Page 595
ੴ ਸਤਿ ਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କ ନାମ ସର୍ବଦା ସତ୍ୟ ଅଟେ, ସେ ଜଗତର ରଚୟିତା, ସର୍ବଶକ୍ତିମାନ ଓ ନିର୍ଭୀକ ଅଟନ୍ତି। ତାହାଙ୍କ କେହି ଶତ୍ରୁ ନାହାନ୍ତି, ସେ ମାୟାତୀତ ଅମର ଅଟନ୍ତି, ସେ ଜନ୍ମ ମରଣ ଚକ୍ରରୁ ଉର୍ଦ୍ଧ୍ଵରେ ଥାଆନ୍ତି, ସ୍ଵୟଂଭୂ ଅଟନ୍ତି, ଯିଏ ଗୁରୁଙ୍କ କୃପାରୁ ମିଳିଥାନ୍ତି।
ਸੋਰਠਿ ਮਹਲਾ ੧ ਘਰੁ ੧ ਚਉਪਦੇ ॥
ସୋରଠି ମହଲା 1 ଘର 1 ଚଉପଦୀ ॥
ਸਭਨਾ ਮਰਣਾ ਆਇਆ ਵੇਛੋੜਾ ਸਭਨਾਹ ॥
ଦୁନିଆକୁ ଯିଏ ମଧ୍ୟ ଆସିଛି ସବୁଙ୍କ ପାଇଁ ମୃତ୍ୟୁ ଅଟଳ ଅଟେ ଆଉ ସମସ୍ତେ ପ୍ରିୟଜନଙ୍କ ଠାରୁ ବିଛେଦ ହେବାକୁ ପଡିବ।
ਪੁਛਹੁ ਜਾਇ ਸਿਆਣਿਆ ਆਗੈ ਮਿਲਣੁ ਕਿਨਾਹ ॥
ଆମେ ବିଦ୍ଵାନକୁ ଏହି କଥା ପଚାରି ପାରୁ ଯେ ପ୍ରାଣୀର ମିଳନ ପ୍ରଭୁଙ୍କ ସହିତ ହେବ ନା ନାହିଁ।
ਜਿਨ ਮੇਰਾ ਸਾਹਿਬੁ ਵੀਸਰੈ ਵਡੜੀ ਵੇਦਨ ਤਿਨਾਹ ॥੧॥
ଯିଏ ମୋର ମାଲିକଙ୍କୁ ଭୁଲିଥାଏ, ସେମାନଙ୍କ ବହୁତ ବେଦନା ହୋଇଥାଏ॥1॥
ਭੀ ਸਾਲਾਹਿਹੁ ਸਾਚਾ ਸੋਇ ॥
ଏଥିପାଇଁ ସର୍ବଦା ସେହି ପରମ ସତ୍ୟ ପରମେଶ୍ଵରଙ୍କ ସ୍ତୁତି କର,
ਜਾ ਕੀ ਨਦਰਿ ਸਦਾ ਸੁਖੁ ਹੋਇ ॥ ਰਹਾਉ ॥
ଯାହାଙ୍କ କୃପା-ଦୃଷ୍ଟି ଦ୍ଵାରା ସୁଖ ମିଳିଥାଏ॥ରୁହ॥
ਵਡਾ ਕਰਿ ਸਾਲਾਹਣਾ ਹੈ ਭੀ ਹੋਸੀ ਸੋਇ ॥
ସେହି ପରମେଶ୍ଵରଙ୍କୁ ମହାନ ଭାବି ତାହାଙ୍କ ସ୍ତୁତିଗାନ କର, କାରଣ ସେ ବର୍ତ୍ତମାନ ଅଛନ୍ତି ଓ ଭବିଷ୍ୟତରେ ମଧ୍ୟ ରହିବେ।
ਸਭਨਾ ਦਾਤਾ ਏਕੁ ਤੂ ਮਾਣਸ ਦਾਤਿ ਨ ਹੋਇ ॥
ହେ ପରମେଶ୍ଵର! ଏକ ତୁ ହିଁ ସବୁ ଜୀବଙ୍କ ଦାତା ଅଟୁ ଆଉ ମନୁଷ୍ୟ ତିଳେମାତ୍ର ଦାନ କରିପାରେ ନାହିଁ।
ਜੋ ਤਿਸੁ ਭਾਵੈ ਸੋ ਥੀਐ ਰੰਨ ਕਿ ਰੁੰਨੈ ਹੋਇ ॥੨॥
ଯାହା କିଛି ସେହି ପ୍ରଭୁଙ୍କୁ ମଞ୍ଜୁର ଅଛି, ତାହା ହୋଇଥାଏ, ସ୍ତ୍ରୀ ଭଳି ଅଶ୍ରୁ ବୁହାଇ ରୋଦନ କରିଲେ କଣ ଲାଭ ହେବ?॥2॥
ਧਰਤੀ ਉਪਰਿ ਕੋਟ ਗੜ ਕੇਤੀ ਗਈ ਵਜਾਇ ॥
ଏହି ଜଗତରେ କେତେ ଲୋକ କୋଟି କୋଟି ଦୁର୍ଗ ନିର୍ମାଣ କରିଛନ୍ତି, ସେମାନେ ମଧ୍ୟ ଚାଲି ଯାଇଛନ୍ତି।
ਜੋ ਅਸਮਾਨਿ ਨ ਮਾਵਨੀ ਤਿਨ ਨਕਿ ਨਥਾ ਪਾਇ ॥
ଯେଉଁ ଲୋକ ଅଭିମାନରେ ଆସି ଆକାଶରୁ ଫୁଲ ଭଳି ଥିଲା, ତାହାର ଅଭିମାନ ମଧ୍ୟ ପରମାତ୍ମା ଚୂର୍ଣ୍ଣ କରି ଦେଇଛନ୍ତି।
ਜੇ ਮਨ ਜਾਣਹਿ ਸੂਲੀਆ ਕਾਹੇ ਮਿਠਾ ਖਾਹਿ ॥੩॥
ହେ ମନ! ଯଦି ତୋତେ ଏହି ବୋଧ ହୋଇଯାଏ ଯେ ସଂସାରର ସାରା ବିଳାସ ଶୂଳିରେ ଚଢିବା ଭଳି କଷ୍ଟ ଦାୟକ ଅଟେ, ତାହାହେଲେ ପୁଣି ତୁ କାହିଁକି ବିକାରକୁ ମିଠା ଭାବି ଥାଉଁ॥3॥
ਨਾਨਕ ਅਉਗੁਣ ਜੇਤੜੇ ਤੇਤੇ ਗਲੀ ਜੰਜੀਰ ॥
ଗୁରୁ ନାନକ କହନ୍ତି ଯେ ଯେତେ ଅବଗୁଣ ଅଛି ମନୁଷ୍ୟର ବେକରେ ସେତେ ଜଞ୍ଜିର ଲାଗିଅଛି।
ਜੇ ਗੁਣ ਹੋਨਿ ਤ ਕਟੀਅਨਿ ਸੇ ਭਾਈ ਸੇ ਵੀਰ ॥
ଯଦି ତାହା ପାଖରେ ଗୁଣ ଥାଏ, ତାହାହେଲେ ତାହାର ଜଞ୍ଜିର କଟା ଯାଇ ପାରିବ, ଏହି ପ୍ରକାରେ ଗୁଣ ସବୁଙ୍କ ମିତ୍ର ଓ ଭାତ୍ରୁ ଅଟେ।
ਅਗੈ ਗਏ ਨ ਮੰਨੀਅਨਿ ਮਾਰਿ ਕਢਹੁ ਵੇਪੀਰ ॥੪॥੧॥
ଅବଗୁଣରେ ଭରି ହୋଇ ସେହି ଗୁରୁ-ବିହୀନ ପରଲୋକରେ ସ୍ଵୀକୃତ ହୁଏନାହିଁ ଆଉ ତାହାକୁ ସେଠାରୁ ମାରି ବାହାର କରି ଦିଆଯାଏ॥4॥1॥
ਸੋਰਠਿ ਮਹਲਾ ੧ ਘਰੁ ੧ ॥
ସୋରଠି ମହଲା 1 ଘର 1 ॥
ਮਨੁ ਹਾਲੀ ਕਿਰਸਾਣੀ ਕਰਣੀ ਸਰਮੁ ਪਾਣੀ ਤਨੁ ਖੇਤੁ ॥
ନିଜ ମନକୁ କୃଷକ, ଶୁଭ ଆଚରଣକୁ କୃଷି, ଶ୍ରମକୁ ଜଳ ଏବଂ ନିଜ ଶରୀରକୁ କ୍ଷେତ ବନାଅ।
ਨਾਮੁ ਬੀਜੁ ਸੰਤੋਖੁ ਸੁਹਾਗਾ ਰਖੁ ਗਰੀਬੀ ਵੇਸੁ ॥
ପ୍ରଭୁଙ୍କ ନାମ ତୋର ବୀଜ, ସନ୍ତୋଷ ଭୂମି ସମତଳ କରୁଥିବା ମଇ ଏବଂ ନମ୍ରତା ତୋର ପୋଷାକ ଅଟେ।
ਭਾਉ ਕਰਮ ਕਰਿ ਜੰਮਸੀ ਸੇ ਘਰ ਭਾਗਠ ਦੇਖੁ ॥੧॥
ଏହିପରି ପ୍ରେମର କର୍ମ କରିବା ଦ୍ଵାରା ତୋର ବୀଜ ଅଙ୍କୁରିତ ହୋଇଯାଏ ଆଉ ସେତେବେଳେ ତୁ ଏପରି ଘରେ ଭାଗ୍ୟଶାଳୀ ହୋଇଯିବୁ॥1॥
ਬਾਬਾ ਮਾਇਆ ਸਾਥਿ ਨ ਹੋਇ ॥
ହେ ବାବା! ମାୟା ମନୁଷ୍ୟର ସାଥିରେ ଯାଏ ନାହିଁ।
ਇਨਿ ਮਾਇਆ ਜਗੁ ਮੋਹਿਆ ਵਿਰਲਾ ਬੂਝੈ ਕੋਇ ॥ ਰਹਾਉ ॥
ଏହି ମାୟା ସାରା ଦୁନିଆକୁ ମୋହିତ କରି ରଖିଛି, କିନ୍ତୁ କେହି ବିରଳ ପୁରୁଷ ହିଁ ଏହି ତଥ୍ୟକୁ ଜାଣିଥାଏ॥ରୁହ॥
ਹਾਣੁ ਹਟੁ ਕਰਿ ਆਰਜਾ ਸਚੁ ਨਾਮੁ ਕਰਿ ਵਥੁ ॥
ନିତ୍ୟ କ୍ଷୀଣ ହେଉଥିବା ଆୟୁକୁ ନିଜ ଦୋକାନ ବନାଅ ଆଉ ସେଥିରେ ସତ୍ୟନାମକୁ ସଉଦା ବନାଅ।
ਸੁਰਤਿ ਸੋਚ ਕਰਿ ਭਾਂਡਸਾਲ ਤਿਸੁ ਵਿਚਿ ਤਿਸ ਨੋ ਰਖੁ ॥
ସୁରତି ଏବଂ ଚିନ୍ତନକୁ ନିଜ ମାଲ-ଗୋଦାମ ବନାଅ ଆଉ ଏହି ମାଲ-ଗୋଦାମରେ ତୁ ସେହି ସତ୍ୟନାମ ରଖ।
ਵਣਜਾਰਿਆ ਸਿਉ ਵਣਜੁ ਕਰਿ ਲੈ ਲਾਹਾ ਮਨ ਹਸੁ ॥੨॥
ପ୍ରଭୁଙ୍କ ନାମ ବ୍ୟାପାରୀଙ୍କ ସହିତ ବ୍ୟାପାର କର ଆଉ ଲାଭ ପ୍ରାପ୍ତ କରି ନିଜ ମନରେ ସୁପ୍ରସନ୍ନ ହୁଅ॥2॥
ਸੁਣਿ ਸਾਸਤ ਸਉਦਾਗਰੀ ਸਤੁ ਘੋੜੇ ਲੈ ਚਲੁ ॥
ଶାସ୍ତ୍ରକୁ ଶୁଣୁଥିବା ତୋର ବ୍ୟାପାରକୁ ଓ ସତ୍ୟନାମ ରୂପୀ ଘୋଡାକୁ (ମାଲ) ବିକ୍ରି କରିବା ପାଇଁ ଚାଲ।
ਖਰਚੁ ਬੰਨੁ ਚੰਗਿਆਈਆ ਮਤੁ ਮਨ ਜਾਣਹਿ ਕਲੁ ॥
ନିଜ ଗୁଣକୁ ଯାତ୍ରାର ଖର୍ଚ୍ଚ ବନାଅ ଆଉ ନିଜ ମନରେ ଆସୁଥୁବା ପ୍ରଭାତକୁ ଖିଆଲ କର ନାହିଁ।
ਨਿਰੰਕਾਰ ਕੈ ਦੇਸਿ ਜਾਹਿ ਤਾ ਸੁਖਿ ਲਹਹਿ ਮਹਲੁ ॥੩॥
ଯେବେ ତୁ ନିଆରାକର ପ୍ରଭୁଙ୍କ ଦେଶକୁ ଯିବୁ, ସେତେବେଳେ ତୋତେ ତାହାଙ୍କ ମହଲରେ ସୁଖ ପ୍ରାପ୍ତ ହେବ॥3॥
ਲਾਇ ਚਿਤੁ ਕਰਿ ਚਾਕਰੀ ਮੰਨਿ ਨਾਮੁ ਕਰਿ ਕੰਮੁ ॥
ଚିତ୍ତ ଲଗାଇ ନିଜର ପ୍ରଭୁ-ଭକ୍ତି ରୂପୀ ନୌକରି କର ଆଉ ମନରେ ନାମ ସ୍ମରଣର କାମ କର।