Guru Granth Sahib Translation Project

guru granth sahib odia page-589

Page 589

ਸੋ ਸਤਿਗੁਰੁ ਤਿਨ ਕਉ ਭੇਟਿਆ ਜਿਨ ਕੈ ਮੁਖਿ ਮਸਤਕਿ ਭਾਗੁ ਲਿਖਿ ਪਾਇਆ ॥੭॥ ଏପରି ସଦଗୁରୁଙ୍କ ସହିତ ସେହି ଲୋକଙ୍କ ହିଁ ଭେଟ ହୋଇଥାଏ, ଯାହାର କପାଳରେ ପରମାତ୍ମା ଭାଗ୍ୟ ଲେଖିଥାନ୍ତି॥7॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਭਗਤਿ ਕਰਹਿ ਮਰਜੀਵੜੇ ਗੁਰਮੁਖਿ ਭਗਤਿ ਸਦਾ ਹੋਇ ॥ ଅହଂକାରରୁ ମୃତ ହୋଇଥିବା ଜୀବ ହିଁ ଭଗବାନଙ୍କ ଭକ୍ତି କରିଥାଏ ଆଉ ଗୁରୁ ଦ୍ଵାରା ଭକ୍ତି କରାଯାଇ ପାରେ।
ਓਨਾ ਕਉ ਧੁਰਿ ਭਗਤਿ ਖਜਾਨਾ ਬਖਸਿਆ ਮੇਟਿ ਨ ਸਕੈ ਕੋਇ ॥ ଭକ୍ତିର ଭଣ୍ଡାର ତାହାକୁ ପ୍ରାରମ୍ଭରୁ ହିଁ ଦିଆଯାଇଛି, ଯାହା କେହି ମଧ୍ୟ ଦୂର କରିପାରେ ନାହିଁ।
ਗੁਣ ਨਿਧਾਨੁ ਮਨਿ ਪਾਇਆ ਏਕੋ ਸਚਾ ਸੋਇ ॥ ଏପରି ମହାପୁରୁଷ ନିଜ ମନରେ ହିଁ ଗୁଣର ଭଣ୍ଡାର ଏକ ପରମ-ସତ୍ୟକୁ ପ୍ରାପ୍ତ କରିନିଏ।
ਨਾਨਕ ਗੁਰਮੁਖਿ ਮਿਲਿ ਰਹੇ ਫਿਰਿ ਵਿਛੋੜਾ ਕਦੇ ਨ ਹੋਇ ॥੧॥ ନାନକ କହନ୍ତି ଯେ ଗୁରୁମୁଖୀ ବ୍ୟକ୍ତି ସର୍ବଦା ଭଗବାନଙ୍କ ସହିତ ଥାଏ ଆଉ ସେ କେବେ ବିଚ୍ଛେଦ ହୁଏନାହିଁ॥1॥
ਮਃ ੩ ॥ ମହଲା 3 ॥
ਸਤਿਗੁਰ ਕੀ ਸੇਵ ਨ ਕੀਨੀਆ ਕਿਆ ਓਹੁ ਕਰੇ ਵੀਚਾਰੁ ॥ ଯେଉଁ ବ୍ୟକ୍ତି ସଦଗୁରୁଙ୍କ ସେବା କରେ ନାହିଁ, ସେ କିପରି ଚିନ୍ତନ କରି ପାରିବ?
ਸਬਦੈ ਸਾਰ ਨ ਜਾਣਈ ਬਿਖੁ ਭੂਲਾ ਗਾਵਾਰੁ ॥ ମୂର୍ଖ ବ୍ୟକ୍ତି ବିକାରରେ ପଥଭ୍ରଷ୍ଟ ରହିଥାଏ ଏବଂ ଶବ୍ଦର ସାର ବୁଝେ ନାହିଁ।
ਅਗਿਆਨੀ ਅੰਧੁ ਬਹੁ ਕਰਮ ਕਮਾਵੈ ਦੂਜੈ ਭਾਇ ਪਿਆਰੁ ॥ ଅଜ୍ଞାନ ଏବଂ ଅନ୍ଧ ମନୁଷ୍ୟ ବହୁତ କର୍ମ କରିଥାଏ ଆଉ ଦୈତ୍ୟଭାବ ସହିତ ପ୍ରେମ କରିଥାଏ।
ਅਣਹੋਦਾ ਆਪੁ ਗਣਾਇਦੇ ਜਮੁ ਮਾਰਿ ਕਰੇ ਤਿਨ ਖੁਆਰੁ ॥ ଯେଉଁ ବ୍ୟକ୍ତି ଗୁଣହୀନ ହୋଇ ମଧ୍ୟ ନିଜକୁ ବଡ କହିଥାଏ, ତାହାକୁ ମୃତ୍ୟୁ ଦୂତ ଉତ୍ପୀଡନ କରିଥାଏ।
ਨਾਨਕ ਕਿਸ ਨੋ ਆਖੀਐ ਜਾ ਆਪੇ ਬਖਸਣਹਾਰੁ ॥੨॥ ନାନକ କହନ୍ତି ଯେ ଆଉ କାହାକୁ କହିବା, ଯେତେବେଳେ ଭଗବାନ ସ୍ଵୟଂ ହିଁ କ୍ଷମାଶୀଳ ଅଟନ୍ତି॥2॥
ਪਉੜੀ ॥ ପଉଡି ॥
ਤੂ ਕਰਤਾ ਸਭੁ ਕਿਛੁ ਜਾਣਦਾ ਸਭਿ ਜੀਅ ਤੁਮਾਰੇ ॥ ହେ ସୃଷ୍ଟିକର୍ତ୍ତା! ତୁ ସବୁ କିଛି ଜାଣି ଅଛୁ ଏବଂ ଏହି ସବୁ ଜୀବ ତୋର ନିଜର ଅଟନ୍ତି।
ਜਿਸੁ ਤੂ ਭਾਵੈ ਤਿਸੁ ਤੂ ਮੇਲਿ ਲੈਹਿ ਕਿਆ ਜੰਤ ਵਿਚਾਰੇ ॥ ଯାହାକୁ ତୁ ପସନ୍ଦ କରୁ ତାହାକୁ ନିଜ ସାଥିରେ ମିଳନ କରାଉ, କିନ୍ତୁ ଏହି ବିଚରା ଜୀବ କଣ କରି ପାରିବ?
ਤੂ ਕਰਣ ਕਾਰਣ ਸਮਰਥੁ ਹੈ ਸਚੁ ਸਿਰਜਣਹਾਰੇ ॥ ହେ ସଚ୍ଚା ସୃଜନହାର! ତୁ ସମସ୍ତ କାର୍ଯ୍ୟ କରିବା ଏବଂ କରାଇବାରେ ସମର୍ଥ ଅଟୁ।
ਜਿਸੁ ਤੂ ਮੇਲਹਿ ਪਿਆਰਿਆ ਸੋ ਤੁਧੁ ਮਿਲੈ ਗੁਰਮੁਖਿ ਵੀਚਾਰੇ ॥ ହେ ପ୍ରିୟତମ! ଯାହାକୁ ତୁ ସ୍ଵୟଂ ନିଜ ସାଥିରେ ମିଶାଇଛୁ, ସେ ହିଁ ଗୁରୁମୁଖୀ ହୋଇ ତୋର ଚିନ୍ତନ କରି ତୋ’ ଠାରେ ବିଲୀନ ହୋଇଯାଏ।
ਹਉ ਬਲਿਹਾਰੀ ਸਤਿਗੁਰ ਆਪਣੇ ਜਿਨਿ ਮੇਰਾ ਹਰਿ ਅਲਖੁ ਲਖਾਰੇ ॥੮॥ ମୁଁ ନିଜ ସଚ୍ଚା ଗୁରୁ ପ୍ରତି ଶତ ଶତ ସମର୍ପିତ ଅଟେ, ଯିଏ ମୋର ଅଦୃଶ୍ୟ ଭଗବାନଙ୍କ ଦର୍ଶନ କରାଇ ଦେଇଛନ୍ତି॥8॥
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3 ॥
ਰਤਨਾ ਪਾਰਖੁ ਜੋ ਹੋਵੈ ਸੁ ਰਤਨਾ ਕਰੇ ਵੀਚਾਰੁ ॥ ରତ୍ନର ଯାଞ୍ଚକାରୀ ରତ୍ନ ଉପରେ ବିଚାର କରିଥାଏ।
ਰਤਨਾ ਸਾਰ ਨ ਜਾਣਈ ਅਗਿਆਨੀ ਅੰਧੁ ਅੰਧਾਰੁ ॥ କିନ୍ତୁ ଅଜ୍ଞାନ ଓ ପରମ ଅନ୍ଧ ବ୍ୟକ୍ତି ରତ୍ନର ମୂଲ୍ୟ ଜାଣି ନଥାଏ।
ਰਤਨੁ ਗੁਰੂ ਕਾ ਸਬਦੁ ਹੈ ਬੂਝੈ ਬੂਝਣਹਾਰੁ ॥ କେହି ବିଦ୍ଵାନ ହି ଏହି କଥା ବୁଝିଥାଏ ଯେ ଗୁରୁଙ୍କ ଶବ୍ଦ ହିଁ ରତ୍ନ ଅଟେ।
ਮੂਰਖ ਆਪੁ ਗਣਾਇਦੇ ਮਰਿ ਜੰਮਹਿ ਹੋਇ ਖੁਆਰੁ ॥ ମୂର୍ଖ ମନୁଷ୍ୟ ସ୍ଵୟଂ ଉପରେ ବଡ ଗର୍ବ କରିଥାଏ, ପରନ୍ତୁ ଏପରି ମନୁଷ୍ୟ ଜନ୍ମ-ମରଣ ଚକ୍ରରେ ପଡି ଦୁଃଖୀ ହୋଇ ରହିଥାଏ।
ਨਾਨਕ ਰਤਨਾ ਸੋ ਲਹੈ ਜਿਸੁ ਗੁਰਮੁਖਿ ਲਗੈ ਪਿਆਰੁ ॥ ନାନକ କହନ୍ତି ଯେ ନାମ-ରତ୍ନ ପ୍ରାପ୍ତି ସେହି ବ୍ୟକ୍ତିକୁ ହି ହୋଇଥାଏ, ଯାହା ଦ୍ଵାରା ଗୁରୁମୁଖୀ ବନି ନାମ ସହିତ ପ୍ରେମ ହୋଇଥାଏ।
ਸਦਾ ਸਦਾ ਨਾਮੁ ਉਚਰੈ ਹਰਿ ਨਾਮੋ ਨਿਤ ਬਿਉਹਾਰੁ ॥ ଏପରି ବ୍ୟକ୍ତି ଦିନ-ରାତି ହରିନାମର ହିଁ ଉଚ୍ଚାରଣ କରିଥାଏ ଆଉ ଏହା ହିଁ ତାହାର ପ୍ରତିଦିନ ବ୍ୟବହାର ହୋଇଯାଏ।
ਕ੍ਰਿਪਾ ਕਰੇ ਜੇ ਆਪਣੀ ਤਾ ਹਰਿ ਰਖਾ ਉਰ ਧਾਰਿ ॥੧॥ ଯଦି ପରମେଶ୍ଵର ନିଜେ କୃପା କରନ୍ତି, ତାହାହେଲେ ମୁଁ ତାହାଙ୍କୁ ନିଜ ହୃଦୟରେ ସ୍ଥାପନ କରି ପାରିବି॥1॥
ਮਃ ੩ ॥ ମହଲା 3 ॥
ਸਤਿਗੁਰ ਕੀ ਸੇਵ ਨ ਕੀਨੀਆ ਹਰਿ ਨਾਮਿ ਨ ਲਗੋ ਪਿਆਰੁ ॥ ଯେଉଁ ବ୍ୟକ୍ତି ଗୁରୁଙ୍କ ସେବା କରେ ନାହିଁ ଏବଂ ହରିଙ୍କ ନାମ ସହିତ ପ୍ରେମ ଲଗାଏ ନାହିଁ,
ਮਤ ਤੁਮ ਜਾਣਹੁ ਓਇ ਜੀਵਦੇ ਓਇ ਆਪਿ ਮਾਰੇ ਕਰਤਾਰਿ ॥ ତାହାକୁ ଜୀବିତ ଭାବ ନାହିଁ, କାରଣ ତାହାକୁ କର୍ତ୍ତା ପ୍ରଭୁ ସ୍ଵୟଂ ହିଁ ସମାପ୍ତ କରିଛନ୍ତି।
ਹਉਮੈ ਵਡਾ ਰੋਗੁ ਹੈ ਭਾਇ ਦੂਜੈ ਕਰਮ ਕਮਾਇ ॥ ଅହଂକାର ଏକ ବଡ ଭୟାନକ ରୋଗ ଅଟେ, ଏହି ରୋଗ ମନୁଷ୍ୟ ଦ୍ଵାରା ଦୈତ୍ୟଭାବର କର୍ମ କରାଇ ଥାଏ।
ਨਾਨਕ ਮਨਮੁਖਿ ਜੀਵਦਿਆ ਮੁਏ ਹਰਿ ਵਿਸਰਿਆ ਦੁਖੁ ਪਾਇ ॥੨॥ ନାନକ କହନ୍ତି ଯେ ମନମୁଖୀ ମନୁଷ୍ୟ ଜୀବିତ ରହି ମଧ୍ୟ ମୃତ ଭଳି ଥାଏ ଆଉ ପ୍ରଭୁଙ୍କୁ ଭୁଲି ବହୁତ ଦୁଃଖୀ ହୋଇଥାଏ॥2॥
ਪਉੜੀ ॥ ପଉଡି ॥
ਜਿਸੁ ਅੰਤਰੁ ਹਿਰਦਾ ਸੁਧੁ ਹੈ ਤਿਸੁ ਜਨ ਕਉ ਸਭਿ ਨਮਸਕਾਰੀ ॥ ଯାହାର ହୃଦୟ ଭିତର ଶୁଦ୍ଧ ହୋଇଥାଏ, ସେହି ବ୍ୟକ୍ତିକୁ ସମସ୍ତେ ନମସ୍କାର କରିଥାନ୍ତି।
ਜਿਸੁ ਅੰਦਰਿ ਨਾਮੁ ਨਿਧਾਨੁ ਹੈ ਤਿਸੁ ਜਨ ਕਉ ਹਉ ਬਲਿਹਾਰੀ ॥ ଯାହାର ହୃଦୟରେ ନାମର ଭଣ୍ଡାର ଥାଏ, ସେହି ବ୍ୟକ୍ତି ପ୍ରତି ମୁଁ ସମର୍ପିତ ଅଟେ।
ਜਿਸੁ ਅੰਦਰਿ ਬੁਧਿ ਬਿਬੇਕੁ ਹੈ ਹਰਿ ਨਾਮੁ ਮੁਰਾਰੀ ॥ ଯାହାର ଭିତ୍ତରେ ବିବେକ-ବୁଦ୍ଧି ଥାଏ ତଥା ମୁରାରୀ ହରିଙ୍କ ନାମ ବିଦ୍ୟମାନ ଥାଏ,
ਸੋ ਸਤਿਗੁਰੁ ਸਭਨਾ ਕਾ ਮਿਤੁ ਹੈ ਸਭ ਤਿਸਹਿ ਪਿਆਰੀ ॥ ସେହି ସଦଗୁରୁ ସବୁଙ୍କ ମିତ୍ର ଅଟନ୍ତି ତଥା ସାରା ଦୁନିଆ ସହିତ ତାହାର ପ୍ରେମ ଥାଏ।
ਸਭੁ ਆਤਮ ਰਾਮੁ ਪਸਾਰਿਆ ਗੁਰ ਬੁਧਿ ਬੀਚਾਰੀ ॥੯॥ ମୁଁ ଗୁରୁଙ୍କ ପ୍ରଦତ୍ତ ବୁଦ୍ଧି ଦ୍ଵାରା ଏହା ବିଚାର କରିଛି ଯେ ସବୁ ଆତ୍ମା ଠାରେ ରାମଙ୍କ ଏହି ପ୍ରସାର ରହିଛି ॥6॥
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3 ॥
ਬਿਨੁ ਸਤਿਗੁਰ ਸੇਵੇ ਜੀਅ ਕੇ ਬੰਧਨਾ ਵਿਚਿ ਹਉਮੈ ਕਰਮ ਕਮਾਹਿ ॥ ସଦଗୁରୁଙ୍କ ସେବା ବିନା ସେହି କର୍ମ ଜୀବ ପାଇଁ ବନ୍ଧନ ବନିଯାଏ ଯେଉଁ କର୍ମ ସେ ଅହଂକାରରେ ହିଁ କରିଥାଏ।
ਬਿਨੁ ਸਤਿਗੁਰ ਸੇਵੇ ਠਉਰ ਨ ਪਾਵਹੀ ਮਰਿ ਜੰਮਹਿ ਆਵਹਿ ਜਾਹਿ ॥ ଗୁରୁଙ୍କ ସେବା ବିନା ଜୀବକୁ ସୁଖର ସ୍ଥାନ ମିଳେନାହିଁ ଆଉ ସେ ଜନ୍ମ ମରଣ ଚକ୍ରରେ ପଡିଥାଏ।
ਬਿਨੁ ਸਤਿਗੁਰ ਸੇਵੇ ਫਿਕਾ ਬੋਲਣਾ ਨਾਮੁ ਨ ਵਸੈ ਮਨ ਮਾਹਿ ॥ ସଦଗୁରୁଙ୍କ ସେବା ବିନା ମନୁଷ୍ୟ କଟୁ ବଚନ ବୋଲିଥାଏ ଏବଂ ତାହାର ମନରେ ଭଗବାନଙ୍କ ନାମ ବାସ କରେ ନାହିଁ।


© 2017 SGGS ONLINE
Scroll to Top