Guru Granth Sahib Translation Project

guru granth sahib odia page-942

Page 942

ਬਿਨੁ ਸਬਦੈ ਸਭਿ ਦੂਜੈ ਲਾਗੇ ਦੇਖਹੁ ਰਿਦੈ ਬੀਚਾਰਿ ॥ ନିଜ ହୃଦୟରେ ଭଲ ଭାବରେ ବିଚାର କରି ଦେଖି ନିଅ ଯେ , ବ୍ରହ୍ମ ଶବ୍ଦ ବିନା ମନୁଷ୍ୟ ଦୈତ୍ୟଭାବ ରେ ଲୀନ ରହିଥାଏ।
ਨਾਨਕ ਵਡੇ ਸੇ ਵਡਭਾਗੀਜਿਨੀ ਸਚੁ ਰਖਿਆ ਉਰ ਧਾਰਿ ॥੩੪॥ ହେ ନାନକ! ସେହି ମନୁଷ୍ୟ ବଡ଼ ଏବଂ ଭାଗ୍ୟବାନ ଅଟେ, ଯିଏ ନିଜ ହୃଦୟରେ ସତ୍ୟ କୁ ସ୍ଥାପିତ କରିଥାଏ।। 34 ।।
ਗੁਰਮੁਖਿ ਰਤਨੁ ਲਹੈ ਲਿਵ ਲਾਇ ॥ ଗୁରୁମୂଖର ନାମ ରତ୍ନ ରେ ହିଁ ମନ ଲାଗି ରହିଥାଏ ଏବଂ
ਗੁਰਮੁਖਿ ਪਰਖੈ ਰਤਨੁ ਸੁਭਾਇ ॥ ସହଜ ସ୍ଵଭାବ ହିଁ ନାମ ରତ୍ନ ର ପରିଚୟ କରିଥାଏ।
ਗੁਰਮੁਖਿ ਸਾਚੀ ਕਾਰ ਕਮਾਇ ॥ ସେ ହି ନାମ ସ୍ମରଣରେ ହିଁ ସତ୍ୟ କାର୍ଯ କରିଥାଏ ଏବଂ
ਗੁਰਮੁਖਿ ਸਾਚੇ ਮਨੁ ਪਤੀਆਇ ॥ ତାହାର ମନ ସତ୍ୟ ରେ ହିଁ ସନ୍ତୁଷ୍ଟ ହୋଇଥାଏ।
ਗੁਰਮੁਖਿ ਅਲਖੁ ਲਖਾਏ ਤਿਸੁ ਭਾਵੈ ॥ ଗୁରୁମୂଖ ଅନ୍ୟ ମାନଙ୍କୁମଧ୍ୟ ଅଲେଖ ପ୍ରଭୁଙ୍କ ଦର୍ଶନ କରାଇ ଦିଅନ୍ତି ଏବଂ ଏହା ହିଁ ତାଙ୍କୁ ଭଲ ଲାଗେ।
ਨਾਨਕ ਗੁਰਮੁਖਿ ਚੋਟ ਨ ਖਾਵੈ ॥੩੫॥ ହେ ନାନକ! ଗୁରୁମୂଖ ଯମର ଚୋଟ ଖାଏ ନାହିଁ।। 35 ।।
ਗੁਰਮੁਖਿ ਨਾਮੁ ਦਾਨੁ ਇਸਨਾਨੁ ॥ ଗୁରୁମୂଖ ନାମ ଜପ କରେ, ଶରୀର ର ସୁଦ୍ଧତା ପାଇଁ ସ୍ନାନ କରେ ଏବଂ ଗରିବ ମାନଙ୍କୁ ଦାନ କରେ।
ਗੁਰਮੁਖਿ ਲਾਗੈ ਸਹਜਿ ਧਿਆਨੁ ॥ ତାହାର ସହଜରେ ହିଁ ଇଶ୍ଵର ଙ୍କ ଠାରେ ଧ୍ୟାନ ଲାଗି ରହିଥାଏ ଏବଂ
ਗੁਰਮੁਖਿ ਪਾਵੈ ਦਰਗਹ ਮਾਨੁ ॥ ତାଙ୍କୁ ସତ୍ୟର ଦରବାରରେ ସମ୍ମାନ ପ୍ରାପ୍ତ ହୋଇଯାଏ।
ਗੁਰਮੁਖਿ ਭਉ ਭੰਜਨੁ ਪਰਧਾਨੁ ॥ ହେ ନାନକ! ଗୁରୁମୂଖ ଭୟନାଶକ ପରମେଶ୍ବରଙ୍କ ଚିନ୍ତନ କରି ପ୍ରମୁଖ ହୋଇଯାଏ।
ਗੁਰਮੁਖਿ ਕਰਣੀ ਕਾਰ ਕਰਾਏ ॥ ସେ ଅନ୍ୟ ମାନଙ୍କୁମଧ୍ୟ ନାମ ପ୍ରଦାନ କରିବାର ଶୁଭ କର୍ମ କରିଥାଏ।
ਨਾਨਕ ਗੁਰਮੁਖਿ ਮੇਲਿ ਮਿਲਾਏ ॥੩੬॥ ନାନକ କହନ୍ତି ଯେ ଗୁରୁମୂଖ ନିଜ ଅନୁସରଣକାରୀ ମାନଙ୍କୁ ମଧ୍ୟ ଇଶ୍ଵରଙ୍କ ସହ ଦେଖା କରି ଦିଅନ୍ତି।। 36 ।।
ਗੁਰਮੁਖਿ ਸਾਸਤ੍ਰ ਸਿਮ੍ਰਿਤਿ ਬੇਦ ॥ ଗୁରୁମୂଖ ଶାସ୍ତ୍ର, ସ୍ମୃତି ଏବଂ ବେଦ ର ଜ୍ଞାନୀ ଅଟେ ଏବଂ
ਗੁਰਮੁਖਿ ਪਾਵੈ ਘਟਿ ਘਟਿ ਭੇਦ ॥ ସେ ଘଟଘଟ ରେ ବ୍ୟାପ୍ତ ଇଶ୍ଵରଙ୍କ ରହସ୍ୟକୁ ଜାଣି ନିଏ।
ਗੁਰਮੁਖਿ ਵੈਰ ਵਿਰੋਧ ਗਵਾਵੈ ॥ ସେ ମନରୁ ଶତ୍ରୁ-ବିରୋଧର ଭାବନା ଦୂର କରି ଦେଇଥାଏ ଏବଂ
ਗੁਰਮੁਖਿ ਸਗਲੀ ਗਣਤ ਮਿਟਾਵੈ ॥ ସବୁ ହିସାବ ଲିଭାଇ ଦିଏ।
ਗੁਰਮੁਖਿ ਰਾਮ ਨਾਮ ਰੰਗਿ ਰਾਤਾ ॥ ସେ ରାମନାମ ର ରଙ୍ଗ ରେ ଲୀନ ରହିଥାଏ।
ਨਾਨਕ ਗੁਰਮੁਖਿ ਖਸਮੁ ਪਛਾਤਾ ॥੩੭॥ ହେ ନାନକ! ଗୁରୁମୂଖ ମାଲିକ-ପ୍ରଭୁଙ୍କୁ ଜାଣି ନେଇଛନ୍ତି।। 37।।
ਬਿਨੁ ਗੁਰ ਭਰਮੈ ਆਵੈ ਜਾਇ ॥ ଗୁରୁଙ୍କ ବିନା ଜୀବ ଭ୍ରମରେ ପଡ଼ିକରି ଜନ୍ମ ମରଣ ରେ ଫସି ରହିଥାଏ ଏବଂ
ਬਿਨੁ ਗੁਰ ਘਾਲ ਨ ਪਵਈ ਥਾਇ ॥ ଗୁରୁଙ୍କ ବିନା କୌଣସି କାର୍ଯ୍ୟ ସଫଳ ହୋଇନଥାଏ।
ਬਿਨੁ ਗੁਰ ਮਨੂਆ ਅਤਿ ਡੋਲਾਇ ॥ ଗୁରୁଙ୍କ ବିନା ଜୀବର ମନ ବହୁତ ଓଲଟ ପାଲଟ ହୋଇଥାଏ ଏବଂ
ਬਿਨੁ ਗੁਰ ਤ੍ਰਿਪਤਿ ਨਹੀ ਬਿਖੁ ਖਾਇ ॥ ଗୁରୁ ବିନା ମନକୁ ତୃପ୍ତିହୁଏ ନାହିଁ ଏବଂ ସେ ମାୟା ରୂପୀ ବିଷ ସେବନ କରିଥାଏ।
ਬਿਨੁ ਗੁਰ ਬਿਸੀਅਰੁ ਡਸੈ ਮਰਿ ਵਾਟ ॥ ଗୁରୁ ଙ୍କ ବିନା ମାୟା ରୂପୀ ସାପ ଜୀବ କୁ ଦଂଶନ କରିନିଏ ଏବଂ ସେ ଜୀବନ ରୂପୀ ପଥରେ ହିଁ ପ୍ରାଣ ତ୍ୟାଗ କରିଥାଏ।
ਨਾਨਕ ਗੁਰ ਬਿਨੁ ਘਾਟੇ ਘਾਟ ॥੩੮॥ ହେ ନାନକ ! ଗୁରୁଙ୍କ ବିନା ମନୁଷ୍ୟ କୁ ନିଜ ଜୀବନରେ କ୍ଷତି ହୋଇଥାଏ।। 38 ।।
ਜਿਸੁ ਗੁਰੁ ਮਿਲੈ ਤਿਸੁ ਪਾਰਿ ਉਤਾਰੈ ॥ ଯେଉଁ ବ୍ୟକ୍ତିକୁ ଗୁରୁ ମିଳି ଯାଏ, ସେ ଏହି ସଂସାର ସାଗର ରୁ ପାରି ହୋଇଯାଏ।
ਅਵਗਣ ਮੇਟੈ ਗੁਣਿ ਨਿਸਤਾਰੈ ॥ ସେ ତାହାର ଖରାପ ଗୁଣ ଲିଭାଇ ଭଲ ଗୁଣ ପ୍ରଦାନ କରି ଦିଅନ୍ତି।
ਮੁਕਤਿ ਮਹਾ ਸੁਖ ਗੁਰ ਸਬਦੁ ਬੀਚਾਰਿ ॥ ଗୁରୁ ଶବ୍ଦ ର ଚିନ୍ତନ କରିବା ଦ୍ୱାରା ମୁକ୍ତି ଏବଂ ପରମ ସୁଖ ପ୍ରାପ୍ତ ହୋଇଯାଏ।
ਗੁਰਮੁਖਿ ਕਦੇ ਨ ਆਵੈ ਹਾਰਿ ॥ ଗୁରୁମୁଖୀ ଜୀବ ଜୀବନରେ କେବେ ପରାଜିତ ହୁଏ ନାହିଁ।
ਤਨੁ ਹਟੜੀ ਇਹੁ ਮਨੁ ਵਣਜਾਰਾ ॥ ମନୁଷ୍ୟ ର ଏହି ମନ ଗୋଟେ ଦୋକାନ ଅଟେ ଏବଂ ଏଥିରେ ମନର ବ୍ୟାପାରୀ ବସିଛି।
ਨਾਨਕ ਸਹਜੇ ਸਚੁ ਵਾਪਾਰਾ ॥੩੯॥ ନାନକ କହନ୍ତି ଯେ ଏହିମନ ସ୍ଵାଭାବିକ ଭାବରେ ହିଁ ସତ୍ୟ ର ବ୍ୟାପାର କରିଥାଏ।। 39 ।।
ਗੁਰਮੁਖਿ ਬਾਂਧਿਓ ਸੇਤੁ ਬਿਧਾਤੈ ॥ ବିଧାତା ଗୁରୁମୁଖୀମାନଙ୍କ ପାଇଁ ସମୁଦ୍ର ରେ ସେତୁ ବାନ୍ଧି ଦେଇଥିଲେ।
ਲੰਕਾ ਲੂਟੀ ਦੈਤ ਸੰਤਾਪੈ ॥ ଏହି ପ୍ରକାର ରାବଣର ଲଙ୍କା କୁ ଲୁଟି ନେଇଥିଲେ ଏବଂ ଦୈତ୍ୟ ମାନଙ୍କ ସଂହାର କରିଥିଲେ।
ਰਾਮਚੰਦਿ ਮਾਰਿਓ ਅਹਿ ਰਾਵਣੁ ॥ ସେତେବେଳେ ରାମଚନ୍ଦ୍ର ଲଙ୍କାପତି ରାବଣର ବଦ୍ଧ କରିଥିଲେ
ਭੇਦੁ ਬਭੀਖਣ ਗੁਰਮੁਖਿ ਪਰਚਾਇਣੁ ॥ ଯେତେବେଳେ ବିଭୀଷଣ ରାବଣର ଭେଦ କହିଛନ୍ତି।
ਗੁਰਮੁਖਿ ਸਾਇਰਿ ਪਾਹਣ ਤਾਰੇ ॥ ଗୁରୁ ପଥରକୁ ମଧ୍ୟ ସମୁଦ୍ର ରୁ ରକ୍ଷା କରିଛନ୍ତି ଏବଂ
ਗੁਰਮੁਖਿ ਕੋਟਿ ਤੇਤੀਸ ਉਧਾਰੇ ॥੪੦॥ ତେତିଶ କୋଟି ଦେବତା ମାନଙ୍କ ମଧ୍ୟ ଉଦ୍ଧାର କରି ଦିଅନ୍ତି।। 40 ।।
ਗੁਰਮੁਖਿ ਚੂਕੈ ਆਵਣ ਜਾਣੁ ॥ ଗୁରୁମୁଖୀଙ୍କ ଜନ୍ମ ମରଣର ଚକ୍ର ସମାପ୍ତ ହୋଇଯାଏ ଏବଂ
ਗੁਰਮੁਖਿ ਦਰਗਹ ਪਾਵੈ ਮਾਣੁ ॥ ତାହାକୁ ଭଗବାନଙ୍କ ଦରବାରରେ ଶୋଭା ପ୍ରାପ୍ତ ହୋଇଯାଏ।
ਗੁਰਮੁਖਿ ਖੋਟੇ ਖਰੇ ਪਛਾਣੁ ॥ ତାହାକୁ ଭଲ ଖରାପର ପରିଚୟ ହୋଇଯାଏ ଏବଂ
ਗੁਰਮੁਖਿ ਲਾਗੈ ਸਹਜਿ ਧਿਆਨੁ ॥ ସ୍ଵାଭାବିକ ଭାବରେ ହିଁ ପରମ ସତ୍ୟରେ ତାହାର ଧ୍ୟାନ ଲାଗି ରହିଥାଏ।
ਗੁਰਮੁਖਿ ਦਰਗਹ ਸਿਫਤਿ ਸਮਾਇ ॥ ସେ ସତ୍ୟ ର ଦରବାରକୁ ଯାଇ ପରମାତ୍ମା ଙ୍କ ସ୍ତୁତି ରେ ଲୀନ ରହିଥାଏ।
ਨਾਨਕ ਗੁਰਮੁਖਿ ਬੰਧੁ ਨ ਪਾਇ ॥੪੧॥ ନାନକ କହନ୍ତି ଯେ ଗୁରୁମୁଖୀକୁ କିଛି ବନ୍ଧନ ପଡେନାହିଁ।। 41।।
ਗੁਰਮੁਖਿ ਨਾਮੁ ਨਿਰੰਜਨ ਪਾਏ ॥ ଗୁରୁମୁଖୀଙ୍କୁ ନିରଞ୍ଜନ ନାମ ପ୍ରାପ୍ତ ହୋଇଯାଏ ଏବଂ
ਗੁਰਮੁਖਿ ਹਉਮੈ ਸਬਦਿ ਜਲਾਏ ॥ ସେ ଶବ୍ଦ ଦ୍ୱାରା ଅହଙ୍କାର କୁ ଜଳାଇଦିଏ।
ਗੁਰਮੁਖਿ ਸਾਚੇ ਕੇ ਗੁਣ ਗਾਏ ॥ ସେ ସତ୍ୟ ପରମେଶ୍ବରଙ୍କ ହିଁ ଗୁଣ ଗାନ କରିଥାନ୍ତି ଏବଂ
ਗੁਰਮੁਖਿ ਸਾਚੈ ਰਹੈ ਸਮਾਏ ॥ ସତ୍ୟ ରେ ହିଁ ଲୀନ ରହିଥାଏ।
ਗੁਰਮੁਖਿ ਸਾਚਿ ਨਾਮਿ ਪਤਿ ਊਤਮ ਹੋਇ ॥ ସେ ପରମାତ୍ମା ଙ୍କ ନାମ ଜପିଥାନ୍ତି ଏବଂ ତାଙ୍କ ପ୍ରତିଷ୍ଠା ଉତ୍ତମ ହୋଇଯାଏ।
ਨਾਨਕ ਗੁਰਮੁਖਿ ਸਗਲ ਭਵਣ ਕੀ ਸੋਝੀ ਹੋਇ ॥੪੨॥ ନାନକ କହନ୍ତି ଯେ ଗୁରୁମୁଖୀଙ୍କୁ ବିଶ୍ଵର ସମସ୍ତ ବିଷୟରେ ଜ୍ଞାନ ହୋଇଯାଏ।। 42 ।।
ਕਵਣ ਮੂਲੁ ਕਵਣ ਮਤਿ ਵੇਲਾ ॥ ( ସିଦ୍ଧ ମାନେ ପୁଣି ଥରେ ଗୁରୁ ନାନକ ଦେବଙ୍କୁ ପଚାରନ୍ତି) ସୃଷ୍ଟି ର ମୂଳ କଣ? ଏହି ମାନବ ଜୀବନରେ କେଉଁ ସମୟ ଉପଯୁକ୍ତ ଉପଦେଶ ନେଇ ପାରିବ?
ਤੇਰਾ ਕਵਣੁ ਗੁਰੂ ਜਿਸ ਕਾ ਤੂ ਚੇਲਾ ॥ ତୁମ ଗୁରୁ କିଏ, ଯାହାର ତୁମେ ଶିଷ୍ୟ ଅଟ ?"
ਕਵਣ ਕਥਾ ਲੇ ਰਹਹੁ ਨਿਰਾਲੇ ॥ କେଉଁ କଥା କୁ ନେଇ ତୁମେ ଦୁନିଆରୁ ନିର୍ଲିପ୍ତ ରହୁଛ?
ਬੋਲੈ ਨਾਨਕੁ ਸੁਣਹੁ ਤੁਮ ਬਾਲੇ ॥ ହେ ବାଳକ ନାନକ! ଯାହା ଆମେ କହୁଛୁ ତୁମେ ଧ୍ୟାନ ର ସହିତ ଶୁଣ।
ਏਸੁ ਕਥਾ ਕਾ ਦੇਇ ਬੀਚਾਰੁ ॥ ଏହି କଥାରେ ନିଜର ବିଚାର ଦିଅ ଯେ
ਭਵਜਲੁ ਸਬਦਿ ਲੰਘਾਵਣਹਾਰੁ ॥੪੩॥ ଶବ୍ଦ ସଂସାର ସାଗରରୁ ପାର କରି ପାରିବ? ।। 43 ।
error: Content is protected !!
Scroll to Top