ନାହିଁ।
ਜਿਸ ਨੋ ਲਗਾ ਰੰਗੁ ਸੇ ਰੰਗਿ ਰਤਿਆ ॥ ଯାହାକୁ ପରମାତ୍ମାଙ୍କ ରଙ୍ଗ ଲାଗି ଯାଇଥାଏ, ସେ ତାହାଙ୍କ ରଙ୍ଗରେ ଲୀନ ରହିଥାଏ।
ਓਨਾ ਇਕੋ ਨਾਮੁ ਅਧਾਰੁ ਇਕਾ ਉਨ ਭਤਿਆ ॥ ପରମାତ୍ମାଙ୍କ ଏକ ନାମ ହିଁ ତାହାର ଜୀବନାଧାର ଅଟେ ଏବଂ ତାହାର ଭୋଜନ ଅଟେ।
ਓਨਾ ਪਿਛੈ ਜਗੁ ਭੁੰਚੈ ਭੋਗਈ ॥ ତାହାଙ୍କ ଅନୁସରଣ କରି ସଂପୂର୍ଣ୍ଣ ଜଗତ ସୁଖ ଭୋଗ କରିଥାଏ।
ਓਨਾ ਪਿਆਰਾ ਰਬੁ ਓਨਾਹਾ ਜੋਗਈ ॥ ସେ ପ୍ରଭୁଙ୍କୁ ଏତେ ପ୍ରିୟ ଲାଗିଥାଏ ଯେ ସେ ତାହାଙ୍କ ହିଁ ହୋଇ ଯାଇଥାଏ।
ਜਿਸੁ ਮਿਲਿਆ ਗੁਰੁ ਆਇ ਤਿਨਿ ਪ੍ਰਭੁ ਜਾਣਿਆ ॥ ଯାହାକୁ ଗୁରୁ ମିଳିଯାନ୍ତି, ତାହାକୁ ପ୍ରଭୁଙ୍କ ଜ୍ଞାନ ହୋଇଯାଏ।
ਹਉ ਬਲਿਹਾਰੀ ਤਿਨ ਜਿ ਖਸਮੈ ਭਾਣਿਆ ॥੪॥ ଯିଏ ନିଜ ମାଲିକ-ପ୍ରଭୁଙ୍କୁ ଭଲ ଲାଗିଥାଏ, ମୁଁ ତାହାଙ୍କ ପ୍ରତି ସମର୍ପିତ ଅଟେ||4||
ਸਲੋਕ ਮਃ ੫ ॥ ଶ୍ଳୋକ ମହଲା 5॥
ਹਰਿ ਇਕਸੈ ਨਾਲਿ ਮੈ ਦੋਸਤੀ ਹਰਿ ਇਕਸੈ ਨਾਲਿ ਮੈ ਰੰਗੁ ॥ ଏକ ପରମାତ୍ମାଙ୍କ ସହିତ ହିଁ ମୋର ବନ୍ଧୁତା ଅଛି ଆଉ ଏକ ତାହାଙ୍କ ସହିତ ହିଁ ମୋର ସ୍ନେହ ଅଛି।
ਹਰਿ ਇਕੋ ਮੇਰਾ ਸਜਣੋ ਹਰਿ ਇਕਸੈ ਨਾਲਿ ਮੈ ਸੰਗੁ ॥ ଏକ ପ୍ରଭୁ ହିଁ ମୋର ସଜ୍ଜନ ଅଟନ୍ତି ଆଉ ଏକ ତାହାଙ୍କ ସହିତ ହିଁ ମୋର ସଙ୍ଗ ଅଛି।
ਹਰਿ ਇਕਸੈ ਨਾਲਿ ਮੈ ਗੋਸਟੇ ਮੁਹੁ ਮੈਲਾ ਕਰੈ ਨ ਭੰਗੁ ॥ ଏକ ଈଶ୍ବରଙ୍କ ସହିତ ହିଁ ମୋର କଥାବାର୍ତ୍ତା ଅଛି, ସେ କେବେ ମୋ' ଠାରୁ ବିମୁଖ ହୁଅନ୍ତି ନାହିଁ।
ਜਾਣੈ ਬਿਰਥਾ ਜੀਅ ਕੀ ਕਦੇ ਨ ਮੋੜੈ ਰੰਗੁ ॥ ସେ ମୋର ହୃଦୟର ଦୁଃଖ-ଯନ୍ତ୍ରଣା ଜାଣିଥାନ୍ତି ଆଉ କେବେ ମଧ୍ୟ ମୋ' ଠାରୁ ନିଜ ସ୍ନେହ ଛଡାନ୍ତି ନାହିଁ।
ਹਰਿ ਇਕੋ ਮੇਰਾ ਮਸਲਤੀ ਭੰਨਣ ਘੜਨ ਸਮਰਥੁ ॥ ଏକ ପରମେଶ୍ଵର ହିଁ ମୋର ପରମର୍ଶଦାତା ଅଟନ୍ତି, ଯିଏ ଭାଙ୍ଗିବା ଓ ଗଢିବାରେ ସମର୍ଥ ଅଟନ୍ତି।
ਹਰਿ ਇਕੋ ਮੇਰਾ ਦਾਤਾਰੁ ਹੈ ਸਿਰਿ ਦਾਤਿਆ ਜਗ ਹਥੁ ॥ ଏକ ଈଶ୍ଵର ହିଁ ମୋର ଦାତା ଅଟନ୍ତି ଆଉ ଦୁନିଆର ସବୁ ଦାନୀ ତାହାଙ୍କ ଆଶୀର୍ବାଦ ଅଟେ।
ਹਰਿ ਇਕਸੈ ਦੀ ਮੈ ਟੇਕ ਹੈ ਜੋ ਸਿਰਿ ਸਭਨਾ ਸਮਰਥੁ ॥ ମୋ' ପାଇଁ ଏକ ହରିଙ୍କ ସାହାରା ଅଛି, ଯିଏ ସର୍ବଶକ୍ତିମାନ ଅଟନ୍ତି।
ਸਤਿਗੁਰਿ ਸੰਤੁ ਮਿਲਾਇਆ ਮਸਤਕਿ ਧਰਿ ਕੈ ਹਥੁ ॥ ସଦଗୁରୁ ସନ୍ଥ ମସ୍ତକ ଉପରେ ହାତ ରଖି ମୋତେ ସତ୍ୟ ସହିତ ମିଳାଇ ଦେଇଛନ୍ତି।
error: Content is protected !!
Scroll to Top