Guru Granth Sahib Translation Project

guru granth sahib odia page-79

Page 79

ਹਰਿ ਪ੍ਰਭੁ ਮੇਰੇ ਬਾਬੁਲਾ ਹਰਿ ਦੇਵਹੁ ਦਾਨੁ ਮੈ ਦਾਜੋ ॥ ହେ ମୋର ବାପା! ମୋତେ ଯୌତୁକରେ ହରି-ପ୍ରଭୁଙ୍କ ନାମ ଦାନ ଦିଅ।
ਹਰਿ ਕਪੜੋ ਹਰਿ ਸੋਭਾ ਦੇਵਹੁ ਜਿਤੁ ਸਵਰੈ ਮੇਰਾ ਕਾਜੋ ॥ ବସ୍ତ୍ର ସ୍ଥାନରେ ହରିଙ୍କ ନାମ ଦିଅ ଆଉ ଶୋଭା ବଢାଇବା ପାଇଁ ଆଭୁଷଣ ସ୍ଥାନରେ ଭଗବାନଙ୍କ ନାମ ହିଁ ଦିଅ। ଭଗବାନଙ୍କ ନାମ ଦ୍ଵାରା ମୋର ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଯିବ।
ਹਰਿ ਹਰਿ ਭਗਤੀ ਕਾਜੁ ਸੁਹੇਲਾ ਗੁਰਿ ਸਤਿਗੁਰਿ ਦਾਨੁ ਦਿਵਾਇਆ ॥ ଭଗବାନଙ୍କ ଭକ୍ତିରେ ହିଁ ବିବାହ କାର୍ଯ୍ୟ ସୁଖଦାୟକ ହୋଇଥାଏ। ସଦଗୁରୁ ମୋତେ ଭଗବାନଙ୍କ ଭକ୍ତିର ଦାନ ହିଁ ଦେଇଛନ୍ତି।
ਖੰਡਿ ਵਰਭੰਡਿ ਹਰਿ ਸੋਭਾ ਹੋਈ ਇਹੁ ਦਾਨੁ ਨ ਰਲੈ ਰਲਾਇਆ ॥ ଏହି ଦାନ ଦ୍ଵାରା ସଂପୂର୍ଣ୍ଣ ବ୍ରହ୍ମାଣ୍ଡ ଏବଂ ସମସ୍ତ ଖଣ୍ଡରେ ମୋର ଶୋଭା ହୋଇଯାଇଛି। ଅନ୍ୟ କୌଣସି ଦାନ ଏହି ଦାନର ସମକକ୍ଷ ହୋଇପାରିବ ନାହିଁ।
ਹੋਰਿ ਮਨਮੁਖ ਦਾਜੁ ਜਿ ਰਖਿ ਦਿਖਾਲਹਿ ਸੁ ਕੂੜੁ ਅਹੰਕਾਰੁ ਕਚੁ ਪਾਜੋ ॥ ହରିନାମର ଯୌତୁକ ଅତିରିକ୍ତ ଯେଉଁ ଲୋକ ଦାନ ଯୌତୁକର ପ୍ରଦର୍ଶନ କରିଥାଏ, ସେ ମିଥ୍ୟା ଆଡମ୍ବରୀ ଆଉ ଅହଙ୍କାରୀ ହୋଇଥାଏ।
ਹਰਿ ਪ੍ਰਭ ਮੇਰੇ ਬਾਬੁਲਾ ਹਰਿ ਦੇਵਹੁ ਦਾਨੁ ਮੈ ਦਾਜੋ ॥੪॥ ହେ ମୋର ବାପା! ମୋତେ ଯୌତୁକରେ ହରି-ପ୍ରଭୁଙ୍କ ନାମ ଦାନ ଦିଅ। ॥4॥
ਹਰਿ ਰਾਮ ਰਾਮ ਮੇਰੇ ਬਾਬੋਲਾ ਪਿਰ ਮਿਲਿ ਧਨ ਵੇਲ ਵਧੰਦੀ ॥ ହେ ମୋର ବାପା! ପ୍ରଭୁ ପରମେଶ୍ଵର ସର୍ବବ୍ୟାପକ ଅଟନ୍ତି। ହେ ମୋର ବାପା! ହରି ପ୍ରଭୁଙ୍କୁ ମିଳନ କରି ଜୀବ-ସ୍ତ୍ରୀର ଲତା ବିକଶିତ ହୋଇଥାଏ।
ਹਰਿ ਜੁਗਹ ਜੁਗੋ ਜੁਗ ਜੁਗਹ ਜੁਗੋ ਸਦ ਪੀੜੀ ਗੁਰੂ ਚਲੰਦੀ ॥ ଅନେକ ଯୁଗରୁ ଗୁରୁ ବଂଶ ସର୍ବଦା ଚାଲି ଆସିଛି।
ਜੁਗਿ ਜੁਗਿ ਪੀੜੀ ਚਲੈ ਸਤਿਗੁਰ ਕੀ ਜਿਨੀ ਗੁਰਮੁਖਿ ਨਾਮੁ ਧਿਆਇਆ ॥ ଯିଏ ଗୁରୁଙ୍କ ମାଧ୍ୟମରେ ନାମ ସ୍ମରଣ କରିଥାଏ, ସେ ଗୁରୁଙ୍କ ବଂଶ ହୋଇଥାଏ। ସଦଗୁରୁଙ୍କ ବଂଶ ପ୍ରତ୍ୟେକ ଯୁଗରେ ଚାଲିଥାଏ।
ਹਰਿ ਪੁਰਖੁ ਨ ਕਬ ਹੀ ਬਿਨਸੈ ਜਾਵੈ ਨਿਤ ਦੇਵੈ ਚੜੈ ਸਵਾਇਆ ॥ ସର୍ବଶକ୍ତିମାନ ପରମେଶ୍ଵର କଦାପି ମରନ୍ତି ବା ଜନ୍ମ ହୁଅନ୍ତି ନାହିଁ। ସେ ଯାହା କିଛି ଦିଅନ୍ତି ସର୍ବଦା ବଢୁଥାଏ।
ਨਾਨਕ ਸੰਤ ਸੰਤ ਹਰਿ ਏਕੋ ਜਪਿ ਹਰਿ ਹਰਿ ਨਾਮੁ ਸੋਹੰਦੀ ॥ ହେ ନାନକ! ଅଦ୍ଵିତୀୟ ପ୍ରଭୁ ସନ୍ଥଙ୍କ ସନ୍ଥ ଅଟନ୍ତି। ଈଶ୍ବରଙ୍କ ନାମର ଉଚ୍ଚାରଣ କରିଲେ ପତ୍ନୀ ସୁଶୋଭିତ ହୋଇଯାଇଥାଏ।
ਹਰਿ ਰਾਮ ਰਾਮ ਮੇਰੇ ਬਾਬੁਲਾ ਪਿਰ ਮਿਲਿ ਧਨ ਵੇਲ ਵਧੰਤੀ || ହେ ମୋର ବାପା! ମୋତେ ହରି ରୂପୀ ପ୍ରଭୁ ମିଳିଯାଇଛନ୍ତି, ହରି ସର୍ବବ୍ୟାପକ ଅଟନ୍ତି।ନିଜ ପତିଙ୍କ ସହିତ ମିଶି ନିଜ ପରିବାରର ଅଭିବୃଦ୍ଧି ହୋଇଛି। ॥5॥1॥
ਸਿਰੀਰਾਗੁ ਮਹਲਾ ੫ ਛੰਤ ସିରିରାଗ ମହଲା 5 ଛନ୍ତ
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାକୁ ସଦଗୁରୁଙ୍କ କୃପାରୁ ପାଇପାରିବା।
ਮਨ ਪਿਆਰਿਆ ਜੀਉ ਮਿਤ੍ਰਾ ਗੋਬਿੰਦ ਨਾਮੁ ਸਮਾਲੇ ॥ ହେ ମୋର ପ୍ରିୟ ମିତ୍ର ମନ! ଭଗବାନଙ୍କ ନାମ ସ୍ମରଣ କର। ହେ ମୋର ପ୍ରିୟ ମିତ୍ର ମନ!
ਮਨ ਪਿਆਰਿਆ ਜੀ ਮਿਤ੍ਰਾ ਹਰਿ ਨਿਬਹੈ ਤੇਰੈ ਨਾਲੇ ॥ ଭଗବାନଙ୍କ ନାମ ସର୍ବଦା ତୋର ସାଥିରେ ରହିବ। ଏଣୁ, ଭଗବାନଙ୍କ ନାମର ଧ୍ୟାନ କର।
ਸੰਗਿ ਸਹਾਈ ਹਰਿ ਨਾਮੁ ਧਿਆਈ ਬਿਰਥਾ ਕੋਇ ਨ ਜਾਏ ॥ ସେ ତୋର ସାଥିରେ ରହିବେ ଆଉ ତୋର ସହାୟତା କରିବେ। ନାମ ସ୍ମରଣ କରୁଥିବା କେହି ମଧ୍ୟ ଦୁନିଆରୁ ଖାଲି ହାତରେ ଯାଏ ନାହିଁ।
ਮਨ ਚਿੰਦੇ ਸੇਈ ਫਲ ਪਾਵਹਿ ਚਰਣ ਕਮਲ ਚਿਤੁ ਲਾਏ ॥ ଯିଏ ଭଗବାନଙ୍କ ଚରଣ କମଳରେ ନିଜ ଚିତ୍ତ ଲଗାଇଥାଏ, ତାହାକୁ ମନୋବାଞ୍ଚିତ ଫଳ ପ୍ରାପ୍ତି ହୋଇଥାଏ।
ਜਲਿ ਥਲਿ ਪੂਰਿ ਰਹਿਆ ਬਨਵਾਰੀ ਘਟਿ ਘਟਿ ਨਦਰਿ ਨਿਹਾਲੇ ॥ ସେହି ପ୍ରଭୁ ଜଳ ଆଉ ସ୍ଥଳରେ ସର୍ବବ୍ୟାପକ ଅଟନ୍ତି। ସେ ସମସ୍ତ ଜୀବର ହୃଦୟରେ ବିଦ୍ୟମାନ ଅଟନ୍ତି ଆଉ ସମସ୍ତଙ୍କୁ ନିଜ କୃପା ଦୃଷ୍ଟିରେ ଦେଖନ୍ତି।
ਨਾਨਕੁ ਸਿਖ ਦੇਇ ਮਨ ਪ੍ਰੀਤਮ ਸਾਧਸੰਗਿ ਭ੍ਰਮੁ ਜਾਲੇ ॥੧॥ ନାନକ ଶିକ୍ଷା ଦିଅନ୍ତି ହେ ମୋର ପ୍ରିୟ ମିତ୍ର ମନ! ସନ୍ଥଙ୍କ ସଙ୍ଗତି କରି ମାୟାର ଭ୍ରମ ଜାଲକୁ ନଷ୍ଟ କରି ଦିଅ। ॥1॥
ਮਨ ਪਿਆਰਿਆ ਜੀ ਮਿਤ੍ਰਾ ਹਰਿ ਬਿਨੁ ਝੂਠੁ ਪਸਾਰੇ ॥ ହେ ମୋର ପ୍ରିୟ ମିତ୍ର ମନ!ଭଗବାନଙ୍କ ବିନା ମାୟାର ଜଗତ ରୂପ ପ୍ରସାର ମିଥ୍ୟା ଅଟେ।
ਮਨ ਪਿਆਰਿਆ ਜੀਉ ਮਿਤ੍ਰਾ ਬਿਖੁ ਸਾਗਰੁ ਸੰਸਾਰੇ ॥ ଏହି ସଂସାର ବିଷରେ ଭାରି ରହିହିବା ସାଗର ଅଟେ।
ਚਰਣ ਕਮਲ ਕਰਿ ਬੋਹਿਥੁ ਕਰਤੇ ਸਹਸਾ ਦੂਖੁ ਨ ਬਿਆਪੈ ॥ ଏଣୁ, ଈଶ୍ଵରଙ୍କ ଚରଣକୁ ନିଜର ଜାହାଜ ବନାଅ, ତାପରେ, ତୁମକୁ କୌଣସି ଦୁଃଖ ଏବଂ ଭୟ ଲାଗିବ ନାହିଁ।
ਗੁਰੁ ਪੂਰਾ ਭੇਟੈ ਵਡਭਾਗੀ ਆਠ ਪਹਰ ਪ੍ਰਭੁ ਜਾਪੈ ॥ ଯେଉଁ ଭାଗ୍ୟଶାଳୀକୁ ପୂର୍ଣ୍ଣ ଗୁରୁ ମିଳିଯାନ୍ତି, ସେ ଆଠ ପ୍ରହର ପ୍ରଭୁ ନାମର ଭଜନ କରିଥାଏ।
ਆਦਿ ਜੁਗਾਦੀ ਸੇਵਕ ਸੁਆਮੀ ਭਗਤਾ ਨਾਮੁ ਅਧਾਰੇ ॥ ହେ ପ୍ରଭୁ! ତୁ ସୃଷ୍ଟିର ଆଦି ଯୁଗ ସାରା ହିଁ ନିଜ ସେବକଙ୍କ ସ୍ଵାମୀ ଅଟୁ। ତୋର ନାମ ଭକ୍ତଙ୍କ ଆଧାର ଅଟେ।
ਨਾਨਕੁ ਸਿਖ ਦੇਇ ਮਨ ਪ੍ਰੀਤਮ ਬਿਨੁ ਹਰਿ ਝੂਠ ਪਸਾਰੇ ॥੨॥ ନାନକ ଶିକ୍ଷା ଦିଅନ୍ତି, ହେ ମୋର ପ୍ରିୟ ମିତ୍ର ମନ!ଭଗବାନଙ୍କ ବିନା ମାୟାର ଜଗତ ରୂପ ପ୍ରସାର ମିଥ୍ୟା ଅଟେ ॥2॥
ਮਨ ਪਿਆਰਿਆ ਜੀਉ ਮਿਤ੍ਰਾ ਹਰਿ ਲਦੇ ਖੇਪ ਸਵਲੀ ॥ ହେ ମୋର ପ୍ରିୟ ମିତ୍ର ମନ! ହରିନାମର ବ୍ୟାପାରରେ ହିଁ ଲାଭ ଅଛି।
ਮਨ ਪਿਆਰਿਆ ਜੀਉ ਮਿਤ੍ਰਾ ਹਰਿ ਦਰੁ ਨਿਹਚਲੁ ਮਲੀ ॥ ହେ ମୋର ପ୍ରିୟ ମିତ୍ର ମନ!ଈଶ୍ଵରଙ୍କ ଦ୍ଵାରରେ ଆସନ ଜମାଅ।
ਹਰਿ ਦਰੁ ਸੇਵੇ ਅਲਖ ਅਭੇਵੇ ਨਿਹਚਲੁ ਆਸਣੁ ਪਾਇਆ ॥ ଯେଉଁ ପ୍ରାଣୀ ଅଗାଧ ଓ ଭେଦ ରହିତ ଈଶ୍ଵରଙ୍କ ଦ୍ଵାର ଧରିଛନ୍ତି, ସେ ସେଠାରେ ସମାଧିସ୍ଥ ହୋଇଯାଇଛନ୍ତି।
ਤਹ ਜਨਮ ਨ ਮਰਣੁ ਨ ਆਵਣ ਜਾਣਾ ਸੰਸਾ ਦੂਖੁ ਮਿਟਾਇਆ ॥ ସେ ଜନ୍ମ ମରଣ ଚକ୍ରରୁ ମୁକ୍ତ ହୋଇଯାଇଛି, ତାହାର ସଂଶୟ ଏବଂ ଦୁଃଖର ନାଶ ହୋଇଯାଏ।
ਚਿਤ੍ਰ ਗੁਪਤ ਕਾ ਕਾਗਦੁ ਫਾਰਿਆ ਜਮਦੂਤਾ ਕਛੂ ਨ ਚਲੀ ॥ ଚିତ୍ରଗୁପ୍ତ ଦ୍ଵାରା ତାହାର କର୍ମର ଲେଖା ମଧ୍ୟ ଲିଭିଯାଏ ଆଉ ଯମଦୂତ ବିବଶ ହୋଇଯାଏ।
ਨਾਨਕੁ ਸਿਖ ਦੇਇ ਮਨ ਪ੍ਰੀਤਮ ਹਰਿ ਲਦੇ ਖੇਪ ਸਵਲੀ ॥੩॥ ନାନକ ଶିକ୍ଷା ଦିଅନ୍ତି, ହରି ନାମ ରୂପୀ ବ୍ୟାପାର ଲାଭଦାୟକ ଅଟେ। ଏଣୁ, ଏହି ବ୍ୟାପରକୁ ନେଇ ନିଜ ସାଥିରେ ଯାଅ। ॥3॥
ਮਨ ਪਿਆਰਿਆ ਜੀਉ ਮਿਤ੍ਰਾ ਕਰਿ ਸੰਤਾ ਸੰਗਿ ਨਿਵਾਸੋ ॥ ହେ ମୋର ପ୍ରିୟ ମିତ୍ର ମନ! ସନ୍ଥଙ୍କ ସଙ୍ଗତିରେ ନିବାସ କର।
ਮਨ ਪਿਆਰਿਆ ਜੀਉ ਮਿਤ੍ਰਾ ਹਰਿ ਨਾਮੁ ਜਪਤ ਪਰਗਾਸੋ ॥ ହେ ମୋର ପ୍ରିୟ ମିତ୍ର ମନ! ଈଶ୍ଵରଙ୍କ ନାମ ଜପିଲେ ଜ୍ଞାନର ପ୍ରକାଶ ଉଜ୍ଜଳ ହୋଇଥାଏ।
ਸਿਮਰਿ ਸੁਆਮੀ ਸੁਖਹ ਗਾਮੀ ਇਛ ਸਗਲੀ ਪੁੰਨੀਆ ॥ ପ୍ରଭୁ ଜଗତର ସ୍ଵାମୀ ଅଟନ୍ତି ଆଉ ଜୀବଙ୍କୁ ସୁଖ ଦେବା ବାଲା ଅଟନ୍ତି। ତାହାଙ୍କ ଆରାଧନା କରିଲେ ସମସ୍ତ କାମନା ପୂର୍ଣ୍ଣ ହୋଇଯାଏ।
Scroll to Top
jp1131 https://login-bobabet.net/ https://sugoi168daftar.com/ https://login-domino76.com/
https://e-learning.akperakbid-bhaktihusada.ac.id/storages/gacor/
https://siakba.kpu-mamuju.go.id/summer/gcr/
jp1131 https://login-bobabet.net/ https://sugoi168daftar.com/ https://login-domino76.com/
https://e-learning.akperakbid-bhaktihusada.ac.id/storages/gacor/
https://siakba.kpu-mamuju.go.id/summer/gcr/