Guru Granth Sahib Translation Project

guru granth sahib odia page-939

Page 939

ਤੀਰਥਿ ਨਾਈਐ ਸੁਖੁ ਫਲੁ ਪਾਈਐ ਮੈਲੁ ਨ ਲਾਗੈ ਕਾਈ ॥ ଆମେ ତୀର୍ଥରେ ସ୍ନାନ କରୁ ଏବଂ ଏହାର ସୁଖ ରୂପୀ ଫଳ ପ୍ରାପ୍ତ କରୁ ଏବଂ ମନକୁ ଟିକେ ମଧ୍ୟ ଅହଂ ର ମଇଳା ଲାଗେ ନାହିଁ।
ਗੋਰਖ ਪੂਤੁ ਲੋਹਾਰੀਪਾ ਬੋਲੈ ਜੋਗ ਜੁਗਤਿ ਬਿਧਿ ਸਾਈ ॥੭॥ ଗୋରଖ ର ପୁଅ ଲୋହାରିପା କହେ ଯେ କି ଯୋଗ ର ଉକ୍ତି ଏହା ଅଟେ।।7।।
ਹਾਟੀ ਬਾਟੀ ਨੀਦ ਨ ਆਵੈ ਪਰ ਘਰਿ ਚਿਤੁ ਨ ਡੋੁਲਾਈ ॥ (ଗୁରୁଜୀ ସିଦ୍ଧ ମାନଙ୍କୁ ଉପଦେଶ ଦେଇ କହନ୍ତି ଯେ) ଜୀବ ମାନଙ୍କୁ ବଜାର ଏବଂ ନଗରରେ ଅଜ୍ଞାନତା ର ନିଦ୍ରା ଆସିବା କଥା ନୁହଁ ଏବଂ ନା ପର ନାରୀ କୁ ଦେଖି ତା ମନ ବିଚଳିତ ହେବା ଉଚିତ।
ਬਿਨੁ ਨਾਵੈ ਮਨੁ ਟੇਕ ਨ ਟਿਕਈ ਨਾਨਕ ਭੂਖ ਨ ਜਾਈ ॥ କିନ୍ତୁ ନାମ ବିନା ଜୀବ ର ମନ ଥୟ ନଥାଏ ଏବଂ ନା ହିଁ ତାର ତୃଷ୍ଣାର ଭୋକ ଦୂର ହୋଇଥାଏ।
ਹਾਟੁ ਪਟਣੁ ਘਰੁ ਗੁਰੂ ਦਿਖਾਇਆ ਸਹਜੇ ਸਚੁ ਵਾਪਾਰੋ ॥ ଯେଉଁ ବ୍ୟକ୍ତିକୁ ଗୁରୁ ନିଜର ଅନ୍ତରମନରେ ଶରୀର ରୂପୀ ନଗର,ଦଶମ ଦ୍ଵାରା ରୂପୀ ଘର ଦେଖାଇ ଦେଇଛନ୍ତି,ସେ ସହଜରେ ହିଁ ସତ୍ୟର ବ୍ୟାପାର କରି ରହିଥାଏ।
ਖੰਡਿਤ ਨਿਦ੍ਰਾ ਅਲਪ ਅਹਾਰੰ ਨਾਨਕ ਤਤੁ ਬੀਚਾਰੋ ॥੮॥ ସେ ଟିକେ ହିଁ ନିଦ୍ରା କରେ ଏବଂ ଟିକେ ହିଁ ଭୋଜନ କରେ। ହେ ନାନକ! ଏହା ହିଁ ଆମର ତତ୍ତ୍ଵ ବିଚାର ଅଟେ।। 8 ।।
ਦਰਸਨੁ ਭੇਖ ਕਰਹੁ ਜੋਗਿੰਦ੍ਰਾ ਮੁੰਦ੍ਰਾ ਝੋਲੀ ਖਿੰਥਾ ॥ "(ଯୋଗୀ ଗୁରୁଜୀ ଙ୍କୁ କହନ୍ତି ଯେ) ଯୋଗିରାଜ୍ ଗୋରଖନାଥଙ୍କ ପନ୍ଥ ର ବେଶ ଧାରଣ କରି , କାନରେ ମୁଦ୍ରା,
ਬਾਰਹ ਅੰਤਰਿ ਏਕੁ ਸਰੇਵਹੁ ਖਟੁ ਦਰਸਨ ਇਕ ਪੰਥਾ ॥ ଯୋଗୀ ମାନଙ୍କ ବାର ବର୍ଷରୁ ସେ ଗୈରିକ ଧାରଣ କାରି ଏହି ବେଶ କୁ ହିଁ ଧାରଣ କର,ଏହା ଶାସ୍ତ୍ର ରେ ଛଅଟି ପନ୍ଥରୁ ଗୋଟିଏ ଶ୍ରେଷ୍ଠ ପନ୍ଥ ।
ਇਨ ਬਿਧਿ ਮਨੁ ਸਮਝਾਈਐ ਪੁਰਖਾ ਬਾਹੁੜਿ ਚੋਟ ਨ ਖਾਈਐ ॥ ହେ ମହାପୁରୁଷ! ଯେଉଁ ବ୍ୟକ୍ତି ଏହି ବିଧିଦ୍ଵାରା ମନକୁ ବୁଝାଇ ନିଏ, ସେ ପୁଣି ଜନ୍ମ-ମରଣର ଚୋଟ ଖାଏ ନାହିଁ।
ਨਾਨਕੁ ਬੋਲੈ ਗੁਰਮੁਖਿ ਬੂਝੈ ਜੋਗ ਜੁਗਤਿ ਇਵ ਪਾਈਐ ॥੯॥ ଗୁରୁ ନାନକ କହନ୍ତି ଯେ ଯୋଗ ର ଯୁକ୍ତି ତ ଏମିତି ହିଁ ପ୍ରାପ୍ତ ହୁଏ ଯେ ଜୀବ ଗୁରୁମୁଖୀ ହୋଇ ସତ୍ୟର ବୋଧ କରିନିଅନ୍ତି॥9॥
ਅੰਤਰਿ ਸਬਦੁ ਨਿਰੰਤਰਿ ਮੁਦ੍ਰਾ ਹਉਮੈ ਮਮਤਾ ਦੂਰਿ ਕਰੀ ॥ "(ଗୁରୁଜୀ ଯୋଗୀ ମାନଙ୍କୁ ବୁଝନ୍ତି ଯେ) ଯେଉଁ ବ୍ୟକ୍ତି ନିଜ ଅହଂ ଏବଂ ମମତା ଦୂର କରିଦେଇଛି,ସେ ନିଜର ଅନ୍ତର ମନରେ ଅନାହତ ଶବ୍ଦକୁ ଶୁଣେ ଏବଂ ତାହା ହିଁ ତାର କାନ ର ମୁଦ୍ରା ଅଟେ।
ਕਾਮੁ ਕ੍ਰੋਧੁ ਅਹੰਕਾਰੁ ਨਿਵਾਰੈ ਗੁਰ ਕੈ ਸਬਦਿ ਸੁ ਸਮਝ ਪਰੀ ॥ ଏମିତି ହିଁ ସେ କାମ, କ୍ରୋଧ ଏବଂ ଅହଙ୍କାରକୁ ଦୂର କରିନିଏ, ପରନ୍ତୁ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ଭଲ ବୁଦ୍ଧି ପ୍ରାପ୍ତ ହୋଇଥାଏ।
ਖਿੰਥਾ ਝੋਲੀ ਭਰਿਪੁਰਿ ਰਹਿਆ ਨਾਨਕ ਤਾਰੈ ਏਕੁ ਹਰੀ ॥ ଗୁରୁ ନାନକ କହନ୍ତି ଯେ ଜଣେ ପରମାତ୍ମା ହିଁ ଜୀବ କୁ ଭବସାଗର ରୁ ପାରି କରେ ଏବଂ ତାକୁ ସର୍ବ ବ୍ୟାପକ ଭାବେ ସ୍ମରଣ କରିବା ହିଁ ଜୀବ ପାଇଁ କପଡା ଏବଂ ପଣତ ଧାରଣ କରିବା ଅଟେ।
ਸਾਚਾ ਸਾਹਿਬੁ ਸਾਚੀ ਨਾਈ ਪਰਖੈ ਗੁਰ ਕੀ ਬਾਤ ਖਰੀ ॥੧੦॥ ସମସ୍ତଙ୍କ ମାଲିକ ପ୍ରଭୁ ସତ୍ୟ ଅଟେ, ତାହାଙ୍କ ମହିମା ମଧ୍ୟ ସତ୍ୟ ଅଟେ, ସେ ଜୀବ ଚିହ୍ନି ନିଅନ୍ତି ଯାହାକି ଗୁରୁଙ୍କ କଥା ହିଁ ଉତ୍ତମ ଅଟେ।। 10 ।।
ਊਂਧਉ ਖਪਰੁ ਪੰਚ ਭੂ ਟੋਪੀ ॥ ଯିଏ ନିଜ ମନକୁ ବିଷୟ ବିକାର ଠାରୁ ଓଲଟାଇ ଦେଇଛି, ତାହା ହିଁ ତାର ମସ୍ତକ ଅଟେ। ଆକାଶ, ବାୟୁ, ଅଗ୍ନି, ଜଳ ଏବଂ ପୃଥିବୀ ଏହି ପାଞ୍ଚ ଭୂତତ୍ତ୍ୱର ଗୁଣ ହିଁ ତାର ଟୋପି ଅଟେ।
ਕਾਂਇਆ ਕੜਾਸਣੁ ਮਨੁ ਜਾਗੋਟੀ ॥ ଯିଏ କାୟା କୁ ପବିତ୍ର କରି ନେଇଛି, ତାହା ହିଁ ତାର ଯୋଗ ର ଆସନ ଅଟେ,ଏବଂ ମନକୁ ବଶୀଭୂତ କରିବା ହିଁ ତାର ଲକ୍ଷ୍ୟ।
ਸਤੁ ਸੰਤੋਖੁ ਸੰਜਮੁ ਹੈ ਨਾਲਿ ॥ ସତ୍ୟ, ସନ୍ତୋଷ ଏବଂ ସଂଜମ ଏହି ଶୁଭ ଗୁଣ ତା ସାଥିରେ ରହିବା ବାଲା ସାଥୀ ଅଟନ୍ତି।
ਨਾਨਕ ਗੁਰਮੁਖਿ ਨਾਮੁ ਸਮਾਲਿ ॥੧੧॥ ହେ ନାନକ! ଏହିଭଳି ଜୀବ ଗୁରୁମୂଖ ହୋଇକରି ନାମ ସ୍ମରଣ କରିଥାନ୍ତି।। 11 ।।
ਕਵਨੁ ਸੁ ਗੁਪਤਾ ਕਵਨੁ ਸੁ ਮੁਕਤਾ ॥ "( ସିଦ୍ଧ ଯୋଗୀ ଗୁରୁ ନାନକ ଦେବଙ୍କୁ ପ୍ରଶ୍ନ କରନ୍ତି ଯେ -) ସିଏ କିଏ, ଯିଏ ଗୁପ୍ତ ରହେ? ସିଏ କିଏ ଯିଏ ବନ୍ଧନ ତୁ ମୁକ୍ତ ରହେ?"
ਕਵਨੁ ਸੁ ਅੰਤਰਿ ਬਾਹਰਿ ਜੁਗਤਾ ॥ ସିଏ କିଏ ,ଯିଏ ଭିତର ବାହାର ଶବ୍ଦ ସହ ଯୋଡ଼ି ରହିଥାଏ?"
ਕਵਨੁ ਸੁ ਆਵੈ ਕਵਨੁ ਸੁ ਜਾਇ ॥ ସେ କିଏ, ଯିଏ ଦୁନିଆରେ ଜନ୍ମ ନେଇକରି ଆସିଥାଏ ଏବଂ ସିଏ କିଏ,ଯିଏ ଚାଲିଯାଏ?"
ਕਵਨੁ ਸੁ ਤ੍ਰਿਭਵਣਿ ਰਹਿਆ ਸਮਾਇ ॥੧੨॥ ସିଏ କିଏ, ଯିଏ ଆକାଶ, ପାତାଳ,ପୃଥିବୀ ତିନି ଲୋକରେ ଅବସ୍ଥାନ କରିଛି? ।। 12 ।।
ਘਟਿ ਘਟਿ ਗੁਪਤਾ ਗੁਰਮੁਖਿ ਮੁਕਤਾ ॥ ( ଗୁରୁ ନାନକ ଦେବ ସିଦ୍ଧ ମାନଙ୍କୁ ଉତ୍ତର ଦିଅନ୍ତି ଯେ) ପ୍ରତ୍ୟେକ ହୃଦୟରେ ପରମାତ୍ମା ଗୁପ୍ତ ରହିଥାନ୍ତି ଏବଂ ଗୁରୁମୂଖ ହିଁ ବନ୍ଧନ ରୁ ମୁକ୍ତ ଅଟନ୍ତି ଏବଂ
ਅੰਤਰਿ ਬਾਹਰਿ ਸਬਦਿ ਸੁ ਜੁਗਤਾ ॥ ଭିତର ବାହାର ବ୍ୟବହାର କରି ଶବ୍ଦ ସହିତ ଯୋଡି ରହିଥାଏ।
ਮਨਮੁਖਿ ਬਿਨਸੈ ਆਵੈ ਜਾਇ ॥ ସ୍ୱେଚ୍ଛାଚାରୀ ପ୍ରାଣୀ ନାଶ ହୋଇଯାଏ ଏବଂ ଜନ୍ମ ମରଣ ର ଚକ୍ର ରେ ଫସି ରହିଥାଏ।
ਨਾਨਕ ਗੁਰਮੁਖਿ ਸਾਚਿ ਸਮਾਇ ॥੧੩॥ ଗୁରୁ ନାନକଙ୍କ କଥନ ଅଛି ଯେ ଗୁରୁମୂଖ ସତ୍ୟ ରେ ହିଁ ବିଲୀନ ରହିଥାଏ।। 13 ।।
ਕਿਉ ਕਰਿ ਬਾਧਾ ਸਰਪਨਿ ਖਾਧਾ ॥ ( ସିଦ୍ଧ ଦ୍ୱିତୀୟ ପ୍ରଶ୍ନ କରନ୍ତି ଯେ) ମନୁଷ୍ୟ ବନ୍ଧନରେ କେମିତି ବାନ୍ଧି ହୋଇଅଛି? ଏବଂ ମାୟା ରୂପୀ ସାପ କାହିଁକି ଗ୍ରାସ କରିନେଇଛି?
ਕਿਉ ਕਰਿ ਖੋਇਆ ਕਿਉ ਕਰਿ ਲਾਧਾ ॥ କେମିତି ଜୀବ ନିଜ ଜନ୍ମ ର ସତ୍ୟ କୁ ହଜାଇଦେଇଛି ଏବଂ କେମିତି ସତ୍ୟ କୁ ପାଇ ନେଇଛି?
ਕਿਉ ਕਰਿ ਨਿਰਮਲੁ ਕਿਉ ਕਰਿ ਅੰਧਿਆਰਾ ॥ ଜୀବ ର ମନ କେମିତି ନିର୍ମଳ ଅଟେ ଏବଂ କେମିତି ଅଜ୍ଞାନତା ର ଅନ୍ଧାରଦୂର ହୁଏ?
ਇਹੁ ਤਤੁ ਬੀਚਾਰੈ ਸੁ ਗੁਰੂ ਹਮਾਰਾ ॥੧੪॥ ଯିଏ ଏହି ଜ୍ଞାନ ତତ୍ତ୍ଵ ରବିଚାର କରେ, ସେ ହିଁ ଆମର ଗୁରୁ ଅଟେ।। 14 ।।
ਦੁਰਮਤਿ ਬਾਧਾ ਸਰਪਨਿ ਖਾਧਾ ॥ ( ଗୁରୁ ନାନକ ଦେବ କହନ୍ତି ଯେ) ମନୁଷ୍ୟକୁ ତାର ଦୁର୍ମତି ବନ୍ଧନ ରେ ବାନ୍ଧିଦେଇଛି ଏବଂ ମାୟା ରୂପୀ ସାପ ତାକୁ ଗ୍ରାସ କରିଦେଇଛି।
ਮਨਮੁਖਿ ਖੋਇਆ ਗੁਰਮੁਖਿ ਲਾਧਾ ॥ ମନମୂଖୀ ଜୀବ ସତ୍ୟ କୁ ହଜାଇ ଦେଇଛନ୍ତି ଏବଂ ଗୁରୁମୂଖ ସତ୍ୟ କୁ ପାଇଯାଇଛନ୍ତି।
ਸਤਿਗੁਰੁ ਮਿਲੈ ਅੰਧੇਰਾ ਜਾਇ ॥ ଯାହାର ସତଗୁରୁଙ୍କ ସହ ସାକ୍ଷତକାର ହୋଇଯାଏ, ତାହାର ଅଜ୍ଞାନତା ରୂପୀ ଅନ୍ଧକାର ଦୂର ହୋଇଯାଏ।
ਨਾਨਕ ਹਉਮੈ ਮੇਟਿ ਸਮਾਇ ॥੧੫॥ ହେ ନାନକ! ଗୁରୁମୂଖ ଜୀବ ନିଜ ଅହଂ କୁ ଲିଭାଇ ସତ୍ୟ ରେ ବିଲୀନ ହୋଇଯାଏ।। 15 ।।
ਸੁੰਨ ਨਿਰੰਤਰਿ ਦੀਜੈ ਬੰਧੁ ॥ ( ଗୁରୁ ସାହେବ ସିଦ୍ଧ ମାନଙ୍କୁବୁଝନ୍ତି ଯେ) ଯଦି ଅନ୍ତର ମନ କୁ ଶୂନ୍ୟ ଅବସ୍ଥାରେ ନିରନ୍ତର ଲୀନ କରି ତାର ସଂକଳ୍ପ ବିକଳ୍ପ ଉପରେ ଅଙ୍କୁଶ ଲଗାଇ ଦିଆଯାଏ ତେବେ
ਉਡੈ ਨ ਹੰਸਾ ਪੜੈ ਨ ਕੰਧੁ ॥ ଜୀବ ରୂପୀ ହଂସ ଉଡେ ନାହିଁ ଅର୍ଥାତ ତ୍ସ୍ଥିର ହୋଇଯାନ୍ତି ଏବଂ ତାହାର ଅନ୍ତ ହୁଏ ନାହିଁ।
ਸਹਜ ਗੁਫਾ ਘਰੁ ਜਾਣੈ ਸਾਚਾ ॥ ਨਾਨਕ ਸਾਚੇ ਭਾਵੈ ਸਾਚਾ ॥੧੬॥ ସେହି ସତ୍ୟ ଜୀବ ରୂପୀ ହଂସ ସହଜ ଅବସ୍ଥା ରୂପୀ ଘରକୁ ଚିହ୍ନି ନିଏ। ହେ ନାନକ! ସତ୍ୟ ପରମେଶ୍ବର ଙ୍କୁ ଏହିପରି ସତ୍ୟବାଦୀ ଜୀବ ହିଁ ପ୍ରିୟ ଅଟେ।। 16 ।।
ਕਿਸੁ ਕਾਰਣਿ ਗ੍ਰਿਹੁ ਤਜਿਓ ਉਦਾਸੀ ॥ ( ସିଦ୍ଧ ଗୁରୁଜୀଙ୍କୁପ୍ରଶ୍ନ କରନ୍ତି ଯେ) ହେ ଉଦାସୀ ସନ୍ଥ! ତୁ ନିଜ ଘର କେଉଁ କାରଣ ରୁ ତ୍ୟାଗ କରିଛୁ?
ਕਿਸੁ ਕਾਰਣਿ ਇਹੁ ਭੇਖੁ ਨਿਵਾਸੀ ॥ ତୁ କେଉଁ କାରଣରୁ ଏହି ଉଦାସଭଳି ଦେହ ଧାରଣ କରିଛୁ?
ਕਿਸੁ ਵਖਰ ਕੇ ਤੁਮ ਵਣਜਾਰੇ ॥ ତୁମେ କେଉଁ ସଉଦା ର ବ୍ୟାପାରୀ ଅଟୁ ?
ਕਿਉ ਕਰਿ ਸਾਥੁ ਲੰਘਾਵਹੁ ਪਾਰੇ ॥੧੭॥ ତୁମେ ନିଜ ସାଥୀ ମାନଙ୍କୁ କେମିତି ଭବସାଗର ରୁ ପାରି କରିପାରିବ?।। 17 ।।
ਗੁਰਮੁਖਿ ਖੋਜਤ ਭਏ ਉਦਾਸੀ ॥ ( ଗୁରୁ ନାନକ ଦେବ ଉତ୍ତର ଦିଅନ୍ତି ଯେ) ଆମେ ଗୁରୁମୂଖ ସନ୍ଥ ମାନଙ୍କୁ ଖୋଜି ଉଦାସ ହୋଇଛୁ ଏବଂ
ਦਰਸਨ ਕੈ ਤਾਈ ਭੇਖ ਨਿਵਾਸੀ ॥ ସନ୍ଥ ମାନେ ମହାପୁରୁଷଙ୍କ ଦର୍ଶନ କରିବା ପାଇଁ ଏହି ବେଶ ଧାରଣ କରିଛନ୍ତି।
ਸਾਚ ਵਖਰ ਕੇ ਹਮ ਵਣਜਾਰੇ ॥ ଆମେ ସତ୍ୟ ନାମ ରୂପୀ ସଉଦାର ବ୍ୟାପାରୀ ଅଟୁ ଏବଂ
ਨਾਨਕ ਗੁਰਮੁਖਿ ਉਤਰਸਿ ਪਾਰੇ ॥੧੮॥ ଗୁରୂମୂଖ ଜୀବ ଭାବସାଗର ରୁ ପାର ହୋଇଯାଆନ୍ତି।।। 18।।
ਕਿਤੁ ਬਿਧਿ ਪੁਰਖਾ ਜਨਮੁ ਵਟਾਇਆ ॥ (ସିଦ୍ଧ ମାନେ ଗୁରୁଜୀଙ୍କୁ ପୁଣି ପ୍ରଶ୍ନ କଲେ -) ହେ ମହାପୁରୁଷ! ତୁ କେଉଁ ବିଧି ଦ୍ଵାରା ନିଜ ଜୀବନ ବଦଳାଇ ଦେଇଛୁ ଏବଂ
ਕਾਹੇ ਕਉ ਤੁਝੁ ਇਹੁ ਮਨੁ ਲਾਇਆ ॥ ତୁ କାହା ସହ ନିଜ ମନ ଲଗାଇ ନାହୁଁ?
Scroll to Top
https://halomasbup.kedirikab.go.id/laporan_desa/ http://magistraandalusia.fib.unand.ac.id/help/menang-gacor/ https://pbindo.fkip.unri.ac.id/stats/manja-gacor/
https://halomasbup.kedirikab.go.id/laporan_desa/ http://magistraandalusia.fib.unand.ac.id/help/menang-gacor/ https://pbindo.fkip.unri.ac.id/stats/manja-gacor/