Page 735
ਸੂਹੀ ਮਹਲਾ ੪ ਘਰੁ ੭
ସୁହୀ ମହଲା 4 ଘର 7
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਤੇਰੇ ਕਵਨ ਕਵਨ ਗੁਣ ਕਹਿ ਕਹਿ ਗਾਵਾ ਤੂ ਸਾਹਿਬ ਗੁਣੀ ਨਿਧਾਨਾ ॥
ହେ ଇଶ୍ଵର! ତୁ ଆମ ସବୁଙ୍କ ମାଲିକ ଅଟୁ, ଗୁଣର ଭଣ୍ଡାର ଅଟୁ, ପୁଣି ମୁଁ ତୋହର କେଉଁ କେଉଁ ଗୁଣ କହି କହି ତୋର ଗାନ କରିବି?
ਤੁਮਰੀ ਮਹਿਮਾ ਬਰਨਿ ਨ ਸਾਕਉ ਤੂੰ ਠਾਕੁਰ ਊਚ ਭਗਵਾਨਾ ॥੧॥
ତୁ ଆମର ଠାକୁର ଅଟୁ, ସର୍ବୋଚ୍ଚ ଭଗବାନ ଆଉ ମୁଁ ତୋର ମହିମା ବର୍ଣ୍ଣନା କରି ପାରିବି ନାହିଁ॥1॥
ਮੈ ਹਰਿ ਹਰਿ ਨਾਮੁ ਧਰ ਸੋਈ ॥
ମୁଁ ହରି-ହରି ନାମ ଜପ କରିଥାଏ ଏବଂ ସେ ହିଁ ମୋର ଜୀବନର ଆଧାର ଅଟନ୍ତି।
ਜਿਉ ਭਾਵੈ ਤਿਉ ਰਾਖੁ ਮੇਰੇ ਸਾਹਿਬ ਮੈ ਤੁਝ ਬਿਨੁ ਅਵਰੁ ਨ ਕੋਈ ॥੧॥ ਰਹਾਉ ॥
ହେ ମୋର ସାହେବ! ତୋତେ ଯେପରି ଭଲ ଲାଗିଥାଏ, ମୋତେ ସେପରି ହିଁ ରଖ, କାରଣ ତୋ' ବିନା ମୋର କୌଣସି ଆଶ୍ରା ନାହିଁ॥1॥ରୁହ॥
ਮੈ ਤਾਣੁ ਦੀਬਾਣੁ ਤੂਹੈ ਮੇਰੇ ਸੁਆਮੀ ਮੈ ਤੁਧੁ ਆਗੈ ਅਰਦਾਸਿ ॥
ହେ ମୋର ସ୍ଵାମୀ! ତୁ ହିଁ ମୋର ବଳ ଆଉ ସାହାରା ଅଟୁ, ତୋ' ସମ୍ମୁଖରେ ପ୍ରାର୍ଥନା ଅଟେ।
ਮੈ ਹੋਰੁ ਥਾਉ ਨਾਹੀ ਜਿਸੁ ਪਹਿ ਕਰਉ ਬੇਨੰਤੀ ਮੇਰਾ ਦੁਖੁ ਸੁਖੁ ਤੁਝ ਹੀ ਪਾਸਿ ॥੨॥
ମୋ' ପାଇଁ ଅନ୍ୟ କୌଣସି ସ୍ଥାନ ନାହିଁ, ଯାହା ପାଖକୁ ଯାଇ ବିନତି କରିବି, ମୋର ଦୁଃଖ ଏବଂ ସୁଖ ତୋର ପାଖରେ ହିଁ କୁହାଯାଇ ପାରେ॥2॥
ਵਿਚੇ ਧਰਤੀ ਵਿਚੇ ਪਾਣੀ ਵਿਚਿ ਕਾਸਟ ਅਗਨਿ ਧਰੀਜੈ ॥
ପରମାତ୍ମା ଏକ ସ୍ଥାନରେ ହିଁ ସ୍ଥଳ ଓ ଜଳ ରଖିଛନ୍ତି ଆଉ କାଠରେ ଅଗ୍ନି ରଖିଛନ୍ତି।
ਬਕਰੀ ਸਿੰਘੁ ਇਕਤੈ ਥਾਇ ਰਾਖੇ ਮਨ ਹਰਿ ਜਪਿ ਭ੍ਰਮੁ ਭਉ ਦੂਰਿ ਕੀਜੈ ॥੩॥
ସେ ଛେଳି ଏବଂ ବାଘକୁ ଏକାଠି ଏକ ସ୍ଥାନରେ ରଖିଛନ୍ତି, ହେ ମୋର ମନ! ସେହି ଭଗବାନଙ୍କୁ ଜପ କର ଏବଂ ଭ୍ରମ ଓ ଭୟ ଦୂର କର॥3॥
ਹਰਿ ਕੀ ਵਡਿਆਈ ਦੇਖਹੁ ਸੰਤਹੁ ਹਰਿ ਨਿਮਾਣਿਆ ਮਾਣੁ ਦੇਵਾਏ ॥
ହେ ସନ୍ଥଜନ! ହରିଙ୍କ ବଡପଣ ଦେଖ, ସେ ମାନହୀନକୁ ମଧ୍ୟ ସମ୍ମାନ ଦେଇଥାନ୍ତି।
ਜਿਉ ਧਰਤੀ ਚਰਣ ਤਲੇ ਤੇ ਊਪਰਿ ਆਵੈ ਤਿਉ ਨਾਨਕ ਸਾਧ ਜਨਾ ਜਗਤੁ ਆਣਿ ਸਭੁ ਪੈਰੀ ਪਾਏ ॥੪॥੧॥੧੨॥
ହେ ନାନକ! ମନୁଷ୍ୟର ମୃତ୍ୟୁ ପରେ ଯେପରି ମାଟି ପାଦର ନୀଚରୁ ଉପରକୁ ଆସିଥାଏ ସେପରି ହିଁ ଭଗବାନ ସାରା ଜଗତକୁ ଆଣି ସାଧୁଜନଙ୍କ ପାଦରେ ରଖିଥାନ୍ତି ||4||1||12||
ਸੂਹੀ ਮਹਲਾ ੪ ॥
ସୁହୀ ମହଲା 4॥
ਤੂੰ ਕਰਤਾ ਸਭੁ ਕਿਛੁ ਆਪੇ ਜਾਣਹਿ ਕਿਆ ਤੁਧੁ ਪਹਿ ਆਖਿ ਸੁਣਾਈਐ ॥
ହେ ଇଶ୍ଵର! ତୁ ଜଗତର ରଚୟିତା ଅଟୁ ଆଉ ସବୁ କିଛି ସ୍ଵୟଂ ହିଁ ଜାଣିଛୁ, ପୁଣି ମୁଁ କଣ କହି ତୋତେ ଶୁଣାଇବି?
ਬੁਰਾ ਭਲਾ ਤੁਧੁ ਸਭੁ ਕਿਛੁ ਸੂਝੈ ਜੇਹਾ ਕੋ ਕਰੇ ਤੇਹਾ ਕੋ ਪਾਈਐ ॥੧॥
ଜୀବଙ୍କ ଦ୍ଵାରା କରାଯାଇଥିବା ମନ୍ଦ ଓ ଭଲ କର୍ମ ତୋତେ ସବୁ କିଛି ଜଣାଥାଏ, ଯେପରି କର୍ମ କେହି କରିଥାଏ, ସେପରି ଫଳ ସେ ପାଇଥାଏ॥1॥
ਮੇਰੇ ਸਾਹਿਬ ਤੂੰ ਅੰਤਰ ਕੀ ਬਿਧਿ ਜਾਣਹਿ ॥
ହେ ମୋର ମାଲିକ! ତୁ ସବୁଙ୍କ ମନର ଭାବନାକୁ ଜାଣିଛୁ।
ਬੁਰਾ ਭਲਾ ਤੁਧੁ ਸਭੁ ਕਿਛੁ ਸੂਝੈ ਤੁਧੁ ਭਾਵੈ ਤਿਵੈ ਬੁਲਾਵਹਿ ॥੧॥ ਰਹਾਉ ॥
ଜୀବଙ୍କ ଦ୍ଵାରା କରାଯାଇଥିବା ମନ୍ଦ ଓ ଭଲ କର୍ମ ତୋତେ ସବୁ କିଛି ଜଣାଥାଏ, ଯେପରି କର୍ମ ତୋତେ ଭଲ ଲାଗିଥାଏ, ସେପରି ଫଳ ସେ ପାଇଥାଏ॥1॥
ਸਭੁ ਮੋਹੁ ਮਾਇਆ ਸਰੀਰੁ ਹਰਿ ਕੀਆ ਵਿਚਿ ਦੇਹੀ ਮਾਨੁਖ ਭਗਤਿ ਕਰਾਈ ॥
ମାୟାର ମୋହ ଏବଂ ମନୁଷ୍ୟର ଶରୀର ଏହା ସବୁ ଭଗବାନ ହିଁ ବନାଇଛନ୍ତି, ସେ ମନୁଷ୍ୟ ଦ୍ଵାରା ଶରୀରରେ ହିଁ ଭକ୍ତି କରାଇ ଥାଆନ୍ତି।
ਇਕਨਾ ਸਤਿਗੁਰੁ ਮੇਲਿ ਸੁਖੁ ਦੇਵਹਿ ਇਕਿ ਮਨਮੁਖਿ ਧੰਧੁ ਪਿਟਾਈ ॥੨॥
କାହାକୁ ସେ ସଦଗୁରୁଙ୍କ ସହିତ ମିଶାଇ ସୁଖ ଦେଇଥାନ୍ତି ଆଉ କେହି ସ୍ଵେଚ୍ଛାଚାରୀକୁ ଜଗତର ଧନ୍ଦାରେ ଫସାଇ ରଖିଥାନ୍ତି॥2॥
ਸਭੁ ਕੋ ਤੇਰਾ ਤੂੰ ਸਭਨਾ ਕਾ ਮੇਰੇ ਕਰਤੇ ਤੁਧੁ ਸਭਨਾ ਸਿਰਿ ਲਿਖਿਆ ਲੇਖੁ ॥
ହେ ମୋର କର୍ତ୍ତା! ଏହି ସାରା ଜୀବ ତୋ' ଦ୍ଵାରା ହିଁ ଜାତ ହୋଇଛନ୍ତି ଆଉ ତୁ ହିଁ ସବୁଙ୍କ ମାଲିକ ଅଟୁ। ତୁ ହିଁ ସବୁ ଜୀବଙ୍କ କପାଳରେ ତାହାର ଭାଗ୍ୟ ଲେଖିଛୁ।
ਜੇਹੀ ਤੂੰ ਨਦਰਿ ਕਰਹਿ ਤੇਹਾ ਕੋ ਹੋਵੈ ਬਿਨੁ ਨਦਰੀ ਨਾਹੀ ਕੋ ਭੇਖੁ ॥੩॥
କୌଣସି ଜୀବ ଉପରେ ତୁ ଯେପରି ଦୃଷ୍ଟି କରୁ, ସେ ସେପରି ବନିଯାଏ, ତୋର ଦୃଷ୍ଟି ବିନା କେହି ମଧ୍ୟ ଭଲ କିମ୍ବା ମନ୍ଦ ହୁଏନାହିଁ॥3॥
ਤੇਰੀ ਵਡਿਆਈ ਤੂੰਹੈ ਜਾਣਹਿ ਸਭ ਤੁਧਨੋ ਨਿਤ ਧਿਆਏ ॥
ତୋର ମହିମାକୁ ତୁ ସ୍ଵୟଂ ହିଁ ଜାଣିଛୁ ଆଉ ସବୁ ଜୀବ ନିତ୍ୟ ତୋର ହିଁ ଧ୍ୟାନ କରିଥାନ୍ତି।
ਜਿਸ ਨੋ ਤੁਧੁ ਭਾਵੈ ਤਿਸ ਨੋ ਤੂੰ ਮੇਲਹਿ ਜਨ ਨਾਨਕ ਸੋ ਥਾਇ ਪਾਏ ॥੪॥੨॥੧੩॥
ନାନକ ପ୍ରାର୍ଥନା କରନ୍ତି, ' ହେ ପ୍ରଭୁ! ତୁ ଯାହାକୁ ଚାହୁଁ, ତାହାକୁ ନିଜ ସାଥିରେ ମିଳନ କରାଉ ଏବଂ ତୋ' ଦ୍ଵାରା ସେ ସ୍ଵୀକୃତ ହୋଇଯାଏ||4||2||13||
ਸੂਹੀ ਮਹਲਾ ੪ ॥
ସୁହୀ ମହଲା 4॥
ਜਿਨ ਕੈ ਅੰਤਰਿ ਵਸਿਆ ਮੇਰਾ ਹਰਿ ਹਰਿ ਤਿਨ ਕੇ ਸਭਿ ਰੋਗ ਗਵਾਏ ॥
ଯାହାର ମନରେ ମୋର ପରମାତ୍ମା ବାସ କରିଛନ୍ତି, ତାହାର ସବୁ ରୋଗ ଦୂର ହୋଇ ଯାଇଛି।
ਤੇ ਮੁਕਤ ਭਏ ਜਿਨ ਹਰਿ ਨਾਮੁ ਧਿਆਇਆ ਤਿਨ ਪਵਿਤੁ ਪਰਮ ਪਦੁ ਪਾਏ ॥੧॥
ଯିଏ ହରିନାମର ଧ୍ୟାନ କରିଛି, ସେ ମୁକ୍ତ ହୋଇ ଯାଇଛି ଆଉ ସେ ପବିତ୍ର ପରମପଦ ପାଇ ନେଇଛି॥1॥
ਮੇਰੇ ਰਾਮ ਹਰਿ ਜਨ ਆਰੋਗ ਭਏ ॥
ହେ ମୋର ରାମ! ଭକ୍ତଜନ ଅହଂ ଓ ଦୁଃଖରୁ ଆରୋଗ୍ୟ ହୋଇଛନ୍ତି।
ਗੁਰ ਬਚਨੀ ਜਿਨਾ ਜਪਿਆ ਮੇਰਾ ਹਰਿ ਹਰਿ ਤਿਨ ਕੇ ਹਉਮੈ ਰੋਗ ਗਏ ॥੧॥ ਰਹਾਉ ॥
ଯିଏ ଗୁରୁଙ୍କ ବଚନ ଦ୍ଵାରା ପରମାତ୍ମାଙ୍କ ନାମ ଜପ କରିଥାଏ, ତାହାର ଅହଂର ରୋଗ ଦୂର ହୋଇଯାଏ॥1॥ରୁହ॥
ਬ੍ਰਹਮਾ ਬਿਸਨੁ ਮਹਾਦੇਉ ਤ੍ਰੈ ਗੁਣ ਰੋਗੀ ਵਿਚਿ ਹਉਮੈ ਕਾਰ ਕਮਾਈ ॥
ବ୍ରହ୍ମା, ବିଷ୍ଣୁ ଏବଂ ଶିବଶଙ୍କର ମାୟାର ତ୍ରିଗୁଣ- ରଜଃ, ତମଃ ଏବଂ ସତ୍ତ୍ଵ ଗୁଣର ରୋଗୀ ଅଟନ୍ତି ଏବଂ ଅହଂ ସହିତ କାର୍ଯ୍ୟ କରିଥାନ୍ତି।
ਜਿਨਿ ਕੀਏ ਤਿਸਹਿ ਨ ਚੇਤਹਿ ਬਪੁੜੇ ਹਰਿ ਗੁਰਮੁਖਿ ਸੋਝੀ ਪਾਈ ॥੨॥
ଯେଉଁ ପରମାତ୍ମା ତାହାକୁ ଜାତ କରିଛନ୍ତି, ସେହି ବିଚରା ତାହାଙ୍କୁ ସ୍ମରଣ କରେ ନାହିଁ, ପରମାତ୍ମାଙ୍କ ଜ୍ଞାନ ଗୁରୁଙ୍କ ଦ୍ଵାରା ହିଁ ମିଳିଥାଏ॥2॥
ਹਉਮੈ ਰੋਗਿ ਸਭੁ ਜਗਤੁ ਬਿਆਪਿਆ ਤਿਨ ਕਉ ਜਨਮ ਮਰਣ ਦੁਖੁ ਭਾਰੀ ॥
ସଂପୂର୍ଣ୍ଣ ଜଗତ ଅହଂର ରୋଗରେ ଫସି ରହିଛି ଏବଂ ତାହାକୁ ଜନ୍ମ-ମରଣର ଭାରି ଦୁଃଖ ଲାଗି ରହିଥାଏ।