Guru Granth Sahib Translation Project

guru granth sahib odia page-823

Page 823

ਐਸੋ ਹਰਿ ਰਸੁ ਬਰਨਿ ਨ ਸਾਕਉ ਗੁਰਿ ਪੂਰੈ ਮੇਰੀ ਉਲਟਿ ਧਰੀ ॥੧॥ ହରି-ରସ ଏତେ ମିଠା ଯେ ମୁଁ ତାହା ବର୍ଣ୍ଣନା କରି ପାରୁନାହିଁ। ପୂର୍ଣ୍ଣ ଗୁରୁ ମୋର ପରମୁଖୀ ବୃତ୍ତିକୁ ଅନ୍ତର୍ମୁଖୀ କରି ଦେଇଛନ୍ତି॥1॥
ਪੇਖਿਓ ਮੋਹਨੁ ਸਭ ਕੈ ਸੰਗੇ ਊਨ ਨ ਕਾਹੂ ਸਗਲ ਭਰੀ ॥ ସେହି ମୋହନଙ୍କୁ ସବୁ ଜୀବ ସାଥୀର୍ଫେ ବାସ କରିବା ଦେଖିଥାଏ, ସେ ସୃଷ୍ଟିର ସବୁସ୍ଥାନରେ ବିଦ୍ୟମାନ ଆଉ କୌଣସି ସ୍ଥାନ ତାହାଙ୍କ ବିନା ନାହିଁ।
ਪੂਰਨ ਪੂਰਿ ਰਹਿਓ ਕਿਰਪਾ ਨਿਧਿ ਕਹੁ ਨਾਨਕ ਮੇਰੀ ਪੂਰੀ ਪਰੀ ॥੨॥੭॥੯੩॥ ହେ ନାନକ! ସେହି କୃପାନିଧି ସର୍ବ ବ୍ୟାପକ ଅଟନ୍ତି ଆଉ ମୋର କାମନା ପୁରା ହୋଇ ଯାଇଛି||2||7||93||
ਬਿਲਾਵਲੁ ਮਹਲਾ ੫ ॥ ବିଲାବଲୁ ମହଲା 5॥
ਮਨ ਕਿਆ ਕਹਤਾ ਹਉ ਕਿਆ ਕਹਤਾ ॥ ହେ ମନ! ତୁ କଣ କହୁଛୁ ଆଉ ମୁଁ କଣ କହୁଛି?
ਜਾਨ ਪ੍ਰਬੀਨ ਠਾਕੁਰ ਪ੍ਰਭ ਮੇਰੇ ਤਿਸੁ ਆਗੈ ਕਿਆ ਕਹਤਾ ॥੧॥ ਰਹਾਉ ॥ ହେ ମୋର ଠାକୁର! ତୁ ମନର କଥାକୁନ ଜାଣିବା ବାଲା ଓ ପ୍ରବୀଣ ଅଟୁ, ତୋ' ସମ୍ମୁଖରେ କଣ କହି ପାରିବି?॥1॥ରୁହ॥
ਅਨਬੋਲੇ ਕਉ ਤੁਹੀ ਪਛਾਨਹਿ ਜੋ ਜੀਅਨ ਮਹਿ ਹੋਤਾ ॥ ଯାହା ମନରେ ଥାଏ, ତୁ ତାହା ବୋଲିବା ବିନା ଜାଣି ଦେଉ।
ਰੇ ਮਨ ਕਾਇ ਕਹਾ ਲਉ ਡਹਕਹਿ ਜਉ ਪੇਖਤ ਹੀ ਸੰਗਿ ਸੁਨਤਾ ॥੧॥ ହେ ମନ! ତୁ କାହିଁକି ଆଉ କେଉଁ ପର୍ଯ୍ୟନ୍ତ ଅନ୍ୟ ସହିତ ଛଳ କରି ଚାଲିଥିବୁ, ଯେତେବେଳେ ତୋ' ସାଥିରେ ଥିବା ପ୍ରଭୁ ସବୁ କିଛି ଦେଖିଥାନ୍ତି ଓ ଶୁଣିଥାନ୍ତି॥1॥
ਐਸੋ ਜਾਨਿ ਭਏ ਮਨਿ ਆਨਦ ਆਨ ਨ ਬੀਓ ਕਰਤਾ ॥ ଏହା ଜାଣି ମୋର ମନରେ ବହୁତ ଆନନ୍ଦ ଜାତ ହୋଇ ଯାଇଛି ଯେ ପରମାତ୍ମାଙ୍କ ବିନା ଅନ୍ୟ କେହି ରଚୟିତା ନା ହାନ୍ତି।
ਕਹੁ ਨਾਨਕ ਗੁਰ ਭਏ ਦਇਆਰਾ ਹਰਿ ਰੰਗੁ ਨ ਕਬਹੂ ਲਹਤਾ ॥੨॥੮॥੯੪॥ ହେ ନାନକ! ଗୁରୁ ମୋ' ଉପରେ ଦୟାଳୁ ହୋଇ ଯାଇଛନ୍ତି ଆଉ ହରିଙ୍କ ରଙ୍ଗ ମନରୁ କେବେ ବାହାରେ ନାହିଁ||2||8||94||
ਬਿਲਾਵਲੁ ਮਹਲਾ ੫ ॥ ବିଲାବଲୁ ମହଲା 5॥
ਨਿੰਦਕੁ ਐਸੇ ਹੀ ਝਰਿ ਪਰੀਐ ॥ ନିନ୍ଦୁକ ଏପରି ଧ୍ଵଂସ ହୋଇଯାଏ,
ਇਹ ਨੀਸਾਨੀ ਸੁਨਹੁ ਤੁਮ ਭਾਈ ਜਿਉ ਕਾਲਰ ਭੀਤਿ ਗਿਰੀਐ ॥੧॥ ਰਹਾਉ ॥ ଯେପରି ବାଲିରେ ନିର୍ମିତ କାନ୍ଥ ପଡିଯାଏ, ହେ ଭାଇ! ତୁମେ ଏହି ସଂକେତ ଜାଣି ଥାଅ॥1॥ରୁହ॥
ਜਉ ਦੇਖੈ ਛਿਦ੍ਰੁ ਤਉ ਨਿੰਦਕੁ ਉਮਾਹੈ ਭਲੋ ਦੇਖਿ ਦੁਖ ਭਰੀਐ ॥ ଯେତେବେଳେ କୌଣସି ବ୍ୟକ୍ତିର ଅବଗୁଣ ଦେଖିଥାଏ, ନିନ୍ଦୁକ ବହୁତ ଖୁସି ହୋଇଯାଏ, କିନ୍ତୁ ତାହାର ଉତ୍ତମ ଗୁଣ ଦେଖିଲେ ସେ ବହୁତ ଦୁଃଖୀ ହୋଇଥାଏ।
ਆਠ ਪਹਰ ਚਿਤਵੈ ਨਹੀ ਪਹੁਚੈ ਬੁਰਾ ਚਿਤਵਤ ਚਿਤਵਤ ਮਰੀਐ ॥੧॥ ସେ ଆଠ ପ୍ରହର ଅନ୍ୟର ମନ୍ଦ ଶୋଚନା କରିଥାଏ, କିନ୍ତୁ ମନ୍ଦ କରିବାରେ ସଫଳ ହୁଏନାହିଁ, ଏହିପରି ଶୋଚନା କରି କରି ସେ ଜୀବନ ତ୍ୟାଗ କରିଥାଏ॥1॥
ਨਿੰਦਕੁ ਪ੍ਰਭੂ ਭੁਲਾਇਆ ਕਾਲੁ ਨੇਰੈ ਆਇਆ ਹਰਿ ਜਨ ਸਿਉ ਬਾਦੁ ਉਠਰੀਐ ॥ ବାସ୍ତବରେ ପ୍ରଭୁ ହିଁ ନିନ୍ଦୁକକୁ ଭୁଲାଇଛନ୍ତି ଆଉ ତାହାର ମୃତ୍ୟୁ ନିକ୍ତ ଆସି ଯାଇଛି। ଏଣୁ ସେ ଭକ୍ତଙ୍କ ସହିତ ଝଗଡା ସୃଷ୍ଟି କରିଥାଏ।
ਨਾਨਕ ਕਾ ਰਾਖਾ ਆਪਿ ਪ੍ਰਭੁ ਸੁਆਮੀ ਕਿਆ ਮਾਨਸ ਬਪੁਰੇ ਕਰੀਐ ॥੨॥੯॥੯੫॥ ସ୍ଵାମୀ ପ୍ରଭୁ ସ୍ଵୟଂ ନାନକଙ୍କ ରଖୁଆଳ ବନି ଯାଇଛନ୍ତି, ପୁଣି ବିଚରା ମନୁଷ୍ୟ କଣ ବିଗାଡି ପାରିବ?||2||9||95||
ਬਿਲਾਵਲੁ ਮਹਲਾ ੫ ॥ ବିଲାବଲୁ ମହଲା 5॥
ਐਸੇ ਕਾਹੇ ਭੂਲਿ ਪਰੇ ॥ ଜଣା ନାହିଁ ମନୁଷ୍ୟ କାହିଁକି ଭୁଲି ବସିଛି?
ਕਰਹਿ ਕਰਾਵਹਿ ਮੂਕਰਿ ਪਾਵਹਿ ਪੇਖਤ ਸੁਨਤ ਸਦਾ ਸੰਗਿ ਹਰੇ ॥੧॥ ਰਹਾਉ ॥ ସେ ସ୍ଵୟଂ ପାପ କର୍ମ କରିଥାଏ, କିନ୍ତୁ ଏହାକୁ ଅସ୍ଵୀକାର କରିଥାଏ। ଇଶ୍ଵର ସର୍ବଦା ସାଥିରେ ରହିଥାନ୍ତି ଓ ସବୁକିଛି ଦେଖିଥାନ୍ତି॥1॥ରୁହ॥
ਕਾਚ ਬਿਹਾਝਨ ਕੰਚਨ ਛਾਡਨ ਬੈਰੀ ਸੰਗਿ ਹੇਤੁ ਸਾਜਨ ਤਿਆਗਿ ਖਰੇ ॥ ସେ ନାମ ରୂପୀ କାଞ୍ଚନ ଛାଡି ମାୟା ରୂପୀ କାଚର ସଉଦା କରିଥାଏ ଏବଂ ନିଜ ଶତ୍ରୁ କାମ, କ୍ରୋଧ, ଲୋଭ, ମୋହ ଓ ଅହଂକାର ସହିତ ପ୍ରେମ କରିଥାଏ ଓ ନିଜ ସଜ୍ଜନ ଦୟା, ସତ୍ୟ, ସନ୍ତୋଷ, ଧର୍ମ, ପୂଣ୍ୟ ଆଦି ତ୍ୟାଗ କରିଥାଏ।
ਹੋਵਨੁ ਕਉਰਾ ਅਨਹੋਵਨੁ ਮੀਠਾ ਬਿਖਿਆ ਮਹਿ ਲਪਟਾਇ ਜਰੇ ॥੧॥ ତାହାକୁ ଅବିନାଶୀ ପ୍ରଭୁ ପିତା ଲାଗିଥାନ୍ତି ଆଉ ନଶ୍ଵର ସଂସାର ମିଠା ଲାଗିଥାଏ। ସେ ମାୟା ରୂପୀ ବିଷରେ ଲିପ୍ତ ରହିଥାଏ॥1॥
ਅੰਧ ਕੂਪ ਮਹਿ ਪਰਿਓ ਪਰਾਨੀ ਭਰਮ ਗੁਬਾਰ ਮੋਹ ਬੰਧਿ ਪਰੇ ॥ ଏପରି ପ୍ରାଣୀ ଅନ୍ଧକୂପରେ ପଡିଥାନ୍ତି ଆଉ ଭ୍ରମରେ ଫସି ରହିଥାନ୍ତି।
ਕਹੁ ਨਾਨਕ ਪ੍ਰਭ ਹੋਤ ਦਇਆਰਾ ਗੁਰੁ ਭੇਟੈ ਕਾਢੈ ਬਾਹ ਫਰੇ ॥੨॥੧੦॥੯੬॥ ହେ ନାନକ! ଯେତେବେଳ ପ୍ରଭୁ ଦୟାଳୁ ହୋଇଯାନ୍ତି, ସେ ମନୁଷ୍ୟକୁ ଗୁରୁଙ୍କ ସହିତ ମିଳନ କରାଇ ଅନ୍ଧକୂପରୁ ବାହାର କରିଥାନ୍ତି ||2||10||96||
ਬਿਲਾਵਲੁ ਮਹਲਾ ੫ ॥ ବିଲାବଲୁ ମହଲା 5॥
ਮਨ ਤਨ ਰਸਨਾ ਹਰਿ ਚੀਨ੍ਹ੍ਹਾ ॥ ମନ, ତନ ଏବଂ ଜିହ୍ଵା ଦ୍ଵାରା ସ୍ମରଣ କରି ଭଗବାନଙ୍କୁ ଜାଣି ପାରିଛି।
ਭਏ ਅਨੰਦਾ ਮਿਟੇ ਅੰਦੇਸੇ ਸਰਬ ਸੂਖ ਮੋ ਕਉ ਗੁਰਿ ਦੀਨ੍ਹ੍ਹਾ ॥੧॥ ਰਹਾਉ ॥ ମୋର ସାରା ସନ୍ଦେହ ଦୂର ହୋଇ ଯାଇଛି ଆଉ ବହୁତ ଆନନ୍ଦ ପ୍ରାପ୍ତ କରିଛି, ଗୁରୁ ମୋତେ ସର୍ବ ସୁଖ ପ୍ରଦାନ କରିଛନ୍ତି॥1॥ରୁହ॥
ਇਆਨਪ ਤੇ ਸਭ ਭਈ ਸਿਆਨਪ ਪ੍ਰਭੁ ਮੇਰਾ ਦਾਨਾ ਬੀਨਾ ॥ ମୋର ପ୍ରଭୁ ବଡ ଚତୁର ଅଟନ୍ତି, ସର୍ବଜ୍ଞାତା ଅଟନ୍ତି, ମୋର ମନରେ ଅବୁଝାପଣ ଜାଗାରେ ଜ୍ଞାନ ଦେଇଛନ୍ତି।
ਹਾਥ ਦੇਇ ਰਾਖੈ ਅਪਨੇ ਕਉ ਕਾਹੂ ਨ ਕਰਤੇ ਕਛੁ ਖੀਨਾ ॥੧॥ ପ୍ରଭୁ ନିଜ ହାତରେ ନିଜ ସେବକର ରକ୍ଷା କରିଛନ୍ତି ଏବଂ କେହି ମଧ୍ୟ ତାହାଙ୍କ କ୍ଷତି କରି ପାରିବ ନାହିଁ॥1॥
ਬਲਿ ਜਾਵਉ ਦਰਸਨ ਸਾਧੂ ਕੈ ਜਿਹ ਪ੍ਰਸਾਦਿ ਹਰਿ ਨਾਮੁ ਲੀਨਾ ॥ ମୁଁ ସାଧୁଙ୍କ ଦର୍ଶନ ପ୍ରତି ସମର୍ପିତ ଯାଇଥାଏ, ଯାହାଙ୍କ କୃପାରୁ ହରିନାମ ପ୍ରାପ୍ତ କରିଛି।
ਕਹੁ ਨਾਨਕ ਠਾਕੁਰ ਭਾਰੋਸੈ ਕਹੂ ਨ ਮਾਨਿਓ ਮਨਿ ਛੀਨਾ ॥੨॥੧੧॥੯੭॥ ହେ ନାନକ! ମୁଁ ନିଜ ଠାକୁର ଉପରେ ଭରସା ରଖି ଅନ୍ୟ କାହାକୁ ମନରେ ଏକ କ୍ଷଣ ପାଇଁ ମଧ୍ୟ ମାନି ନାହିଁ||2||11||97||
ਬਿਲਾਵਲੁ ਮਹਲਾ ੫ ॥ ବିଲାବଲୁ ମହଲା 5॥
ਗੁਰਿ ਪੂਰੈ ਮੇਰੀ ਰਾਖਿ ਲਈ ॥ ଗୁରୁ ମୋର ସମ୍ମାନ ରକ୍ଷା କରିଛନ୍ତି,
ਅੰਮ੍ਰਿਤ ਨਾਮੁ ਰਿਦੇ ਮਹਿ ਦੀਨੋ ਜਨਮ ਜਨਮ ਕੀ ਮੈਲੁ ਗਈ ॥੧॥ ਰਹਾਉ ॥ ସେ ମୋର ହୃଦୟରେ ଅମୃତ ନାମ ସ୍ଥାପନ କରିଛନ୍ତି, ଯାହାଦ୍ୱାରା ଜନ୍ମ-ଜନ୍ମାନ୍ତରର ମଇଳା ଦୂର ହୋଇ ଯାଇଛି॥1॥ରୁହ॥
ਨਿਵਰੇ ਦੂਤ ਦੁਸਟ ਬੈਰਾਈ ਗੁਰ ਪੂਰੇ ਕਾ ਜਪਿਆ ਜਾਪੁ ॥ ଯେତେବେଳେ ପୂର୍ଣ୍ଣ ଗୁରୁଙ୍କ ଜପ କରିଛି, ମୋର ଶତ୍ରୁ ଦୁଷ୍ଟ ଦୂତ କାମ, କ୍ରୋଧ, ଲୋଭ, ମୋହ ଓ ଅହଂକାର ଦୂର ହୋଇ ଯାଇଛି।


© 2025 SGGS ONLINE
error: Content is protected !!
Scroll to Top