Guru Granth Sahib Translation Project

guru granth sahib odia page-603

Page 603

ਬਿਨੁ ਗੁਰ ਪ੍ਰੀਤਿ ਨ ਊਪਜੈ ਭਾਈ ਮਨਮੁਖਿ ਦੂਜੈ ਭਾਇ ॥ ହେ ଭାଇ! ଗୁରୁଙ୍କ ବିନା ପ୍ରଭୁ-ପ୍ରୀତି ଉତ୍ପନ୍ନ ହୁଏନାହିଁ ଆଉ ମନମୁଖୀ ଦୈତ୍ୟଭାବରେ ଫସି ରହିଥାଏ।
ਤੁਹ ਕੁਟਹਿ ਮਨਮੁਖ ਕਰਮ ਕਰਹਿ ਭਾਈ ਪਲੈ ਕਿਛੂ ਨ ਪਾਇ ॥੨॥ ମନମୁଖୀ ଯେଉଁ କର୍ମ କରିଥାଏ, ତାହା ନିରର୍ଥକ ଅଟେ, ଏହା ଦ୍ଵାରା ତାହାକୁ କିଛି ମଧ୍ୟ ପ୍ରାପ୍ତ ହୁଏନାହିଁ ||2||
ਗੁਰ ਮਿਲਿਐ ਨਾਮੁ ਮਨਿ ਰਵਿਆ ਭਾਈ ਸਾਚੀ ਪ੍ਰੀਤਿ ਪਿਆਰਿ ॥ ହେ ଭାଇ! ଗୁରୁଙ୍କ ସହିତ ଭେଟ କରି ହୃଦୟରେ ନାମ ପ୍ରବିଷ୍ଟ ହୋଇଥାଏ ଏବଂ ପ୍ରଭୁଙ୍କ ଠାରେ ସଚ୍ଚା ପ୍ରୀତି ଓ ପ୍ରେମ ହୋଇଥାଏ।
ਸਦਾ ਹਰਿ ਕੇ ਗੁਣ ਰਵੈ ਭਾਈ ਗੁਰ ਕੈ ਹੇਤਿ ਅਪਾਰਿ ॥੩॥ ହେ ଭାଇ! ଗୁରୁଙ୍କ ଅପାର ପ୍ରେମ ଦ୍ଵାରା ହିଁ ମନୁଷ୍ୟ ହରିଙ୍କ ଗୁଣଗାନ କରିଥାଏ ॥3॥
ਆਇਆ ਸੋ ਪਰਵਾਣੁ ਹੈ ਭਾਈ ਜਿ ਗੁਰ ਸੇਵਾ ਚਿਤੁ ਲਾਇ ॥ ହେ ଭାଇ! ଯିଏ ଗୁରୁଙ୍କ ସେବାରେ ଚିତ୍ତ ଲଗାଇ ଥାଏ, ଦୁନିଆକୁ ତାହାର ଆଗମନ ସଫଳ ହୋଇଥାଏ।
ਨਾਨਕ ਨਾਮੁ ਹਰਿ ਪਾਈਐ ਭਾਈ ਗੁਰ ਸਬਦੀ ਮੇਲਾਇ ॥੪॥੮॥ ନାନକ କହନ୍ତି ଯେ ହେ ଭାଇ! ଗୁରୁଙ୍କ ଶବ୍ଦ ଦ୍ଵାରା ପ୍ରାଣୀ ପ୍ରଭୁଙ୍କ ନାମକୁ ପ୍ରାପ୍ତ କରିନିଏ ଆଉ ସେଥିରେ ବିଲୀନ ହୋଇଥାଏ ||4||8||
ਸੋਰਠਿ ਮਹਲਾ ੩ ਘਰੁ ੧ ॥ ସୋରଠି ମହଲା 3 ଘର 1 ॥
ਤਿਹੀ ਗੁਣੀ ਤ੍ਰਿਭਵਣੁ ਵਿਆਪਿਆ ਭਾਈ ਗੁਰਮੁਖਿ ਬੂਝ ਬੁਝਾਇ ॥ ହେ ଭାଇ! ଆକାଶ, ମର୍ତ୍ତ୍ୟ ଓ ପାତାଳ ଏହି ତିନି ଲୋକର ଜଗତ ତ୍ରିଗୁଣ ରଜଃ, ତମଃ ଓ ସତ୍ତ୍ଵ ଗୁଣରେ ପରିପୂର୍ଣ୍ଣ ଭାରେ ଲୀନ ରହିଛି ଆଉ ଗୁରୁମୁଖୀ ଏହି ଭେଦକୁ ବୁଝିପାରେ।
ਰਾਮ ਨਾਮਿ ਲਗਿ ਛੂਟੀਐ ਭਾਈ ਪੂਛਹੁ ਗਿਆਨੀਆ ਜਾਇ ॥੧॥ ହେ ଭାଇ! ରାମଙ୍କ ନାମରେ ଲୀନ ହେଲେ ହୁଇନ ମୁକ୍ତି ପ୍ରାପ୍ତ ହୋଇଥାଏ, ମହାପୁରୁଷମାନଙ୍କୁ ପଚରା ଯାଉ॥1॥
ਮਨ ਰੇ ਤ੍ਰੈ ਗੁਣ ਛੋਡਿ ਚਉਥੈ ਚਿਤੁ ਲਾਇ ॥ ହେ ମୋର ମନ! ତୁ ଜଗତ ତ୍ରିଗୁଣ ରଜଃ, ତମଃ ଓ ସତ୍ତ୍ଵ ଛାଡି ନିଜ ଚିତ୍ତକୁ ଚତୁର୍ଥ ତଥା ପରମ ପଦରେ ଲଗାଇ ଦିଅ।
ਹਰਿ ਜੀਉ ਤੇਰੈ ਮਨਿ ਵਸੈ ਭਾਈ ਸਦਾ ਹਰਿ ਕੇ ਗੁਣ ਗਾਇ ॥ ਰਹਾਉ ॥ ହେ ଭାଇ! ହରି ତୋର ମନରେ ହିଁ ନିବାସ କରିଛନ୍ତି, ଏଥିପାଇଁ ସର୍ବଦା ହରିଙ୍କ ଗୁଣଗାନ କର॥ରୁହ॥
ਨਾਮੈ ਤੇ ਸਭਿ ਊਪਜੇ ਭਾਈ ਨਾਇ ਵਿਸਰਿਐ ਮਰਿ ਜਾਇ ॥ ହେ ଭାଇ! ନାମ ଦ୍ଵାରା ହିଁ ସବୁ ଜୀବ ଉତ୍ପନ୍ନ ହୋଇଛନ୍ତି ଆଉ ନାମକୁ ବିସ୍ମୃତ କରି ମରିଯାନ୍ତି।
ਅਗਿਆਨੀ ਜਗਤੁ ਅੰਧੁ ਹੈ ਭਾਈ ਸੂਤੇ ਗਏ ਮੁਹਾਇ ॥੨॥ ହେ ଭାଇ! ଏହି ଅଜ୍ଞାନ ଦୁନାଇ ମାୟା-ମୋହରେ ଅନ୍ଧ ହୋଇଛି ତଥା ଏଥିରେ ନିଦ୍ରା ମଗ୍ନ ହୋଇ ମାୟା ଦ୍ଵାରା ଲୁଟି ଯାଉଛି॥2॥
ਗੁਰਮੁਖਿ ਜਾਗੇ ਸੇ ਉਬਰੇ ਭਾਈ ਭਵਜਲੁ ਪਾਰਿ ਉਤਾਰਿ ॥ ହେ ଭାଇ! ଗୁରୁମୁଖୀ ହିଁ ଜାଗ୍ରତ ରହିଥାଏ ଆଉ ତାହାର କଲ୍ୟାଣ ହୋଇଯାଏ ତଥା ସେ ଭୟାନକ ସଂସାର ସାଗରରୁ ପାର ହୋଇଯାଏ।
ਜਗ ਮਹਿ ਲਾਹਾ ਹਰਿ ਨਾਮੁ ਹੈ ਭਾਈ ਹਿਰਦੈ ਰਖਿਆ ਉਰ ਧਾਰਿ ॥੩॥ ହେ ଭାଇ! ଏହି ଦୁନିଆରେ ହରିଙ୍କ ନାମ ହିଁ ଫଳପ୍ରଦ ଅଟେ, ଏଥିପାଇଁ ହରିଙ୍କ ନାମ ହିଁ ହୃଦୟରେ ରଖିବା ଉଚିତ॥3॥
ਗੁਰ ਸਰਣਾਈ ਉਬਰੇ ਭਾਈ ਰਾਮ ਨਾਮਿ ਲਿਵ ਲਾਇ ॥ ହେ ଭାଇ! ଗୁରୁଙ୍କ ଶରଣରେ ଆସିବା ଓ ରାମ ନାମରେ ସୁରତି ଲଗାଇବା ଦ୍ଵାରା ଉଦ୍ଧାର ହୋଇଯାଏ।
ਨਾਨਕ ਨਾਉ ਬੇੜਾ ਨਾਉ ਤੁਲਹੜਾ ਭਾਈ ਜਿਤੁ ਲਗਿ ਪਾਰਿ ਜਨ ਪਾਇ ॥੪॥੯॥ ନାନକ କହନ୍ତି ଯେ ହେ ଭାଇ! ନାମ ହିଁ ଜାହାଜ ଅଟେ ଆଉ ନାମ ହିଁ ଭେଳା ଅଟେ, ଯାହା ଉପରେ ସବାର ହୋଇ ପ୍ରଭୁଙ୍କ ଭକ୍ତ ସଂସାର ସାଗରରୁ ପାର ହୋଇଯାଏ ||4||9||
ਸੋਰਠਿ ਮਹਲਾ ੩ ਘਰੁ ੧ ॥ ସୋରଠି ମହଲା 3 ଘର 1 ॥
ਸਤਿਗੁਰੁ ਸੁਖ ਸਾਗਰੁ ਜਗ ਅੰਤਰਿ ਹੋਰ ਥੈ ਸੁਖੁ ਨਾਹੀ ॥ ସଦଗୁରୁ ହିଁ ସୁଖର ସାଗର ଅଟନ୍ତି, ଏହି ଦୁନିଆରେ ଆଉ କିଛି ସୁଖର ସ୍ଥାନ ନାହିଁ।
ਹਉਮੈ ਜਗਤੁ ਦੁਖਿ ਰੋਗਿ ਵਿਆਪਿਆ ਮਰਿ ਜਨਮੈ ਰੋਵੈ ਧਾਹੀ ॥੧॥ ସାରା ଦୁନିଆ ଅହଂକାର କାରଣରୁ ଦୁଃଖ ଓ ରୋଗ ଗ୍ରସ୍ତ ହୋଇଛି, ଯେଉଁ କାରଣରୁ ଲୋକମାନେ ଜନ୍ମ ମରଣକୁ ଆସି ରୋଦନ କରିଥାନ୍ତି॥1॥
ਪ੍ਰਾਣੀ ਸਤਿਗੁਰੁ ਸੇਵਿ ਸੁਖੁ ਪਾਇ ॥ ହେ ପ୍ରାଣୀ! ସଦଗୁରୁଙ୍କ ନିଷ୍କାମ ସେବା କରିଲେ ସୁଖ ଉପଲବ୍ଧ ହୋଇଥାଏ।
ਸਤਿਗੁਰੁ ਸੇਵਹਿ ਤਾ ਸੁਖੁ ਪਾਵਹਿ ਨਾਹਿ ਤ ਜਾਹਿਗਾ ਜਨਮੁ ਗਵਾਇ ॥ ਰਹਾਉ ॥ ଯଦି ତୁ ସଦଗୁରୁଙ୍କ ସେବା କରିବୁ, ତାହାହେଲେ ତୋତେ ସୁଖ ମିଳିବ, ଅନ୍ୟଥା ତୁ ନିଜ ଅମୂଲ୍ୟ ଜୀବନ ହରାଇ ଦୁନିଆରୁ ବିଦାୟ ନେବୁ॥ରୁହ॥
ਤ੍ਰੈ ਗੁਣ ਧਾਤੁ ਬਹੁ ਕਰਮ ਕਮਾਵਹਿ ਹਰਿ ਰਸ ਸਾਦੁ ਨ ਆਇਆ ॥ ମନୁଷ୍ୟ ତ୍ରିଗୁଣ ରଜଃ, ତମଃ ଓ ସତ୍ତ୍ଵ ର ପ୍ରଭାବ ଅଧୀନ ହୋଇ ଦଉଡୁ ଥାଏ ଓ ଅନେକ କର୍ମ କରିଥାଏ, କିନ୍ତୁ ହରିନାମର ସ୍ଵାଦ ପ୍ରାପ୍ତ କରିପାରେ ନାହିଁ।
ਸੰਧਿਆ ਤਰਪਣੁ ਕਰਹਿ ਗਾਇਤ੍ਰੀ ਬਿਨੁ ਬੂਝੇ ਦੁਖੁ ਪਾਇਆ ॥੨॥ ସେ ସନ୍ଧ୍ୟା ପାଠ, ତର୍ପଣ ଏବଂ ଗାୟତ୍ରୀ ମନ୍ତ୍ର ପାଠ କରିଥାଏ, ପରନ୍ତୁ ଜ୍ଞାନ ବିନା ସେ ଦୁଃଖ ଭୋଗ କରିଥାଏ ॥2॥
ਸਤਿਗੁਰੁ ਸੇਵੇ ਸੋ ਵਡਭਾਗੀ ਜਿਸ ਨੋ ਆਪਿ ਮਿਲਾਏ ॥ ଯେଉଁ ବ୍ୟକ୍ତି ସଦଗୁରୁଙ୍କ ସେବା କରିଥାଏ, ସେ ବଡ ଭାଗ୍ୟଶାଳୀ ଅଟେ, କିନ୍ତୁ ସଦଗୁରୁଙ୍କ ସହିତ ସେ ମିଶିଥାଏ, ଯାହାକୁ ଭଗବାନ ସ୍ଵୟଂ ମିଳାଇ ଥାଆନ୍ତି।
ਹਰਿ ਰਸੁ ਪੀ ਜਨ ਸਦਾ ਤ੍ਰਿਪਤਾਸੇ ਵਿਚਹੁ ਆਪੁ ਗਵਾਏ ॥੩॥ ହରି-ରସ ପାନ କରି ଭଗବାନ ସର୍ବଦା ତୃପ୍ତ ରହିଥାଏ ଆଉ ତାହାର ଅନ୍ତର୍ମନରୁ ନିଜ ଆତ୍ମାଭିମାନ ଦୂର କରିଦିଏ||3||
ਇਹੁ ਜਗੁ ਅੰਧਾ ਸਭੁ ਅੰਧੁ ਕਮਾਵੈ ਬਿਨੁ ਗੁਰ ਮਗੁ ਨ ਪਾਏ ॥ ଏହି ଦୁନିଆ ଅନ୍ଧ ଅଟେ, ସବୁ ଲୋକ ଅଜ୍ଞାନତାର କର୍ମ ହିଁ କରିଥାନ୍ତି, ଗୁରୁଙ୍କ ବିନା ତାହାକୁ ସତମାର୍ଗ ମିଳେନାହିଁ।
ਨਾਨਕ ਸਤਿਗੁਰੁ ਮਿਲੈ ਤ ਅਖੀ ਵੇਖੈ ਘਰੈ ਅੰਦਰਿ ਸਚੁ ਪਾਏ ॥੪॥੧੦॥ ହେ ନାନକ! ଯଦି ସଦଗୁରୁଙ୍କ ସହିତ ଭେଟ ହୋଇଯାଏ, ତାହାହେଲେ ମନୁଷ୍ୟ ଜ୍ଞାନ ଚକ୍ଷୁ ଖୋଲିଯାଏ ଆଉ ସତ୍ୟକୁ ନିଜ ହୃଦୟରେ ହିଁ ପ୍ରାପ୍ତ କରିଥାଏ ||4||10||
ਸੋਰਠਿ ਮਹਲਾ ੩ ॥ ସୋରଠି ମହଲା 3 ଘର 1 ॥
ਬਿਨੁ ਸਤਿਗੁਰ ਸੇਵੇ ਬਹੁਤਾ ਦੁਖੁ ਲਾਗਾ ਜੁਗ ਚਾਰੇ ਭਰਮਾਈ ॥ ଗୁରୁଙ୍କ ସେବା କରିବା ବିନା ମନୁଷ୍ୟ ଅତ୍ୟନ୍ତ ଦୁଃଖରେ ହିଁ ରହିଥାଏ ଆଉ ପଥଭ୍ରଷ୍ଟ ହୋଇଥାଏ।
ਹਮ ਦੀਨ ਤੁਮ ਜੁਗੁ ਜੁਗੁ ਦਾਤੇ ਸਬਦੇ ਦੇਹਿ ਬੁਝਾਈ ॥੧॥ ହେ ଭଗବାନ! ଆମେ ବଡ ଦୀନ ଅଟୁ ଆଉ ତୁମେ ଯୁଗ-ଯୁଗାନ୍ତରରେ ଦାତା ଆଟ, କୃପା କରି ଆମକୁ ଶବ୍ଦର ଜ୍ଞାନ ପ୍ରଦାନ କର॥1॥
ਹਰਿ ਜੀਉ ਕ੍ਰਿਪਾ ਕਰਹੁ ਤੁਮ ਪਿਆਰੇ ॥ ହେ ପ୍ରିୟ ପ୍ରଭୁ! ଆମ ଉପରେ କୃପା କର।
ਸਤਿਗੁਰੁ ਦਾਤਾ ਮੇਲਿ ਮਿਲਾਵਹੁ ਹਰਿ ਨਾਮੁ ਦੇਵਹੁ ਆਧਾਰੇ ॥ ਰਹਾਉ ॥ ଆମକୁ ସଦଗୁରୁ ଦାତା ସହିତ ଭେଟ କରାଇ ଦିଅ ଆଉ ହରିନାମର ସାହାରା ପ୍ରଦାନ କର॥ରୁହ॥
ਮਨਸਾ ਮਾਰਿ ਦੁਬਿਧਾ ਸਹਜਿ ਸਮਾਣੀ ਪਾਇਆ ਨਾਮੁ ਅਪਾਰਾ ॥ ମୁଁ ନିଜ ଅଭିଳାଷ ଓ ବିଧା ଦୂର କରି ତଥା ସ୍ଵାଭାବିକ ଅବସ୍ଥାରେ ଲୀନ ହୋଇ ଅନନ୍ତ ନାମ ପ୍ରାପ୍ତ କରିଛି।
ਹਰਿ ਰਸੁ ਚਾਖਿ ਮਨੁ ਨਿਰਮਲੁ ਹੋਆ ਕਿਲਬਿਖ ਕਾਟਣਹਾਰਾ ॥੨॥ ପାପର ନାଶ କରୁଥିବା ହରି ରସ ଆସ୍ଵାଦନ କରିମୋର ମନ ନିର୍ମଳ ହୋଇଯାଇଛି॥2॥


© 2017 SGGS ONLINE
error: Content is protected !!
Scroll to Top