Guru Granth Sahib Translation Project

guru granth sahib odia page-58

Page 58

ਭਾਈ ਰੇ ਅਵਰੁ ਨਾਹੀ ਮੈ ਥਾਉ ॥ ହେ ଭାଇ! ଗୁରୁଙ୍କ ବିନା ମୋର ଅନ୍ୟ କୌଣସି ସ୍ଥାନ ନାହିଁ।
ਮੈ ਧਨੁ ਨਾਮੁ ਨਿਧਾਨੁ ਹੈ ਗੁਰਿ ਦੀਆ ਬਲਿ ਜਾਉ ॥੧॥ ਰਹਾਉ ॥ ଗୁରୁ କୃପା କରି ମୋତେ ହରିନାମର ଦୌଲତର ଖଜଣା ପ୍ରଦାନ କରିଛନ୍ତି, ମୁଁ ତାଙ୍କ ପ୍ରତି ସମର୍ପିତ ଅଟେ ॥1॥ରୁହ॥
ਗੁਰਮਤਿ ਪਤਿ ਸਾਬਾਸਿ ਤਿਸੁ ਤਿਸ ਕੈ ਸੰਗਿ ਮਿਲਾਉ ॥ ଗୁରୁଙ୍କ ଉପଦେଶ ଦ୍ଵାରା ବଡ ଯଶ ପ୍ରାପ୍ତ ହୋଇଥାଏ। ଇଶ୍ଵର କରନ୍ତୁ ମୋର ତାହାଙ୍କ ସହିତ ସାକ୍ଷାତ ହେଉ।
ਤਿਸੁ ਬਿਨੁ ਘੜੀ ਨ ਜੀਵਊ ਬਿਨੁ ਨਾਵੈ ਮਰਿ ਜਾਉ ॥ ତାଙ୍କରି ବିନା ମୁଁ କ୍ଷଣ-ମାତ୍ର ମଧ୍ୟ ଜୀବିତ ରହିପାରିବି ନାହିଁ ।ତାଙ୍କ ନାମର ବିନା ମୁଁ ପ୍ରାଣ ତ୍ୟାଗ କରିଦେଉଛି ।
ਮੈ ਅੰਧੁਲੇ ਨਾਮੁ ਨ ਵੀਸਰੈ ਟੇਕ ਟਿਕੀ ਘਰਿ ਜਾਉ ॥੨॥ ମୁଁ ନେତ୍ରହୀନ (ଜ୍ଞାନହୀନ) କୁ ସେହି ପାରବ୍ରହ୍ମ –ପ୍ରଭୁଙ୍କ ନାମ କଦାପି ବିସ୍ମୃତ ନହେଉ ।ତାଙ୍କ ଶରଣରେ ରହି ମୁଁ ନିଜ ଧାମ (ପରଲୋକ ) ମୁଁ ପହଞ୍ଚିଯିବି ।
ਗੁਰੂ ਜਿਨਾ ਕਾ ਅੰਧੁਲਾ ਚੇਲੇ ਨਾਹੀ ਠਾਉ ॥ ଯେଉଁମାନଙ୍କ ଗୁରୁ ନେତ୍ରହୀନ (ଜ୍ଞାନହୀନ), ତାଙ୍କ ଶିଷ୍ୟଙ୍କୁ କେଉଁଠାରେ ମଧ୍ୟ ସ୍ଥାନ ମିଳିନଥାଏ ।
ਬਿਨੁ ਸਤਿਗੁਰ ਨਾਉ ਨ ਪਾਈਐ ਬਿਨੁ ਨਾਵੈ ਕਿਆ ਸੁਆਉ ॥ ସଦଗୁରୁଙ୍କ ବିନା ପରମେଶ୍ଵରଙ୍କ ନାମ ପ୍ରାପ୍ତ ହୋଇନଥାଏ। ନାମର ବିନା ମନୁଷ୍ୟ ଜୀବନର କଣ ମନୋରଥ?
ਆਇ ਗਇਆ ਪਛੁਤਾਵਣਾ ਜਿਉ ਸੁੰਞੈ ਘਰਿ ਕਾਉ ॥੩॥ ଭଙ୍ଗା ଘରେ କାଉ ଭଳି ଚକ୍କର ଲଗାଇବା ଭଳି ମନୁଷ୍ୟ ନିଜର ଜନ୍ମ-ମୃତ୍ୟୁ ଚକ୍ରରେ ଦୁଃଖ ବ୍ୟକ୍ତ କରିଥାଏ।
ਬਿਨੁ ਨਾਵੈ ਦੁਖੁ ਦੇਹੁਰੀ ਜਿਉ ਕਲਰ ਕੀ ਭੀਤਿ ॥ ନାମର ବିନା ମାନବ ଦେହି ଏମିତି ସଂତାପ କରୁଛି ଯେମିତି ମାଟିର କାନ୍ଥ ଲାଗିଥିବା ଇଟାର କାନ୍ଥ ଧ୍ଵସ୍ତ ହୋଇଯାଉଛି ।
ਤਬ ਲਗੁ ਮਹਲੁ ਨ ਪਾਈਐ ਜਬ ਲਗੁ ਸਾਚੁ ਨ ਚੀਤਿ ॥ ଯେଉଁ ପର୍ଯ୍ୟନ୍ତ ସତ୍ୟ ନାମ ପ୍ରାଣୀର ମନରେ ପ୍ରବେଶ କରେ ନାହିଁ , ସେ ପର୍ଯ୍ୟନ୍ତ ସତ୍ୟ(ପ୍ରଭୁ)ଙ୍କ ସଂଗତି ତାକୁ ପ୍ରାପ୍ତ ହେଉ ନାହିଁ ।
ਸਬਦਿ ਰਪੈ ਘਰੁ ਪਾਈਐ ਨਿਰਬਾਣੀ ਪਦੁ ਨੀਤਿ ॥੪॥ ନାମର ସହିତ ରଙ୍ଗୀନ ହେଲେ ନିଜ ଗୃହରେ ହିଁ ପ୍ରାଣୀକୁ ସବୁଦିନେ ସ୍ଥିର ମୋକ୍ଷ-ପଦ ମିଳିଯାଉଛି॥4॥
ਹਉ ਗੁਰ ਪੂਛਉ ਆਪਣੇ ਗੁਰ ਪੁਛਿ ਕਾਰ ਕਮਾਉ ॥ ମୁଁ ନିଜ ଗୁରୁଙ୍କଠାରୁ ଯାଇ ପଚାରିବି ଆଉ ତାଙ୍କୁ ପଚାରି ଆଚରଣ କରିବି ।
ਸਬਦਿ ਸਲਾਹੀ ਮਨਿ ਵਸੈ ਹਉਮੈ ਦੁਖੁ ਜਲਿ ਜਾਉ ॥ ମୁଁ ନାମ ଦ୍ଵାରା ଭଗବାନଙ୍କ ମହିମା କରିବି ଯିଏ ମୋର ମନରେ ଆସି ବାସ କରନ୍ତି ଆଉ ମୋର ଅହଙ୍କାରର ଦୁଖ ଜଳି ଯାଏ ।
ਸਹਜੇ ਹੋਇ ਮਿਲਾਵੜਾ ਸਾਚੇ ਸਾਚਿ ਮਿਲਾਉ ॥੫॥ ସହଜ ହିଁ ମୋର ଭଗବାନଙ୍କ ଠାରୁ ମିଳନ ହେଇଯାଉ ଆଉ ମୁଁ ସତ୍ୟ ପ୍ରଭୂଙ୍କ ସହ ସବୁଦିନେ ମିଳନ କରୁଥିବି। ॥5॥
ਸਬਦਿ ਰਤੇ ਸੇ ਨਿਰਮਲੇ ਤਜਿ ਕਾਮ ਕ੍ਰੋਧੁ ਅਹੰਕਾਰੁ ॥ ସେହି ପବିତ୍ର ପାବନ ଅଟନ୍ତି ଯିଏ କାମ,କ୍ରୋଧ ଏବଂ ଅହଂକାର କୁ ତ୍ୟାଗ କରି ନାମରେ ମଗ୍ନ ଅଛନ୍ତି ।
ਨਾਮੁ ਸਲਾਹਨਿ ਸਦ ਸਦਾ ਹਰਿ ਰਾਖਹਿ ਉਰ ਧਾਰਿ ॥ ସେ ସବୁଦିନେ ହିଁ ନାମର ମହିମା କରୁଛି ଆଉ ଭଗବାନଙ୍କୁ ନିଜ ହୃଦୟରେ ବାସ କରାଉଛି।
ਸੋ ਕਿਉ ਮਨਹੁ ਵਿਸਾਰੀਐ ਸਭ ਜੀਆ ਕਾ ਆਧਾਰੁ ॥੬॥ ନିଜ ଚିତ୍ତର ଭିତରେ ଆମେ ତାଙ୍କୁ କାହିଁକି ଭୁଲିବା , ଯିଏ ସମସ୍ତ ପ୍ରାଣିମାନଙ୍କର ଆଧାର ?
ਸਬਦਿ ਮਰੈ ਸੋ ਮਰਿ ਰਹੈ ਫਿਰਿ ਮਰੈ ਨ ਦੂਜੀ ਵਾਰ ॥ ଯେଉଁ ବ୍ୟକ୍ତି ଶବ୍ଦ ଦ୍ଵାରା ନିଜ ଅହଂକାର କୁ ମାରିଦେଉଛି । ସେ ମୃତ୍ୟୁର ବନ୍ଧନରୁ ମୁକ୍ତ ହୋଇଯାଉଛି ଆଉ ପୁନଃ ଦ୍ଵିତୀୟ ଥର ମରେ ନାହିଁ ।
ਸਬਦੈ ਹੀ ਤੇ ਪਾਈਐ ਹਰਿ ਨਾਮੇ ਲਗੈ ਪਿਆਰੁ ॥ ଗୁରୁ-ଉପଦେଶରୁ ହିଁ ଇଶ୍ଵରଙ୍କ ନାମ ହେତୁ ପ୍ରୀତି ଉତ୍ପନ୍ନ ହୋଇଯାଇଥାଏ ଆଉ ପରମାତ୍ମା ମିଳିଯାଉଛନ୍ତି
ਬਿਨੁ ਸਬਦੈ ਜਗੁ ਭੂਲਾ ਫਿਰੈ ਮਰਿ ਜਨਮੈ ਵਾਰੋ ਵਾਰ ॥੭॥ ଇଶ୍ଵରଙ୍କ ନାମ ବିନା ଜଗତ ଯଥାର୍ଥରୁ ଅଜଣା ହୋଇ ପଥଭ୍ରଷ୍ଟ ହୋଇଯାଉଛି ଆଉ ପୁନଃ ପୁନଃ ଜନ୍ମ-ମୃତ୍ୟୁର ଚକ୍ରରେ ପଡିଯାଉଛି ।
ਸਭ ਸਾਲਾਹੈ ਆਪ ਕਉ ਵਡਹੁ ਵਡੇਰੀ ਹੋਇ ॥ ପ୍ରତ୍ୟେକ ଜୀବ ନିଜେ ନିଜ ପ୍ରଶଂସା କରୁଛି ଆଉ ନିଜେ ନିଜ କୁ ମହାନ ଜଣାଇବା ଚାହୁଁଛି ।
ਗੁਰ ਬਿਨੁ ਆਪੁ ਨ ਚੀਨੀਐ ਕਹੇ ਸੁਣੇ ਕਿਆ ਹੋਇ ॥ ଗୁରୁଙ୍କ ବିନା ଆତ୍ମ-ପରିଚୟ ହେଇପାରିବ ନାହିଁ। କେବଳ କହିବା-ଶୁଣିବାରୁ କଣ ହୋଇପାରିବ ?
ਨਾਨਕ ਸਬਦਿ ਪਛਾਣੀਐ ਹਉਮੈ ਕਰੈ ਨ ਕੋਇ ॥੮॥੮॥ ହେ ନାନକ ! ଯଦି ମନୁଷ୍ୟ ପ୍ରଭୁଙ୍କ ସ୍ମରଣ ଦ୍ଵାରା ଆତ୍ମ-ସ୍ବରୂପର ପରିଚୟ କରିଦେବ ତାହାହେଲେ ସେ ନିଯେ ନିଜ ଉପରେ ଅହଙ୍କାର କରିପାରିବନି ।
ਸਿਰੀਰਾਗੁ ਮਹਲਾ ੧ ॥ ସିରିରାଗ ମହଲା 1 ॥
ਬਿਨੁ ਪਿਰ ਧਨ ਸੀਗਾਰੀਐ ਜੋਬਨੁ ਬਾਦਿ ਖੁਆਰੁ ॥ ପ୍ରାଣପତି ପରମେଶ୍ଵରଙ୍କ ବିନା ଭାର୍ଯ୍ୟାଙ୍କ ହାର-ଶୃଙ୍ଗାର ଏବଂ ସୁନ୍ଦର ଯୌବନ ବ୍ୟର୍ଥ ଏବଂ ନଷ୍ଟ ହୋଇଯାଏ ।
ਨਾ ਮਾਣੇ ਸੁਖਿ ਸੇਜੜੀ ਬਿਨੁ ਪਿਰ ਬਾਦਿ ਸੀਗਾਰੁ ॥ ସେ ନିଜ ପ୍ରାଣପତିଙ୍କ ସେଜର ଆନନ୍ଦ ଭୋଗୁ ନାହିଁ ।ପତିଙ୍କ ଅନୁପସ୍ଥିତିରେ ତାଙ୍କ ସମସ୍ତ ହାର-ଶୃଙ୍ଗାର ବ୍ୟର୍ଥ ।
ਦੂਖੁ ਘਣੋ ਦੋਹਾਗਣੀ ਨਾ ਘਰਿ ਸੇਜ ਭਤਾਰੁ ॥੧॥ ଭାଗ୍ୟହୀନ ପତ୍ନୀଙ୍କୁ ଅତ୍ୟନ୍ତ କଷି ହେଉଛି । ତାଙ୍କ ପତି ତାଙ୍କର ଗୃହର ସେଜ ଉପରେ ବିଶ୍ରାମ କରୁ ନାହାନ୍ତି ।
ਮਨ ਰੇ ਰਾਮ ਜਪਹੁ ਸੁਖੁ ਹੋਇ ॥ ହେ ମୋର ମନ ! ରାମ ନାମ ଜପ, ସେତେବେଳେ ସୁଖ ମିଳିବ ।
ਬਿਨੁ ਗੁਰ ਪ੍ਰੇਮੁ ਨ ਪਾਈਐ ਸਬਦਿ ਮਿਲੈ ਰੰਗੁ ਹੋਇ ॥੧॥ ਰਹਾਉ ॥ ଗୁରୁଙ୍କ ବିନା ଭଗବାନଙ୍କ ଠାରୁ ପ୍ରେମ ମିଳେନାହିଁ । ଯଦି ନାମ ମିଳିଯାଏ ସେତେବେଳେ ପ୍ରେମର ରଙ୍ଗ ଅଧିକ ହୁଏ ।
ਗੁਰ ਸੇਵਾ ਸੁਖੁ ਪਾਈਐ ਹਰਿ ਵਰੁ ਸਹਜਿ ਸੀਗਾਰੁ ॥ ଗୁରୁଙ୍କ ସେବାଠୁ ବଡ ସୁଖ ମିଳୁଛି ଆଉ ଜ୍ଞାନର ହାର-ଶୃଙ୍ଗାର କରିଲେ ପତ୍ନୀ ଈଶ୍ଵରଙ୍କୁ ନିଜ ପତି ଭାବରେ ପାଇଯାଉଛନ୍ତି ।
ਸਚਿ ਮਾਣੇ ਪਿਰ ਸੇਜੜੀ ਗੂੜਾ ਹੇਤੁ ਪਿਆਰੁ ॥ ପ୍ରଭୁଙ୍କ ବହୁତ ପ୍ରେମ ଦ୍ଵାରା ପତ୍ନୀ ନିଶ୍ଚିତ ହିଁ ନିଜ ପ୍ରୀତମଙ୍କ ସେଜରେ ଆନନ୍ଦ ପାନ୍ତି ।
ਗੁਰਮੁਖਿ ਜਾਣਿ ਸਿਞਾਣੀਐ ਗੁਰਿ ਮੇਲੀ ਗੁਣ ਚਾਰੁ ॥੨॥ ଗୁରୁଙ୍କ କୃପାରୁ ପତ୍ନୀଙ୍କ ନିଜ ପ୍ରାଣପତି ପ୍ରଭୁଙ୍କଠାରୁ ପରିଚୟ ହେଉଛି । ଗୁରୁଙ୍କ ମିଳନରୁ ସେ ସୁଶୀଳ ଆଚରଣ ବାଲୀ ହୋଇଯାନ୍ତି ।
ਸਚਿ ਮਿਲਹੁ ਵਰ ਕਾਮਣੀ ਪਿਰਿ ਮੋਹੀ ਰੰਗੁ ਲਾਇ ॥ ହେ ଜୀବ ସ୍ତ୍ରୀ ! ସତ୍ୟର ଦ୍ଵାରା ତୁ ନିଜ ପତିଙ୍କ ଠାରୁ ମିଳନ କରେ। ତାଙ୍କଠୁ ପ୍ରେମ କରିକି ତୁମେ ନିଜ ପ୍ରିୟତମ ଉପରେ ଆକର୍ଷିତ ହୋଇଯିବ ।ହେ ଜୀବ ସ୍ତ୍ରୀ ! ତୋର ପତି ତୋର ନିଜ ପ୍ରେମ ଉପରେ ଆକର୍ଷିତ କରିଛି , ସେଥିପାଇଁ ତାର ପ୍ରେମରେ ଲୀନ ହୋଇଯାଅ ।
ਮਨੁ ਤਨੁ ਸਾਚਿ ਵਿਗਸਿਆ ਕੀਮਤਿ ਕਹਣੁ ਨ ਜਾਇ ॥ ସତ୍ୟ ପରମେଶ୍ଵରଙ୍କ ସହିତ ତାର ତନ-ମନ ପ୍ରଫୁଲ୍ଲିତ ହୋଇଯିବ ଆଉ ତାର ମୂଲ୍ୟ ପାଇପାରିବା ନାହିଁ
ਹਰਿ ਵਰੁ ਘਰਿ ਸੋਹਾਗਣੀ ਨਿਰਮਲ ਸਾਚੈ ਨਾਇ ॥੩॥ ଯେଉଁ ଜୀବ-ସ୍ତ୍ରୀଙ୍କ ହୃଦୟରେ ତାର ପତି-ପରମେଶ୍ଵର ଅଛନ୍ତି , ସିଏ ତା ସତ୍ୟ ନାମ ନାମର ସହିତ ପବିତ୍ର ହେଇଛି ॥3॥
ਮਨ ਮਹਿ ਮਨੂਆ ਜੇ ਮਰੈ ਤਾ ਪਿਰੁ ਰਾਵੈ ਨਾਰਿ ॥ ଯଦି ସିଏ ନିଜ ଅହଂକାରକୁ ଚିତ୍ତର ଭିତରେ ହିଁ ଚକୁଡି ଦିଏ ତାହାହେଲେ ପ୍ରାଣପତି ପ୍ରଭୁ ତାର ଭରପୁର ସୁଖ ସମ୍ମାନ ଦିଅନ୍ତି ।
ਇਕਤੁ ਤਾਗੈ ਰਲਿ ਮਿਲੈ ਗਲਿ ਮੋਤੀਅਨ ਕਾ ਹਾਰੁ ॥ ସୂତାରେ ଗୁନ୍ଥା ହୋଇଥିବା ମୋତିର ମାଳ ଗଳାରେ ରହି ସୁନ୍ଦର ହୋଇଯାଏ, ସେହିପରି ପତି-ପତ୍ନୀ ଜଣେ ଅନ୍ୟ ଜଣଙ୍କ ସହିତ ମିଳିଯାନ୍ତି।
ਸੰਤ ਸਭਾ ਸੁਖੁ ਊਪਜੈ ਗੁਰਮੁਖਿ ਨਾਮ ਅਧਾਰੁ ॥੪॥ ସତସଙ୍ଗ ଭିତରେ ଗୁରୁ ଦ୍ଵାରା ନାମର ଆଶ୍ରୟ ନେଲେ ଶାନ୍ତି ପ୍ରାପ୍ତ ହୋଇଥାଏ ॥4॥
ਖਿਨ ਮਹਿ ਉਪਜੈ ਖਿਨਿ ਖਪੈ ਖਿਨੁ ਆਵੈ ਖਿਨੁ ਜਾਇ ॥ ମନୁଷ୍ୟର ମନ ଗୋଟେ କ୍ଷଣରେ ଏମିତି ହୋଇଯାଏ , ଯେମିତି ମୃତ ଜୀବିତ ହୋଇଯାଏ ।ସେ ଏକ କ୍ଷଣରେ ମୃତ ସମାନ ହୋଇଯାଏ ।ଏହା ଏକ କ୍ଷଣରେ କେଉଁଠୁ ଆସିଯାଏ ଆଉ ଏକ କ୍ଷଣରେ କେଉଁଠିକି ଚାଲିଯାଏ ।
ਸਬਦੁ ਪਛਾਣੈ ਰਵਿ ਰਹੈ ਨਾ ਤਿਸੁ ਕਾਲੁ ਸੰਤਾਇ ॥ ଯଦି ଏହି ନାମକୁ ଜାଣିପାରିବ ଆଉ ନାମ-ସ୍ମରଣରେ ଲାଗି ରହିବ ତାହାହେଲେ ମୃତ୍ୟୁ ଦୁଖୀ କରେ ନାହିଁ


© 2025 SGGS ONLINE
error: Content is protected !!
Scroll to Top