Guru Granth Sahib Translation Project

guru granth sahib odia page-633

Page 633

ਜਬ ਹੀ ਸਰਨਿ ਸਾਧ ਕੀ ਆਇਓ ਦੁਰਮਤਿ ਸਗਲ ਬਿਨਾਸੀ ॥ ଯେବେ ଏହି ସାଧୁଙ୍କ ଶରଣରେ ଆସିଛି, ସେତେବେଳେ ତାହାଙ୍କ ସବୁ ଦୁର୍ମତି ନାଶ ହୋଇ ଯାଇଛି।
ਤਬ ਨਾਨਕ ਚੇਤਿਓ ਚਿੰਤਾਮਨਿ ਕਾਟੀ ਜਮ ਕੀ ਫਾਸੀ ॥੩॥੭॥ ହେ ନାନକ! ସେତେବେଳେ ହିଁ ସେ ଚିନ୍ତାମଣି ଭଗବାନଙ୍କୁ ସ୍ମରଣ କରିଛି, ଯେତେବେଳେ ତାହାର ଯମର ଫାଶୀ କଟି ଯାଇଛି||3||7||
ਸੋਰਠਿ ਮਹਲਾ ੯ ॥ ସୋରଠି ମହଲା 9 ॥
ਰੇ ਨਰ ਇਹ ਸਾਚੀ ਜੀਅ ਧਾਰਿ ॥ ହେ ମନୁଷ୍ୟ! ନିଜ ହୃଦୟରେ ଏହି ସତ୍ୟକୁ ଧାରଣ କର ଯେ
ਸਗਲ ਜਗਤੁ ਹੈ ਜੈਸੇ ਸੁਪਨਾ ਬਿਨਸਤ ਲਗਤ ਨ ਬਾਰ ॥੧॥ ਰਹਾਉ ॥ ଏହି ସଂପୂର୍ଣ୍ଣ ଜଗତ ଏକ ସ୍ଵପ୍ନ ଭଳି ଅଟେ ଆଉ ଏହାର ବିନାଶ ହେବାରେ କିଛି ବିଳମ୍ବ ହେବ ନାହିଁ॥1॥ରୁହ॥
ਬਾਰੂ ਭੀਤਿ ਬਨਾਈ ਰਚਿ ਪਚਿ ਰਹਤ ਨਹੀ ਦਿਨ ਚਾਰਿ ॥ ବାଲିର ପ୍ରାଚୀର ଯେପରି ଚାରି ଦିନ ମଧ୍ୟ ରହିବ ନାହିଁ,
ਤੈਸੇ ਹੀ ਇਹ ਸੁਖ ਮਾਇਆ ਕੇ ਉਰਝਿਓ ਕਹਾ ਗਵਾਰ ॥੧॥ ସେପରି ହିଁ ମାୟାର ସୁଖ ଅଟେ, ହେ ବୋକା! ତୁ ସେଥିରେ କାହିଁକି ଫସିଛୁ?॥1॥
ਅਜਹੂ ਸਮਝਿ ਕਛੁ ਬਿਗਰਿਓ ਨਾਹਿਨਿ ਭਜਿ ਲੇ ਨਾਮੁ ਮੁਰਾਰਿ ॥ ଆଜି ହିଁ କିଛି ଭାବ, କାରଣ ଏ ପର୍ଯ୍ୟନ୍ତ କିଛି ବିଗିଡି ନାହିଁ ଆଉ ଭଗବାନଙ୍କ ନାମର ଭଜନ କର।
ਕਹੁ ਨਾਨਕ ਨਿਜ ਮਤੁ ਸਾਧਨ ਕਉ ਭਾਖਿਓ ਤੋਹਿ ਪੁਕਾਰਿ ॥੨॥੮॥ ନାନକ କହନ୍ତି ଯେ ହେ ମନୁଷ୍ୟ! ସନଥଙ୍କ ଏହି ଉପଦେଶ ଏବଂ ଯୁକ୍ତିଅଟେ ଯାହା ତୋତେ ଡାକି ବତାଇ ଦେଇଛନ୍ତି||2||8||
ਸੋਰਠਿ ਮਹਲਾ ੯ ॥ ସୋରଠି ମହଲା 9 ॥
ਇਹ ਜਗਿ ਮੀਤੁ ਨ ਦੇਖਿਓ ਕੋਈ ॥ ମୁଁ ଏହି ଦୁନିଆରେ କୌଣସି ଘନିଷ୍ଠ ମିତ୍ର ଦେଖି ନାହିଁ।
ਸਗਲ ਜਗਤੁ ਅਪਨੈ ਸੁਖਿ ਲਾਗਿਓ ਦੁਖ ਮੈ ਸੰਗਿ ਨ ਹੋਈ ॥੧॥ ਰਹਾਉ ॥ ସାରା ଦୁନିଆ ନିଜ ସୁଖରେ ହିଁ ମଗ୍ନ ଅଛି ଆଉ ଦୁଃଖରେ କାହା ସାଥିରେ ରହି ନାହିଁ॥1॥ରୁହ॥
ਦਾਰਾ ਮੀਤ ਪੂਤ ਸਨਬੰਧੀ ਸਗਰੇ ਧਨ ਸਿਉ ਲਾਗੇ ॥ ପତ୍ନୀ,ମିତ୍ର, ପୁତ୍ର ଏବଂ ସବୁ ସମ୍ପର୍କୀୟ କେବଳ ଧନ ଦୌଲତ ଚାହାନ୍ତି।
ਜਬ ਹੀ ਨਿਰਧਨ ਦੇਖਿਓ ਨਰ ਕਉ ਸੰਗੁ ਛਾਡਿ ਸਭ ਭਾਗੇ ॥੧॥ ଯେତେବେଳେ ସେହି ମନୁଷ୍ୟକୁ ନିର୍ଦ୍ଧନ ହେବାର ସେମାନେ ଦେଖନ୍ତି, ସେତେବେଳେ ତାହାର ସାଥି ଛାଡି ଚାଲିଯାନ୍ତି॥1॥
ਕਹਂਉ ਕਹਾ ਯਿਆ ਮਨ ਬਉਰੇ ਕਉ ਇਨ ਸਿਉ ਨੇਹੁ ਲਗਾਇਓ ॥ ମୁଁ ଏହି ବାଉଳା ମନକୁ କଣ ଉପଦେଶ ଦେବି? ଏହା କେବଳ ସ୍ଵାର୍ଥରେ ହିଁ ଥାଏ।
ਦੀਨਾ ਨਾਥ ਸਕਲ ਭੈ ਭੰਜਨ ਜਸੁ ਤਾ ਕੋ ਬਿਸਰਾਇਓ ॥੨॥ ସେ ସେହି ପ୍ରଭୁଙ୍କ ଯଶ ଭୁଲି ଯାଇଛି, ଯିଏ ଦୀନର ସ୍ଵାମୀ ଏବଂ ସବୁ ହାଯ ନାଶ କରିଥାନ୍ତି॥2॥
ਸੁਆਨ ਪੂਛ ਜਿਉ ਭਇਓ ਨ ਸੂਧਉ ਬਹੁਤੁ ਜਤਨੁ ਮੈ ਕੀਨਉ ॥ ମୁଁ ଅନେକ ଯତ୍ନ କରିଛି, ପରନ୍ତୁ ଏହି ମନ କୁକୁର ଲାଞ୍ଜ ଭଳି ବଙ୍କା ହିଁ ରହିଛି ଏବଂ ସିଧା ହୋଇନାହିଁ।
ਨਾਨਕ ਲਾਜ ਬਿਰਦ ਕੀ ਰਾਖਹੁ ਨਾਮੁ ਤੁਹਾਰਉ ਲੀਨਉ ॥੩॥੯॥ ନାନକ କହନ୍ତି ଯେ ହେ ଇଶ୍ଵର! ନିଜ ପ୍ରକୃତି ଓ କର୍ତ୍ତବ୍ୟର ସମ୍ମାନ ରଖ; କାରଣ ମୁଁ ତୁମର ହିଁ ନାମ-ସ୍ମରଣ କରିଥାଏ||3||9||
ਸੋਰਠਿ ਮਹਲਾ ੯ ॥ ସୋରଠି ମହଲା 9 ॥
ਮਨ ਰੇ ਗਹਿਓ ਨ ਗੁਰ ਉਪਦੇਸੁ ॥ ହେ ମନ! ତୁ ଗୁରୁଙ୍କ ଉପଦେଶକୁ ଗ୍ରହଣ କରି ନାହୁଁ,
ਕਹਾ ਭਇਓ ਜਉ ਮੂਡੁ ਮੁਡਾਇਓ ਭਗਵਉ ਕੀਨੋ ਭੇਸੁ ॥੧॥ ਰਹਾਉ ॥ ପୁଣି ଲଣ୍ଡା ହୋଇ ଗେରୁଆ ବସ୍ତ୍ର ଧାରଣ କରିବାର ଅଭିପ୍ରାୟ କଣ?॥1॥ରୁହ॥
ਸਾਚ ਛਾਡਿ ਕੈ ਝੂਠਹ ਲਾਗਿਓ ਜਨਮੁ ਅਕਾਰਥੁ ਖੋਇਓ ॥ ସତ୍ୟକୁ ତ୍ୟାଗ କରି ମିଥ୍ୟା ସାଥିରେ ଲାଗି ତୁ ଅକରଣରେ ହିଁ ନିଜ ଅମୂଲ୍ୟ ଜୀବନ ବରବାଦ କରିଛୁ।
ਕਰਿ ਪਰਪੰਚ ਉਦਰ ਨਿਜ ਪੋਖਿਓ ਪਸੁ ਕੀ ਨਿਆਈ ਸੋਇਓ ॥੧॥ ତୁ ଅନେକ ଛଳ କପଟ କରି ନିଜ ପେଟର ପୋଷଣ କରିଛୁ ଆଉ ପଶୁ ଭଳି ଶୟନ କରିଛୁ॥1॥
ਰਾਮ ਭਜਨ ਕੀ ਗਤਿ ਨਹੀ ਜਾਨੀ ਮਾਇਆ ਹਾਥਿ ਬਿਕਾਨਾ ॥ ତୁ ରାମ ଭଜନର ମହତ୍ତ୍ଵକୁ ବୁଝି ନାହୁଁ ଆଉ ସ୍ଵୟଂକୁ ମାୟାର ହାତରେ ବିକ୍ରି କରି ଦେଇଛୁ।
ਉਰਝਿ ਰਹਿਓ ਬਿਖਿਅਨ ਸੰਗਿ ਬਉਰਾ ਨਾਮੁ ਰਤਨੁ ਬਿਸਰਾਨਾ ॥੨॥ ସେହି ବାଉଳା ମନ ବିକାରରେ ହିଁ ଫସି ରହିଛି ଆଉ ନାମ-ରତ୍ନକୁ ଭୁଲି ଯାଇଛି॥2॥
ਰਹਿਓ ਅਚੇਤੁ ਨ ਚੇਤਿਓ ਗੋਬਿੰਦ ਬਿਰਥਾ ਅਉਧ ਸਿਰਾਨੀ ॥ ତାହା ଅଚେତ ରହିଥାଏ ଆଉ ଭଗବାନଙ୍କୁ ସ୍ମରଣ କରେ ନାହିଁ ଆଉ ନିଜ ଜନ୍ମ ବ୍ୟର୍ଥରେ ହରାଇ ଥାଏ।
ਕਹੁ ਨਾਨਕ ਹਰਿ ਬਿਰਦੁ ਪਛਾਨਉ ਭੂਲੇ ਸਦਾ ਪਰਾਨੀ ॥੩॥੧੦॥ ନାନକ କହନ୍ତି ଯେ ହେ ଭଗବାନ! ତୁ ନିଜ ପ୍ରକୃତିକୁ ଜାଣି ସବୁଙ୍କ କଲ୍ୟାଣ କର, କାରଣ ପ୍ରାଣୀ ସର୍ବଦା ଭୁଲ କରିଥାଏ||3||10||
ਸੋਰਠਿ ਮਹਲਾ ੯ ॥ ସୋରଠି ମହଲା 9 ॥
ਜੋ ਨਰੁ ਦੁਖ ਮੈ ਦੁਖੁ ਨਹੀ ਮਾਨੈ ॥ ଯେଉଁ ମନୁଷ୍ୟ ଦୁଃଖରେ ମଧ୍ୟ ବିଚଳିତ ହୁଏନାହିଁ,
ਸੁਖ ਸਨੇਹੁ ਅਰੁ ਭੈ ਨਹੀ ਜਾ ਕੈ ਕੰਚਨ ਮਾਟੀ ਮਾਨੈ ॥੧॥ ਰਹਾਉ ॥ ଯାହା ପାଖରେ ସୁଖର ମଧ୍ୟ କିଛି ସ୍ନେହ ନଥାଏ ଆଉ କାହାକୁ କିଛି ଭୟ ନଥାଏ ଏବଂ ସୁନାକୁ ମଧ୍ୟ ମାଟି ଭଳି ଭାବିଥାଏ॥1॥ରୁହ॥
ਨਹ ਨਿੰਦਿਆ ਨਹ ਉਸਤਤਿ ਜਾ ਕੈ ਲੋਭੁ ਮੋਹੁ ਅਭਿਮਾਨਾ ॥ ଯିଏ ନା କାହାର ନିନ୍ଦା କରିଥାଏ, ନା ହିଁ ପ୍ରଶଂସାର ଚିନ୍ତା କରିଥାଏ ଏବଂ ଯାହାକୁ କୌଣସି ଲୋଭ, ମୋହ ଏବଂ ଅଭିମାନ ନଥାଏ,
ਹਰਖ ਸੋਗ ਤੇ ਰਹੈ ਨਿਆਰਉ ਨਾਹਿ ਮਾਨ ਅਪਮਾਨਾ ॥੧॥ ଯିଏ ହର୍ଷ ଓ ଶୋକରେ ମଧ୍ୟ ନିର୍ଲିପ୍ତ ରହିଥାଏ ଆଉ ଯିଏ ନା ମାନ ଓ ଅପମାନରେ ଧ୍ୟାନ ଦେଇଥାଏ॥1॥
ਆਸਾ ਮਨਸਾ ਸਗਲ ਤਿਆਗੈ ਜਗ ਤੇ ਰਹੈ ਨਿਰਾਸਾ ॥ ଯିଏ ଆଶା ଓ ଅଭିଳାଷ ସବୁକୁ ତ୍ୟାଗ କରିଥାଏ, ଯିଏ ଦୁନିଆରେ କାମନା ରହିତ ରହିଥାଏ,
ਕਾਮੁ ਕ੍ਰੋਧੁ ਜਿਹ ਪਰਸੈ ਨਾਹਨਿ ਤਿਹ ਘਟਿ ਬ੍ਰਹਮੁ ਨਿਵਾਸਾ ॥੨॥ ଯାହାକୁ କାମବାସନା ଏବଂ ଅଭିମାନ ତିଳେମାତ୍ର ସ୍ପର୍ର୍ଷ କରି ନାହିଁ, ବାସ୍ତବରେ ତାହାର ଅନ୍ତର୍ମନରେ ହିଁ ଭଗବାନଙ୍କ ନିବାସ ଥାଏ॥2॥
ਗੁਰ ਕਿਰਪਾ ਜਿਹ ਨਰ ਕਉ ਕੀਨੀ ਤਿਹ ਇਹ ਜੁਗਤਿ ਪਛਾਨੀ ॥ ଯେଉଁ ପୁରୁଷ ଉପରେ ଗୁରୁ ନିଜ କୃପା କରିଛନ୍ତି, ସେ ଏହି ଯୁକ୍ତି ଦ୍ଵାରା ପରିଚିତ ହୋଇଥାଏ।
ਨਾਨਕ ਲੀਨ ਭਇਓ ਗੋਬਿੰਦ ਸਿਉ ਜਿਉ ਪਾਨੀ ਸੰਗਿ ਪਾਨੀ ॥੩॥੧੧॥ ହେ ନାନକ! ଏପରି ବ୍ୟକ୍ତି ଭଗବାନଙ୍କ ସାଥିରେ ବିଲୀନ ହୋଇଯାଏ, ଯେପରି ଜଳ, ଜଳରେ ଲୀନ ହୋଇଯାଏ||3||11||
Scroll to Top
jp1131 https://login-bobabet.net/ https://sugoi168daftar.com/ https://login-domino76.com/
https://e-learning.akperakbid-bhaktihusada.ac.id/storages/gacor/
https://siakba.kpu-mamuju.go.id/summer/gcr/
jp1131 https://login-bobabet.net/ https://sugoi168daftar.com/ https://login-domino76.com/
https://e-learning.akperakbid-bhaktihusada.ac.id/storages/gacor/
https://siakba.kpu-mamuju.go.id/summer/gcr/