Page 759
ਸਤਿਗੁਰੁ ਸਾਗਰੁ ਗੁਣ ਨਾਮ ਕਾ ਮੈ ਤਿਸੁ ਦੇਖਣ ਕਾ ਚਾਉ ॥
ସଦଗୁରୁ ଗୁଣ ଓ ନାମର ସାଗର ଅଟନ୍ତି ଆଉ ମୁଁ ତାହାଙ୍କ ଦର୍ଶନର ବଡ ଉତ୍ସୁକ ଅଟେ।
ਹਉ ਤਿਸੁ ਬਿਨੁ ਘੜੀ ਨ ਜੀਵਊ ਬਿਨੁ ਦੇਖੇ ਮਰਿ ਜਾਉ ॥੬॥
ତାହାଙ୍କ ବିନା ମୁଁ ଏକ କ୍ଷଣ ମଧ୍ୟ ଜୀବିତ ରହିପାରେ ନାହିଁ ଆଉ ତାହାଙ୍କୁ ଦେଖିବା ବିନା ମୋର ଜୀବନ-ଲୀଳା ହିଁ ସମାପ୍ତ ହୋଇଯାଏ॥6॥
ਜਿਉ ਮਛੁਲੀ ਵਿਣੁ ਪਾਣੀਐ ਰਹੈ ਨ ਕਿਤੈ ਉਪਾਇ ॥
ଯେପରି ପାଣି ବିନା ମାଛ ଅନ୍ୟ କେଉଁ ଉପାୟରେ ଜୀବିତ ରହିପାରେ ନାହିଁ,
ਤਿਉ ਹਰਿ ਬਿਨੁ ਸੰਤੁ ਨ ਜੀਵਈ ਬਿਨੁ ਹਰਿ ਨਾਮੈ ਮਰਿ ਜਾਇ ॥੭॥
ସେପରି ହରିଙ୍କ ବିନା ସନ୍ଥ ମଧ୍ୟ ଜୀବିତ ରହିପାରେ ନାହିଁ ଆଉ ହରିନାମ ବିନା ତାହାଙ୍କ ପ୍ରାଣ ମୃତ ହୋଇଯାଏ॥7॥
ਮੈ ਸਤਿਗੁਰ ਸੇਤੀ ਪਿਰਹੜੀ ਕਿਉ ਗੁਰ ਬਿਨੁ ਜੀਵਾ ਮਾਉ ॥
ମୋର ସଦଗୁରୁଙ୍କ ସହିତ ମୋର ବଡ ପ୍ରୀତି ଅଛି, ହେ ମୋର ମା'! ମୁଁ ନିଜ ଗୁରୁଙ୍କ ବିନା କିପରି ଜୀବିତ ରହି ପାରିବି?
ਮੈ ਗੁਰਬਾਣੀ ਆਧਾਰੁ ਹੈ ਗੁਰਬਾਣੀ ਲਾਗਿ ਰਹਾਉ ॥੮॥
ଗୁରୁବାଣୀ ମୋର ଜୀବନର ଆଧାର ଅଟେ ଆଉ ଗୁରୁବାଣୀ ସହିତ ମୋର ପ୍ରେମ ଲାଗି ରହିଥାଏ॥8॥
ਹਰਿ ਹਰਿ ਨਾਮੁ ਰਤੰਨੁ ਹੈ ਗੁਰੁ ਤੁਠਾ ਦੇਵੈ ਮਾਇ ॥
ହରିଙ୍କ ନାମ ଅମୂଲ୍ୟ ରତ୍ନ ଅଟେ, ହେ ମୋର ମା'! ଯେବେ ଗୁରୁ ପ୍ରସନ୍ନ ହୋଇଥାନ୍ତି, ସେ ନାମ-ରତ୍ନ ଦେଇଥାନ୍ତି।
ਮੈ ਧਰ ਸਚੇ ਨਾਮ ਕੀ ਹਰਿ ਨਾਮਿ ਰਹਾ ਲਿਵ ਲਾਇ ॥੯॥
ମୋତେ ସତ୍ୟ ନାମର ହିଁ ସାହାରା ଅଛି ଏବଂ ମୁଁ ହରିନାମ ଠାରେ ସୁରତି ଲଗାଇ ରଖିଥାଏ॥6॥
ਗੁਰ ਗਿਆਨੁ ਪਦਾਰਥੁ ਨਾਮੁ ਹੈ ਹਰਿ ਨਾਮੋ ਦੇਇ ਦ੍ਰਿੜਾਇ ॥
ଗୁରୁଙ୍କ ଜ୍ଞାନ ହିଁ ନାମ ରୂପୀ ପଦାର୍ଥ ଅଟେ, ସେ ମନରେ ହରିନାମ ସ୍ଥାପନ କରନ୍ତି।
ਜਿਸੁ ਪਰਾਪਤਿ ਸੋ ਲਹੈ ਗੁਰ ਚਰਣੀ ਲਾਗੈ ਆਇ ॥੧੦॥
ଯାହାର ଭାଗ୍ୟରେ ଏହାର ପ୍ରାପ୍ତି ଲେଖା ହୋଇଥାଏ, ତାହାକୁ ମିଳିଯାଏ, ଆଉ ସେ ଗୁରୁଙ୍କ ଚରଣରେ ଲାଗି ରହିଥାଏ॥10॥
ਅਕਥ ਕਹਾਣੀ ਪ੍ਰੇਮ ਕੀ ਕੋ ਪ੍ਰੀਤਮੁ ਆਖੈ ਆਇ ॥
ପରମାତ୍ମାଙ୍କ ପ୍ରେମର କାହାଣୀ ଅକଥନୀୟ ଅଟେ, କେହି ପ୍ରିୟତମ ଆସି ମୋତେ ଏହି କାହାଣୀ ଶୁଣାଇ ଦେଉ।
ਤਿਸੁ ਦੇਵਾ ਮਨੁ ਆਪਣਾ ਨਿਵਿ ਨਿਵਿ ਲਾਗਾ ਪਾਇ ॥੧੧॥
ମୁଁ ନିଜର ଏହି ମନ ତାହାଙ୍କୁ ସମର୍ପଣ କରିଦେବି ଆଉ ନତ ମସ୍ତକ ହୋଇ ତାହାର ପାଦରେ ଲାଗି ରହିବି॥11॥
ਸਜਣੁ ਮੇਰਾ ਏਕੁ ਤੂੰ ਕਰਤਾ ਪੁਰਖੁ ਸੁਜਾਣੁ ॥
ହେ ପରମାତ୍ମା! ଏକ ତୁ ହିଁ ମୋର ସଜ୍ଜନ ଅଟୁ, ତୁ କର୍ତ୍ତା ପୁରୁଷ ବଡ ଚତୁର ଅଟୁ।
ਸਤਿਗੁਰਿ ਮੀਤਿ ਮਿਲਾਇਆ ਮੈ ਸਦਾ ਸਦਾ ਤੇਰਾ ਤਾਣੁ ॥੧੨॥
ମିତ୍ର ସଦଗୁରୁ ମୋତେ ତୋ' ସହିତ ମିଳାଇଛନ୍ତି, ସବୁ ଦିନ ପାଇଁ ମୋ' ଠାରେ ତୋର ହିଁ ବଳ ଅଛି॥12॥
ਸਤਿਗੁਰੁ ਮੇਰਾ ਸਦਾ ਸਦਾ ਨਾ ਆਵੈ ਨਾ ਜਾਇ ॥
ମୋର ସଦଗୁରୁ ଅମର ଅଟନ୍ତି, ତାହାଙ୍କ ଜନ୍ମ-ମରଣ ନାହିଁ।
ਓਹੁ ਅਬਿਨਾਸੀ ਪੁਰਖੁ ਹੈ ਸਭ ਮਹਿ ਰਹਿਆ ਸਮਾਇ ॥੧੩॥
ସେ ଅବିନାଶୀ ପୁରୁଷ ଅଟନ୍ତି, ଯିଏ ସବୁଙ୍କ ଠାରେ ରହିଥାନ୍ତି॥13॥
ਰਾਮ ਨਾਮ ਧਨੁ ਸੰਚਿਆ ਸਾਬਤੁ ਪੂੰਜੀ ਰਾਸਿ ॥
ଯେଉଁ ମନୁଷ୍ୟ ରାମ ନାମ ରୂପୀ ଧନ ସଞ୍ଚୟ କରିଛି, ତାହାର ଏହି ନାମ ରୂପୀ ପୁଞ୍ଜି ଅକ୍ଷୁର୍ଣ୍ଣ ରହିଥାଏ।
ਨਾਨਕ ਦਰਗਹ ਮੰਨਿਆ ਗੁਰ ਪੂਰੇ ਸਾਬਾਸਿ ॥੧੪॥੧॥੨॥੧੧॥
ହେ ନାନକ! ସେହି ମନୁଷ୍ୟକୁ ସତ୍ୟର ଦରବାରରେ ସମ୍ମାନିତ କରାଯାଏ ଆଉ ପୂର୍ଣ୍ଣ ଗୁରୁଙ୍କ ଠାରୁ ସାବାସ ମିଳିଥାଏ||14||1||2||11||
ਰਾਗੁ ਸੂਹੀ ਅਸਟਪਦੀਆ ਮਹਲਾ ੫ ਘਰੁ ੧
ରାଗ ସୁହୀ ଅଷ୍ଟପଦୀ ମହଲା 5 ଘର 1
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਉਰਝਿ ਰਹਿਓ ਬਿਖਿਆ ਕੈ ਸੰਗਾ ॥
ମାନବ ଜୀବ ବିକାରରେ ହିଁ ମସ୍ତ ରହିଥାଏ ଆଉ
ਮਨਹਿ ਬਿਆਪਤ ਅਨਿਕ ਤਰੰਗਾ ॥੧॥
ତାହାର ମନକୁ ବିକାରର ଅନେକ ତରଙ୍ଗ ପ୍ରଭାବିତ କରିଥାଏ॥1॥
ਮੇਰੇ ਮਨ ਅਗਮ ਅਗੋਚਰ ॥ ਕਤ ਪਾਈਐ ਪੂਰਨ ਪਰਮੇਸਰ ॥੧॥ ਰਹਾਉ ॥
ହେ ମୋର ମନ! ଏପରି ସ୍ଥିତିରେ ସେ ଅପହଞ୍ଚ, ମନ-ବାଣୀ ପରିପୂର୍ଣ୍ଣ ପରମେଶ୍ଵରଙ୍କୁ କିପରି ପ୍ରାପ୍ତ କରାଯାଇ ପାରେ?॥1॥ରୁହ॥
ਮੋਹ ਮਗਨ ਮਹਿ ਰਹਿਆ ਬਿਆਪੇ ॥
ମାୟାର ମୋହରେ ମଗ୍ନ ଥିବା ଜୀବ ସେଥିରେ ହିଁ ବ୍ୟାପ୍ତ ରହିଥାଏ।
ਅਤਿ ਤ੍ਰਿਸਨਾ ਕਬਹੂ ਨਹੀ ਧ੍ਰਾਪੇ ॥੨॥
ଅତ୍ୟନ୍ତ ତୃଷ୍ଣା ଲାଗି ରହିଥିବା କାରଣରୁ ସେ କେବେ ତୃପ୍ତ ହୁଏନାହିଁ॥2॥
ਬਸਇ ਕਰੋਧੁ ਸਰੀਰਿ ਚੰਡਾਰਾ ॥
ତାହାର ଶରୀରରେ ଚାଣ୍ଡାଳ କ୍ରୋଧ ହିଁ ବାସ କରିଥାଏ,
ਅਗਿਆਨਿ ਨ ਸੂਝੈ ਮਹਾ ਗੁਬਾਰਾ ॥੩॥
କିନ୍ତୁ ସେହି ଅଜ୍ଞାନ ଏହା ବୁଝେ ନାହିଁ, କାରଣ ତାହାର ମନରେ ଅଜ୍ଞାନତାର ମହା ଅନ୍ଧକାର ବନି ରହିଥାଏ॥3॥
ਭ੍ਰਮਤ ਬਿਆਪਤ ਜਰੇ ਕਿਵਾਰਾ ॥
ତାହାର ମନରେ ଭ୍ରମ ବ୍ୟାପ୍ତ ରହି କବାଟ ଲାଗିଥାଏ,
ਜਾਣੁ ਨ ਪਾਈਐ ਪ੍ਰਭ ਦਰਬਾਰਾ ॥੪॥
ଯେଉଁ କାରଣରୁ ସେ ପ୍ରଭୁଙ୍କ ଦରବାରକୁ ଯାଇ ପାରେ ନାହିଁ॥4॥
ਆਸਾ ਅੰਦੇਸਾ ਬੰਧਿ ਪਰਾਨਾ ॥
ଆଶା ଓ ଚିନ୍ତା ପ୍ରାଣୀକୁ ବାନ୍ଧି ରଖିଥାଏ,
ਮਹਲੁ ਨ ਪਾਵੈ ਫਿਰਤ ਬਿਗਾਨਾ ॥੫॥
ଯାହା ଦ୍ଵାରା ସେ ପ୍ରଭୁଙ୍କୁ ପାଇ ପାରେ ନାହିଁ ଆଉ ଅଚିହ୍ନା ଭଳି ପଥଭ୍ରଷ୍ଟ ହୋଇଥାଏ॥5॥
ਸਗਲ ਬਿਆਧਿ ਕੈ ਵਸਿ ਕਰਿ ਦੀਨਾ ॥
ଏପରି ମନୁଷ୍ୟକୁ ପରମାତ୍ମା ସବୁ ବ୍ୟାଧିର ବଶରେ ରଖିଥାନ୍ତି।
ਫਿਰਤ ਪਿਆਸ ਜਿਉ ਜਲ ਬਿਨੁ ਮੀਨਾ ॥੬॥
ଯେପରି ଜଳ ବିନା ମାଛ ଛଟପଟ ହେଉଥାଏ, ସେପରି ହିଁ ସେ ତୃଷ୍ଣାରେ ପଥଭ୍ରଷ୍ଟ ରହିଥାଏ॥6॥
ਕਛੂ ਸਿਆਨਪ ਉਕਤਿ ਨ ਮੋਰੀ ॥
ମୋର ଅନେକ ଚତୁରତା ଓ ଯୁକ୍ତି କାମ କରେ ନାହିଁ।
ਏਕ ਆਸ ਠਾਕੁਰ ਪ੍ਰਭ ਤੋਰੀ ॥੭॥
ହେ ପ୍ରଭୁ! ମୋତେ ଏକ ତୋର ହିଁ ଆଶା ଅଛି॥7॥
ਕਰਉ ਬੇਨਤੀ ਸੰਤਨ ਪਾਸੇ ॥
ମୁଁ ସନ୍ଥଙ୍କ ପାଖରେ ବିନତି କରିଥାଏ,
ਮੇਲਿ ਲੈਹੁ ਨਾਨਕ ਅਰਦਾਸੇ ॥੮॥
ନାନକ ଏହି ପ୍ରାର୍ଥନା କରନ୍ତି ଯେ ମୋତେ ନିଜ ସଙ୍ଗତିରେ ମିଳାଇ ଦିଅ॥8॥
ਭਇਓ ਕ੍ਰਿਪਾਲੁ ਸਾਧਸੰਗੁ ਪਾਇਆ ॥
ପରମାତ୍ମା ମୋ' ଉପରେ କୃପାଳୁ ହୋଇ ଯାଇଛନ୍ତି, ଯାହାଦ୍ୱାରା ମୁଁ ସାଧୁଙ୍କ ସଂଗତି ପ୍ରାପ୍ତ କରିଛି।
ਨਾਨਕ ਤ੍ਰਿਪਤੇ ਪੂਰਾ ਪਾਇਆ ॥੧॥ ਰਹਾਉ ਦੂਜਾ ॥੧॥
ହେ ନାନକ! ପୂର୍ଣ୍ଣ ପ୍ରଭୁଙ୍କୁ ପ୍ରାପ୍ତ କରି ମୁଁ ତୃପ୍ତ ହୋଇ ଯାଇଛି॥1॥ରୁହ ଦ୍ଵିତୀୟ॥1॥