Guru Granth Sahib Translation Project

guru granth sahib odia page-853

Page 853

ਗੁਰਮੁਖਿ ਸੇਵਕ ਭਾਇ ਹਰਿ ਧਨੁ ਮਿਲੈ ਤਿਥਹੁ ਕਰਮਹੀਣ ਲੈ ਨ ਸਕਹਿ ਹੋਰ ਥੈ ਦੇਸ ਦਿਸੰਤਰਿ ਹਰਿ ਧਨੁ ਨਾਹਿ ॥੮॥ ଶ୍ରଦ୍ଧା-ଭାବନା ଦ୍ଵାରା ହିଁ ହରି-ଧନ ଗୁରୁଙ୍କ ଠାରୁ ମିଳିଥାଏ, କିନ୍ତୁ ଦୁର୍ଭାଗ୍ୟଶାଳୀ ଜୀବ ଏହାକୁ ନେଇ ପାରନ୍ତି ନାହିଁ, ଦେଶ-ଦେଶାନ୍ତର ଭ୍ରମଣ କରିବା ଦ୍ଵାରା ମଧ୍ୟ ହରି-ଧନ ହାସଲ ହୁଏନାହିଁ॥8॥
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਗੁਰਮੁਖਿ ਸੰਸਾ ਮੂਲਿ ਨ ਹੋਵਈ ਚਿੰਤਾ ਵਿਚਹੁ ਜਾਇ ॥ ଗୁରୁମୁଖୀ ପାଖରେ କଦାପି ସଂଶୟ ରହି ନଥାଏ ଆଉ ମନର ଚିନ୍ତା ଦୂର ହୋଇଯାଏ।
ਜੋ ਕਿਛੁ ਹੋਇ ਸੁ ਸਹਜੇ ਹੋਇ ਕਹਣਾ ਕਿਛੂ ਨ ਜਾਇ ॥ ଯାହା କିଛି ହୋଇଥାଏ, ସେ ସ୍ଵାଭାବିକ ହୋଇଥାନ୍ତି ଏବଂ ଏହି ବିଷୟରେ କିଛି ମଧ୍ୟ ବର୍ଣ୍ଣନା କରାଯାଇ ପାରିବ ନାହିଁ।
ਨਾਨਕ ਤਿਨ ਕਾ ਆਖਿਆ ਆਪਿ ਸੁਣੇ ਜਿ ਲਇਅਨੁ ਪੰਨੈ ਪਾਇ ॥੧॥ ହେ ନାନକ! ପରମାତ୍ମା ସ୍ଵୟଂ ତାହାଙ୍କ ନିବେଦନ ଶୁଣିଥାନ୍ତି, ଯାହାକୁ ସେ ନିଜ ସେବକ ବନାଇ ଥାଆନ୍ତି॥1॥
ਮਃ ੩ ॥ ମହଲା 3 ॥
ਕਾਲੁ ਮਾਰਿ ਮਨਸਾ ਮਨਹਿ ਸਮਾਣੀ ਅੰਤਰਿ ਨਿਰਮਲੁ ਨਾਉ ॥ ଯାହାର ଅନ୍ତର୍ମନରେ ପରମାତ୍ମାଙ୍କ ନିର୍ମଳ ନାମ ବାସ କରିଥାଏ, ସେ କାଳକୁ ମଧ୍ୟ ଜିତିନିଏ ଏବଂ ତାହାର ଅଭିଳାଷ ତାହାଙ୍କ ମନରେ ହିଁ ରହିଥାଏ।
ਅਨਦਿਨੁ ਜਾਗੈ ਕਦੇ ਨ ਸੋਵੈ ਸਹਜੇ ਅੰਮ੍ਰਿਤੁ ਪਿਆਉ ॥ ସେ ନିତ୍ୟ ମୋହ-ମାୟା ଠାରୁ ନିର୍ଲିପ୍ତ ରହିଥାଏ ଏବଂ କେବେ ମଧ୍ୟ ଅଜ୍ଞାନର ନିଦ୍ରାରେ ଶୟନ କରନ୍ତି ନାହିଁ ତଥା ସ୍ଵାଭାବିକ ଭାବରେ ନାମାମୃତ ପାନ କରିଥାନ୍ତି।
ਮੀਠਾ ਬੋਲੇ ਅੰਮ੍ਰਿਤ ਬਾਣੀ ਅਨਦਿਨੁ ਹਰਿ ਗੁਣ ਗਾਉ ॥ ତାହାର ବାଣୀ ଅମୃତମୟ ଅଟେ, ସେ ବଡ ମଧୁର ବୋଲିଥାଏ ଏବଂ ଦିନରାତି ପ୍ରଭୁଙ୍କ ଗୁଣଗାନ କରିଥାଏ।
ਨਿਜ ਘਰਿ ਵਾਸਾ ਸਦਾ ਸੋਹਦੇ ਨਾਨਕ ਤਿਨ ਮਿਲਿਆ ਸੁਖੁ ਪਾਉ ॥੨॥ ହେ ନାନକ! ଯାହାର ଆତ୍ମସ୍ଵରୂପରେ ନିବାସ ହୋଇଥାଏ, ସେ ସର୍ବଦା ସୁନ୍ଦର ଲାଗିଥାଏ ଏବଂ ବଡ ସୁଖ ପ୍ରାପ୍ତ ହୋଇଥାଏ॥2॥
ਪਉੜੀ ॥ ପଉଡୀ॥
ਹਰਿ ਧਨੁ ਰਤਨ ਜਵੇਹਰੀ ਸੋ ਗੁਰਿ ਹਰਿ ਧਨੁ ਹਰਿ ਪਾਸਹੁ ਦੇਵਾਇਆ ॥ ହରି-ଧନ ଅମୂଲ୍ୟ ରତ୍ନ ସମାନ ଅଟେ, ଗୁରୁ ସେହି ଧନ ନିଜ ସେବକକୁ ହରିଙ୍କ ଦ୍ଵାରା ଦାନ କରିଛନ୍ତି।
ਜੇ ਕਿਸੈ ਕਿਹੁ ਦਿਸਿ ਆਵੈ ਤਾ ਕੋਈ ਕਿਹੁ ਮੰਗਿ ਲਏ ਅਕੈ ਕੋਈ ਕਿਹੁ ਦੇਵਾਏ ਏਹੁ ਹਰਿ ਧਨੁ ਜੋਰਿ ਕੀਤੈ ਕਿਸੈ ਨਾਲਿ ਨ ਜਾਇ ਵੰਡਾਇਆ ॥ ଯଦି ମନୁଷ୍ୟକୁ ଅନ୍ୟର କୌଣସି ହରି-ଧନ ଦେଖାଯାଏ, ତାହାହେଲେ ସେ ତାହା ଠାରୁ କିପରି ମାଗି ପାରିବ, ଏହି ହରି-ଧନ ବାଣ୍ଟିବା ପାଇଁ ହୋଇ ନଥାଏ।
ਜਿਸ ਨੋ ਸਤਿਗੁਰ ਨਾਲਿ ਹਰਿ ਸਰਧਾ ਲਾਏ ਤਿਸੁ ਹਰਿ ਧਨ ਕੀ ਵੰਡ ਹਥਿ ਆਵੈ ਜਿਸ ਨੋ ਕਰਤੈ ਧੁਰਿ ਲਿਖਿ ਪਾਇਆ ॥ ଏହାର ଅର୍ଥ ଏହା ଯେ ହରି-ଧନ ପାଇଁ ଯାଚନା କରି ପାରିବ, କିନ୍ତୁ ଜବରଦସ୍ତି ହୋଇପାରେ ନାହିଁ, ଏହି ହରି-ଧନ ସେହି ମନୁଷ୍ୟର ହାତକୁ ଆସିଥାଏ, ଯାହାର ଶ୍ରଦ୍ଧା ହରି ସଦଗୁରୁଙ୍କ ଦ୍ଵାରା ବନାଇ ଥାଆନ୍ତି ଏବଂ ବିଧାତା ଆରମ୍ଭରୁ ହିଁ ଯାହାର ଭାଗ୍ୟରେ ଲେଖିଛନ୍ତି।
ਇਸੁ ਹਰਿ ਧਨ ਕਾ ਕੋਈ ਸਰੀਕੁ ਨਾਹੀ ਕਿਸੈ ਕਾ ਖਤੁ ਨਾਹੀ ਕਿਸੈ ਕੈ ਸੀਵ ਬੰਨੈ ਰੋਲੁ ਨਾਹੀ ਜੇ ਕੋ ਹਰਿ ਧਨ ਕੀ ਬਖੀਲੀ ਕਰੇ ਤਿਸ ਕਾ ਮੁਹੁ ਹਰਿ ਚਹੁ ਕੁੰਡਾ ਵਿਚਿ ਕਾਲਾ ਕਰਾਇਆ ॥ ଏହି ହରି-ଧନର କେହି ଭାଗୀଦାରୀ ନାହାନ୍ତି, ଏହାର କୌଣସି ସୀମା-ବନ୍ଧନ ନାହିଁ ଏବଂ ନା ଏହାର କୌଣସି ବିବାଦ ଅଛି, କେହି ହରି-ଧନର ନିନ୍ଦା କରିଲେ ଚାରି ଦିଗରେ ତାହାର ମୁହଁ କଳା ପଡିଯାଏ।
ਹਰਿ ਕੇ ਦਿਤੇ ਨਾਲਿ ਕਿਸੈ ਜੋਰੁ ਬਖੀਲੀ ਨ ਚਲਈ ਦਿਹੁ ਦਿਹੁ ਨਿਤ ਨਿਤ ਚੜੈ ਸਵਾਇਆ ॥੯॥ ହରିଙ୍କ ଦ୍ଵାରା ପ୍ରଦତ୍ତ ଧନ ପାଖରେ କାହାର ଜୋର ଏବଂ ଇର୍ଷା ଚାଲେ ନାହିଁ, ଏଣୁ ଅତ୍ୟଧିକ ବୃଦ୍ଧି ପାଇଥାଏ॥9॥
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3 ॥
ਜਗਤੁ ਜਲੰਦਾ ਰਖਿ ਲੈ ਆਪਣੀ ਕਿਰਪਾ ਧਾਰਿ ॥ ହେ ପରମାତ୍ମା! ଏହି ଜଗତ ତୃଷ୍ଣାଗ୍ନିରେ ଜଳୁଅଛି, ଏଣୁ କୃପା କରି ଏହାର ରକ୍ଷା କର।
ਜਿਤੁ ਦੁਆਰੈ ਉਬਰੈ ਤਿਤੈ ਲੈਹੁ ਉਬਾਰਿ ॥ ଯେପରି ହେଲେ ମଧ୍ୟ ଏହାକୁ ରକ୍ଷା କର।
ਸਤਿਗੁਰਿ ਸੁਖੁ ਵੇਖਾਲਿਆ ਸਚਾ ਸਬਦੁ ਬੀਚਾਰਿ ॥ ସଚ୍ଚା ଶବ୍ଦର ଚିନ୍ତନ ଦ୍ଵାରା ସଦଗୁରୁ ମୋତେ ସୁଖ ପ୍ରଦାନ କରିଛନ୍ତି।
ਨਾਨਕ ਅਵਰੁ ਨ ਸੁਝਈ ਹਰਿ ਬਿਨੁ ਬਖਸਣਹਾਰੁ ॥੧॥ ହେ ନାନକ! ଈଶ୍ଵରଙ୍କ ଅତିରିକ୍ତ ଅନ୍ୟ କେହି କ୍ଷମାଶୀଳ ନଜର ଆସୁ ନାହାନ୍ତି॥1॥
ਮਃ ੩ ॥ ମହଲା 3॥
ਹਉਮੈ ਮਾਇਆ ਮੋਹਣੀ ਦੂਜੈ ਲਗੈ ਜਾਇ ॥ ଅହଂତ୍ଵ ରୂପୀ ମାୟା ଦୁନିଆକୁ ମୋହି ନାବା ବାଲା ଅଟେ, ଏହି କାରଣରୁ ଜୀବ ଦୈତ୍ୟଭାବରେ ଲାଗି ରହିଥାଏ।
ਨਾ ਇਹ ਮਾਰੀ ਨ ਮਰੈ ਨਾ ਇਹ ਹਟਿ ਵਿਕਾਇ ॥ ଏହାକୁ ନା ମାରି ଦିଆଯାଇ ପାରେ ଏବଂ ନା କୌଣସି ଦୋକାନରେ ବିକ୍ରି କରାଯାଇ ପାରେ।
ਗੁਰ ਕੈ ਸਬਦਿ ਪਰਜਾਲੀਐ ਤਾ ਇਹ ਵਿਚਹੁ ਜਾਇ ॥ କିନ୍ତୁ ଗୁରୁଙ୍କ ଶବ୍ଦ ଦ୍ଵାରା ଅହଂକାର ଜଳାଇ ଦିଆଗଲେ ଏହା ମନରୁ ଦୂର ହୋଇଯାଏ।
ਤਨੁ ਮਨੁ ਹੋਵੈ ਉਜਲਾ ਨਾਮੁ ਵਸੈ ਮਨਿ ਆਇ ॥ ଅହଂକାର ଦୂର ହେବା ଦ୍ଵାରା ତନ-ମନ ଉଜ୍ଜ୍ଵଳ ହୋଇଯାଏ, ଯାହା ଦ୍ଵାରା ମନରେ ନାମର ନିବାସ ହୋଇଯାଏ।
ਨਾਨਕ ਮਾਇਆ ਕਾ ਮਾਰਣੁ ਸਬਦੁ ਹੈ ਗੁਰਮੁਖਿ ਪਾਇਆ ਜਾਇ ॥੨॥ ହେ ନାନକ! ଶବ୍ଦ ହିଁ ମାୟାର ନାଶ କରିବା ବାଲା ଅଟେ, ପରନ୍ତୁ ଏହା ଗୁରୁଙ୍କ ଦ୍ଵାରା ହିଁ ପ୍ରାପ୍ତ ହୋଇଥାଏ॥2॥
ਪਉੜੀ ॥ ପଉଡୀ॥
ਸਤਿਗੁਰ ਕੀ ਵਡਿਆਈ ਸਤਿਗੁਰਿ ਦਿਤੀ ਧੁਰਹੁ ਹੁਕਮੁ ਬੁਝਿ ਨੀਸਾਣੁ ॥ ପରମାତ୍ମାଙ୍କ ଠାରୁ ମିଳିଥିବା ହୁକୁମକୁ ଜାଣି ଗୁରୁ ଅଙ୍ଗଦ ଦେବ ଗୁରୁ ଅମର ଦାସଙ୍କୁ ନାମ ରୂପୀ ସ୍ବୀକୃତି ଦେଇ ସଦଗୁରୁ ବନିବାର ଗୌରବ ପ୍ରଦାନ କରିଛନ୍ତି।
ਪੁਤੀ ਭਾਤੀਈ ਜਾਵਾਈ ਸਕੀ ਅਗਹੁ ਪਿਛਹੁ ਟੋਲਿ ਡਿਠਾ ਲਾਹਿਓਨੁ ਸਭਨਾ ਕਾ ਅਭਿਮਾਨੁ ॥ ଗୁରୁ ଅଙ୍ଗଦ ଦେବ ନିଜ ପୁତ୍ର ଓ ଅନ୍ୟ ସମ୍ବନ୍ଧୀୟଙ୍କୁ ଭଲଭାବେ ପରଖ କରିଥିଲେ ଏବଂ ସବୁଙ୍କ ଅଭିମାନ ବାହାର କରି ଦେଇଥିଲେ।
ਜਿਥੈ ਕੋ ਵੇਖੈ ਤਿਥੈ ਮੇਰਾ ਸਤਿਗੁਰੂ ਹਰਿ ਬਖਸਿਓਸੁ ਸਭੁ ਜਹਾਨੁ ॥ ଯେଉଁଠି କେହି ଦେଖିଲେ ମଧ୍ୟ, ସେଠାରେ ମୋର ସଦଗୁରୁ ହିଁ ଥିଲେ, ପରମାତ୍ମା ସାରା ଦୁନିଆ ଉପରେ କୃପା କରିଥିଲେ।
ਜਿ ਸਤਿਗੁਰ ਨੋ ਮਿਲਿ ਮੰਨੇ ਸੁ ਹਲਤਿ ਪਲਤਿ ਸਿਝੈ ਜਿ ਵੇਮੁਖੁ ਹੋਵੈ ਸੁ ਫਿਰੈ ਭਰਿਸਟ ਥਾਨੁ ॥ ଯାହାକୁ ନିଷ୍ଠା ପୂର୍ବକ ଗୁରୁ ମିଳିଥାନ୍ତି, ତାହାର ଲୋକ-ପରଲୋକ ସଫଳ ହୋଇଯାଏ, ଯିଏ ଗୁରୁ-ବିମୁଖ ହୋଇଯାଏ, ସେ ପଥଭ୍ରଷ୍ଟ ହୋଇଥାଏ।


© 2025 SGGS ONLINE
error: Content is protected !!
Scroll to Top