Guru Granth Sahib Translation Project

guru granth sahib odia page-651

Page 651

ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਜਨਮ ਜਨਮ ਕੀ ਇਸੁ ਮਨ ਕਉ ਮਲੁ ਲਾਗੀ ਕਾਲਾ ਹੋਆ ਸਿਆਹੁ ॥ ଏହି ମନରେ ଜନ୍ମ-ଜନ୍ମାନ୍ତରର ମଇଳା ଲାଗିଛି ଆଉ ଏହା ସଂପୂର୍ଣ୍ଣ ମଇଳା ହୋଇ ଯାଇଛି।
ਖੰਨਲੀ ਧੋਤੀ ਉਜਲੀ ਨ ਹੋਵਈ ਜੇ ਸਉ ਧੋਵਣਿ ਪਾਹੁ ॥ ଏହା ଶହେଥର ଧୋଇଲେ ମଧ୍ୟ ଉଜ୍ଜଳ ହୁଏନାହିଁ।
ਗੁਰ ਪਰਸਾਦੀ ਜੀਵਤੁ ਮਰੈ ਉਲਟੀ ਹੋਵੈ ਮਤਿ ਬਦਲਾਹੁ ॥ ଗୁରୁଙ୍କ କୃପାରୁ ମନୁଷ୍ୟ ଜୀବିତ ରହି ହିଁ ମୋହ-ମାୟାରୁ ପୃଥକ ରହିଥାଏ, ତାହାର ସ୍ଵଭାବ ବଦଳାଇ ସାଂସାରିକ ଠାରୁ ବିପରୀତ ହୋଇ ଯାଏ।
ਨਾਨਕ ਮੈਲੁ ਨ ਲਗਈ ਨਾ ਫਿਰਿ ਜੋਨੀ ਪਾਹੁ ॥੧॥ ହେ ନାନକ! ସେତେବେଳେ ତାହାକୁ କୌଣସି ମଇଳା ଲାଗେ ନାହିଁ ଆଉ ପୁଣି ଯୋନିର ଚକ୍ରରେ ପଡେ ନାହିଁ॥1॥
ਮਃ ੩ ॥ ମହଲା 3 ॥
ਚਹੁ ਜੁਗੀ ਕਲਿ ਕਾਲੀ ਕਾਂਢੀ ਇਕ ਉਤਮ ਪਦਵੀ ਇਸੁ ਜੁਗ ਮਾਹਿ ॥ ଚାରିଯୁଗ( ସତୀ ଯୁଗ, ତ୍ରେତୟା, ଦ୍ଵାପର ଓ କଳି ଯୁଗ)ରେ ଏକ କଳିଯୁଗ ହିଁ ସବୁଠାରୁ କଳା ଯୁଗ ଅଟେ, କିନ୍ତୁ ଏହି ଯୁଗରେ ମଧ୍ୟ ଏକ ଉତ୍ତମ ପଦବୀ ପ୍ରାପ୍ତ ହୋଇପାରେ।
ਗੁਰਮੁਖਿ ਹਰਿ ਕੀਰਤਿ ਫਲੁ ਪਾਈਐ ਜਿਨ ਕਉ ਹਰਿ ਲਿਖਿ ਪਾਹਿ ॥ ଯାହାର ବିଧାତା ଏପରି ଭାଗ୍ୟ ଲେଖିଛନ୍ତି, ସେ ଗୁରୁଙ୍କ ସାନ୍ନିଧ୍ୟରେ ରହି ଏହି ଯୁଗରେ ଭଗବାନଙ୍କ କୀର୍ତ୍ତିର ଫଳ ପ୍ରାପ୍ତ କରିନିଏ।
ਨਾਨਕ ਗੁਰ ਪਰਸਾਦੀ ਅਨਦਿਨੁ ਭਗਤਿ ਹਰਿ ਉਚਰਹਿ ਹਰਿ ਭਗਤੀ ਮਾਹਿ ਸਮਾਹਿ ॥੨॥ ହେ ନାନକ! ଏପରି ଭକ୍ତଜନ ଗୁରୁଙ୍କ ଅପାର କୃପାରୁ ରାତିଦିନ ଭଗବାନଙ୍କ ଭକ୍ତିର ଉଚ୍ଚାରଣ କରିଥାଏ ଆଉ ଭକ୍ତିରେ ହିଁ ବିଲୀନ ରହିଥାଏ॥2॥
ਪਉੜੀ ॥ ପଉଡି ॥
ਹਰਿ ਹਰਿ ਮੇਲਿ ਸਾਧ ਜਨ ਸੰਗਤਿ ਮੁਖਿ ਬੋਲੀ ਹਰਿ ਹਰਿ ਭਲੀ ਬਾਣਿ ॥ ହେ ହରି! ମୋତେ ସାଧୁଜନଙ୍କ ସଭାରେ ସମ୍ମିଳିତ କର, କାରଣ ତାହାଙ୍କ ସଭାରେ ସମ୍ମିଳିତ ହୋଇ ନିଜ ମୁଖାରବିନ୍ଦରେ ତୋର ହରିନାମ ରୂପୀ ସୁନ୍ଦର ବାଣୀ ବୋଲିବି।
ਹਰਿ ਗੁਣ ਗਾਵਾ ਹਰਿ ਨਿਤ ਚਵਾ ਗੁਰਮਤੀ ਹਰਿ ਰੰਗੁ ਸਦਾ ਮਾਣਿ ॥ ମୁଁ ସଦା ଭଗବାନଙ୍କ ଗୁଣଗାନ କରିଥାଏ ଆଉ ତାହାଙ୍କ ହିଁ ଭଜନ କରିଥାଏ ତଥା ଗୁରୁ ଉପଦେଶ ଅନୁସାରେ ସର୍ବଦା ଭଗବାନଙ୍କ ରଙ୍ଗର ଆନନ୍ଦ ପ୍ରାପ୍ତ କରିଥାଏ।
ਹਰਿ ਜਪਿ ਜਪਿ ਅਉਖਧ ਖਾਧਿਆ ਸਭਿ ਰੋਗ ਗਵਾਤੇ ਦੁਖਾ ਘਾਣਿ ॥ ଇଶ୍ଵରଙ୍କ ଜପ କରି ଆଉ ଜପ ରୂପୀ ଔଷଧ ଖାଇ ମୋର ସବୁ ରୋଗ ଦୂର ହୋଇ ଯାଇଛି।
ਜਿਨਾ ਸਾਸਿ ਗਿਰਾਸਿ ਨ ਵਿਸਰੈ ਸੇ ਹਰਿ ਜਨ ਪੂਰੇ ਸਹੀ ਜਾਣਿ ॥ ଯିଏ ପ୍ରତି ଶ୍ଵାସ ଓ ଗ୍ରାସରେ ମଧ୍ୟ ଈଶ୍ବରଙ୍କୁ ଭୁଲେ ନାହିଁ, ସେହି ଭକ୍ତକୁ ପୂର୍ଣ୍ଣ ସଚ୍ଚା ପୁରୁଷ ଭାବ।
ਜੋ ਗੁਰਮੁਖਿ ਹਰਿ ਆਰਾਧਦੇ ਤਿਨ ਚੂਕੀ ਜਮ ਕੀ ਜਗਤ ਕਾਣਿ ॥੨੨॥ ଯିଏ ଗୁରୁମୁଖୀ ବନି ଭଗବାନଙ୍କ ଆରାଧନା କରିଥାଏ, ତାହାର ମୃତ୍ୟୁର ଭୟ ଦୂର ହୋଇଯାଏ॥22॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਰੇ ਜਨ ਉਥਾਰੈ ਦਬਿਓਹੁ ਸੁਤਿਆ ਗਈ ਵਿਹਾਇ ॥ ହେ ମାନବ! ଭୟାନକ ସ୍ଵପ୍ନର ଚାପରେ ତୋର ସାରା ଜୀବନ ନିଦ୍ରାରେ ଶୟନ କରି ଅତିବାହିତ ହୋଇ ଯାଇଛି।
ਸਤਿਗੁਰ ਕਾ ਸਬਦੁ ਸੁਣਿ ਨ ਜਾਗਿਓ ਅੰਤਰਿ ਨ ਉਪਜਿਓ ਚਾਉ ॥ ତୁମେ ଗୁରୁଙ୍କ ଶବ୍ଦ ଶୁଣି ମଧ୍ୟ ଜାଗ୍ରତ ହୁଏନାହିଁ ଆଉ ନା ହିଁ ତୁମେ ମନରେ ଇଚ୍ଛା ଜାତ କରିଛ।
ਸਰੀਰੁ ਜਲਉ ਗੁਣ ਬਾਹਰਾ ਜੋ ਗੁਰ ਕਾਰ ਨ ਕਮਾਇ ॥ ସେହି ଶରୀର ଯାହା ଗୁଣରେ ଶୂନ୍ୟ ଅଛି ଏବଂ ଗୁରୁଙ୍କ ସେବା କରେ ନାହିଁ, ତାହାକୁ ଜଳିଯିବା ଉଚିତ।
ਜਗਤੁ ਜਲੰਦਾ ਡਿਠੁ ਮੈ ਹਉਮੈ ਦੂਜੈ ਭਾਇ ॥ ମୁଁ ଏହି ଦୁନିଆକୁ ଆତ୍ମାଭିମାନ ଏବଂ ଦୈତ୍ୟଭାବରେ ଜଳୁଥିବା ଦେଖିଛି।
ਨਾਨਕ ਗੁਰ ਸਰਣਾਈ ਉਬਰੇ ਸਚੁ ਮਨਿ ਸਬਦਿ ਧਿਆਇ ॥੧॥ ହେ ନାନକ! ଯିଏ ଗୁରୁଙ୍କ ଶରଣରେ ଆସି ସଚ୍ଚା ମନରେ ଶବ୍ଦର ଚିନ୍ତନ କରିଛି, ତାହାର କଲ୍ୟାଣ ହୋଇଛି॥1॥
ਮਃ ੩ ॥ ମହଲା 3 ॥
ਸਬਦਿ ਰਤੇ ਹਉਮੈ ਗਈ ਸੋਭਾਵੰਤੀ ਨਾਰਿ ॥ ଶବ୍ଦରେ ମଗ୍ନ ହେବା ଦ୍ଵାରା ଜୀବ-ସ୍ତ୍ରୀର ଅହଂକାର ନଷ୍ଟ ହୋଇ ଯାଇଛି ଏବଂ ଶୋଭାବନ ହୋଇ ଯାଇଛି।
ਪਿਰ ਕੈ ਭਾਣੈ ਸਦਾ ਚਲੈ ਤਾ ਬਨਿਆ ਸੀਗਾਰੁ ॥ ଯଦି ଜୀବ-ସ୍ତ୍ରୀ ସର୍ବଦା ନିଜ ପ୍ରଭୁଙ୍କ ଆଜ୍ଞା ପାଳନ କରିଥାଏ, ତାହାହେଲେ ହିଁ ତାହାର ଶୃଙ୍ଗାର ଉତ୍ତମ ହୋଇଥାଏ।
ਸੇਜ ਸੁਹਾਵੀ ਸਦਾ ਪਿਰੁ ਰਾਵੈ ਹਰਿ ਵਰੁ ਪਾਇਆ ਨਾਰਿ ॥ ସେହି ନାରୀର ସେଜ ସୁନ୍ଦର ହୋଇଥାଏ, ଯିଏ ପରମାତ୍ମାଙ୍କୁ ନିଜ ବର ରୂପରେ ପ୍ରାପ୍ତ କରିଥାଏ ଏବଂ ସର୍ବଦା ନିଜ ପ୍ରିୟତମଙ୍କ ସାଥିରେ ଆନନ୍ଦ ଭୋଗ କରିଥାଏ।
ਨਾ ਹਰਿ ਮਰੈ ਨ ਕਦੇ ਦੁਖੁ ਲਾਗੈ ਸਦਾ ਸੁਹਾਗਣਿ ਨਾਰਿ ॥ ପରମେଶ୍ଵର ଅନଶ୍ଵର ଅଟନ୍ତି, ଯେଉଁ କାରଣରୁ ଜୀବ ରୂପୀ ନାରୀକୁ କେବେ ଦୁଃଖ ସ୍ପର୍ଶ କରେ ନାହିଁ ଏବଂ ସେ ସଦା ସୁହାଗିନୀ ହୋଇ ରହିଥାଏ।
ਨਾਨਕ ਹਰਿ ਪ੍ਰਭ ਮੇਲਿ ਲਈ ਗੁਰ ਕੈ ਹੇਤਿ ਪਿਆਰਿ ॥੨॥ ହେ ନାନକ! ଗୁରୁଙ୍କ ସ୍ନେହ ଓ ପ୍ରେମ କାରଣରୁ ପ୍ରଭୁ ତାହାକୁ ନିଜ ସାଥିରେ ମିଳନ କରାଥାନ୍ତି॥2॥
ਪਉੜੀ ॥ ପଉଡି॥
ਜਿਨਾ ਗੁਰੁ ਗੋਪਿਆ ਆਪਣਾ ਤੇ ਨਰ ਬੁਰਿਆਰੀ ॥ ଯିଏ ନିଜ ଗୁରୁଙ୍କୁ ତିରସ୍କାର କରିଥାଏ, ସେ ବଡ ମନ୍ଦ ବ୍ୟକ୍ତି ଅଟେ।
ਹਰਿ ਜੀਉ ਤਿਨ ਕਾ ਦਰਸਨੁ ਨਾ ਕਰਹੁ ਪਾਪਿਸਟ ਹਤਿਆਰੀ ॥ ହେ ଇଶ୍ଵର! ଆମକୁ ତାହାଙ୍କ ଦର୍ଶନ କରାଅ ନାହିଁ, ସେ ମହାପାପୀ ଓ ହତ୍ୟାକାରୀ ଅଟେ।
ਓਹਿ ਘਰਿ ਘਰਿ ਫਿਰਹਿ ਕੁਸੁਧ ਮਨਿ ਜਿਉ ਧਰਕਟ ਨਾਰੀ ॥ ସେ ମନ୍ଦ ବ୍ୟଭିଚାରିଣୀ ନାରୀ ଭଳି ଘର ଘର ବୁଲୁଥାଏ।
ਵਡਭਾਗੀ ਸੰਗਤਿ ਮਿਲੇ ਗੁਰਮੁਖਿ ਸਵਾਰੀ ॥ କିନ୍ତୁ ଅହୋଭାଗ୍ୟରୁ ହିଁ ସତସଙ୍ଗତିରେ ସମ୍ମିଳିତ ହୋଇଥାଏ ଆଉ ଗୁରୁଙ୍କ ସାନ୍ନିଧ୍ୟରୁ ତାହାର ଜୀବନ ସଫଳ ହୋଇଯାଏ।
ਹਰਿ ਮੇਲਹੁ ਸਤਿਗੁਰ ਦਇਆ ਕਰਿ ਗੁਰ ਕਉ ਬਲਿਹਾਰੀ ॥੨੩॥ ହେ ପୂଜ୍ୟ ପରମେଶ୍ଵର! ନିଜ କୃପା କରି ସଦଗୁରୁଙ୍କ ସହିତ ମିଳନ କରାଇ ଦିଅ, କାରଣ ମୁଁ ଗୁରୁଙ୍କ ପ୍ରତି ସମର୍ପିତ ଅଟେ॥23॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਗੁਰ ਸੇਵਾ ਤੇ ਸੁਖੁ ਊਪਜੈ ਫਿਰਿ ਦੁਖੁ ਨ ਲਗੈ ਆਇ ॥ ଗୁରୁଙ୍କ ସେବା କରିବା ଦ୍ଵାରା ହିଁ ସୁଖ ଉତ୍ପନ୍ନ ହୋଇଥାଏ ଆଉ କୌଣସି ଦୁଃଖ-କ୍ଲେଶ ଆସେ ନାହିଁ।
ਜੰਮਣੁ ਮਰਣਾ ਮਿਟਿ ਗਇਆ ਕਾਲੈ ਕਾ ਕਿਛੁ ਨ ਬਸਾਇ ॥ ଗୁରୁଙ୍କ ସେବାର ଫଳ ସ୍ୱରୂପ ମନୁଷ୍ୟର ଜନ୍ମ ମରଣ ଦୂର ହୋଇଯାଏ ଆଉ ମୃତ୍ୟୁ ତାହାକୁ ବଶ କରିପାରେ ନାହିଁ।
ਹਰਿ ਸੇਤੀ ਮਨੁ ਰਵਿ ਰਹਿਆ ਸਚੇ ਰਹਿਆ ਸਮਾਇ ॥ ପୁଣି ତାହାର ମନ ଭଗବାନଙ୍କ ସାଥିରେ ଲାଗି ରହିଥାଏ ଆଉ ସେ ସତ୍ୟରେ ହିଁ ରହିଥାଏ।
ਨਾਨਕ ਹਉ ਬਲਿਹਾਰੀ ਤਿੰਨ ਕਉ ਜੋ ਚਲਨਿ ਸਤਿਗੁਰ ਭਾਇ ॥੧॥ ହେ ନାନକ! ମୁଁ ତାହାଙ୍କ ପ୍ରତି ସମର୍ପିତ ଅଟେ, ଯିଏ ସଦଗୁରୁଙ୍କ ଆଜ୍ଞା ଅନୁସାରେ ଚାଲିଥାଏ॥1॥
ਮਃ ੩ ॥ ମହଲା 3 ॥
ਬਿਨੁ ਸਬਦੈ ਸੁਧੁ ਨ ਹੋਵਈ ਜੇ ਅਨੇਕ ਕਰੈ ਸੀਗਾਰ ॥ ଯଦି ଜୀବ-ସ୍ତ୍ରୀ ଅନେକ ଶୃଙ୍ଗାର କରିଥାନ୍ତି, କିନ୍ତୁ, ତଥାପି ସେ ଶବ୍ଦ ଦ୍ଵାରା ଶୁଦ୍ଧ ହୋଇନାହିଁ,


© 2017 SGGS ONLINE
Scroll to Top