Guru Granth Sahib Translation Project

guru granth sahib odia page-662

Page 662

ਜਿਨਿ ਮਨੁ ਰਾਖਿਆ ਅਗਨੀ ਪਾਇ ॥ ଯିଏ ମା’ର ଗର୍ଭର ଅଗ୍ନିରେ ଜାତ କରି ଆମର ମନକୁ ରକ୍ଷା କରିଛନ୍ତି।
ਵਾਜੈ ਪਵਣੁ ਆਖੈ ਸਭ ਜਾਇ ॥੨॥ ସେହି ପରମାତ୍ମାଙ୍କ କୃପାରୁ ଜୀବନ-ଶ୍ଵାସ ଚାଲିଥାଏ ଆଉ ଜୀବ ପରସ୍ପର କଥାବାର୍ତ୍ତା କରିଥାନ୍ତି॥2॥
ਜੇਤਾ ਮੋਹੁ ਪਰੀਤਿ ਸੁਆਦ ॥ ଯେତେ ମୋହ, ପ୍ରେମ ଓ ସ୍ଵାଦ ଅଛି,
ਸਭਾ ਕਾਲਖ ਦਾਗਾ ਦਾਗ ॥ ଏହା ସବୁ ଆମର ମନରେ ଲାଗି କଳଙ୍କ ହୋଇ ରାହିଯାଏ।
ਦਾਗ ਦੋਸ ਮੁਹਿ ਚਲਿਆ ਲਾਇ ॥ ଯେଉଁ ମନୁଷ୍ୟ ନିଜ ଚେହେରାରେ ପାପର କଳଙ୍କ ଲଗାଇ ଦୁନିଆରେ ଚାଲିଥାଏ,
ਦਰਗਹ ਬੈਸਣ ਨਾਹੀ ਜਾਇ ॥੩॥ ସେହି ପ୍ରଭୁଙ୍କ ଦରବାରରେ ବସିବା ପାଇଁ ସ୍ଥାନ ମିଳେନାହିଁ॥3॥
ਕਰਮਿ ਮਿਲੈ ਆਖਣੁ ਤੇਰਾ ਨਾਉ ॥ ହେ ପରମାତ୍ମା! ତୋର ନାମ ତୋର କୃପାରୁ ହିଁ ସ୍ମରଣ ପାଇଁ ମିଳିଥାଏ
ਜਿਤੁ ਲਗਿ ਤਰਣਾ ਹੋਰੁ ਨਹੀ ਥਾਉ ॥ ଯାହା ସହିତ ରହି ଜୀବ ଭବସାଗରରୁ ପାର ହୋଇଯାଏ ଆଉ ଏହି ଭବସାଗରରେ ବୁଡିବାରୁ ରକ୍ଷା କରିବା ପାଇଁ ନାମ ଅତିରିକ୍ତ ଆଉ କିଛି ସାହାରା ନାହିଁ।
ਜੇ ਕੋ ਡੂਬੈ ਫਿਰਿ ਹੋਵੈ ਸਾਰ ॥ ଯଦି କେହି ଭବସାଗରରେ ବୁଡି ଯାଏ, ତାହାହେଲେ ନାମ ଦ୍ଵାରା ତାହାର ପୁନଃ ଉଦ୍ଧାର ହୋଇଯାଏ।
ਨਾਨਕ ਸਾਚਾ ਸਰਬ ਦਾਤਾਰ ॥੪॥੩॥੫॥ ହେ ନାନକ! ପରମ-ସତ୍ୟ ପରମେଶ୍ଵର ସବୁ ଜୀବଙ୍କ ଦାତା ଅଟନ୍ତି ||4||3||5||
ਧਨਾਸਰੀ ਮਹਲਾ ੧ ॥ ଧନସାରୀ ମହଲା 1 ॥
ਚੋਰੁ ਸਲਾਹੇ ਚੀਤੁ ਨ ਭੀਜੈ ॥ ଯଦି ଚୋର କାହାକୁ ପ୍ରଶଂସା କରିଥାଏ, ତାହାହେଲେ ତାହାର ଚିତ୍ତ ପ୍ରସନ୍ନ ହୁଏନାହିଁ।
ਜੇ ਬਦੀ ਕਰੇ ਤਾ ਤਸੂ ਨ ਛੀਜੈ ॥ ପରନ୍ତୁ ଯଦି ଚୋର ତାହାର କ୍ଷତି କରିଥାଏ, ତାହାହେଲେ ତାହାର ଇଜ୍ଜତ ତିଳେମାତ୍ର କମେ ନାହିଁ।
ਚੋਰ ਕੀ ਹਾਮਾ ਭਰੇ ਨ ਕੋਇ ॥ ଚୋରର ଦାୟିତ୍ଵ କେହି ମଧ୍ୟ ନିଏ ନାହିଁ।
ਚੋਰੁ ਕੀਆ ਚੰਗਾ ਕਿਉ ਹੋਇ ॥੧॥ ଯାହାକୁ ଭଗବାନ ଚୋର ବନାଇଛନ୍ତି, ସେହି ମନୁଷ୍ୟ କିପରି ଭଲ ହୋଇ ପାରିବ॥1॥
ਸੁਣਿ ਮਨ ਅੰਧੇ ਕੁਤੇ ਕੂੜਿਆਰ ॥ ହେ ଜ୍ଞାନହୀନ, ଲୋଭୀ ଏବଂ ମିଥ୍ୟା ମନ! ଧ୍ୟାନପୂର୍ବକ ଶୁଣ,
ਬਿਨੁ ਬੋਲੇ ਬੂਝੀਐ ਸਚਿਆਰ ॥੧॥ ਰਹਾਉ ॥ ତୋର କହିବା ବିନା ହିଁ ସେହି ସଚ୍ଚା ପରମେଶ୍ଵର ତୋର ମନର ଭାବନା ଜାଣିଥାନ୍ତି॥1॥ରୁହ॥
ਚੋਰੁ ਸੁਆਲਿਉ ਚੋਰੁ ਸਿਆਣਾ ॥ ଚୋର ଯେତେ ସୁନ୍ଦର ଓ ଚତୁର ହୋଇଥାଉ, ପରନ୍ତୁ
ਖੋਟੇ ਕਾ ਮੁਲੁ ਏਕੁ ਦੁਗਾਣਾ ॥ ସେହି ଦୁରାଚାରୀର ମୂଲ୍ୟ ଏକ କଉଡି ଭଳି ହୋଇଥାଏ।
ਜੇ ਸਾਥਿ ਰਖੀਐ ਦੀਜੈ ਰਲਾਇ ॥ ଯଦି ତାହାକୁ ଗୁଣବାନ ସହିତ ମିଶାଇ ରଖାଯାଏ, ତାହାହେଲେ
ਜਾ ਪਰਖੀਐ ਖੋਟਾ ਹੋਇ ਜਾਇ ॥੨॥ ପରଖିବା ପାରେ ତାହା ମନ୍ଦ ବୋଲି ହିଁ ଜଣାଯାଏ ॥2॥
ਜੈਸਾ ਕਰੇ ਸੁ ਤੈਸਾ ਪਾਵੈ ॥ ସତ୍ୟ ଏହା ଯେ ମନୁଷ୍ୟ ଯେପରି କର୍ମ କରିଥାଏ, ସେପରି ଫଳ ହିଁ ସେ ପ୍ରାପ୍ତ କରିଥାଏ।
ਆਪਿ ਬੀਜਿ ਆਪੇ ਹੀ ਖਾਵੈ ॥ ସେ ଶୁଭ କର୍ମର ବୀଜ ବୁଣି ସ୍ଵୟଂ ତାହାର ଫଳ ଖାଇଥାଏ।
ਜੇ ਵਡਿਆਈਆ ਆਪੇ ਖਾਇ ॥ ଯଦି ସେ ସ୍ଵୟଂ ନିଜର ପ୍ରଶଂସା କରିଥାଏ, ତାହାହେଲେ
ਜੇਹੀ ਸੁਰਤਿ ਤੇਹੈ ਰਾਹਿ ਜਾਇ ॥੩॥ ଯେପରି ତାହାର ଜ୍ଞାନ ହୋଇଥାଏ, ସେପରି ମାର୍ଗରେ ସେ ଚାଲିଥାଏ॥3॥
ਜੇ ਸਉ ਕੂੜੀਆ ਕੂੜੁ ਕਬਾੜੁ ॥ ଯଦି ସେ ନିଜ ମିଥ୍ୟାକୁ ଲୁଚାଇବା ପାଇଁ ହଜାରେ ମିଥ୍ୟା କହିଥାଏ,
ਭਾਵੈ ਸਭੁ ਆਖਉ ਸੰਸਾਰੁ ॥ ସାରା ଦୁନିଆ ତାହାକୁ ଭଲ କହିଲେ ମଧ୍ୟ ସତ୍ୟର ଦରବାରରେ ମଞ୍ଜୁର ହୁଏନାହିଁ।
ਤੁਧੁ ਭਾਵੈ ਅਧੀ ਪਰਵਾਣੁ ॥ ହେ ପ୍ରଭୁ! ଯଦି ତୋତେ ଉପଯୁକ୍ତ ଲାଗିଥାଏ, ତାହାହେଲେ ଏକ ସାଧାରଣ ପୁରୁଷ ମଧ୍ୟ ସ୍ଵୀକୃତ ହୋଇଯାଏ।
ਨਾਨਕ ਜਾਣੈ ਜਾਣੁ ਸੁਜਾਣੁ ॥੪॥੪॥੬॥ ହେ ନାନକ! ସେହି ଚତୁର ଓ ଅନ୍ତର୍ଯାମୀ ପ୍ରଭୁ ସର୍ବଜ୍ଞାତା ଅଟନ୍ତି ||4||4||6||
ਧਨਾਸਰੀ ਮਹਲਾ ੧ ॥ ଧନସାରୀ ମହଲା 1 ॥
ਕਾਇਆ ਕਾਗਦੁ ਮਨੁ ਪਰਵਾਣਾ ॥ ମନୁଷ୍ୟର ଏହି କାୟା କାଗଜ ଅଟେ ଆଉ ମନ ଏହା ଉପରେ ଲେଖା ହୋଇଥିବା ହୁକୁମ ତାହାର ଭାଗ୍ୟ ଅଟେ।
ਸਿਰ ਕੇ ਲੇਖ ਨ ਪੜੈ ਇਆਣਾ ॥ ପରନ୍ତୁ ବିଚରା ମନୁଷ୍ୟ ନିଜ କପାଳରେ ଲେଖା ହୋଇଥିବା ଭାଗ୍ୟର ଲେଖା ପଢେ ନାହିଁ।
ਦਰਗਹ ਘੜੀਅਹਿ ਤੀਨੇ ਲੇਖ ॥ ସେହି ଭଗବାନଙ୍କ ଦରବାରରେ ଭାଗ୍ୟର ଲେଖା ତିନି ପ୍ରକାର ଲେଖା ଯାଇଥାଏ।
ਖੋਟਾ ਕਾਮਿ ਨ ਆਵੈ ਵੇਖੁ ॥੧॥ ଦେଖ, ନକଲି ମୁଦ୍ରା କିଛି କାମରେ ଆସେ ନାହିଁ॥1॥
ਨਾਨਕ ਜੇ ਵਿਚਿ ਰੁਪਾ ਹੋਇ ॥ ହେ ନାନକ! ଯଦି ମୁଦ୍ରା ଉପରେ ରୂପା ଥାଏ, ତାହାହେଲେ
ਖਰਾ ਖਰਾ ਆਖੈ ਸਭੁ ਕੋਇ ॥੧॥ ਰਹਾਉ ॥ ସମସ୍ତେ ତାହାକୁ ଅସଲି-ଅସଲି କହନ୍ତି॥1॥ରୁହ॥
ਕਾਦੀ ਕੂੜੁ ਬੋਲਿ ਮਲੁ ਖਾਇ ॥ କାଜୀ କଚେରୀରେ ମିଥ୍ୟା ନ୍ୟାୟ ଶୁଣାଇ ଅସାଧୁ ଧନ ଖାଇଥାଏ।
ਬ੍ਰਾਹਮਣੁ ਨਾਵੈ ਜੀਆ ਘਾਇ ॥ ବ୍ରାହ୍ମଣ ନିଜ ଇଷ୍ଟ ଦେବତାଙ୍କୁ ବଳି ଦେବା ପାଇଁ ଜୀବ-ହତ୍ୟା କରି ନିଜ ପାପ ନାଶ କରିବା ପାଇଁ ତୀର୍ଥରେ ସ୍ନାନ କରିଥାଏ।
ਜੋਗੀ ਜੁਗਤਿ ਨ ਜਾਣੈ ਅੰਧੁ ॥ ଅନ୍ଧ ଅର୍ଥାତ ଜ୍ଞାନହୀନ ଯୋଗୀ ଯୋଗ ସାଧନାର ଯୁକ୍ତି ଜାଣେ ନାହିଁ।
ਤੀਨੇ ਓਜਾੜੇ ਕਾ ਬੰਧੁ ॥੨॥ କାଜୀ, ବ୍ରାହ୍ମଣ ଏବଂ ଯୋଗୀ ଏହି ତିନି ଜୀବ ପାଇଁ ବିନାଶର ବନ୍ଧନ ଅଟେ॥2॥
ਸੋ ਜੋਗੀ ਜੋ ਜੁਗਤਿ ਪਛਾਣੈ ॥ ସଚ୍ଚା ଯୋଗୀ ସେ ହିଁ ଅଟେ, ଯିଏ ପ୍ରଭୁ-ମିଳନର ଯୁକ୍ତିକୁ ବୁଝିଥାଏ ଆଉ
ਗੁਰ ਪਰਸਾਦੀ ਏਕੋ ਜਾਣੈ ॥ ଯିଏ ଗୁରୁଙ୍କ କୃପାରୁ ଏକ ଈଶ୍ଵରଙ୍କୁ ଜାଣିଥାଏ।
ਕਾਜੀ ਸੋ ਜੋ ਉਲਟੀ ਕਰੈ ॥ କାଜୀ ସେ ଅଟେ, ଯିଏ ନିଜର ମନକୁ ବିକାର ଠାରୁ ବଦଳାଇ ନିଏ ଆଉ
ਗੁਰ ਪਰਸਾਦੀ ਜੀਵਤੁ ਮਰੈ ॥ ଯିଏ ଗୁରୁଙ୍କ କୃପାରୁ ନିଜ ଅହଂକାରକୁ ନାଶ କରିଥାଏ।
ਸੋ ਬ੍ਰਾਹਮਣੁ ਜੋ ਬ੍ਰਹਮੁ ਬੀਚਾਰੈ ॥ ବାସ୍ତବିକ ବ୍ରାହ୍ମଣ ସେ ଅଟେ, ଯିଏ ବ୍ରହ୍ମର ଚିନ୍ତନ କରିଥାଏ।
ਆਪਿ ਤਰੈ ਸਗਲੇ ਕੁਲ ਤਾਰੈ ॥੩॥ ସେ ଭବସାଗରରୁ ସ୍ଵୟଂ ପାର ହୋଇଥାଏ ଆଉ ନିଜର ବଂଶକୁ ମଧ୍ୟ ପାର କରାଇ ଥାଏ॥3॥
ਦਾਨਸਬੰਦੁ ਸੋਈ ਦਿਲਿ ਧੋਵੈ ॥ ସେହି ମନୁଷ୍ୟ ଚତୁର ଅଟେ, ଯିଏ ନିଜ ମନକୁ ସ୍ବଚ୍ଛ କରିଥାଏ।
ਮੁਸਲਮਾਣੁ ਸੋਈ ਮਲੁ ਖੋਵੈ ॥ ବାସ୍ତବିକ ମୁସଲମାନ ସେ ଅଟେ, ଯିଏ ନିଜ ମନର ଅପବିତ୍ରତା ଦୂର କରିଥାଏ।
ਪੜਿਆ ਬੂਝੈ ਸੋ ਪਰਵਾਣੁ ॥ ସେହି ମନୁଷ୍ୟ ବିଦ୍ଵାନ ଅଟେ, ଯିଏ ସତ୍ୟକୁ ବୁଝିଥାଏ ଆଉ ଏପରି ମନୁଷ୍ୟ ପ୍ରଭୁକୁ ସ୍ଵୀକୃତ ହୋଇଥାଏ।
ਜਿਸੁ ਸਿਰਿ ਦਰਗਹ ਕਾ ਨੀਸਾਣੁ ॥੪॥੫॥੭॥ ଏପରି ମନୁଷ୍ୟ ସେ ହିଁ ହୋଇଥାଏ, ଯାହାର କପାଳରେ ସତ୍ୟର ଦରବାରର ସ୍ଵିକୃତୀର ଚିହ୍ନ ଲାଗିଥାଏ||4||5||7||
ਧਨਾਸਰੀ ਮਹਲਾ ੧ ਘਰੁ ੩ ଧନସାରୀ ମହଲା 1 ଘର 3 ॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਕਾਲੁ ਨਾਹੀ ਜੋਗੁ ਨਾਹੀ ਨਾਹੀ ਸਤ ਕਾ ਢਬੁ ॥ ଏହା ଯୋଗ୍ୟ ସମୟ ନୁହେଁ, ଏହି ଯୁଗରେ ଯୋଗ-ସାଧନା କରି ପାରିବି ନାହିଁ ଆଉ ସତ୍ୟ-ସାଧନାର ମାର୍ଗରେ ମଧ୍ୟ ଚଲା ଯାଇପାରିବ ନାହିଁ।
ਥਾਨਸਟ ਜਗ ਭਰਿਸਟ ਹੋਏ ਡੂਬਤਾ ਇਵ ਜਗੁ ॥੧॥ ଜଗତର ସବୁ ପୂଜା ସ୍ଥଳ ଭ୍ରଷ୍ଟ ହୋଇ ଯାଇଛି ଆଉ ଏକ କ୍ଷଣରେ ସଂପୂର୍ଣ୍ଣ ଜଗତ ତୃଷ୍ଣାଗ୍ନିର ସମୁଦ୍ରରେ ବୁଡି ଯାଉଛି॥1॥
ਕਲ ਮਹਿ ਰਾਮ ਨਾਮੁ ਸਾਰੁ ॥ ଏହି କଳିଯୁଗରେ ରାମଙ୍କ ନାମ ସବୁ ଧର୍ମ-କର୍ମ ଠାରୁ ଶ୍ରେଷ୍ଠ ସାଧନ ଅଟେ।
ਅਖੀ ਤ ਮੀਟਹਿ ਨਾਕ ਪਕੜਹਿ ਠਗਣ ਕਉ ਸੰਸਾਰੁ ॥੧॥ ਰਹਾਉ ॥ ଦୁନିଆକୁ ଧୋକା ଦେବା ପାଇଁ ପ୍ରବଞ୍ଚକ ବ୍ରାହ୍ମଣ ନିଜ ଆଖି ବନ୍ଦ କରି ନିଜ ନାକ ଧରି କହିଥାଏ॥1॥ରୁହ॥
ਆਂਟ ਸੇਤੀ ਨਾਕੁ ਪਕੜਹਿ ਸੂਝਤੇ ਤਿਨਿ ਲੋਅ ॥ ସମାଧିସ୍ଥ ହୋଇ ପ୍ରବଞ୍ଚକ ନିଜର ଆଙ୍ଗୁଠିରେ ନିଜ ନାକକୁ ଧରି କହିଥାଏ ଯେ ତାହାକୁ ଆକାଶ, ପାତାଳ ଏବଂ ପୃଥିବୀ ଏହି ତିନି ଲୋକ ଦେଖା ଦେଇଥାଏ।


© 2017 SGGS ONLINE
error: Content is protected !!
Scroll to Top