Guru Granth Sahib Translation Project

guru granth sahib odia page-645

Page 645

ਮਨ ਕੀ ਸਾਰ ਨ ਜਾਣਨੀ ਹਉਮੈ ਭਰਮਿ ਭੁਲਾਇ ॥ ସେ ନିଜ ମନର ଅବସ୍ଥାକୁ ବୁଝେ ନାହିଁ, କାରଣ ତାହାର ଅହଂକାର ଓ ଭ୍ରମ ତାହାକୁ ପଥଭ୍ରଷ୍ଟ କରିଛି।
ਗੁਰ ਪਰਸਾਦੀ ਭਉ ਪਇਆ ਵਡਭਾਗਿ ਵਸਿਆ ਮਨਿ ਆਇ ॥ ଗୁରୁଙ୍କ କୃପାରୁ ହିଁ ମନରେ ଶ୍ରଦ୍ଧା ଭାବନା ଜାତ ହୋଇଥାଏ ଆଉ ସୌଭାଗ୍ୟରୁ ହିଁ ଭଗବାନ ମନରେ ଅବସ୍ଥାନ କରିଥାନ୍ତି।
ਭੈ ਪਇਐ ਮਨੁ ਵਸਿ ਹੋਆ ਹਉਮੈ ਸਬਦਿ ਜਲਾਇ ॥ ଯେବେ ଭଗବାନଙ୍କ ପ୍ରତି ଶ୍ରଦ୍ଧା ଭୟ ଉତ୍ପନ୍ନ ହୋଇଯାଏ, ସେତେବେଳେ ମନ ନିୟନ୍ତ୍ରଣକୁ ଆସିଥାଏ ଆଉ ଶବ୍ଦ ମାଧ୍ୟମରେ ଅହଂକାର ଜଳି ଭସ୍ମ ହୋଇଯାଏ।
ਸਚਿ ਰਤੇ ਸੇ ਨਿਰਮਲੇ ਜੋਤੀ ਜੋਤਿ ਮਿਲਾਇ ॥ ଯିଏ ସତ୍ୟରେ ମଗ୍ନ ଥାଏ, ସେ ନିର୍ମଲ ଅଟେ ଆଉ ତାହାର ଜ୍ୟୋତି ପରମ ଜ୍ୟୋତିରେ ବିଲୀନ ହୋଇଯାଏ।
ਸਤਿਗੁਰਿ ਮਿਲਿਐ ਨਾਉ ਪਾਇਆ ਨਾਨਕ ਸੁਖਿ ਸਮਾਇ ॥੨॥ ହେ ନାନକ! ସଦଗୁରୁଙ୍କ ସହିତ ସାକ୍ଷାତ ହେବା ପରେ ହରିନାମର ପ୍ରାପ୍ତି ହୋଇଛି ଆଉ ଏବେ ମୁଁ ସୁଖରେ ରହିଛି॥2॥
ਪਉੜੀ ॥ ପଉଡି ॥
ਏਹ ਭੂਪਤਿ ਰਾਣੇ ਰੰਗ ਦਿਨ ਚਾਰਿ ਸੁਹਾਵਣਾ ॥ ରାଜା-ମହାରାଜାଙ୍କ ବୈଭବ ଚାରି ଦିନ ପାଇଁ ସୁନ୍ଦର ଅଟେ (ଅର୍ଥାତ ଏହାର ନାଶ ମଧ୍ୟ ଅବଶ୍ୟମ୍ଭାବୀ ଅଟେ)
ਏਹੁ ਮਾਇਆ ਰੰਗੁ ਕਸੁੰਭ ਖਿਨ ਮਹਿ ਲਹਿ ਜਾਵਣਾ ॥ ମାୟାର ଏହା କୁସୁମ ଫୁଲର ରଙ୍ଗ ଭଳି ଅଟେ, ଯାହା ଏକ କ୍ଷଣରେ ହିଁ ଛାଡିଯାଏ।
ਚਲਦਿਆ ਨਾਲਿ ਨ ਚਲੈ ਸਿਰਿ ਪਾਪ ਲੈ ਜਾਵਣਾ ॥ ପରଲୋକକୁ ଯିବା ସମୟରେ ମାୟା ସାଥିରେ ଯାଏ ନାହିଁ, ତେଣୁ ମନୁଷ୍ୟ ନିଜ ପାପର ବୋଝ ନିଜ ମସ୍ତକ ଉପରେ ଉଠାଇ ଚାଲିଥାଏ।
ਜਾਂ ਪਕੜਿ ਚਲਾਇਆ ਕਾਲਿ ਤਾਂ ਖਰਾ ਡਰਾਵਣਾ ॥ ଯେବେ ମୃତ୍ୟୁ ତାହାକୁ ଧକ୍କା ଦେଇଥାଏ, ସେତେବେଳେ ସେ ଅତ୍ୟନ୍ତ ଭୟଙ୍କର ଲାଗିଥାଏ।
ਓਹ ਵੇਲਾ ਹਥਿ ਨ ਆਵੈ ਫਿਰਿ ਪਛੁਤਾਵਣਾ ॥੬॥ ଜୀବନର ସୁନେଲି ଅବସର ପୁନଃ ତାହାର ହାତକୁ ଆସେ ନାହିଁ ଆଉ ସେ ଶେଷରେ ବହୁତ ପଶ୍ଚାତାପ କରିଥାଏ॥6॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਸਤਿਗੁਰ ਤੇ ਜੋ ਮੁਹ ਫਿਰੇ ਸੇ ਬਧੇ ਦੁਖ ਸਹਾਹਿ ॥ ଯେଉଁ ବ୍ୟକ୍ତି ସଦଗୁରୁଙ୍କ ଠାରୁ ମୁହଁ ମୋଡି ନେଇଯାଏ, ସେ ଯମପୁରୀରେ ବନ୍ଧାହୋଇ ଦୁଃଖ ସହ୍ୟ କରିଥାଏ।
ਫਿਰਿ ਫਿਰਿ ਮਿਲਣੁ ਨ ਪਾਇਨੀ ਜੰਮਹਿ ਤੈ ਮਰਿ ਜਾਹਿ ॥ ସେ ବାରମ୍ବାର ଜନ୍ମ ହୋଇ ମରିଥାଏ ଆଉ ତାହାର ମିଳନ ଭଗବାନଙ୍କ ସହିତ ହୁଏ ନାହିଁ।
ਸਹਸਾ ਰੋਗੁ ਨ ਛੋਡਈ ਦੁਖ ਹੀ ਮਹਿ ਦੁਖ ਪਾਹਿ ॥ ତାହାର ସଂଶୟ-ଚିନ୍ତାର ରୋଗ ଦୂର ହୁଏନାହିଁ ଆଉ ଦୁଃଖରେ ହିଁ ସେ ବହୁତ ଦୁଃଖୀ ରହିଥାଏ।
ਨਾਨਕ ਨਦਰੀ ਬਖਸਿ ਲੇਹਿ ਸਬਦੇ ਮੇਲਿ ਮਿਲਾਹਿ ॥੧॥ ହେ ନାନକ! ଯଦି ପରମାତ୍ମା ନିଜ କୃପା ଦୃଷ୍ଟି ଦ୍ଵାରା ଜୀବକୁ କ୍ଷମା କରି ଦିଅନ୍ତି, ତାହାହେଲେ ତାହାକୁ ଶବ୍ଦ ଦ୍ଵାରା ନିଜ ସାଥିରେ ମିଳନ କରାଇଥାନ୍ତି॥1॥
ਮਃ ੩ ॥ ମହଲା 3 ॥
ਜੋ ਸਤਿਗੁਰ ਤੇ ਮੁਹ ਫਿਰੇ ਤਿਨਾ ਠਉਰ ਨ ਠਾਉ ॥ ଯେଉଁ ବ୍ୟକ୍ତି ସଦଗୁରୁଙ୍କ ଠାରୁ ବିମୁଖ ହୋଇଯାଏ, ତାହାକୁ କେଉଁଠି ମଧ୍ୟ ଶରଣ ମିଳେନାହିଁ।
ਜਿਉ ਛੁਟੜਿ ਘਰਿ ਘਰਿ ਫਿਰੈ ਦੁਹਚਾਰਣਿ ਬਦਨਾਉ ॥ ସେ ଘରଛଡା ସ୍ତ୍ରୀ ଭଳି ଘର ଘର ବୁଲୁଥାଏ ଆଉ ଦୁରାଚାରିଣୀ ଭାବରେ ବଦନାମ ହୋଇଥାଏ।
ਨਾਨਕ ਗੁਰਮੁਖਿ ਬਖਸੀਅਹਿ ਸੇ ਸਤਿਗੁਰ ਮੇਲਿ ਮਿਲਾਉ ॥੨॥ ହେ ନାନକ! ଯେଉଁ ଗୁରୁମୁଖୀକୁ କ୍ଷମାଦାନ ମିଳିଯାଏ, ସଦଗୁରୁ ତାହାକୁ ଈଶ୍ବରଙ୍କ ସହିତ ମିଳାଇଥାନ୍ତି॥2॥
ਪਉੜੀ ॥ ପଉଡି ॥
ਜੋ ਸੇਵਹਿ ਸਤਿ ਮੁਰਾਰਿ ਸੇ ਭਵਜਲ ਤਰਿ ਗਇਆ ॥ ଯେଉଁ ବ୍ୟକ୍ତି ପରମ-ସତ୍ୟ ପ୍ରଭୁଙ୍କ ଆରାଧନା କରିଥାଏ, ସେ ଭବସାଗରରୁ ପାର ହୋଇଯାଏ।
ਜੋ ਬੋਲਹਿ ਹਰਿ ਹਰਿ ਨਾਉ ਤਿਨ ਜਮੁ ਛਡਿ ਗਇਆ ॥ ଯିଏ ହରିନାମ ବୋଲିଥାଏ, ତାହାକୁ ଛାଡି ଯମରାଜ ମଧ୍ୟ ଚାଲିଯାନ୍ତି।
ਸੇ ਦਰਗਹ ਪੈਧੇ ਜਾਹਿ ਜਿਨਾ ਹਰਿ ਜਪਿ ਲਇਆ ॥ ଯିଏ ପରମାତ୍ମାଙ୍କୁ ଜପ କରିଥାଏ, ସେ ସତ୍କୃତ ହୋଇ ତାହାଙ୍କ ଦରବାରକୁ ଯାଇଥାଏ।
ਹਰਿ ਸੇਵਹਿ ਸੇਈ ਪੁਰਖ ਜਿਨਾ ਹਰਿ ਤੁਧੁ ਮਇਆ ॥ ହେ ପରମେଶ୍ଵର! ଯାହା ଉପରେ ତୁମର କୃପା ଅଛି, ସେହି ପୁରୁଷ ତୋର ଉପାସନା କରିଥାଏ।
ਗੁਣ ਗਾਵਾ ਪਿਆਰੇ ਨਿਤ ਗੁਰਮੁਖਿ ਭ੍ਰਮ ਭਉ ਗਇਆ ॥੭॥ ହେ ମୋର ପ୍ରିୟ! ମୁଁ ସର୍ବଦା ହରି ଗୁଣ ଗାନ କରିଥାଏ ଆଉ ଗୁରୁଙ୍କ ମାଧ୍ୟମରୁ ମୋର ଭ୍ରମ ଓ ଭୟ ନଷ୍ଟ ହୋଇ ଯାଇଛି॥7॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਥਾਲੈ ਵਿਚਿ ਤੈ ਵਸਤੂ ਪਈਓ ਹਰਿ ਭੋਜਨੁ ਅੰਮ੍ਰਿਤੁ ਸਾਰੁ ॥ ଥାଳିରେ ତିନି ବସ୍ତୁ ସତ୍ୟ, ସନ୍ତୋଷ ଏବଂ ସ୍ମରଣକୁ ପରଷା ଯାଇଛି, ଏହା ହରିନାମ ରୂପୀ ସର୍ବୋତ୍ତମ ଭୋଜନ ଅଟେ।
ਜਿਤੁ ਖਾਧੈ ਮਨੁ ਤ੍ਰਿਪਤੀਐ ਪਾਈਐ ਮੋਖ ਦੁਆਰੁ ॥ ଯାହା ଖାଇଲେ ମନ ତୃପ୍ତ ହୋଇଯାଏ ଆଉ ମୋକ୍ଷର ଦ୍ଵାର ସ୍ଵାଭାବିକ ଭାବରେ ମିଳିଯାଏ।
ਇਹੁ ਭੋਜਨੁ ਅਲਭੁ ਹੈ ਸੰਤਹੁ ਲਭੈ ਗੁਰ ਵੀਚਾਰਿ ॥ ହେ ସନ୍ଥ! ଏହି ନାମାମରୁତରୂପି ଭୋଜନ ବଡ ଦୁର୍ଲଭ ଅଟେ ଆଉ ଗୁରୁଙ୍କ ଜ୍ଞାନକୁ ଭାବି-ବୁଝି ତାହାଙ୍କ ଉପଲବ୍ଧି ହୋଇଥାଏ।
ਏਹ ਮੁਦਾਵਣੀ ਕਿਉ ਵਿਚਹੁ ਕਢੀਐ ਸਦਾ ਰਖੀਐ ਉਰਿ ਧਾਰਿ ॥ ଏହି ପ୍ରହେଳିକାକୁ ନିଜ ହୃଦୟରୁ କିପରି କାଢିବା? ହରିନାମର ଏହି ପ୍ରହେଳିକାକୁ ନିଜ ହୃଦୟରେ ଧାରଣ କରି ରଖିବା ଉଚିତ।
ਏਹ ਮੁਦਾਵਣੀ ਸਤਿਗੁਰੂ ਪਾਈ ਗੁਰਸਿਖਾ ਲਧੀ ਭਾਲਿ ॥ ଏହି ପ୍ରହେଳିକା ସଦଗୁରୁ ହିଁ ସ୍ଥାପିତ କରିଛନ୍ତି ଆଉ ଏହାର ସମାଧାନ ଗୁରୁଙ୍କ ଶିଷ୍ୟ ସନ୍ଧାନ କରି ପାଇଛନ୍ତି।
ਨਾਨਕ ਜਿਸੁ ਬੁਝਾਏ ਸੁ ਬੁਝਸੀ ਹਰਿ ਪਾਇਆ ਗੁਰਮੁਖਿ ਘਾਲਿ ॥੧॥ ହେ ନାନକ! ସେ ଯାହାକୁ ଜ୍ଞାନ ପ୍ରଦାନ କରିଥାନ୍ତି, ସେ ଏହି ପ୍ରହେଳିକାକୁ ବୁଝିଥାଏ, କଠିନ ସାଧନା ଦ୍ଵାରା ଗୁରୁମୁଖୀ ଭଗବାନଙ୍କୁ ପ୍ରାପ୍ତ କରିନିଏ॥1॥
ਮਃ ੩ ॥ ମହଲା 3 ॥
ਜੋ ਧੁਰਿ ਮੇਲੇ ਸੇ ਮਿਲਿ ਰਹੇ ਸਤਿਗੁਰ ਸਿਉ ਚਿਤੁ ਲਾਇ ॥ ଯାହାକୁ ଆଦିରୁ ପରମେଶ୍ଵର ମିଳନ କରାଇଛନ୍ତି, ସେ ତାହାଙ୍କ ସହିତ ମିଶି ରହିଥାନ୍ତି ଆଉ ଚିତ୍ତ ଗୁରୁଙ୍କ ସାଥିରେ ଲଗାଇ ଥାନ୍ତି।
ਆਪਿ ਵਿਛੋੜੇਨੁ ਸੇ ਵਿਛੁੜੇ ਦੂਜੈ ਭਾਇ ਖੁਆਇ ॥ ଯାହାକୁ ସେ ସ୍ଵୟଂ ଅଲଗା କରିଥାନ୍ତି, ସେ ଦୈତ୍ୟଭାବ କାରଣରୁ ଉତ୍ପୀଡିତ ହୋଇଥାଏ।
ਨਾਨਕ ਵਿਣੁ ਕਰਮਾ ਕਿਆ ਪਾਈਐ ਪੂਰਬਿ ਲਿਖਿਆ ਕਮਾਇ ॥੨॥ ହେ ନାନକ! ଭଗବାନଙ୍କ କୃପା ବିନା କଣ ପ୍ରାପ୍ତ ହୋଇ ପାରିବ? ମନୁଷ୍ୟ ସେହି କର୍ମ କରିଥାଏ, ଯାହା ତାହାର ଭାଗ୍ୟରେ ପ୍ରାରମ୍ଭରୁ ଲେଖା ହୋଇଥାଏ॥2॥
ਪਉੜੀ ॥ ପଉଡି ॥
ਬਹਿ ਸਖੀਆ ਜਸੁ ਗਾਵਹਿ ਗਾਵਣਹਾਰੀਆ ॥ ଯଶ ଗାନ କରୁଥିବା ସତସଙ୍ଗୀ ସାଥିରେ ବସି ହରିଙ୍କ ଯଶଗାନ କରିଥାଏ।
ਹਰਿ ਨਾਮੁ ਸਲਾਹਿਹੁ ਨਿਤ ਹਰਿ ਕਉ ਬਲਿਹਾਰੀਆ ॥ ସେ ନିତ୍ୟ ହରିନାମର ସ୍ତୁତି କରିଥାଏ ଆଉ ହରିଙ୍କ ପ୍ରତି ସମର୍ପିତ ଅଟନ୍ତି।
ਜਿਨੀ ਸੁਣਿ ਮੰਨਿਆ ਹਰਿ ਨਾਉ ਤਿਨਾ ਹਉ ਵਾਰੀਆ ॥ ଯିଏ ହରିନାମ ଶୁଣି ତାହାଙ୍କ ଉପରେ ଆସ୍ଥା ରଖିଥାଏ, ମୁଁ ତାହାଙ୍କ ପ୍ରତି ତନ-ମନରେ ଉତ୍ସର୍ଗିତ ଅଟେ।
ਗੁਰਮੁਖੀਆ ਹਰਿ ਮੇਲੁ ਮਿਲਾਵਣਹਾਰੀਆ ॥ ହେ ପରମେଶ୍ଵର! ଗୁରୁମୁଖୀ ସତସଙ୍ଗତିରେ ମୋର ମିଳନ କରାଇ ଦିଅ, ଯିଏ ମୋତେ ତୋ’ ସାଥିରେ ମିଳନ କରାଇବାରେ ସମର୍ଥ ଅଟନ୍ତି।
ਹਉ ਬਲਿ ਜਾਵਾ ਦਿਨੁ ਰਾਤਿ ਗੁਰ ਦੇਖਣਹਾਰੀਆ ॥੮॥ ମୁଁ ଦିନରାତି ତାହାଙ୍କ ପ୍ରତି ସମର୍ପିତ ଅଟେ, ଯିଏ ନିଜର ଗୁରୁଙ୍କ ଦର୍ଶନ କରିଥାଏ॥8॥


© 2017 SGGS ONLINE
Scroll to Top