Guru Granth Sahib Translation Project

guru granth sahib odia page-906

Page 906

ਤੀਰਥਿ ਭਰਮਸਿ ਬਿਆਧਿ ਨ ਜਾਵੈ ॥ ତୀର୍ଥଯାତ୍ରା କରିବା ଦ୍ଵାରା ମଧ୍ୟ ରୋଗ ଦୂର ହୁଏନାହିଁ।
ਨਾਮ ਬਿਨਾ ਕੈਸੇ ਸੁਖੁ ਪਾਵੈ ॥੪॥ ପ୍ରଭୁନାମ ବିନା କିପରି ସୁଖ ପ୍ରାପ୍ତ ହୋଇପାରିବ?||4||
ਜਤਨ ਕਰੈ ਬਿੰਦੁ ਕਿਵੈ ਨ ਰਹਾਈ ॥ ମନୁଷ୍ୟ କେତେ ବି ପ୍ରାୟାସ କରୁ, କିନ୍ତୁ ସେ ନିଜ ବୀର୍ଯ୍ୟକୁ ନିୟନ୍ତ୍ରଣ କରିପାରେ ନାହିଁ।
ਮਨੂਆ ਡੋਲੈ ਨਰਕੇ ਪਾਈ ॥ ତାହାର ମନ ଆନ୍ଦୋଳିତ ରହିଥାଏ ଏବଂ ସେ ନର୍କରେ ହିଁ ପଡିଥାଏ।
ਜਮ ਪੁਰਿ ਬਾਧੋ ਲਹੈ ਸਜਾਈ ॥ ତାହାକୁ ଯମପୁରୀରେ ବନ୍ଧା ଯାଇ ଦଣ୍ଡ ଦିଆଯାଇ ଥାଏ ଏବଂ
ਬਿਨੁ ਨਾਵੈ ਜੀਉ ਜਲਿ ਬਲਿ ਜਾਈ ॥੫॥ ନାମ ବିନା ମନ ଜଳିଥାଏ॥5॥
ਸਿਧ ਸਾਧਿਕ ਕੇਤੇ ਮੁਨਿ ਦੇਵਾ ॥ କେତେ ସାଧୁ-ସାଧକ, ରୁଷି-ମୁନି ଓ ଦେବତା
ਹਠਿ ਨਿਗ੍ਰਹਿ ਨ ਤ੍ਰਿਪਤਾਵਹਿ ਭੇਵਾ ॥ ମନର ତୃଷ୍ଣା ତୃପ୍ତ କରି ପାରନ୍ତି ନାହିଁ।
ਸਬਦੁ ਵੀਚਾਰਿ ਗਹਹਿ ਗੁਰ ਸੇਵਾ ॥ ଯିଏ ଶବ୍ଦର ଚିନ୍ତନ କରିଥାଏ, ଗୁରୁଙ୍କ ସେବାରେ ଲୀନ ରହିଥାଏ,
ਮਨਿ ਤਨਿ ਨਿਰਮਲ ਅਭਿਮਾਨ ਅਭੇਵਾ ॥੬॥ ତାହାର ତନ-ମନ ନିର୍ମଳ ହୋଇଯାଏ ଆଉ ଅଭିମାନ ଦୂର ହୋଇଯାଏ||6||
ਕਰਮਿ ਮਿਲੈ ਪਾਵੈ ਸਚੁ ਨਾਉ ॥ ପରମାତ୍ମାଙ୍କ କୃପାରୁ ଯାହାକୁ ଗୁରୁ ମିଳିଯାନ୍ତି, ତାହାକୁ ସତ୍ୟନାମ ପ୍ରାପ୍ତ ହୋଇଯାଏ।
ਤੁਮ ਸਰਣਾਗਤਿ ਰਹਉ ਸੁਭਾਉ ॥ ହେ ପ୍ରଭୁ! ମୁଁ ବଡ ଶ୍ରଦ୍ଧା ସହିତ ତୋର ଶରଣରେ ରହିଥାଏ ଏବଂ
ਤੁਮ ਤੇ ਉਪਜਿਓ ਭਗਤੀ ਭਾਉ ॥ ତୁମ ଦ୍ଵାରା ହିଁ ଭକ୍ତି-ଭାବନା ଜାତ ହୋଇଥାଏ।
ਜਪੁ ਜਾਪਉ ਗੁਰਮੁਖਿ ਹਰਿ ਨਾਉ ॥੭॥ ଗୁରୁଙ୍କ ଠାରୁ ହିଁ ହରିନାମର ମନ୍ତ୍ର ନେଇ ତାହାଙ୍କ ଜପ କରିବା ହିଁ ଉଚିତ ଅଟେ||7||
ਹਉਮੈ ਗਰਬੁ ਜਾਇ ਮਨ ਭੀਨੈ ॥ ମନର ନାମ-ରସରେ ଭିଜିବା ଦ୍ଵାରା ଅହଂତ୍ଵ ଦୂର ହୋଇଯାଏ।
ਝੂਠਿ ਨ ਪਾਵਸਿ ਪਾਖੰਡਿ ਕੀਨੈ ॥ ପ୍ରବଞ୍ଚନା କରିବା ଓ ମିଥ୍ୟା ବୋଲିବା ଦ୍ଵାରା ସତ୍ୟର ପ୍ରାପ୍ତି ହୁଏନାହିଁ।
ਬਿਨੁ ਗੁਰ ਸਬਦ ਨਹੀ ਘਰੁ ਬਾਰੁ ॥ ଶବ୍ଦ-ଗୁରୁଙ୍କ ବିନା ସତ୍ୟର ଘର ପ୍ରାପ୍ତ ହୁଏନାହିଁ।
ਨਾਨਕ ਗੁਰਮੁਖਿ ਤਤੁ ਬੀਚਾਰੁ ॥੮॥੬॥ ହେ ନାନକ! ଗୁରୁମୁଖୀ ବନି ପରମ ତତ୍ତ୍ଵର ଚିନ୍ତନ କର||8||6||
ਰਾਮਕਲੀ ਮਹਲਾ ੧ ॥ ରାମକଲୀ ମହଲା 1॥
ਜਿਉ ਆਇਆ ਤਿਉ ਜਾਵਹਿ ਬਉਰੇ ਜਿਉ ਜਨਮੇ ਤਿਉ ਮਰਣੁ ਭਇਆ ॥ ହେ ବିଚରା ପ୍ରାଣୀ! ତୁ ଏଠାକୁ ଯେପରି ଆସିଛୁ, ଏଠାରୁ ସେପରି ଚାଲି ଯିବାକୁ ହେବ। ଯେପରି ତୋତେ ଜନ୍ମ ମିଳିଥାଏ, ସେପରି ହିଁ ତୋର ମୃତ୍ୟୁ ହେବ।
ਜਿਉ ਰਸ ਭੋਗ ਕੀਏ ਤੇਤਾ ਦੁਖੁ ਲਾਗੈ ਨਾਮੁ ਵਿਸਾਰਿ ਭਵਜਲਿ ਪਇਆ ॥੧॥ ଯେପରି ତୁ ରସ ଭୋଗ କରିଛୁ, ସେତେ ହିଁ ଦୁଃଖ ପାଇଛୁ। ନାମକୁ ଭୁଲି ତୁ ସଂସାର ସାଗରରେ ପଡି ଯାଇଛୁ||1||
ਤਨੁ ਧਨੁ ਦੇਖਤ ਗਰਬਿ ਗਇਆ ॥ ନିଜ ତନ ଓ ଧନକୁ ଦେଖି ତୁ ଅଭିମାନରେ ଫସି ଯାଇଛୁ।
ਕਨਿਕ ਕਾਮਨੀ ਸਿਉ ਹੇਤੁ ਵਧਾਇਹਿ ਕੀ ਨਾਮੁ ਵਿਸਾਰਹਿ ਭਰਮਿ ਗਇਆ ॥੧॥ ਰਹਾਉ ॥ ତୁ ସୁନା, ରୂପା ଓ ସୁନ୍ଦର ନାରୀ ସହିତ ପ୍ରେମ ବଢାଇ ନାମକୁ ଭୁଲି ଭ୍ରମରେ ପଡି ଯାଇଛୁ॥1॥ରୁହ॥
ਜਤੁ ਸਤੁ ਸੰਜਮੁ ਸੀਲੁ ਨ ਰਾਖਿਆ ਪ੍ਰੇਤ ਪਿੰਜਰ ਮਹਿ ਕਾਸਟੁ ਭਇਆ ॥ ତୁ ସଦାଚାର, ସଂଯମ ଏବଂ ଶୀଳତା ଧାରଣ କରି ନାହୁଁ ଆଉ ପ୍ରେତ ଭଳି ଶରୀର ପିଞ୍ଜରାରେ ପଡି ଶୁଖି କାଠ ହୋଇ ଯାଇଛୁ।
ਪੁੰਨੁ ਦਾਨੁ ਇਸਨਾਨੁ ਨ ਸੰਜਮੁ ਸਾਧਸੰਗਤਿ ਬਿਨੁ ਬਾਦਿ ਜਇਆ ॥੨॥ ନା କୌଣସି ଦାନ-ପୂଣ୍ୟ କରିଛୁ, ନା ତୀର୍ଥ-ସ୍ନାନ କରିଛୁ, ନା ହିଁ ସଂଯମ କରିଛୁ, ସାଧୁ-ମହାପୁରୁଷଙ୍କ ସଙ୍ଗତି ବିନା ଜୀବନ ବ୍ୟର୍ଥରେ ଅତିବାହିତ ହୋଇ ଯାଇଛି||2||
ਲਾਲਚਿ ਲਾਗੈ ਨਾਮੁ ਬਿਸਾਰਿਓ ਆਵਤ ਜਾਵਤ ਜਨਮੁ ਗਇਆ ॥ ଲାଳସାରେ ଫସି ତୁ ନାମକୁ ଭୁଲି ଯାଇଛୁ, ଯାହାଦ୍ୱାରା ଜନ୍ମ-ମରଣର ଚକ୍ରରେ ପଡି ଯାଇଛୁ।
ਜਾ ਜਮੁ ਧਾਇ ਕੇਸ ਗਹਿ ਮਾਰੈ ਸੁਰਤਿ ਨਹੀ ਮੁਖਿ ਕਾਲ ਗਇਆ ॥੩॥ ଯେତେବେଳେ ଯମ କେଶ ଧରି ମାରିଥାଏ, ଜୀବର କିଛି ଖିଆଲ ରହେ ନାହିଁ ଏବଂ ସେ ମୃତ୍ୟୁ ନିକଟକୁ ଚାଲିଯାଏ||3||
ਅਹਿਨਿਸਿ ਨਿੰਦਾ ਤਾਤਿ ਪਰਾਈ ਹਿਰਦੈ ਨਾਮੁ ਨ ਸਰਬ ਦਇਆ ॥ ତୁ ରାତିଦିନ ପରନିନ୍ଦା ଓ ଇର୍ଷାରେ ପଡି ରହିଛୁ, ଯାହାଦ୍ୱାରା ତୋର ହୃଦୟରେ ନା ନାମ ବାସ କରିଥାଏ ଆଉ ନା ସବୁଙ୍କ ପ୍ରତି ଦୟା ଥାଏ।
ਬਿਨੁ ਗੁਰ ਸਬਦ ਨ ਗਤਿ ਪਤਿ ਪਾਵਹਿ ਰਾਮ ਨਾਮ ਬਿਨੁ ਨਰਕਿ ਗਇਆ ॥੪॥ ଗୁରୁଙ୍କ ଶବ୍ଦ ବିନା ତୋର ଗତି ହୁଏନାହିଁ ଆଉ ନା ହିଁ ସମ୍ମାନ ପ୍ରାପ୍ତି ହୋଇଥାଏ। ରାମ-ନାମ ବିନା ତୁ ନର୍କକୁ ହିଁ ଯିବାକୁ ହେବ ||4||
ਖਿਨ ਮਹਿ ਵੇਸ ਕਰਹਿ ਨਟੂਆ ਜਿਉ ਮੋਹ ਪਾਪ ਮਹਿ ਗਲਤੁ ਗਇਆ ॥ ଏକ କ୍ଷଣରେ ହିଁ ତୁ ନଟ ଭଳି ବେଶ ଧାରଣ କରି ନେଇଛୁ ଆଉ ମୋହ-ପାପରେ ଲୀନ ରହିଛୁ।
ਇਤ ਉਤ ਮਾਇਆ ਦੇਖਿ ਪਸਾਰੀ ਮੋਹ ਮਾਇਆ ਕੈ ਮਗਨੁ ਭਇਆ ॥੫॥ ଏଣେତେଣେ ମାୟାର ପ୍ରସାର ଦେଖି ତୁ ମୋହ-ମାୟାରେ ହିଁ ମଗ୍ନ ହୋଇ ଯାଇଛୁ||5||
ਕਰਹਿ ਬਿਕਾਰ ਵਿਥਾਰ ਘਨੇਰੇ ਸੁਰਤਿ ਸਬਦ ਬਿਨੁ ਭਰਮਿ ਪਇਆ ॥ ତୁ ବହୁତ ପାପ-ବିକାରର ବିସ୍ତାର କରିଛୁ ଆଉ ଶବ୍ଦର ଜ୍ଞାନ ବିନା ଭ୍ରମରେ ପଡି ରହିଛୁ।
ਹਉਮੈ ਰੋਗੁ ਮਹਾ ਦੁਖੁ ਲਾਗਾ ਗੁਰਮਤਿ ਲੇਵਹੁ ਰੋਗੁ ਗਇਆ ॥੬॥ ତୋଏଆ ଅହଂକାର ରୂପୀ ରୋଗ ଲାଗିଅଛି। ଗୁରୁ-ଉପଦେଶ ଗ୍ରହଣ କର, ତୋର ରୋଗ ଦୂର ହୋଇଯିବ||6||
ਸੁਖ ਸੰਪਤਿ ਕਉ ਆਵਤ ਦੇਖੈ ਸਾਕਤ ਮਨਿ ਅਭਿਮਾਨੁ ਭਇਆ ॥ ଯେତେବେଳେ ପଦାର୍ଥବାଦୀ ମନୁଷ୍ୟ ଘରେ ସୁଖ-ସମ୍ପତ୍ତି ଆସୁଥିବା ଦେଖିଥାଏ, ତାହାର ମନ ଅଭିମାନର ଶିକାର ବନିଯାଏ।
ਜਿਸ ਕਾ ਇਹੁ ਤਨੁ ਧਨੁ ਸੋ ਫਿਰਿ ਲੇਵੈ ਅੰਤਰਿ ਸਹਸਾ ਦੂਖੁ ਪਇਆ ॥੭॥ ଯେଉଁ ପରମାତ୍ମା ଏହି ତନ-ଧନ ଦେଇଛନ୍ତି, ଯେତେବେଳେ ତାହା ଫେରସ୍ତ ନାଇଯାନ୍ତି, ତାହାର ମନରେ ଚିନ୍ତା ଓ ଦୁଃଖ ଜାତ ହୋଇଥାଏ ||7||
ਅੰਤਿ ਕਾਲਿ ਕਿਛੁ ਸਾਥਿ ਨ ਚਾਲੈ ਜੋ ਦੀਸੈ ਸਭੁ ਤਿਸਹਿ ਮਇਆ ॥ ଅନ୍ତିମ ସମୟରେ କିଛି ମଧ୍ୟ ସାଥିରେ ଯାଏ ନାହିଁ, ଯାହା କିଛି ନଜର ଆସିଥାଏ, ସବୁ ତାହାଙ୍କ ମାୟା ଅଟେ।
ਆਦਿ ਪੁਰਖੁ ਅਪਰੰਪਰੁ ਸੋ ਪ੍ਰਭੁ ਹਰਿ ਨਾਮੁ ਰਿਦੈ ਲੈ ਪਾਰਿ ਪਇਆ ॥੮॥ ଆଦିପୁରୁଷ ପ୍ରଭୁ ଅପରାମ୍ପର ଅଟନ୍ତି, ହରିନାମକୁ ହୃଦୟରେ ସ୍ଥାପନ କରାଇବା ଦ୍ଵାରା ଭବସାଗରରୁ ପାର କରାଯାଇ ପାରେ||8||
ਮੂਏ ਕਉ ਰੋਵਹਿ ਕਿਸਹਿ ਸੁਣਾਵਹਿ ਭੈ ਸਾਗਰ ਅਸਰਾਲਿ ਪਇਆ ॥ ହେ ଜୀବ! ନିଜ ମୃତକର ସମ୍ପର୍କୀୟ ଉପରେ ରୋଦନ କରି କାହାକୁ ଶୁଣାଉଛୁ? ତୁ ସ୍ଵୟଂ ହିଁ ଭବସାଗରରେ ପଡି ଯାଇଛୁ।
ਦੇਖਿ ਕੁਟੰਬੁ ਮਾਇਆ ਗ੍ਰਿਹ ਮੰਦਰੁ ਸਾਕਤੁ ਜੰਜਾਲਿ ਪਰਾਲਿ ਪਇਆ ॥੯॥ ପଦାର୍ଥବାଦୀ ଜୀବ ନିଜ ପରିବାର, ମାୟା ଏବଂ ସୁନ୍ଦର ଘର-ମହଲକୁ ଦେଖି ବ୍ୟର୍ଥ ଜଞ୍ଜାଳରେ ଫସି ରହିଛି||9||
error: Content is protected !!
Scroll to Top