Page 615
                    ਪੂਰਨ ਪਾਰਬ੍ਰਹਮ ਪਰਮੇਸੁਰ ਮੇਰੇ ਮਨ ਸਦਾ ਧਿਆਈਐ ॥੧॥
                   
                    
                                          
                        ହେ ମୋର ମନ! ସର୍ବଦା ପୂର୍ଣ୍ଣ ପରଂବ୍ରହ୍ମ ପରମେଶ୍ଵରଙ୍କ ହିଁ ଧ୍ୟାନ କରିବା ଉଚିତ॥1॥ 
                                            
                    
                    
                
                                   
                    ਸਿਮਰਹੁ ਹਰਿ ਹਰਿ ਨਾਮੁ ਪਰਾਨੀ ॥
                   
                    
                                          
                        ହେ ପ୍ରାଣୀ! ହରିନାମର ଭଜନ କର। 
                                            
                    
                    
                
                                   
                    ਬਿਨਸੈ ਕਾਚੀ ਦੇਹ ਅਗਿਆਨੀ ॥ ਰਹਾਉ ॥
                   
                    
                                          
                        ହେ ପ୍ରାଣୀ! ତୋର ଏହି ନଶ୍ଵର ଶରୀର ଦିନେ ନିଶ୍ଚିତ ଭାବରେ ନାଶ ହୋଇଯିବ॥ରୁହ॥ 
                                            
                    
                    
                
                                   
                    ਮ੍ਰਿਗ ਤ੍ਰਿਸਨਾ ਅਰੁ ਸੁਪਨ ਮਨੋਰਥ ਤਾ ਕੀ ਕਛੁ ਨ ਵਡਾਈ ॥
                   
                    
                                          
                        ମୃଗତୃଷ୍ଣା ଏବଂ ସ୍ଵପ୍ନ ମନୋରଥକୁ କୌଣସି ଗୁରୁତ୍ଵ ଦିଆଯାଇ ପାରିବ ନାହିଁ।   
                                            
                    
                    
                
                                   
                    ਰਾਮ ਭਜਨ ਬਿਨੁ ਕਾਮਿ ਨ ਆਵਸਿ ਸੰਗਿ ਨ ਕਾਹੂ ਜਾਈ ॥੨॥
                   
                    
                                          
                        କାରଣ ରାମଙ୍କ ଭଜନ ବିନା ଅନ୍ୟ କିଛି ପ୍ରାଣିର କାମରେ ଆସେ ନାହିଁ, ନା ଶେଷରେ ତାହା ସହିତ କିଛି ଯିବ॥2॥ 
                                            
                    
                    
                
                                   
                    ਹਉ ਹਉ ਕਰਤ ਬਿਹਾਇ ਅਵਰਦਾ ਜੀਅ ਕੋ ਕਾਮੁ ਨ ਕੀਨਾ ॥
                   
                    
                                          
                        ମନୁଷ୍ୟର ସଂପୂର୍ଣ୍ଣ ଜୀବନ ଅହଂକାର ସହିତ ଅତିବାହିତ ହୋଇଯାଏ ଆଉ ସେ ନିଜ ଆତ୍ମା ପାଇଁ କିଛି ମଧ୍ୟ ପ୍ରାପ୍ତ କରିପାରେ ନାହିଁ।    
                                            
                    
                    
                
                                   
                    ਧਾਵਤ ਧਾਵਤ ਨਹ ਤ੍ਰਿਪਤਾਸਿਆ ਰਾਮ ਨਾਮੁ ਨਹੀ ਚੀਨਾ ॥੩॥
                   
                    
                                          
                        ସେ ସାରା ଜୀବନ ଧନ-ଦୌଲତ ପାଇଁ ଚାରିଆଡେ ଦୌଡି ତୃପ୍ତ ହୁଏନାହିଁ ଆଉ ରାମଙ୍କ ନାମକୁ ଜାଣେ ନାହିଁ॥3॥ 
                                            
                    
                    
                
                                   
                    ਸਾਦ ਬਿਕਾਰ ਬਿਖੈ ਰਸ ਮਾਤੋ ਅਸੰਖ ਖਤੇ ਕਰਿ ਫੇਰੇ ॥
                   
                    
                                          
                        ସେ ମାୟାରେ ଆସକ୍ତ ହୋଇ ବିକାରର ରସର ସ୍ଵାଦରେ ଲିପ୍ତ ଥାଏ ଆଉ ଅସଂଖ୍ୟ ଦୁଷ୍କର୍ମ କରିଥାଏ ଓ ପଥଭ୍ରଷ୍ଟ ରହିଥାଏ। 	
                                            
                    
                    
                
                                   
                    ਨਾਨਕ ਕੀ ਪ੍ਰਭ ਪਾਹਿ ਬਿਨੰਤੀ ਕਾਟਹੁ ਅਵਗੁਣ ਮੇਰੇ ॥੪॥੧੧॥੨੨॥
                   
                    
                                          
                        ନାନକ ପ୍ରଭୁଙ୍କ ସମ୍ମୁଖରେ ଏହି ପ୍ରାର୍ଥନା କରିଥାନ୍ତି ଯେ ‘ହେ ପ୍ରଭୁ! ମୋର ଅବଗୁଣ ନାଶ କରି ଦିଅ’ ||4||11||22||
                                            
                    
                    
                
                                   
                    ਸੋਰਠਿ ਮਹਲਾ ੫ ॥
                   
                    
                                          
                        ସୋରଠି ମହଲା 5 ॥ 
                                            
                    
                    
                
                                   
                    ਗੁਣ ਗਾਵਹੁ ਪੂਰਨ ਅਬਿਨਾਸੀ ਕਾਮ ਕ੍ਰੋਧ ਬਿਖੁ ਜਾਰੇ ॥
                   
                    
                                          
                        ପୂର୍ଣ୍ଣ ଅବିନାଶୀ ପରମାତ୍ମାଙ୍କ ଗୁଣଗାନ କର, ଯାହା ଫଳରେ କାମବାସନା ଏବଂ କ୍ରୋଧର ବିଷ ଜଳି ଯାଇଥାଏ।     
                                            
                    
                    
                
                                   
                    ਮਹਾ ਬਿਖਮੁ ਅਗਨਿ ਕੋ ਸਾਗਰੁ ਸਾਧੂ ਸੰਗਿ ਉਧਾਰੇ ॥੧॥
                   
                    
                                          
                        ଏହି ସୃଷ୍ଟି ମହା ଭୟଙ୍କର ଅଗନିର ସାଗର ଅଟେ ଆଉ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ଏହାର ଉଦ୍ଧାର ହୋଇଯାଏ॥1॥        
                                            
                    
                    
                
                                   
                    ਪੂਰੈ ਗੁਰਿ ਮੇਟਿਓ ਭਰਮੁ ਅੰਧੇਰਾ ॥
                   
                    
                                          
                        ପୂର୍ଣ୍ଣ ଗୁରୁ ଭ୍ରମର ଅନ୍ଧକାର ନଷ୍ଟ କରି ଦେଇଛନ୍ତି।                
                                            
                    
                    
                
                                   
                    ਭਜੁ ਪ੍ਰੇਮ ਭਗਤਿ ਪ੍ਰਭੁ ਨੇਰਾ ॥ ਰਹਾਉ ॥
                   
                    
                                          
                        ପ୍ରେମପୂର୍ବକ ଭକ୍ତି କରି ପ୍ରଭୁଙ୍କ ଭଜନ କର, କାରଣ ସେ ସର୍ବଦା ନିକଟରେ ରହିଥାନ୍ତି॥ରୁହ॥ 
                                            
                    
                    
                
                                   
                    ਹਰਿ ਹਰਿ ਨਾਮੁ ਨਿਧਾਨ ਰਸੁ ਪੀਆ ਮਨ ਤਨ ਰਹੇ ਅਘਾਈ ॥
                   
                    
                                          
                        ହରି-ନାମ ଭଣ୍ଡାରରୁ ନାମାମୃତ ପାନ କରିବା ଦ୍ଵାରା ମନ ଓ ତନ ତୃପ୍ତ ରହିଥାଏ। 
                                            
                    
                    
                
                                   
                    ਜਤ ਕਤ ਪੂਰਿ ਰਹਿਓ ਪਰਮੇਸਰੁ ਕਤ ਆਵੈ ਕਤ ਜਾਈ ॥੨॥
                   
                    
                                          
                        ପରମେଶ୍ଵର ସର୍ବତ୍ର ପରିପୂର୍ଣ୍ଣ ହୋଇ ରହିଛନ୍ତି, କେଉଁଠାକୁ ଯାଆନ୍ତି ନାହିଁ, ନା କେଉଁଠାରୁ ଆସନ୍ତି ନାହିଁ॥2॥ 
                                            
                    
                    
                
                                   
                    ਜਪ ਤਪ ਸੰਜਮ ਗਿਆਨ ਤਤ ਬੇਤਾ ਜਿਸੁ ਮਨਿ ਵਸੈ ਗੋੁਪਾਲਾ ॥
                   
                    
                                          
                        ଯାହାର ମନରେ ଭଗବାନଙ୍କ ନିବାସ ଥାଏସେ ହିଁ ପୂଜା, ତପସ୍ୟା ଓ ସଂଯମର ଜ୍ଞାନ ପାଇଥାଏ। 
                                            
                    
                    
                
                                   
                    ਨਾਮੁ ਰਤਨੁ ਜਿਨਿ ਗੁਰਮੁਖਿ ਪਾਇਆ ਤਾ ਕੀ ਪੂਰਨ ਘਾਲਾ ॥੩॥
                   
                    
                                          
                        ଯାହାକୁ ଗୁରୁଙ୍କ ସାନ୍ନିଧ୍ୟରୁ ନାମ-ରତ୍ନର ଉପଲବ୍ଧି ହୋଇ ଯାଇଛି, ତାହାର ସାଧନା ସଫଳ ହୋଇ ଯାଇଛି॥3॥ 
                                            
                    
                    
                
                                   
                    ਕਲਿ ਕਲੇਸ ਮਿਟੇ ਦੁਖ ਸਗਲੇ ਕਾਟੀ ਜਮ ਕੀ ਫਾਸਾ ॥
                   
                    
                                          
                        ତାହାର ସବୁ ଦୁଃଖ-କ୍ଲେଶ ନାଶ ହୋଇ ଯାଇଛି ଆଉ ତାହର ମୃତ୍ୟୁ ଫାଶୀ କଟି ଯାଇଛି। 
                                            
                    
                    
                
                                   
                    ਕਹੁ ਨਾਨਕ ਪ੍ਰਭਿ ਕਿਰਪਾ ਧਾਰੀ ਮਨ ਤਨ ਭਏ ਬਿਗਾਸਾ ॥੪॥੧੨॥੨੩॥
                   
                    
                                          
                        ହେ ନାନକ! ପ୍ରଭୁ ତାହା ଉପରେ କୃପା କରିଛନ୍ତି, ଯାହା ଦ୍ଵାରା ତାହାର ମନ-ତନ ବିକଶିତ ହୋଇ ଯାଇଛି ||4||12||23||
                                            
                    
                    
                
                                   
                    ਸੋਰਠਿ ਮਹਲਾ ੫ ॥
                   
                    
                                          
                        ସୋରଠି ମହଲା 5 ॥   
                                            
                    
                    
                
                                   
                    ਕਰਣ ਕਰਾਵਣਹਾਰ ਪ੍ਰਭੁ ਦਾਤਾ ਪਾਰਬ੍ਰਹਮ ਪ੍ਰਭੁ ਸੁਆਮੀ ॥
                   
                    
                                          
                        ଜଗତର ସ୍ଵାମୀ ପରଂବ୍ରହ୍ମ-ପ୍ରଭୁ ସବୁକିଛି କରିବା-କରାଇବା ବାଲା ଅଟନ୍ତି, ସେ ସବୁଙ୍କ ଦାତା ଅଟନ୍ତି। 
                                            
                    
                    
                
                                   
                    ਸਗਲੇ ਜੀਅ ਕੀਏ ਦਇਆਲਾ ਸੋ ਪ੍ਰਭੁ ਅੰਤਰਜਾਮੀ ॥੧॥
                   
                    
                                          
                        ସବୁ ଜୀବଙ୍କୁ ଜାତ କରିବା ବାଲା ଦୟାଳୁ ପ୍ରଭୁ ଅନ୍ତର୍ଯାମୀ ଅଟନ୍ତି॥1॥ 
                                            
                    
                    
                
                                   
                    ਮੇਰਾ ਗੁਰੁ ਹੋਆ ਆਪਿ ਸਹਾਈ ॥
                   
                    
                                          
                        ମୋର ଗୁରୁ ନିଜେ ହିଁ ସହାୟକ ହୋଇଛନ୍ତି,         
                                            
                    
                    
                
                                   
                    ਸੂਖ ਸਹਜ ਆਨੰਦ ਮੰਗਲ ਰਸ ਅਚਰਜ ਭਈ ਬਡਾਈ ॥ ਰਹਾਉ ॥
                   
                    
                                          
                        ଯାହା ଫଳରେ ମୋତେ ସ୍ଵାଭାବିକ ସୁଖ, ଆନନ୍ଦ, ମଙ୍ଗଳ ଏବଂ ଖୁସି ଉପଲବ୍ଧି ହୋଇ ଯାଇଛି ଆଉ ମୋର ଲୋକପ୍ରିୟତା ବଢି ଯାଇଛି॥ରୁହ॥
                                            
                    
                    
                
                                   
                    ਗੁਰ ਕੀ ਸਰਣਿ ਪਏ ਭੈ ਨਾਸੇ ਸਾਚੀ ਦਰਗਹ ਮਾਨੇ ॥
                   
                    
                                          
                        ଗୁରୁଙ୍କ ଶରଣରେ ଆସି ମୋର ସମସ୍ତ ଭୟ ନାଶ ହୋଇ ଯାଇଛି ଆଉ ସତ୍ୟର ଦରବାରରେ ସ୍ଵୀକୃତ ହୋଇ ଯାଇଛି। 
                                            
                    
                    
                
                                   
                    ਗੁਣ ਗਾਵਤ ਆਰਾਧਿ ਨਾਮੁ ਹਰਿ ਆਏ ਅਪੁਨੈ ਥਾਨੇ ॥੨॥
                   
                    
                                          
                        ହରିନାମର ଗୁଣଗାନ ଏବଂ ଆରାଧନା କରି ମୁଁ ନିଜର ମୂଳ ନିବାସକୁ ଆସି ଯାଇଛି। ॥2॥            
                                            
                    
                    
                
                                   
                    ਜੈ ਜੈ ਕਾਰੁ ਕਰੈ ਸਭ ਉਸਤਤਿ ਸੰਗਤਿ ਸਾਧ ਪਿਆਰੀ ॥
                   
                    
                                          
                        ବର୍ତ୍ତମାନ ସମସ୍ତେ ମୋର ଜୟ-ଜୟକାର ଏବଂ ସ୍ତୁତି କରୁଛନ୍ତି ଆଉ ସାଧୁଙ୍କ ସଙ୍ଗତି ମୋଟ ବହୁତ ପ୍ରିୟ ଲାଗୁଅଛି।        
                                            
                    
                    
                
                                   
                    ਸਦ ਬਲਿਹਾਰਿ ਜਾਉ ਪ੍ਰਭ ਅਪੁਨੇ ਜਿਨਿ ਪੂਰਨ ਪੈਜ ਸਵਾਰੀ ॥੩॥
                   
                    
                                          
                        ମୁଁ ନିଜ ପ୍ରଭୁଙ୍କ ପ୍ରତି ସର୍ବଦା ସମର୍ପିତ ଅଟେ, ଯିଏ ସଂପୂର୍ଣ୍ଣ ଭାବରେ ମୋର ସମ୍ମାନ ରକ୍ଷା କରିଛନ୍ତି॥3॥ 
                                            
                    
                    
                
                                   
                    ਗੋਸਟਿ ਗਿਆਨੁ ਨਾਮੁ ਸੁਣਿ ਉਧਰੇ ਜਿਨਿ ਜਿਨਿ ਦਰਸਨੁ ਪਾਇਆ ॥
                   
                    
                                          
                        ଯାହାକୁ  ଭଗବାନଙ୍କ ଦର୍ଶନ ପ୍ରାପ୍ତ ହୋଇଛି, ନାମ ଶ୍ରବଣ କରି ତାହାର ଉଦ୍ଧାର ହୋଇ ଯାଇଛି।   
                                            
                    
                    
                
                                   
                    ਭਇਓ ਕ੍ਰਿਪਾਲੁ ਨਾਨਕ ਪ੍ਰਭੁ ਅਪੁਨਾ ਅਨਦ ਸੇਤੀ ਘਰਿ ਆਇਆ ॥੪॥੧੩॥੨੪॥
                   
                    
                                          
                        ହେ ନାନକ! ମୋର ପ୍ରଭୁ ମୋ’ ଉପରେ କୃପାଳୁ ହୋଇଛନ୍ତି, ଯାହାଦ୍ୱାରା ମୁଁ ମୋର ସଚ୍ଚା ଘରକୁ ଆନନ୍ଦ ସହିତ ଆସି ଯାଇଛି ||4||13||24||
                                            
                    
                    
                
                                   
                    ਸੋਰਠਿ ਮਹਲਾ ੫ ॥
                   
                    
                                          
                        ସୋରଠି ମହଲା 5 ॥ 
                                            
                    
                    
                
                                   
                    ਪ੍ਰਭ ਕੀ ਸਰਣਿ ਸਗਲ ਭੈ ਲਾਥੇ ਦੁਖ ਬਿਨਸੇ ਸੁਖੁ ਪਾਇਆ ॥
                   
                    
                                          
                        ପ୍ରଭୁଙ୍କ ଶରଣରେ ଆସି ମୋର ସବୁ ଭୟ ନିବୃତ୍ତ ହୋଇ ଯାଇଛି, ଦୁଃଖ ଓ ସଙ୍କଟର ଅନ୍ତ ହୋଇ ଯାଇଛି ଏବଂ ସୁଖ ଉପଲବ୍ଧି ହୋଇ ଯାଇଛି। 
                                            
                    
                    
                
                                   
                    ਦਇਆਲੁ ਹੋਆ ਪਾਰਬ੍ਰਹਮੁ ਸੁਆਮੀ ਪੂਰਾ ਸਤਿਗੁਰੁ ਧਿਆਇਆ ॥੧॥
                   
                    
                                          
                        ପୂର୍ଣ୍ଣ ସଦଗୁରୁଙ୍କ ଧ୍ୟାନ କରିବା ଦ୍ଵାରା ପରଂବ୍ରହ୍ମ ସ୍ଵାମୀ ଦୟାଳୁ ହୋଇଛନ୍ତି॥1॥        
                                            
                    
                    
                
                                   
                    ਪ੍ਰਭ ਜੀਉ ਤੂ ਮੇਰੋ ਸਾਹਿਬੁ ਦਾਤਾ ॥
                   
                    
                                          
                        ହେ ପ୍ରଭୁ! ତୁ ହିଁ ମୋର ମାଲିକ ଏବଂ ଦାତା ଅଟୁ। 
                                            
                    
                    
                
                                   
                    ਕਰਿ ਕਿਰਪਾ ਪ੍ਰਭ ਦੀਨ ਦਇਆਲਾ ਗੁਣ ਗਾਵਉ ਰੰਗਿ ਰਾਤਾ ॥ ਰਹਾਉ ॥
                   
                    
                                          
                        ହେ ଦୀନଦୟାଳୁ ପ୍ରଭୁ! ମୋ’ ଉପରେ କୃପା କର, ଯାହା ଫଳରେ ତୋର ରଙ୍ଗରେ ଲୀନ ହୋଇ ତୋର ଗୁଣଗାନ କରି ପାରିବି॥ରୁହ॥ 
                                            
                    
                    
                
                                   
                    ਸਤਿਗੁਰਿ ਨਾਮੁ ਨਿਧਾਨੁ ਦ੍ਰਿੜਾਇਆ ਚਿੰਤਾ ਸਗਲ ਬਿਨਾਸੀ ॥
                   
                    
                                          
                        ସଦଗୁରୁ ମୋର ଅନ୍ତର୍ମନରେ ନାମର ଖଜଣା ଦୃଢ କରିଛନ୍ତି ଆଉ ମୋର ସମସ୍ତ ଚିନ୍ତା ନାଶ ହୋଇ ଯାଇଛି।