Guru Granth Sahib Translation Project

guru granth sahib odia page-556

Page 556

ਜਿਚਰੁ ਵਿਚਿ ਦੰਮੁ ਹੈ ਤਿਚਰੁ ਨ ਚੇਤਈ ਕਿ ਕਰੇਗੁ ਅਗੈ ਜਾਇ ॥ ଯେ ପର୍ଯ୍ୟନ୍ତ ଶରୀରରେ ପ୍ରାଣ ଥାଏ, ସେ ପର୍ଯ୍ୟନ୍ତ ମନୁଷ୍ୟ ପରମାତ୍ମାଙ୍କ ନାମ ସ୍ମରଣ କରେ ନାହିଁ।
ਗਿਆਨੀ ਹੋਇ ਸੁ ਚੇਤੰਨੁ ਹੋਇ ਅਗਿਆਨੀ ਅੰਧੁ ਕਮਾਇ ॥ ପୁଣି , ପରେ, ପରଲୋକରେ ପହଞ୍ଚି କଣ କରିବ? ଯେଉଁ ବ୍ୟକ୍ତି ଜ୍ଞାନବାନ ଅଟେ, ସେ ଚେତନ ହୋଇଥାଏ, କିନ୍ତୁ ଅଜ୍ଞାନ ବ୍ୟକ୍ତି ଅନ୍ଧ କର୍ମରେ ହିଁ ସକ୍ରିୟ ରହିଥାଏ।
ਨਾਨਕ ਏਥੈ ਕਮਾਵੈ ਸੋ ਮਿਲੈ ਅਗੈ ਪਾਏ ਜਾਇ ॥੧॥ ହେ ନାନକ! ଈହଲୋକରେ ମନୁଷ୍ୟ ଯେଉଁ କର୍ମ କରିଥାଏ, ତାହା ହିଁ ମିଳିଥାଏ ତଥା ପରଲୋକକୁ ଯାଇ ତାହା ପ୍ରାପ୍ତ ହୋଇଥାଏ॥1॥
ਮਃ ੩ ॥ ମହଲା 3 ॥
ਧੁਰਿ ਖਸਮੈ ਕਾ ਹੁਕਮੁ ਪਇਆ ਵਿਣੁ ਸਤਿਗੁਰ ਚੇਤਿਆ ਨ ਜਾਇ ॥ ଆଦିରୁ ହିଁ ପରମାତ୍ମାଙ୍କ ଅଟଳ ହୁକୁମ ଅଛି ଯେ ସଚ୍ଚା ଗୁରୁଙ୍କ ବିନା ତାହାଙ୍କ ନାମ ସ୍ମରଣ କରାଯାଇ ପାରେ ନାହିଁ।
ਸਤਿਗੁਰਿ ਮਿਲਿਐ ਅੰਤਰਿ ਰਵਿ ਰਹਿਆ ਸਦਾ ਰਹਿਆ ਲਿਵ ਲਾਇ ॥ ଯଦି ସଚ୍ଚା ଗୁରୁ ମିଳିଯାନ୍ତି, ତାହାହେଲେ ମନୁଷ୍ୟ ନିଜ ମନରେ ହିଁ ପରମାତ୍ମାଙ୍କୁ ବ୍ୟାପକ ଅନୁଭବ କରିଥାଏ ଏବଂ ସର୍ବଦା ତାହାଙ୍କ ସୁରତିରେ ରହିଥାଏ।
ਦਮਿ ਦਮਿ ਸਦਾ ਸਮਾਲਦਾ ਦੰਮੁ ਨ ਬਿਰਥਾ ਜਾਇ ॥ ସ- ପ୍ରତି ଶ୍ଵାସରେ ସେ ତାହାଙ୍କୁ ସ୍ମରଣ କରିଥାଏ ଏବଂ ତାହାର କୌଣସି ଶ୍ଵାସ ବ୍ୟର୍ଥ ଯାଏ ନାହିଁ।
ਜਨਮ ਮਰਨ ਕਾ ਭਉ ਗਇਆ ਜੀਵਨ ਪਦਵੀ ਪਾਇ ॥ ଭଗବାନଙ୍କ ନାମ ସ୍ମରଣ କରି ତାହାର ଜୀବନ-ମୃତ୍ୟୁର ଆତଙ୍କ ନାଶ ହୋଇଯାଏ ଏବଂ ସେ ଅଟଳ ଜୀବନ ପଦବୀ ପ୍ରାପ୍ତ କରିନିଏ।
ਨਾਨਕ ਇਹੁ ਮਰਤਬਾ ਤਿਸ ਨੋ ਦੇਇ ਜਿਸ ਨੋ ਕਿਰਪਾ ਕਰੇ ਰਜਾਇ ॥੨॥ ହେ ନାନକ! ପରମାତ୍ମା ଏହି ଅମର ପଦବୀ ତାହାକୁ ହିଁ ପ୍ରଦାନ କରିଥାନ୍ତି, ଯାହାକୁ ନିଜ ଇଚ୍ଛାରେ କୃପା ଧାରଣ କରିଥାନ୍ତି॥2॥
ਪਉੜੀ ॥ ପଉଡି॥
ਆਪੇ ਦਾਨਾਂ ਬੀਨਿਆ ਆਪੇ ਪਰਧਾਨਾਂ ॥ ପରମାତ୍ମା ସ୍ଵୟଂ ହିଁ ସର୍ବଜ୍ଞାତା, ତ୍ରିକାଳଦର୍ଶୀ ଏବଂ ସ୍ଵୟଂ ହିଁ ପ୍ରଧା ଅଟନ୍ତି।
ਆਪੇ ਰੂਪ ਦਿਖਾਲਦਾ ਆਪੇ ਲਾਇ ਧਿਆਨਾਂ ॥ ସେ ସ୍ଵୟଂ ହିଁ ନିଜ ରୂପର ଦର୍ଶନ କରାଇ ଥାଆନ୍ତି ଏବଂ ସ୍ଵୟଂ ହିଁ ମନୁଷ୍ୟକୁ ଧ୍ୟାନ-ମନନରେ ଲଗାଇ ଥାଆନ୍ତି।
ਆਪੇ ਮੋਨੀ ਵਰਤਦਾ ਆਪੇ ਕਥੈ ਗਿਆਨਾਂ ॥ ସେ ସ୍ଵୟଂ ହିଁ ମୌନାବସ୍ଥାରେ ବିଚରଣ କରିଥାନ୍ତି ଏବଂ ସ୍ଵୟଂ ହିଁ ବ୍ରହ୍ମ-ଜ୍ଞାନର କଥନ କରିଥାନ୍ତି।
ਕਉੜਾ ਕਿਸੈ ਨ ਲਗਈ ਸਭਨਾ ਹੀ ਭਾਨਾ ॥ ସେ କାହାକୁ କଡା ଲାଗନ୍ତି ନାହିଁ ଏବଂ ସବୁଙ୍କୁ ଭଲ ଲାଗନ୍ତି।
ਉਸਤਤਿ ਬਰਨਿ ਨ ਸਕੀਐ ਸਦ ਸਦ ਕੁਰਬਾਨਾ ॥੧੯॥ ତାହାଙ୍କ ମହିମା ବର୍ଣ୍ଣନା କରାଯାଇ ପାରିବ ନାହିଁ ଏବଂ ମୁଁ ତାହାଙ୍କ ଉପରେ ସର୍ବଦା ସମର୍ପିତ ଅଟେ॥16॥
ਸਲੋਕ ਮਃ ੧ ॥ ଶ୍ଳୋକ ମହଲା 1 ॥
ਕਲੀ ਅੰਦਰਿ ਨਾਨਕਾ ਜਿੰਨਾਂ ਦਾ ਅਉਤਾਰੁ ॥ କଳିଯୁଗରେ ନାମ ବିହୀନ ମନୁଷ୍ୟ ଧରିତ୍ରୀରେ ଭୁତ-ପିଶାଚ ଭାବରେ ଜନ୍ମ ନେଇଥାଏ।
ਪੁਤੁ ਜਿਨੂਰਾ ਧੀਅ ਜਿੰਨੂਰੀ ਜੋਰੂ ਜਿੰਨਾ ਦਾ ਸਿਕਦਾਰੁ ॥੧॥ ପୁତ୍ର ପ୍ରେତ ଅଟେ, ପୁତ୍ରୀ ଡାହାଣୀ ଏବଂ ପତ୍ନୀ ଏମାନଙ୍କ ମାଲିକାଣୀ ଅଟେ॥1॥
ਮਃ ੧ ॥ ମହଲା 1 ॥
ਹਿੰਦੂ ਮੂਲੇ ਭੂਲੇ ਅਖੁਟੀ ਜਾਂਹੀ ॥ ହିନ୍ଦୁମାନେ ମୂଳ ରୂପରେ ପରମାତ୍ମାଙ୍କୁ ବିସ୍ମୃତ କରି ଦେଇଛନ୍ତି ଏବଂ କୁମାର୍ଗଗାମୀ ହୋଇ ଯାଇଛନ୍ତି।
ਨਾਰਦਿ ਕਹਿਆ ਸਿ ਪੂਜ ਕਰਾਂਹੀ ॥ ଯେପରି ନାରଦ ମୁନି କହିଛନ୍ତି, ସେପରି ହି ମୂର୍ତ୍ତି ପୂଜା କରୁଛନ୍ତି।
ਅੰਧੇ ਗੁੰਗੇ ਅੰਧ ਅੰਧਾਰੁ ॥ ସେହି ଅନ୍ଧମାନେ, ଜଡା ଏବଂ ଅନ୍ଧ ଠାରୁ ମଧ୍ୟ ଅନ୍ଧକାରରେ ମହା ଅନ୍ଧ ହୋଇଯାଇଛନ୍ତି।
ਪਾਥਰੁ ਲੇ ਪੂਜਹਿ ਮੁਗਧ ਗਵਾਰ ॥ ସେହି ମୂର୍ଖ ତଥା ବୋକା ପଥରର ମୂର୍ତ୍ତି ନେଇ ତାହାର ପୂଜା କରିଥାନ୍ତି।
ਓਹਿ ਜਾ ਆਪਿ ਡੁਬੇ ਤੁਮ ਕਹਾ ਤਰਣਹਾਰੁ ॥੨॥ ସେହି ପଥର ଯେବେ ସ୍ଵୟଂ ହିଁ ବୁଡିଯାଏ, ସେ ତୋତେ ଭବସାଗରରୁ କିପରି ପାର କରାଇ ପାରିବ॥2॥
ਪਉੜੀ ॥ ପଉଡି ॥
ਸਭੁ ਕਿਹੁ ਤੇਰੈ ਵਸਿ ਹੈ ਤੂ ਸਚਾ ਸਾਹੁ ॥ ହେ ମାଲିକ! ସବୁ କିଛି ତୋର ବଶରେ ଅଛି ଏବଂ ତୁ ହିଁ ସଚ୍ଚା ସାହୁକାର ଅଟୁ।
ਭਗਤ ਰਤੇ ਰੰਗਿ ਏਕ ਕੈ ਪੂਰਾ ਵੇਸਾਹੁ ॥ ତୋର ଭକ୍ତଜନ କେବଳ ତୋର ହିଁ ପ୍ରେମ-ଭକ୍ତିରେ ରଙ୍ଗୀନ ହୋଇଛନ୍ତି ଏବଂ ତୋ’ ଉପରେ ହି ତାହାଙ୍କ ପୂର୍ଣ୍ଣ ଆସ୍ଥା ଅଛି।
ਅੰਮ੍ਰਿਤੁ ਭੋਜਨੁ ਨਾਮੁ ਹਰਿ ਰਜਿ ਰਜਿ ਜਨ ਖਾਹੁ ॥ ହରିନାମାମୃତ ହିଁ ତାହାଙ୍କ ଭୋଜନ ଅଟେ, ଯାହାକୁ ପେଟ ଭରି ଭକ୍ତଜନ ଖାଇଥାନ୍ତି।
ਸਭਿ ਪਦਾਰਥ ਪਾਈਅਨਿ ਸਿਮਰਣੁ ਸਚੁ ਲਾਹੁ ॥ ପରମାତ୍ମାଙ୍କ ସ୍ମରଣ ହିଁ ସଚ୍ଚା ଲାଭ ଅଟେ, ଯାହା ଦ୍ଵାରା ଦ୍ଵାରା ସବୁ ପଦାର୍ଥ ପ୍ରାପ୍ତ ହୋଇଯାଏ।
ਸੰਤ ਪਿਆਰੇ ਪਾਰਬ੍ਰਹਮ ਨਾਨਕ ਹਰਿ ਅਗਮ ਅਗਾਹੁ ॥੨੦॥ ନାନକ କହନ୍ତି ଯେ ଯେଉଁ ହରି ଅଗମ୍ୟ ଏବଂ ଅନନ୍ତ ଅଟନ୍ତି, ସେହି ପରଂବ୍ରହ୍ମ-ପ୍ରଭୁଙ୍କୁ ସନ୍ଥଜନ ହିଁ ପ୍ରିୟ ଲାଗିଥାନ୍ତି||20||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3 ॥
ਸਭੁ ਕਿਛੁ ਹੁਕਮੇ ਆਵਦਾ ਸਭੁ ਕਿਛੁ ਹੁਕਮੇ ਜਾਇ ॥ ସବୁ କିଛି ପରମାତ୍ମାଙ୍କ ହୁକୁମ ଅନୁସାରେ ହିଁ ଆସିଥାଏ ଏବଂ ତାହାଙ୍କ ହୁକୁମ ଅନୁସାରେ ହିଁ ସବୁ କିଛି ଚାଲିଯାଏ।
ਜੇ ਕੋ ਮੂਰਖੁ ਆਪਹੁ ਜਾਣੈ ਅੰਧਾ ਅੰਧੁ ਕਮਾਇ ॥ ଯଦି କୌଣସି ମୂର୍ଖ ନିଜକୁ ନିଜେ କର୍ତ୍ତା ବୋଲି ଭାବିଥାଏ, ତାହାହେଲେ ସେ ଅନ୍ଧ ହିଁ ଅଟେ ଏବଂ ଅନ୍ଧ କର୍ମ ହିଁ କରିଥାଏ।
ਨਾਨਕ ਹੁਕਮੁ ਕੋ ਗੁਰਮੁਖਿ ਬੁਝੈ ਜਿਸ ਨੋ ਕਿਰਪਾ ਕਰੇ ਰਜਾਇ ॥੧॥ ହେ ନାନକ! କେହି ବିରଳ ଗୁରୁମୁଖୀ ହିଁ ପରମାତ୍ମାଙ୍କ ହୁକୁମକୁ ବୁଝିଥାଏ, ଯାହା ଉପରେ ସେ ନିଜ ଇଚ୍ଛାରେ ହିଁ କୃପା କରିଥାନ୍ତି॥1॥
ਮਃ ੩ ॥ ମହଲା 3 ॥
ਸੋ ਜੋਗੀ ਜੁਗਤਿ ਸੋ ਪਾਏ ਜਿਸ ਨੋ ਗੁਰਮੁਖਿ ਨਾਮੁ ਪਰਾਪਤਿ ਹੋਇ ॥ ଯାହାକୁ ଗୁରୁଙ୍କ ମାଧ୍ୟମରୁ ପରମାତ୍ମାଙ୍କ ନାମ ପ୍ରାପ୍ତ ହୋଇଛି, ସେ ବାସ୍ତବରେ ଯୋଗୀ ଅଟେ ଏବଂ ତାହାକୁ ହିଁ ସଚ୍ଚା ଯୋଗ ଯୁକ୍ତି ପ୍ରାପ୍ତ ହୋଇଥାଏ।
ਤਿਸੁ ਜੋਗੀ ਕੀ ਨਗਰੀ ਸਭੁ ਕੋ ਵਸੈ ਭੇਖੀ ਜੋਗੁ ਨ ਹੋਇ ॥ ସେହି ଯୋଗୀର ଶରୀର ରୂପୀ ନଗରରେ ସବୁ ପ୍ରକାର ଗୁଣ ନିବାସ କରିଥାଏ, କିନ୍ତୁ ଯୋଗୀର ବେଶ ଧାନ କରିବା ଦ୍ଵାରା ସଚ୍ଚା ଯୋଗ ପ୍ରାପ୍ତ ହୁଏନାହିଁ।
ਨਾਨਕ ਐਸਾ ਵਿਰਲਾ ਕੋ ਜੋਗੀ ਜਿਸੁ ਘਟਿ ਪਰਗਟੁ ਹੋਇ ॥੨॥ ହେ ନାନକ! ଏପରି ବିରଳ ହିଁ କେହି ଯୋଗୀ ଅଟନ୍ତି, ଯାହାଙ୍କ ଅନ୍ତର୍ମନରେ ପରମାତ୍ମା ପ୍ରକଟ ହୋଇଥାନ୍ତି॥2॥
ਪਉੜੀ ॥ ପଉଡି ॥
ਆਪੇ ਜੰਤ ਉਪਾਇਅਨੁ ਆਪੇ ਆਧਾਰੁ ॥ ଭଗବାନ ନିଜେ ହିଁ ଜୀବ ଉତ୍ପନ୍ନ କରିଛନ୍ତି ଏବଂ ନିଜେ ହିଁ ସବୁଙ୍କ ଆଧାର ଅଟନ୍ତି।
ਆਪੇ ਸੂਖਮੁ ਭਾਲੀਐ ਆਪੇ ਪਾਸਾਰੁ ॥ ସେ ନିଜେ ହିଁ ସୂକ୍ଷ୍ମ ରୂପରେ ଦେଖା ଦିଅନ୍ତି ଏବଂ ନିଜେ ହିଁ ବିଶ୍ଵରେ ପ୍ରସାର କରିଥାନ୍ତି।
ਆਪਿ ਇਕਾਤੀ ਹੋਇ ਰਹੈ ਆਪੇ ਵਡ ਪਰਵਾਰੁ ॥ ସେ ନିଜେ ହିଁ ଏକା ବିଚରଣ କରିଥାନ୍ତି ଏବଂ ନିଜେ ହିଁ ଦୁନିଆ ରୂପୀ ବଡ କୁଟୁମ୍ବ ବାଲା ଅଟନ୍ତି।
ਨਾਨਕੁ ਮੰਗੈ ਦਾਨੁ ਹਰਿ ਸੰਤਾ ਰੇਨਾਰੁ ॥ ନାନକ ପରମାତ୍ମାଙ୍କ ସନ୍ଥଙ୍କ ଚରଣ-ଧୂଳିର ଦାନ ମାଗିଥାନ୍ତି।
ਹੋਰੁ ਦਾਤਾਰੁ ਨ ਸੁਝਈ ਤੂ ਦੇਵਣਹਾਰੁ ॥੨੧॥੧॥ ਸੁਧੁ ॥ ହେ ପରମେଶ୍ଵର! ତୁ ହିଁ ଜୀବଙ୍କୁ ଦେବା ବାଲା ଅଟୁ ଏବଂ ତୋ’ ବିନା ମୋତେ ଆଉ କେହି ନଜର ଆସୁ ନାହାନ୍ତି ॥21॥1॥ଶୁଦ୍ଧ॥
error: Content is protected !!
Scroll to Top