Page 767
ਆਪਿ ਸਾਜੇ ਥਾਪਿ ਵੇਖੈ ਤਿਸੈ ਭਾਣਾ ਭਾਇਆ ॥
ପରମାତ୍ମା ସ୍ଵୟଂ ହିଁ ଜଗତକୁ ଉତ୍ପନ୍ନ କରିଛନ୍ତି ଆଉ ଏହାର ପାଳନ କରିଥାନ୍ତି ଏବଂ ତାହାଙ୍କ ଇଛା ସନ୍ଥଙ୍କୁ ଭଲ ଲାଗିଥାଏ।
ਸਾਜਨ ਰਾਂਗਿ ਰੰਗੀਲੜੇ ਰੰਗੁ ਲਾਲੁ ਬਣਾਇਆ ॥੫॥
ସନ୍ଥ ପରମାତ୍ମାଙ୍କ ରଙ୍ଗରେ ମଗ୍ନ ରହିଥାନ୍ତି ଆଉ ସେ ପ୍ରେମ ରୂପ ଗଭୀର ଲାଲ ରଙ୍ଗ ବନାଇଛନ୍ତି॥5॥
ਅੰਧਾ ਆਗੂ ਜੇ ਥੀਐ ਕਿਉ ਪਾਧਰੁ ਜਾਣੈ ॥
ହେ ଭାଇ! ଯଦି ଅନ୍ଧ ଅର୍ଥାତ ଜ୍ଞାନହୀନ ମନୁଷ୍ୟ ପଥ ପ୍ରଦର୍ଶକ ବନିଯାଏ, ତାହାହେଲେ ସତମାର୍ଗ କିପରି ବୁଝିବ?
ਆਪਿ ਮੁਸੈ ਮਤਿ ਹੋਛੀਐ ਕਿਉ ਰਾਹੁ ਪਛਾਣੈ ॥
ସେ ନିଜର ସ୍ୱଳ୍ପ ମତି କାରଣରୁ ଠକି ହୋଇଯାଏ, ସେ ସତମାର୍ଗ କିପରି ଜାଣି ପାରିବ?
ਕਿਉ ਰਾਹਿ ਜਾਵੈ ਮਹਲੁ ਪਾਵੈ ਅੰਧ ਕੀ ਮਤਿ ਅੰਧਲੀ ॥
ସେ ସତମାର୍ଗରେ କିପରି ଯାଇ ପାରିବ, ଯେପରି ସେ ପ୍ରଭୁଙ୍କ ମହଲ ପାଇବ, ସେହି ଅନ୍ଧ ବ୍ୟକ୍ତିର ମତି ଅନ୍ଧ ହିଁ ହୋଇଥାଏ।
ਵਿਣੁ ਨਾਮ ਹਰਿ ਕੇ ਕਛੁ ਨ ਸੂਝੈ ਅੰਧੁ ਬੂਡੌ ਧੰਧਲੀ ॥
ହରିଙ୍କ ନାମ ନଥିବା କାରଣରୁତାହାକୁ ଆଉ କିଛି ଜଣା ପଡେ ନାହିଁ, ଏବଂ ସେ ସଂସାରରେ ବୁଡି ରହିଥାଏ।
ਦਿਨੁ ਰਾਤਿ ਚਾਨਣੁ ਚਾਉ ਉਪਜੈ ਸਬਦੁ ਗੁਰ ਕਾ ਮਨਿ ਵਸੈ ॥
ଯଦି ତାହାର ମନରେ ଗୁରୁଙ୍କ ଶବ୍ଦ ବାସ କରିଥାଏ, ମନରେ ଉତ୍ସାହ ଆସିଥାଏ ଓ ମନ ଉଜ୍ଜଳ ବନିଯାଏ।
ਕਰ ਜੋੜਿ ਗੁਰ ਪਹਿ ਕਰਿ ਬਿਨੰਤੀ ਰਾਹੁ ਪਾਧਰੁ ਗੁਰੁ ਦਸੈ ॥੬॥
ସେ ନିଜର ଦୁଇ ହାତ ଯୋଡି ଗୁରୁଙ୍କ ଠାରେ ବିନତି କରିଥାଏ ଆଉ ଗୁରୁ ତାହାକୁ ସତମାର୍ଗ ବତାଇ ଥାଆନ୍ତି॥6॥
ਮਨੁ ਪਰਦੇਸੀ ਜੇ ਥੀਐ ਸਭੁ ਦੇਸੁ ਪਰਾਇਆ ॥
ଯଦି ମନୁଷ୍ୟର ମନ ପରଦେଶୀ ହୋଇଥାଏ ଅର୍ଥାତ ଆତ୍ମସ୍ଵରୂପ ଠାରୁ ବିଛେଦ ହୋଇଥାଏ, ତାହାକୁ ସାରା ଜଗତ ପର ଲାଗିଥାଏ।
ਕਿਸੁ ਪਹਿ ਖੋਲ੍ਹ੍ਹਉ ਗੰਠੜੀ ਦੂਖੀ ਭਰਿ ਆਇਆ ॥
ମୁଁ କାହା ସମ୍ମୁଖରେ ନିଜ ଦୁଃଖର ଗଣ୍ଠିଲି ଖୋଲିବି? କାରଣ ସଂପୂର୍ଣ୍ଣ ଜଗତ ହିଁ ଦୁଃଖରେ ଭରି ରହିଛି।
ਦੂਖੀ ਭਰਿ ਆਇਆ ਜਗਤੁ ਸਬਾਇਆ ਕਉਣੁ ਜਾਣੈ ਬਿਧਿ ਮੇਰੀਆ ॥
ସଂପୂର୍ଣ୍ଣ ଜଗତ ଦୁଃଖରେ ଭରି ରହିଛି, ମୋର ଦୁର୍ଦ୍ଦଶା କିଏ ଜାଣି ପାରିବ?
ਆਵਣੇ ਜਾਵਣੇ ਖਰੇ ਡਰਾਵਣੇ ਤੋਟਿ ਨ ਆਵੈ ਫੇਰੀਆ ॥
ଜୀବର ଜନ୍ମ-ମରଣ ଚକ୍ର ବଡ ଭୟାନକ ଅଟେ ଆଉ ତାହା କେବେ ସମାପ୍ତ ହୁଏନାହିଁ।
ਨਾਮ ਵਿਹੂਣੇ ਊਣੇ ਝੂਣੇ ਨਾ ਗੁਰਿ ਸਬਦੁ ਸੁਣਾਇਆ ॥
ଯାହାକୁ ଗୁରୁ ଶବ୍ଦ ଶୁଣାଇ ନାହାନ୍ତି, ସେହି ନାମହୀନ ବ୍ୟକ୍ତି ଉଦାସ ହୋଇ ରହିଥାଏ।
ਮਨੁ ਪਰਦੇਸੀ ਜੇ ਥੀਐ ਸਭੁ ਦੇਸੁ ਪਰਾਇਆ ॥੭॥
ଯଦି ମନୁଷ୍ୟର ମନ ପରଦେଶୀ ହୋଇଯାଏ, ସାରା ସଂସାର ପର ଲାଗିଥାଏ॥7॥
ਗੁਰ ਮਹਲੀ ਘਰਿ ਆਪਣੈ ਸੋ ਭਰਪੁਰਿ ਲੀਣਾ ॥
ଯେଉଁ ବ୍ୟକ୍ତିର ହୃଦୟ-ଘରେ ମହଲର ସ୍ଵାମୀ ପ୍ରଭୁ ବାସ କରିଥାନ୍ତି, ସେ ସର୍ବବ୍ୟାପକ ପ୍ରଭୁଙ୍କ ଠାରେ ଲୀନ ରହିଥାଏ।
ਸੇਵਕੁ ਸੇਵਾ ਤਾਂ ਕਰੇ ਸਚ ਸਬਦਿ ਪਤੀਣਾ ॥
ସେବକ ସେବା କରିଥାଏ, ଯେତେବେଳେ ତାହାର ମନ ସଚ୍ଚା ଶବ୍ଦରେ ମଗ୍ନ ହୋଇଯାଏ।
ਸਬਦੇ ਪਤੀਜੈ ਅੰਕੁ ਭੀਜੈ ਸੁ ਮਹਲੁ ਮਹਲਾ ਅੰਤਰੇ ॥
ଯେତେବେଳେ ତାହାର ମନ ଶବ୍ଦରେ ମଗ୍ନ ହୋଇଯାଏ ଏବଂ ହୃଦୟ ନାମ ରସରେ ଭିଜିଯାଏ, ତାହାକୁ ପ୍ରଭୁଙ୍କ ମହଲ ହୃଦୟ-ଘର ହିଁ ମିଳିଯାଏ।
ਆਪਿ ਕਰਤਾ ਕਰੇ ਸੋਈ ਪ੍ਰਭੁ ਆਪਿ ਅੰਤਿ ਨਿਰੰਤਰੇ ॥
ଯେଉଁ କର୍ତ୍ତା ସ୍ଵୟଂ ଏହି ଜଗତକୁ ଜାତ କରିଛନ୍ତି, ଶେଷରେ ସେ ହିଁ ତାହାକୁ ନିଜ ଆତ୍ମସ୍ଵରୂପରେ ଲୀନ କରାଇ ନିଅନ୍ତି।
ਗੁਰ ਸਬਦਿ ਮੇਲਾ ਤਾਂ ਸੁਹੇਲਾ ਬਾਜੰਤ ਅਨਹਦ ਬੀਣਾ ॥
ଗୁରୁଙ୍କ ଶବ୍ଦ ଦ୍ଵାରା ଜୀବର ମିଳନ ପରମାତ୍ମାଙ୍କ ଠାରେ ହୋଇଯାଏ, ସେ ସୁଖୀ ହୋଇଯାଏ ଆଉ ମନରେ ଅନାହଦ ଶବ୍ଦର ବାଣୀ ବାଜିଥାଏ।
ਗੁਰ ਮਹਲੀ ਘਰਿ ਆਪਣੈ ਸੋ ਭਰਿਪੁਰਿ ਲੀਣਾ ॥੮॥
ଯାହାର ଅନ୍ତର୍ମନରେ ପରମାତ୍ମା ବାସ କରିଥାନ୍ତି, ସେ ପ୍ରଭୁଙ୍କ ଠାରେ ହିଁ ରହିଥାଏ॥8॥
ਕੀਤਾ ਕਿਆ ਸਾਲਾਹੀਐ ਕਰਿ ਵੇਖੈ ਸੋਈ ॥
ସେ ସଂସାରର ପ୍ରଶଂସା କରିଥାଏ, ଯାହାକୁ ଭଗବାନ ଜାତ କରିଛନ୍ତି।
ਤਾ ਕੀ ਕੀਮਤਿ ਨਾ ਪਵੈ ਜੇ ਲੋਚੈ ਕੋਈ ॥
ସେହି ଭଗବାନଙ୍କ ସ୍ତୁତିଗାନ କର, ଯିଏ ସାରା ବିଶ୍ଵକୁ ଜାତ କରିଛନ୍ତି ଆଉ ସବୁଙ୍କୁ ପାଳନ କରିଥାନ୍ତି।
ਕੀਮਤਿ ਸੋ ਪਾਵੈ ਆਪਿ ਜਾਣਾਵੈ ਆਪਿ ਅਭੁਲੁ ਨ ਭੁਲਏ ॥
ଯଦି କେହି ତାହାଙ୍କ ମୂଲ୍ୟାଙ୍କନ କରିବାକୁ ପ୍ରୟାସ କରିଥାଏ, ସେ କରିପାରେ ନାହିଁ, ତାହାଙ୍କ ମୂଲ୍ୟାଙ୍କନ କରିପାରେ ନହିଁ, ଯିଏ ତାହାକୁ ସ୍ଵୟଂ ଜ୍ଞାନ ପ୍ରଦାନ କରିଥାନ୍ତି।
ਜੈ ਜੈ ਕਾਰੁ ਕਰਹਿ ਤੁਧੁ ਭਾਵਹਿ ਗੁਰ ਕੈ ਸਬਦਿ ਅਮੁਲਏ ॥
ପରମାତ୍ମା କେବେ ଭୁଲ କରନ୍ତି ନାହିଁ, ସେ ଅବିସ୍ମରଣୀୟ ଅଟନ୍ତି, ହେ ଇଶ୍ଵର! ଗୁରୁଙ୍କ ଅମୂଲ୍ୟ ଶବ୍ଦ ଦ୍ଵାରା ଯିଏ ତୋର ଜୟ-ଜୟକାର କରିଥାଏ, ସେ ତୋତେ ଭଲ ଲାଗିଥାଏ।
ਹੀਣਉ ਨੀਚੁ ਕਰਉ ਬੇਨੰਤੀ ਸਾਚੁ ਨ ਛੋਡਉ ਭਾਈ ॥
ହେ ଭାଇ! ମୁଁ ହୀନ ଏବଂ ନୀଚ ଅଟେ ଔ ଏହି ପ୍ରାର୍ଥନା କରେ ଯେ ମୁଁ କେବେ ମଧ୍ୟ ସତ୍ୟକୁ ତ୍ୟାଗ କରିବି ନାହିଁ।
ਨਾਨਕ ਜਿਨਿ ਕਰਿ ਦੇਖਿਆ ਦੇਵੈ ਮਤਿ ਸਾਈ ॥੯॥੨॥੫॥
ହେ ନାନକ! ଯେଉଁ ପରମାତ୍ମା ଜୀବଙ୍କୁ ଜାତ କରିଥାନ୍ତି ଓ ପାଳନ କରିଥାନ୍ତି, ସେ ସେମାନଙ୍କୁ ସୁମତି ଦେଇଥାନ୍ତି||9||2||5||
ਰਾਗੁ ਸੂਹੀ ਛੰਤ ਮਹਲਾ ੩ ਘਰੁ ੨
ରାଗ ସୁହୀ ଛନ୍ତ ମହଲା 3 ଘର 2
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ଶାଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸੁਖ ਸੋਹਿਲੜਾ ਹਰਿ ਧਿਆਵਹੁ ॥
ଖୁସିର ସହିତ ହରିଙ୍କ ଧ୍ୟାନ କର ଏବଂ
ਗੁਰਮੁਖਿ ਹਰਿ ਫਲੁ ਪਾਵਹੁ ॥
ଗୁରୁମୁଖୀ ବନି ଫଳ ପାଅ।
ਗੁਰਮੁਖਿ ਫਲੁ ਪਾਵਹੁ ਹਰਿ ਨਾਮੁ ਧਿਆਵਹੁ ਜਨਮ ਜਨਮ ਕੇ ਦੂਖ ਨਿਵਾਰੇ ॥
ହରିନାମର ଧ୍ୟାନ କର, ଫଳ ପ୍ରାପ୍ତ କର, କାରଣ ଏହା ଜନ୍ମ-ଜନ୍ମାନ୍ତରର ଦୁଃଖ ଦୂର କରିଦିଏ।
ਬਲਿਹਾਰੀ ਗੁਰ ਅਪਣੇ ਵਿਟਹੁ ਜਿਨਿ ਕਾਰਜ ਸਭਿ ਸਵਾਰੇ ॥
ମୁଁ ନିଜ ଗୁରୁଙ୍କ ପ୍ରତି କୋଟି କୋଟି ସମର୍ପିତ ଅଟେ, ଯିଏ ମୋର ସବୁ କାର୍ଯ୍ୟ ସଫଳ କରିଛନ୍ତି।
ਹਰਿ ਪ੍ਰਭੁ ਕ੍ਰਿਪਾ ਕਰੇ ਹਰਿ ਜਾਪਹੁ ਸੁਖ ਫਲ ਹਰਿ ਜਨ ਪਾਵਹੁ ॥
ହେ ହରିଜନ! ପ୍ରଭୁ କୃପା କରନ୍ତି, ତାହାଙ୍କ ନାମ ଜପ କର ଓ ଫଳ ପ୍ରାପ୍ତ କର।
ਨਾਨਕੁ ਕਹੈ ਸੁਣਹੁ ਜਨ ਭਾਈ ਸੁਖ ਸੋਹਿਲੜਾ ਹਰਿ ਧਿਆਵਹੁ ॥੧॥
ନାନକ କହନ୍ତି ଯେ ମୋର ହରିଜନ ଭାଇ! ଖୁସିର ସହିତ ହରିଙ୍କ ଧ୍ୟାନ କର॥1॥
ਸੁਣਿ ਹਰਿ ਗੁਣ ਭੀਨੇ ਸਹਜਿ ਸੁਭਾਏ ॥
ଯେଉଁ ବ୍ୟକ୍ତି ଗୁରୁ ଉପଦେଶ ଅନୁସାରେ ସ୍ଵାଭାବିକ ଭାରେ ନାମର ଧ୍ୟାନ କରିଥାଏ,
ਗੁਰਮਤਿ ਸਹਜੇ ਨਾਮੁ ਧਿਆਏ ॥
ହରିଙ୍କ ଗୁଣଗାନ ଶୁଣିବା ଦ୍ଵାରା ତାହାର ମନ ସ୍ଵାଭାବିକ ଭାରେ ତାହାଙ୍କ ପ୍ରେମରେ ଭିଜିଯାଏ।
ਜਿਨ ਕਉ ਧੁਰਿ ਲਿਖਿਆ ਤਿਨ ਗੁਰੁ ਮਿਲਿਆ ਤਿਨ ਜਨਮ ਮਰਣ ਭਉ ਭਾਗਾ ॥
ପ୍ରାରମ୍ଭରୁ ହିଁ ଯାହାର ଭାଗ୍ୟରେ ଲେଖା ହୋଇଥାଏ, ତାହାକୁ ହିଁ ଗୁରୁ ମିଳିଥାନ୍ତି ଆଉ ତାହାର ଜନ୍ମ-ମରଣ ଭୟ ଦୂର ହୋଇଯାଏ।