Guru Granth Sahib Translation Project

guru granth sahib odia page-635

Page 635

ਜਿਨ ਚਾਖਿਆ ਸੇਈ ਸਾਦੁ ਜਾਣਨਿ ਜਿਉ ਗੁੰਗੇ ਮਿਠਿਆਈ ॥ ଯିଏ ଜ୍ଞାନ ଆସ୍ଵାଦନ କରିଛି, ସେ ତାହାର ସ୍ଵାଦ ଏପରି ଜାଣିଥାଏ ଯେପରି ମୂକ ବ୍ୟକ୍ତି ପାଇଁ ମିଠାର ସ୍ଵାଦ ହୋଇଥାଏ।
ਅਕਥੈ ਕਾ ਕਿਆ ਕਥੀਐ ਭਾਈ ਚਾਲਉ ਸਦਾ ਰਜਾਈ ॥ ହେ ଭାଇ! ଅକଥନୀୟ ପରମାତ୍ମାଙ୍କୁ ମୁଁ କିପରି ବର୍ଣ୍ଣନା କରିବି, ଏଣୁ ମୁଁ ସର୍ବଦା ତାହାଙ୍କ ଇଚ୍ଛାନୁସାରେ ଚାଲିଥାଏ।
ਗੁਰੁ ਦਾਤਾ ਮੇਲੇ ਤਾ ਮਤਿ ਹੋਵੈ ਨਿਗੁਰੇ ਮਤਿ ਨ ਕਾਈ ॥ ଯଦି ଦାତା ଗୁରୁଙ୍କ ସହିତ ମିଳନ କରାଇ ଦିଅନ୍ତି, ତାହାହେଲେ ସୁମତି ପ୍ରାପ୍ତ ହୋଇଥାଏ ଆଉ ଗୁରୁହୀନକୁ କୌଣସି ଜ୍ଞାନ ହୁଏନାହିଁ।
ਜਿਉ ਚਲਾਏ ਤਿਉ ਚਾਲਹ ਭਾਈ ਹੋਰ ਕਿਆ ਕੋ ਕਰੇ ਚਤੁਰਾਈ ॥੬॥ ହେ ଭାଇ!ଯେପରି ପ୍ରଭୁ ଆମକୁ ଚଳାଇ ଥାଆନ୍ତି, ଆମେ ସେପରି ହିଁ ଚାଲିବା ଉଚିତ, ମନୁଷ୍ୟ ଆଉ କେଉଁ ଚତୁରତା କରିପାରିବ?॥6॥
ਇਕਿ ਭਰਮਿ ਭੁਲਾਏ ਇਕਿ ਭਗਤੀ ਰਾਤੇ ਤੇਰਾ ਖੇਲੁ ਅਪਾਰਾ ॥ ହେ ପରମେଶ୍ଵର! ତୋର ଲୀଳା ଅପରାମ୍ପର ଅଟେ, କାରଣ ଅନେକ ଜୀବ ଭ୍ରମରେ ପଥଭ୍ରଷ୍ଟ ରହିଥାନ୍ତି ଆଉ କିଛି ତୋର ଭକ୍ତରେ ମଗ୍ନ ରହିଥାନ୍ତି।
ਜਿਤੁ ਤੁਧੁ ਲਾਏ ਤੇਹਾ ਫਲੁ ਪਾਇਆ ਤੂ ਹੁਕਮਿ ਚਲਾਵਣਹਾਰਾ ॥ ଯେଉଁଠି ତୁ ଲୋକଙ୍କୁ ଲଗାଉ, ସେମାନେ ସେପରି ହିଁ ଫଳ ପ୍ରାପ୍ତ କରିଥାନ୍ତି ଆଉ ତୁ ହିଁ ନିଜ ହୁକୁମ ଲାଗୁ କରିବା ବାଲା ଅଟୁ।
ਸੇਵਾ ਕਰੀ ਜੇ ਕਿਛੁ ਹੋਵੈ ਅਪਣਾ ਜੀਉ ਪਿੰਡੁ ਤੁਮਾਰਾ ॥ ଯଦି ମୋର କିଛି ନିଜର ହୋଇଥାଏ, ତାହାହେଲେ ମୁଁ ତୋର ସେବା କରିବି, ମୋର ଏହି ଆତ୍ମା ଓ ଶରୀର ତୁମର ହିଁ ଅଟେ।
ਸਤਿਗੁਰਿ ਮਿਲਿਐ ਕਿਰਪਾ ਕੀਨੀ ਅੰਮ੍ਰਿਤ ਨਾਮੁ ਅਧਾਰਾ ॥੭॥ ଯିଏ ସଦଗୁରୁଙ୍କ ସହିତ ମିଶିଯାଏ, ଭଗବାନ ତାହା ଉପରେ କୃପା କରିଥାନ୍ତି ଏବଂ ନାମାମୃତ ହିଁ ତାହାର ଆଧାର ବନିଯାଏ॥7॥
ਗਗਨੰਤਰਿ ਵਾਸਿਆ ਗੁਣ ਪਰਗਾਸਿਆ ਗੁਣ ਮਹਿ ਗਿਆਨ ਧਿਆਨੰ ॥ ଯେତେବେଳେ ମନରେ ଗୁରୁ ଗୁଣର ପ୍ରକାଶ କରି ଦେଇଛନ୍ତି, ମନ ଦଶମ ଦ୍ଵାରରେ ବାସ କରିଥାଏ, ଏବେ ମନ ଗୁଣ ଓ ଜ୍ଞାନରେ ହିଁ ଧ୍ୟାନ ଲଗାଇ ଥାଏ।
ਨਾਮੁ ਮਨਿ ਭਾਵੈ ਕਹੈ ਕਹਾਵੈ ਤਤੋ ਤਤੁ ਵਖਾਨੰ ॥ ନାମ ହିଁ ମନକୁ ଭଲ ଲାଗିଥାଏ, ନାମ ହିଁ ଜପ କରିଥାଏ ଆଉ ଅନ୍ୟ ଦ୍ଵାରା ଜପ କରାଇ ଥାଏ ଏବ ପରମ ତତ୍ତ୍ଵର ବର୍ଣ୍ଣନା କରିଥାଏ।
ਸਬਦੁ ਗੁਰ ਪੀਰਾ ਗਹਿਰ ਗੰਭੀਰਾ ਬਿਨੁ ਸਬਦੈ ਜਗੁ ਬਉਰਾਨੰ ॥ ଗୁରୁବାଣୀ ହିଁ ଆମ ସମସ୍ତଙ୍କ ପ୍ରିୟ ଅଟେ, ଯାହା ବଡ ଗହନ ଓ ଗମ୍ଭୀର ଅଟେ, ଶବ୍ଦ ବିନା ସାରା ଦୁନିଆ ପାଗଳ ଭଳି ଆଚରଣ କରିଥାଏ।
ਪੂਰਾ ਬੈਰਾਗੀ ਸਹਜਿ ਸੁਭਾਗੀ ਸਚੁ ਨਾਨਕ ਮਨੁ ਮਾਨੰ ॥੮॥੧॥ ହେ ନାନକ! ଯାହାର ମନ ସତ୍ୟ ନାମରେ ଆନନ୍ଦିତ ରହିଛି, ସେ ପୂର୍ଣ୍ଣ ବୈରାଗୀ ଓ ସୌଭାଗ୍ୟଶାଳୀ ଅଟେ||8||1||
ਸੋਰਠਿ ਮਹਲਾ ੧ ਤਿਤੁਕੀ ॥ ସୋରଠି ମହଲା 1 ତିତୁକୀ॥
ਆਸਾ ਮਨਸਾ ਬੰਧਨੀ ਭਾਈ ਕਰਮ ਧਰਮ ਬੰਧਕਾਰੀ ॥ ହେ ଭାଇ! ଆଶା ଓ କାମନା ବନ୍ଧନ ହିଁ ଅଟେ ଆଉ ଧର୍ମ-କର୍ମ ମଧ୍ୟ ମନୁଷ୍ୟକୁ ବନ୍ଧନରେ ଫସାଇ ଥାଏ।
ਪਾਪਿ ਪੁੰਨਿ ਜਗੁ ਜਾਇਆ ਭਾਈ ਬਿਨਸੈ ਨਾਮੁ ਵਿਸਾਰੀ ॥ ପାପ ଓ ପୂଣ୍ୟ କାରଣରୁ ଲୋକମାନେ ଦୁନିଆରେ ଜନ୍ମ ନେଇଥାନ୍ତି, କିନ୍ତୁ ନାମ ବିସ୍ମୃତ କରି ମନୁଷ୍ୟ ନାଶ ହୋଇଯାଏ।
ਇਹ ਮਾਇਆ ਜਗਿ ਮੋਹਣੀ ਭਾਈ ਕਰਮ ਸਭੇ ਵੇਕਾਰੀ ॥੧॥ ହେ ଭାଇ! ଏହି ମାୟା ଦୁନିଆର ଲୋକଙ୍କୁ ମୋହିତ କରିଥାଏ ଆଉ ମାୟା ପଛରେ ପଡି ସବୁ କର୍ମ ପାପ ପୂର୍ଣ୍ଣ ହୋଇଥାଏ॥1॥
ਸੁਣਿ ਪੰਡਿਤ ਕਰਮਾ ਕਾਰੀ ॥ ହେ କର୍ମକାଣ୍ଡ ପଣ୍ଡିତ! ମୋର କଥା ଧ୍ୟାନପୂର୍ବକ ଶୁଣ;
ਜਿਤੁ ਕਰਮਿ ਸੁਖੁ ਊਪਜੈ ਭਾਈ ਸੁ ਆਤਮ ਤਤੁ ਬੀਚਾਰੀ ॥ ਰਹਾਉ ॥ ଯେଉଁ କର୍ମରୁ ସୁଖ ଉତ୍ପନ୍ନ ହୋଇଥାଏ, ସେହି କର୍ମ ଆତ୍ମତତ୍ତ୍ଵର ଚିନ୍ତନ କରିବା ଅଟେ॥ରୁହ॥
ਸਾਸਤੁ ਬੇਦੁ ਬਕੈ ਖੜੋ ਭਾਈ ਕਰਮ ਕਰਹੁ ਸੰਸਾਰੀ ॥ ତୁ ଦଣ୍ଡାୟମାନ ହୋଇ ଶାସ୍ତ୍ର ଏବଂ ବେଦ ପାଠ କରୁ, ପରନ୍ତୁ ହେ ଭାଇ! ସ୍ଵୟଂ ତୁମେ ସାଂସାରିକ କର୍ମ ହିଁ କରୁଛ।
ਪਾਖੰਡਿ ਮੈਲੁ ਨ ਚੂਕਈ ਭਾਈ ਅੰਤਰਿ ਮੈਲੁ ਵਿਕਾਰੀ ॥ ତୋର ମନରେ ବିକାରର ମଇଳା ଭରି ରହିଛି ଆଉ ଏହି ଅହଙ୍କାରର ମଇଳା ଦୂର ହୋଇପାରେ ନାହିଁ।
ਇਨ ਬਿਧਿ ਡੂਬੀ ਮਾਕੁਰੀ ਭਾਈ ਊਂਡੀ ਸਿਰ ਕੈ ਭਾਰੀ ॥੨॥ ଏହିପରି ବୁଢିଆଣୀ ଜାଲ ବୁଣି ସେଥିରେ ପଡିବା ଭଳି ହିଁ ନଷ୍ଟ ହୋଇଯାଏ।॥2॥
ਦੁਰਮਤਿ ਘਣੀ ਵਿਗੂਤੀ ਭਾਈ ਦੂਜੈ ਭਾਇ ਖੁਆਈ ॥ ଦୁର୍ମତି କାରଣରୁ ଅନେକ ଲୋକ ବରବାଦ ହୋଇଯାଇଛନ୍ତି; ହେ ଭାଇ! ପ୍ରଭୁଙ୍କ ବିନା ଦୈତ୍ୟଭାବରେ ପଡି ଲୋକମାନେ ନାଶ ହୋଇଯାନ୍ତି।
ਬਿਨੁ ਸਤਿਗੁਰ ਨਾਮੁ ਨ ਪਾਈਐ ਭਾਈ ਬਿਨੁ ਨਾਮੈ ਭਰਮੁ ਨ ਜਾਈ ॥ ସଦଗୁରୁଙ୍କ ବିନା ନାମ ପ୍ରାପ୍ତ ହୁଏନାହିଁ ଆଉ ନାମ ବିନା ଭ୍ରମ ଦୂର ହୁଏନାହିଁ।
ਸਤਿਗੁਰੁ ਸੇਵੇ ਤਾ ਸੁਖੁ ਪਾਏ ਭਾਈ ਆਵਣੁ ਜਾਣੁ ਰਹਾਈ ॥੩॥ ହେ ଭାଇ! ଯଦି ସଦଗୁରୁଙ୍କ ସେବା କରାଯାଏ, ତାହାହେଲେ ହିଁ ସୁଖ ଉପଲବ୍ଧି ହୋଇଥାଏ ଏବଂ ମନୁଷ୍ୟର ଜନ୍ମ-ମରଣ ଚକ୍ର ଦୂର ହୋଇଯାଏ॥3॥
ਸਾਚੁ ਸਹਜੁ ਗੁਰ ਤੇ ਊਪਜੈ ਭਾਈ ਮਨੁ ਨਿਰਮਲੁ ਸਾਚਿ ਸਮਾਈ ॥ ହେ ଭାଇ! ସଚ୍ଚା ସୁଖ ଗୁରୁଙ୍କ ଠାରୁ ପ୍ରାପ୍ତ ହୋଇଥାଏ ଆଉ ମନ ନିର୍ମଳ ହୋଇ ପରମ ସତ୍ୟରେ ରହିଥାଏ।
ਗੁਰੁ ਸੇਵੇ ਸੋ ਬੂਝੈ ਭਾਈ ਗੁਰ ਬਿਨੁ ਮਗੁ ਨ ਪਾਈ ॥ ଯେଉଁ ବ୍ୟକ୍ତି ଗୁରୁଙ୍କ ନିଷ୍କାମ ସେବା କରିଥାଏ, ତାହାକୁ ହିଁ ସତମାର୍ଗ ମିଳିଥାଏ ଆଉ ଗୁରୁଙ୍କ ବିନା ମାର୍ଗ ମିଳେନାହିଁ।
ਜਿਸੁ ਅੰਤਰਿ ਲੋਭੁ ਕਿ ਕਰਮ ਕਮਾਵੈ ਭਾਈ ਕੂੜੁ ਬੋਲਿ ਬਿਖੁ ਖਾਈ ॥੪॥ ଯାହାର ହୃଦୟରେ କେବଳ ଲୋଭ ଭରି ରହିଥାଏ, ସେ କଣ ଶୁଭ କର୍ମ କରିପାରିବ? ମିଥ୍ୟା ବୋଲି ସେ ବିଷ ପାନ କରିଥାଏ॥4॥
ਪੰਡਿਤ ਦਹੀ ਵਿਲੋਈਐ ਭਾਈ ਵਿਚਹੁ ਨਿਕਲੈ ਤਥੁ ॥ ହେ ପଣ୍ଡିତ! ଯଦି ଦହିର ମନ୍ଥନ କରାଯାଏ, ତାହାହେଲେ ଏଥିରୁ ଲହୁଣୀ ହିଁ ବାହାରିଥାଏ।
ਜਲੁ ਮਥੀਐ ਜਲੁ ਦੇਖੀਐ ਭਾਈ ਇਹੁ ਜਗੁ ਏਹਾ ਵਥੁ ॥ ଯଦି ଜଳର ମନ୍ଥନ କରାଯାଏ, ତାହାହେଲେ ଜଳ ହିଁ ଦେଖାଯିବ; ଏହି ଜଗତ ମଧ୍ୟ ଜଳ ଭଳି ବସ୍ତୁ ଅଟେ।
ਗੁਰ ਬਿਨੁ ਭਰਮਿ ਵਿਗੂਚੀਐ ਭਾਈ ਘਟਿ ਘਟਿ ਦੇਉ ਅਲਖੁ ॥੫॥ ହେ ଭାଇ! ଗୁରୁଙ୍କ ବିନା ମନୁଷ୍ୟ ଦ୍ଵିଧାରେ ନଷ୍ଟ ହୋଇଯାଏ ଏବଂ ସବୁ ଜୀବଙ୍କ ଠାରେ ବିଦ୍ୟମାନ ଅଲକ୍ଷ୍ୟ ପ୍ରଭୁଙ୍କ ଠାରୁ ବିଚ୍ଛେଦ ହିଁ ରହିଥାଏ॥5॥
ਇਹੁ ਜਗੁ ਤਾਗੋ ਸੂਤ ਕੋ ਭਾਈ ਦਹ ਦਿਸ ਬਾਧੋ ਮਾਇ ॥ ହେ ଭାଇ! ଏହି ନଶ୍ଵର ଦୁନିଆ ସୁନାର ସୁତା ଭଳି ଅଟେ, ଯାହାକୁ ମାୟା ଦଶ ଦିଗରୁ ବାନ୍ଧି ରଖିଛି।
ਬਿਨੁ ਗੁਰ ਗਾਠਿ ਨ ਛੂਟਈ ਭਾਈ ਥਾਕੇ ਕਰਮ ਕਮਾਇ ॥ ଗୁରୁଙ୍କ ବିନା ମାୟାର ଗଣ୍ଠି ଖୋଲେ ନାହିଁ ଏବଂ ଲୋକମାନେ କର୍ମ କାଣ୍ଡ କରି ଥକି ଯାଇଥାନ୍ତି।
ਇਹੁ ਜਗੁ ਭਰਮਿ ਭੁਲਾਇਆ ਭਾਈ ਕਹਣਾ ਕਿਛੂ ਨ ਜਾਇ ॥੬॥ ହେ ଭାଇ! ଏହି ଦୁନିଆକୁ ଭ୍ରମ ହିଁ ପଥଭ୍ରଷ୍ଟ କରି ରଖିଛି ଆଉ ଏହି ବିଷୟରେ କିଛି ମଧ୍ୟ ବର୍ଣ୍ଣନା କରାଯାଇ ପାରିବ ନାହିଁ॥6॥
ਗੁਰ ਮਿਲਿਐ ਭਉ ਮਨਿ ਵਸੈ ਭਾਈ ਭੈ ਮਰਣਾ ਸਚੁ ਲੇਖੁ ॥ ହେ ଭାଇ! ଗୁରୁଙ୍କୁ ମିଳନ ଦ୍ଵାରା ପ୍ରଭୁଙ୍କ ଭୟ-ପ୍ରେମ ମନରେ ନିବାସ କରିଥାଏ ଆଉ ସେହି ଭୟ-ପ୍ରେମରେ ମରିବା ହିଁ ସଚ୍ଚା ଲକ୍ଷ୍ୟ ଅଟେ।
ਮਜਨੁ ਦਾਨੁ ਚੰਗਿਆਈਆ ਭਾਈ ਦਰਗਹ ਨਾਮੁ ਵਿਸੇਖੁ ॥ ସ୍ନାନ, ଦାନ-ପୂଣ୍ୟ ଏବଂ ଅନ୍ୟ ଶୁଭ କର୍ମ ଦ୍ଵାରା ନାମ ହିଁ ଭଗବାନଙ୍କ ଦରବାରରେ ସର୍ବୋତ୍ତମ ସାଧନ ଅଟେ।


© 2017 SGGS ONLINE
error: Content is protected !!
Scroll to Top