Guru Granth Sahib Translation Project

guru granth sahib odia page-945

Page 945

ਬਿਨੁ ਸਬਦੈ ਰਸੁ ਨ ਆਵੈ ਅਉਧੂ ਹਉਮੈ ਪਿਆਸ ਨ ਜਾਈ ॥ (ଗୁରୁଜୀ ଉତ୍ତର ଦିଅନ୍ତି ଯେ) ହେ ଅବଧୂତ! ଶବ୍ଦ ବିନା ରସ ପ୍ରାପ୍ତ ହୁଏ ନାହିଁ ଏବଂ ଅଭିମାନ କାରଣରୁ ଲାଳସା ଦୂର ହୁଏନାହିଁ।
ਸਬਦਿ ਰਤੇ ਅੰਮ੍ਰਿਤ ਰਸੁ ਪਾਇਆ ਸਾਚੇ ਰਹੇ ਅਘਾਈ ॥ ଶବ୍ଦ ରେ ଲୀନ ହୋଇଥିବା ଜୀବ କୁ ହିଁ ହରି ନାମ ଅମୃତ ପ୍ରାପ୍ତ ହୋଇଥାଏ ଏବଂ ସତ୍ୟ ରେ ତୃପ୍ତ ହୋଇଯାଏ।
ਕਵਨ ਬੁਧਿ ਜਿਤੁ ਅਸਥਿਰੁ ਰਹੀਐ ਕਿਤੁ ਭੋਜਨਿ ਤ੍ਰਿਪਤਾਸੈ ॥ "( ସିଦ୍ଧ ମାନେ ପ୍ରଶ୍ନ କଲେ -) ସେ କେଉଁ ବୁଦ୍ଧି ଅଟେ, ଯାହାଦ୍ଵାରା ମନ ସ୍ଥିର ରହିଥାଏ ଏବଂ ଏହା କେଉଁ ଭୋଜନ ରେ ତୃପ୍ତ ହୋଇଯାଏ।
ਨਾਨਕ ਦੁਖੁ ਸੁਖੁ ਸਮ ਕਰਿ ਜਾਪੈ ਸਤਿਗੁਰ ਤੇ ਕਾਲੁ ਨ ਗ੍ਰਾਸੈ ॥੬੧॥ ଗୁରୁ ନାନକ କହନ୍ତି ଯେ ସତ୍ ଗୁରୁ ଙ୍କ ଠାରୁ ଦୀକ୍ଷା ନେବା ଦ୍ଵାରା ହିଁ ଜୀବ ର ଦୁଃଖ ସୁଖ ଗୋଟେ ସମାନ ଜଣା ପଡେ ଏବଂ ତାକୁ କାଳ ମଧ୍ୟ ଗ୍ରାସ କରେ ନାହିଁ।।61।।
ਰੰਗਿ ਨ ਰਾਤਾ ਰਸਿ ਨਹੀ ਮਾਤਾ ॥ ଯେଉଁବ୍ୟକ୍ତି ପ୍ରଭୁଙ୍କ ରଙ୍ଗ ରେ ଲୀନ ହୁଏନାହିଁ, ସେ ଏହି ରସ ରେ କେବେ ମସ୍ତ ହୁଏ ନାହିଁ।
ਬਿਨੁ ਗੁਰ ਸਬਦੈ ਜਲਿ ਬਲਿ ਤਾਤਾ ॥ ଶବ୍ଦ ଗୁରୁ ଙ୍କ ବିନା ସେ କ୍ରୋଧର ଅଗ୍ନି ରେ ହିଁ ଜଳିଥାଏ।
ਬਿੰਦੁ ਨ ਰਾਖਿਆ ਸਬਦੁ ਨ ਭਾਖਿਆ ॥ ଯିଏ ନିଜର ବୀର୍ଯ୍ୟ ସମ୍ଭାଳି ରଖେ ନାହିଁ, ସେ କେବେ ନିଜ ମୁହଁରେ ଶବ୍ଦର ଜପ କରେ ନାହିଁ,
ਪਵਨੁ ਨ ਸਾਧਿਆ ਸਚੁ ਨ ਅਰਾਧਿਆ ॥ ସେ ପ୍ରାଣାୟମ ଦ୍ଵାରା ପ୍ରାଣକୁ ବଶରେ କରେ ନାହିଁ ଏବଂ ଭଗବାନଙ୍କ ଆରାଧନା ମଧ୍ୟ କରେ ନାହିଁ।
ਅਕਥ ਕਥਾ ਲੇ ਸਮ ਕਰਿ ਰਹੈ ॥ ନାନକ କହନ୍ତି ଯେ ଯଦି ମନୁଷ୍ୟ ଅକଥନୀୟ ପ୍ରଭୁ ଙ୍କ କଥା ହୋଇ ଦୁଃଖ ସୁଖ କୁ ଗୋଟେ ସମାନ ଭାବି ଜୀବନ ଅତିବାହିତ କରିଥାଏ,
ਤਉ ਨਾਨਕ ਆਤਮ ਰਾਮ ਕਉ ਲਹੈ ॥੬੨॥ ତେବେ ସେ ଆତ୍ମ ରେ ହିଁ ପରମାତ୍ମା ଙ୍କୁପ୍ରାପ୍ତ କରି ନିଏ।। 62।।
ਗੁਰ ਪਰਸਾਦੀ ਰੰਗੇ ਰਾਤਾ ॥ ଗୁରୁ କୃପାରୁ ହିଁ ମନୁଷ୍ୟ ପ୍ରଭୁଙ୍କ ରଙ୍ଗରେ ରଙ୍ଗୀନ ହୋଇ ରହିଥାଏ।
ਅੰਮ੍ਰਿਤੁ ਪੀਆ ਸਾਚੇ ਮਾਤਾ ॥ ଯିଏ ନାମ ଅମୃତକୁ ପାନ କରି ନେଇଛି, ସେ ସତ୍ୟ ରେ ହିଁ ମଗ୍ନ ରହିଥାଏ।
ਗੁਰ ਵੀਚਾਰੀ ਅਗਨਿ ਨਿਵਾਰੀ ॥ ଗୁରୁ ଙ୍କ ବାଣୀ ର ବିଚାର କରୁଥିବା ମନୁଷ୍ୟ ନିଜର ତୃଷାଗ୍ନ ଲିଭାଇ ଦେଇଛି।
ਅਪਿਉ ਪੀਓ ਆਤਮ ਸੁਖੁ ਧਾਰੀ ॥ ଯିଏ ନାମ ଅମୃତର ପାନ କରିଛି, ତାକୁ ହିଁ ସତ୍ୟ ସୁଖ ଉପଲବ୍ଧି ହୋଇଛି।
ਸਚੁ ਅਰਾਧਿਆ ਗੁਰਮੁਖਿ ਤਰੁ ਤਾਰੀ ॥ ଗୁରୁଙ୍କ ମାଧ୍ୟମ ରେ ଭଗବାନ ଙ୍କ ଆରାଧନା କରିବା ଦ୍ୱାରା ଜୀବ ଭବସାଗର ରୁ ତରି ଯାଏ।
ਨਾਨਕ ਬੂਝੈ ਕੋ ਵੀਚਾਰੀ ॥੬੩॥ ହେ ନାନକ ! ଏହି ରହସ୍ୟ କୁ କେହି ବିଚାରବନ୍ତ ବ୍ୟକ୍ତି ହିଁ ବୁଝିଥାଏ।।। 63 ।।
ਇਹੁ ਮਨੁ ਮੈਗਲੁ ਕਹਾ ਬਸੀਅਲੇ ਕਹਾ ਬਸੈ ਇਹੁ ਪਵਨਾ ॥ "(ସିଦ୍ଧ ମାନେ ପୁଣି ପ୍ରଶ୍ନ କଲେ -) ନିଶାଶକ୍ତ ହାତୀ ଭଳି ଏହି ମନ ହୋଇଥାଏ ଆଉ ପବନ ରୂପୀ ପ୍ରାଣ କେଉଁଠି ନିବାସ କରିଥାଏ?
ਕਹਾ ਬਸੈ ਸੁ ਸਬਦੁ ਅਉਧੂ ਤਾ ਕਉ ਚੂਕੈ ਮਨ ਕਾ ਭਵਨਾ ॥ ହେ ଅବଧୂତ ! ଏହି ଶବ୍ଦ କେଉଁଠି ବାସ କରୁଛି, ଯାହାର ଜପ କରିବା ଦ୍ୱାରା ମନର ପଥଭ୍ରଷ୍ଟତା ଦୂର ହୋଇଯାଏ।
ਨਦਰਿ ਕਰੇ ਤਾ ਸਤਿਗੁਰੁ ਮੇਲੇ ਤਾ ਨਿਜ ਘਰਿ ਵਾਸਾ ਇਹੁ ਮਨੁ ਪਾਏ ॥ ଗୁରୁ ନାନକ ଉତ୍ତର ଦିଅନ୍ତି ଯେ ଯେବେ ପ୍ରଭୁ କୃପାକରନ୍ତି ସେ ଜୀବ ର ସତ୍ ଗୁରୁ ସହ ମିଶାଇ ଦିଅନ୍ତି ଏବଂ ପୁଣି ତାହାର ଏହି ମନ ନିଜର ସତ୍ୟ ଘରେ ନିବାସ ପ୍ରାପ୍ତ କରିନିଏ।
ਆਪੈ ਆਪੁ ਖਾਇ ਤਾ ਨਿਰਮਲੁ ਹੋਵੈ ਧਾਵਤੁ ਵਰਜਿ ਰਹਾਏ ॥ ଯେବେ ସେ ନିଜର ଅହଙ୍କାର କୁ ସମାପ୍ତ କରିଦିଏ ତେବେ ଏହା ନିର୍ମଳ ହୋଇଯାଏ ଏବଂ ପୁଣି ସେ ନିଜର ଦୋଷ ରେ ଅଙ୍କୁଶ ଲଗାଇଦିଏ।
ਕਿਉ ਮੂਲੁ ਪਛਾਣੈ ਆਤਮੁ ਜਾਣੈ ਕਿਉ ਸਸਿ ਘਰਿ ਸੂਰੁ ਸਮਾਵੈ ॥ ( ସିଦ୍ଧ ମାନେ ପୁଣି ପଚାରିଲେ-) ଏହି ମନ ନିଜର ମୂଳ (ପରମାତ୍ମା) ଙ୍କୁ କେମିତି ଜାଣିବ ଏବଂ ଆତ୍ମ କୁ କେମିତି ଜାଣିବ? ( ଗୁରୁ ରୂପୀ) ଚନ୍ଦ୍ରମା ଙ୍କ ଘରେ( ଶକ୍ତି ରୂପୀ) ସୂର୍ଯ୍ୟ କେମିତି ରହିପାରିବ?
ਗੁਰਮੁਖਿ ਹਉਮੈ ਵਿਚਹੁ ਖੋਵੈ ਤਉ ਨਾਨਕ ਸਹਜਿ ਸਮਾਵੈ ॥੬੪॥ ଗୁରୁ ନାନକ ଦେବ ଉତ୍ତର ଦିଅନ୍ତି ଯେ ଯେବେ ଗୁରୁ ଙ୍କ ନିର୍ଦ୍ଦେଶ ଅନୁସାରେ ନିଜର ଅନ୍ତର ମନ ରୁ ଅହଙ୍କାର କୁ ନଷ୍ଟ କରିଦିଏ ତେବେ ସେ ସହଜ ରେ ବିଲୀନ ହୋଇଯାଏ।। 64 ।।
ਇਹੁ ਮਨੁ ਨਿਹਚਲੁ ਹਿਰਦੈ ਵਸੀਅਲੇ ਗੁਰਮੁਖਿ ਮੂਲੁ ਪਛਾਣਿ ਰਹੈ ॥ ଏହି ମନ ନିଶ୍ଚଳ ହୃଦୟ ରେ ନିବାସ କରିଥାଏ ଏବଂ ଗୁରୁମୁଖୀ ହୋଇ ନିଜର ମୂଳ କୁ ଜାଣିନିଏ ।
ਨਾਭਿ ਪਵਨੁ ਘਰਿ ਆਸਣਿ ਬੈਸੈ ਗੁਰਮੁਖਿ ਖੋਜਤ ਤਤੁ ਲਹੈ ॥ ପବନ ରୂପୀ ପ୍ରାଣ ନିଜର ନାଭି ରୂପୀ ଘରର ଆସନ ରେ ବିରାଜମାନ ହୋଇଥାଏ ତଥା ଗୁରୁଙ୍କ ଅନୁକମ୍ପା ଦ୍ଵାରା ଖୋଜି ପରମ ତତ୍ତ୍ୱ କୁ ପ୍ରାପ୍ତ କରିନିଏ।
ਸੁ ਸਬਦੁ ਨਿਰੰਤਰਿ ਨਿਜ ਘਰਿ ਆਛੈ ਤ੍ਰਿਭਵਣ ਜੋਤਿ ਸੁ ਸਬਦਿ ਲਹੈ ॥ ସେହି ଶବ୍ଦ ନିଜର ଦଶମ ଦ୍ଵାର ରୂପୀ ସତ୍ୟ ର ଘର ରେ ହିଁ ନିରନ୍ତର ନିବାସ କରେ ଏବଂ ଶବ୍ଦ ଦ୍ଵାରା ପରମାତ୍ମା ଙ୍କୁ ଖୋଜିନିଏ, ଯାହାର ଜ୍ୟୋତି ତିନି ଲୋକ ରେ ବ୍ୟାପ୍ତ ହୋଇଛି।
ਖਾਵੈ ਦੂਖ ਭੂਖ ਸਾਚੇ ਕੀ ਸਾਚੇ ਹੀ ਤ੍ਰਿਪਤਾਸਿ ਰਹੈ ॥ ଯେବେ ମନ କୁ ସତ୍ୟ ର ଭୋକ ଲାଗେ ତେବେ ସେହି ଭୋକ ତାହାର ଦୁଃଖକୁ ଗ୍ରାସ କରିନିଏ ଏବଂ ପୁଣି ଏହି ମନ ସତ୍ୟ ଦ୍ଵାରା ହିଁ ତୃପ୍ତ ରହିଥାଏ।
ਅਨਹਦ ਬਾਣੀ ਗੁਰਮੁਖਿ ਜਾਣੀ ਬਿਰਲੋ ਕੋ ਅਰਥਾਵੈ ॥ ଗୁରୁମୁଖୀ ହିଁ ଅନାହତ ବାଣୀର ଜୀବନ ନେଇଛନ୍ତି ଏବଂ ଅର୍ଥ କୁ ବୁଝିଛନ୍ତି।
ਨਾਨਕੁ ਆਖੈ ਸਚੁ ਸੁਭਾਖੈ ਸਚਿ ਰਪੈ ਰੰਗੁ ਕਬਹੂ ਨ ਜਾਵੈ ॥੬੫॥ ଗୁରୁ ନାନକ କହନ୍ତି ଯେ ଯେଉଁ ବ୍ୟକ୍ତି ସତ୍ୟ ର ଉଚ୍ଚାରଣ କରେ, ସେ ସତ୍ୟ ରେ ହିଁ ରଙ୍ଗୀନ ହୋଇଯାଏ ଏବଂ ପୁଣି ଏହି ରଙ୍ଗ କେବେ ଝଡେ ନାହିଁ।। 65 ।।
ਜਾ ਇਹੁ ਹਿਰਦਾ ਦੇਹ ਨ ਹੋਤੀ ਤਉ ਮਨੁ ਕੈਠੈ ਰਹਤਾ ॥ ( ସିଦ୍ଧମାନେ ପୁଣି ପଚାରିଲେ-)ଯେବେ ଏହି ହୃଦୟ ଏବଂ ଶରୀର ନଥିଲା ତେବେ ମନ କେଉଁଠାରେ ରହୁଥିଲା?
ਨਾਭਿ ਕਮਲ ਅਸਥੰਭੁ ਨ ਹੋਤੋ ਤਾ ਪਵਨੁ ਕਵਨ ਘਰਿ ਸਹਤਾ ॥ ଯେବେ ଏହି ନାଭି କମଳ ରୂପୀ ସ୍ତମ୍ଭ ହେଉ ନଥିଲା ତେବେ ପବନ ରୂପୀ ପ୍ରାଣ କେଉଁ ଘରେ ସାହାରା ନେଉଥିଲା?
ਰੂਪੁ ਨ ਹੋਤੋ ਰੇਖ ਨ ਕਾਈ ਤਾ ਸਬਦਿ ਕਹਾ ਲਿਵ ਲਾਈ ॥ ଯେବେ ଏହି ସୃଷ୍ଟି ର କିଛି ରୂପ ରଙ୍ଗ ଏବଂ ଆକାର ନଥିଲା ତେବେ ଶବ୍ଦ ଦ୍ଵାରା କେଉଁଠାରେ ଧ୍ୟାନ ଲଗା ଯାଉଥିଲା?
ਰਕਤੁ ਬਿੰਦੁ ਕੀ ਮੜੀ ਨ ਹੋਤੀ ਮਿਤਿ ਕੀਮਤਿ ਨਹੀ ਪਾਈ ॥ ଯେବେ ମାତା ଙ୍କ ରକ୍ତ ଏବଂ ପିତାଙ୍କ ବୀର୍ଯ୍ୟ ରୁ ତିଆରି ହୋଇଥିବା ଏହି ଶରୀର ନଥିଲା ତେବେ ଇଶ୍ଵର ଙ୍କ ଗତି ର ଫଳ କେମିତି ପ୍ରାପ୍ତି ହେଉଥିଲା?
ਵਰਨੁ ਭੇਖੁ ਅਸਰੂਪੁ ਨ ਜਾਪੀ ਕਿਉ ਕਰਿ ਜਾਪਸਿ ਸਾਚਾ ॥ ଯେବେ କିଛି ରଙ୍ଗ,ବେଶ ଏବଂ ରୂପ ଜଣା ନଥିଲା ତେବେ ସତ୍ୟର ବୋଧ କେମିତି ହେଉଥିଲା?"
ਨਾਨਕ ਨਾਮਿ ਰਤੇ ਬੈਰਾਗੀ ਇਬ ਤਬ ਸਾਚੋ ਸਾਚਾ ॥੬੬॥ ନାନକ କହନ୍ତି ଯେ ପ୍ରଭୁ ନାମ ରେ ଲୀନ ରହିବା ବ୍ୟକ୍ତି ହିଁ ସତ୍ୟ ବୈରାଗୀ ଅଟନ୍ତି ଏବଂ ତାଙ୍କୁ ଅତୀତ କାଳ, ବର୍ତ୍ତମାନ କାଳ ଏବଂ ଭବିଷ୍ୟ କାଳ ରେ ପରମ ସତ୍ୟ ହିଁ ଦେଖା ଦିଏ।। 66 ।।
ਹਿਰਦਾ ਦੇਹ ਨ ਹੋਤੀ ਅਉਧੂ ਤਉ ਮਨੁ ਸੁੰਨਿ ਰਹੈ ਬੈਰਾਗੀ ॥ ( ଗୁରୁଜୀ ଉତ୍ତର ଦେଇ ବୁଝନ୍ତି ଯେ) ହେ ଅବଧୂତ! ଯେବେ ଏହି ହୃଦୟ ଏବଂ ଶରୀର ନଥିଲା ତେବେ ଏହି ବୈରାଗୀ ମନ ଶବ୍ଦ ରେ ଲୀନ ରହୁଥିଲା।
ਨਾਭਿ ਕਮਲੁ ਅਸਥੰਭੁ ਨ ਹੋਤੋ ਤਾ ਨਿਜ ਘਰਿ ਬਸਤਉ ਪਵਨੁ ਅਨਰਾਗੀ ॥ ଯେବେ ନାଭି କମଳ ରୂପୀ ସ୍ତମ୍ଭ ନଥିଲା ତେବେ ଏହି ସତ୍ୟ ର ପ୍ରେମୀ ପବନ ରୂପୀ ପ୍ରାଣ ନିଜ ସତ୍ୟ ଘରେ ନିବାସ କରୁଥିଲା।
ਰੂਪੁ ਨ ਰੇਖਿਆ ਜਾਤਿ ਨ ਹੋਤੀ ਤਉ ਅਕੁਲੀਣਿ ਰਹਤਉ ਸਬਦੁ ਸੁ ਸਾਰੁ ॥ ଯେବେ ସୃଷ୍ଟିର କିଛି ରୂପ ରଙ୍ଗ ଏବଂ ଆକାର ନଥିଲା ତେବେ ସେ ଶବ୍ଦ ପରମାତ୍ମା ଙ୍କ ଭିତରେ ଲୀନ ରହୁଥିଲା।
ਗਉਨੁ ਗਗਨੁ ਜਬ ਤਬਹਿ ਨ ਹੋਤਉ ਤ੍ਰਿਭਵਣ ਜੋਤਿ ਆਪੇ ਨਿਰੰਕਾਰੁ ॥ ଯେବେ ଜନ୍ମ-ମରଣ ଏବଂ ଗଗନ ମଧ୍ୟ ନଥିଲା ସେତେବେଳେ ନିରାକାରଙ୍କ ଜ୍ୟୋତି ତିନି ଲୋକରେ ଉପସ୍ଥିତ ଥିଲା।
Scroll to Top
https://halomasbup.kedirikab.go.id/laporan_desa/ http://magistraandalusia.fib.unand.ac.id/help/menang-gacor/ https://pbindo.fkip.unri.ac.id/stats/manja-gacor/
https://halomasbup.kedirikab.go.id/laporan_desa/ http://magistraandalusia.fib.unand.ac.id/help/menang-gacor/ https://pbindo.fkip.unri.ac.id/stats/manja-gacor/