Guru Granth Sahib Translation Project

guru granth sahib odia page-639

Page 639

ਸੋਰਠਿ ਮਹਲਾ ੩ ॥ ସୋରଠି ମହଲା 3 ॥
ਹਰਿ ਜੀਉ ਸਬਦੇ ਜਾਪਦਾ ਭਾਈ ਪੂਰੈ ਭਾਗਿ ਮਿਲਾਇ ॥ ହେ ଭାଇ! ପରମାତ୍ମାଙ୍କ ଜ୍ଞାନ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ହୋଇଥାଏ, ଯାହା ପୂର୍ଣ୍ଣ ଭାଗ୍ୟରୁ ହିଁ ମିଳିଥାଏ।
ਸਦਾ ਸੁਖੁ ਸੋਹਾਗਣੀ ਭਾਈ ਅਨਦਿਨੁ ਰਤੀਆ ਰੰਗੁ ਲਾਇ ॥੧॥ ସେହି ସୁହାଗିନୀ ଜୀବ-ସ୍ତ୍ରୀ ସଦା ସୁଖପୂର୍ବକ ରହିଥାଏ, ଯିଏ ପ୍ରେମ ରଙ୍ଗ ଲଗାଇ ରାତିଦିନ ସ୍ବାମୀଙ୍କ ସାଥିରେ ମଗ୍ନ ରହିଥାଏ॥1॥
ਹਰਿ ਜੀ ਤੂ ਆਪੇ ਰੰਗੁ ਚੜਾਇ ॥ ହେ ପରମେଶ୍ଵର! ତୁ ନିଜେ ହିଁ ତାହାକୁ ନିଜର ପ୍ରେମ ରଙ୍ଗ ଲଗାଉ।
ਗਾਵਹੁ ਗਾਵਹੁ ਰੰਗਿ ਰਾਤਿਹੋ ਭਾਈ ਹਰਿ ਸੇਤੀ ਰੰਗੁ ਲਾਇ ॥ ਰਹਾਉ ॥ ହେ ପ୍ରଭୁ-ପ୍ରେମରେ ଲୀନ ଜୀବ-ସ୍ତ୍ରୀ! ଈଶ୍ବରଙ୍କ ସହିତ ପ୍ରେମ ଲଗାଇ ତାହାଙ୍କ ଗୁଣଗାନ କର॥ରୁହ॥
ਗੁਰ ਕੀ ਕਾਰ ਕਮਾਵਣੀ ਭਾਈ ਆਪੁ ਛੋਡਿ ਚਿਤੁ ਲਾਇ ॥ ହେ ଭାଇ! ଯେଉଁ ଜୀବ-ସ୍ତ୍ରୀ ନିଜର ଆତ୍ମାଭିମାନ ତ୍ୟାଗ କରି ମନ ଲଗାଇ ଗୁରୁଙ୍କ ସେବା କରିଥାଏ,
ਸਦਾ ਸਹਜੁ ਫਿਰਿ ਦੁਖੁ ਨ ਲਗਈ ਭਾਈ ਹਰਿ ਆਪਿ ਵਸੈ ਮਨਿ ਆਇ ॥੨॥ ଏହିପରି ସଦା ସୁଖରେ ରହି ତାହାକୁ କୌଣସି ଦୁଃଖ ଲାଗେ ନାହିଁ ଆଉ ଇଶ୍ଵର ସ୍ଵୟଂ ହିଁ ଆସି ହୃଦୟରେ ନିବାସ କରିଥାନ୍ତି॥2॥
ਪਿਰ ਕਾ ਹੁਕਮੁ ਨ ਜਾਣਈ ਭਾਈ ਸਾ ਕੁਲਖਣੀ ਕੁਨਾਰਿ ॥ ହେ ଭାଇ! ଯେଉଁ ଜୀବ-ସ୍ତ୍ରୀ ନିଜ ପ୍ରିୟତମଙ୍କ ହୁକୁମକୁ ଜାଣେ ନାହିଁ, ସେ କୁଳକ୍ଷଣୀ ଏବଂ ବ୍ୟଭିଚାରିଣୀ ନାରୀ ଅଟେ ଆଉ
ਮਨਹਠਿ ਕਾਰ ਕਮਾਵਣੀ ਭਾਈ ਵਿਣੁ ਨਾਵੈ ਕੂੜਿਆਰਿ ॥੩॥ ନିଜ ପ୍ରତ୍ୟେକ କାର୍ଯ୍ୟ ନିଜ ମନର ଜିଦି କାରଣରୁ ହିଁ କରିଥାଏ, ହେ ଭାଇ! ପତି-ପରମେଶ୍ଵରଙ୍କ ନାମରୁ ବିହୀନ ହେବା କାରଣରୁ ସେ ମିଥ୍ୟାବାଦୀ ଅଟେ॥3॥
ਸੇ ਗਾਵਹਿ ਜਿਨ ਮਸਤਕਿ ਭਾਗੁ ਹੈ ਭਾਈ ਭਾਇ ਸਚੈ ਬੈਰਾਗੁ ॥ ଯାହାର କପାଳରେ ଶୁଭ ଭାଗ୍ୟ ଅଛି ହେ ଭାଇ! ସେ ହିଁ ଭଗବାନଙ୍କ ଗୁଣଗାନ କରିଥାଏ ଆଉ ସଚ୍ଚା ପରମେଶ୍ଵରଙ୍କ ପ୍ରେମ ଦ୍ଵାରା ସେ ବୈରାଗୀ ବନିଯାଏ।
ਅਨਦਿਨੁ ਰਾਤੇ ਗੁਣ ਰਵਹਿ ਭਾਈ ਨਿਰਭਉ ਗੁਰ ਲਿਵ ਲਾਗੁ ॥੪॥ ସେ ନିଜର ସୁରତି ନିର୍ଭୀକ ଗୁରୁଙ୍କ ସାଥିରେ ଲଗାଇ ରାତିଦିନ ପ୍ରଭୁଙ୍କ ଯଶୋଗାନ କରିବାରେ ମଗ୍ନ ରହିଥାଏ॥4॥
ਸਭਨਾ ਮਾਰਿ ਜੀਵਾਲਦਾ ਭਾਈ ਸੋ ਸੇਵਹੁ ਦਿਨੁ ਰਾਤਿ ॥ ହେ ଭାଇ! ଦିନରାତି ତାହାଙ୍କ ଉପାସନା କର, ଯିଏ ସବୁଙ୍କୁ ମାରି ପୁଣି ଜୀବିତ କରିଥାନ୍ତି।
ਸੋ ਕਿਉ ਮਨਹੁ ਵਿਸਾਰੀਐ ਭਾਈ ਜਿਸ ਦੀ ਵਡੀ ਹੈ ਦਾਤਿ ॥੫॥ ନିଜ ମନରେ ଆମେ କାହିଁକି ତାହାଙ୍କୁ ବିସ୍ମୃତ କରିବା, ଯାହାଙ୍କ ଦାନ ବହୁତ ବଡ ଅଟେ॥5॥
ਮਨਮੁਖਿ ਮੈਲੀ ਡੁੰਮਣੀ ਭਾਈ ਦਰਗਹ ਨਾਹੀ ਥਾਉ ॥ ହେ ଭାଇ! ମନମୁଖୀ ଜୀବ-ସ୍ତ୍ରୀ ବଡ ମଇଳା ଏବଂ ଦ୍ଵିଧାଗ୍ରସ୍ତ ଅଟେ ଆଉ ଭଗବାନଙ୍କ ଦରବାରରେ ତାହାଙ୍କୁ କୌଣସି ସୁଖର ସ୍ଥାନ ମିଳେନାହିଁ।
ਗੁਰਮੁਖਿ ਹੋਵੈ ਤ ਗੁਣ ਰਵੈ ਭਾਈ ਮਿਲਿ ਪ੍ਰੀਤਮ ਸਾਚਿ ਸਮਾਉ ॥੬॥ ଯଦି ସେ ମଧ୍ୟ ଗୁରୁମୁଖୀ ବନିଯାନ୍ତି, ତାହାହେଲେ ସେ ପ୍ରଭୁଙ୍କ ଯଶୋଗାନ କରିବାରେ ମଗ୍ନ ରହିଥାଏବାଉ ସେ ସତ୍ୟରେ ବିଲୀନ ହୋଇଯାଏ॥6॥
ਏਤੁ ਜਨਮਿ ਹਰਿ ਨ ਚੇਤਿਓ ਭਾਈ ਕਿਆ ਮੁਹੁ ਦੇਸੀ ਜਾਇ ॥ ହେ ଭାଇ! ଏହି ଜନ୍ମରେ ଯଦି ଭଗବାନଙ୍କ ସ୍ମରଣ କରି ନାହଁ, ତାହାହେଲେ ପରଲୋକକୁ କେଉଁ ମୁହଁ ନେଇ ଯିବୁ?
ਕਿੜੀ ਪਵੰਦੀ ਮੁਹਾਇਓਨੁ ਭਾਈ ਬਿਖਿਆ ਨੋ ਲੋਭਾਇ ॥੭॥ ଆମେ ତୋତେ ନିର୍ଦ୍ଦେଶ ମଧ୍ୟ ଦେଇଛୁ, କିନ୍ତୁ ମାୟା ବିକାରରେ ଫସି ତୁ ନିଜ ଜୀବନ ବରବାଦ କରି ଦେଇଛୁ॥7॥
ਨਾਮੁ ਸਮਾਲਹਿ ਸੁਖਿ ਵਸਹਿ ਭਾਈ ਸਦਾ ਸੁਖੁ ਸਾਂਤਿ ਸਰੀਰ ॥ ହେ ଭାଇ! ଯିଏ ଭଗବାନଙ୍କ ନାମ ସ୍ମରଣ କରିଥାଏ, ସେ ସୁଖୀ ରହିଥାଏ ଆଉ ତାହାର ଶରୀର ମଧ୍ୟ ସର୍ବଦା ଶାନ୍ତ ଓ ସୁଖୀ ରହିଥାଏ।
ਨਾਨਕ ਨਾਮੁ ਸਮਾਲਿ ਤੂ ਭਾਈ ਅਪਰੰਪਰ ਗੁਣੀ ਗਹੀਰ ॥੮॥੩॥ ନାନକ କହନ୍ତି ଯେ ହେ ଭାଇ! ତୁ ସେହି ଭଗବାନଙ୍କ ନାମ-ସ୍ମରଣ କର, ଯିଏ ଅପରାମ୍ପର, ଗୁଣବାନ ଏବଂ ଗହନ ଗମ୍ଭୀର ଅଟନ୍ତି||8||3||
ਸੋਰਠਿ ਮਹਲਾ ੫ ਘਰੁ ੧ ਅਸਟਪਦੀਆ ସୋରଠି ମହଲା 5 ଘର 1 ଅଷ୍ଟପଦୀ
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸਭੁ ਜਗੁ ਜਿਨਹਿ ਉਪਾਇਆ ਭਾਈ ਕਰਣ ਕਾਰਣ ਸਮਰਥੁ ॥ ହେ ଭାଇ! ଯେଉଁ ଇଶ୍ଵର ସଂପୂର୍ଣ୍ଣ ଜଗତ ସୃଷ୍ଟି କରିଛନ୍ତି, ସେ ସବୁ କିଛି କରିବା ଓ କରାଇବାରେ ସମର୍ଥ ଅଟନ୍ତି।
ਜੀਉ ਪਿੰਡੁ ਜਿਨਿ ਸਾਜਿਆ ਭਾਈ ਦੇ ਕਰਿ ਅਪਣੀ ਵਥੁ ॥ ସେ ଏପରି ପରମେଶ୍ଵର ଅଟନ୍ତି, ଯିଏ ନିଜ ସତ୍ତ ଦେଇ ଆତ୍ମା ଓ ଶରୀର ସୃଷ୍ଟି କରିଛନ୍ତି।
ਕਿਨਿ ਕਹੀਐ ਕਿਉ ਦੇਖੀਐ ਭਾਈ ਕਰਤਾ ਏਕੁ ਅਕਥੁ ॥ ତାହାଙ୍କ କଥନ କିପରି କରାଯାଇ ପାରିବ, କିପରି ତାହାଙ୍କ ଦର୍ଶନ କରାଯାଇ ପାରିବ, ଯିଏ ଏକ ଅକଥନୀୟ ଜଗତର ରଚୟିତା ଅଟନ୍ତି।
ਗੁਰੁ ਗੋਵਿੰਦੁ ਸਲਾਹੀਐ ਭਾਈ ਜਿਸ ਤੇ ਜਾਪੈ ਤਥੁ ॥੧॥ ହେ ଭାଇ! ସେହି ଗୋବିନ୍ଦ ଗୁରୁଙ୍କ ହିଁ ସ୍ତୁତି କରିବା ଉଚିତ, ଯାହାଦ୍ୱାରା ଏହି ସତ୍ୟର ଜ୍ଞାନ ହୋଇଥାଏ॥1॥
ਮੇਰੇ ਮਨ ਜਪੀਐ ਹਰਿ ਭਗਵੰਤਾ ॥ ହେ ମୋର ମନ! ଆମେ ଭଗବାନଙ୍କ ହିଁ ଭଜନ କରିବା ଉଚିତ।
ਨਾਮ ਦਾਨੁ ਦੇਇ ਜਨ ਅਪਨੇ ਦੂਖ ਦਰਦ ਕਾ ਹੰਤਾ ॥ ਰਹਾਉ ॥ ସେ ସର୍ବଦା ନିଜ ଭକ୍ତକୁ ନାମ-ଦାନ ଦେଇଥାନ୍ତି ଆଉ ଦୁଃଖ-ଯନ୍ତ୍ରଣାର ଅନ୍ତ କରିଥାନ୍ତି॥ରୁହ॥
ਜਾ ਕੈ ਘਰਿ ਸਭੁ ਕਿਛੁ ਹੈ ਭਾਈ ਨਉ ਨਿਧਿ ਭਰੇ ਭੰਡਾਰ ॥ ହେ ଭାଇ! ଯାହାର ଘରେ ସବୁକିଛି ଅଛି, ଯାହାର ଭଣ୍ଡାର ନବନିଧିରେ ଭରି ରହିଛି;
ਤਿਸ ਕੀ ਕੀਮਤਿ ਨਾ ਪਵੈ ਭਾਈ ਊਚਾ ਅਗਮ ਅਪਾਰ ॥ ତାହାଙ୍କ ମୂଲ୍ୟାଙ୍କନ କିପରି କରାଯାଇ ପାରିବ, ଯିଏ ସ୍ଵୟଂ ହିଁ ସର୍ବୋଚ୍ଚ, ଅଗମ୍ୟ ଏବଂ ଅପାର ଅଟନ୍ତି।
ਜੀਅ ਜੰਤ ਪ੍ਰਤਿਪਾਲਦਾ ਭਾਈ ਨਿਤ ਨਿਤ ਕਰਦਾ ਸਾਰ ॥ ସୃଷ୍ଟିରେ ଯେତେ ଜୀବ-ଜନ୍ତୁ ଅଛନ୍ତି, ସେ ସବୁଙ୍କ ପାଳନ-ପୋଷଣ କରିଥାନ୍ତି।
ਸਤਿਗੁਰੁ ਪੂਰਾ ਭੇਟੀਐ ਭਾਈ ਸਬਦਿ ਮਿਲਾਵਣਹਾਰ ॥੨॥ ଆମେ ପୂର୍ଣ୍ଣ ସଦଗୁରୁଙ୍କ ସାକ୍ଷାତ କରିବା ଉଚିତ, ଯିଏ ନିଜ ଶବ୍ଦ ଦ୍ଵାରା ଭଗବାନଙ୍କ ସହିତ ମିଳାଇ ଦିଅନ୍ତି॥2॥
ਸਚੇ ਚਰਣ ਸਰੇਵੀਅਹਿ ਭਾਈ ਭ੍ਰਮੁ ਭਉ ਹੋਵੈ ਨਾਸੁ ॥ ହେ ଭାଇ! ସଚ୍ଚା ପରମେଶ୍ଵରଙ୍କ ଚରଣର ପୂଜା କରିବା ଦ୍ଵାରା ଭ୍ରମ ଏବଂ ଭୟ ନାଶ ହୋଇଯାଏ।
ਮਿਲਿ ਸੰਤ ਸਭਾ ਮਨੁ ਮਾਂਜੀਐ ਭਾਈ ਹਰਿ ਕੈ ਨਾਮਿ ਨਿਵਾਸੁ ॥ ସନ୍ଥଙ୍କ ପବିତ୍ର ସଭାରେ ସମ୍ମିଳିତ ହୋଇ ନିଜ ମନକୁ ସ୍ଵଚ୍ଛ କରିବା ଉଚିତ, ସେତେବେଳେ ହିନ ଭଗବାନଙ୍କ ନାମ ମନରେ ନିବାସ କରିଥାଏ।
ਮਿਟੈ ਅੰਧੇਰਾ ਅਗਿਆਨਤਾ ਭਾਈ ਕਮਲ ਹੋਵੈ ਪਰਗਾਸੁ ॥ ତାପରେ, ଅଜ୍ଞାନତାର ଅନ୍ଧକାର ଦୂର ହୋଇଯାଏ ଆଉ ହୃଦୟ-କମଳ ଉଜ୍ଜଳ ହୋଇଯାଏ।
ਗੁਰ ਬਚਨੀ ਸੁਖੁ ਊਪਜੈ ਭਾਈ ਸਭਿ ਫਲ ਸਤਿਗੁਰ ਪਾਸਿ ॥੩॥ ଗୁରୁଙ୍କ ବଚନ ଦ୍ଵାରା ହିଁ ମନରେ ସୁଖ ଜାତ ହୋଇଥାଏ ଆଉ ସଦଗୁରୁଙ୍କ ପାଖରେ ସବୁ ଫଳ ଥାଏ॥3॥


© 2017 SGGS ONLINE
Scroll to Top