Guru Granth Sahib Translation Project

guru granth sahib odia page-697

Page 697

ਜੈਤਸਰੀ ਮਃ ੪ ॥ ଜୈତସରୀ ମହଲା 4॥
ਹਮ ਬਾਰਿਕ ਕਛੂਅ ਨ ਜਾਨਹ ਗਤਿ ਮਿਤਿ ਤੇਰੇ ਮੂਰਖ ਮੁਗਧ ਇਆਨਾ ॥ ହେ ଇଶ୍ଵର! ଆମେ ତୋର ମୂର୍ଖ, ଅବୁଝା, ନିରୀହ ସନ୍ତାନ ଅଟୁ ଆଉ ତୋର ଗତି ଓ ମହିମା କିଛି ଜାଣି ନାହୁଁ।
ਹਰਿ ਕਿਰਪਾ ਧਾਰਿ ਦੀਜੈ ਮਤਿ ਊਤਮ ਕਰਿ ਲੀਜੈ ਮੁਗਧੁ ਸਿਆਨਾ ॥੧॥ ହେ ପ୍ରଭୁ! କୃପା କରି ଉତ୍ତମ ମତି ପ୍ରଦାନ କର ଆଉ ମୁଁ ମୂର୍ଖକୁ ଚତୁର ବନାଅ॥1॥
ਮੇਰਾ ਮਨੁ ਆਲਸੀਆ ਉਘਲਾਨਾ ॥ ମୋର ମନ ବଡ ଆଳସ୍ୟ ଓ ନିଦ୍ରା ମଗ୍ନ ବାଲା ଅଟେ।
ਹਰਿ ਹਰਿ ਆਨਿ ਮਿਲਾਇਓ ਗੁਰੁ ਸਾਧੂ ਮਿਲਿ ਸਾਧੂ ਕਪਟ ਖੁਲਾਨਾ ॥ ਰਹਾਉ ॥ ମୋର ପ୍ରଭୁ ମୋତେ ସାଧୁ ରୂପୀ ଗୁରୁଙ୍କ ସହିତ ମିଳନ କରାଇ ଦେଇଛନ୍ତି ଓ ମନର କବାଟ ଖୋଲି ଦେଇଛନ୍ତି॥ରୁହ॥
ਗੁਰ ਖਿਨੁ ਖਿਨੁ ਪ੍ਰੀਤਿ ਲਗਾਵਹੁ ਮੇਰੈ ਹੀਅਰੈ ਮੇਰੇ ਪ੍ਰੀਤਮ ਨਾਮੁ ਪਰਾਨਾ ॥ ହେ ଗୁରୁଦେବ! ମୋର ପ୍ରତି କ୍ଷଣରେ ଏପରି ପ୍ରୀତି ଲଗାଇ ଦିଅ, ଯାହା ସର୍ବଦା ବଢିଥାଏ ଆଉ ପ୍ରିୟତମଙ୍କ ନାମ ହିଁ ପ୍ରାଣ ବନିଯାଏ।
ਬਿਨੁ ਨਾਵੈ ਮਰਿ ਜਾਈਐ ਮੇਰੇ ਠਾਕੁਰ ਜਿਉ ਅਮਲੀ ਅਮਲਿ ਲੁਭਾਨਾ ॥੨॥ ହେ ମୋର ଠାକୁର! ନାମ ବିନା ଏପରି ମୃତ୍ୟୁ ହୋଇଯାଏ, ଯେପରି ନିଶାସକ୍ତ ବ୍ୟକ୍ତି ନିଶା ବିନା ଉତ୍ତେଜିତ ରହିଥାଏ॥2॥
ਜਿਨ ਮਨਿ ਪ੍ਰੀਤਿ ਲਗੀ ਹਰਿ ਕੇਰੀ ਤਿਨ ਧੁਰਿ ਭਾਗ ਪੁਰਾਨਾ ॥ ଯାହାର ମନରେ ଭଗବାନଙ୍କ ପ୍ରୀତି ଜାତ ହୋଇ ଯାଇଛି, ତାହାର ଭାଗ୍ୟ ପ୍ରାରମ୍ଭରୁ ଉଦୟ ହୋଇ ଯାଇଛି।
ਤਿਨ ਹਮ ਚਰਣ ਸਰੇਵਹ ਖਿਨੁ ਖਿਨੁ ਜਿਨ ਹਰਿ ਮੀਠ ਲਗਾਨਾ ॥੩॥ ଯେଉଁ ମହାପୁରୁଷଙ୍କୁ ଭଗବାନଙ୍କ ନାମ ବଡ ମିଠା ଲାଗିଥାଏ, ମୁଁ ପ୍ରତି କ୍ଷଣରେ ତାହାଙ୍କ ଚରଣର ପୂଜା କରିଥାଏ॥3॥
ਹਰਿ ਹਰਿ ਕ੍ਰਿਪਾ ਧਾਰੀ ਮੇਰੈ ਠਾਕੁਰਿ ਜਨੁ ਬਿਛੁਰਿਆ ਚਿਰੀ ਮਿਲਾਨਾ ॥ ମୋର ଠାକୁର ହରି-ପରମେଶ୍ଵର ମୋ' ଉପରେ କୃପା କରିଛନ୍ତି ଆଉ ବିଚ୍ଛେଦ ହୋଇଥିବା ସେବକକୁ ନିଜ ସାଥିରେ ମିଳନ କରାଇଛନ୍ତି।
ਧਨੁ ਧਨੁ ਸਤਿਗੁਰੁ ਜਿਨਿ ਨਾਮੁ ਦ੍ਰਿੜਾਇਆ ਜਨੁ ਨਾਨਕੁ ਤਿਸੁ ਕੁਰਬਾਨਾ ॥੪॥੩॥ ସେହି ସଦଗୁରୁ ଧନ୍ୟ ଅଟନ୍ତି, ଯିଏ ମୋର ହୃଦୟରେ ନାମ ଦୃଢ କରିଛନ୍ତି, ନାନକ ସେହି ଗୁରୁ ପ୍ରତି ସମର୍ପିତ ଅଟନ୍ତି ||4||3||
ਜੈਤਸਰੀ ਮਹਲਾ ੪ ॥ ଜୈତସରୀ ମହଲା 4॥
ਸਤਿਗੁਰੁ ਸਾਜਨੁ ਪੁਰਖੁ ਵਡ ਪਾਇਆ ਹਰਿ ਰਸਕਿ ਰਸਕਿ ਫਲ ਲਾਗਿਬਾ ॥ ମୋତେ ସଜ୍ଜନ ଏବଂ ମହାପୁରୁଷ ସଦଗୁରୁ ମିଳି ଯାଇଛନ୍ତି ଆଉ ବର୍ତ୍ତମାନ ସ୍ଵାଦ ନେଇ ହରିନାମ ରୂପୀ ଫଳ ଖାଇବାରେ ଲାଗି ଯାଇଛି, ଅର୍ଥାତ ନାମ ଜପିବାରେ ଲାଗି ଯାଇଛି।
ਮਾਇਆ ਭੁਇਅੰਗ ਗ੍ਰਸਿਓ ਹੈ ਪ੍ਰਾਣੀ ਗੁਰ ਬਚਨੀ ਬਿਸੁ ਹਰਿ ਕਾਢਿਬਾ ॥੧॥ ମାୟା ନାଗିନୀ ପ୍ରାଣୀକୁ ଧରିଅଛି, କିନ୍ତୁ ଭଗବାନ ଗୁରୁଙ୍କ ଉପଦେଶ ଦ୍ଵାରା ମାୟାର ବିଷକୁ ବାହାର କରି ଦେଇଛନ୍ତି॥1॥
ਮੇਰਾ ਮਨੁ ਰਾਮ ਨਾਮ ਰਸਿ ਲਾਗਿਬਾ ॥ ମୋର ମନ ରାମନାମର ରସରେ ମଗ୍ନ ହୋଇ ଯାଇଛି ଅର୍ଥାତ ରାମନାମ ଜପିବାରେ ଲାଗି ଯାଇଛି।
ਹਰਿ ਕੀਏ ਪਤਿਤ ਪਵਿਤ੍ਰ ਮਿਲਿ ਸਾਧ ਗੁਰ ਹਰਿ ਨਾਮੈ ਹਰਿ ਰਸੁ ਚਾਖਿਬਾ ॥ ਰਹਾਉ ॥ ମହାପୁରୁଷ ଗୁରୁଙ୍କ ସହିତ ମିଳନ କରାଇ ଭଗବାନ ପାପୀକୁ ପବିତ୍ର କରି ଦେଇଛନ୍ତି ଆଉ ବର୍ତ୍ତମାନ ସେ ହରିନାମାମୃତକୁ ହିଁ ଚାଖିଥାଏ॥ରୁହ॥
ਧਨੁ ਧਨੁ ਵਡਭਾਗ ਮਿਲਿਓ ਗੁਰੁ ਸਾਧੂ ਮਿਲਿ ਸਾਧੂ ਲਿਵ ਉਨਮਨਿ ਲਾਗਿਬਾ ॥ ଯାହାକୁ ସାଧୁ-ଗୁରୁ ମିଳି ଯାଇଛନ୍ତି, ସେହି ମନୁଷ୍ୟ ଧନ୍ୟ ଅଟେ, ଭାଗ୍ୟଶାଳୀ ଅଟେ, ସାଧୁଙ୍କ ସହିତ ମିଶି ତାହାର ଧ୍ୟାନ ପ୍ରଭୁଙ୍କ ଠାରେ ଲାଗି ଯାଇଛି,
ਤ੍ਰਿਸਨਾ ਅਗਨਿ ਬੁਝੀ ਸਾਂਤਿ ਪਾਈ ਹਰਿ ਨਿਰਮਲ ਨਿਰਮਲ ਗੁਨ ਗਾਇਬਾ ॥੨॥ ତାହାର ମନର ତୃଷାଗ୍ନି ଲିଭି ଯାଇଛି ଏବଂ ତାହାକୁ ଶାନ୍ତି ପ୍ରାପ୍ତ ହୋଇ ଯାଇଛି, ବର୍ତ୍ତମାନ ସେ ପରମାତ୍ମାଙ୍କ ନିର୍ମଳ ଗୁଣ ହିଁ ଗାନ କରିଥାଏ॥2॥
ਤਿਨ ਕੇ ਭਾਗ ਖੀਨ ਧੁਰਿ ਪਾਏ ਜਿਨ ਸਤਿਗੁਰ ਦਰਸੁ ਨ ਪਾਇਬਾ ॥ ଯାହାକୁ ସଦଗୁରୁଙ୍କ ଦର୍ଶନ ପ୍ରାପ୍ତ ହୋଇନାହିଁ, ତାହାର ଭାଗ୍ୟରେ ପ୍ରାରମ୍ଭରୁ ହିଁ କ୍ଷୀଣ ଲେଖା ଯାଇଛି।
ਤੇ ਦੂਜੈ ਭਾਇ ਪਵਹਿ ਗ੍ਰਭ ਜੋਨੀ ਸਭੁ ਬਿਰਥਾ ਜਨਮੁ ਤਿਨ ਜਾਇਬਾ ॥੩॥ ଦୈତ୍ୟଭାବ କାରଣରୁ ସେ ଗର୍ଭ ଯୋନିରେ ପଡିଥାଏ ଆଉ ତାହାର ସଂପୂର୍ଣ୍ଣ ଜୀବନ ବ୍ୟର୍ଥରେ ହିଁ ଅତିବାହିତ ହୋଇଥାଏ॥3॥
ਹਰਿ ਦੇਹੁ ਬਿਮਲ ਮਤਿ ਗੁਰ ਸਾਧ ਪਗ ਸੇਵਹ ਹਮ ਹਰਿ ਮੀਠ ਲਗਾਇਬਾ ॥ ହେ ଇଶ୍ଵର! ମୋତେ ପବିତ୍ର ବୁଦ୍ଧି ପ୍ରଦାନ କର, ଯାହା ଫଳରେ ମୁଁ ଗୁରୁଙ୍କ ଚରଣର ସେବା କରି ପାରିବି ଏବଂ ତୁ ମୋତେ ମିଠା ଲାଗିବୁ।
ਜਨੁ ਨਾਨਕੁ ਰੇਣ ਸਾਧ ਪਗ ਮਾਗੈ ਹਰਿ ਹੋਇ ਦਇਆਲੁ ਦਿਵਾਇਬਾ ॥੪॥੪॥ ନାନକ ସନ୍ଥ ଗୁରୁଦେବଙ୍କ ଚରଣ-ଧୂଳି ହିଁ କାମନା କରିଥାନ୍ତି ଆଉ ପ୍ରଭୁ ଦୟାଳୁ ହୋଇ ଏହି ଦାନ ଦେଇଥାନ୍ତି||4||4||
ਜੈਤਸਰੀ ਮਹਲਾ ੪ ॥ ଜୈତସରୀ ମହଲା 4 ॥
ਜਿਨ ਹਰਿ ਹਿਰਦੈ ਨਾਮੁ ਨ ਬਸਿਓ ਤਿਨ ਮਾਤ ਕੀਜੈ ਹਰਿ ਬਾਂਝਾ ॥ ଯାହାର ହୃଦୟରେ ଈଶ୍ବରଙ୍କ ନାମ ବାସ କରେ ନାହିଁ, ପରମେଶ୍ଵର ତାହାର ମାତାକୁ ବନ୍ଧ୍ୟା କରିଦେବା ହିଁ ଭଲ ଅଟେ।
ਤਿਨ ਸੁੰਞੀ ਦੇਹ ਫਿਰਹਿ ਬਿਨੁ ਨਾਵੈ ਓਇ ਖਪਿ ਖਪਿ ਮੁਏ ਕਰਾਂਝਾ ॥੧॥ କାରଣ ତାହାର ଶୂନ୍ୟ ଶରୀର ନାମ ବିନା ପଥଭ୍ରଷ୍ଟ ରହିଥାଏ ଏବଂ ସେ ନିଜ ଜୀବନ ବିକାରରେ ଦୁଃଖୀ ହୋଇ ହିଁ ନଷ୍ଟ କରି ଦେଇଥାଏ॥1॥
ਮੇਰੇ ਮਨ ਜਪਿ ਰਾਮ ਨਾਮੁ ਹਰਿ ਮਾਝਾ ॥ ହେ ମୋର ମନ! ରାମନାମର ଜପ କର, ଯିଏ ତୋର ହୃଦୟରେ ବାସ କରିଅଛି।
ਹਰਿ ਹਰਿ ਕ੍ਰਿਪਾਲਿ ਕ੍ਰਿਪਾ ਪ੍ਰਭਿ ਧਾਰੀ ਗੁਰਿ ਗਿਆਨੁ ਦੀਓ ਮਨੁ ਸਮਝਾ ॥ ਰਹਾਉ ॥ କୃପାଳୁ ହରି-ପ୍ରଭୁ ମୋ' ଉପରେ ବଡ କୃପା କରିଛନ୍ତି, ଯାହା ଦ୍ଵାରା ଗୁରୁ ମୋତେ ଜ୍ଞାନ ପ୍ରଦାନ କରିଛନ୍ତି ଆଉ ମୋର ମନ ନାମ ସ୍ମରଣର ଲାଭକୁ ବୁଝି ପାରିଛି॥ରୁହ॥
ਹਰਿ ਕੀਰਤਿ ਕਲਜੁਗਿ ਪਦੁ ਊਤਮੁ ਹਰਿ ਪਾਈਐ ਸਤਿਗੁਰ ਮਾਝਾ ॥ କଳିଯୁଗରେ ଭଗବାନଙ୍କ ମହିମା ଉତ୍ତମ ପଦବୀ ରଖିଥାଏ ଆଉ ଗୁରୁଙ୍କ ଦୟାରୁ ହିଁ ଭଗବାନଙ୍କ ପ୍ରାପ୍ତି ହୋଇଥାଏ।
ਹਉ ਬਲਿਹਾਰੀ ਸਤਿਗੁਰ ਅਪੁਨੇ ਜਿਨਿ ਗੁਪਤੁ ਨਾਮੁ ਪਰਗਾਝਾ ॥੨॥ ମୁଁ ନିଜ ଗୁରୁଙ୍କ ପ୍ରତି ସମର୍ପିତ ଅଟେ, ଯିଏ ଗୁପ୍ତ ନାମ ମୋର ହୃଦୟରେ ପ୍ରକଟ କରିଛନ୍ତି॥2॥
ਦਰਸਨੁ ਸਾਧ ਮਿਲਿਓ ਵਡਭਾਗੀ ਸਭਿ ਕਿਲਬਿਖ ਗਏ ਗਵਾਝਾ ॥ ମୁଁ ବଡ ଭାଗ୍ୟଶାଳୀ ଅଟେ ଯେ ମୁଁ ସାଧୁ ରୂପୀ ଗୁରୁଙ୍କ ଦର୍ଶନ ପ୍ରାପ୍ତ କରିଛି ଆଉ ମୋର ସବୁ ପାପ କ୍ଲେଶ ନଷ୍ଟ ହୋଇ ଯାଇଛି।
ਸਤਿਗੁਰੁ ਸਾਹੁ ਪਾਇਆ ਵਡ ਦਾਣਾ ਹਰਿ ਕੀਏ ਬਹੁ ਗੁਣ ਸਾਝਾ ॥੩॥ ମୁଁ ବଡ ଚତୁର, ରାଜା ଗୁରୁଙ୍କୁ ପ୍ରାପ୍ତ କରିଛି ଏବଂ ସେ ଭଗବାନଙ୍କ ଅନେକ ଗୁଣରେ ମୋତେ ଭାଗୀଦାରୀ ବନାଇଛନ୍ତି॥3॥
Scroll to Top
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/