Page 605
ਆਪੇ ਹੀ ਸੂਤਧਾਰੁ ਹੈ ਪਿਆਰਾ ਸੂਤੁ ਖਿੰਚੇ ਢਹਿ ਢੇਰੀ ਹੋਇ ॥੧॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ସୂତ୍ରଧର ଅଟନ୍ତି, ଯେତେବେଳେ ସୂତା ଟାଣି ଦିଅନ୍ତି, ସେତେବେଳେ ସାରା ଦୁନିଆ ନାଶ ହୋଇଯାଏ॥1॥
ਮੇਰੇ ਮਨ ਮੈ ਹਰਿ ਬਿਨੁ ਅਵਰੁ ਨ ਕੋਇ ॥
ହେ ମୋର ମନ! ଶ୍ରୀହରିଙ୍କ ବିନା ମୋର ଆଉ କିଛି ଆଧାର ନାହିଁ।
ਸਤਿਗੁਰ ਵਿਚਿ ਨਾਮੁ ਨਿਧਾਨੁ ਹੈ ਪਿਆਰਾ ਕਰਿ ਦਇਆ ਅੰਮ੍ਰਿਤੁ ਮੁਖਿ ਚੋਇ ॥ ਰਹਾਉ ॥
ସଦଗୁରୁଙ୍କ ଭିତରେ ନାମର ଖଜଣା ଅଛି ଆଉ ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ଦୟା କରି ଆମର ମୁଖରେ ନାମାମୃତ ରଖିଥାନ୍ତି॥ରୁହ॥
ਆਪੇ ਜਲ ਥਲਿ ਸਭਤੁ ਹੈ ਪਿਆਰਾ ਪ੍ਰਭੁ ਆਪੇ ਕਰੇ ਸੁ ਹੋਇ ॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ସାଗର, ସ୍ଥଳରେ ସବୁଠାରେ ,ମହଜୁଦ ଅଛନ୍ତି ଆଉ ଯାହା କିଛି ସ୍ଵୟଂ କରନ୍ତି, ତାହା ହୋଇଥାଏ।
ਸਭਨਾ ਰਿਜਕੁ ਸਮਾਹਦਾ ਪਿਆਰਾ ਦੂਜਾ ਅਵਰੁ ਨ ਕੋਇ ॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ସମସ୍ତ ପ୍ରାଣୀଙ୍କୁ ଆହାର ପ୍ରଦାନ କରିଥାନ୍ତି, ତାହାଙ୍କ ବିନା ଆଉ କେହି ନାହାନ୍ତି।
ਆਪੇ ਖੇਲ ਖੇਲਾਇਦਾ ਪਿਆਰਾ ਆਪੇ ਕਰੇ ਸੁ ਹੋਇ ॥੨॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ଦୁନିଆର ଖେଳ ଖେଳିଥାନ୍ତି, ଆଉ ଯାହା କିଛି ସ୍ଵୟଂ କରନ୍ତି, ତାହା ହୋଇଥାଏ। ॥2॥
ਆਪੇ ਹੀ ਆਪਿ ਨਿਰਮਲਾ ਪਿਆਰਾ ਆਪੇ ਨਿਰਮਲ ਸੋਇ ॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ନିର୍ମଳ ଅଟନ୍ତି ଆଉ ତାହାଙ୍କ କୀର୍ତ୍ତି ମଧ୍ୟ ନିର୍ମଳ ଅଟେ।
ਆਪੇ ਕੀਮਤਿ ਪਾਇਦਾ ਪਿਆਰਾ ਆਪੇ ਕਰੇ ਸੁ ਹੋਇ ॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ମୂଲ୍ୟାଙ୍କନ ଜାଣିଥାନ୍ତି, ଯାହା କିଛି ସ୍ଵୟଂ କରନ୍ତି, ତାହା ହୋଇଥାଏ।
ਆਪੇ ਅਲਖੁ ਨ ਲਖੀਐ ਪਿਆਰਾ ਆਪਿ ਲਖਾਵੈ ਸੋਇ ॥੩॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ଅଦୃଶ୍ୟ ଅଟନ୍ତି ଆଉ ଦେଖାଯାନ୍ତି ନାହିଁ, ଆଉ ସେ ସ୍ଵୟଂ ହିଁ ଜୀବକୁ ନିଜ ଦର୍ଶନ କରାଇ ଥାଆନ୍ତି॥3॥
ਆਪੇ ਗਹਿਰ ਗੰਭੀਰੁ ਹੈ ਪਿਆਰਾ ਤਿਸੁ ਜੇਵਡੁ ਅਵਰੁ ਨ ਕੋਇ ॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ଗହନ ଓ ଗମ୍ଭୀର ଅଟନ୍ତି, ସୃଷ୍ଟିରେ ତାହାଙ୍କ ଭଳି ମହାନ ଆଉ କେହି ନାହାନ୍ତି।
ਸਭਿ ਘਟ ਆਪੇ ਭੋਗਵੈ ਪਿਆਰਾ ਵਿਚਿ ਨਾਰੀ ਪੁਰਖ ਸਭੁ ਸੋਇ ॥
ସେହି ପ୍ରିୟତମ ସମସ୍ତ ହୃଦୟରେ ବ୍ୟାପ୍ତ ହୋଇ ଭୋଗ କରିଥାନ୍ତି ଆଉ ସବୁ ସ୍ତ୍ରୀ ଓ ପୁରୁଷଙ୍କ ଠାରେ ବିଦ୍ୟମାନ ଅଛନ୍ତି।
ਨਾਨਕ ਗੁਪਤੁ ਵਰਤਦਾ ਪਿਆਰਾ ਗੁਰਮੁਖਿ ਪਰਗਟੁ ਹੋਇ ॥੪॥੨॥
ହେ ନାନକ!ପ୍ରିୟ ପ୍ରଭୁ ସ୍ଵୟଂ ହିଁ ଗୁପ୍ତ ରୂପରେ ସର୍ବବ୍ୟାପୀ ଆଉ ଗୁରୁଙ୍କ ମାଧ୍ୟମରୁ ହିଁ ପ୍ରକଟ ହୋଇଥାନ୍ତି ||4||2||
ਸੋਰਠਿ ਮਹਲਾ ੪ ॥
ସୋରଠି ମହଲା ଚତୁର୍ଥ ॥
ਆਪੇ ਹੀ ਸਭੁ ਆਪਿ ਹੈ ਪਿਆਰਾ ਆਪੇ ਥਾਪਿ ਉਥਾਪੈ ॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ସର୍ବଶକ୍ତିମାନ ଅଟନ୍ତି, ସେ ସ୍ଵୟଂ ହିଁ ସଂସାର ବନାଇ ସ୍ଵୟଂ ହିଁ ତାହାର ନାଶ କରିଥାନ୍ତି।
ਆਪੇ ਵੇਖਿ ਵਿਗਸਦਾ ਪਿਆਰਾ ਕਰਿ ਚੋਜ ਵੇਖੈ ਪ੍ਰਭੁ ਆਪੈ ॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ନିଜ ସ୍କ୍ଷୃଷ୍ଟି ରଚନାକୁ ଦେଖି ଖୁସି ହୋଇଥାନ୍ତି ଆଉ ସ୍ଵୟଂ ହିଁ ଲୀଳା କରି ତାହାକୁ ସ୍ଵୟଂ ହିଁ ଦେଖିଥାନ୍ତି।
ਆਪੇ ਵਣਿ ਤਿਣਿ ਸਭਤੁ ਹੈ ਪਿਆਰਾ ਆਪੇ ਗੁਰਮੁਖਿ ਜਾਪੈ ॥੧॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ବନୋ ତୃଣ ସବୁଠାରେ ବିଦ୍ୟମାନ ଅଛନ୍ତି ଆଉ ତାହା ଗୁରୁଙ୍କ ମାଧ୍ୟମରୁ ହିଁ ଜଣା ଯାଇଥାଏ॥1॥
ਜਪਿ ਮਨ ਹਰਿ ਹਰਿ ਨਾਮ ਰਸਿ ਧ੍ਰਾਪੈ ॥
ହେ ମନ! ହରିନାମର ଜପ କର, ନାମରସ ଦ୍ଵାରା ତୁ ତୃପ୍ତ ହୋଇଯିବୁ।
ਅੰਮ੍ਰਿਤ ਨਾਮੁ ਮਹਾ ਰਸੁ ਮੀਠਾ ਗੁਰ ਸਬਦੀ ਚਖਿ ਜਾਪੈ ॥ ਰਹਾਉ ॥
ହରିନାମାମୃତ ମହା ରସ ମିଠା ଅଟେ ଆଉ ଗୁରୁଙ୍କ ଶବ୍ଦ ଦ୍ଵାରା ତାହାର ସ୍ଵାଦ ଜଣା ଯାଇଥାଏ॥ରୁହ॥
ਆਪੇ ਤੀਰਥੁ ਤੁਲਹੜਾ ਪਿਆਰਾ ਆਪਿ ਤਰੈ ਪ੍ਰਭੁ ਆਪੈ ॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ତୀର୍ଥ ଓ ଘାଟ ଅଟନ୍ତି ଆଉ ସ୍ଵୟଂ ହିଁ ପାର କରାନ୍ତି।
ਆਪੇ ਜਾਲੁ ਵਤਾਇਦਾ ਪਿਆਰਾ ਸਭੁ ਜਗੁ ਮਛੁਲੀ ਹਰਿ ਆਪੈ ॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ଜାଲ ବିଛାନ୍ତି ଆଉ ସେହି ହରି ସ୍ଵୟଂ ହିଁ ସାଂସାରିକ ଜାଲରେ ଫସିଥିବା ଦୁନିଆ ରୂପୀ ମାଛ ଅଟନ୍ତି।
ਆਪਿ ਅਭੁਲੁ ਨ ਭੁਲਈ ਪਿਆਰਾ ਅਵਰੁ ਨ ਦੂਜਾ ਜਾਪੈ ॥੨॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ଅବିସ୍ମରଣୀୟ ଅଟନ୍ତି ଆଉ ତାହାଙ୍କ ଭଳି ଆଉ କେହି ନାହାନ୍ତି ॥2॥
ਆਪੇ ਸਿੰਙੀ ਨਾਦੁ ਹੈ ਪਿਆਰਾ ਧੁਨਿ ਆਪਿ ਵਜਾਏ ਆਪੈ ॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ଯୋଗୀର ବାଣୀ ଓ ନାଦ ଅଟନ୍ତି ଆଉ ସ୍ଵୟଂ ହିଁ ଧ୍ୱନି ବଜାଇ ଥାଆନ୍ତି।
ਆਪੇ ਜੋਗੀ ਪੁਰਖੁ ਹੈ ਪਿਆਰਾ ਆਪੇ ਹੀ ਤਪੁ ਤਾਪੈ ॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ଯୋଗୀ ପୁରୁଷ ଅଟନ୍ତି ଆଉ ସ୍ଵୟଂ ହିଁ ତପସ୍ୟା କରିଥାନ୍ତି।
ਆਪੇ ਸਤਿਗੁਰੁ ਆਪਿ ਹੈ ਚੇਲਾ ਉਪਦੇਸੁ ਕਰੈ ਪ੍ਰਭੁ ਆਪੈ ॥੩॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ସଦଗୁର ଆଉ ସ୍ଵୟଂ ହିଁ ଶିଷ୍ୟ ଅଟନ୍ତି ସ୍ଵୟଂ ହିଁ ଉପଦେଶ ଦେଇଥାନ୍ତି ॥3॥
ਆਪੇ ਨਾਉ ਜਪਾਇਦਾ ਪਿਆਰਾ ਆਪੇ ਹੀ ਜਪੁ ਜਾਪੈ ॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ପ୍ରାଣୀଙ୍କ ଦ୍ଵାରା ନାମ ଜପ କରାଇ ଥାଆନ୍ତି ଆଉ ସ୍ଵୟଂ ହିଁ ଜପ କରିଥାନ୍ତି।
ਆਪੇ ਅੰਮ੍ਰਿਤੁ ਆਪਿ ਹੈ ਪਿਆਰਾ ਆਪੇ ਹੀ ਰਸੁ ਆਪੈ ॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ଅମୃତ ଅଟନ୍ତି ଆଉ ସ୍ଵୟଂ ହିଁ ଅମୃତ-ରସର ପାନ କରିଥାନ୍ତି।
ਆਪੇ ਆਪਿ ਸਲਾਹਦਾ ਪਿਆਰਾ ਜਨ ਨਾਨਕ ਹਰਿ ਰਸਿ ਧ੍ਰਾਪੈ ॥੪॥੩॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ନିଜ ପ୍ରଶଂସା କରନ୍ତି, ସେବକ ନାନକ ହରି ରସ ଦ୍ଵାରା ତୃପ୍ତ ହୋଇଯାଇଛନ୍ତି ||4||3||
ਸੋਰਠਿ ਮਹਲਾ ੪ ॥
ସୋରଠି ମହଲା ଚତୁର୍ଥ ॥
ਆਪੇ ਕੰਡਾ ਆਪਿ ਤਰਾਜੀ ਪ੍ਰਭਿ ਆਪੇ ਤੋਲਿ ਤੋਲਾਇਆ ॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ତରାଜୁର କଣ୍ଟା, ସ୍ଵୟଂ ହିଁ ତରାଜୁ ଆଉ ସ୍ଵୟଂ ହିଁ ଜଗତକୁ ତଉଲନ୍ତି।
ਆਪੇ ਸਾਹੁ ਆਪੇ ਵਣਜਾਰਾ ਆਪੇ ਵਣਜੁ ਕਰਾਇਆ ॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ସାହୁକାର, ଵ ବ୍ୟାପାରୀ ଆଉ ସ୍ଵୟଂ ହିଁ ବାଣିଜ୍ୟ କରାଇ ଥାଆନ୍ତି।
ਆਪੇ ਧਰਤੀ ਸਾਜੀਅਨੁ ਪਿਆਰੈ ਪਿਛੈ ਟੰਕੁ ਚੜਾਇਆ ॥੧॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ଧରିତ୍ରୀ ନିର୍ମାଣ କରିଛନ୍ତି ଆଉ ଏହାକୁ ଏକ ସଚ୍ଚା ତରାଜୁରେ ରଖିଛନ୍ତି॥1॥
ਮੇਰੇ ਮਨ ਹਰਿ ਹਰਿ ਧਿਆਇ ਸੁਖੁ ਪਾਇਆ ॥
ହେ ମୋର ମନ! ହରି-ପରମେଶ୍ଵରଙ୍କ ସ୍ମରଣ କରିବା ଦ୍ଵାରା ସୁଖ ପ୍ରାପ୍ତ ହୋଇଛି।
ਹਰਿ ਹਰਿ ਨਾਮੁ ਨਿਧਾਨੁ ਹੈ ਪਿਆਰਾ ਗੁਰਿ ਪੂਰੈ ਮੀਠਾ ਲਾਇਆ ॥ ਰਹਾਉ ॥
ପ୍ରିୟ ହରିନାମ ସୁଖ ଓ ସମୃଦ୍ଧିର ଭଣ୍ଡାର ଅଟେ ଏବଂ ପୂର୍ଣ୍ଣ ଗୁରୁ ମୋତେ ଏହି ମିଠା ଲଗାଇଛନ୍ତି॥ରୁହ॥
ਆਪੇ ਧਰਤੀ ਆਪਿ ਜਲੁ ਪਿਆਰਾ ਆਪੇ ਕਰੇ ਕਰਾਇਆ ॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ଧରିତ୍ରୀ ଏବଂ ସ୍ଵୟଂ ହିଁ ଜଳ ଆଉ ସ୍ଵୟଂ ହିଁ ସବୁକିଛି କରିଥାନ୍ତି ଆଉ ଜୀବଙ୍କ ଦ୍ଵାରା କରାଇ ଥାଆନ୍ତି।
ਆਪੇ ਹੁਕਮਿ ਵਰਤਦਾ ਪਿਆਰਾ ਜਲੁ ਮਾਟੀ ਬੰਧਿ ਰਖਾਇਆ ॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ହୁକୁମ ଲାଗୁ କରନ୍ତି ଆଉ ଜଳ ଓ ଭୂମିକୁ ବାନ୍ଧି ରଖିଥାନ୍ତି।
ਆਪੇ ਹੀ ਭਉ ਪਾਇਦਾ ਪਿਆਰਾ ਬੰਨਿ ਬਕਰੀ ਸੀਹੁ ਹਢਾਇਆ ॥੨॥
ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ଜୀବଙ୍କ ଠାରେ ଭୟ ଉତ୍ପନ୍ନ କରାଇ ଥାଆନ୍ତି ଆଉ ଛେଳି ଓ ବାଘକୁ ସାଥିରେ ବାନ୍ଧି ରଖିଛନ୍ତି॥2॥