Guru Granth Sahib Translation Project

guru granth sahib odia page-940

Page 940

ਕਿਤੁ ਬਿਧਿ ਆਸਾ ਮਨਸਾ ਖਾਈ ॥ ତୁ କେଉଁ ବିଧି ଦ୍ଵାରା ନିଜର ଆଶା ଏବଂ ଅଭିଳାଷକୁ ସମାପ୍ତ କରି ନେଇଛୁ ଏବଂ
ਕਿਤੁ ਬਿਧਿ ਜੋਤਿ ਨਿਰੰਤਰਿ ਪਾਈ ॥ କେଉଁ ବିଧି ଦ୍ଵାରା ପରମଜ୍ୟୋତି ପ୍ରାପ୍ତ କରି ନେଇଛୁ?
ਬਿਨੁ ਦੰਤਾ ਕਿਉ ਖਾਈਐ ਸਾਰੁ ॥ ଦାନ୍ତ ବିନା ଅହଂ ରୂପୀ ଲୁହା କେମିତି ଚୋବାଇ ହେବ?
ਨਾਨਕ ਸਾਚਾ ਕਰਹੁ ਬੀਚਾਰੁ ॥੧੯॥ ହେ ନାନକ! ଏହି ବିଷୟରେ ସତ୍ୟ ବିଚାର କର।। 19 ।।
ਸਤਿਗੁਰ ਕੈ ਜਨਮੇ ਗਵਨੁ ਮਿਟਾਇਆ ॥ (ଗୁରୁ ନାନକ ଦେବ ଉତ୍ତରଦିଅନ୍ତି ଯେ) ଯେବେ ମୁଁ ସତ୍ ଗୁରୁଙ୍କ ଆଶ୍ରୟ ନେଇକରି ଜୀବନ ବଦଳାଇ ଦେଲି ତେବେ ସିଏ ଜନ୍ମ-ମରଣ ଚକ୍ର ହିଁ ଲିଭାଇଦେଲା।
ਅਨਹਤਿ ਰਾਤੇ ਇਹੁ ਮਨੁ ਲਾਇਆ ॥ ମୋର ମନ ଅନାହତ ଶବ୍ଦ ରେ ହିଁ ପ୍ରବୃତ ରହେ ଏବଂ
ਮਨਸਾ ਆਸਾ ਸਬਦਿ ਜਲਾਈ ॥ ବ୍ରହ୍ମ ଶବ୍ଦ ଦ୍ଵାରା ଆଶା ଅଭିଳାଷକୁ ଜଳାଇ ଦିଅନ୍ତି।
ਗੁਰਮੁਖਿ ਜੋਤਿ ਨਿਰੰਤਰਿ ਪਾਈ ॥ ମୁଁ ଗୁରୁମୁଖୀ ହୋଇକରି ନିରନ୍ତର ପ୍ରଜ୍ବଳିତ ପରମଜ୍ୟୋତି ପ୍ରାପ୍ତ କରି ନେଇଛି।
ਤ੍ਰੈ ਗੁਣ ਮੇਟੇ ਖਾਈਐ ਸਾਰੁ ॥ ଯିଏ ମାୟାର ତିନି ଗୁଣକୁ ନିଜ ମନରୁ ଲିଭାଇ ଦେଇଛି, ସେ
ਨਾਨਕ ਤਾਰੇ ਤਾਰਣਹਾਰੁ ॥੨੦॥ ହେ ନାନକ! ରକ୍ଷାକର୍ତ୍ତା ପରମେଶ୍ୱର ସ୍ଵୟଂ ହିଁ ଭବସାଗର ରୁ ପାରି କରି ଦିଅନ୍ତି।। 20 ।।
ਆਦਿ ਕਉ ਕਵਨੁ ਬੀਚਾਰੁ ਕਥੀਅਲੇ ਸੁੰਨ ਕਹਾ ਘਰ ਵਾਸੋ ॥ (ସିଦ୍ଧ ପୁଣି ପଚାରିଲେ-) ସୃଷ୍ଟିରଚନା ସମ୍ବନ୍ଧରେ ଆପଣଙ୍କ କଣ ବିଚାର ଅଛି ଏବଂ ଏହା ବି କୁହନ୍ତୁ ଯେ ଶୂନ୍ୟ ରୂପରେ ପରମ ସତ୍ୟର ବାସ କେଉଁଠି ଥାଏ?
ਗਿਆਨ ਕੀ ਮੁਦ੍ਰਾ ਕਵਨ ਕਥੀਅਲੇ ਘਟਿ ਘਟਿ ਕਵਨ ਨਿਵਾਸੋ ॥ ଜ୍ଞାନର ମୁଦ୍ରାବିଷୟରେ ଆପଣ କଣ କହନ୍ତି ଏବଂ ପ୍ରତି ଜୀବରେ କାହାର ନିବାସ ଅଟେ?
ਕਾਲ ਕਾ ਠੀਗਾ ਕਿਉ ਜਲਾਈਅਲੇ ਕਿਉ ਨਿਰਭਉ ਘਰਿ ਜਾਈਐ ॥ କାଳର ଚୋଟ ରୁ କେମିତି ବଞ୍ଚିହେବ? ଏବଂ ନିର୍ଭୟ ହୋଇକରି ସତ୍ୟ ଘରରେ କେମିତି ଯାଇହେବ?
ਸਹਜ ਸੰਤੋਖ ਕਾ ਆਸਣੁ ਜਾਣੈ ਕਿਉ ਛੇਦੇ ਬੈਰਾਈਐ ॥ ସ୍ଵାଭାବିକ ସନ୍ତୋଷର ଆସନ କେମିତି ଜାଣି ହେବ ଏବଂ ଶତ୍ରୁର ନାଶ କେମିତି କରିହେବ?
ਗੁਰ ਕੈ ਸਬਦਿ ਹਉਮੈ ਬਿਖੁ ਮਾਰੈ ਤਾ ਨਿਜ ਘਰਿ ਹੋਵੈ ਵਾਸੋ ॥ "(ଗୁରୁ ନାନକ ଦେବ ଉତ୍ତର ଦିଅନ୍ତି ଯେ) ଯେଉଁ ବ୍ୟକ୍ତି ଗୁରୁଙ୍କ ଶବ୍ଦ ଦ୍ଵାରା ଅହଂ ରୂପୀ ବିଷକୁ ସମାପ୍ତ କରିଦିଏ, ତାହାର ସତ୍ୟର ଘରେ ନିବାସ ହୋଇଯାଏ।
ਜਿਨਿ ਰਚਿ ਰਚਿਆ ਤਿਸੁ ਸਬਦਿ ਪਛਾਣੈ ਨਾਨਕੁ ਤਾ ਕਾ ਦਾਸੋ ॥੨੧॥ ଯିଏ ଏହି ସୃଷ୍ଟି ରଚନା କରିଛନ୍ତି, ଯିଏ ତାକୁ ଶବ୍ଦ ଦ୍ଵାରା ଚିହ୍ନି ନେଉଛନ୍ତି, ନାନକ ହେଉଛନ୍ତି ତାଙ୍କର ଦାସ।। 21 ।।
ਕਹਾ ਤੇ ਆਵੈ ਕਹਾ ਇਹੁ ਜਾਵੈ ਕਹਾ ਇਹੁ ਰਹੈ ਸਮਾਈ ॥ (ସିଦ୍ଧ ମାନେ ପୁଣି ପ୍ରଶ୍ନ କଲେ ଯେ ) ଏହି ଜୀବ କେଉଁଠୁ ଆସିଛି ଏବଂ କେଉଁଠିକୁ ଯାଉଛି? ଆସିବା ପୂର୍ବରୁ ଏବଂ ଯିବା ପରେ କେଉଁ ଠାରେ ଲୀନ ହୋଇଯାଇଛି?
ਏਸੁ ਸਬਦ ਕਉ ਜੋ ਅਰਥਾਵੈ ਤਿਸੁ ਗੁਰ ਤਿਲੁ ਨ ਤਮਾਈ ॥ ଯିଏ ଏହି ଅର୍ଥ ବୁଝାଇ ଦେବ,ସେହି ଗୁରୁଙ୍କୁ ତିଳେ ମାତ୍ର ଲୋଭ ନାହିଁ।
ਕਿਉ ਤਤੈ ਅਵਿਗਤੈ ਪਾਵੈ ਗੁਰਮੁਖਿ ਲਗੈ ਪਿਆਰੋ ॥ ଜୀବ କେମିତି ପରମ ତତ୍ତ୍ୱ ପରମାତ୍ମାଙ୍କୁ ପ୍ରାପ୍ତ କରିବ ଏବଂ ଗୁରୁଙ୍କ ମାଧ୍ୟମରେ ତାକୁ କିପରି ସତ୍ୟ ସହ ପ୍ରେମ ହେବ?
ਆਪੇ ਸੁਰਤਾ ਆਪੇ ਕਰਤਾ ਕਹੁ ਨਾਨਕ ਬੀਚਾਰੋ ॥ ହେ ନାନକ! ସେହି ପରମେଶ୍ବରଙ୍କ ବିଷୟରେ ନିଜ ବିଚାର କୁହ, ଯିଏ ସ୍ଵୟଂ ହିଁ ଜୀବମାନଙ୍କୁ ଜନ୍ମ ଦେଇଛନ୍ତି ଏବଂ ସ୍ଵୟଂ ହିଁ ଦୁଃଖ ସୁଖ ଶୁଣିପାରିବେ।
ਹੁਕਮੇ ਆਵੈ ਹੁਕਮੇ ਜਾਵੈ ਹੁਕਮੇ ਰਹੈ ਸਮਾਈ ॥ "( ଗୁରୁ ନାନକ ଉତ୍ତର ଦିଅନ୍ତି ଯେ) ଜୀବ ପରମାତ୍ମାଙ୍କଆଦେଶ ରେ ଜନ୍ମ ନିଏ, ତାଙ୍କ ଆଦେଶ ରେ ଚାଲିଯାଏ ଏବଂ ତାଙ୍କ ଆଦେଶ ରେ ହିଁ ସତ୍ୟ ରେ ବୁଡି ରହିଥାଏ।
ਪੂਰੇ ਗੁਰ ਤੇ ਸਾਚੁ ਕਮਾਵੈ ਗਤਿ ਮਿਤਿ ਸਬਦੇ ਪਾਈ ॥੨੨॥ ଜୀବ ପୂର୍ଣ୍ଣ ଗୁରୁଙ୍କ ଦ୍ଵାରା ହିଁ ସଠିକ୍ କର୍ମ କରିଥାଏ ଏବଂ ଶବ୍ଦ ଦ୍ଵାରା ହିଁ ସତ୍ୟର ଗତିକୁ ବୁଝି ନେଇଥାଏ।। 23 ।।
ਆਦਿ ਕਉ ਬਿਸਮਾਦੁ ਬੀਚਾਰੁ ਕਥੀਅਲੇ ਸੁੰਨ ਨਿਰੰਤਰਿ ਵਾਸੁ ਲੀਆ ॥ ( ଆଗରୁ ପଚାରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଗୁରୁଜୀ ସିଦ୍ଧ ମାନଙ୍କୁ କହନ୍ତି ଯେ) ସୃଷ୍ଟି ରଚନାକୁ ନେଇ ମୋର ବିଚାର ଏହା ଯେ ତାକୁ ଅଦ୍ଭୁତ ମଧ୍ୟ କୁହାଯାଇପାରେ। ଇଶ୍ଵର ନିରନ୍ତର ଶୂନ୍ୟ ଅବସ୍ଥାରେ ନିବାସ କରିଛନ୍ତି।
ਅਕਲਪਤ ਮੁਦ੍ਰਾ ਗੁਰ ਗਿਆਨੁ ਬੀਚਾਰੀਅਲੇ ਘਟਿ ਘਟਿ ਸਾਚਾ ਸਰਬ ਜੀਆ ॥ ଗୁରୁଙ୍କ ଜ୍ଞାନ ହିଁ ନିର୍ବିକଳ୍ପ ମୁଦ୍ରା ଅଟେ, ଯାହାର ବିଚାର କରିବା ଦ୍ୱାରା ଏହା ଜଣା ପଡେ ଯେ ସବୁ ଜୀବ ଙ୍କ ସତ୍ୟ ପରମେଶ୍ବର ପ୍ରତି ଘଟରେ ପ୍ରସିଦ୍ଧ ଅଟନ୍ତି।
ਗੁਰ ਬਚਨੀ ਅਵਿਗਤਿ ਸਮਾਈਐ ਤਤੁ ਨਿਰੰਜਨੁ ਸਹਜਿ ਲਹੈ ॥ ଯେବେ ଜୀବ ଗୁରୁଙ୍କ ବଚନ ଦ୍ଵାରା ପ୍ରଭୁଙ୍କ ସହ ଲୀନ ହୋଇଯିବ ତେବେ ସେ ସ୍ଵାଭାବିକ ପରମ ତତ୍ତ୍ଵ ନିରଞ୍ଜନ ଙ୍କୁ ପାଇଯିବ।
ਨਾਨਕ ਦੂਜੀ ਕਾਰ ਨ ਕਰਣੀ ਸੇਵੈ ਸਿਖੁ ਸੁ ਖੋਜਿ ਲਹੈ ॥ ନାନକ କହନ୍ତି ଯେ ଯେଉଁ ଶିଷ୍ୟ ଗୁରୁଙ୍କ ସେବା କରେ, ସେ ଖୋଜିକରି ସତ୍ୟକୁ ପ୍ରାପ୍ତ କରିଥାଏ ଏବଂ ତାକୁ ଅନ୍ୟ କାର୍ଯ୍ୟ କରିବା ଉଚିତ୍ ନୁହଁ।
ਹੁਕਮੁ ਬਿਸਮਾਦੁ ਹੁਕਮਿ ਪਛਾਣੈ ਜੀਅ ਜੁਗਤਿ ਸਚੁ ਜਾਣੈ ਸੋਈ ॥ ପରମାତ୍ମା ଙ୍କ ଆଦେଶ ବିସ୍ମୟ ଅଟେ, ଯିଏ ତାଙ୍କ ଆଦେଶ କୁ ଜାଣି ନିଏ,ସେ ଏହି ଉକ୍ତି ଦ୍ଵାରା ସତ୍ୟକୁ ଜାଣି ନିଏ।
ਆਪੁ ਮੇਟਿ ਨਿਰਾਲਮੁ ਹੋਵੈ ਅੰਤਰਿ ਸਾਚੁ ਜੋਗੀ ਕਹੀਐ ਸੋਈ ॥੨੩॥ ତାଙ୍କୁ ହିଁ ପରମ ଯୋଗୀ କୁହାଯାଏ, ଯିଏ ନିଜ ଅହଂ କୁ ଲିଭାଇ ଦୁନିଆରୁ ନିର୍ଲିପ୍ତ ହୋଇଯାଏ ଏବଂ ତାହାର ଅନ୍ତର ମନରେ ସତ୍ୟର ନିବାସ ହୋଇଯାଏ।।। 23 ।।
ਅਵਿਗਤੋ ਨਿਰਮਾਇਲੁ ਉਪਜੇ ਨਿਰਗੁਣ ਤੇ ਸਰਗੁਣੁ ਥੀਆ ॥ ( ଗୁରୁ ନାନକ ଦେବ ସିଦ୍ଧ ମାନଙ୍କୁ ବୁଝନ୍ତି ଯେ) ନିର୍ମଳ ପରମାତ୍ମା ଅବିଗତ ରୂପରେ ଜନ୍ମ ନେଇଛନ୍ତି ଏବଂ ସେ ନିଜର ନିର୍ଗୁଣ ରୁପରୁ ସଗୁଣ ରୂପ କୁ ପରିବର୍ତ୍ତନହୋଇଯାନ୍ତି।
ਸਤਿਗੁਰ ਪਰਚੈ ਪਰਮ ਪਦੁ ਪਾਈਐ ਸਾਚੈ ਸਬਦਿ ਸਮਾਇ ਲੀਆ ॥ ଯଦି ଜୀବର ମନ ସତ୍ ଗୁରୁଙ୍କ ଭିତରେ ଲୀନ ରହେ ତେବେ ତାହାକୁ ମୋକ୍ଷ ପ୍ରାପ୍ତି ହୋଇଯାଏ ଏବଂ ସେ ସତ୍ୟ ଶବ୍ଦରେ ହିଁ ବିଲୀନ ହୋଇଯାଏ।
ਏਕੇ ਕਉ ਸਚੁ ਏਕਾ ਜਾਣੈ ਹਉਮੈ ਦੂਜਾ ਦੂਰਿ ਕੀਆ ॥ ସେ ସେହି ସତ୍ୟକୁ ଜାଣିଛନ୍ତିଏବଂ ନିଜର ଅହଂ ଏବଂ ଦୈତ୍ୟଭାବ ଦୂର କରିଦିଏ।
ਸੋ ਜੋਗੀ ਗੁਰ ਸਬਦੁ ਪਛਾਣੈ ਅੰਤਰਿ ਕਮਲੁ ਪ੍ਰਗਾਸੁ ਥੀਆ ॥ ଯେଉଁ ଶବ୍ଦ ଗୁରୁଙ୍କୁଜାଣି ନିଏ, ସେ ପରମ ଯୋଗୀ ଅଟେ ଏବଂ ତାଙ୍କ ହୃଦୟ କମଳ ରେ ପରମଜ୍ୟୋତିର ପ୍ରକାଶ ହୋଇଯାଏ।
ਜੀਵਤੁ ਮਰੈ ਤਾ ਸਭੁ ਕਿਛੁ ਸੂਝੈ ਅੰਤਰਿ ਜਾਣੈ ਸਰਬ ਦਇਆ ॥ ଯଦି ଜୀବ ନିଜର ଅହଙ୍କାରକୁ ସମାପ୍ତ କରିଦିଏ ତେବେ ତାକୁ ସବୁକିଛି ବୁଝା ପଡ଼ିଯାଏ ଏବଂ ଅନ୍ତର ମନ ରେ ସମସ୍ତଙ୍କ ଉପରେ ଦୟା କରୁଥିବା ଇଶ୍ଵରଙ୍କୁ ଜାଣିନିଏ।
ਨਾਨਕ ਤਾ ਕਉ ਮਿਲੈ ਵਡਾਈ ਆਪੁ ਪਛਾਣੈ ਸਰਬ ਜੀਆ ॥੨੪॥ ନାନକ କହନ୍ତି ଯେ ଯିଏ ଜୀବ ମାନଙ୍କ ଭିତରେ ଥିବା ପରମାତ୍ମା ଙ୍କୁ ଚିହ୍ନି ନିଅନ୍ତି, ତାକୁ ହିଁ କୀର୍ତ୍ତି ପ୍ରାପ୍ତ ହୁଏ।।।24 ।।
ਸਾਚੌ ਉਪਜੈ ਸਾਚਿ ਸਮਾਵੈ ਸਾਚੇ ਸੂਚੇ ਏਕ ਮਇਆ ॥ ( ଗୁରୁଜୀ କହନ୍ତି ଯେ) ଜୀବ ପରମ ସତ୍ୟରୁ ଉତ୍ପନ୍ନ ହୁଏ ଏବଂ ସତ୍ୟରେ ହିଁ ବିଲୀନ ହୋଇଯାଏ ଏବଂ ସତ୍ୟ ସହ ମିଶି ପବିତ୍ର ହୋଇକରି ତାହାର ହିଁ ରୂପ ହୋଇଯାଏ।
ਝੂਠੇ ਆਵਹਿ ਠਵਰ ਨ ਪਾਵਹਿ ਦੂਜੈ ਆਵਾ ਗਉਣੁ ਭਇਆ ॥ ମିଛ ଜୀବ ମାନେ ଜନ୍ମ ନେଇ ଆସିଥାନ୍ତି କିନ୍ତୁ ଦୈତ୍ୟ ଭାବ କାରଣରୁ ତାହାଙ୍କୁ କିଛି ସୁଖର ସ୍ଥାନ ମିଳେ ନାହିଁ ଏବଂ ଜନ୍ମ-ମରଣର ଚକ୍ର ପଡ଼ି ରହିଥାଏ।
ਆਵਾ ਗਉਣੁ ਮਿਟੈ ਗੁਰ ਸਬਦੀ ਆਪੇ ਪਰਖੈ ਬਖਸਿ ਲਇਆ ॥ ତାଙ୍କର ଜନ୍ମ-ମରଣ ଚକ୍ର ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ଲିଭିଥାଏ।ଇଶ୍ଵର ସ୍ଵୟଂହିଁ ଭଲ ଖରାପ ଜୀବ ମାନଙ୍କ ପରଖ କରିଥାଏ ଏବଂ ସ୍ଵୟଂ ହିଁ ତାଙ୍କୁ କ୍ଷମା କରିଦିଅନ୍ତି।
ਏਕਾ ਬੇਦਨ ਦੂਜੈ ਬਿਆਪੀ ਨਾਮੁ ਰਸਾਇਣੁ ਵੀਸਰਿਆ ॥ ଦୈତ୍ୟଭାବ କାରଣରୁ ସବୁ ଜୀବଙ୍କୁ ଗୋଟେ ହିଁ ବେଦନା ଲାଗି ରହିଛି ଯେ ତାଙ୍କୁ ନାମ ରସାୟନ ଭୁଲି ଯାଇଛି।
error: Content is protected !!
Scroll to Top