Guru Granth Sahib Translation Project

guru granth sahib odia page-753

Page 753

ਆਪੇ ਥਾਪਿ ਉਥਾਪਿ ਸਬਦਿ ਨਿਵਾਜਿਆ ॥੫॥ ତୁ ହିଁ ଏହି ସଂସାର ଉତ୍ପନ୍ନ କରିଛୁ, ତୁ ସ୍ଵୟଂ ହିଁ ଜାତ କରି ନାଶ କରୁ ଏବଂ ଶବ୍ଦ ଦ୍ଵାରା ଅନେକ ଜୀବକୁ ତୁ ସତ୍କୃତ କରୁ॥5॥
ਦੇਹੀ ਭਸਮ ਰੁਲਾਇ ਨ ਜਾਪੀ ਕਹ ਗਇਆ ॥ ଜଣା ନାହିଁ ଯେ ଜୀବ ନିଜ ଦେହକୁ ମାଟିରେ ମିଳାଇ କେଉଁ ଆଡେ ଚାଲିଯାଏ।
ਆਪੇ ਰਹਿਆ ਸਮਾਇ ਸੋ ਵਿਸਮਾਦੁ ਭਇਆ ॥੬॥ ପରମାତ୍ମା ସ୍ଵୟଂ ହିଁ ସବୁଙ୍କ ଠାରେ ରହିଛନ୍ତି ଆଉ ଏହା ବହୁତ ବଡ ଆଶ୍ଚର୍ଯ୍ୟ ଅଟେ॥6॥
ਤੂੰ ਨਾਹੀ ਪ੍ਰਭ ਦੂਰਿ ਜਾਣਹਿ ਸਭ ਤੂ ਹੈ ॥ ହେ ପ୍ରଭୁ! ତୁ ଦୂରରେ ନାହୁଁ, ସମସ୍ତେ ଜାଣନ୍ତି ଯେ ଏକ ତୁ ହିଁ ସର୍ବବ୍ୟାପୀ ଅଟୁ।
ਗੁਰਮੁਖਿ ਵੇਖਿ ਹਦੂਰਿ ਅੰਤਰਿ ਭੀ ਤੂ ਹੈ ॥੭॥ ଗୁରୁମୁଖୀ ତୋତେ ନିଜ ସମ୍ମୁଖରେ ହିଁ ଦେଖିଥାଏ ଆଉ ସବୁଙ୍କ ହୃଦୟରେ ତୁ ହିଁ ବାସ କରୁ॥7॥
ਮੈ ਦੀਜੈ ਨਾਮ ਨਿਵਾਸੁ ਅੰਤਰਿ ਸਾਂਤਿ ਹੋਇ ॥ ହେ ମାଲିକ! ମୋତେ ନିଜ ନାମର ନିବାସ ଦିଅ, ଯେପରି ମୋର ମନରେ ଶାନ୍ତି ପ୍ରାପ୍ତ ହେବ।
ਗੁਣ ਗਾਵੈ ਨਾਨਕ ਦਾਸੁ ਸਤਿਗੁਰੁ ਮਤਿ ਦੇਇ ॥੮॥੩॥੫॥ ଦାସ ନାନକ କହନ୍ତି ଯେ ଯଦି ସଦଗୁରୁ ସଦୋପଦେଶ ଦିଅନ୍ତି, ସେ ନିରଙ୍କାରଙ୍କ ଗୁଣଗାନ କରିଥାଏ||8||3||5||
ਰਾਗੁ ਸੂਹੀ ਮਹਲਾ ੩ ਘਰੁ ੧ ਅਸਟਪਦੀਆ ରାଗ ସୁହୀ ମହଲା 3 ଘର 1 ଅଷ୍ଟପଦୀ
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਨਾਮੈ ਹੀ ਤੇ ਸਭੁ ਕਿਛੁ ਹੋਆ ਬਿਨੁ ਸਤਿਗੁਰ ਨਾਮੁ ਨ ਜਾਪੈ ॥ ହେ ଭାଇ! ପରମେଶ୍ଵରଙ୍କ ନାମରୁ ହିଁ ସବୁକିଛି ଉତ୍ପନ୍ନ ହୋଇଛି, ପରନ୍ତୁ ସଦଗୁରୁଙ୍କ ବିନା ନାମର ଜ୍ଞାନ ହୁଏନାହିଁ।
ਗੁਰ ਕਾ ਸਬਦੁ ਮਹਾ ਰਸੁ ਮੀਠਾ ਬਿਨੁ ਚਾਖੇ ਸਾਦੁ ਨ ਜਾਪੈ ॥ ଗୁରୁଙ୍କ ଶବ୍ଦ ମିଠା ମହାରସ ଅଟେ, କିନ୍ତୁ ଆସ୍ଵାଦନ କରିବା ବିନା ତାହାର ସ୍ଵାଦ ଜଣା ପଡେ ନାହିଁ।
ਕਉਡੀ ਬਦਲੈ ਜਨਮੁ ਗਵਾਇਆ ਚੀਨਸਿ ਨਾਹੀ ਆਪੈ ॥ ଯେଉଁ ମନୁଷ୍ୟ ନିଜ ଅମୂଲ୍ୟ ଜୀବନ କଉଡି ଭଳି ବ୍ୟର୍ଥରେ ହରାଇ ଥାଏ, ସେ ନିଜ ଆତ୍ମ ସ୍ଵରୁପକୁ ଜାଣେ ନାହିଁ।
ਗੁਰਮੁਖਿ ਹੋਵੈ ਤਾ ਏਕੋ ਜਾਣੈ ਹਉਮੈ ਦੁਖੁ ਨ ਸੰਤਾਪੈ ॥੧॥ ଯଦି ସେ ଗୁରୁମୁଖୀ ବନିଯାଏ, ଏକ ପରମାତ୍ମାଙ୍କୁ ହିଁ ଜାଣିଥାଏ ଆଉ ତାହାକୁ ଅହଂ ରୂପୀ ଦୁଃଖ ପୀଡିତ କରେ ନାହିଁ॥1॥
ਬਲਿਹਾਰੀ ਗੁਰ ਅਪਣੇ ਵਿਟਹੁ ਜਿਨਿ ਸਾਚੇ ਸਿਉ ਲਿਵ ਲਾਈ ॥ ମୁଁ ନିଜ ଗୁରୁଙ୍କ ପ୍ରତି ସମର୍ପିତ ଅଟେ, ଯିଏ ସତ୍ୟ ପ୍ରଭୁଙ୍କୁ ମୋର ଲଗ୍ନରେ ଲଗାଇଛନ୍ତି।
ਸਬਦੁ ਚੀਨ੍ਹ੍ਹਿ ਆਤਮੁ ਪਰਗਾਸਿਆ ਸਹਜੇ ਰਹਿਆ ਸਮਾਈ ॥੧॥ ਰਹਾਉ ॥ ଶବ୍ଦକୁ ଜାଣିପାରି ମନରେ ଆନନ୍ଦିତ ହୋଇଯାଏ ଏବଂ ସ୍ଵାଭାବିକ ଭାବରେ ସତ୍ୟରେ ବିଲୀନ ରହିଥାଏ॥1॥ରୁହ॥
ਗੁਰਮੁਖਿ ਗਾਵੈ ਗੁਰਮੁਖਿ ਬੂਝੈ ਗੁਰਮੁਖਿ ਸਬਦੁ ਬੀਚਾਰੇ ॥ ଗୁରୁମୁଖୀ ପରମାତ୍ମାଙ୍କ ଗୁଣ ହିଁ ଗାନ କରିଥାଏ, ସେ ପରମ ସତ୍ୟକୁ ହିଁ ବୁଝିଥାଏ ଆଉ ଶବ୍ଦର ହିଁ ଚିନ୍ତନ କରିଥାଏ।
ਜੀਉ ਪਿੰਡੁ ਸਭੁ ਗੁਰ ਤੇ ਉਪਜੈ ਗੁਰਮੁਖਿ ਕਾਰਜ ਸਵਾਰੇ ॥ ପ୍ରାଣ ଏବଂ ଶରୀର ସବୁ ଗୁରୁଙ୍କ ଠାରୁ ହିଁ ଉତ୍ପନ୍ନ ହୋଇଥାଏ ଆଉ ଗୁରୁମୁଖୀ ନିଜ କାର୍ଯ୍ୟ ସଫଳ କରିନିଏ।
ਮਨਮੁਖਿ ਅੰਧਾ ਅੰਧੁ ਕਮਾਵੈ ਬਿਖੁ ਖਟੇ ਸੰਸਾਰੇ ॥ ମନମୁଖୀ ଅନ୍ଧ ମନୁଷ୍ୟ ଅନ୍ଧ କାର୍ଯ୍ୟ ହିଁ କରିଥାଏ ଆଉ ସେ ସଂସାରରେ ମାୟା ରୂପୀ ବିଷ ହିଁ ଅର୍ଜନ କରିଥାଏ।
ਮਾਇਆ ਮੋਹਿ ਸਦਾ ਦੁਖੁ ਪਾਏ ਬਿਨੁ ਗੁਰ ਅਤਿ ਪਿਆਰੇ ॥੨॥ ଅତ୍ୟନ୍ତ ପ୍ରିୟ ଗୁରୁଙ୍କ ବିନା ସେ ମାୟାର ମୋହରେ ଫସି ସଦା ହିଁ ଦୁଃଖ ପ୍ରାପ୍ତ କରିଥାଏ॥2॥
ਸੋਈ ਸੇਵਕੁ ਜੇ ਸਤਿਗੁਰ ਸੇਵੇ ਚਾਲੈ ਸਤਿਗੁਰ ਭਾਏ ॥ ସେ ହିଁ ସଚ୍ଚା ସେବକ ଅଟେ, ଯିଏ ସଦଗୁରୁଙ୍କ ସେବା କରିଥାଏ ଆଉ ଗୁରୁଙ୍କ ଇଚ୍ଛାରେ ଚାଲିଥାଏ।
ਸਾਚਾ ਸਬਦੁ ਸਿਫਤਿ ਹੈ ਸਾਚੀ ਸਾਚਾ ਮੰਨਿ ਵਸਾਏ ॥ ପରମାତ୍ମାଙ୍କ ନାମ ସତ୍ୟ ଅଟେ ଆଉ ତାହାଙ୍କ କୀର୍ତ୍ତି ମଧ୍ୟ ସତ୍ୟ ଅଟେ, ଏଣୁ ସେ ସତ୍ୟକୁ ହିଁ ମନରେ ସ୍ଥାପନ କରିଥାଏ।
ਸਚੀ ਬਾਣੀ ਗੁਰਮੁਖਿ ਆਖੈ ਹਉਮੈ ਵਿਚਹੁ ਜਾਏ ॥ ଗୁରୁମୁଖୀ ସଚ୍ଚା ବାଣୀ ହିଁ ଉଚ୍ଚାରଣ କରିଥାଏ ଆଉ ତାହାଙ୍କ ଅନ୍ତର୍ମନରୁ ଅହଂତ୍ଵ ଦୂର ହୋଇଯାଏ।
ਆਪੇ ਦਾਤਾ ਕਰਮੁ ਹੈ ਸਾਚਾ ਸਾਚਾ ਸਬਦੁ ਸੁਣਾਏ ॥੩॥ ସଦଗୁରୁ ସ୍ଵୟଂ ହିଁ ଦାତା ଅଟନ୍ତି ଆଉ ତାହାଙ୍କ କୃପା ମଧ୍ୟ ସତ୍ୟ ଅଟେ, ସେ ସର୍ବଦା ସଚ୍ଚା ଶବ୍ଦ ହିଁ ଶୁଣାଇଥାନ୍ତି॥3॥
ਗੁਰਮੁਖਿ ਘਾਲੇ ਗੁਰਮੁਖਿ ਖਟੇ ਗੁਰਮੁਖਿ ਨਾਮੁ ਜਪਾਏ ॥ ଗୁରୁମୁଖୀ ନାମର ସାଧନା କରିଥାଏ, ନାମ ଧନ ସଞ୍ଚୟ କରିଥାଏ ଆଉ ଅନ୍ୟ ଦ୍ଵାରା ମଧ୍ୟ ପରମାତ୍ମାଙ୍କ ନାମ ଜପ କରାଇ ଥାଏ।
ਸਦਾ ਅਲਿਪਤੁ ਸਾਚੈ ਰੰਗਿ ਰਾਤਾ ਗੁਰ ਕੈ ਸਹਜਿ ਸੁਭਾਏ ॥ ସେ ସଦା ମାୟା ଠାରୁ ନିର୍ଲିପ୍ତ ରହି ସତ୍ୟର ରଙ୍ଗରେ ରଙ୍ଗୀନ ରହିଥାଏ ଆଉ ଗୁରୁଙ୍କ ପ୍ରେମ ଦ୍ଵାରା ସ୍ଵାଭାବିକ ଅବସ୍ଥାରେ ଲୀନ ରହିଥାଏ।
ਮਨਮੁਖੁ ਸਦ ਹੀ ਕੂੜੋ ਬੋਲੈ ਬਿਖੁ ਬੀਜੈ ਬਿਖੁ ਖਾਏ ॥ କିନ୍ତୁ ମନମୁଖୀ ସର୍ବଦା ମିଥ୍ୟା ହିଁ ବୋଲିଥାଏ, ମାୟା ରୂପୀ ବିଷ ବୁଣିଥାଏ ଏବଂ ସେହି ବିଷକୁ ହିଁ ଖାଇଥାଏ।
ਜਮਕਾਲਿ ਬਾਧਾ ਤ੍ਰਿਸਨਾ ਦਾਧਾ ਬਿਨੁ ਗੁਰ ਕਵਣੁ ਛਡਾਏ ॥੪॥ ସେ ମୃତ୍ୟୁର ବନ୍ଧନରେ ଫସି ତୃଷ୍ଣାର ଅଗ୍ନିରେ ଜଳିଥାଏ, ଗୁରୁଙ୍କ ବିନା ତାହାକୁ ମୃତ୍ୟୁ ଠାରୁ କିଏ ଛଡାଇ ପାରିବ?॥4॥
ਸਚਾ ਤੀਰਥੁ ਜਿਤੁ ਸਤ ਸਰਿ ਨਾਵਣੁ ਗੁਰਮੁਖਿ ਆਪਿ ਬੁਝਾਏ ॥ ସଦଗୁରୁ ହିଁ ତୀର୍ଥ ଅଟନ୍ତି, ଯେଉଁଠି ସତ୍ୟ(ନାମ) ରୂପୀ ସରୋବରରେ ସ୍ନାନ ହୋଇଥାଏ, କିନ୍ତୁ ଗୁରୁ ସ୍ଵୟଂ ହିଁ ଏହି ଜ୍ଞାନ ଦେଇଥାନ୍ତି।
ਅਠਸਠਿ ਤੀਰਥ ਗੁਰ ਸਬਦਿ ਦਿਖਾਏ ਤਿਤੁ ਨਾਤੈ ਮਲੁ ਜਾਏ ॥ ଗୁରୁଙ୍କ ଶବ୍ଦ ହିଁ ଅଠଷଠି ତୀର୍ଥ ଦେଖାଇ ଦିଏ, ଯେଉଁଠି ସ୍ନାନ କରିଲେ ଅହଂକାର ରୂପୀ ମଇଳା ଦୂର ହୋଇଯାଏ।
ਸਚਾ ਸਬਦੁ ਸਚਾ ਹੈ ਨਿਰਮਲੁ ਨਾ ਮਲੁ ਲਗੈ ਨ ਲਾਏ ॥ ଶବ୍ଦ-ଗୁରୁ ଶାଶ୍ଵତ ଅଟନ୍ତି ଆଉ ସେ ନିର୍ମଳ ତୀର୍ଥ ଅଟନ୍ତି, ଯାହାଙ୍କୁ କୌଣସି ମଇଳା ଲାଗେ ନାହିଁ ଆଉ ନା ମାୟା ତାହାଙ୍କୁ ମଇଳା ଲଗାଇ ପାରେ।
ਸਚੀ ਸਿਫਤਿ ਸਚੀ ਸਾਲਾਹ ਪੂਰੇ ਗੁਰ ਤੇ ਪਾਏ ॥੫॥ ସଚ୍ଚା ମହିମା-ସ୍ତୁତି ପୂର୍ଣ୍ଣ ଗୁରୁଙ୍କ ଦ୍ଵାରା ହିଁ ପ୍ରାପ୍ତ ହୋଇଥାଏ॥5॥
ਤਨੁ ਮਨੁ ਸਭੁ ਕਿਛੁ ਹਰਿ ਤਿਸੁ ਕੇਰਾ ਦੁਰਮਤਿ ਕਹਣੁ ਨ ਜਾਏ ॥ ଏହି ତନ ଓ ମନ ସେହି ପରମାତ୍ମାଙ୍କ ଦ୍ଵାରା ଦିଆ ହୋଇଛି, ପରନ୍ତୁ ଦୁର୍ବୁଦ୍ଧି ବାଲା ବ୍ୟକ୍ତି ଏହା ବୁଝେ ନାହିଁ।
ਹੁਕਮੁ ਹੋਵੈ ਤਾ ਨਿਰਮਲੁ ਹੋਵੈ ਹਉਮੈ ਵਿਚਹੁ ਜਾਏ ॥ ଯେତେବେଳେ ଈଶ୍ବରଙ୍କ ହୁକୁମ ହୋଇଥାଏ, ତାହାର ବୁଦ୍ଧି ନିର୍ମଳ ହୋଇଯାଏ ଏବଂ ତାହାର ମନରୁ ଅହଂତ୍ଵ ଦୂର ହୋଇଯାଏ।
ਗੁਰ ਕੀ ਸਾਖੀ ਸਹਜੇ ਚਾਖੀ ਤ੍ਰਿਸਨਾ ਅਗਨਿ ਬੁਝਾਏ ॥ ଯେଉଁ ବ୍ୟକ୍ତି ଗୁରୁଙ୍କ ଶିକ୍ଷା ସ୍ଵାଭାବିକ ଭାବରେ ଧାରଣ କରିଥାଏ, ତାହାର ତୃଷ୍ଣାଗ୍ନି ଲିଭିଯାଏ।
ਗੁਰ ਕੈ ਸਬਦਿ ਰਾਤਾ ਸਹਜੇ ਮਾਤਾ ਸਹਜੇ ਰਹਿਆ ਸਮਾਏ ॥੬॥ ସେ ଗୁରୁଙ୍କ ଶବ୍ଦ ଦ୍ଵାରା ପ୍ରଭୁ-ପ୍ରେମରେ ମଗ୍ନ ହୋଇ ସ୍ଵାଭାବିକ ଭାବରେ ସେଥିରେ ରହିଥାଏ॥6॥


© 2017 SGGS ONLINE
Scroll to Top