Guru Granth Sahib Translation Project

guru granth sahib odia page-737

Page 737

ਜਿਸ ਨੋ ਲਾਇ ਲਏ ਸੋ ਲਾਗੈ ॥ ଯାହାକୁ ପରମାତ୍ମା ସ୍ଵୟଂ ନିଜ ସାଥିରେ ଲଗାଇ ଥାଆନ୍ତି, ସେ ତାହାଙ୍କ ଠାରେ ଲାଗିଥାଏ।
ਗਿਆਨ ਰਤਨੁ ਅੰਤਰਿ ਤਿਸੁ ਜਾਗੈ ॥ ରତ୍ନ ଭଳି ଅମୂଲ୍ୟ ଜ୍ଞାନ ତାହାର ମନରେ ଜାଗ୍ରତ ହୋଇଥାଏ।
ਦੁਰਮਤਿ ਜਾਇ ਪਰਮ ਪਦੁ ਪਾਏ ॥ ତାହାର ଦୁର୍ମତି ନାସ ହୋଇଯାଏ ଆଉ ସେ ପରମ ପଦ ପାଇନିଏ।
ਗੁਰ ਪਰਸਾਦੀ ਨਾਮੁ ਧਿਆਏ ॥੩॥ ଗୁରୁଙ୍କ କୃପାରୁ ସେ ପରମାତ୍ମାଙ୍କ ନାମର ଧ୍ୟାନ କରିଥାଏ॥3॥
ਦੁਇ ਕਰ ਜੋੜਿ ਕਰਉ ਅਰਦਾਸਿ ॥ ହେ ପ୍ରଭୁ! ମୁଁ ନିଜ ଦୁଇ ହାତ ଯୋଡି ତୋର ସମ୍ମୁଖରେ ପ୍ରାର୍ଥନା କରିଥାଏ।
ਤੁਧੁ ਭਾਵੈ ਤਾ ਆਣਹਿ ਰਾਸਿ ॥ ଯେତେବେଳେ ତୋତେ ଭଲ ଲାଗିଥାଏ, ତୁ ମୋର କାର୍ଯ୍ୟ ସଫଳ କରୁ।
ਕਰਿ ਕਿਰਪਾ ਅਪਨੀ ਭਗਤੀ ਲਾਇ ॥ କୃପା କରି ନିଜ ଭକ୍ତିରେ ଲଗାଇ ରଖ।
ਜਨ ਨਾਨਕ ਪ੍ਰਭੁ ਸਦਾ ਧਿਆਇ ॥੪॥੨॥ ନାନକ ସର୍ବଦା ପ୍ରଭୁଙ୍କ ଧ୍ୟାନ କରିଥାନ୍ତି||4||2||
ਸੂਹੀ ਮਹਲਾ ੫ ॥ ସୁହୀ ମହଲା 5 ॥
ਧਨੁ ਸੋਹਾਗਨਿ ਜੋ ਪ੍ਰਭੂ ਪਛਾਨੈ ॥ ସେହି ସୁହାଗିନୀ ଧନ୍ୟ ଅଟେ, ଯିଏ ନି ପତି-ପ୍ରଭୁଙ୍କୁ ଜାଣିଥାଏ।
ਮਾਨੈ ਹੁਕਮੁ ਤਜੈ ਅਭਿਮਾਨੈ ॥ ସେ ନିଜ ପତି-ପ୍ରଭୁଙ୍କ ହୁକୁମ ମାନିଥାଏ ଏବଂ ଅଭିମାନ ତ୍ୟାଗ କରିଥାଏ।
ਪ੍ਰਿਅ ਸਿਉ ਰਾਤੀ ਰਲੀਆ ਮਾਨੈ ॥੧॥ ସେ ନିଜ ପ୍ରିୟର ପ୍ରେମରେ ମଗ୍ନ ରହି ଆନନ୍ଦ ପ୍ରାପ୍ତ କରିଥାଏ॥1॥
ਸੁਨਿ ਸਖੀਏ ਪ੍ਰਭ ਮਿਲਣ ਨੀਸਾਨੀ ॥ ହେ ମୋର ସଖୀ! ପ୍ରଭୁଙ୍କ ସହିତ ମିଶିବାର ଚିହ୍ନ ବା ଉପାୟ ଶୁଣ।
ਮਨੁ ਤਨੁ ਅਰਪਿ ਤਜਿ ਲਾਜ ਲੋਕਾਨੀ ॥੧॥ ਰਹਾਉ ॥ ଲୋକ-ଲଜ୍ଜା ତ୍ୟାଗ କରି ନିଜ ମନ-ତନ ପ୍ରଭୁଙ୍କୁ ଅର୍ପଣ କର॥1॥ରୁହ॥
ਸਖੀ ਸਹੇਲੀ ਕਉ ਸਮਝਾਵੈ ॥ ସଖୀ ନିଜ ବାନ୍ଧବୀକୁ ବୁଝାଇ ଥାଏ ଯେ
ਸੋਈ ਕਮਾਵੈ ਜੋ ਪ੍ਰਭ ਭਾਵੈ ॥ ਸਾ ਸੋਹਾਗਣਿ ਅੰਕਿ ਸਮਾਵੈ ॥੨॥ ସେ ଏହି କାର୍ଯ୍ୟ କରୁ, ଯାହା ପ୍ରଭୁଙ୍କୁ ଭଲ ଲାଗିଥାଏ, ପୁଣି ସେହି ସୁହାଗିନୀ ପ୍ରଭୁଙ୍କ ଚରଣରେ ଲାଗି ରହିଥାଏ॥2।
ਗਰਬਿ ਗਹੇਲੀ ਮਹਲੁ ਨ ਪਾਵੈ ॥ ଅହଂକାରରେ ଫସି ଜୀବ-ସ୍ତ୍ରୀ ପ୍ରଭୁଙ୍କୁ ପାଇ ପାରେ ନାହିଁ।
ਫਿਰਿ ਪਛੁਤਾਵੈ ਜਬ ਰੈਣਿ ਬਿਹਾਵੈ ॥ ଯେତେବେଳେ ତାହାର ଜୀବନ ରୂପୀ ରାତ୍ରି ବିତିଯାଏ, ସେ ପଶ୍ଚାତାପ କରିଥାଏ।
ਕਰਮਹੀਣਿ ਮਨਮੁਖਿ ਦੁਖੁ ਪਾਵੈ ॥੩॥ କର୍ମହୀନ ମନମୁଖୀ ଜୀବ-ସ୍ତ୍ରୀ ବହୁତ ଦୁଃଖ ପ୍ରାପ୍ତ କରିଥାଏ॥3॥
ਬਿਨਉ ਕਰੀ ਜੇ ਜਾਣਾ ਦੂਰਿ ॥ ମୁଁ ପ୍ରଭୁଙ୍କ ସମ୍ମୁଖରେ ହିଁ ବିନତି କରିବି, କେବଳ ଯଦି ତାହାଙ୍କୁ ମୁଁ ଦୂର ଭାବିବି।
ਪ੍ਰਭੁ ਅਬਿਨਾਸੀ ਰਹਿਆ ਭਰਪੂਰਿ ॥ ସେହି ଅବିନାଶୀ ପ୍ରଭୁ ସର୍ବବ୍ୟାପକ ଅଟନ୍ତି।
ਜਨੁ ਨਾਨਕੁ ਗਾਵੈ ਦੇਖਿ ਹਦੂਰਿ ॥੪॥੩॥ ନାନକ ତାହାଙ୍କୁ ନିଜ ପାଖରେ ଦେଖି ତାହାଙ୍କ ଗୁଣଗାନ କରିଥାନ୍ତି||4||3||
ਸੂਹੀ ਮਹਲਾ ੫ ॥ ସୁହୀ ମହଲା 5 ॥
ਗ੍ਰਿਹੁ ਵਸਿ ਗੁਰਿ ਕੀਨਾ ਹਉ ਘਰ ਕੀ ਨਾਰਿ ॥ ହେ ସଖୀ! ଗୁରୁ ମୋର ହୃଦୟ ଘର ମୋର ବଶରେ କରିଛନ୍ତି ଆଉ ଏବେ ମୁଁ ହୃଦୟ ଘରେ ସ୍ଵାମିନୀ ବନି ଯାଇଛି।
ਦਸ ਦਾਸੀ ਕਰਿ ਦੀਨੀ ਭਤਾਰਿ ॥ ମୋର ପତି-ପ୍ରଭୁ ମୋର ଦଶ ଇନ୍ଦ୍ରିୟକୁ ମୋର ବଶରେ ରଖିଛନ୍ତି।
ਸਗਲ ਸਮਗ੍ਰੀ ਮੈ ਘਰ ਕੀ ਜੋੜੀ ॥ ମୁଁ ନିଜ ହୃଦୟ ଘରର ସାରା ସାମଗ୍ରୀ ଏକାଠି କରିଛି।
ਆਸ ਪਿਆਸੀ ਪਿਰ ਕਉ ਲੋੜੀ ॥੧॥ ଏବେ ମୁଁ ମିଳନର ତୀବ୍ର ଲାଳସା ଦ୍ଵାରା ପତି-ପ୍ରଭୁଙ୍କୁ ପାଇବାକୁ ଚାହେଁ॥1॥
ਕਵਨ ਕਹਾ ਗੁਨ ਕੰਤ ਪਿਆਰੇ ॥ ମୁଁ ସେହି ପ୍ରିୟ ପ୍ରଭୁଙ୍କ କେଉଁ ଗୁଣ ବ୍ୟକ୍ତ କରିବି?
ਸੁਘੜ ਸਰੂਪ ਦਇਆਲ ਮੁਰਾਰੇ ॥੧॥ ਰਹਾਉ ॥ ସେହି ମୁରାରୀ ବଡ ଚତୁର, ସୁନ୍ଦର ରୂପ ବାଲା ଏବଂ ବଡ ଦୟାଳୁ ଅଟନ୍ତି॥1॥ରୁହ॥
ਸਤੁ ਸੀਗਾਰੁ ਭਉ ਅੰਜਨੁ ਪਾਇਆ ॥ ମୁଁ ସତ୍ୟର ଶୃଙ୍ଗାର କରିଛି ଏବଂ ତାହାଙ୍କ ପ୍ରେମ ଭୟର ସୁରମା ନିଜ ଆଖିରେ ଲଗାଇଛି।
ਅੰਮ੍ਰਿਤ ਨਾਮੁ ਤੰਬੋਲੁ ਮੁਖਿ ਖਾਇਆ ॥ ମୁଁ ଅମୃତମୟୀ ନାମ ରୂପୀ ପାନକୁ ନିଜ ମୁଖରେ ଖାଇଛି।
ਕੰਗਨ ਬਸਤ੍ਰ ਗਹਨੇ ਬਨੇ ਸੁਹਾਵੇ ॥ ବର୍ତ୍ତମାନ, ସତ୍ୟର ଶୃଙ୍ଗାର ଦ୍ଵାରା ସୁସଜ୍ଜିତ, ମୋର କଙ୍ଗନ, ବସ୍ତ୍ର ଏବଂ ଆଭୁଷଣ ବହୁତ ସୁନ୍ଦର ଲାଗିଥାଏ।
ਧਨ ਸਭ ਸੁਖ ਪਾਵੈ ਜਾਂ ਪਿਰੁ ਘਰਿ ਆਵੈ ॥੨॥ ହେ ସଖୀ! ଜୀବ-ସ୍ତ୍ରୀ ହି ସୁଖ ପାଇଥାଏ, ଯେତେବେଳେ ତାହାଙ୍କ ପତି-ପ୍ରଭୁ ତାହାର ହୃଦୟ ଗୃହରେ ବାସ କରିଥାନ୍ତି॥2॥
ਗੁਣ ਕਾਮਣ ਕਰਿ ਕੰਤੁ ਰੀਝਾਇਆ ॥ ମୁଁ ଶୁଭ ଗୁଣର ଜାଦୁ କରି ନିଜ ପତି-ପରମେଶ୍ଵରଙ୍କୁ ପ୍ରସନ୍ନ କରିଛି।
ਵਸਿ ਕਰਿ ਲੀਨਾ ਗੁਰਿ ਭਰਮੁ ਚੁਕਾਇਆ ॥ ଗୁରୁ ମୋର ଭ୍ରମ ଦୂର କରି ଦେଇଛନ୍ତି, ତେଣୁ ମୁଁ ତାହାକୁ ନିଜ ବଶରେ କରିଛି।
ਸਭ ਤੇ ਊਚਾ ਮੰਦਰੁ ਮੇਰਾ ॥ ମୋର ହୃଦୟ ରୂପୀ ମନ୍ଦିର ସର୍ବୋତ୍ତମ ବନି ଯାଇଛି।
ਸਭ ਕਾਮਣਿ ਤਿਆਗੀ ਪ੍ਰਿਉ ਪ੍ਰੀਤਮੁ ਮੇਰਾ ॥੩॥ ମୋର ପ୍ରିୟତମ-ପ୍ରଭୁ ଅନ୍ୟ ସବୁ ଜୀବ-ସ୍ତ୍ରୀକୁ ଛାଡି ମୋତେ ନିଜର ବନାଇଛନ୍ତି॥3॥
ਪ੍ਰਗਟਿਆ ਸੂਰੁ ਜੋਤਿ ਉਜੀਆਰਾ ॥ ଯେତେବେଳେ ପ୍ରଭୁ-ରୂପୀ ସୂର୍ଯ୍ୟ ମୋର ହୃଦୟରେ ଉଦୟ ହୋଇଛନ୍ତି, ମୋର ମନରେ ଜ୍ୟୋତି ଉଜ୍ଜଳ ହୋଇ ଯାଇଛି।
ਸੇਜ ਵਿਛਾਈ ਸਰਧ ਅਪਾਰਾ ॥ ତାହାଙ୍କ ପାଇଁ ମୁଁ ହୃଦୟ ରୂପୀ ଶେଯ ବିଛାଇଛି।
ਨਵ ਰੰਗ ਲਾਲੁ ਸੇਜ ਰਾਵਣ ਆਇਆ ॥ ନବରଂଗ ପ୍ରିୟତମ ପ୍ରଭୁ ରମଣ କରିବା ପାଇଁ ମୋର ହୃଦୟ ରୂପୀ ଶେଯ ଉପରକୁ ଆସିଛନ୍ତି।
ਜਨ ਨਾਨਕ ਪਿਰ ਧਨ ਮਿਲਿ ਸੁਖੁ ਪਾਇਆ ॥੪॥੪॥ ହେ ନାନକ! ଜୀବ-ସ୍ତ୍ରୀ ପତି-ପ୍ରଭୁଙ୍କ ସହିତ ମିଶି ସୁଖ ପାଇଥାଏ||4||4||
ਸੂਹੀ ਮਹਲਾ ੫ ॥ ସୁହୀ ମହଲା 5 ॥
ਉਮਕਿਓ ਹੀਉ ਮਿਲਨ ਪ੍ਰਭ ਤਾਈ ॥ ପ୍ରଭୁ-ମିଳନ ପାଇଁ ମୋର ହୃଦୟ ଅଭିଳାଷରେ ଭରି ରହିଛି ଏବଂ
ਖੋਜਤ ਚਰਿਓ ਦੇਖਉ ਪ੍ਰਿਅ ਜਾਈ ॥ ମୁଁ ତାହାଙ୍କୁ ଖୋଜିବା ପାଇଁ ଚାଲିଛି, ଯେପରି ନିଜ ପ୍ରିୟବରଙ୍କୁ ଦେଖି ପାରିବି।
ਸੁਨਤ ਸਦੇਸਰੋ ਪ੍ਰਿਅ ਗ੍ਰਿਹਿ ਸੇਜ ਵਿਛਾਈ ॥ ନିଜ ପ୍ରିୟ-ପ୍ରଭୁଙ୍କ ଅଗମନର ସନ୍ଦେଶ ଶୁଣି ମୁଁ ନିଜ ହୃଦୟ ରୂପୀ ଘରେ ଶେଯ ବିଛାଇଛି।
ਭ੍ਰਮਿ ਭ੍ਰਮਿ ਆਇਓ ਤਉ ਨਦਰਿ ਨ ਪਾਈ ॥੧॥ ମୁଁ ବୁଲି ବୁଲି ଫେରି ଆସିଛି, ପରନ୍ତୁ ସେ ମୋତେ ଦେଖା ଦିଅନ୍ତି ନାହିଁ॥1॥
ਕਿਨ ਬਿਧਿ ਹੀਅਰੋ ਧੀਰੈ ਨਿਮਾਨੋ ॥ କେଉଁ ଉପାୟରେ ମୋର ଏହି ନିରୀହ ହୃଦୟରେ ଧୈର୍ଯ୍ୟ ଆସିବ?
ਮਿਲੁ ਸਾਜਨ ਹਉ ਤੁਝੁ ਕੁਰਬਾਨੋ ॥੧॥ ਰਹਾਉ ॥ ହେ ମୋର ବନ୍ଧୁ! ମୋ' ସହିତ ସାକ୍ଷାତ କର, ମୁଁ ତୋ' ପ୍ରତି ସମର୍ପିତ ଅଟେ॥1॥ରୁହ॥
ਏਕਾ ਸੇਜ ਵਿਛੀ ਧਨ ਕੰਤਾ ॥ ଜୀବ-ସ୍ତ୍ରୀ ଏବଂ ପତି-ପ୍ରଭୁଙ୍କ ପାଇଁ ଶେଯ ବିଛା ହୋଇଛି।
ਧਨ ਸੂਤੀ ਪਿਰੁ ਸਦ ਜਾਗੰਤਾ ॥ ଜୀବ-ସ୍ତ୍ରୀ ଅଜ୍ଞାନତାର ନିଦ୍ରାରେ ଶୋଇ ରହିଥାଏ, କିନ୍ତୁ ପତି-ପ୍ରଭୁ ସର୍ବଦା ଜ୍ଞାନରେ ଜାଗ୍ରତ ରହିଥାଏ।
ਪੀਓ ਮਦਰੋ ਧਨ ਮਤਵੰਤਾ ॥ ସେ ମୋହ-ମାୟା ରୂପୀ ମଦିରା ପାନ କରି ମତୁଆଲା ହୋଇ ଯାଇଛି।
ਧਨ ਜਾਗੈ ਜੇ ਪਿਰੁ ਬੋਲੰਤਾ ॥੨॥ ଯଦି ପତି-ପ୍ରଭୁ ତାହାକୁ ବୋଲାଇ ଜାଗ୍ରତ କରାଇ ଦିଅନ୍ତି, ତାହାହେଲେ ସେ ଅଜ୍ଞାନତାର ନିଦ୍ରାରୁ ଜାଗ୍ରତ ହୋଇଥାଏ॥2॥
ਭਈ ਨਿਰਾਸੀ ਬਹੁਤੁ ਦਿਨ ਲਾਗੇ ॥ ହେ ସଖୀ! ସେହି ପତି-ପ୍ରଭୁଙ୍କୁ ଖୋଜି ଖୋଜି ବହୁତ ଦିନ ବିତି ଯାଇଛି ଏବଂ ବର୍ତ୍ତମାନ ମୁଁ ନିରାଶ ହୋଇ ଯାଇଛି।
ਦੇਸ ਦਿਸੰਤਰ ਮੈ ਸਗਲੇ ਝਾਗੇ ॥ ମୁଁ ଦେଶ-ପ୍ରଦେଶ ଖୋଜି ଦେଖିଛି।
Scroll to Top
jp1131 https://login-bobabet.net/ https://sugoi168daftar.com/ https://login-domino76.com/
https://e-learning.akperakbid-bhaktihusada.ac.id/storages/gacor/
https://siakba.kpu-mamuju.go.id/summer/gcr/
jp1131 https://login-bobabet.net/ https://sugoi168daftar.com/ https://login-domino76.com/
https://e-learning.akperakbid-bhaktihusada.ac.id/storages/gacor/
https://siakba.kpu-mamuju.go.id/summer/gcr/