Page 646
ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3 ॥
ਵਿਣੁ ਨਾਵੈ ਸਭਿ ਭਰਮਦੇ ਨਿਤ ਜਗਿ ਤੋਟਾ ਸੈਸਾਰਿ ॥
ନାମ ବିହୀନ ସବୁ ବ୍ୟକ୍ତି ନିତ୍ୟ ପଥଭ୍ରଷ୍ଟ ରହିଥାଏ ଆଉ ସଂସାରରେ ତାହାର କ୍ଷତି ହୋଇଥାଏ।
ਮਨਮੁਖਿ ਕਰਮ ਕਮਾਵਣੇ ਹਉਮੈ ਅੰਧੁ ਗੁਬਾਰੁ ॥
ମନମୁଖୀ ବ୍ୟକ୍ତି ଅହଙ୍କାରର ଘୋର ଅନ୍ଧକାରରେ ହିଁ କର୍ମ କରିଥାଏ।
ਗੁਰਮੁਖਿ ਅੰਮ੍ਰਿਤੁ ਪੀਵਣਾ ਨਾਨਕ ਸਬਦੁ ਵੀਚਾਰਿ ॥੧॥
କିନ୍ତୁ, ହେ ନାନକ! ଗୁରୁମୁଖୀ ଶବ୍ଦର ଚିନ୍ତନ ଫଳସ୍ଵରୂପ ନାମାମୃତ ହିଁ ପାନ କରିଥାଏ॥1॥
ਮਃ ੩ ॥
ମହଲା 3 ॥
ਸਹਜੇ ਜਾਗੈ ਸਹਜੇ ਸੋਵੈ ॥ ਗੁਰਮੁਖਿ ਅਨਦਿਨੁ ਉਸਤਤਿ ਹੋਵੈ ॥
ଗୁରୁମୁଖୀ ବ୍ୟକ୍ତି ସ୍ଵାଭାବିକ ଭାବରେ ଜାଗ୍ରତ ରହିଥାଏ ଆଉ ସ୍ଵାଭାବିକ ଭାବରେ ଶୟନ କରିଥାଏ, ସେ ରାତିଦିନ ପ୍ରଭୁଙ୍କ ହିଁ ସ୍ତୁତି କରିଥାଏ।
ਮਨਮੁਖ ਭਰਮੈ ਸਹਸਾ ਹੋਵੈ ॥
କିନ୍ତୁ ମନମୁଖୀ ପ୍ରାଣୀ ଭ୍ରମରେ ଫସି ପଥଭ୍ରଷ୍ଟ ରହିଥାଏ।
ਅੰਤਰਿ ਚਿੰਤਾ ਨੀਦ ਨ ਸੋਵੈ ॥
ତାହାର ଅନ୍ତର୍ମନରେ ଚିନ୍ତା ଗ୍ରାସ କରିଥାଏ ଆଉ ସେ କଦାପି ସୁଖନିଦ୍ରା ପାଏ ନାହିଁ।
ਗਿਆਨੀ ਜਾਗਹਿ ਸਵਹਿ ਸੁਭਾਇ ॥
ଜ୍ଞାନବାନ ପୁରୁଷ ସ୍ଵାଭାବିକ-ସ୍ବଭାବରେ ଜାଗିଥାଏ ଆଉ ଶୟନ କରିଥାଏ।
ਨਾਨਕ ਨਾਮਿ ਰਤਿਆ ਬਲਿ ਜਾਉ ॥੨॥
ହେ ନାନକ! ଯେଉଁ ବ୍ୟକ୍ତି ନାମରେ ମଗ୍ନ ଥାଏ, ମୁଁ ତାହାଙ୍କ ପ୍ରତି ସମର୍ପତି ଅଟେ ॥2॥
ਪਉੜੀ ॥
ପଉଡି ॥
ਸੇ ਹਰਿ ਨਾਮੁ ਧਿਆਵਹਿ ਜੋ ਹਰਿ ਰਤਿਆ ॥
ଯେଉଁ ବ୍ୟକ୍ତି ନାମରେ ମଗ୍ନ ଥାଏ, ସେ ହରିନାମର ଧ୍ୟାନ-ମନନ କରିଥାଏ।
ਹਰਿ ਇਕੁ ਧਿਆਵਹਿ ਇਕੁ ਇਕੋ ਹਰਿ ਸਤਿਆ ॥
ସେ ଈଶ୍ଵରଙ୍କ ଚିନ୍ତନ ହିଁ କରିଥାଏ, କାରଣ ଏକ ସେ ହିଁ ସତ୍ୟ ଅଟେ।
ਹਰਿ ਇਕੋ ਵਰਤੈ ਇਕੁ ਇਕੋ ਉਤਪਤਿਆ ॥
ଏକ ଇଶ୍ଵର ହିଁ ସର୍ବବ୍ୟାପକ ଅଟନ୍ତି ଆଉ ଏକ ଦ୍ଵାରା ସାରା ଦୁନିଆ ଜାତ ହୋଇଛି।
ਜੋ ਹਰਿ ਨਾਮੁ ਧਿਆਵਹਿ ਤਿਨ ਡਰੁ ਸਟਿ ਘਤਿਆ ॥
ଯେଉଁ ବ୍ୟକ୍ତି ହରି-ନାମରେ ମଗ୍ନ ଥାଏ, ତାହାର ସବୁ ଭୟ ନାଶ ହୋଇଯାଏ।
ਗੁਰਮਤੀ ਦੇਵੈ ਆਪਿ ਗੁਰਮੁਖਿ ਹਰਿ ਜਪਿਆ ॥੯॥
ସେ ସ୍ଵୟଂ ହିଁ ପ୍ରାଣୀକୁ ଗୁରୁଙ୍କ ମତି ପ୍ରଦାନ କରିଥାନ୍ତି ଆଉ ସେହି ଗୁରୁମୁଖୀ ଭଗବାନଙ୍କ ହିଁ ଜପ କରିଥାନ୍ତି॥9॥
ਸਲੋਕ ਮਃ ੩ ॥
ଶ୍ଳୋକ ମହଲା 3 ॥
ਅੰਤਰਿ ਗਿਆਨੁ ਨ ਆਇਓ ਜਿਤੁ ਕਿਛੁ ਸੋਝੀ ਪਾਇ ॥
ମନୁଷ୍ୟର ଅନ୍ତର୍ମନରେ ସେହି ଜ୍ଞାନ ପ୍ରବିଷ୍ଟ ହୁଏନାହିଁ, ଯାହାଦ୍ୱାରା କିଛି ଜ୍ଞାନ ପ୍ରାପ୍ତ ହୋଇଥାଏ।
ਵਿਣੁ ਡਿਠਾ ਕਿਆ ਸਾਲਾਹੀਐ ਅੰਧਾ ਅੰਧੁ ਕਮਾਇ ॥
ଭଗବାନଙ୍କ ଦର୍ଶନ ଏବଂ ବୋଧ ବିନା ସେ କିପରି ସ୍ତୁତି କରି ପାରିବ? ଜ୍ଞାନହୀନ ମନୁଷ୍ୟ ଜ୍ଞାନହୀନ କର୍ମ ହିଁ କରିଥାଏ।
ਨਾਨਕ ਸਬਦੁ ਪਛਾਣੀਐ ਨਾਮੁ ਵਸੈ ਮਨਿ ਆਇ ॥੧॥
ହେ ନାନକ! ଯେବେ ସେ ଶବ୍ଦର ଜ୍ଞାନ ପାଇଥାଏ, ସେତେବେଳେ ତାହାର ମନରେ ଭଗବାନଙ୍କ ନାମ ବାସ କରିଥାଏ॥1॥
ਮਃ ੩ ॥
ମହଲା 3 ॥
ਇਕਾ ਬਾਣੀ ਇਕੁ ਗੁਰੁ ਇਕੋ ਸਬਦੁ ਵੀਚਾਰਿ ॥
ଏହି ସୃଷ୍ଟିରେ ଏକ ହିଁ ବାଣୀ ଅଛି, ଏକ ହିଁ ଗୁରୁ ଆଉ ଏକ ହିଁ ଶବ୍ଦ ଅଛି, ଆମେ ସର୍ବଦା ଯାହାର ଧ୍ୟାନ କରିବା ଉଚିତ।
ਸਚਾ ਸਉਦਾ ਹਟੁ ਸਚੁ ਰਤਨੀ ਭਰੇ ਭੰਡਾਰ ॥
ଏହି ସତ୍ୟର ସଉଦା ଏବଂ ସତ୍ୟର ଦୋକାନ ଅଛି, ଯାହା ସତ୍ୟ-ନାମ ରୂପୀ ରତ୍ନର ଭଣ୍ଡାର ଦ୍ଵାରା ଭରି ରହିଛି।
ਗੁਰ ਕਿਰਪਾ ਤੇ ਪਾਈਅਨਿ ਜੇ ਦੇਵੈ ਦੇਵਣਹਾਰੁ ॥
ଯଦି ଦାତା ପ୍ରଭୁ ପ୍ରଦାନ କରନ୍ତି, ତାହାହେଲେ ହିଁ ଗୁରୁଙ୍କ କୃପାରୁ ପ୍ରାପ୍ତ ହୋଇଥାଏ।
ਸਚਾ ਸਉਦਾ ਲਾਭੁ ਸਦਾ ਖਟਿਆ ਨਾਮੁ ਅਪਾਰੁ ॥
ଏହି ସତ୍ୟର ସଉଦାର ବ୍ୟାପାର କରି ମନୁଷ୍ୟ ସର୍ବଦା ନାମର ଲାଭ ପ୍ରାପ୍ତ କରିଥାଏ।
ਵਿਖੁ ਵਿਚਿ ਅੰਮ੍ਰਿਤੁ ਪ੍ਰਗਟਿਆ ਕਰਮਿ ਪੀਆਵਣਹਾਰੁ ॥
ଏହି ଭୟଙ୍କର ବିଷରୂପୀ ଜଗତରେ ହିଁ ନାମାମୃତ ପ୍ରକଟ ହୋଇଥାଏ ଆଉ ଭଗବାନଙ୍କ ଅପାର କୃପାରୁ ହିଁ ନାମାମୃତ ପାନ କରାଯାଇ ପାରେ।
ਨਾਨਕ ਸਚੁ ਸਲਾਹੀਐ ਧੰਨੁ ਸਵਾਰਣਹਾਰੁ ॥੨॥
ହେ ନାନକ! ସେହି ସଚ୍ଚା ପରମେଶ୍ଵରଙ୍କ ହିଁ ମହିମା କରିବା ଉଚିତ, କାରଣ ସେହି ପରମ ସତ୍ୟ ଧନ୍ୟ ଅଟେ, ଯାହା ପ୍ରାଣୀଙ୍କ ଜୀବନକୁ ସଫଳ କରିଥାଏ॥2॥
ਪਉੜੀ ॥
ପଉଡି ॥
ਜਿਨਾ ਅੰਦਰਿ ਕੂੜੁ ਵਰਤੈ ਸਚੁ ਨ ਭਾਵਈ ॥
ଯାହାର ମନରେ ମିଥ୍ୟା ବିଦ୍ୟମାନ ରହିଥାଏ, ତାହାକୁ ସତ୍ୟ ତୃପ୍ତି ଦେଇପାରେ ନାହିଁ।
ਜੇ ਕੋ ਬੋਲੈ ਸਚੁ ਕੂੜਾ ਜਲਿ ਜਾਵਈ ॥
ଯଦି କେହି ସତ୍ୟ ବୋଲିଥାଏ, ସେତେବେଳେ ମିଥ୍ୟା ବ୍ୟକ୍ତି ତୁରନ୍ତ କ୍ରୋଧର ଅଗ୍ନିରେ ଜଳିଥାଏ।
ਕੂੜਿਆਰੀ ਰਜੈ ਕੂੜਿ ਜਿਉ ਵਿਸਟਾ ਕਾਗੁ ਖਾਵਈ ॥
ଯେପରି କାଉ ବିଷ୍ଟା ଖାଇଥାଏ, ସେପରି ହିଁ ମିଥ୍ୟା ବ୍ୟକ୍ତି ମିଥ୍ୟାରେ ହିଁ ସନ୍ତୁଷ୍ଟ ହୋଇଯାଏ।
ਜਿਸੁ ਹਰਿ ਹੋਇ ਕ੍ਰਿਪਾਲੁ ਸੋ ਨਾਮੁ ਧਿਆਵਈ ॥
ଯାହା ଉପରେ ପରମାତ୍ମାଙ୍କ କୃପା ହୋଇଥାଏ, ସେ ତାହାର ନାମର ଭଜନ କରିଥାଏ।
ਹਰਿ ਗੁਰਮੁਖਿ ਨਾਮੁ ਅਰਾਧਿ ਕੂੜੁ ਪਾਪੁ ਲਹਿ ਜਾਵਈ ॥੧੦॥
ଯିଏ ଗୁରୁମୁଖୀ ବନି ପରମାତ୍ମାଙ୍କ ନାମର ଆରାଧନା କରିଥାଏ, ସେ ମିଥ୍ୟା ଓ ପାପରୁ ମୁକ୍ତ ହୋଇଯାଏ॥10॥
ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3 ॥
ਸੇਖਾ ਚਉਚਕਿਆ ਚਉਵਾਇਆ ਏਹੁ ਮਨੁ ਇਕਤੁ ਘਰਿ ਆਣਿ ॥
ହେ ଚାରି ଦିଗରେ ପବନରେ ଉଡୁଥିବା ଶେଖ! ନିଜର ଏହି ମନକୁ ଏକ ଗୃହରେ ସ୍ଥିର କର।
ਏਹੜ ਤੇਹੜ ਛਡਿ ਤੂ ਗੁਰ ਕਾ ਸਬਦੁ ਪਛਾਣੁ ॥
ତୁ ଛଳ-କପଟ କଥାକୁ ଛାଡି ଗୁରୁଙ୍କ କଥାକୁ ବୁଝିବାକୁ ଚେଷ୍ଟା କର।
ਸਤਿਗੁਰ ਅਗੈ ਢਹਿ ਪਉ ਸਭੁ ਕਿਛੁ ਜਾਣੈ ਜਾਣੁ ॥
ହେ ଶେଖ! ତୁ ସଦଗୁରୁଙ୍କ ଶରଣରେ ଆସ, କାରଣ ସେ ସବୁ କିଛି ଜାଣିଥାନ୍ତି।
ਆਸਾ ਮਨਸਾ ਜਲਾਇ ਤੂ ਹੋਇ ਰਹੁ ਮਿਹਮਾਣੁ ॥
ତୁ ନିଜ ଆଶା ଏବଂ ମମତାକୁ ଜଳାଇ ଦିଅ ଆଉ ଏହି ଦୁନିଆରେ ଚାରି ଦିନର ଅତିଥି ହୋଇ ରୁହ।
ਸਤਿਗੁਰ ਕੈ ਭਾਣੈ ਭੀ ਚਲਹਿ ਤਾ ਦਰਗਹ ਪਾਵਹਿ ਮਾਣੁ ॥
ଏବେ ଯଦି ତୁ ସଦଗୁରୁଙ୍କ ଇଚ୍ଛା ଅନୁସରଣ କରୁ, ତାହାହେଲେ ହିଁ ତୋତେ ପରମାତ୍ମାଙ୍କ ଦରବାରରେ ଶୋଭା ପ୍ରାପ୍ତ ହେବ।
ਨਾਨਕ ਜਿ ਨਾਮੁ ਨ ਚੇਤਨੀ ਤਿਨ ਧਿਗੁ ਪੈਨਣੁ ਧਿਗੁ ਖਾਣੁ ॥੧॥
ହେ ନାନକ! ଯେଉଁ ବ୍ୟକ୍ତି ନାମର ସ୍ମରଣ କରେ ନାହିଁ, ତାହାର ପୋଷାକ ଓ ଖାଦ୍ୟ ଧିକ୍କାର ଯୋଗ୍ୟ ଅଟେ॥1॥
ਮਃ ੩ ॥
ମହଲା 3 ॥
ਹਰਿ ਗੁਣ ਤੋਟਿ ਨ ਆਵਈ ਕੀਮਤਿ ਕਹਣੁ ਨ ਜਾਇ ॥
ପରମାତ୍ମାଙ୍କ ଗୁଣ ଅନନ୍ତ ଅଟେ ଆଉ ତାହାଙ୍କ ମୂଲ୍ୟାଙ୍କନ ବର୍ଣ୍ଣନାର ଉର୍ଦ୍ଧ୍ଵରେ ଅଟେ।
ਨਾਨਕ ਗੁਰਮੁਖਿ ਹਰਿ ਗੁਣ ਰਵਹਿ ਗੁਣ ਮਹਿ ਰਹੈ ਸਮਾਇ ॥੨॥
ହେ ନାନକ! ଗୁରୁମୁଖୀ ହିଁ ପରମାତ୍ମାଙ୍କ ଗୁଣଗାନ କରିଥାଏ ଆଉ ତାହାଙ୍କ ମହିମାରେ ହିଁ ଲୀନ ଥାଏ॥2॥
ਪਉੜੀ ॥
ପଉଡି॥
ਹਰਿ ਚੋਲੀ ਦੇਹ ਸਵਾਰੀ ਕਢਿ ਪੈਧੀ ਭਗਤਿ ਕਰਿ ॥
ଭଗବାନ ଏହି ଶରୀର ରୂପୀ ଖୋଳର ନିର୍ମାଣ ବଡ ସୁନ୍ଦର ଭାବରେ କରିଛନ୍ତି ଆଉ ତାହାଙ୍କ ଭକ୍ତି ଦ୍ଵାରା ଏହାକୁ ମୁଁ ପିନ୍ଧିଥାଏ।
ਹਰਿ ਪਾਟੁ ਲਗਾ ਅਧਿਕਾਈ ਬਹੁ ਬਹੁ ਬਿਧਿ ਭਾਤਿ ਕਰਿ ॥
ଏହା ଉପରେ ହରିନାମର ରେଶମ ଅନେକ ବିଧିରେ ଲାଗିଛି।
ਕੋਈ ਬੂਝੈ ਬੂਝਣਹਾਰਾ ਅੰਤਰਿ ਬਿਬੇਕੁ ਕਰਿ ॥
କେହି ବିରଳ ବୁଦ୍ଧିମାନ ବ୍ୟକ୍ତି ଅଛି ଯିଏ ନିଜ ଅନ୍ତର୍ମନରେ ବିବେକ ଦ୍ଵାରା ଏହି ତଥ୍ୟକୁ ବୁଝିଥାଏ।
ਸੋ ਬੂਝੈ ਏਹੁ ਬਿਬੇਕੁ ਜਿਸੁ ਬੁਝਾਏ ਆਪਿ ਹਰਿ ॥
କିନ୍ତୁ ଏହି ବିବେକକୁ ସେହି ପୁରୁଷ ବୁଝିଥାଏ, ଯିଏ ଭଗବାନଙ୍କୁ ସ୍ଵୟଂ ବୁଝିଥାଏ।
ਜਨੁ ਨਾਨਕੁ ਕਹੈ ਵਿਚਾਰਾ ਗੁਰਮੁਖਿ ਹਰਿ ਸਤਿ ਹਰਿ ॥੧੧॥
ଦାସ ନାନକ ଏହି ବିଚାର କହନ୍ତି ଯେ ଗୁରୁମୁଖୀ ହରି-ପରମେଶ୍ଵରଙ୍କୁ ସର୍ବଦା ସତ୍ୟ ଭାବିଥାଏ॥11॥