Guru Granth Sahib Translation Project

guru granth sahib odia page-914

Page 914

ਕਾਹੂ ਬਿਹਾਵੈ ਮਾਇ ਬਾਪ ਪੂਤ ॥ କେହି ମାତା-ପିତା ଓ ପୁତ୍ର ସାଥିରେ ଜୀବନ ବିତାଇ ଥାଏ,
ਕਾਹੂ ਬਿਹਾਵੈ ਰਾਜ ਮਿਲਖ ਵਾਪਾਰਾ ॥ କେହି ରାଜ୍ୟ,ଧାନ-ସମ୍ପତ୍ତି ଏବଂ ବ୍ୟାପାରରେ ଜୀବନ ବିତାଇ ଥାଏ,
ਸੰਤ ਬਿਹਾਵੈ ਹਰਿ ਨਾਮ ਅਧਾਰਾ ॥੧॥ କିନ୍ତୁ ସନ୍ଥଙ୍କ ଜୀବନ ହରିନାମ ଆଧାରରେ ହିଁ ଅତିବାହିତ ହୋଇଥାଏ||1||
ਰਚਨਾ ਸਾਚੁ ਬਨੀ ॥ ଏହି ଜଗତର ରଚନା ପରମ-ସତ୍ୟ ବନାଇଛନ୍ତି,
ਸਭ ਕਾ ਏਕੁ ਧਨੀ ॥੧॥ ਰਹਾਉ ॥ ଆଉ ସବୁଙ୍କ ମାଲିକ ପରମେଶ୍ଵର ହିଁ ଅଟନ୍ତି॥1॥ରୁହ॥
ਕਾਹੂ ਬਿਹਾਵੈ ਬੇਦ ਅਰੁ ਬਾਦਿ ॥ କେହି ବେଦ ଅଧ୍ୟୟନ ଓ ବାଦ-ବିବାଦରେ ନିଜ ଜୀବନ ବିତାଇ ଥାଏ,
ਕਾਹੂ ਬਿਹਾਵੈ ਰਸਨਾ ਸਾਦਿ ॥ କେହି ଜିହ୍ଵାର ସ୍ଵାଦରେ ଜୀବନ ବିତାଇଥାଏ,
ਕਾਹੂ ਬਿਹਾਵੈ ਲਪਟਿ ਸੰਗਿ ਨਾਰੀ ॥ କେହି କାମୁକ ନାରୀ ପିପାସାରେ ଜୀବନ ବିତାଇ ଥାଏ,
ਸੰਤ ਰਚੇ ਕੇਵਲ ਨਾਮ ਮੁਰਾਰੀ ॥੨॥ କିନ୍ତୁ ସନ୍ଥ କେବଳ ପ୍ରଭୁଙ୍କ ନାମରେ ହିଁ ଜୀବନ ବିତାଇ ଥାଏ, ||2||
ਕਾਹੂ ਬਿਹਾਵੈ ਖੇਲਤ ਜੂਆ ॥ କେହି ଜୀବନ ଜୁଆରେ ଖେଳି ଜୀବନ ବିତାଇ ଥାଏ,
ਕਾਹੂ ਬਿਹਾਵੈ ਅਮਲੀ ਹੂਆ ॥ କେହି ନିଶାରେ ନିଜ ଜୀବନ ବିତାଇ ଥାଏ,
ਕਾਹੂ ਬਿਹਾਵੈ ਪਰ ਦਰਬ ਚੋੁਰਾਏ ॥ କେହି ପର ଧନ ଚୋରୀ କରିବାରେ ଜୀବନ ବିତାଇ ଥାଏ,
ਹਰਿ ਜਨ ਬਿਹਾਵੈ ਨਾਮ ਧਿਆਏ ॥੩॥ କିନ୍ତୁ ଭକ୍ତଜନ ପରମାତ୍ମାଙ୍କ ନାମ-ଧ୍ୟାନରେ ନିଜ ଜୀବନ ବିତାଇ ଥାଏ,||3||
ਕਾਹੂ ਬਿਹਾਵੈ ਜੋਗ ਤਪ ਪੂਜਾ ॥ କେହି ଯୋଗ, ସାଧନା ଓ ତପସ୍ୟାରେ ନିଜ ଜୀବନ ବିତାଇ ଥାଏ,
ਕਾਹੂ ਰੋਗ ਸੋਗ ਭਰਮੀਜਾ ॥ କେହି ରୋଗ-ଶୋକ ଓ ଭ୍ରମରେ ନିଜ ଜୀବନ ବିତାଇ ଥାଏ,
ਕਾਹੂ ਪਵਨ ਧਾਰ ਜਾਤ ਬਿਹਾਏ ॥ କେହି ଯୋଗାସନ ସହିତ ପ୍ରାଣାୟମ କରି ଜୀବନ ବିତାଇ ଥାଏ,
ਸੰਤ ਬਿਹਾਵੈ ਕੀਰਤਨੁ ਗਾਏ ॥੪॥ କିନ୍ତୁ ସନ୍ଥଙ୍କ ଜୀବନ ଈଶ୍ଵରଙ୍କ ଭଜନ-କୀର୍ତ୍ତନ କରି ଜୀବନ ବିତାଇ ଥାଆନ୍ତି ||4||
ਕਾਹੂ ਬਿਹਾਵੈ ਦਿਨੁ ਰੈਨਿ ਚਾਲਤ ॥ କାହାର ଜୀବନ ଦିନରାତି ଯାତ୍ରା କରି ଜୀବନ ବିତି ଥାଏ,
ਕਾਹੂ ਬਿਹਾਵੈ ਸੋ ਪਿੜੁ ਮਾਲਤ ॥ କେହି ରଣଭୂମିରେ ଲଢି ନିଜ ଜୀବନ ବିତାଇ ଥାଏ
ਕਾਹੂ ਬਿਹਾਵੈ ਬਾਲ ਪੜਾਵਤ ॥ କିଛି ଲୋକ ଅଧ୍ୟାପକ ବନି ନିଜ ଜୀବନ ବିତାଇ ଥାଏ,
ਸੰਤ ਬਿਹਾਵੈ ਹਰਿ ਜਸੁ ਗਾਵਤ ॥੫॥ ପରନ୍ତୁ ସନ୍ଥଙ୍କ ଜୀବନ ଭଗବାନଙ୍କ ଯଶୋଗାନ କରିବାରେ ଅତିବାହିତ ହୋଇଥାଏ||5||
ਕਾਹੂ ਬਿਹਾਵੈ ਨਟ ਨਾਟਿਕ ਨਿਰਤੇ ॥ କେହି କଳାକାର ବନି ନିଜ ଜୀବନ ବିତାଇ ଥାଏ,
ਕਾਹੂ ਬਿਹਾਵੈ ਜੀਆਇਹ ਹਿਰਤੇ ॥ କେହି ଜୀବ-ହତ୍ୟା ଏବଂ ଲୁଟପାଟ କରି ନିଜ ଜୀବନ ବିତାଇ ଥାଏ,
ਕਾਹੂ ਬਿਹਾਵੈ ਰਾਜ ਮਹਿ ਡਰਤੇ ॥ କେହି ରାଜ-ଭୋଗରେ ନିଜ ଜୀବନ ବିତାଇ ଥାଏ,
ਸੰਤ ਬਿਹਾਵੈ ਹਰਿ ਜਸੁ ਕਰਤੇ ॥੬॥ ପରନ୍ତୁ ସନ୍ଥ ପ୍ରଭୁଙ୍କ ଯଶୋଗାନ କରି ନିଜ ଜୀବନ ବିତାଇ ଥାଏ,||6||
ਕਾਹੂ ਬਿਹਾਵੈ ਮਤਾ ਮਸੂਰਤਿ ॥ କେହି ସାରା ସମୟ ପରାମର୍ଶ ଦେଇ ନିଜ ଜୀବନ ବିତାଇ ଥାଏ,
ਕਾਹੂ ਬਿਹਾਵੈ ਸੇਵਾ ਜਰੂਰਤਿ ॥ କେହି ଜୀବନର ଆବଶ୍ୟକତା ପୁରା କରିବାରେ ନିଜ ଜୀବନ ବିତାଇ ଥାଏ,
ਕਾਹੂ ਬਿਹਾਵੈ ਸੋਧਤ ਜੀਵਤ ॥ କେହି ନିଜକୁ ସଂଶୋଧନ କରି ଜୀବନ ବିତାଇ ଥାଏ,
ਸੰਤ ਬਿਹਾਵੈ ਹਰਿ ਰਸੁ ਪੀਵਤ ॥੭॥ ପରନ୍ତୁ ହରିରସ ପାନ କରି ସନ୍ଥଙ୍କ ଜୀବନ ବିତିଥାଏ||7||
ਜਿਤੁ ਕੋ ਲਾਇਆ ਤਿਤ ਹੀ ਲਗਾਨਾ ॥ ସତ୍ୟ ଏହା ଯେ ଇଶ୍ଵର ଜୀବକୁ ନିଜ କାର୍ଯ୍ୟରେ ଲଗାଇ ଥାଆନ୍ତି,
ਨਾ ਕੋ ਮੂੜੁ ਨਹੀ ਕੋ ਸਿਆਨਾ ॥ ନା କେହି ମୂର୍ଖ ଆଉ ନା କେହି ଚତୁର ଅଟେ।
ਕਰਿ ਕਿਰਪਾ ਜਿਸੁ ਦੇਵੈ ਨਾਉ ॥ ପରମାତ୍ମା କୃପା କରି ଯାହାକୁ ନିଜ ନାମ ଦେଇଥାନ୍ତି,
ਨਾਨਕ ਤਾ ਕੈ ਬਲਿ ਬਲਿ ਜਾਉ ॥੮॥੩॥ ନାନକ ତାହାଙ୍କ ପ୍ରତି ସମର୍ପିତ ଯାଇଥାନ୍ତି||8||3||
ਰਾਮਕਲੀ ਮਹਲਾ ੫ ॥ ରାମକଲୀ ମହଲା 5॥
ਦਾਵਾ ਅਗਨਿ ਰਹੇ ਹਰਿ ਬੂਟ ॥ ଯେପରି ଜଙ୍ଗଲରେ ନିଆଁ ଲାଗିଲେ କିଛି ଗଛ ପୁଣି ସବୁଜ ହୋଇଯାଏ
ਮਾਤ ਗਰਭ ਸੰਕਟ ਤੇ ਛੂਟ ॥ ଯେପରି ମାତାର ଗର୍ଭର ସଙ୍କଟରୁ ଶିଶୁ ବର୍ତ୍ତି ଯାଇଥାଏ,
ਜਾ ਕਾ ਨਾਮੁ ਸਿਮਰਤ ਭਉ ਜਾਇ ॥ ଯାହାଙ୍କ ନାମ-ସ୍ମରଣ କରିବା ଦ୍ଵାରା ସବୁ ପ୍ରକାର ଭୟ ଦୂର ହୋଇଯାଏ,
ਤੈਸੇ ਸੰਤ ਜਨਾ ਰਾਖੈ ਹਰਿ ਰਾਇ ॥੧॥ ଈଶ୍ଵର ନିଜ ସନ୍ଥଜନଙ୍କ ରକ୍ଷା କରିଥାନ୍ତି||1||
ਐਸੇ ਰਾਖਨਹਾਰ ਦਇਆਲ ॥ ଦୟାଳୁ ଈଶ୍ଵର ସବୁଙ୍କ ରକ୍ଷା କରିଥାନ୍ତି।
ਜਤ ਕਤ ਦੇਖਉ ਤੁਮ ਪ੍ਰਤਿਪਾਲ ॥੧॥ ਰਹਾਉ ॥ ହେ ଦୀନଦୟାଳୁ! ଯେଉଁଠି ଦେଖିଲେ ମଧ୍ୟ କେବଳ ତୁ ହିଁ ଆମର ପାଳକ ଅଟୁ॥1॥ରୁହ॥
ਜਲੁ ਪੀਵਤ ਜਿਉ ਤਿਖਾ ਮਿਟੰਤ ॥ ଯେପରି ଜଳ ପାନ କରିଲେ ତୃଷ୍ଣା ଦୂର ହୋଇଯାଏ,
ਧਨ ਬਿਗਸੈ ਗ੍ਰਿਹਿ ਆਵਤ ਕੰਤ ॥ ଯେପରି ପତି ଘରକୁ ଆସିଲେ ପତ୍ନୀ ପ୍ରସନ୍ନ ହୋଇଯାଏ,
ਲੋਭੀ ਕਾ ਧਨੁ ਪ੍ਰਾਣ ਅਧਾਰੁ ॥ ଯେପରି ଧନ ଲୋଭୀ ମନୁଷ୍ୟର ପ୍ରାଣର ଆଧାର ଅଟେ,
ਤਿਉ ਹਰਿ ਜਨ ਹਰਿ ਹਰਿ ਨਾਮ ਪਿਆਰੁ ॥੨॥ ସେପରି ଭକ୍ତଜନଙ୍କୁ ହରି-ନାମ ହିଁ ପ୍ରିୟ ହୋଇଥାଏ||2||
ਕਿਰਸਾਨੀ ਜਿਉ ਰਾਖੈ ਰਖਵਾਲਾ ॥ ଯେପରି କୃଷକ ନିଜ କୃଷିର ରକ୍ଷା କରିଥାଏ,
ਮਾਤ ਪਿਤਾ ਦਇਆ ਜਿਉ ਬਾਲਾ ॥ ଯେପରି ମାତା-ପିତା ନିଜ ସନ୍ତାନ ଉପରେ ଦୟା କରିଥାନ୍ତି,
ਪ੍ਰੀਤਮੁ ਦੇਖਿ ਪ੍ਰੀਤਮੁ ਮਿਲਿ ਜਾਇ ॥ ଯେପରି ପ୍ରିୟତମଙ୍କୁ ଦେଖି ପ୍ରିୟତମା ଆସକ୍ତ ହୋଇଥାଏ,
ਤਿਉ ਹਰਿ ਜਨ ਰਾਖੈ ਕੰਠਿ ਲਾਇ ॥੩॥ ସେପରି ହିଁ ଭକ୍ତଜନ ପରମେଶ୍ଵରଙ୍କୁ ନିଜ କଣ୍ଠରେ ଲଗାଇ ରଖିଥାନ୍ତି||3||
ਜਿਉ ਅੰਧੁਲੇ ਪੇਖਤ ਹੋਇ ਅਨੰਦ ॥ ଯେପରି ଅନ୍ଧ ଦୃଶ୍ୟ ହେଲେ ଆନନ୍ଦିତ ହୋଇଥାଏ,
ਗੂੰਗਾ ਬਕਤ ਗਾਵੈ ਬਹੁ ਛੰਦ ॥ ଯେପରି କେହି ମୂକ ବୋଲିବା ଆରମ୍ଭ କରିଲେ ପ୍ରସନ୍ନ ହୋଇଥାଏ,
ਪਿੰਗੁਲ ਪਰਬਤ ਪਰਤੇ ਪਾਰਿ ॥ ଯେପରି କେହି ଛୋଟା ପର୍ବତ ଚଢି ଖୁସି ବ୍ୟକ୍ତ କରିଥାଏ,
ਹਰਿ ਕੈ ਨਾਮਿ ਸਗਲ ਉਧਾਰਿ ॥੪॥ ସେପରି ହିଁ ହରିଙ୍କ ନାମ ଜପିବା ଦ୍ଵାରା ସବୁଙ୍କ ଉଦ୍ଧାର ହୋଇଯାଏ||4||
ਜਿਉ ਪਾਵਕ ਸੰਗਿ ਸੀਤ ਕੋ ਨਾਸ ॥ ଯେପରି ଅଗ୍ନି ଜଳିବା ଦ୍ଵାରା ଶୀତର ପ୍ରକୋପ ନାଶ ହୋଇଯାଏ,
ਐਸੇ ਪ੍ਰਾਛਤ ਸੰਤਸੰਗਿ ਬਿਨਾਸ ॥ ଏପରି ହିଁ ସନ୍ଥଙ୍କ ସଂଗତି କରିବା ଦ୍ଵାରା ସବୁ ପ୍ରକାର ପାପ ନାଶ ହୋଇଯାଏ।
ਜਿਉ ਸਾਬੁਨਿ ਕਾਪਰ ਊਜਲ ਹੋਤ ॥ ଯେପରି କପଡାରେ ସାବୁନ ଲଗାଇ ଧୋଇଲେ ଉଜ୍ଜଳ ହୋଇଥାଏ,
ਨਾਮ ਜਪਤ ਸਭੁ ਭ੍ਰਮੁ ਭਉ ਖੋਤ ॥੫॥ ସେପରି ହିଁ ନାମ ଜପିବା ଦ୍ଵାରା ସବୁ ଭ୍ରମ ଦୂର ହୋଇଯାଏ||5||
ਜਿਉ ਚਕਵੀ ਸੂਰਜ ਕੀ ਆਸ ॥ ଯେପରି ଚକୋର ସୂର୍ଯ୍ୟ ଉଦୟର ଆଶା ରଖିଥାଏ,
ਜਿਉ ਚਾਤ੍ਰਿਕ ਬੂੰਦ ਕੀ ਪਿਆਸ ॥ ଯେପରି ଚାତକ ବର୍ଷା ବିନ୍ଦୁ ପାଇଁ ତୃଷ୍ଣାର୍ତ୍ତ ଥାଏ,
ਜਿਉ ਕੁਰੰਕ ਨਾਦ ਕਰਨ ਸਮਾਨੇ ॥ ଯେପରି ହରିଣକୁ ସଙ୍ଗୀତ ସ୍ଵରର ସୁଖ ଉପଲବ୍ଧ ହୋଇଥାଏ,
ਤਿਉ ਹਰਿ ਨਾਮ ਹਰਿ ਜਨ ਮਨਹਿ ਸੁਖਾਨੇ ॥੬॥ ସେପରି ହିଁ ପ୍ରଭୁଙ୍କ ନାମ ଭକ୍ତର ମନରେ ସୁଖ ପ୍ରଦାନ କରିଥାଏ||6||


© 2025 SGGS ONLINE
error: Content is protected !!
Scroll to Top