Guru Granth Sahib Translation Project

guru granth sahib odia page-686

Page 686

ਜਨਮੁ ਪਦਾਰਥੁ ਦੁਬਿਧਾ ਖੋਵੈ ॥ ପରନ୍ତୁ ସେ ଦ୍ଵିଧାରେ ଫସି ନିଜ ଦୁର୍ଲଭ ଜନ୍ମ ବ୍ୟର୍ଥରେ ହରାଇ ଦେଇଥାଏ।
ਆਪੁ ਨ ਚੀਨਸਿ ਭ੍ਰਮਿ ਭ੍ਰਮਿ ਰੋਵੈ ॥੬॥ ସେ ନିଜ ଆତ୍ମ -ସ୍ଵରୁପକୁ ଜାଣେ ନାହିଁ ଆଉ ଭ୍ରମରେ ପଡି ବିଳାପ କରିଥାଏ॥6॥
ਕਹਤਉ ਪੜਤਉ ਸੁਣਤਉ ਏਕ ॥ ଯେଉଁ ମନୁଷ୍ୟ ଏକ ପରମେଶ୍ଵରଙ୍କ ଗୁଣ ବାଲା ବାଣୀର ବ୍ବର୍ଣ୍ଣନା କରିଥାଏ, ବାଣୀକୁ ପଢିଥାଏ ଆଉ ଶୁଣିଥାଏ,
ਧੀਰਜ ਧਰਮੁ ਧਰਣੀਧਰ ਟੇਕ ॥ ପୃଥିବୀକୁ ଧାରଣ କରିଥିବା ପରମେଶ୍ଵର ତାହାକୁ ଧର୍ମ, ଧୈର୍ଯ୍ୟ ଓ ସାହାରା ଦେଇଥାନ୍ତି।
ਜਤੁ ਸਤੁ ਸੰਜਮੁ ਰਿਦੈ ਸਮਾਏ ॥ ଯେତେବେଳେ ମନୁଷ୍ୟର ହୃଦୟରେ ବ୍ରହ୍ମଚର୍ଯ୍ୟ, ସତ୍ୟ ଏବଂ ସଂଯମ ରହିଥାଏ,
ਚਉਥੇ ਪਦ ਕਉ ਜੇ ਮਨੁ ਪਤੀਆਏ ॥੭॥ ସେତେବେଳେ ମନୁଷ୍ୟର ମନ ତୃତୀୟ ଅବସ୍ଥାରେ ପ୍ରସନ୍ନ ହୋଇଥାଏ॥7॥
ਸਾਚੇ ਨਿਰਮਲ ਮੈਲੁ ਨ ਲਾਗੈ ॥ ସତ୍ୟବାଦୀ ପୁରୁଷଙ୍କ ନିର୍ମଳ ମନକୁ ବିକାରର ମଇଳା ଲାଗେ ନାହିଁ ଆଉ
ਗੁਰ ਕੈ ਸਬਦਿ ਭਰਮ ਭਉ ਭਾਗੈ ॥ ଗୁରୁଙ୍କ ଶବ୍ଦ ଦ୍ଵାରା ତାହାଙ୍କ ଭ୍ରମ ଓ ମୃତ୍ୟୁର ଭୟ ଦୂର ହୋଇଯାଏ,
ਸੂਰਤਿ ਮੂਰਤਿ ਆਦਿ ਅਨੂਪੁ ॥ ଆଦିପୁରୁଷଙ୍କ ମୁଖ ଅତି ସୁନ୍ଦର ଅଟେ।
ਨਾਨਕੁ ਜਾਚੈ ਸਾਚੁ ਸਰੂਪੁ ॥੮॥੧॥ ନାନକ ସେହି ସତ୍ୟସ୍ଵରୂପ ପ୍ରଭୁଙ୍କ ଦର୍ଶନ ହିଁ କାମନା କରିଥାନ୍ତି ||8||1||
ਧਨਾਸਰੀ ਮਹਲਾ ੧ ॥ ଧନାସରୀ ମହଲା 1 ॥
ਸਹਜਿ ਮਿਲੈ ਮਿਲਿਆ ਪਰਵਾਣੁ ॥ ଯେଉଁ ବ୍ୟକ୍ତି ସ୍ଵାବବିକ ଅବସ୍ଥାରେ ଭଗବାନଙ୍କ ସହିତ ମିଶିଥାଏ, ତାହାର ମିଳନ ହିଁ ସ୍ଵୀକୃତ ହୋଇଥାଏ।
ਨਾ ਤਿਸੁ ਮਰਣੁ ਨ ਆਵਣੁ ਜਾਣੁ ॥ ପୁଣି ତାହାକୁ ମୃତ୍ୟୁ ଆସେ ନାହିଁ ଆଉ ନା ଜନ୍ମ ମରଣ ଚକ୍ରରେ ପଡିଥାଏ।
ਠਾਕੁਰ ਮਹਿ ਦਾਸੁ ਦਾਸ ਮਹਿ ਸੋਇ ॥ ଦାସ ନିଜ ମାଲିକ ପ୍ରଭୁଙ୍କ ଠାରେ ହିଁ ଲୀନ ରହିଥାଏ ଆଉ ଦାସର ମନରେ ସେ ହିଁ ନିବାସ କରିଥାନ୍ତି।
ਜਹ ਦੇਖਾ ਤਹ ਅਵਰੁ ਨ ਕੋਇ ॥੧॥ ମୁଁ ଯେଉଁଠି ଦେଖିଲେ ମଧ୍ୟ ଭଗବାନଙ୍କ ବିନା ଆଉ କାହାକୁ ଦେଖିପାରେ ନାହିଁ॥1॥
ਗੁਰਮੁਖਿ ਭਗਤਿ ਸਹਜ ਘਰੁ ਪਾਈਐ ॥ ଗୁରୁଙ୍କ ମାଧ୍ୟମରୁ ପରମାତ୍ମାଙ୍କ ଭକ୍ତି କରିବା ଦ୍ଵାରା ମନୁଷ୍ୟ ସ୍ଵାଭାବିକ ଭାବରେ ସଚ୍ଚା ଘର ପାଇଥାଏ।
ਬਿਨੁ ਗੁਰ ਭੇਟੇ ਮਰਿ ਆਈਐ ਜਾਈਐ ॥੧॥ ਰਹਾਉ ॥ ଗୁରୁଙ୍କ ସହିତ ସାକ୍ଷାତ ବିନା ମନୁଷ୍ୟ ମରଣ ପରେ ପୁଣି ଚକ୍ରରେ ପଡିଥାଏ ଅର୍ଥାତ ଜନ୍ମ ହୋଇ ମରିଥାଏ॥1॥ରୁହ॥
ਸੋ ਗੁਰੁ ਕਰਉ ਜਿ ਸਾਚੁ ਦ੍ਰਿੜਾਵੈ ॥ ଏପରି ଗୁରୁ ହିଁ ଧାରଣ କର, ଯିଏ ମନରେ ସତ୍ୟକୁ ଦୃଢ କରାଇ ଦିଅନ୍ତି ଏବଂ
ਅਕਥੁ ਕਥਾਵੈ ਸਬਦਿ ਮਿਲਾਵੈ ॥ ଅକଥନୀୟ ପ୍ରଭୁଙ୍କ କଥା କରାନ୍ତି ଆଉ ଶବ୍ଦ ଦ୍ଵାରା ଭଗବାନଙ୍କ ସହିତ ମିଳନ କରାଇ ଦିଅନ୍ତି।
ਹਰਿ ਕੇ ਲੋਗ ਅਵਰ ਨਹੀ ਕਾਰਾ ॥ ଭକ୍ତକୁ ନାମ ସ୍ମରଣ ବିନା ଅନ୍ୟ କିଛି କାର୍ଯ୍ୟ ଭଲ ଲାଗେ ନାହିଁ।
ਸਾਚਉ ਠਾਕੁਰੁ ਸਾਚੁ ਪਿਆਰਾ ॥੨॥ ସେ କେବଳ ସତ୍ୟ-ସ୍ୱରୂପ ପରମେଶ୍ଵର ଏବଂ ସତ୍ୟକୁ ହିଁ ପ୍ରେମ କରିଥାଏ॥2॥
ਤਨ ਮਹਿ ਮਨੂਆ ਮਨ ਮਹਿ ਸਾਚਾ ॥ ମନୁଷ୍ୟର ତନରେ ମନର ନିବାସ ହୋଇଥାଏ ଆଉ ମନରେ ହିଁ ସତ୍ୟର ବାସ ହୋଇଥାଏ।
ਸੋ ਸਾਚਾ ਮਿਲਿ ਸਾਚੇ ਰਾਚਾ ॥ ସେହି ମନୁଷ୍ୟ ସତ୍ୟବାଦୀ ଅଟେ, ଯିଏ ସତ୍ୟ ପ୍ରଭୁଙ୍କ ସହିତ ମିଳନ କରି ତାହାଙ୍କ ସହିତ ଲୀନ ରହିଥାଏ।
ਸੇਵਕੁ ਪ੍ਰਭ ਕੈ ਲਾਗੈ ਪਾਇ ॥ ସେବକ ପ୍ରଭୁ-ଚରଣରେ ଲାଗିଯାଏ।
ਸਤਿਗੁਰੁ ਪੂਰਾ ਮਿਲੈ ਮਿਲਾਇ ॥੩॥ ଯଦି ମନୁଷ୍ୟକୁ ପୂର୍ଣ୍ଣ ସଦଗୁରୁ ମିଳିଯାନ୍ତି, ତାହାହେଲେ ସେ ତାହାକୁ ଭଗବାନଙ୍କ ସହିତ ମିଳନ କରାଇ ଦିଅନ୍ତି॥3॥
ਆਪਿ ਦਿਖਾਵੈ ਆਪੇ ਦੇਖੈ ॥ ଭଗବାନ ସ୍ଵୟଂ ହିଁ ସମସ୍ତ ଜୀବଙ୍କୁ ଦେଖିଥାନ୍ତି, କିନ୍ତୁ ସେ ସେମାନଙ୍କୁ ନିଜ ଦର୍ଶନ ସ୍ଵୟଂ ହିଁ ଦେଇଥାନ୍ତି।
ਹਠਿ ਨ ਪਤੀਜੈ ਨਾ ਬਹੁ ਭੇਖੈ ॥ ସେ ନାଆ ଯୋଗରେ ପ୍ରସନ୍ନ ହୋଇଥାନ୍ତି ଆଉ ନା ସେ ଅନେକ ବେଶ ଧାରଣ କରିବା ଦ୍ଵାରା ପ୍ରସନ୍ନ ହୋଇଥାନ୍ତି।
ਘੜਿ ਭਾਡੇ ਜਿਨਿ ਅੰਮ੍ਰਿਤੁ ਪਾਇਆ ॥ ଯିଏ ଶରୀର ରୂପୀ ବର୍ତ୍ତନ ନିର୍ମାଣ କରି ସେଥିରେ ନାମ ରୂପୀ ଅମୃତ ଢାଳି ଅଛନ୍ତି,
ਪ੍ਰੇਮ ਭਗਤਿ ਪ੍ਰਭਿ ਮਨੁ ਪਤੀਆਇਆ ॥੪॥ ତାହାର ମନ କେବଳ ପ୍ରେମ-ଭକ୍ତିରେ ହିଁ ପ୍ରସନ୍ନ ହୋଇଥାଏ॥4॥
ਪੜਿ ਪੜਿ ਭੂਲਹਿ ਚੋਟਾ ਖਾਹਿ ॥ ଯେଉଁ ବ୍ୟକ୍ତି ଧାର୍ମିକ ଗ୍ରନ୍ଥ ପଢି ପଢି ପଥଭ୍ରଷ୍ଟ ହୋଇଯାଏ, ସେ ଯମ ଦ୍ଵାରା ବହୁତ ଦୁଃଖୀ ହୋଇଥାଏ।
ਬਹੁਤੁ ਸਿਆਣਪ ਆਵਹਿ ਜਾਹਿ ॥ ସେ ନିଜର ଅଧିକ ଚତୁରତା କାରଣରୁ ଜନ୍ମ ହୋଇ ମରିଥାଏ।
ਨਾਮੁ ਜਪੈ ਭਉ ਭੋਜਨੁ ਖਾਇ ॥ ଯିଏ ନାମର ଜପ କରିଥାଏ ଆଉ ଭଗବାନଙ୍କ ଭୟ ରୂପୀ ଭୋଜନ କରିଥାଏ,
ਗੁਰਮੁਖਿ ਸੇਵਕ ਰਹੇ ਸਮਾਇ ॥੫॥ ସେହି ସେବକ ଗୁରୁଙ୍କ ମାଧ୍ୟମରୁ ପରମ-ସତ୍ୟରେ ଲୀନ ରହିଥାଏ॥5॥
ਪੂਜਿ ਸਿਲਾ ਤੀਰਥ ਬਨ ਵਾਸਾ ॥ ଯେଉଁ ମନୁଷ୍ୟ ମୂର୍ତ୍ତି ପୂଜା କରିଥାଏ, ତୀର୍ଥ-ସ୍ନାନ କରିଥାଏ, ଜଙ୍ଗଲରେ ନିବାସ କରିଥାଏ,
ਭਰਮਤ ਡੋਲਤ ਭਏ ਉਦਾਸਾ ॥ ତ୍ୟାଗୀ ମଧ୍ୟ ବନିଯାଏ ଆଉ ସ୍ଥାନେ ସ୍ଥାନେ ପଥଭ୍ରଷ୍ଟ ଏବଂ ବିଚଳିତ ହୋଇ ରହିଥାଏ,
ਮਨਿ ਮੈਲੈ ਸੂਚਾ ਕਿਉ ਹੋਇ ॥ ପୁଣି ସେ ଅଶୁଦ୍ଧ ମନ ଦ୍ଵାରା କିପରି ପବିତ୍ର ହୋଇ ପାରିବ?
ਸਾਚਿ ਮਿਲੈ ਪਾਵੈ ਪਤਿ ਸੋਇ ॥੬॥ ଯାହାକୁ ସତ୍ୟ ମିଳିଯାନ୍ତି, ତାହାକୁ ହିଁ ଶୋଭା ପ୍ରାପ୍ତ ହୋଇଥାଏ॥6॥
ਆਚਾਰਾ ਵੀਚਾਰੁ ਸਰੀਰਿ ॥ ତାହାର ଆଚରଣ ଭଲ ହୋଇଥାଈ ଆଉ ତାହାର ଶରୀରରେ ଉତ୍ତମ ବିଚାର ଉତ୍ପନ୍ନ ହୋଇଥାଏ।
ਆਦਿ ਜੁਗਾਦਿ ਸਹਜਿ ਮਨੁ ਧੀਰਿ ॥ ତାହାର ମନ ଯୁଗ-ଯୁଗାନ୍ତରରେ ମଧ୍ୟ ସର୍ବଦା ଧୈର୍ଯ୍ୟ ସହିତ ସ୍ଵାଭାବିକ ଅବସ୍ଥାରେ ଲୀନ ରହିଥାଏ।
ਪਲ ਪੰਕਜ ਮਹਿ ਕੋਟਿ ਉਧਾਰੇ ॥ ଯିଏ ପଲକ ମାତ୍ରକେ କୋଟି କୋଟି ଜୀବଙ୍କୁ ଉଦ୍ଧାର କରିଥାନ୍ତି
ਕਰਿ ਕਿਰਪਾ ਗੁਰੁ ਮੇਲਿ ਪਿਆਰੇ ॥੭॥ ହେ ପ୍ରିୟ ପରମେଶ୍ଵର! ନିଜ କୃପା କରି ମୋତେ ଗୁରୁଙ୍କ ସହିତ ମିଳନ କରାଇ ଦିଅ॥7॥
ਕਿਸੁ ਆਗੈ ਪ੍ਰਭ ਤੁਧੁ ਸਾਲਾਹੀ ॥ ହେ ପ୍ରଭୁ! ମୁଁ କାହା ସମ୍ମୁଖରେ ତୋର ସ୍ତୁତି କରିବି?
ਤੁਧੁ ਬਿਨੁ ਦੂਜਾ ਮੈ ਕੋ ਨਾਹੀ ॥ କାରଣ ତୋ' ବିନା ମୋ' ଠାରେ ଆଉ କେହି ମହାନ ନାହାନ୍ତି।
ਜਿਉ ਤੁਧੁ ਭਾਵੈ ਤਿਉ ਰਾਖੁ ਰਜਾਇ ॥ ତୋତେ ଯେପରି ଉପଯୁକ୍ତ ଲାଗିଥାଏ, ମୋତେ ମଧ୍ୟ ସେପରି ହିଁ ରଖ।
ਨਾਨਕ ਸਹਜਿ ਭਾਇ ਗੁਣ ਗਾਇ ॥੮॥੨॥ କାରଣ ନାନକ ସ୍ଵାଭାବିକ ଭାବରେ ତୋର ହିଁ ଗୁଣ ପ୍ରେମପୂର୍ବକ ଗାନ କରିଥାନ୍ତି॥8॥2॥
ਧਨਾਸਰੀ ਮਹਲਾ ੫ ਘਰੁ ੬ ਅਸਟਪਦੀ ଧନାସରୀ ମହଲା 5 ଘର 6 ଅଷ୍ଟପଦୀ ॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਜੋ ਜੋ ਜੂਨੀ ਆਇਓ ਤਿਹ ਤਿਹ ਉਰਝਾਇਓ ਮਾਣਸ ਜਨਮੁ ਸੰਜੋਗਿ ਪਾਇਆ ॥ ଯେଉଁ ଜୀବ ଯେଉଁ ଯୋନିରେ ଆସିଛି ସେ ସେହି କାର୍ଯ୍ୟରେ ଲିପ୍ତ ରହିଛି, ଅହୋଭାଗ୍ୟରୁ ଅମୂଲ୍ୟ ମାନବ-ଜନ୍ମ ପ୍ରାପ୍ତ ହୋଇଛି।
ਤਾਕੀ ਹੈ ਓਟ ਸਾਧ ਰਾਖਹੁ ਦੇ ਕਰਿ ਹਾਥ ਕਰਿ ਕਿਰਪਾ ਮੇਲਹੁ ਹਰਿ ਰਾਇਆ ॥੧॥ ହେ ସାଧୁଜନ! ମୁଁ ଆପଣଙ୍କ ସାହାରା ହିଁ ଦେଖିଛି, ଏଥିପାଇଁ ନିଜ ହାତରେ ମୋର ରକ୍ଷା କର ତଥା କୃପା କରି ବିଶ୍ଵର ବାଦଶାହ ପ୍ରଭୁଙ୍କ ସହିତ ମିଳନ କରାଇ ଦିଅ॥1॥
ਅਨਿਕ ਜਨਮ ਭ੍ਰਮਿ ਥਿਤਿ ਨਹੀ ਪਾਈ ॥ ମୁଁ ଅନେକ ଜନ୍ମରୁ ପଥଭ୍ରଷ୍ଟ ରହିଛି, ମୋତେ କେଉଁଠି ହେଲେ ସ୍ଥିରତା ପ୍ରାପ୍ତ ହୋଇନାହିଁ।
ਕਰਉ ਸੇਵਾ ਗੁਰ ਲਾਗਉ ਚਰਨ ਗੋਵਿੰਦ ਜੀ ਕਾ ਮਾਰਗੁ ਦੇਹੁ ਜੀ ਬਤਾਈ ॥੧॥ ਰਹਾਉ ॥ ବର୍ତ୍ତମାନ, ମୁଁ ନିଜ ଗୁରୁଙ୍କ ଚରଣର ଲାଗି ତାହାଙ୍କ ସେବା କରୁଅଛି, ହେ ଗୁରୁଦେବ! ମୋତେ ଗୋବିନ୍ଦଙ୍କ ସହିତ ମିଳନର ମାର୍ଗ ବତାଇ ଦିଅ॥1॥ରୁହ॥
ਅਨਿਕ ਉਪਾਵ ਕਰਉ ਮਾਇਆ ਕਉ ਬਚਿਤਿ ਧਰਉ ਮੇਰੀ ਮੇਰੀ ਕਰਤ ਸਦ ਹੀ ਵਿਹਾਵੈ ॥ ମୁଁ ମାୟାକୁ ନିଜ ହୃଦୟରେ ରଖିଛି ଆଉ ଏହାକୁ ପ୍ରାପ୍ତ କରିବା ପାଇଁ ଅନେକ ଉପାୟ କରିଛି, ସର୍ବଦା ' ମୋର-ମୋର' କରି ଜୀବନ ଅତିବାହିତ କରିଛି।


© 2017 SGGS ONLINE
error: Content is protected !!
Scroll to Top