Page 773
ਰਾਗੁ ਸੂਹੀ ਮਹਲਾ ੪ ਛੰਤ ਘਰੁ ੧
ରାଗ ସୁହୀ ମହଲା 4 ଛନ୍ତ ଘର 1
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸਤਿਗੁਰੁ ਪੁਰਖੁ ਮਿਲਾਇ ਅਵਗਣ ਵਿਕਣਾ ਗੁਣ ਰਵਾ ਬਲਿ ਰਾਮ ਜੀਉ ॥
ହେ ରାମ! ମୁଁ ତୋ’ ପ୍ରତି ସମର୍ପିତ ଅଟେ, ମୋତେ ମହାପୁରୁଷ ସଦଗୁରୁଙ୍କ ସହିତ ମିଳନ କରାଇ ଦିଅ, ଯେପରି ମୁଁ ଅବଗୁଣ ସମାପ୍ତ କରି ତୋ’ର ଗୁଣଗାନ କରି ପାରିବି।
ਹਰਿ ਹਰਿ ਨਾਮੁ ਧਿਆਇ ਗੁਰਬਾਣੀ ਨਿਤ ਨਿਤ ਚਵਾ ਬਲਿ ਰਾਮ ਜੀਉ ॥
ମୁଁ ହରିନାମର ଧ୍ୟାନ କରିଥାଏ ଆଉ ପ୍ରତିଦିନ ଗୁରୁଙ୍କ ବାଣୀର ଜପ କରିଥାଏ।
ਗੁਰਬਾਣੀ ਸਦ ਮੀਠੀ ਲਾਗੀ ਪਾਪ ਵਿਕਾਰ ਗਵਾਇਆ ॥
ମୋତେ ଗୁରୁବାଣୀ ସର୍ବଦା ମିଠା ଲାଗିଥାଏ, କାରଣ ସେ ମୋର ମନରୁ ବିକାର ନାଶ କରି ଦେଇଛନ୍ତି।
ਹਉਮੈ ਰੋਗੁ ਗਇਆ ਭਉ ਭਾਗਾ ਸਹਜੇ ਸਹਜਿ ਮਿਲਾਇਆ ॥
ମୋର ଅହଂତ୍ଵର ରୋଗ ଦୂର ହୋଇ ଯାଇଛି, ମୋର ମୃତ୍ୟୁର ଭୟ ସମାପ୍ତ ହୋଇ ଯାଇଛି ଆଉ ମୋତେ ସ୍ବାଭାବିକତା ମିଳି ଯାଇଛି।
ਕਾਇਆ ਸੇਜ ਗੁਰ ਸਬਦਿ ਸੁਖਾਲੀ ਗਿਆਨ ਤਤਿ ਕਰਿ ਭੋਗੋ ॥
ଗୁରୁଙ୍କ ଶବ୍ଦ ଦ୍ଵାରା ମୋର କାୟା ରୂପୀ ଶେଜ ସୁଖଦ ହୋଇ ଯାଇଛି ଏବଂ ଜ୍ଞାନ ତତ୍ତ୍ଵକୁ ନିଜ ଭୋଜନ ବନାଇଛି।
ਅਨਦਿਨੁ ਸੁਖਿ ਮਾਣੇ ਨਿਤ ਰਲੀਆ ਨਾਨਕ ਧੁਰਿ ਸੰਜੋਗੋ ॥੧॥
ହେ ନାନକ! ମୁଁ ରାତିଦିନ ସୁଖର ଅନୁଭୂତି ପାଇଥାଏ, ନିତ୍ୟ ଆନନ୍ଦ ଉପଭୋଗ କରିଥାଏ, କାରଣ ପ୍ରାରମ୍ଭରୁ ହିଁ ଏପରି ସଂଯୋଗ ଲେଖା ହୋଇଛି॥1॥
ਸਤੁ ਸੰਤੋਖੁ ਕਰਿ ਭਾਉ ਕੁੜਮੁ ਕੁੜਮਾਈ ਆਇਆ ਬਲਿ ਰਾਮ ਜੀਉ ॥
ହେ ରାମ! ମୁଁ ତୁମ ପ୍ରତି ସମର୍ପିତ ଅଟେ, ଜୀବ ରୂପୀ କନ୍ୟା ସତ୍ୟ, ସନ୍ତୋଷ ଏବଂ ପ୍ରେମକୁ ନିଜର ଶୃଙ୍ଗାର ବନାଇଥାଏ ଆଉ ଗୁରୁ ପ୍ରଭୁଙ୍କ ସହିତ ମିଳନ କରାଇବା ପାଇଁ ଆସିଛନ୍ତି।
ਸੰਤ ਜਨਾ ਕਰਿ ਮੇਲੁ ਗੁਰਬਾਣੀ ਗਾਵਾਈਆ ਬਲਿ ਰਾਮ ਜੀਉ ॥
ସନ୍ଥଜନଙ୍କ ମେଳ କାକରି ଗୁରୁବାଣୀ ଗାନ କରାଯାଏ।
ਬਾਣੀ ਗੁਰ ਗਾਈ ਪਰਮ ਗਤਿ ਪਾਈ ਪੰਚ ਮਿਲੇ ਸੋਹਾਇਆ ॥
ଯେତେବେଳେ ଗୁରୁବାଣୀ ଗାନ କରାଯାଏ, ପରମ ଗତି ମିଳିଯାଏ।
ਗਇਆ ਕਰੋਧੁ ਮਮਤਾ ਤਨਿ ਨਾਠੀ ਪਾਖੰਡੁ ਭਰਮੁ ਗਵਾਇਆ ॥
ତାହାର ଶରୀରରୁ କ୍ରୋଧ ଏବଂ ମମତା ଦୂର ହୋଇଯାଏ ଆଉ ଭ୍ରମ ନାଶ ହୋଇଯାଏ।
ਹਉਮੈ ਪੀਰ ਗਈ ਸੁਖੁ ਪਾਇਆ ਆਰੋਗਤ ਭਏ ਸਰੀਰਾ ॥
ତାହାର ମନରୁ ଅହଙ୍କାରର ପୀଡା ନାଶ ହୋଇଯାଏ, ସୁଖ ଉପଲବ୍ଧି ହୋଇଯାଏ ଆଉ ଶରୀର ଆରୋଗ୍ୟ ହୋଇଯାଏ।
ਗੁਰ ਪਰਸਾਦੀ ਬ੍ਰਹਮੁ ਪਛਾਤਾ ਨਾਨਕ ਗੁਣੀ ਗਹੀਰਾ ॥੨॥
ହେ ନାନକ! ଗୁରୁଙ୍କ କୃପାରୁ ସେ ବ୍ରହ୍ମଙ୍କୁ ଜାଣି ଦେଇଛନ୍ତି, ଯିଏ ଗୁଣର ଗଭୀର ସାଗର ଅଟନ୍ତି॥2॥
ਮਨਮੁਖਿ ਵਿਛੁੜੀ ਦੂਰਿ ਮਹਲੁ ਨ ਪਾਏ ਬਲਿ ਗਈ ਬਲਿ ਰਾਮ ਜੀਉ ॥
ମୁଁ ରାମଙ୍କ ପ୍ରତି ସମର୍ପିତ ଅଟେ, ସ୍ଵେଚ୍ଛାଚାରୀ ଜୀବ-ସ୍ତ୍ରୀ ପତି-ପ୍ରଭୁଙ୍କ ଠାରୁ ବିଛେଦ ହୋଇ ଯାଇଛି ଏବଂ ତାହାଙ୍କ ଚରଣରୁ ଦୂର ହୋଇ ତାହାଙ୍କ ଦ୍ଵାର ପ୍ରାପ୍ତ ହୁଏନାହିଁ, ଏଣୁ ତୃଷ୍ଣାର ଅଗ୍ନିରେ ଜଳୁଅଛି।
ਅੰਤਰਿ ਮਮਤਾ ਕੂਰਿ ਕੂੜੁ ਵਿਹਾਝੇ ਕੂੜਿ ਲਈ ਬਲਿ ਰਾਮ ਜੀਉ ॥
ତାହାର ମନରେ ଭ୍ରମ ରହିଥାଏ ଆଉ ସେ ମିଥ୍ୟା ମାୟାକୁ କ୍ରୟ କରିଥାଏ, ମିଥ୍ୟା ମାୟା ତାହାକୁ ଛଳି ନେଇଛି।
ਕੂੜੁ ਕਪਟੁ ਕਮਾਵੈ ਮਹਾ ਦੁਖੁ ਪਾਵੈ ਵਿਣੁ ਸਤਿਗੁਰ ਮਗੁ ਨ ਪਾਇਆ ॥
ସେ ମିଥ୍ୟା ଏବଂ କପଟ ଅର୍ଜନ କରି ମହଦୁଃଖ ପ୍ରାପ୍ତ କରିଥାଏ ଆଉ ସଦଗୁରୁଙ୍କ ବିନା ସେ ସଦମାର୍ଗ ପ୍ରାପ୍ତ କରେ ନାହିଁ।
ਉਝੜ ਪੰਥਿ ਭ੍ਰਮੈ ਗਾਵਾਰੀ ਖਿਨੁ ਖਿਨੁ ਧਕੇ ਖਾਇਆ ॥
ସେହି ମୂର୍ଖ ପଥଭ୍ରଷ୍ଟ ରହେ ନାହିଁ ଆଉ କ୍ଷଣ-କ୍ଷଣରେ ମାଡ ଖାଇଥାଏ।
ਆਪੇ ਦਇਆ ਕਰੇ ਪ੍ਰਭੁ ਦਾਤਾ ਸਤਿਗੁਰੁ ਪੁਰਖੁ ਮਿਲਾਏ ॥
ଯେତେବେଳେ ଦାତା ପ୍ରଭୁ ସ୍ଵୟଂ କୃପା କରିଥାନ୍ତି, ସେ ସଦଗୁରୁଙ୍କ ସହିତ ତାହାକୁ ମିଳାଇ ଦେଇଥାନ୍ତି।
ਜਨਮ ਜਨਮ ਕੇ ਵਿਛੁੜੇ ਜਨ ਮੇਲੇ ਨਾਨਕ ਸਹਜਿ ਸੁਭਾਏ ॥੩॥
ହେ ନାନକ! ସଦଗୁରୁ ଜନ୍ମ-ଜନ୍ମାନ୍ତରରୁ ବିଛେଦ ହୋଇ ଜୀବକୁ ସ୍ଵାଭାବିକ ଭାବରେ ପ୍ରଭୁଙ୍କ ସହିତ ମିଳାଇ ଦିଅନ୍ତି॥3॥
ਆਇਆ ਲਗਨੁ ਗਣਾਇ ਹਿਰਦੈ ਧਨ ਓਮਾਹੀਆ ਬਲਿ ਰਾਮ ਜੀਉ ॥
ମୁଁ ରାମଙ୍କ ପ୍ରତି ସମର୍ପିତ ଅଟେ, ଯେତେବେଳେ ବିବାହର ଶୁଭ ସମୟ ଆସି ଯାଇଛି, ଜୀବ-ସ୍ତ୍ରୀର ହୃଦୟରେ ଉତ୍ସାହ ଉତ୍ପନ୍ନ ହୋଇ ଯାଇଛି।
ਪੰਡਿਤ ਪਾਧੇ ਆਣਿ ਪਤੀ ਬਹਿ ਵਾਚਾਈਆ ਬਲਿ ਰਾਮ ਜੀਉ ॥
ପଣ୍ଡିତ, ପୁରୋହିତ ପାଞ୍ଜି ଆଣି ଶୁଭ ସମୟର ବିଚାର କରିଛନ୍ତି।
ਪਤੀ ਵਾਚਾਈ ਮਨਿ ਵਜੀ ਵਧਾਈ ਜਬ ਸਾਜਨ ਸੁਣੇ ਘਰਿ ਆਏ ॥
ଜୀବ-ସ୍ତ୍ରୀର ଖୁସି ଜାତ ହୋଇ ଯାଇଛି, ଯେତେବେଳେ ସେ ଶୁଣିଛଣନ୍ତି ଯେ ପ୍ରଭୁ ତାହାର ହୃଦୟ-ଘରେ ଅଛନ୍ତି।
ਗੁਣੀ ਗਿਆਨੀ ਬਹਿ ਮਤਾ ਪਕਾਇਆ ਫੇਰੇ ਤਤੁ ਦਿਵਾਏ ॥
ଗୁଣୀ ଓ ଜ୍ଞାନୀ ମିଶି ଏହି ଶୁଭକର୍ମ ତୁରନ୍ତ କରିଥାନ୍ତି।
ਵਰੁ ਪਾਇਆ ਪੁਰਖੁ ਅਗੰਮੁ ਅਗੋਚਰੁ ਸਦ ਨਵਤਨੁ ਬਾਲ ਸਖਾਈ ॥
ଜୀବ-ସ୍ତ୍ରୀ ସର୍ବଶକ୍ତିମାନ, ଅଗମ୍ୟ, ଅଗୋଚର, ସର୍ବଦା ନବୀନ ଏବଂ ବାଳସଖା ନିଜ ବର ରୂପୀ ପରମାତ୍ମାଙ୍କୁ ପାଇ ଯାଇଛି।
ਨਾਨਕ ਕਿਰਪਾ ਕਰਿ ਕੈ ਮੇਲੇ ਵਿਛੁੜਿ ਕਦੇ ਨ ਜਾਈ ॥੪॥੧॥
ହେ ନାନକ! ଯେଉଁ ଜୀବାତ୍ମାକୁ ପ୍ରଭୁ ନିଜ କୃପା କରି ନିଜ ସାଥିରେ ମିଳାଇ ନିଅନ୍ତି, ସେ କେବେ ମଧ୍ୟ ତାହାଙ୍କ ଠାରୁ ବିଛେଦ ହୁଏନାହିଁ॥4॥1॥
ਸੂਹੀ ਮਹਲਾ ੪ ॥
ସୁହୀ ମହଲା 4॥
ਹਰਿ ਪਹਿਲੜੀ ਲਾਵ ਪਰਵਿਰਤੀ ਕਰਮ ਦ੍ਰਿੜਾਇਆ ਬਲਿ ਰਾਮ ਜੀਉ ॥
ହେ ରାମ! ମୁଁ ତୁମ ପ୍ରତି ସମର୍ପିତ ଅଟେ, ଯେତେବେଳେ ହରିଙ୍କ ବିବାହର ପ୍ରଥମ କାର୍ଯ୍ୟ କରାଇଛନ୍ତି, ଜୀବ-ସ୍ତ୍ରୀକୁ ପ୍ରବୃତ୍ତି କର୍ମ ଅର୍ଥାତ ଗୃହସ୍ଥ ମାର୍ଗ ଦୃଢ କରାଇଛନ୍ତି।
ਬਾਣੀ ਬ੍ਰਹਮਾ ਵੇਦੁ ਧਰਮੁ ਦ੍ਰਿੜਹੁ ਪਾਪ ਤਜਾਇਆ ਬਲਿ ਰਾਮ ਜੀਉ ॥
ଗୁରୁଙ୍କ ବାଣୀ ହିଁ ବ୍ରହ୍ମା ଏବଂ ତାହାଙ୍କ ରଚନା ବେଦ ଅଟେ, ଏଥିପାଇଁ ଏହି ଜୀବ ପାଇଁ ଧର୍ମ ଅଟେ, ଯାହା ଧାରଣ କରି ପାପ ଦୂର ହୋଇଯାଏ।
ਧਰਮੁ ਦ੍ਰਿੜਹੁ ਹਰਿ ਨਾਮੁ ਧਿਆਵਹੁ ਸਿਮ੍ਰਿਤਿ ਨਾਮੁ ਦ੍ਰਿੜਾਇਆ ॥
ଏହି ଧର୍ମର ପାଳନ କର ଏବଂ ହରିନାମର ଧ୍ୟାନ କର, ସ୍ମୃତି ମଧ୍ୟ ନାମ ସ୍ମରଣ ଦୃଢ କରାଇ ଥାଏ।
ਸਤਿਗੁਰੁ ਗੁਰੁ ਪੂਰਾ ਆਰਾਧਹੁ ਸਭਿ ਕਿਲਵਿਖ ਪਾਪ ਗਵਾਇਆ ॥
ପୂର୍ଣ୍ଣ ଗୁରୁଙ୍କ ଆରାଧନା କର, ଜୟୀ ସବୁ କ୍ଲେଶ-ପାପ ନାଶ କରିଥାନ୍ତି।
ਸਹਜ ਅਨੰਦੁ ਹੋਆ ਵਡਭਾਗੀ ਮਨਿ ਹਰਿ ਹਰਿ ਮੀਠਾ ਲਾਇਆ ॥
ଯାହାର ମନରେ ହରିନାମ ମିଠା ଲାଗିଥାଏ, ସେହି ଭାଗ୍ୟଶାଳୀକୁ ସ୍ଵାଭାବିକ ଆନନ୍ଦ ପ୍ରାପ୍ତ ହୋଇଥାଏ।