Page 671
ਕਾਮ ਹੇਤਿ ਕੁੰਚਰੁ ਲੈ ਫਾਂਕਿਓ ਓਹੁ ਪਰ ਵਸਿ ਭਇਓ ਬਿਚਾਰਾ ॥
କମବାସନାରେ ଆସକ୍ତ ହେବା କାରଣରୁ ହାତୀ ଫସି ଯାଇଥାଏ, ସେ ବିଚରା ପରାଧୀନ ହୋଇଯାଏ।
ਨਾਦ ਹੇਤਿ ਸਿਰੁ ਡਾਰਿਓ ਕੁਰੰਕਾ ਉਸ ਹੀ ਹੇਤ ਬਿਦਾਰਾ ॥੨॥
ନାଦରେ ମୁଗ୍ଧ ହେବା କାରଣରୁ ହରିଣ ନିଜ ମସ୍ତକ ଶିକାରୀକୁ ଦେଇଥାଏ ଆଉ ତାହାକୁ ମୃତ୍ୟୁ ପ୍ରାପ୍ତ ହୋଇଥାଏ॥2॥
ਦੇਖਿ ਕੁਟੰਬੁ ਲੋਭਿ ਮੋਹਿਓ ਪ੍ਰਾਨੀ ਮਾਇਆ ਕਉ ਲਪਟਾਨਾ ॥
ପ୍ରାଣୀ ନିଜ କୁଟୁମ୍ବ ଦେଖି ଧନ-ଦଉଲତର ଲୋଭରେ ଫସିଯାଏ।
ਅਤਿ ਰਚਿਓ ਕਰਿ ਲੀਨੋ ਅਪੁਨਾ ਉਨਿ ਛੋਡਿ ਸਰਾਪਰ ਜਾਨਾ ॥੩॥
ସେ ସାଂସାରିକ ପଦାର୍ଥକୁ ନିଜର ଭାବିଥାଏ ଆଉ ଏଥିରେ ଅଧିକ ମଗ୍ନ ରହିଥାଏ, ସେ ଏହା ବୁଝେ ନାହିଁ ଯେ ସବୁ ପଦାର୍ଥକୁ ଏଠାରେ ଛାଡି ଦୁନିଆରୁ ଚାଲି ଯିବାକୁ ହୁଏ। ॥3॥
ਬਿਨੁ ਗੋਬਿੰਦ ਅਵਰ ਸੰਗਿ ਨੇਹਾ ਓਹੁ ਜਾਣਹੁ ਸਦਾ ਦੁਹੇਲਾ ॥
ଏହି କଥା ଭଲ ଭାବରେ ବୁଝି ଯାଅ ଯେ ଯେଉଁ ମନୁଷ୍ୟ ଭଗବାନଙ୍କ ବିନା ଆଉ କାହା ସହିତ ପ୍ରେମ କରିଛି ସେ ସର୍ବଦା ଦୁଃଖୀ ରହିଛି।
ਕਹੁ ਨਾਨਕ ਗੁਰ ਇਹੈ ਬੁਝਾਇਓ ਪ੍ਰੀਤਿ ਪ੍ਰਭੂ ਸਦ ਕੇਲਾ ॥੪॥੨॥
ହେ ନାନକ! ଗୁରୁ ମୋତେ ଏହା ବୁଝାଇଛନ୍ତି ଯେ ଭଗବାନଙ୍କ ପ୍ରେମରେ ସର୍ବଦା ଆନନ୍ଦ ହିଁ ରହିଥାଏ॥4॥2॥
ਧਨਾਸਰੀ ਮਃ ੫ ॥
ଧନାସରୀ ମହଲା 5 ॥
ਕਰਿ ਕਿਰਪਾ ਦੀਓ ਮੋਹਿ ਨਾਮਾ ਬੰਧਨ ਤੇ ਛੁਟਕਾਏ ॥
ଇଶ୍ଵର କୃପା କରି ମୋତେ ନିଜର ନାମ ପ୍ରଦାନ କରିଛନ୍ତି ଆଉ ମୋତେ ମାୟାର ବନ୍ଧନରୁ ମୁକ୍ତ କରି ଦେଇଛନ୍ତି।
ਮਨ ਤੇ ਬਿਸਰਿਓ ਸਗਲੋ ਧੰਧਾ ਗੁਰ ਕੀ ਚਰਣੀ ਲਾਏ ॥੧॥
ସେ ମୋତେ ଗୁରୁଙ୍କ ଚରଣରେ ଲଗାଇଛନ୍ତି ଆଉ ଜଗତର ସଂପୂର୍ଣ୍ଣ ଧନ୍ଦା ମୋର ମନରୁ ଚାଲି ଯାଇଛି॥1॥
ਸਾਧਸੰਗਿ ਚਿੰਤ ਬਿਰਾਨੀ ਛਾਡੀ ॥
ସାଧୁ ସଙ୍ଗତିରେ ମିଶି ମୁଁ ଅନ୍ୟ ସବୁ ଚିନ୍ତା ଛାଡି ଦେଇଛି।
ਅਹੰਬੁਧਿ ਮੋਹ ਮਨ ਬਾਸਨ ਦੇ ਕਰਿ ਗਡਹਾ ਗਾਡੀ ॥੧॥ ਰਹਾਉ ॥
ମୁଁ ନିଜ ଅହଂ ବୁଦ୍ଧି, ମାୟାର ମୋହ ଏବଂ ନିଜ ମନର ବାସନା ସବୁ ନଷ୍ଟ କରି ଦେଇଛି॥1॥ରୁହ॥
ਨਾ ਕੋ ਮੇਰਾ ਦੁਸਮਨੁ ਰਹਿਆ ਨਾ ਹਮ ਕਿਸ ਕੇ ਬੈਰਾਈ ॥
ଏବେ ମୋର ଶତ୍ରୁ ଆଉ କେହି ନାହାନ୍ତି ଆଉ ନା ମୁଁ କାହାର ଶତ୍ରୁ ନାହିଁ।
ਬ੍ਰਹਮੁ ਪਸਾਰੁ ਪਸਾਰਿਓ ਭੀਤਰਿ ਸਤਿਗੁਰ ਤੇ ਸੋਝੀ ਪਾਈ ॥੨॥
ଗୁରୁଙ୍କ ଠାରୁ ଏହି ଜ୍ଞାନ ପ୍ରାପ୍ତ ହୋଇଛି ଯେ ଯିଏ ଏହି ସୃଷ୍ଟି-ରଚନାର ପ୍ରସାର କରିଛନ୍ତି, ସେହି ବ୍ରହ୍ମ ସର୍ବବ୍ୟାପୀ ଅଟେ॥2॥
ਸਭੁ ਕੋ ਮੀਤੁ ਹਮ ਆਪਨ ਕੀਨਾ ਹਮ ਸਭਨਾ ਕੇ ਸਾਜਨ ॥
ମୁଁ ସବୁଙ୍କୁ ନିଜ ମିତ୍ର ବନାଇଛି ଆଉ ମୁଁ ସବୁଙ୍କ ସଜ୍ଜନ ବନି ଯାଇଛି।
ਦੂਰਿ ਪਰਾਇਓ ਮਨ ਕਾ ਬਿਰਹਾ ਤਾ ਮੇਲੁ ਕੀਓ ਮੇਰੈ ਰਾਜਨ ॥੩॥
ଯେତେବେଳେ ମୋର ମନର ବିଛେଦର ଯନ୍ତ୍ରଣା ଦୂର ହୋଇ ଯାଇଛି, ରାଜା ପ୍ରଭୁଙ୍କ ସହିତ ମୋର ମିଳନ ହୋଇ ଯାଇଛି। ॥3॥
ਬਿਨਸਿਓ ਢੀਠਾ ਅੰਮ੍ਰਿਤੁ ਵੂਠਾ ਸਬਦੁ ਲਗੋ ਗੁਰ ਮੀਠਾ ॥
ମୋର ମନର ନିର୍ଲଜ୍ଜତା ଦୂର ହୋଇ ଯାଇଛି, ମନରେ ନାମାମୃତ ସିଂଚନ କରାଯାଇଛି ଆଉ ଗୁରୁଙ୍କ ଶବ୍ଦ ମୋର ମନକୁ ମିଠା ଲାଗି ଯାଇଛି।
ਜਲਿ ਥਲਿ ਮਹੀਅਲਿ ਸਰਬ ਨਿਵਾਸੀ ਨਾਨਕ ਰਮਈਆ ਡੀਠਾ ॥੪॥੩॥
ହେ ନାନକ! ମୁଁ ଜଳ, ସ୍ଥଳ ଓ ଆକାଶରେ ସର୍ବ ନିବାସୀ ରାମଙ୍କୁ ଦେଖିଛି॥4॥3॥
ਧਨਾਸਰੀ ਮਃ ੫ ॥
ଧନାସରୀ ମହଲା 5 ॥
ਜਬ ਤੇ ਦਰਸਨ ਭੇਟੇ ਸਾਧੂ ਭਲੇ ਦਿਨਸ ਓਇ ਆਏ ॥
ଯେବେ ଠାରୁ ମୋତେ ସାଧୁ (ଗୁରୁଦେବ)ଙ୍କ ଦର୍ଶନ ହୋଇଛି, ସେବେ ଠାରୁ ମୋର ଶୁଭ ଦିନ ଆସିଯାଇଛି।
ਮਹਾ ਅਨੰਦੁ ਸਦਾ ਕਰਿ ਕੀਰਤਨੁ ਪੁਰਖ ਬਿਧਾਤਾ ਪਾਏ ॥੧॥
ସର୍ବଦା ପ୍ରଭୁଙ୍କ କୀର୍ତ୍ତନ କରିବା ଦ୍ଵାରା ମୋର ମନରେ ମହା ଆନନ୍ଦ ବନି ରହିଛି ଆଉ ମୁଁ ସେହି ପରମପୁରୁଷ ବିଧାତାଙ୍କୁ ପାଇଛି॥1॥
ਅਬ ਮੋਹਿ ਰਾਮ ਜਸੋ ਮਨਿ ਗਾਇਓ ॥
ଏବେ ମୁ ନିଜ ମନରେ ରାମଙ୍କ ଯଶ ଗାନ କରିଥାଏ।
ਭਇਓ ਪ੍ਰਗਾਸੁ ਸਦਾ ਸੁਖੁ ਮਨ ਮਹਿ ਸਤਿਗੁਰੁ ਪੂਰਾ ਪਾਇਓ ॥੧॥ ਰਹਾਉ ॥
ମୁଁ ପୂର୍ଣ୍ଣ ସଦଗୁରୁଙ୍କୁ ପାଇଛି, ଯାହା ଦ୍ଵାରା ପ୍ରଭୁ-ଜ୍ୟୋତିର ପ୍ରକାଶ ହୋଇ ଯାଇଛି ଆଉ ମୋର ମନରେ ସର୍ବଦା ସୁଖ ବନି ରହିଥାଏ॥1॥ରୁହ॥
ਗੁਣ ਨਿਧਾਨੁ ਰਿਦ ਭੀਤਰਿ ਵਸਿਆ ਤਾ ਦੂਖੁ ਭਰਮ ਭਉ ਭਾਗਾ ॥
ଯେବେ ଗୁଣର ଭଣ୍ଡାର ପ୍ରଭୁ ମୋର ହୃଦୟରେ ସ୍ଥାପିତ ହୋଇଛନ୍ତି, ମୋର ଦୁଃଖ, ଭ୍ରମ ଏବଂ ଭୟ ସବୁ ଦୂର ହୋଇ ଯାଇଛି।
ਭਈ ਪਰਾਪਤਿ ਵਸਤੁ ਅਗੋਚਰ ਰਾਮ ਨਾਮਿ ਰੰਗੁ ਲਾਗਾ ॥੨॥
ମୋର ରାମ ନାମ ସହିତ ପ୍ରେମ ହୋଇ ଯାଇଛି ଆଉ ମୋତେ ଆଗୋଚର ବସ୍ତୁ ପ୍ରାପ୍ତ ହୋଇ ଯାଇଛି॥2॥
ਚਿੰਤ ਅਚਿੰਤਾ ਸੋਚ ਅਸੋਚਾ ਸੋਗੁ ਲੋਭੁ ਮੋਹੁ ਥਾਕਾ ॥
ମୁଁ ସବୁ ବ୍ୟସ୍ତ ଓ ଚିନ୍ତା ରହିତ ହୋଇ ଯାଇଛି, ଅର୍ଥାତ ମୋର ମନରୁ ଶୋକ, ଚିନ୍ତା, ଲୋଭ, ମୋହ ଚାଲି ଯାଇଛି।
ਹਉਮੈ ਰੋਗ ਮਿਟੇ ਕਿਰਪਾ ਤੇ ਜਮ ਤੇ ਭਏ ਬਿਬਾਕਾ ॥੩॥
ପ୍ରଭୁଙ୍କ ଅପାର କୃପାରୁ ମୋର ଅହଙ୍କାରର ରୋଗ ଦୂର ହୋଇ ଯାଇଛି ଏବଂ ମୋତେ ବର୍ତ୍ତମାନ ଯମ ଠାରୁ କୌଣସି ଭୟ ନାହିଁ॥3॥
ਗੁਰ ਕੀ ਟਹਲ ਗੁਰੂ ਕੀ ਸੇਵਾ ਗੁਰ ਕੀ ਆਗਿਆ ਭਾਣੀ ॥
ଏବେ ମୋତେ ଗୁରୁଙ୍କ ସେବା-ଚାକିରୀ ଏବଂ ଗୁରୁଙ୍କ ଆଜ୍ଞା ହିଁ ଭଲ ଲାଗିଥାଏ।
ਕਹੁ ਨਾਨਕ ਜਿਨਿ ਜਮ ਤੇ ਕਾਢੇ ਤਿਸੁ ਗੁਰ ਕੈ ਕੁਰਬਾਣੀ ॥੪॥੪॥
ହେ ନାନକ! ମୁଁ ସେହି ଗୁରୁଙ୍କ ପ୍ରତି ସମର୍ପିତ ଅଟେ, ଯିଏ ମୋତେ ଯମ ଦ୍ଵାରା ବିଛା ହୋଇଥିବା କର୍ମ-ଜାଲରୁ ବାହାର କରିଛନ୍ତି॥4॥4॥
ਧਨਾਸਰੀ ਮਹਲਾ ੫ ॥
ଧନାସରୀ ମହଲା 5 ॥
ਜਿਸ ਕਾ ਤਨੁ ਮਨੁ ਧਨੁ ਸਭੁ ਤਿਸ ਕਾ ਸੋਈ ਸੁਘੜੁ ਸੁਜਾਨੀ ॥
ଯେଉଁ ପରମାତ୍ମା ମୋତେ ତନ, ମନ ଓ ଧନ ଦେଇଛନ୍ତି, ଏହା ସବୁ ତାଙ୍କରି ଦ୍ଵାରା ଜାତ ହୋଇଛି ଏବଂ ସେ ଚତୁର ଓ ସର୍ବଜ୍ଞ ଅଟନ୍ତି।
ਤਿਨ ਹੀ ਸੁਣਿਆ ਦੁਖੁ ਸੁਖੁ ਮੇਰਾ ਤਉ ਬਿਧਿ ਨੀਕੀ ਖਟਾਨੀ ॥੧॥
ଯେତେବେଳେ ସେ ମୋର ଦୁଃଖ ଓ ସୁଖ ଶୁଣିଛନ୍ତି, ମୋର ଅବସ୍ଥା ଭଲ ହୋଇ ଯାଇଛି॥1॥
ਜੀਅ ਕੀ ਏਕੈ ਹੀ ਪਹਿ ਮਾਨੀ ॥
ମୋର ମନର ଏକ ପ୍ରାର୍ଥନା ପରମାତ୍ମାଙ୍କ ପାଖରେ ସ୍ଵୀକୃତ ହୋଇଛି।
ਅਵਰਿ ਜਤਨ ਕਰਿ ਰਹੇ ਬਹੁਤੇਰੇ ਤਿਨ ਤਿਲੁ ਨਹੀ ਕੀਮਤਿ ਜਾਨੀ ॥ ਰਹਾਉ ॥
ମୁଁ ବହୁତ ଯତ୍ନ କରିଛି, ପରନ୍ତୁ ମୋର ମନ ଏକ ତିଳେମାତ୍ର ବୁଝି ନାହିଁ॥ରୁହ॥
ਅੰਮ੍ਰਿਤ ਨਾਮੁ ਨਿਰਮੋਲਕੁ ਹੀਰਾ ਗੁਰਿ ਦੀਨੋ ਮੰਤਾਨੀ ॥
ହରି ନାମାମୃତ ଏକ ଅମୂଲ୍ୟ ହୀରା ଅଟେ, ଗୁରୁ ମୋତେ ଏହି ନାମ-ମନ୍ତ୍ର ଦେଇଛନ୍ତି।
ਡਿਗੈ ਨ ਡੋਲੈ ਦ੍ਰਿੜੁ ਕਰਿ ਰਹਿਓ ਪੂਰਨ ਹੋਇ ਤ੍ਰਿਪਤਾਨੀ ॥੨॥
ଏବେ ମୋର ମନ ବିକାରରେ ପଡେ ନାହିଁ ଆଉ ନା ଏଣେ ତେଣେ ପଥଭ୍ରଷ୍ଟ ହୋଇଥାଏ, ଏଣୁ ଦୃଢ ରହିଥାଏ ଏବଂ ମୋର ମନ ପୂର୍ଣ୍ଣ ଭାବରେ ତୃପ୍ତ ହୋଇଥାଏ।
ਓਇ ਜੁ ਬੀਚ ਹਮ ਤੁਮ ਕਛੁ ਹੋਤੇ ਤਿਨ ਕੀ ਬਾਤ ਬਿਲਾਨੀ ॥
‘ମୋର-ତୋର’ ଭେଦଭାବ ସଂପୂର୍ଣ୍ଣ ଦୂର ହୋଇ ଯାଇଛି।