Guru Granth Sahib Translation Project

guru granth sahib odia page-755

Page 755

ਰਾਗੁ ਸੂਹੀ ਮਹਲਾ ੩ ਘਰੁ ੧੦ ରାଗ ସୁହୀ ମହଲା 3 ଘର
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਦੁਨੀਆ ਨ ਸਾਲਾਹਿ ਜੋ ਮਰਿ ਵੰਞਸੀ ॥ ହେ ଜୀବ! ଦୁନିଆର ମିଥ୍ୟା ପ୍ରଶଂସା କର ନାହିଁ, କାରଣ ଏହା ନଶ୍ଵର ଅଟେ।
ਲੋਕਾ ਨ ਸਾਲਾਹਿ ਜੋ ਮਰਿ ਖਾਕੁ ਥੀਈ ॥੧॥ ଲୋକଙ୍କୁ ଖୋସମତ କର ନାହିଁ, କାରଣ ଲୋକ ମରି ପାଉଁଶ ହୋଇଯାଏ॥1॥
ਵਾਹੁ ਮੇਰੇ ਸਾਹਿਬਾ ਵਾਹੁ ॥ ୱାହ ମୋର ମାଲିକ! ତୁ ଧନ୍ୟ ଅଟୁ, ପ୍ରଶଂସାର ପାତ୍ର ଅଟୁ।
ਗੁਰਮੁਖਿ ਸਦਾ ਸਲਾਹੀਐ ਸਚਾ ਵੇਪਰਵਾਹੁ ॥੧॥ ਰਹਾਉ ॥ ଗୁରୁଙ୍କ ସାନିଧ୍ୟରେ ସେହି ସଚ୍ଚା ଏବଂ ନିଶ୍ଚିନ୍ତ ମାଲିକକୁ ସର୍ବଦା ସ୍ତୁତି କରିବା ଉଚିତ॥1॥ରୁହ॥
ਦੁਨੀਆ ਕੇਰੀ ਦੋਸਤੀ ਮਨਮੁਖ ਦਝਿ ਮਰੰਨਿ ॥ ଦୁନିଆ ସଙ୍ଗରେ ଲାଗି ସ୍ଵେଚ୍ଛାଚାରୀ ମନୁଷ୍ୟ ଜଳି ମରିଯାଏ।
ਜਮ ਪੁਰਿ ਬਧੇ ਮਾਰੀਅਹਿ ਵੇਲਾ ਨ ਲਾਹੰਨਿ ॥੨॥ ତାହାକୁ ଯମପୁରୀରେ ବାନ୍ଧି ମରାଯାଏ ଆଉ ପୁନର୍ବାର ମାନବ ଜନ୍ମର ସୁନେଲି ଅବସର ମିଳେନାହିଁ॥2॥
ਗੁਰਮੁਖਿ ਜਨਮੁ ਸਕਾਰਥਾ ਸਚੈ ਸਬਦਿ ਲਗੰਨਿ ॥ ଗୁରୁମୁଖୀର ଜନ୍ମ ସଫଳ ହୋଇଯାଏ ଆଉ ସଚ୍ଚା ଶବ୍ଦରେ ହିଁ ମଗ୍ନ ରହିଥାଏ।
ਆਤਮ ਰਾਮੁ ਪ੍ਰਗਾਸਿਆ ਸਹਜੇ ਸੁਖਿ ਰਹੰਨਿ ॥੩॥ ତାହାର ଅନ୍ତର୍ମନରେ ବାସ କରିଥିବା ରାମ ପ୍ରକଟ ହୋଇଯାନ୍ତି ଆଉ ସେ ସ୍ଵାଭାବିକ ଭାବରେ ସୁଖୀ ରହିଥାଏ॥3॥
ਗੁਰ ਕਾ ਸਬਦੁ ਵਿਸਾਰਿਆ ਦੂਜੈ ਭਾਇ ਰਚੰਨਿ ॥ ଗୁରୁଙ୍କ ଶବ୍ଦକୁ ଭୁଲିଥିବା ବ୍ୟକ୍ତି ଦୈତ୍ୟଭାବରେ ଫସି ରହିଥାଏ।
ਤਿਸਨਾ ਭੁਖ ਨ ਉਤਰੈ ਅਨਦਿਨੁ ਜਲਤ ਫਿਰੰਨਿ ॥੪॥ ତାହାର ତୃଷ୍ଣାର କ୍ଷୁଧା କେବେ ଦୂର ହୁଏନାହିଁ ଆଉ ସେ ସର୍ବଦା ତୃଷ୍ଣାରେ ହିଁ ଜଳି ରହିଥାଏ॥4॥
ਦੁਸਟਾ ਨਾਲਿ ਦੋਸਤੀ ਨਾਲਿ ਸੰਤਾ ਵੈਰੁ ਕਰੰਨਿ ॥ ଏପରି ସ୍ଵେଚ୍ଛାଚାରୀ ମନୁଷ୍ୟ ଦୁଷ୍ଟ ସହିତ ବନ୍ଧୁତା କରିଥାଏ, ପରନ୍ତୁ ସନ୍ଥ ସହିତ ଶତ୍ରୁତା କରିଥାଏ।
ਆਪਿ ਡੁਬੇ ਕੁਟੰਬ ਸਿਉ ਸਗਲੇ ਕੁਲ ਡੋਬੰਨਿ ॥੫॥ ସେ ନିଜ ପରିବାର ସହିତ ଭବସାଗରରେ ବୁଡିଯାଇଥାଏ ଆଉ ନିଜର ସଂପୂର୍ଣ୍ଣ ବଂଶକୁ ମଧ୍ୟ ବୁଡାଇ ଦେଇଥାଏ॥5॥
ਨਿੰਦਾ ਭਲੀ ਕਿਸੈ ਕੀ ਨਾਹੀ ਮਨਮੁਖ ਮੁਗਧ ਕਰੰਨਿ ॥ କାହାକୁ ମଧ୍ୟ ନିନ୍ଦା କରିବା ଭଲ ନୁହଁ, କିନ୍ତୁ ମୂର୍ଖ ମନମୁଖୀ ନିନ୍ଦା ହିଁ କରିଥାଏ।
ਮੁਹ ਕਾਲੇ ਤਿਨ ਨਿੰਦਕਾ ਨਰਕੇ ਘੋਰਿ ਪਵੰਨਿ ॥੬॥ ପରମାତ୍ମାଙ୍କ ଦରବାରରେ ତାହାର ମୁହଁ କଳା କରାଯାଏ ଆଉ ସେ ଘୋର ନରକରେ ପଡିଥାଏ॥6॥
ਏ ਮਨ ਜੈਸਾ ਸੇਵਹਿ ਤੈਸਾ ਹੋਵਹਿ ਤੇਹੇ ਕਰਮ ਕਮਾਇ ॥ ହେ ମନ! ତୁ ଯେପରି ସେବା କରୁ, ସେପରି ହିଁ ବନି ଯାଉ ଏବଂ ସେପରି ହିଁ କର୍ମ କରୁ।
ਆਪਿ ਬੀਜਿ ਆਪੇ ਹੀ ਖਾਵਣਾ ਕਹਣਾ ਕਿਛੂ ਨ ਜਾਇ ॥੭॥ ଜୀବ ନିଜେ ବୀଜ ସୃଷ୍ଟି କରି ସ୍ଵୟଂ ତାହାର ଫଳ ଖାଇବାକୁ ହୋଇଥାଏ, ଏହା ବିଷୟରେ ଆଉ କିଛି କୁହାଯାଇ ପାରିବ ନାହିଁ॥7॥
ਮਹਾ ਪੁਰਖਾ ਕਾ ਬੋਲਣਾ ਹੋਵੈ ਕਿਤੈ ਪਰਥਾਇ ॥ ମହାପୁରୁଷଙ୍କ ପ୍ରବଚନ କୌଣସି ପରମାର୍ଥ ପାଇଁ ହୋଇଥାଏ,
ਓਇ ਅੰਮ੍ਰਿਤ ਭਰੇ ਭਰਪੂਰ ਹਹਿ ਓਨਾ ਤਿਲੁ ਨ ਤਮਾਇ ॥੮॥ ସେ ଅମୃତମୟୀ ନାମ-ରସରେ ଭରପୁର ହୋଇଥାଏ ଆଉ ତାହା ପାଖରେ ତିଳେ ମାତ୍ର ଲୋଭ ନଥାଏ॥8॥
ਗੁਣਕਾਰੀ ਗੁਣ ਸੰਘਰੈ ਅਵਰਾ ਉਪਦੇਸੇਨਿ ॥ ସେହି ପରୋପକାରୀ ମହାପୁରୁଷ ସ୍ଵୟଂ ଉତ୍ତମ ଗୁଣ ଗ୍ରହଣ କରିଥାନ୍ତି ଆଉ ଅନ୍ୟକୁ ମଧ୍ୟ ଉପଦେଶ ଦେଇଥାନ୍ତି।
ਸੇ ਵਡਭਾਗੀ ਜਿ ਓਨਾ ਮਿਲਿ ਰਹੇ ਅਨਦਿਨੁ ਨਾਮੁ ਲਏਨਿ ॥੯॥ ଯେଉଁ ବ୍ୟକ୍ତି ତାହାଙ୍କ ସଙ୍ଗତିରେ ରହିଥାଏ, ସେ ବଡ ଭାଗ୍ୟବାନ ଅଟେ ଆଉ ରାତିଦିନ ନିରଙ୍କାରଙ୍କ ନାମ ଜପ କରିଥାଏ॥9॥
ਦੇਸੀ ਰਿਜਕੁ ਸੰਬਾਹਿ ਜਿਨਿ ਉਪਾਈ ਮੇਦਨੀ ॥ ଯେଉଁ ଇଶ୍ଵର ସୃଷ୍ଟି ଉତ୍ପନ୍ନ କରିଛନ୍ତି, ସେ ସବୁଙ୍କୁ ଆହାର ଦିଅନ୍ତି।
ਏਕੋ ਹੈ ਦਾਤਾਰੁ ਸਚਾ ਆਪਿ ਧਣੀ ॥੧੦॥ ଏକ ସେ ହିଁ ସବୁଙ୍କୁ ଦେବା ବାଲା ଅଟନ୍ତି, ଯିଏ ସର୍ବଦା ସତ୍ୟ ଓ ସବୁଙ୍କ ମାଲିକ ଅଟନ୍ତି॥10॥
ਸੋ ਸਚੁ ਤੇਰੈ ਨਾਲਿ ਹੈ ਗੁਰਮੁਖਿ ਨਦਰਿ ਨਿਹਾਲਿ ॥ ହେ ଜୀବ! ସେହି ସତ୍ୟ ତୋର ସାଥିରେ ରହିଥାଏ ଆଉ ଗୁରୁମୁଖୀକୁ ନିଜ କୃପା ଦୃଷ୍ଟିରେ ପ୍ରସନ୍ନ କରାଇ ଥାଏ।
ਆਪੇ ਬਖਸੇ ਮੇਲਿ ਲਏ ਸੋ ਪ੍ਰਭੁ ਸਦਾ ਸਮਾਲਿ ॥੧੧॥ ଯିଏ ସ୍ଵୟଂ ହିଁ କୃପା କରି ଜୀବକୁ ନିଜସାଥିରେ ମିଳାଇ ଥାଆନ୍ତି, ସେହି ପ୍ରଭୁଙ୍କୁ ସର୍ବଦା ସ୍ମରଣ କର॥11॥
ਮਨੁ ਮੈਲਾ ਸਚੁ ਨਿਰਮਲਾ ਕਿਉ ਕਰਿ ਮਿਲਿਆ ਜਾਇ ॥ ମନୁଷ୍ୟର ମନ ବଡ ମଇଳା ଅଟେ, ପରନ୍ତୁ ସଚ୍ଚା ପ୍ରଭୁ ନିର୍ମଳ ଅଟନ୍ତି, ପୁଣି ସେହି ପ୍ରଭୁଙ୍କୁ କିପରି ମିଳନ କରିବା?
ਪ੍ਰਭੁ ਮੇਲੇ ਤਾ ਮਿਲਿ ਰਹੈ ਹਉਮੈ ਸਬਦਿ ਜਲਾਇ ॥੧੨॥ ଯଦି ପ୍ରଭୁ ସ୍ଵୟଂ ହିଁ ମନୁଷ୍ୟକୁ ନିଜ ସାଥିରେ ମିଳାଇ ନିଅନ୍ତି, ତାହାହେଲେ ସେ ତାହାଙ୍କ ସହିତ ମିଶି ରହିଥାଏ, ସେ ଶବ୍ଦ ଦ୍ଵାରା ନିଜ ଅହଂତ୍ଵକୁ ଜଳାଇ ଦେଇଥାଏ॥12॥
ਸੋ ਸਹੁ ਸਚਾ ਵੀਸਰੈ ਧ੍ਰਿਗੁ ਜੀਵਣੁ ਸੰਸਾਰਿ ॥ ଯଦି ମନୁଷ୍ୟକୁ ସଚ୍ଚା ପ୍ରଭୁ ହୁଳିଯାନ୍ତି, ସଂସାରରେ ସେ ବଞ୍ଚିବା ଧିକ୍କାର ଯୋଗ୍ୟ ଅଟେ।
ਨਦਰਿ ਕਰੇ ਨਾ ਵੀਸਰੈ ਗੁਰਮਤੀ ਵੀਚਾਰਿ ॥੧੩॥ ଯଦି ସେ ନିଜ କୃପା କରନ୍ତି, ତାହାହେଲେ ତାହାକୁ କେବେ ମଧ୍ୟ ଭୁଲନ୍ତି ନାହିଁ ଏବଂ ସେ ଗୁରୁଙ୍କ ଶିକ୍ଷା ଦ୍ଵାରା ପ୍ରଭୁଙ୍କ ଚିନ୍ତନ କରିଥାଏ॥13॥
ਸਤਿਗੁਰੁ ਮੇਲੇ ਤਾ ਮਿਲਿ ਰਹਾ ਸਾਚੁ ਰਖਾ ਉਰ ਧਾਰਿ ॥ ଯଦି ସଦଗୁରୁ ସେହି ପରମାତ୍ମାଙ୍କ ସହିତ ମିଳାଇ ଦିଅନ୍ତି, ମୁଁ ତାହାଙ୍କ ସହିତ ମିଶି ରହିବି ଆଉ ପରମ ସତ୍ୟକୁ ନିଜ ହୃଦୟରେ ସ୍ଥାପନ କରିବି।
ਮਿਲਿਆ ਹੋਇ ਨ ਵੀਛੁੜੈ ਗੁਰ ਕੈ ਹੇਤਿ ਪਿਆਰਿ ॥੧੪॥ ଯେଉଁ ବ୍ୟକ୍ତି ଗୁରୁଙ୍କ ପ୍ରେମ ଦ୍ଵାରା ପ୍ରଭୁଙ୍କ ସହିତ ମିଶି ରହିଥାଏ, ସେ ତାହାଙ୍କ ଠାରୁ କଦାପି ବିଛେଦ ହୁଏନାହିଁ॥14॥
ਪਿਰੁ ਸਾਲਾਹੀ ਆਪਣਾ ਗੁਰ ਕੈ ਸਬਦਿ ਵੀਚਾਰਿ ॥ ସେ ଗୁରୁ-ଶବ୍ଦର ଚିନ୍ତନ ଦ୍ଵାରା ନିଜ ପ୍ରଭୁଙ୍କ ସ୍ତୁତି କରିଥାଏ।
ਮਿਲਿ ਪ੍ਰੀਤਮ ਸੁਖੁ ਪਾਇਆ ਸੋਭਾਵੰਤੀ ਨਾਰਿ ॥੧੫॥ ଶୋଭାବାନ ଜୀବ-ସ୍ତ୍ରୀ ନିଜ ପ୍ରିୟତମ ପ୍ରଭୁଙ୍କୁ ମିଶି ସୁଖ ପାଇଥାଏ॥15॥
ਮਨਮੁਖ ਮਨੁ ਨ ਭਿਜਈ ਅਤਿ ਮੈਲੇ ਚਿਤਿ ਕਠੋਰ ॥ ସ୍ଵେଚ୍ଛାଚାରୀ ମନୁଷ୍ୟର ମନ ପ୍ରଭୁଙ୍କ ଠାରେ ମଗ୍ନ ହୁଏନାହିଁ, ସେ ବହୁତ ଅପବିତ୍ର ଓ କଠୋର ହୃଦୟ ବାଲା ଅଟେ।
ਸਪੈ ਦੁਧੁ ਪੀਆਈਐ ਅੰਦਰਿ ਵਿਸੁ ਨਿਕੋਰ ॥੧੬॥ ଯଦି ସାପକୁ ଦୁଧ ଦିଆଯାଏ, ତାହାର ଭିତରୁ କେବଳ ବିଷ ହିଁ ବାହାରିଥାଏ॥16॥
ਆਪਿ ਕਰੇ ਕਿਸੁ ਆਖੀਐ ਆਪੇ ਬਖਸਣਹਾਰੁ ॥ ଆମେ କାହା ପାଖରେ ଅଭିଯୋଗ କରିବା? ପରମାତ୍ମା ସ୍ଵୟଂ ହିଁ ସବୁକିଛି କରିଥାନ୍ତି ଆଉ ସ୍ଵୟଂ ହିଁ କ୍ଷମାଶୀଳ ଅଟନ୍ତି।
ਗੁਰ ਸਬਦੀ ਮੈਲੁ ਉਤਰੈ ਤਾ ਸਚੁ ਬਣਿਆ ਸੀਗਾਰੁ ॥੧੭॥ ଗୁରୁଙ୍କ ଶବ୍ଦ ଦ୍ଵାରା ଯେତେବେଳେ ମନରୁ ଅହଂତ୍ଵ ରୂପୀ ମଇଳା ଦୂର ହୋଇଯାଏ, ତାହାହେଲେ ହିଁ ସତ୍ୟର ଶୃଙ୍ଗାର ହୋଇଥାଏ॥17॥


© 2017 SGGS ONLINE
error: Content is protected !!
Scroll to Top