Page 723
ਖੂਨ ਕੇ ਸੋਹਿਲੇ ਗਾਵੀਅਹਿ ਨਾਨਕ ਰਤੁ ਕਾ ਕੁੰਗੂ ਪਾਇ ਵੇ ਲਾਲੋ ॥੧॥
ନାନକଙ୍କ କଥନ ଯେ ହେ ଲାଲୋ! ଏହି ଖୁଣି ବିବାହରେ ସଇଦପୁର ନଗର ଭିତରେ ଖୁନର ମଙ୍ଗଳ ଗୀତ ଗାନ କରାଯାଉଛି ଅର୍ଥାତ ସବୁଆଡେ ବିଳାପ ହେଉଛି ଆଉ ରକ୍ତର କେଶର ଛିଟକା ମାରିଛି॥1॥
ਸਾਹਿਬ ਕੇ ਗੁਣ ਨਾਨਕੁ ਗਾਵੈ ਮਾਸ ਪੁਰੀ ਵਿਚਿ ਆਖੁ ਮਸੋਲਾ ॥
ଏଥିପାଇଁ ଶବରେ ଭାରି ରହିଥିବା ସଇଦପୁର ନଗରରେ ନାନକ ପରମାତ୍ମାଙ୍କ ଗୁଣଗାନ କରୁଛନ୍ତି।
ਜਿਨਿ ਉਪਾਈ ਰੰਗਿ ਰਵਾਈ ਬੈਠਾ ਵੇਖੈ ਵਖਿ ਇਕੇਲਾ ॥
ହେ ଲାଲୋ! ତୁ ମଧ୍ୟ ଏହି କଥା କୁହ ଆଉ ମନେ ରଖ ଯେ ଯେଉଁ ପରମାତ୍ମା ଏହି ଦୁନିଆ ଜାତ କରିଛନ୍ତି ଆଉ ତାହାକୁ ମାୟାର ମୋହରେ ଲଗାଇଛନ୍ତି, ସେ ଏକାକୀ ଏହାକୁ ପାଳନ କରୁଛନ୍ତି।
ਸਚਾ ਸੋ ਸਾਹਿਬੁ ਸਚੁ ਤਪਾਵਸੁ ਸਚੜਾ ਨਿਆਉ ਕਰੇਗੁ ਮਸੋਲਾ ॥
ସେହି ପରମାତ୍ମା ସତ୍ୟ ଅଟନ୍ତି ଆଉ ତାହାଙ୍କ ନ୍ୟାୟ ମଧ୍ୟ ସତ୍ୟ ଅଟେ ଏବଂ ଏହି କଥାର ସେ ସଚ୍ଚା ନ୍ୟାୟ କରିବେ।
ਕਾਇਆ ਕਪੜੁ ਟੁਕੁ ਟੁਕੁ ਹੋਸੀ ਹਿਦੁਸਤਾਨੁ ਸਮਾਲਸੀ ਬੋਲਾ ॥
ଶରୀର ରୂପୀ କପଡା ଟୁକୁଡା-ଟୁକୁଡା ହୋଇଯିବ ଏବଂ ମୋର ହିନ୍ଦୁସ୍ଥାନ ଏହି ବଚନକୁ ସର୍ବଦା ମନେ ରଖିବ।
ਆਵਨਿ ਅਠਤਰੈ ਜਾਨਿ ਸਤਾਨਵੈ ਹੋਰੁ ਭੀ ਉਠਸੀ ਮਰਦ ਕਾ ਚੇਲਾ ॥
ମୋଗଲ ବଂଶ 78 (1526 )ରେ ଏଠାକୁ ଆସିଲେ ଏବଂ 1540ରେ ଏଠାରୁ ଚାଲିଯିବେ ଓ ଆଉ ଏକ ସୁରବୀର ଦଣ୍ଡାୟମାନ ହେବ।
ਸਚ ਕੀ ਬਾਣੀ ਨਾਨਕੁ ਆਖੈ ਸਚੁ ਸੁਣਾਇਸੀ ਸਚ ਕੀ ਬੇਲਾ ॥੨॥੩॥੫॥
ନାନକ ସତ୍ୟ ବାଣୀ କହୁଛନ୍ତି ଏବଂ ସତ୍ୟ ହିଁ ଶୁଣାଉଛନ୍ତି ତଥା ଏହା ସତ୍ୟ ବୋଲିବାର ସମୟ ହିଁ ଅଟେ ||2||3||5||
ਤਿਲੰਗ ਮਹਲਾ ੪ ਘਰੁ ੨
ତିଲଙ୍ଗ ମହଲା 4 ଘର 2
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸਭਿ ਆਏ ਹੁਕਮਿ ਖਸਮਾਹੁ ਹੁਕਮਿ ਸਭ ਵਰਤਨੀ ॥
ସବୁ ଜୀବ ପରମାତ୍ମାଙ୍କ ହୁକୁମରେ ହିଁ ଦୁନିଆକୁ ଆସିଛନ୍ତି ଆଉ ସାରା ଦୁନିଆ ତାହାଙ୍କ ହୁକୁମରେ ହିଁ କାର୍ଯ୍ୟରତ ଅଛି।
ਸਚੁ ਸਾਹਿਬੁ ਸਾਚਾ ਖੇਲੁ ਸਭੁ ਹਰਿ ਧਨੀ ॥੧॥
ସେ ସର୍ବଦା ସତ୍ୟ ଅଟନ୍ତି ଆଉ ତାହାଙ୍କ ଜଗତ ରୂପୀ ଖେଳ ମଧ୍ୟ ସତ୍ୟ ଅଟେ ତଥା ସାରା ଦୁନିଆର ମାଲିକ ହିଁ ସବୁକିଛି ଅଟନ୍ତି। ॥1॥
ਸਾਲਾਹਿਹੁ ਸਚੁ ਸਭ ਊਪਰਿ ਹਰਿ ਧਨੀ ॥
ସେହି ସଚ୍ଚା ପରମାତ୍ମାଙ୍କ ସ୍ତୁତି କର, ସେହି ମାଲିକ ସବୁଙ୍କ ଠାରୁ ଊର୍ଦ୍ଧ୍ଵରେ ଅଛନ୍ତି।
ਜਿਸੁ ਨਾਹੀ ਕੋਇ ਸਰੀਕੁ ਕਿਸੁ ਲੇਖੈ ਹਉ ਗਨੀ ॥ ਰਹਾਉ ॥
ଯେଉଁ ପରମାତ୍ମାଙ୍କ ସମକକ୍ଷ ଅନ୍ୟ କେହି ନାହାନ୍ତି, ମୁଁ କିଏ ତାହାଙ୍କ ଗୁଣ ବର୍ଣ୍ଣନା କରିବାକୁ॥ରୁହ॥
ਪਉਣ ਪਾਣੀ ਧਰਤੀ ਆਕਾਸੁ ਘਰ ਮੰਦਰ ਹਰਿ ਬਨੀ ॥
ପବନ, ପାଣି, ମାଟି ଏବଂ ଆକାଶକୁ ପରମାତ୍ମାଙ୍କ ଘର ଏବଂ ମନ୍ଦିର ଭାବେ ବନାଇଛନ୍ତି ଅର୍ଥାତ ସେ ତାହା ଭିତରେ ରହନ୍ତି।
ਵਿਚਿ ਵਰਤੈ ਨਾਨਕ ਆਪਿ ਝੂਠੁ ਕਹੁ ਕਿਆ ਗਨੀ ॥੨॥੧॥
ହେ ନାନକ! ସେ ସ୍ଵୟଂ ହିଁ ସବୁଙ୍କ ଠାରେ ମହଜୁଦ ଅଛନ୍ତି, ପୁଣି ମୁଁ କାହିଁକି ମିଥ୍ୟା କୁହାଯିବ||2||1||
ਤਿਲੰਗ ਮਹਲਾ ੪ ॥
ତିଲଙ୍ଗ ମହଲା 4॥
ਨਿਤ ਨਿਹਫਲ ਕਰਮ ਕਮਾਇ ਬਫਾਵੈ ਦੁਰਮਤੀਆ ॥
ଦୁର୍ମତି ବାଲା ମନୁଷ୍ୟ ବଡ ଅହଂକାର କରିଥାଏ ଆଉ ନିତ୍ୟ ଏପରି କର୍ମ କରିଥାଏ, ଯାହା ଦ୍ଵାରା କିଛି ଫଳ ମିଳେ ନାହିଁ।
ਜਬ ਆਣੈ ਵਲਵੰਚ ਕਰਿ ਝੂਠੁ ਤਬ ਜਾਣੈ ਜਗੁ ਜਿਤੀਆ ॥੧॥
ଯେତେବେଳେ ସେ ମିଥ୍ୟା ବୋଲି ଏବଂ ଛଳ-କପଟ କରି ନିଜ ଘରକୁ କିଛି ଆଣିଥାଏ, ଭାବିଥାଏ ଯେ ଜଗତ ଜିତି ଯାଇଛି॥1॥
ਐਸਾ ਬਾਜੀ ਸੈਸਾਰੁ ਨ ਚੇਤੈ ਹਰਿ ਨਾਮਾ ॥
ଏହି ସଂସାର ଏକ ଏପରି ବାଜି ଅର୍ଥାତ ଖେଳ ଅଟେ, ଯେଉଁଠି ମନୁଷ୍ୟ ପରମାତ୍ମାଙ୍କ ନାମକୁ ସ୍ମରଣ କରେ ନାହିଁ।
ਖਿਨ ਮਹਿ ਬਿਨਸੈ ਸਭੁ ਝੂਠੁ ਮੇਰੇ ਮਨ ਧਿਆਇ ਰਾਮਾ ॥ ਰਹਾਉ ॥
ହେ ମୋର ମନ! ରାମଙ୍କ ଧ୍ୟାନ କର, କାରଣ ଦୃଷ୍ଟିମାନ ସଂପୂର୍ଣ୍ଣ ଜଗତ ମିଥ୍ୟା ହିଁ ଅଟେ ଏବଂ ଏହା ଏକ କ୍ଷଣରେ ହିଁ ନାଶ ହୋଇଯାଏ॥ରୁହ॥
ਸਾ ਵੇਲਾ ਚਿਤਿ ਨ ਆਵੈ ਜਿਤੁ ਆਇ ਕੰਟਕੁ ਕਾਲੁ ਗ੍ਰਸੈ ॥
ସେହି ସମୟ ମନୁଷ୍ୟର ସ୍ମରଣ ହୁଏନାହିଁ, ଯେତେବେଳେ ଦୁଃଖଦାୟୀ କାଳ ଆସି ତାହାକୁ ଧରି ନେବ।
ਤਿਸੁ ਨਾਨਕ ਲਏ ਛਡਾਇ ਜਿਸੁ ਕਿਰਪਾ ਕਰਿ ਹਿਰਦੈ ਵਸੈ ॥੨॥੨॥
ହେ ନାନକ! ପରମାତ୍ମା ଯେଉଁ ହରୁଆଦୟକୁ କୃପା କରିଥାନ୍ତି, ତାହାକୁ ସେ କାଳ ଠାରୁ ଛଡାଇ ନିଅନ୍ତି ||2||2||
ਤਿਲੰਗ ਮਹਲਾ ੫ ਘਰੁ ੧
ତିଲଙ୍ଗ ମହଲା 4 ଘର 1
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ
ਖਾਕ ਨੂਰ ਕਰਦੰ ਆਲਮ ਦੁਨੀਆਇ ॥
ଏହି ସାରା ଦୁନିଆ ମାଟି ଏବଂ ଚେତନ ଜ୍ୟୋତିରେ ପରମାତ୍ମା ବନାଇଛନ୍ତି।
ਅਸਮਾਨ ਜਿਮੀ ਦਰਖਤ ਆਬ ਪੈਦਾਇਸਿ ਖੁਦਾਇ ॥੧॥
ଆକାଶ, ଜମି, ବୃକ୍ଷ ଓ ପାଣି ସବୁ ତାହାଙ୍କ ସୃଷ୍ଟି ଅଟେ॥1॥
ਬੰਦੇ ਚਸਮ ਦੀਦੰ ਫਨਾਇ ॥
ହେ ମାନବ! ଯାହା କିଛି ନେତ୍ରରେ ଦେଖାଯାଏ, ତାହା ନାଶ ହେବା ବାଲା ଅଟେ।
ਦੁਨੀਆ ਮੁਰਦਾਰ ਖੁਰਦਨੀ ਗਾਫਲ ਹਵਾਇ ॥ ਰਹਾਉ ॥
ଏହି ଦୁନିଆ ପର ପଦାର୍ଥ ଖାଇବା ବାଲା ଅଟେ ଆଉ ମାୟାର ଲାଳସାରେ ଫସି ପରମାତ୍ମାଙ୍କୁ ଭୁଲିଯାଏ॥ରୁହ॥
ਗੈਬਾਨ ਹੈਵਾਨ ਹਰਾਮ ਕੁਸਤਨੀ ਮੁਰਦਾਰ ਬਖੋਰਾਇ ॥
ଏହି ଦୁନିଆ ଭୁତ-ପ୍ରେତ ଏବଂ ରାକ୍ଷସ ଭଳି ମାଂସ ଖାଇଥାଏ।
ਦਿਲ ਕਬਜ ਕਬਜਾ ਕਾਦਰੋ ਦੋਜਕ ਸਜਾਇ ॥੨॥
ମାୟା ତାହାର ହୃଦୟକୁ ଅକ୍ତିଆର କରି ନେଇଛି, ଏଥିପାଇଁ ମାଲିକ-ପ୍ରଭୁ ତାହାକୁ ନର୍କରେ ଦଣ୍ଡ ଦିଅନ୍ତି॥2॥
ਵਲੀ ਨਿਆਮਤਿ ਬਿਰਾਦਰਾ ਦਰਬਾਰ ਮਿਲਕ ਖਾਨਾਇ ॥
ଦୁନିଆରୁ ବିଦାୟ ନେବା ବେଳେ ପିତା, ଭାଇ, ସହଯୋଗୀ କେହି ମଧ୍ୟ କୌଣସି କାମରେ ଆସନ୍ତି ନାହିଁ,
ਜਬ ਅਜਰਾਈਲੁ ਬਸਤਨੀ ਤਬ ਚਿ ਕਾਰੇ ਬਿਦਾਇ ॥੩॥
ଯେତେବେଳେ ମୃତ୍ୟୁର ଦୁତ ଇଜରାଇଲ ମନୁଷ୍ୟକୁ ଧରି ନିଏ॥3॥
ਹਵਾਲ ਮਾਲੂਮੁ ਕਰਦੰ ਪਾਕ ਅਲਾਹ ॥
ପ୍ରଭୁ ମନୁଷ୍ୟର ସବୁ କଥାକୁ ଜାଣିଥାନ୍ତି।
ਬੁਗੋ ਨਾਨਕ ਅਰਦਾਸਿ ਪੇਸਿ ਦਰਵੇਸ ਬੰਦਾਹ ॥੪॥੧॥
ହେ ନାନକ! ନିଜ ପ୍ରାର୍ଥନା ଉଚିତ ସନ୍ଥଙ୍କ ସମ୍ମୁଖରେ କର||4||1||
ਤਿਲੰਗ ਘਰੁ ੨ ਮਹਲਾ ੫ ॥
ତିଲଙ୍ଗ ମହଲା 5 ଘର 2॥
ਤੁਧੁ ਬਿਨੁ ਦੂਜਾ ਨਾਹੀ ਕੋਇ ॥
ଜଗତରେ ତୋ' ବିନା ଆଉ କେହି ନାହାନ୍ତି।
ਤੂ ਕਰਤਾਰੁ ਕਰਹਿ ਸੋ ਹੋਇ ॥
ହେ କର୍ତ୍ତା! ଯାହା ତୁ କରୁ, ତାହା ହିଁ ନୋଇଥାଏ।
ਤੇਰਾ ਜੋਰੁ ਤੇਰੀ ਮਨਿ ਟੇਕ ॥
ମୋ' ଠାରେ ତୋର ହିଁ ଶକ୍ତି ଅଛି ଓ ମନରେ ତୋର ହିଁ ସାହାରା ଅଛି।
ਸਦਾ ਸਦਾ ਜਪਿ ਨਾਨਕ ਏਕ ॥੧॥
ହେ ନାନକ! ସଦା-ସର୍ବଦା କେବଳ ପରମାତ୍ମାଙ୍କ ହିଁ ଜପ କର॥1॥
ਸਭ ਊਪਰਿ ਪਾਰਬ੍ਰਹਮੁ ਦਾਤਾਰੁ ॥
ହେ ପରଂବ୍ରହ୍ମ! ତୁ ମହାନ ଅଟୁ, ସବୁଙ୍କୁ ଦେବା ବାଲା ଅଟୁ ଏବଂ
ਤੇਰੀ ਟੇਕ ਤੇਰਾ ਆਧਾਰੁ ॥ ਰਹਾਉ ॥
ମୋ' ପାଇଁ ତୋର ହିଁ ସାହାରା ଓ ଆଶ୍ରା ଅଛି॥ରୁହ॥