Guru Granth Sahib Translation Project

guru granth sahib odia page-729

Page 729

ਸੂਹੀ ਮਹਲਾ ੧ ਘਰੁ ੬ ସୁହୀ ମହଲା 1 ଘର 6
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਉਜਲੁ ਕੈਹਾ ਚਿਲਕਣਾ ਘੋਟਿਮ ਕਾਲੜੀ ਮਸੁ ॥ କାଂସ୍ୟ ଧାତୁ ବହୁତ ଉଜ୍ଜଳ ଚକ ଚକ ହୋଇଥାଏ, କିନ୍ତୁ ଏହାକୁ ଘଷିଲେ ଭିତରେ କଳା ଦେଖାଯାଇ
ਧੋਤਿਆ ਜੂਠਿ ਨ ਉਤਰੈ ਜੇ ਸਉ ਧੋਵਾ ਤਿਸੁ ॥੧॥ ଯଦି ଏହାକୁ ଶହେ ଥର ଧୁଆ ଯାଇଥାଏ, ତାହାହେଲେ ମଧ୍ୟ ଏହା ଦୂର ହୁଏନାହିଁ॥1॥
ਸਜਣ ਸੇਈ ਨਾਲਿ ਮੈ ਚਲਦਿਆ ਨਾਲਿ ਚਲੰਨ੍ਹ੍ਹਿ ॥ ସଜ୍ଜନ ସେ ହିଁ ଅଟେ,ଯିଏ ମୋର ସାଥିରେ ରହିଥାନ୍ତି ଅର୍ଥାତ ସୁଖ-ଦୁଃଖରେ ଥାଆନ୍ତି ଏବଂ ଜଗତରୁ ଚାଲି ଯିବା ସମୟରେ ମୋ' ସାଥିରେ ଯିବେ।
ਜਿਥੈ ਲੇਖਾ ਮੰਗੀਐ ਤਿਥੈ ਖੜੇ ਦਿਸੰਨਿ ॥੧॥ ਰਹਾਉ ॥ ଯେଉଁଠି କର୍ମର ଲେଖା ମଗାଯାଏ, ସେ ମୋ' ସାଥିରେ ଥିବା ଦେଖା ଦେବେ ଅର୍ଥାତ ସାହାଯ୍ୟକାରୀ ବନିଯିବେ॥1॥ରୁହ॥
ਕੋਠੇ ਮੰਡਪ ਮਾੜੀਆ ਪਾਸਹੁ ਚਿਤਵੀਆਹਾ ॥ ଘର, ମନ୍ଦିର ଏବଂ ଚାରି ଆଡେ ଚିତ୍ରିତ ଥିବା ମହଲ ହେଉ, କିନ୍ତୁ
ਢਠੀਆ ਕੰਮਿ ਨ ਆਵਨ੍ਹ੍ਹੀ ਵਿਚਹੁ ਸਖਣੀਆਹਾ ॥੨॥ ଏହା ଭିତରୁ ଫମ୍ପା ହୋଇଥାଏ ଏବଂ ଏହା କୌଣସି କାମରେ ଆସେ ନାହିଁ॥2॥
ਬਗਾ ਬਗੇ ਕਪੜੇ ਤੀਰਥ ਮੰਝਿ ਵਸੰਨ੍ਹ੍ਹਿ ॥ ଧବଳ ପକ୍ଷୀ ବାଲା ବଗ ତୀର୍ଥ ସ୍ଥାନରେ ରହିଥାଏ,
ਘੁਟਿ ਘੁਟਿ ਜੀਆ ਖਾਵਣੇ ਬਗੇ ਨਾ ਕਹੀਅਨ੍ਹ੍ਹਿ ॥੩॥ କିନ୍ତୁ ସେ ନିରୀହ ଜୀବର ଗଳା ଚିପି ଚିପି ଖାଇଥାଏ, ଏଥିପାଇଁ ତାହାକୁ ଧବଳ ଅର୍ଥାତ ଉତ୍ତମ କୁହାଯାଇ ପାରିବ ନାହିଁ॥3॥
ਸਿੰਮਲ ਰੁਖੁ ਸਰੀਰੁ ਮੈ ਮੈਜਨ ਦੇਖਿ ਭੁਲੰਨ੍ਹ੍ਹਿ ॥ ମୋର ଶରୀର ସିମୁଳି ବୃକ୍ଷ ଭଳି ଅଟେ, ଯେପରି ସିମୁଳି ଫଳକୁ ଦେଖି ପକ୍ଷୀ ଧୋକା ଖାଇଥାଏ, ସେପରି ହିଁ ମୋତେ ଦେଖି ମନୁଷ୍ୟ ଭୁଲ କରିଥାଏ।
ਸੇ ਫਲ ਕੰਮਿ ਨ ਆਵਨ੍ਹ੍ਹੀ ਤੇ ਗੁਣ ਮੈ ਤਨਿ ਹੰਨ੍ਹ੍ਹਿ ॥੪॥ ଯେପରି ସିମୁଳି ଫଳ ଶୁଆର କାମରେ ଆସେ ନାହିଁ, ସେପରି ଲକ୍ଷଣ ମୋର ଶରୀରରେ ଅଛି॥4॥
ਅੰਧੁਲੈ ਭਾਰੁ ਉਠਾਇਆ ਡੂਗਰ ਵਾਟ ਬਹੁਤੁ ॥ ମୁଁ, ଅନ୍ଧ, ପାପର ଭାର ନିଜ ମସ୍ତକ ଉପରେ ଉଠାଇଛି ଆଉ ଏହି ଜୀବନ ରୂପୀ ପାହାଡ ମାର୍ଗ ବହୁତ କଠିନ ଅଟେ।
ਅਖੀ ਲੋੜੀ ਨਾ ਲਹਾ ਹਉ ਚੜਿ ਲੰਘਾ ਕਿਤੁ ॥੫॥ ମୁଁ ନିଜ ଅନ୍ଧ ଆଖିରେ ମାର୍ଗ ଖୋଜିବାକୁ ଚାହୁଁ ଅଛି, କିନ୍ତୁ ମୋତେ ମାର୍ଗ ମିଳୁନାହିଁ, ମୁଁ ନ୍ପାହାଡ ଉପରେ ଚଢି କିପରି ପାର ହୋଇ ପାରିବି॥5॥
ਚਾਕਰੀਆ ਚੰਗਿਆਈਆ ਅਵਰ ਸਿਆਣਪ ਕਿਤੁ ॥ ପରମାତ୍ମାଙ୍କ ନାମ ବିନା ଅନ୍ୟ ଚତୁରତା କେଉଁ କାମରେ ଆସିବ?
ਨਾਨਕ ਨਾਮੁ ਸਮਾਲਿ ਤੂੰ ਬਧਾ ਛੁਟਹਿ ਜਿਤੁ ॥੬॥੧॥੩॥ ହେ ନାନକ! ତୁ ପରମାତ୍ମାଙ୍କ ନାମ ସ୍ମରଣ କର, ଯାହା ଦ୍ଵାରା ତୁ ବନ୍ଧନରୁ ମୁକ୍ତ ହୋଇଯିବୁ||6||1||3||
ਸੂਹੀ ਮਹਲਾ ੧ ॥ ସୁହୀ ମହଲା 1॥
ਜਪ ਤਪ ਕਾ ਬੰਧੁ ਬੇੜੁਲਾ ਜਿਤੁ ਲੰਘਹਿ ਵਹੇਲਾ ॥ ହେ ଜୀବ! ଜପ ତପର ସୁନ୍ଦର ବେଡା ବାନ୍ଧ, ଯାହା ଦ୍ଵାରା ତୁ ଭବସାଗରରୁ ସୁଗମ ଭାବରେ ପାରହୋଇଯିବୁ।
ਨਾ ਸਰਵਰੁ ਨਾ ਊਛਲੈ ਐਸਾ ਪੰਥੁ ਸੁਹੇਲਾ ॥੧॥ ନା ଭବସାଗର ତୋତେ ବୁଡାଇବ ଆଉ ନା ହିଁ ତାହାର ଲହଡି ଉତ୍ପନ୍ନ ହେବ, ଏଣୁ ତୋର ମାର୍ଗ ସରଳ ହୋଇଯିବ॥1॥
ਤੇਰਾ ਏਕੋ ਨਾਮੁ ਮੰਜੀਠੜਾ ਰਤਾ ਮੇਰਾ ਚੋਲਾ ਸਦ ਰੰਗ ਢੋਲਾ ॥੧॥ ਰਹਾਉ ॥ ହେ ପ୍ରିୟ ପ୍ରଭୁ! ତୋର ନାମର ରଙ୍ଗ ସର୍ବଦା ଅଟଳ ଅଟେ, ଏକ ତୋର ନାମ ହିଁ ମଜିଠ ଅଟେ, ଯେଉଁଥିରେ ମୋର ଶରୀର ରୂପୀ ବସ୍ତ୍ର ପକ୍କା ରଙ୍ଗ ହୋଇ ଯାଇଛି॥1॥ରୁହ॥
ਸਾਜਨ ਚਲੇ ਪਿਆਰਿਆ ਕਿਉ ਮੇਲਾ ਹੋਈ ॥ ହେ ହରି ମାର୍ଗରେ ଚାଲିବା ବାଲା ପ୍ରିୟ ବନ୍ଧୁ! ହରିଙ୍କ ସହିତ କିପରି ମିଳନ ହୋଇଥାଏ?
ਜੇ ਗੁਣ ਹੋਵਹਿ ਗੰਠੜੀਐ ਮੇਲੇਗਾ ਸੋਈ ॥੨॥ ଯଦି ମନୁଷ୍ୟ ପାଖରେ ଶୁଭ ଗୁଣ ଥାଏ, ତାହାହେଲେ ପ୍ରଭୁ ତାହାକୁ ନିଜେ ନିଜ ସାଥିରେ ମିଳନ କରାନ୍ତି॥2॥
ਮਿਲਿਆ ਹੋਇ ਨ ਵੀਛੁੜੈ ਜੇ ਮਿਲਿਆ ਹੋਈ ॥ ଯଦି କେହି ପ୍ରଭୁଙ୍କ ସହିତ ମିଳନ କରିଛନ୍ତି, ତାହାହେଲେ ସେ ତାହାଙ୍କ ଠାରୁ ପୁନର୍ବାର ବିଛେଦ ହୁଏନାହିଁ।
ਆਵਾ ਗਉਣੁ ਨਿਵਾਰਿਆ ਹੈ ਸਾਚਾ ਸੋਈ ॥੩॥ ପ୍ରଭୁ ଜନ୍ମ-ମରଣ ଦୂର କରିଛନ୍ତି, ଏକ ସେ ହିଁ ସତ୍ୟ ଅଟନ୍ତି॥3॥
ਹਉਮੈ ਮਾਰਿ ਨਿਵਾਰਿਆ ਸੀਤਾ ਹੈ ਚੋਲਾ ॥ ନିଜ ଅହଂକାରକୁ ଦୂର କରି ଜନ୍ମ-ମରଣ ଚକ୍ର ଦୂର କରି ଦେଇଛି ଆଉ ପ୍ରଭୁଙ୍କ ଦରବାରରେ ପିନ୍ଧିବା ପାଇଁ ନୂଆ ପୋଷାକ ସିଲାଇଛି।
ਗੁਰ ਬਚਨੀ ਫਲੁ ਪਾਇਆ ਸਹ ਕੇ ਅੰਮ੍ਰਿਤ ਬੋਲਾ ॥੪॥ ଗୁରୁଙ୍କ ବଚନର ଏହି ଫଳ ପାଇଛି ଆଉ ପତି-ପ୍ରଭୁଙ୍କ ବାଣୀ ଅମୃତ ଅଟେ॥4॥
ਨਾਨਕੁ ਕਹੈ ਸਹੇਲੀਹੋ ਸਹੁ ਖਰਾ ਪਿਆਰਾ ॥ ନାନକ କହନ୍ତି ଯେ ମୋର ସତସଙ୍ଗୀ ସଖୀ! ପତି-ପ୍ରଭୁ ବହୁତ ପ୍ରିୟ ଅଟନ୍ତି,
ਹਮ ਸਹ ਕੇਰੀਆ ਦਾਸੀਆ ਸਾਚਾ ਖਸਮੁ ਹਮਾਰਾ ॥੫॥੨॥੪॥ ଆମେ ସବୁ ତାହାଙ୍କ ଦାସୀ ଅଟୁ ଆଉ ଆମର ପତି-ପ୍ରଭୁ ଶାଶ୍ଵତ ଅଟନ୍ତି ||5||2||4||
ਸੂਹੀ ਮਹਲਾ ੧ ॥ ସୁହୀ ମହଲା 1॥
ਜਿਨ ਕਉ ਭਾਂਡੈ ਭਾਉ ਤਿਨਾ ਸਵਾਰਸੀ ॥ ଯାହାର ହୃଦୟ ରୂପୀ ପାତ୍ରରେ ପରମାତ୍ମାଙ୍କ ପାଇଁ ପ୍ରେମ ଅଛି, ସେ ତାହାକୁ ସୁନ୍ଦର ବନାଇ ଥାଆନ୍ତି।
ਸੂਖੀ ਕਰੈ ਪਸਾਉ ਦੂਖ ਵਿਸਾਰਸੀ ॥ ସେ ନିଜ କୃପା କରି ତାହାକୁ ସୁଖୀ କରିଥାନ୍ତି ଆଉ ତାହାର ଦୁଃଖ ଭୁଲାଇ ଦେଇଥାନ୍ତି।
ਸਹਸਾ ਮੂਲੇ ਨਾਹਿ ਸਰਪਰ ਤਾਰਸੀ ॥੧॥ ଏହି କଥାରେ ଆଦୌ ସନ୍ଦେହ ନାହିଁ ଯେ ପରମାତ୍ମା ତାହାକୁ ନିଶ୍ଚିତ ଭାବରେ ଭବସାଗରରୁ ପାର କରାଇ ଥାନ୍ତି॥1॥
ਤਿਨ੍ਹ੍ਹਾ ਮਿਲਿਆ ਗੁਰੁ ਆਇ ਜਿਨ ਕਉ ਲੀਖਿਆ ॥ ଯାହାର ଭାଗ୍ୟରେ ଲେଖା ହୋଇଛି, ଗୁରୁ ଆସି ତାହା ସହିତ ମିଶିଛନ୍ତି।
ਅੰਮ੍ਰਿਤੁ ਹਰਿ ਕਾ ਨਾਉ ਦੇਵੈ ਦੀਖਿਆ ॥ ହରିଙ୍କ ଅମୃତ ନାମ ସେ ତାହାକୁ ଦୀକ୍ଷାରେ ଦେଇଥାନ୍ତି।
ਚਾਲਹਿ ਸਤਿਗੁਰ ਭਾਇ ਭਵਹਿ ਨ ਭੀਖਿਆ ॥੨॥ ଯେଉଁ ବ୍ୟକ୍ତି ସଦଗୁରୁଙ୍କ ଆଜ୍ଞା ଅନୁସାରେ ଚାଲିଥାଏ, ସେ ଭିକ୍ଷା ପାଇଁ ପଥଭ୍ରଷ୍ଟ ହୁଏନାହିଁ॥2॥
ਜਾ ਕਉ ਮਹਲੁ ਹਜੂਰਿ ਦੂਜੇ ਨਿਵੈ ਕਿਸੁ ॥ ଯାହାକୁ ରହିବା ପାଇଁ ପରମାତ୍ମାଙ୍କ ମହଲ ମିଳି ଯାଇଛି, ସେ ଅନ୍ୟ କାହାର ସମ୍ମୁଖରେ କାହିଁକି ନତ ହେବେ?
ਦਰਿ ਦਰਵਾਣੀ ਨਾਹਿ ਮੂਲੇ ਪੁਛ ਤਿਸੁ ॥ ପ୍ରଭୁଙ୍କ ଦ୍ଵାରର ଦ୍ଵାରପାଳ ତାହାକୁ ଆଦୌ ପଚାରେ ନାହିଁ।
ਛੁਟੈ ਤਾ ਕੈ ਬੋਲਿ ਸਾਹਿਬ ਨਦਰਿ ਜਿਸੁ ॥੩॥ ଯାହା ଉପରେ ପରମାତ୍ମାଙ୍କ କୃପା ଦୃଷ୍ଟି ହୋଇଥାଏ, ତାହାଙ୍କ ବଚନ ଦ୍ଵାରା ସେ ଜନ୍ମ-ମରଣରୁ ରକ୍ଷା ପାଇଯାଏ॥3॥
ਘਲੇ ਆਣੇ ਆਪਿ ਜਿਸੁ ਨਾਹੀ ਦੂਜਾ ਮਤੈ ਕੋਇ ॥ ଯାହାକୁ ଆଉ କେହି ଉପଦେଶ ଦେବା ବାଲା ନାହାନ୍ତି, ସେ ସ୍ଵୟଂ ହିଁ ପ୍ରାଣୀକୁ ଦୁନିଆକୁ ପଠାଇ ଥାଏ ଏବଂ ପୁଣି ଫେରସ୍ତ ବୋଲାଇ ଥାଆନ୍ତି।
ਢਾਹਿ ਉਸਾਰੇ ਸਾਜਿ ਜਾਣੈ ਸਭ ਸੋਇ ॥ ସେ ସ୍ଵୟଂ ହିଁ ଦୁନିଆକୁ ନାଶ କରି ବନାଇ ଥାଆନ୍ତି ଏବଂ ନିଜେ ହିଁ ସବୁକିଛି ବନାଇବାର ଜାଣିଥାନ୍ତି।
ਨਾਉ ਨਾਨਕ ਬਖਸੀਸ ਨਦਰੀ ਕਰਮੁ ਹੋਇ ॥੪॥੩॥੫॥ ହେ ନାନକ! ପରମାତ୍ମା ତାହାକୁ ହିଁ ନାମର ଦାନ ଦେଇଥାନ୍ତି, ଯାହା ଉପରେ ତାହାଙ୍କ କୃପା ଦୃଷ୍ଟି ହୋଇଥାଏ||4||3||5||


© 2017 SGGS ONLINE
error: Content is protected !!
Scroll to Top