Guru Granth Sahib Translation Project

guru granth sahib odia page-623

Page 623

ਤਿਨਿ ਸਗਲੀ ਲਾਜ ਰਾਖੀ ॥੩॥ ଯିଏ ପୂର୍ଣ୍ଣ ଭାବରେ ମୋର ସମ୍ମାନ ରକ୍ଷା କରିଛନ୍ତି॥3॥
ਬੋਲਾਇਆ ਬੋਲੀ ਤੇਰਾ ॥ ମୁଁ ତାହା କିଛି ବୋଲିଥାଏ ଯାହା ତୁ ମୋ' ଦ୍ଵାରା କୁହାଇ ଥାଉ
ਤੂ ਸਾਹਿਬੁ ਗੁਣੀ ਗਹੇਰਾ ॥ ହେ ମୋର ମାଲିକ! ତୁ ଗୁଣର ଗଭୀର ସାଗର ଅଟୁ।
ਜਪਿ ਨਾਨਕ ਨਾਮੁ ਸਚੁ ਸਾਖੀ ॥ ହେ ନାନକ! ସତ୍ୟ ନାମର ଜପ କର, ଯାହାକି ପରଲୋକରେ ସାକ୍ଷୀ ରହିବ।
ਅਪੁਨੇ ਦਾਸ ਕੀ ਪੈਜ ਰਾਖੀ ॥੪॥੬॥੫੬॥ ଭଗବାନ ନିଜ ଦାସର ସମ୍ମାନ ରକ୍ଷା କରିଛନ୍ତି||4||6||56||
ਸੋਰਠਿ ਮਹਲਾ ੫ ॥ ସୋରଠି ମହଲା 5 ॥
ਵਿਚਿ ਕਰਤਾ ਪੁਰਖੁ ਖਲੋਆ ॥ କର୍ତ୍ତା ପୁରୁଷ ସ୍ଵୟଂ ଆସି ଦଣ୍ଡାୟମାନ ହୋଇଛନ୍ତି
ਵਾਲੁ ਨ ਵਿੰਗਾ ਹੋਆ ॥ ଏବଂ ମୋର ଏକ ବାଳ ମଧ୍ୟ ବଙ୍କା ହୋଇନାହିଁ।
ਮਜਨੁ ਗੁਰ ਆਂਦਾ ਰਾਸੇ ॥ ଗୁରୁ ମୋର ସ୍ନାନ ସଫଳ କରି ଦେଇଛନ୍ତି।
ਜਪਿ ਹਰਿ ਹਰਿ ਕਿਲਵਿਖ ਨਾਸੇ ॥੧॥ ହରି-ପରମେଶ୍ଵରଙ୍କ ସ୍ମରଣ କରିବା ଦ୍ଵାରା ମୋର ପାପ କ୍ଲେଶ ନଷ୍ଟ ହୋଇ ଯାଇଛି ॥1॥
ਸੰਤਹੁ ਰਾਮਦਾਸ ਸਰੋਵਰੁ ਨੀਕਾ ॥ ହେ ସନ୍ଥ! ରାମଦାସଙ୍କ ସରୋବର ଉତ୍କୃଷ୍ଟ ଅଟେ,
ਜੋ ਨਾਵੈ ਸੋ ਕੁਲੁ ਤਰਾਵੈ ਉਧਾਰੁ ਹੋਆ ਹੈ ਜੀ ਕਾ ॥੧॥ ਰਹਾਉ ॥ ଯିଏ ମଧ୍ୟ ଏଥିରେ ସ୍ନାନ କରିଥାଏ, ତାହାର ବଂଶ ଉଦ୍ଧାର ହୋଇଯାଏ ଏବଂ ସେ ନିଜର ଆତ୍ମାର ମଧ୍ୟ କଲ୍ୟାଣ କରିଥାଏ॥1॥ରୁହ॥
ਜੈ ਜੈ ਕਾਰੁ ਜਗੁ ਗਾਵੈ ॥ ਮਨ ਚਿੰਦਿਅੜੇ ਫਲ ਪਾਵੈ ॥ ଜଗତ ତାହାର ଜୟ-ଜୟକାର କରିଥାଏ ଏବଂ ତାହାକୁ ମନୋବାଞ୍ଚିତ ଫଳ ମିଳିଯାଏ।
ਸਹੀ ਸਲਾਮਤਿ ਨਾਇ ਆਏ ॥ ਅਪਣਾ ਪ੍ਰਭੂ ਧਿਆਏ ॥੨॥ ସେ ସୁସ୍ଥ ହୋଇଯାଏ, ଯିଏ ଏଠାକୁ ଆସି ସ୍ନାନ କରିଥାଏ ଏବଂ ପ୍ରଭୁଙ୍କ ଧ୍ୟାନ କରିଥାଏ॥2॥
ਸੰਤ ਸਰੋਵਰ ਨਾਵੈ ॥ ਸੋ ਜਨੁ ਪਰਮ ਗਤਿ ਪਾਵੈ ॥ ଯିଏ ସନ୍ଥଙ୍କ ସରୋବରରେ ସ୍ନାନ କରିଥାଏ, ସେହି ବ୍ୟକ୍ତିକୁ ପରମଗତି ମିଳିଯାଏ।
ਮਰੈ ਨ ਆਵੈ ਜਾਈ ॥ ਹਰਿ ਹਰਿ ਨਾਮੁ ਧਿਆਈ ॥੩॥ ତାହାର ଜନ୍ମ-ମରଣର ଚକ୍ର ସମାପ୍ତ ହୋଇଯାଏ ଯିଏ ହରିନାମର ଧ୍ୟାନ କରିଥାଏ॥3॥
ਇਹੁ ਬ੍ਰਹਮ ਬਿਚਾਰੁ ਸੁ ਜਾਨੈ ॥ ସେ ହିଁ ଏହି ବ୍ରହ୍ମ ବିଚାର ବୁଝିଥାଏ,
ਜਿਸੁ ਦਇਆਲੁ ਹੋਇ ਭਗਵਾਨੈ ॥ ଯାହା ଉପରେ ଭଗବାନ ଦୟାଳୁ ହୋଇଥାନ୍ତି।
ਬਾਬਾ ਨਾਨਕ ਪ੍ਰਭ ਸਰਣਾਈ ॥ ନାନକ କହନ୍ତି ହେ ବାବା! ଯିଏ ପ୍ରଭୁଙ୍କ ଶରଣରେ ଆସିଥାଏ ତାହାର
ਸਭ ਚਿੰਤਾ ਗਣਤ ਮਿਟਾਈ ॥੪॥੭॥੫੭॥ ସମସ୍ତ ଚିନ୍ତା ସଙ୍କଟ ଦୂର ହୋଇଯାଏ ||4||7||57||
ਸੋਰਠਿ ਮਹਲਾ ੫ ॥ ସୋରଠି ମହଲା 5 ॥
ਪਾਰਬ੍ਰਹਮਿ ਨਿਬਾਹੀ ਪੂਰੀ ॥ ପରଂବ୍ରହ୍ମ ମୋ' ସାଥିରେ ସଂପୂର୍ଣ୍ଣ ଭାବରେ ରହିଛନ୍ତି ଏବଂ
ਕਾਈ ਬਾਤ ਨ ਰਹੀਆ ਊਰੀ ॥ କୌଣସି ପ୍ରକାର ଅଭାବ ରହେ ନାହିଁ।
ਗੁਰਿ ਚਰਨ ਲਾਇ ਨਿਸਤਾਰੇ ॥ ଗୁରୁ ନିଜ ଚରଣରେ ଲଗାଇ ମୋତେ ଭବସାଗରରୁ ପାର କରାଇ ଦେଇଛନ୍ତି ଏବଂ
ਹਰਿ ਹਰਿ ਨਾਮੁ ਸਮ੍ਹ੍ਹਾਰੇ ॥੧॥ ଏବେ ମୁଁ ହରିନାମର ସ୍ମରଣ କରିଥାଏ॥1॥
ਅਪਨੇ ਦਾਸ ਕਾ ਸਦਾ ਰਖਵਾਲਾ ॥ ଭଗବାନ ସର୍ବଦା ନିଜ ଦାସର ରକ୍ଷାକାରୀ ଅଟନ୍ତି।
ਕਰਿ ਕਿਰਪਾ ਅਪੁਨੇ ਕਰਿ ਰਾਖੇ ਮਾਤ ਪਿਤਾ ਜਿਉ ਪਾਲਾ ॥੧॥ ਰਹਾਉ ॥ ନିଜ କୃପା କରି ନିଜ ହାତରେ ସେ ଆମର ରକ୍ଷା କରିଛନ୍ତି, ଯେପରି ମାତା-ପିତା ସନ୍ତାନର ପାଳନ ପୋଷଣ କରିଥାନ୍ତି॥1॥ରୁହ॥
ਵਡਭਾਗੀ ਸਤਿਗੁਰੁ ਪਾਇਆ ॥ ବଡ ଭାଗ୍ୟରୁ ମୋତେ ସଦଗୁରୁ ମିଳିଛନ୍ତି,
ਜਿਨਿ ਜਮ ਕਾ ਪੰਥੁ ਮਿਟਾਇਆ ॥ ଯିଏ ମୃତ୍ୟୁର ମାର୍ଗ ଦୂର କରି ଦେଇଛନ୍ତି।
ਹਰਿ ਭਗਤਿ ਭਾਇ ਚਿਤੁ ਲਾਗਾ ॥ ମୋର ଚିତ୍ତ ଭଗବାନଙ୍କ ପ୍ରିୟ ଭକ୍ତ ଠାରେ ଲାଗି ଯାଇଛି।
ਜਪਿ ਜੀਵਹਿ ਸੇ ਵਡਭਾਗਾ ॥੨॥ ସେ ବଡ ଭାଗ୍ୟଶାଳୀ ଅଟେ, ଯିଏ ଭଗବାନଙ୍କ ଜପ କରି ବଞ୍ଚିଥାଏ॥2॥
ਹਰਿ ਅੰਮ੍ਰਿਤ ਬਾਣੀ ਗਾਵੈ ॥ ଦାସ ହରିଙ୍କ ଅମୃତ ବାଣୀ ଗାନ କରିଥାଏ ଏବଂ
ਸਾਧਾ ਕੀ ਧੂਰੀ ਨਾਵੈ ॥ ସନ୍ଥଙ୍କ ଚରଣ ଧୂଳିରେ ହିଁ ସ୍ନାନ କରିଥାଏ।
ਅਪੁਨਾ ਨਾਮੁ ਆਪੇ ਦੀਆ ॥ ସେ ସ୍ଵୟଂ ହିଁ ନିଜର ନାମ ମୋତେ ଦେଇଛନ୍ତି ଏବଂ
ਪ੍ਰਭ ਕਰਣਹਾਰ ਰਖਿ ਲੀਆ ॥੩॥ କର୍ତ୍ତା ପ୍ରଭୁ ସ୍ଵୟଂ ହିଁ ମୋର ରକ୍ଷା କରିଛନ୍ତି॥3॥
ਹਰਿ ਦਰਸਨ ਪ੍ਰਾਨ ਅਧਾਰਾ ॥ ହରିଙ୍କ ଦର୍ଶନ ହିଁ ମୋର ପ୍ରାଣର ଆଧାର ଅଟେ ଏବଂ
ਇਹੁ ਪੂਰਨ ਬਿਮਲ ਬੀਚਾਰਾ ॥ ଏହା ପୂର୍ଣ୍ଣ ଓ ପବିତ୍ର ବିଚାର ଅଟେ।
ਕਰਿ ਕਿਰਪਾ ਅੰਤਰਜਾਮੀ ॥ ହେ ଅନ୍ତର୍ଯାମୀ ପ୍ରଭୁ! ମୋ' ଉପରେ କୃପା କର କାରଣ
ਦਾਸ ਨਾਨਕ ਸਰਣਿ ਸੁਆਮੀ ॥੪॥੮॥੫੮॥ ଦାସ ନାନକ ନିଜ ସ୍ଵାମୀଙ୍କ ଶରଣରେ ଆସିଛନ୍ତି||4||8||58||
ਸੋਰਠਿ ਮਹਲਾ ੫ ॥ ସୋରଠି ମହଲା 5 ॥
ਗੁਰਿ ਪੂਰੈ ਚਰਨੀ ਲਾਇਆ ॥ ପୂର୍ଣ୍ଣ ଗୁରୁ ଯେତେବେଳେ ମୋତେ ନିଜ ଚରଣରେ ଲଗାଇଛନ୍ତି,
ਹਰਿ ਸੰਗਿ ਸਹਾਈ ਪਾਇਆ ॥ ମୁଁ ଭଗବାନଙ୍କୁ ନିଜ ସାଥି ଓ ସହାୟକ ରୂପରେ ପାଇଛି।
ਜਹ ਜਾਈਐ ਤਹਾ ਸੁਹੇਲੇ ॥ ଯେଉଁଠି ମୁଁ ଗଲେ ମଧ୍ୟ ଖୁସି ଅନୁଭବ କରିଥାଏ। ॥1॥
ਕਰਿ ਕਿਰਪਾ ਪ੍ਰਭਿ ਮੇਲੇ ॥੧॥ ପ୍ରଭୁ କୃପା କରି ମୋତେ ନିଜ ସାଥିରେ ମିଶାଇ ଅଛନ୍ତି॥1॥
ਹਰਿ ਗੁਣ ਗਾਵਹੁ ਸਦਾ ਸੁਭਾਈ ॥ ସର୍ବଦା ଶ୍ରଦ୍ଧା ସହିତ ଭଗବାନଙ୍କ ଗୁଣ ଗାନ କର,
ਮਨ ਚਿੰਦੇ ਸਗਲੇ ਫਲ ਪਾਵਹੁ ਜੀਅ ਕੈ ਸੰਗਿ ਸਹਾਈ ॥੧॥ ਰਹਾਉ ॥ ଏହା ଦ୍ଵାରା ସବୁ ମନୋବାଞ୍ଚିତ ଫଳ ପ୍ରାପ୍ତ କର ଆଉ ଭଗବାନ ଆତ୍ମାର ସାଥି ଓ ସହାୟକ ବନି ରହିବେ॥1॥ରୁହ॥
ਨਾਰਾਇਣ ਪ੍ਰਾਣ ਅਧਾਰਾ ॥ ନାରାୟଣ ଆମର ପ୍ରାଣର ଆଧାର ଅଟନ୍ତି।
ਹਮ ਸੰਤ ਜਨਾਂ ਰੇਨਾਰਾ ॥ ଆମେ ସନ୍ଥଙ୍କ ଚରଣ-ଧୂଳି ଅଟୁ।
ਪਤਿਤ ਪੁਨੀਤ ਕਰਿ ਲੀਨੇ ॥ ମୁଁ ପତିତକୁ ପ୍ରଭୁ ପବିତ୍ର କରି ଦେଇଛନ୍ତି।
ਕਰਿ ਕਿਰਪਾ ਹਰਿ ਜਸੁ ਦੀਨੇ ॥੨॥ ନିଜ କୃପା କରି ହରି-ଯଶର ଦାନ ପ୍ରଦାନ କରିଛନ୍ତି॥2॥
ਪਾਰਬ੍ਰਹਮੁ ਕਰੇ ਪ੍ਰਤਿਪਾਲਾ ॥ ପରଂବ୍ରହ୍ମ-ପ୍ରଭୁ ସର୍ବଦା ମୋର ପାଳନ-ପୋଷଣ କରିଥାନ୍ତି।
ਸਦ ਜੀਅ ਸੰਗਿ ਰਖਵਾਲਾ ॥ ସେ ସର୍ବଦା ମୋର ଆତ୍ମାର ରକ୍ଷାକାରୀ ଅଟନ୍ତି।
ਹਰਿ ਦਿਨੁ ਰੈਨਿ ਕੀਰਤਨੁ ਗਾਈਐ ॥ ଆମେ ରାତି ଦିନ ହରିଙ୍କ କୀର୍ତ୍ତନ ଗାନ କରିବା ଉଚିତ,
ਬਹੁੜਿ ਨ ਜੋਨੀ ਪਾਈਐ ॥੩॥ ଯାହା ଫଳରେ ପ୍ରାଣୀ ବାରମ୍ବାର ଯୋନିରେ ପଡେ ନାହିଁ॥3॥
ਜਿਸੁ ਦੇਵੈ ਪੁਰਖੁ ਬਿਧਾਤਾ ॥ ଯାହାକୁ ଅକାଳପୁରୁଷ ବିଧାତା ଦେଇଥାନ୍ତି,
ਹਰਿ ਰਸੁ ਤਿਨ ਹੀ ਜਾਤਾ ॥ ସେ ହରିଙ୍କ ଅମୃତ ରସକୁ ଅନୁଭବ କରିଥାଏ ଏବଂ
ਜਮਕੰਕਰੁ ਨੇੜਿ ਨ ਆਇਆ ॥ ମୃତ୍ୟୁର ଦୂତ ତାହାଙ୍କ ନିକଟକୁ ଆସେ ନାହିଁ।
ਸੁਖੁ ਨਾਨਕ ਸਰਣੀ ਪਾਇਆ ॥੪॥੯॥੫੯॥ ହେ ନାନକ! ପ୍ରଭୁଙ୍କ ଶରଣରେ ମୋତେ ସୁଖ ପ୍ରାପ୍ତ ହୋଇ ଯାଇଛି||4||9||59||


© 2017 SGGS ONLINE
Scroll to Top